Author: SM Network

ଭୁବନେଶ୍ଵର: ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ରଙ୍ଗର ପର୍ବ ହୋଲିକୁ ବସନ୍ତ ଉତ୍ସବ ଭାବରେ ସୁନାବେଡାସ୍ଥିତ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ DSW, ଡକ୍ଟର ରମେନ୍ଦ୍ର କୁମାର ପାଢୀ ଏବଂ ସାଂସ୍କୃତିକ କମିଟିର ସଂଯୋଜକ ଡକ୍ଟର କାକୋଲି ବାନାର୍ଜୀ ସ୍ୱାଗତ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ଟେକ୍ନୋଲୋଜିର ଡିନ୍, ପ୍ରଫେସର ଭରତ କୁମାର ପଣ୍ଡା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଡକ୍ଟର ବାନାର୍ଜୀ ତାଙ୍କ ସ୍ୱାଗତ ଭାଷଣରେ କାର୍ଯ୍ୟକ୍ରମର ପୃଷ୍ଠଭୂମି ଏବଂ ଋତୁ ପରିବର୍ତ୍ତନ ସହିତ ଦୋଳପୂର୍ଣ୍ଣିମା ପାଳନ କରିବାରେ ରବୀନ୍ଦ୍ରନାଥ ଟାଗୋରଙ୍କ ଭୂମିକା ବିଷୟରେ ପରିଚୟ ଦେଇଥିଲେ, ଯାହା ସେ ଶାନ୍ତି ନିକେତନରେ ବସନ୍ତ ଉତ୍ସବ ଭାବରେ ପରିଚିତ ଆନ୍ଦୋଳନ ଆରମ୍ଭ କରିଥିଲେ।

Read More

ଭୁବନେଶ୍ଵର: ଯେତେବେଳେ ରାବଣ ବିଷୟରେ ଉଲ୍ଲେଖ କରାଯାଏ, ସେତେବେଳେ ଅହଂକାରରେ ଭରି ରହିଥିବା ଏକ ରାକ୍ଷସର ଚିତ୍ର ସାମ୍ନାକୁ ଆସେ। କିନ୍ତୁ ରାବଣର ଜ୍ଞାନ ବିଷୟରେ କହିବାକୁ ଗଲେ, ତାଙ୍କ ଭଳି ପ୍ରଖର ବୁଦ୍ଧି ଏହି ପୃଥିବୀରେ କେହି ନାହିଁ। ରାକ୍ଷସ ହେବା ସହିତ ସେ ଜଣେ ବିଦ୍ଵାନ ପଣ୍ଡିତ, ତାନ୍ତ୍ରିକ ଏବଂ ଜ୍ୟୋତିଷ ମଧ୍ୟ ଥିଲେ। ରାବଣ ବହୁତ ଭଲ ଭାବରେ ଜାଣିଥିଲେ ଯେ, ମନ୍ତ୍ରରେ ବହୁତ ଶକ୍ତି ଅଛି, ସେ ମନ୍ତ୍ର ଜପ କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିଥିଲେ। ରାବଣ ଶିବ ତାଣ୍ଡବ ସ୍ତୋତ୍ର ଏବଂ ରାବଣ ସଂହିତା ରଚନା କରିଛନ୍ତି। ରାବଣ ସଂହିତାରେ ଅନେକ ଜ୍ୟୋତିଷ ଶାସ୍ତ୍ର ବର୍ଣ୍ଣନା କରାଯାଇଛି, ଯେଉଁଥିରେ ଧନୀ ହେବାକୁ ମନ୍ତ୍ର କୁହାଯାଇଛି, ସେଗୁଡିକୁ ଅନୁସରଣ କରୁଥିବା ଲୋକଙ୍କ ଭାଗ୍ୟର ତାଲା ଖୋଲିଯାଏ ବୋଲି କୁହାଯାଏ। ରାବଣ ଠାରୁ ଧନୀ ହେବାକୁ ମନ୍ତ୍ର ଶିଖନ୍ତୁ: ଯଦି ଆୟ ବଢୁନାହିଁ, ତେବେ ପ୍ରଗତିର ବାଧାବିଘ୍ନ…

Read More

ପୁରୀ: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ଶ୍ରୀକ୍ଷେତ୍ରରେ ଉତ୍ସବମୁଖର ପରିବେଶ ମଧ୍ୟରେ ଶ୍ରୀଜିଉ ଭକ୍ତମାନଙ୍କ ସହ ରଙ୍ଗର ହୋଲି ଖେଳିଛନ୍ତି। ଏଥିନିମନ୍ତେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ରତ୍ନବେଦୀରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସେହିଭଳି ଶ୍ରୀମନ୍ଦିରରୁ ମଣି ବିମାନରେ ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିଜେ କରି ଦୋଳବେଦୀକୁ ଆସିଛନ୍ତି। ଏହା ଏକ ନିଆରା ଦୋଳପୂର୍ଣ୍ଣିମା ପରମ୍ପରା। ଏହି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରା ମଧ୍ୟରେ ଦୋଳ ଉତ୍ସବ ଏକ ପ୍ରମୁଖ ଯାତ୍ରାଭାବେ ବିବେଚିତ ହୋଇଥାଏ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା।

Read More

ଭୁବନେଶ୍ଵର: ରାଜ୍ୟବ୍ୟାପୀ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଶୁକ୍ରବାର ଓଡ଼ିଶାର ୧୧ଟି ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୧.୮ ଡିଗ୍ରୀ ସେଲସିୟସ୍ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର ଓ ମୟୂରଭଞ୍ଜର କେତେକ ସ୍ଥାନରେ ଅତି ପ୍ରବଳ ଗ୍ରୀଷ୍ମପ୍ରବାହର ଆଶଙ୍କା ଥିବାରୁ ସେସବୁ ସ୍ଥାନରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ସୁନ୍ଦରଗଡ଼, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ଅପରପକ୍ଷରେ ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ରାତିର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବା ନେଇ ଅନୁମାନ କରାଯାଉଛି। ବାଲେଶ୍ବର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, ସୋନପୁର, କଳାହାଣ୍ଡି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହର ଆଶଙ୍କା ରହିଛି। ଆସନ୍ତା…

Read More

ଡକ୍ଟର ଫକୀର ମୋହନ ନାହାକ ଉତ୍କଳୀୟ ଭୂଖଣ୍ଡରେ ବସନ୍ତର ବିଭା ହିଁ ବିଚିତ୍ର। ଆମ ଜନଜୀବନ ସହିତ ସହସ୍ର ବର୍ଷରୁ ସଂଯୁକ୍ତ ହୋଇ ରହିଛି ଏହି ବସନ୍ତ ଉତ୍ସବ। ଉତ୍କଳର ମଉଡ଼ମଣି ସ୍ୱୟଂ ଶ୍ରୀଜଗନ୍ନାଥ ଖେଳନ୍ତି ହୋଲି। ଦୋଳବେଦୀରେ ଦୋଳଗୋବିନ୍ଦ ରୂପରେ ଦର୍ଶନ ଦେଇ ଦୀନ ଦୁଃଖୀ ଦରିଦ୍ରଙ୍କ ଦୂରକରନ୍ତି ଦୁଃଖ। ସେହି ଦୋଳଗୋବିନ୍ଦଙ୍କ ଦର୍ଶନରେ ଜନ୍ମମୃତ୍ୟୁର ଚିରଘୂର୍ଣ୍ଣାୟମାନ ଚକ୍ରରୁ ମୁକ୍ତିମିଳେ ବୋଲି ଶାସ୍ତ୍ର କହେ। ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍, ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମଂ ନବିଦ୍ୟତେ ।।     ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନରୂପୀ ତ୍ରିବିକ୍ରମଙ୍କ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳିଥାଏ । ଏହି ବିଶ୍ୱାସ ଟିକକ ନେଇ କାଳ କାଳରୁ ରାଧାଗୋବିନ୍ଦଙ୍କୁ ନେଇ ଦୋଳବିମାନରେ ନଗର ପରିକ୍ରମା କରାଉଛି ଉତ୍କଳୀୟ ଜୀବନ । ଆଜି ବି ଓଡ଼ିଶାର ପଲ୍ଲୀ ଜୀବନରେ ପ୍ରଚଳିତ ଲୋକଗୀତରେ କୁଆଁରୀ ଓ ଯୁବତୀମାନେ କହନ୍ତି, ଆଦ୍ୟମାର୍ଗଶିର ଶିଶିର ଶୀତ, ଶ୍ରୀକୃଷ୍ଣ…

Read More

ମେଷ- ଖର୍ଚ୍ଚ ଅଧିକ ହେବ । ଟେନସନ ରହିବେ। କ୍ଳାନ୍ତ ହୋଇଯିବ। ରିସ୍କ ନିଅନ୍ତୁ ନାହିଁ। ଥୟ ଧର ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବିବାଦ ହୋଇପାରେ। ରୋଜଗାରରେ ଇଚ୍ଛାକୃତ ସଫଳତା ହାସଲ। ପରିବାର ଏବଂ ସମାଜରେ ଆପଣଙ୍କର କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ରିସ୍କ ନିଅନ୍ତୁ ନାହିଁ । ତତ୍ପରତା ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ଧାର ଦେଇଥିବା ଟଙ୍କା ପାଇବ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ। ମିଥୁନ- ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ରହିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ…

Read More

ଭୁବନେଶ୍ବର: ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ ପାରାଦୀପଠାରୁ ୧୨୦ କିଲୋମିଟର ଯାତ୍ରା କରି ମାର୍ଚ୍ଚ ୧୩, ୨୦୨୫ରେ କୋଣାର୍କରେ ପହଞ୍ଚିଥିଲା। ଉପକୂଳ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ଗୋଷ୍ଠୀ ନିୟୋଜନ ପାଇଁ ନିଜର ମିଳିତ ଅଙ୍ଗୀକାରକୁ ଦୋହରାଇ ସ୍ଥାନୀୟ ଲୋକେ ସାଇକେଲ ଚାଳକମାନଙ୍କୁ ସ୍ବାଗତ କରିଥିଲେ। ସେଠାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସିଆଇଏସ୍ଏଫ୍ ଡିଆଇଜି ନେକ୍ସ-୩ (ଏମ୍) ଡ. ମହମ୍ମଦ ସାଇକ, ଷ୍ଟେଟବ୍ୟାଙ୍କ ଓଡ଼ିଶା ସର୍କଲର ଜିଏମ୍ କୌଶଲ, ଏଏଆଇର ଏପିଡି ପ୍ରସନ୍ନ ପ୍ରଧାନ, ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଏବଂ ଜାତୀୟ ଭଲିବଲ୍ ଖେଳାଳି ଶ୍ରୀକାନ୍ତ ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କ ଉପସ୍ଥିତି ଜାତୀୟ ନିରାପତ୍ତା ଏବଂ ଗୋଷ୍ଠୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାରେ ସାଇକ୍ଲୋଥନର ମହତ୍ତ୍ୱକୁ ରେଖାଙ୍କିତ କରିଥିଲା। ସନ୍ଧ୍ୟାରେ ସ୍ୱାଗତ ନୃତ୍ୟ, ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଶୀ ଓ ସମ୍ବଲପୁରୀ ଲୋକକଳା ପରିବେଷଣ ଓ…

Read More

ଭୁବନେଶ୍ବର: ଦେଶର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ଲାଗି ନେଟୱର୍କ ପ୍ଲାନିଂ ଗ୍ରୁପ (ଏନପିଜି)ର ୮୯ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ ଏବଂ ଅନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ଯୁଗ୍ମ ସଚିବ ଶ୍ରୀ ପଙ୍କଜ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଡ଼କ, ରେଳ ଏବଂ ମେଟ୍ରୋ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମୂଲ୍ୟାଙ୍କନ କରାଯାଛି । ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁରୂପ ବହୁମୁଖୀ ଯୋଗାଯୋଗ ଏବଂ ଲଜିଷ୍ଟିକ୍ସ ଦକ୍ଷତାରେ ସୁଧାର ଆଣିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ପିଏମ ଗତିଶକ୍ତି ନୀତିରେ ସମନ୍ୱିତ ବହୁମୁଖୀ ଭିତ୍ତିଭୂମି, ଆର୍ଥିକ ଓ ସାମାଜିକ କେନ୍ଦ୍ରଗୁଡ଼ିକ ସହିତ ଶେଷ-ମାଇଲ ସଂଯୋଗ ଏବଂ ଆନ୍ତଃମୋଡାଲ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହାକୁ ଅନୁସରଣ କରି ୪ଟି ସଡ଼କ, ତିନୋଟି ରେଳ ଏବଂ ଗୋଟିଏ ମେଟ୍ରୋ ପ୍ରକଳ୍ପ ଉପରେ ଏନପିଜି ବୈଠକରେ ମୂଲ୍ୟାଙ୍କନ କରାଯାଇଥିଲା। ଏହି ପଦକ୍ଷେପଗୁଡ଼ିକ ଲଜିଷ୍ଟିକ ଦକ୍ଷତାକୁ ବୃଦ୍ଧି…

Read More

ଭୁବନେଶ୍ଵର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଏବଂ ଆଦର୍ଶର ପଟାନ୍ତର ନାହିଁ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ସବୁଠି ମଧୁସୂଦନଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି। ଏହି ମହାନ ଯୋଗଜନ୍ମା ମହାପୁରୁଷଙ୍କ ଜନ୍ମ ଓ କର୍ମଭୂମିର ସଂରକ୍ଷଣ ଓ ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ। ଏହି ଦାୟିତ୍ୱକୁ ସଠିକ୍‌ ରୂପେ ପାଳନ କରିବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ବଦ୍ଧପରିକର। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଓ କର୍ମଭୂମିର ଉନ୍ନତିକରଣ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ମଧୁବାବୁଙ୍କ ଜନ୍ମଭୂମି, ଏନ୍ତୁଡ଼ିଶାଳ, ମଧୁକୋଠି, ବାଲିପୋଖରୀ ଏବଂ କର୍ମସ୍ଥଳୀ ଆଦିର ଉନ୍ନତିକରଣ ନେଇ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଟ୍ରଷ୍ଟ ଏବଂ ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚ଼ନା କରିଥିଲେ। ଏଥି ସହିତ…

Read More

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣୀମା ଅବସରରେ ଶ୍ରୀକ୍ଷେତ୍ରରେ ଉତ୍ସବ ମୁଖର ପରିବେଶ ମଧ୍ୟରେ ଶ୍ରୀଜିଉ ଭକ୍ତ ମାନଙ୍କ ସହିତ ଖେଳିଛନ୍ତି ରଙ୍ଗର ହୋଲି। ଆଜି ଏ ନେଇ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିବା ବେଳେ ରତ୍ନବେଦିରେ ଚତୁଃର୍ଦ୍ଧାମୂର୍ତ୍ତୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିରରୁ ମଣି ବିମାନରେ ଦୋଳଗୋବିନ୍ଦ,ଭୂଦେବୀ, ଶ୍ରୀଦେବୀ ବିଜେ କରି ଦୋଳବେଦୀରେ ନିଆରା ଦୋଳ ପୁର୍ଣିମା ପରମ୍ପରାକୁ ସମ୍ପନ କରିଥିବା ବେଳେ ଏହି ଅନନ୍ୟ ଯାତ୍ରାରେ ସାମିଲ ହୋଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଋତୁରାଜ ବସନ୍ତର ଆଗମନରେ ଧରାପୃଷ୍ଠ ଏବେ ଉତ୍ସବମୁଖର ଗାଁରୁ ସହର ସବୁଆଡେ ଏବେ ଦେଖିବାକୁ ମିଳୁଛି ଦୋଳଉତ୍ସବର ପଟୁଆର। ଆନନ୍ଦ ଉଲ୍ଲାସର ଏହି ରଙ୍ଗ ଖେଳରେ କେବଳ ଭକ୍ତ ନୁହନ୍ତି ବରଂ ସ୍ୱୟଂ ଭଗବାନ ବି ଓହ୍ଲାଇଆସିଛନ୍ତି ଭକ୍ତଙ୍କ ଗହଣକୁ। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ଦୋଳ ଉତ୍ସବ ଏକ ପ୍ରମୁଖ ଯାତ୍ରା ହୋଇଥିବା ବେଳେ ଆଜି ସକାଳ…

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 18 ତମ ସିଜନ୍ ପାଇଁ ବିଗୁଲ ବାଜିଛି। ସମସ୍ତ ଦଳ ଆଗାମୀ ସିଜନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ସଂସ୍କରଣରେ ସମୁଦାୟ ପାଞ୍ଚଟି ଦଳରେ ନୂତନ ଅଧିନାୟକ ନିଯୁକ୍ତି ହୋଇଛନ୍ତି। ବର୍ତ୍ତମାନ ସମସ୍ତ 10 ଟି ଦଳର ଅଧିନାୟକ ନିଶ୍ଚିତ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଆଜି ସ୍ପିନ୍ ଅଲରାଉଣ୍ଡର ଅକ୍ସର ପଟେଲଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ଏହା ସହିତ ସମସ୍ତ 10 ଟି ଦଳର ଅଧିନାୟକ ନିଶ୍ଚିତ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜଏଣ୍ଟସ୍, ପଞ୍ଜାବବ କିଙ୍ଗସ୍, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ ରାଇଡର୍ସ ନୂତନ ଅଧିନାୟକଙ୍କ ସହିତ ଆଇପିଏଲ 2025 ରେ ପ୍ରବେଶ କରିବେ। ଦିଲ୍ଲୀ ଅକ୍ସର ପଟେଲଙ୍କୁ, ଲକ୍ଷ୍ନୌ ଋଷଭ ପନ୍ତଙ୍କୁ, ପଞ୍ଜାବ କିଙ୍ଗସ୍ ଶ୍ରେୟସ୍ ଆୟରଙ୍କୁ, ଆରସିବି ରଜତ୍ ପାଟିଦାରଙ୍କୁ ଏବଂ ଅଜିଙ୍କ୍ୟ ରାହାନେଙ୍କୁ କେକେଆର୍ ଅଧିନାୟକ ଭାବେ ମନୋନୀତ କରିଛି। ସମସ୍ତ…

Read More

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ବର୍ତ୍ତମାନ ଜେଲରେ ରହିବାକୁ ପଡ଼ିବ। ଆଜି ଅର୍ଥନୈତିକ ଅପରାଧ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ମାର୍ଚ୍ଚ ୩ ତାରିଖରେ ୩୪ ବର୍ଷିୟା ରାଣ୍ୟା ରାଓଙ୍କୁ ଦୁବାଇରୁ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୪ କିଲୋଗ୍ରାମ ସୁନା ସହ ଗିରଫ କରାଯାଇଥିଲା। ଏହି ସୁନାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ଟଙ୍କା ବୋଲି କୁହାଯାଇଥିଲା। ତାଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ ତରୁଣ କୋଣ୍ଡୁରୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା, ଯାହାଙ୍କର ଜାମିନ ଆବେଦନ ଶନିବାର ଅପରାହ୍ନ ୩ ଟାରେ ଶୁଣାଣି ହେବ।

Read More

ଭୁବନେଶ୍ଵର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ାରେ ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି। ଝାରସୁଗୁଡ଼ାସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ହୋଲି କାର୍ଯ୍ୟକ୍ରମରେ ଶ୍ରୀ ପୂଜାରୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ହୋଲି ଖେଳିଥିଲେ। ପରସ୍ପରଙ୍କୁ ଅବୀର ବୋଳିବା ସହ ମିଷ୍ଟାନ୍ନ ଖୁଆଇ ସେ ହୋଲି ପାଳିଥିଲେ। ଏହି ଅବସରରେ ନୃତ୍ୟ ଗୀତର ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା।

Read More

ଭୁବନେଶ୍ଵର: ଆସନ୍ତାକାଲି ରାଜ୍ୟରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ କରାଯିବ। ଏଥିପାଇଁ ରାଜ୍ୟବାସୀ ଉତ୍ସାହର ସହ ଚାହିଁ ବସିଛନ୍ତି। ସହରରେ ହୋଲି ଦିନ କିଛି ଅଘଟଣକୁ ରୋକିବା ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଏହା ଭିତରେ ଆସନ୍ତାକାଲି ପାଇଁ କମିଶନରେଟ୍‌ ପୋଲିସ ଏକ ଗାଇଡଲାଇନ୍‌ ଜାରି କରିଛି। ପୋଲିସର ଗାଇଡଲାଇନ୍‌ ଅନୁଯାୟୀ, ହୋଲି ଖେଳିଲା ବେଳେ ମଦ ପିଇଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ମନା। ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ। ରାସ୍ତା ଉପରେ ହୋଲି ଖେଳି ଯଦି ଗହଳି କରନ୍ତି, ତେବେ ପିସିଆର ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ହୋଲି ବେଳେ କେବଳ ହର୍ବାଲ ରଙ୍ଗକୁ ଅନୁମତି ଦିଆଯାଇଥିବା ବେଳେ କେମିକାଲ୍‌ ରଙ୍ଗକୁ ସଂପୂର୍ଣ୍ଣରୂପେ ବାରଣ କରାଯାଇଛି। ଏନେଇ ଭୁବନେଶ୍ବର ଡିସିପି…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ଗଡ ଥାନା ଅର୍ନ୍ତଗତ ସିଙ୍ଗିପୁର ଛକରେ ଏକ ଗଛକୁ ପିଟି ହୋଇ ଦୁର୍ଘଟଣାର ସମ୍ମୁଖିନ ହୋଇଛି ଏକ କାର୍। ବ୍ରହ୍ମପୁର ସହରର ଦୀପକ ବେହେରା ନାମକ ଜଣେ କାର୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କାର୍ ରେ ବସିଥିବା ଦୁଇ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି। ଘଟଣାସ୍ଥଳରୁ ଜଣାପଡିଛି ଯେ, କୌଣସି କାମରେ ଆସି ବ୍ରହ୍ମପୁର ଫେରୁଥିବା ବେଳେ କାର୍ ଚାଳକ ଦୀପକ ଭାରସାମ୍ୟ ହରାଇ ଉକ୍ତ ଗଛକୁ ପିଟି ଦେଇଥିଲା। ଉପସ୍ଥିତ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିଭଳି ଗୁରୁତର ଆହତ ମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଲଗୁଣ୍ଠା ସବରେଜିଷ୍ଟ୍ରି ଅଫିସ କିରାଣୀ ଶ୍ରୀକାନ୍ତ ଡାକୁଆ ନିଜ କାର୍ ଯୋଗେ ବୁଗୁଡ଼ା ସ୍ଥିତ ବାସଭବନକୁ ଫେରୁଥିବା ବେଳେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ପୁର୍ବ ପ୍ରସ୍ତୁତି ଅନୁଯାୟୀ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାକୁ ଅଟକାଇ ଗାଡ଼ି ସହିତ ଉଠାଇ ଆଣି ଜେରା କରିଥିଲେ ଓ ତାଙ୍କ ନିକଟରୁ ନଗଦ ଏକଲକ୍ଷ ୮୬ ହଜାର ଟଙ୍କା ଜବତ କରିଥିଲେ। ସୁଚନା ଅନୁଯାୟୀ କିରାଣୀ ଶ୍ରୀକାନ୍ତ ପୁର୍ବରୁ ବୁଗୁଡ଼ା ସବରେଜିଷ୍ଟ୍ରି ଅଫିସରେ ଥିବା ବେଳେ ତାଙ୍କ ନାଁ ରେ ବହୁତ ଅଭିଯୋଗ ହୋଇଥିଲା। ତାପରେ ଶ୍ରୀକାନ୍ତକୁ ବେଲଗୁଣ୍ଠା ବଦଳି ହୋଇଥିଲା। କିନ୍ତୁ ସେ ବୁଗୁଡ଼ାରେ ହିଁ ରହୁଥିଲେ। ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାଙ୍କୁ ଉଠାଇ ଆଣିବା ସହ ତାଙ୍କର ପୃଥକ୍ ପୃଥକ୍ ସ୍ଥାନରେ ଚଢ଼ାଉ ଜାରି କରିଛନ୍ତି।

Read More

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ନୂଆଗଡ଼ ଓଭର ବ୍ରିଜରେ ମର୍ମହୁନ୍ତ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ସ୍ଵାମୀ ଓ ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସ୍କାର କୋଟିନଡ଼ା ଥାନା ବାବନପୁର ଗ୍ରାମର ଶିବରାମ ପାଢ଼ୀ (୬୨) ଏବଂ ତାଙ୍କ ପତ୍ନୀ ସୁଦେଶନା କୁମାରୀ ପାଢ଼ୀ ପୁରୀରେ ଏକ ଘର ନିର୍ମାଣ ପାଇଁ ଯାଇଥିଲେ। ସେଠାରୁ ଫେରିବା ବେଳେ ନୂଆଗଡ଼ ଓଭର ବ୍ରିଜରେ ଶିବରାମଙ୍କ କାର (ଗାଡି ନମ୍ବର ଓଡ଼ି ୦୭ ଏଜି ୪୫୪୬) ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ସିମେଣ୍ଟ ଖୁଣ୍ଟିରେ ଧକ୍କା ହୋଇଥିଲା। ଯାହାଫଳରେ ଉଭୟ ସ୍ଵାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀ ପହଞ୍ଚି ସ୍ବାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ…

Read More

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଜିଓର ଜିଓ ଏୟାରଫାଇବର ସେବା ଭାରତରେ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡ଼ବ୍ଲୁଏ) ସେବା ମାଧ୍ୟମରେ ଘରଗୁଡ଼ିକୁ ହାଇ ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସଂଯୋଗ କରିବାର ଗତିକୁ ଏକ ନୂତନ ସ୍ତରକୁ ନେଇଯାଇଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଜିଓ ଡିସେମ୍ବର ୨୦୨୪ ରେ ଶେଷ ହୋଇଥିବା ତ୍ରୈମାସିକରେ ୨୦ ଲକ୍ଷ ନୂତନ ଘରକୁ ବ୍ରଡ଼ବ୍ୟାଣ୍ଡ ସଂଯୋଗ ସହ ଯୋଡିଛି, ଯାହା ଏହାର ନିକଟତମ ପ୍ରତିଦ୍ବନ୍ଦୀ ଭାରତୀ ଏୟାରଟେଲ ତୁଳନାରେ ତିନି ଗୁଣ ଅଧିକ। ଜିଓ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଏହାର ୪୫ ଲକ୍ଷ ଘର ଏବେ ୫ଜି ଫିକ୍ସଡ୍ ୱାୟାରଲେସ୍ ଆଧାରିତ ଜିଓ ଏୟାରଫାଇବର ସହିତ ସଂଯୁକ୍ତ, ଯାହା ଏହି ତ୍ରୈମାସିକରେ ମୋଟ ନୂତନ ସଂଯୋଗର ୮୫% ଅଟେ। ସବୁଠାରୁ ବଡ କଥା ହେଉଛି ଏହି ଗ୍ରାହକମାନଙ୍କ ମଧ୍ୟରୁ ୭୦% ଦେଶର ୧,୦୦୦ ବଡ ସହର ବାହାରର, ଯାହା ସ୍ପଷ୍ଟ କରିଛି ଯେ ଛୋଟ ସହର ଏବଂ…

Read More

ନୂଆଦିଲ୍ଲୀ: ଆଇପିଏଲ୍ ସିଜିନ ଆରମ୍ଭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଅକ୍ସର ପଟେଲଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି। ଅକ୍ସର ପଟେଲ ୨୦୧୯ଆଇପିଏଲ ସିଜନରେ ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିଲେ। ଏହାପୂର୍ବରୁ ଅକ୍ସର ପଟେଲ ପଞ୍ଜାବ କିଙ୍ଗର ଅଂଶ ଥିଲେ। ବାସ୍ତବରେ ଏହି ଅଲରାଉଣ୍ଡର ମୁମ୍ବାଇ ଇଣ୍ଡିଆନ୍ସରୁ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୩ ଆଇପିଏଲ୍ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ସେ ଅଂଶ ଥିଲେ, କିନ୍ତୁ ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୁକ୍ତ କରିଥିଲା। ପଞ୍ଜାବ କିଙ୍ଗସ୍ ୨୦୧୪ ଆଇପିଏଲ୍ ମେଗା ନିଲାମରେ ଅକ୍ସର ପଟେଲଙ୍କୁ ଯୋଡିଥିଲା। ଅକ୍ସର ପଟେଲ ପଞ୍ଜାବ କିଙ୍ଗ୍ସ ପାଇଁ ୫ ଟି ସଂସ୍କରଣରେ ଖେଳିଥିଲେ। ଏଥି ପରେ ୨୦୧୯ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ଅକ୍ସର ପଟେଲଙ୍କୁ ଯୋଡିଥିଲା। ୨୦୨୫ ଆଇପିଏଲ ମେଗା ନିଲାମ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଅକ୍ସର ପଟେଲଙ୍କୁ ୧୬.୫୦ କୋଟି ଟଙ୍କାରେ ରଖିଥିଲା। ତେବେ ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ…

Read More

ଯାଜପୁର: ସୂଚନା ଅଧିକାର ଆଇନ ୨୦୦୫ ଅଧିନିୟମର ପୂର୍ଣ୍ଣାଙ୍ଗ କର୍ଯ୍ୟନ୍ଵୟନ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶ ଏବଂ ମାର୍ଗ ଦର୍ଶିକା ଅନୁଯାୟୀ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ସମସ୍ତ ନିୟମାବଳୀ ସମ୍ବନ୍ଧରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ଏଥିସହ ବିଭିନ୍ନ ବିଭାଗ ଅଧିକ କ୍ରିୟାଶୀଳ ଏବଂ ସଚେତନ ହୋଇ ସୂଚନା ଅଧିକାର ସମ୍ପର୍କିତ ଆସୁଥିବା ସମସ୍ତ ଆବେଦନଗୁଡିକର ଉତ୍ତର ନିର୍ଦ୍ଧାରିତ ସମୟ ମଧ୍ୟରେ ଦେବାକୁ ଆହ୍ୱାନ ଦେଇଥିଲେ। ଏହି କର୍ମଶାଳାରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ…

Read More

କେନ୍ଦ୍ରାପଡ଼ା: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ନାନୋ ୟୁନିକର୍ନ୍ ଯୋଜନାର ସଫଳତା ନିମନ୍ତେ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡ଼ା ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ନାନୋ ୟୁନିକର୍ନ୍ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ଉଦ୍ୟୋଗତା ରୂପେ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଏକ ଦଶ ଦିନିଆ ତାଲିମ ପ୍ରଦାନ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଯୋଜନା ନିମନ୍ତେ ଅନଲାଇନ ମାଧ୍ୟମରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ଆବେଦନ କରିଥିଲେ ଏବଂ ଅଧିକୃତ କମିଟି ଦ୍ଵାରା ଉପଯୁକ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଚୟନ କରାଯାଇ ତା ୦୪.୦୩.୨୦୨୫ ରିଖ ଠାରୁ ତା ୧୩.୦୩.୨୦୨୫ ରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଏବଂ ଟାଟା ଷ୍ଟ୍ରାଇଭ୍ ଅଧିକାରୀ ମାନଙ୍କ ଦ୍ଵାରା ତାଲିମ ପ୍ରଦାନ କରାଯାଇଥିଲା। ଏହି…

Read More