Author: SM Network

ଭୁବନେଶ୍ଵର: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଆନୁକୁଲ୍ୟରେ ସାରା ରାଜ୍ୟରେ ସଚେତନତା ଏବଂ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବୃହତ ସାଇକଲ ରାଲି ପୁରୀରୁ ବାହାରିଅଛି। କଟକ ଏନସିସି ଗ୍ରୁପର ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ଏହି ସାଇକେଲ ରାଲିକୁ ପତାକା ପ୍ରଦର୍ଶନ କରି କ୍ୟାଡେଟ ମାନଙ୍କୁ ଉତ୍ସାହିତ କରିବା ସହ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ସାଇକେଲ ଶୋଭାଯାତ୍ରା ୨୦ ଦିନ ବ୍ୟାପୀ ଓଡିଶାର ୧୫ଟି ଜିଲ୍ଲା ପରିକର୍ମା କରିବା ପରେ ଆସନ୍ତା ଏପ୍ରିଲ ମାସ ୨ ତାରିଖରେ କଟକ ଏନସିସି ଗ୍ରୁପ୍ ମୁଖ୍ୟାଳୟରେ ଠାରେ ପହଞ୍ଚିବ। ପ୍ରଥମ ଓଡ଼ିଶା ମେଡିକାଲ କମ୍ପାନୀ ଏନସିସିର କମାଣ୍ଡିଂ ଅଫିସର ମେଜର ଆଶୁତୋଷ ତ୍ରିପାଠି, ୨୦ ଜଣ ଏନସିସି କ୍ୟାଡେଟ ଏବଂ ୧୦ ଜଣ ଏନସିସି କର୍ମଚାରୀଙ୍କୁ ନେଇ ଏହି ସାଇକଲ ଶୋଭାଯାତ୍ରା ସଡ଼କ ସୁରକ୍ଷା ସଚେତନତା, ପରିବେଶ ସଂରକ୍ଷଣ, ସାଇବର ସୁରକ୍ଷା, ମହିଳାସଶକ୍ତିକରଣ, ନିଶା ନିବାରଣ ସଚେତନତା…

Read More

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ ତାରିଖରେ ଓଡ଼ିଶା ଗ୍ରସ୍ତକ୍ରମରେ ଜଗନ୍ନାଥଙ୍କ ଆଦିପୀଠ ତଥା ନୟାଗଡ଼ ଜିଲ୍ଲାର ପ୍ରମୁଖ ଧାର୍ମିକ ପର୍ଯଟନସ୍ଥଳ ନୀଳମାଧବ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ କଣ୍ଟିଲୋ ଆଗମନର ପ୍ରାକ୍ ସୂଚନା ମିଳିବା ପରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନର ପଦସ୍ଥ କର୍ମଚାରୀମାନେ କଣ୍ଟିଲୋ ପରିଦର୍ଶନ ଆସି ପ୍ରଥମେ କଣ୍ଟିଲୋ ପୂର୍ଭ ବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଉପସ୍ଥିତ ଥିବା ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ପରେ କଣ୍ଟିଲୋ ସ୍ଥିତ ଐତିହାସିକ ପଲଟନ ପଡିଆ ତଥା ମିନି ଷ୍ଟାଡିଅମକୁ ଯାଇ ବର୍ତ୍ତମାନ ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ନୀଳମାଧବ ମନ୍ଦିର ଉପରକୁ ଯିବା ସଙ୍ଗେ ସଙ୍ଗେ ଉତ୍ତର ଦ୍ବାରଠାରେ ପ୍ରତିଷ୍ଠିତ ମ୍ୟୁଜିୟମର ସ୍ଥିତି…

Read More

ଭୁବନେଶ୍ୱର: ଭୁବନେଶ୍ୱର କଳ୍ପନା ଛକ ସ୍ଥିତ କନିକା ଗ୍ୟାଲେରୀୟା ମଲ୍ ପରିସରରେ ଚଳଚ୍ଚିତ୍ର ‘ଡଷ୍ଟବିନ୍‌’ର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି। ଖୋଲା ମଞ୍ଚ ଓ ଏକ ଭବ୍ୟ ସମାରୋହରେ ଏହାକୁ ଲୋକାର୍ପିତ କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ। ଦେଖନ୍ତୁ ଏହା କେମିତି ଏକ ସଂଯୋଗ। ଫିଲ୍ମର ଶୀର୍ଷକ ‘ଡଷ୍ଟବିନ’ ହୋଇଥିବା ବେଳେ ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛନ୍ତି ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର କରିବାରେ ଯାହାଙ୍କର ପ୍ରମୁଖ ଭୂମିକା ରହିଛି, ସେ ହେଉଛନ୍ତି ମାନ୍ୟବର ମେୟର ଭୁବନେଶ୍ୱର। ଅନ୍ୟ ମାନଙ୍କ ମଧ୍ୟରେ ତରଙ୍ଗ ମ୍ୟୁଜିକର ମୁଖ୍ୟ ଦୀପ୍ତି ରଞ୍ଜନ ପଣ୍ଡା, ଦୁଲାଲ ଚନ୍ଦ୍ର ସାହୁ, ମୁଖ୍ୟ ପରିଚାଳନା ଅଧିକାରୀ, କନିକା ଗ୍ୟାଲେରିଆ ମଲ, ରାଜଶ୍ରୀ ପ୍ରଦକ୍ସନର ଅଖିଲ ବାବୁ, ‘ଡଷ୍ଟବିନ’ର ପ୍ରଯୋଜକ କେ. କେ ସାହୁ, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଦୀପ୍ତ ସ୍ୱାଇଁ, ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ପପୁ ପମ ପମ, ପ୍ରଚାର ବିଭାଗ ମୁଖ୍ୟ ହରପ୍ରସାଦ ମହାପାତ୍ର, ଶୁଭେଛୁ ତଥା ଯୁବ…

Read More

ନୂଆଦିଲ୍ଲୀ: ୨୦୨୫ ମାର୍ଚ୍ଚ ୧୧ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମରିସସ୍ ଗସ୍ତ ସମୟରେ ମରିସସ୍ ପ୍ରଧାନମନ୍ତ୍ରୀ ଡ. ନବୀନଚନ୍ଦ୍ର ରାମଗୁଲାମ୍, ଜିସିଏସ୍କେ, ଏଫ୍ଆରସିପିଙ୍କ ସହିତ ମରିସସ୍ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ଏକ ବିସ୍ତୃତ ଏବଂ ଫଳପ୍ରସୁ ଆଲୋଚନା ହୋଇଥିଲା। ମାର୍ଚ୍ଚ ୧୧, ୨୦୨୫ରେ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ ଉଭୟ ନେତା ମରିସସ୍ ଏବଂ ଭାରତ ମଧ୍ୟରେ ସ୍ୱତନ୍ତ୍ର ଏବଂ ଅନନ୍ୟ ସମ୍ପର୍କକୁ ଦୋହରାଇଥିଲେ, ଯାହା ଇତିହାସ, ଭାଷା, ସଂସ୍କୃତି, ଐତିହ୍ୟ, ପାରସ୍ପରିକ ସମ୍ପର୍କ ଏବଂ ମୂଲ୍ୟବୋଧର ମିଳିତ ବନ୍ଧନକୁ ଦୃଷ୍ଟିରେ ରଖି ଅତୁଳନୀୟ ରହିଆସିଛି। ସେମାନେ ଏହା ମଧ୍ୟ ସ୍ୱୀକାର କରିଥିଲେ ଯେ ଲୋକଙ୍କ ମଧ୍ୟରେ ପାରସ୍ପରିକ ସାଂସ୍କୃତିକ ଆଦାନ ପ୍ରଦାନ ଉପରେ ଆଧାରିତ ମରିସସ୍-ଭାରତ ସମ୍ପର୍କ ଗତ କିଛି ଦଶନ୍ଧି ମଧ୍ୟରେ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ ହୋଇଛି। ମରିସସ୍ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ୱାଧୀନତା…

Read More

ନୂଆଦିଲ୍ଲୀ: ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭାରତ ସରକାର ବିଶ୍ୱ ସମୁଦାୟ ନିକଟରେ ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ଓ୍ୱେଭ୍ସ)ର ବାର୍ତ୍ତା ପହଞ୍ଚାଇବାକୁ ଚାହୁଁଛନ୍ତି। ଏଥିପାଇଁ ଆଜି ଅର୍ଥାତ୍‌ ୧୩ ମାର୍ଚ୍ଚ ୨୦୨୫ ଅପରାହ୍ନ ସାଢ଼େ ୪ଟାରେ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନ ଠାରେ ଏକ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ଲୋକସମ୍ପର୍କ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଆସନ୍ତା ୨ ମଇ ୨୦୨୫ରେ ମୁମ୍ବାଇରେ ପ୍ରଥମ ଓ୍ୱେଭ୍ସ ଘୋଷଣାନାମା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଗଣମାଧ୍ୟମ ବିତର୍କରେ ବିଭିନ୍ନ ସରକାରଙ୍କ ଭାଗିଦାରୀ ପାଇଁ ଆମନ୍ତ୍ରଣ କରିବା। କେନ୍ଦ୍ର ବିଦେଶ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର, କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଓ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସୂଚନା ଓ ପ୍ରସାରଣ…

Read More

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ  ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଏକ ପ୍ରତିନିଧି ଦଳ ମହିଳା ମାନଙ୍କ ସ୍ଥିତି ନେଇ ଥିବା ଆୟୋଗଙ୍କ ୬୯ତମ ବୈଠକରେ ଅଂଶଗହଣ କରିଛନ୍ତି ଯାହା ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ୨୦୨୫ ମସିହା ମାର୍ଚ୍ଚ ୧୦ ତାରିଖରେ ଆରମ୍ଭ ହୋଇଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ମଞ୍ଚରେ ଶ୍ରୀମତି  ଅନ୍ନପୂର୍ଣ୍ଣା ଦେବୀ ଭାରତର ଜାତୀୟ ବିବୃତ୍ତି ପ୍ରଦାନ କରିଥିଲେ। ଜୀବନର ସମସ୍ତ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପରିବର୍ତ୍ତନଶୀଳ ‘ସମଗ୍ର ସରକାର’ ଏବଂ ‘ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ’ ସହିତ ୧୨ ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ରେଖାଙ୍କିତ କରି ସେ ଲିଙ୍ଗଗତ ସମାନତା ଉପରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ସେ ଫ୍ଲାଗସିପ୍ ଯୋଜନାର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଆଲୋକପାତ କରିଥିଲେ ଯାହା ମହିଳା ଏବଂ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ଶିକ୍ଷା ଏବଂ ଆର୍ଥିକ ସୁଯୋଗରେ…

Read More

ଭୁବନେଶ୍ଵର: କରବର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ‘ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ’ରେ ପରିଣତ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ ଘୋଷଣା କରିଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରବର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶତବାର୍ଷିକୀ ସମାରୋହର ଦ୍ବିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ନାଏକ ଆହୁରି କହିଲେ ଯେ, ଗୋଟିଏ ଅନୁଷ୍ଠାନ ଗଢ଼ିବାରେ ପ୍ରତିଷ୍ଠାତାଙ୍କ ଭୂମିକାକୁ ସ୍ମରଣ କରି ନୂତନ ପିଢ଼ି ଓ ପୁରାତନ ଛାତ୍ରଛାତ୍ରୀମାନେ ଅନୁଷ୍ଠାନକୁ ଆଗେଇ ନେବାକୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏ ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ନୟାଗଡ ଜିଲ୍ଲା ତଥା ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏଣିକି ତ୍ବରିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ,ହାସ୍ୟ ଅଭିନେତା ବ୍ରଜ…

Read More

ଭୁବନେଶ୍ଵର: କେନ୍ଦ୍ରୀୟ ଜଳାଶକ୍ତି ବିଭାଗର ଯୁଗ୍ମ କମିଶନର ତଥା ନୋଡାଲ ଅଧିକାରୀ ସମୀର କୁମାର ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ ଦୁଇଦିନିଆ ରାୟଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଅଂଚଳ ଗସ୍ତ କରି ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ତତ୍ୱାବଧାନରେ ଜିଲ୍ଲାର କାଳନରା, ରାମନାଗୁଡ଼ା, ପଦ୍ମପୁର, ଗୁଣୁପୁର ଓ ରାୟଗଡ଼ା ବ୍ଲକ ଗସ୍ତ କରିଥିଲେ। ଏହି ପରିଦର୍ଶନ ସମୟରେ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଜଳଛାୟା ମିଶନ, ଉଦ୍ୟାନ ବିଭାଗ, ଗ୍ରମୀୟ ଯୋଗାଣ ସଂସ୍ଥା ଓ ବନ ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଯଥା କ୍ଷେତ ପୋଖରୀ, ଚେକେଡେମ, ଗୋଲାପ ବଗିଚା, ଅମୃତ ସରବୋର, କ୍ଷୁଦ୍ର ଜଳ ସେଚନ ବିଭାଗର ପୋଖରୀ, ନଳ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଆଦି ବୁଲିଦେଖିଥିଲେ। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍ ସାଧାରଣତନ୍ତ୍ରର ୫୭ତମ ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସମାରୋହ ଉପଲକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମରିସସର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କମାଣ୍ଡର୍‌ ଅଫ୍‌ ଦ ଅର୍ଡର ଅଫ୍‌ ଦ ଷ୍ଟାର୍‌ ଆଣ୍ଡ କି ଅଫ୍‌ ଦ ଇଣ୍ଡିଆନ ଓସନ୍‌ (ଜିସିଏସକେ) ପୁରସ୍କାରରେ ସମ୍ମାନିତ କରାଯାଇଛି । ପ୍ରଥମ ଥର ପାଇଁ ଜଣେ ଭାରତୀୟ ନେତାଙ୍କୁ ଏହି ସମ୍ମାନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାରକୁ ଭାରତ ଏବଂ ମରିସସ ମଧ୍ୟରେ ରହିଥିବା ନିବିଡ଼ ବନ୍ଧୁତା ଏବଂ ଭାରତର ୧୪୦ କୋଟି ନାଗରିକ ଓ ମରିସସର ୧୩ ଲକ୍ଷ ଭାଇ ଓ ଭଉଣୀମାନଙ୍କୁ ଉତ୍ସର୍ଗ କରିଛନ୍ତି। ଜାତୀୟ ଦିବସ ସମାରୋହରେ ଭାରତୀୟ ନୌସେନାର ଏକ ଦଳ ପରେଡରେ ଅଂଶଗ୍ରହଣ କରିଥିଲା। ସେହିପରି ଭାରତୀୟ ନୌସେନାର ଗୋଟିଏ ଜାହାଜ ମଧ୍ୟ ଜାତୀୟ ଦିବସ ସମାରୋହ ଅବସରରେ ସେଠାକାର ବନ୍ଦରରେ…

Read More

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ବିଧାନସଭା ସମ୍ମୁଖରେ ଚାଲିଥିବା ଅହୋରାତ୍ର ଗଣଧାରଣା ବୁଧବାର ତୃତୀୟ ଦିବସରେ ଉପନୀତ। ଗାନ୍ଧୀମାର୍ଗର ଦୃଶ୍ୟ ଯିଏ ଦେଖିବ ମୁହଁରେ ପ୍ରକାଶ କରୁ ବା ନକରୁ ରାଜ୍ୟର ଶିକ୍ଷା ଓ ଶିକ୍ଷକଙ୍କର ପ୍ରକୃତ ମାର୍ମିକ ଛବି ହୃଦୟଙ୍ଗମ କରିପାରିବ। ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ରାଜଧାନୀର ରାଜରାସ୍ତାରେ ବିଦ୍ୟାଳୟର ସ୍ଥାୟିତ୍ୱ ସହିତ ଅନୁଦାନ, ପେନ୍‌ସନ୍ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମାନ ସୁବିଧା ଓ ସୁଯୋଗ ପ୍ରଦାନ ପାଇଁ ବିଧାନସଭାରେ ଏହି ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ତିନି ଦିନ ଧରି ଦିନ ରାତି ଖରାକାକରରେ ବସିରହିଛନ୍ତି। ଭୁବନେଶ୍ୱର ଗାନ୍ଧିମାର୍ଗରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ନିଜ ନିଜ ଅଞ୍ଚଳର ପରିଚାଳନା କମିଟି, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଜନସାଧାରଣଙ୍କ ତରଫରୁ ଆଜି ନ୍ୟାୟ ମାଗୁଛନ୍ତି। କିନ୍ତୁ ଆମ ଦୁର୍ଭାଗ୍ୟ ଯେଉଁ ମାନଙ୍କୁ ଭୋଟ୍ ଦେଇ ସରକାର ଗଢ଼ିବାର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସର ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ଆଜି ମରିସସର ରେଡୁଇଟ୍ ଠାରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ସର୍ଭିସ୍ ଆଣ୍ଡ ଇନୋଭେସନକୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଭାରତ-ମରିସସ୍ ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ପ୍ରକଳ୍ପ ମରିସସରେ ଦକ୍ଷତା ବିକାଶ ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି। ୨୦୧୭ ର ଏକ ବୁଝାମଣାପତ୍ର ଅଧୀନରେ ୪.୭୪ ନିୟୁତ ୟୁଏସ ଡଲାର ଅନୁଦାନ ମାଧ୍ୟମରେ ଏହି ଅତ୍ୟାଧୁନିକ ଅନୁଷ୍ଠାନ ମନ୍ତ୍ରଣାଳୟ, ସରକାରୀ କାର୍ଯ୍ୟାଳୟ, ଅର୍ଦ୍ଧ ସରକାରୀ ସଂସ୍ଥା ଏବଂ ସରକାରୀ ଉଦ୍ୟୋଗ ଗୁଡିକରେ ମରିସସର ପ୍ରଶାସନିକ କର୍ମଚାରୀଙ୍କ ପ୍ରଶିକ୍ଷଣ ଆବଶ୍ୟକତା ପୂରଣ କରିବ। ପ୍ରଶିକ୍ଷଣ ବ୍ୟତୀତ, ଏହି ଅନୁଷ୍ଠାନ ଭାରତ ସହିତ ଗବେଷଣା, ଶାସନ ଅଧ୍ୟୟନ ଏବଂ ବିଭିନ୍ନ ସଂସ୍ଥା ସହିତ ସମ୍ପର୍କକୁ ପ୍ରୋତ୍ସାହିତ କରିବ ଏବଂ ସାଧାରଣ ପ୍ରଶାସନରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଏହି ଅବସରରେ…

Read More

ବାଣପୁର: ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ଵ ପ୍ରଦାନ କରି ଓଡ଼ିଶା ସରକାରଙ୍କ ଦ୍ବାରା ଜାତୀୟ ଶିକ୍ଷା ନୀତି – ୨୦୨୦ କୁ ଆଧାର କରି ଆସନ୍ତା ଶିକ୍ଷା ବର୍ଷରୁ ଆରମ୍ଭ ହେବାକୁ ଯାଉଥିବା ଶିଶୁ ବାଟିକା ଶ୍ରେଣୀର ୫ ରୁ ୬ ବର୍ଷର ଶିଶୁ ମାନଙ୍କୁ କିପରି ବିଦ୍ୟାଳୟ ଶିକ୍ଷାରେ ସାମିଲ କରାଯିବ ତାହାକୁ ଆଧାର କରି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଓ ଗବେଷଣା ପରିଷଦ, ଓଡ଼ିଶା ଦ୍ବାରା ପ୍ରସ୍ତୁତ ଶିଶୁ ବାଟିକା ପ୍ରଶିକ୍ଷଣ ପେଟିକା “ପ୍ରସ୍ତୁତି” କୁ ଆଧାର କରି ବଣପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ , ବାଣପୁର ଠାରେ ୧୧୧ ଜଣ ପ୍ରଶିକ୍ଷାର୍ଥୀ ଙ୍କୁ ନେଇ ତା ୦୭.୦୩.୨୦୨୫ ଠାରୁ ୧୨.୦୩.୨୦୨୫ ରିଖ ପର୍ଯନ୍ତ ପାଞ୍ଚଦିନ ବ୍ୟାପୀ ପ୍ରସ୍ତୁତି ତାଲିମ କାର୍ଯକ୍ରମ କୁ ଆନୁଷ୍ଠାନିକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସି. ଏଚ. ବିଜୟଲକ୍ଷ୍ମୀ ଙ୍କ ଦ୍ଵାରା ଦୁଇଟି…

Read More

ମେଷ: – ଆଜି ଦିନଟି ସ୍ୱାଭାବିକ ହେବ । କଠିନ ପରିଶ୍ରମ ସତ୍ତ୍ବ  କାର୍ଯ୍ୟରେ କୌଣସି ଆଶା କରାଯାଉଥିବା ସଫଳତା ମିଳିବ ନାହିଁ, ଯେଉଁ କାରଣରୁ ମନ ଉଦାସ ହୋଇପାରେ । ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଘରୋଇ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ଚାକିରୀ କିମ୍ବା ବ୍ୟବସାୟରେ ମଧ୍ୟ ସଫଳତା ପାଇଁ ସୁଯୋଗ ମିଳିବ, କିନ୍ତୁ କାର୍ଯ୍ୟଭାରର ଅତ୍ୟଧିକତା ହେତୁ, ଏପରି ସୁଯୋଗ ହାତରୁ ବାହାରିପାରେ । ପରିବାରକୁ ପୂର୍ଣ୍ଣ ସମର୍ଥନ ମିଳିବ ।  ସାଙ୍ଗମାନଙ୍କ ସହିତ ସାକ୍ଷାତ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଭ୍ରମଣରୁ ଦୂରେଇ ରୁହନ୍ତୁ । ବୃଷ : – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ହେବ । କଣ୍ଟିଜେଣ୍ଟ୍ ଲାଭର ରାଶି ମିଳିବ । ଅଧିକ କାର୍ଯ୍ୟ ଭାର ରହିବ ଏବଂ କଠିନ ପରିଶ୍ରମର ପୁରସ୍କାର ମଧ୍ୟ ମିଳିବ । କୌଣସି ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ…

Read More

ମୁମ୍ବାଇ: ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇଠାରେ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ(ୱେଭ୍ସ) ଆୟୋଜନ କରାଯିବ। ଏହାର ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଇଲେକ୍ଟ୍ରୋନିକ ଡ୍ୟାନ୍ସ ମ୍ୟୁଜିକ୍‌ (ଇଡିଏମ୍) ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ‘ରିଜୋନେଟ୍‌: ଦ ଇଡିଏମ ଚାଲେଞ୍ଜ’ ଶୀର୍ଷକ ଏହି ପ୍ରତିଯୋଗିତାରେ ଇଡିଏମ କ୍ଷେତ୍ରର ବିଶ୍ୱସ୍ତରୀୟ ପ୍ରତିଭାମାନେ ଏକତ୍ରିତ ହେବେ । ଏଥିରେ ନବସୃଜନ, ସୃଜନଶୀଳତା ଏବଂ ସଂଗୀତ ପ୍ରଯୋଜନା ଓ ଲାଇଭ୍‌ ପରଫର୍ମାନ୍ସ କ୍ଷେତ୍ରରେ ସହଭାଗିତା ସ୍ଥାନ ପାଇବ। ‘କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ’ର ଅଂଶବିଶେଷ ସ୍ୱରୂପ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଭାରତୀୟ ସଂଗୀତ ଶିଳ୍ପ (ଆଇଏମଆଇ) ଦ୍ୱାରା ମିଳିତ ଭାବେ ଏହି ଚାଲେଞ୍ଜ ଆୟୋଜନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ସଂଗୀତର ମିଶ୍ରଣ ବା ଫ୍ୟୁଜନ୍‌, ଇଲେକ୍ଟ୍ରୋନିକ ମ୍ୟୁଜିକ୍‌ ଏବଂ ଡିଜେ କଳା ପ୍ରଦର୍ଶନର ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବା। ଇଡିଏମ…

Read More

ନୂଆଦିଲ୍ଲୀ: ବେଆଇନ ଗତିବିଧି (ନିବାରଣ) ଆଇନ (ୟୁଏପିଏ) 1967ର ଧାରା 3 (1) ଆଧାରରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀର ଇତ୍ତିହାଦୁଲ ମୁସଲିମିନ (ଜେକେଆଇଏମ) ଏବଂ ଅୱାମୀ ଆକ୍ସନ୍ କମିଟି (ଏଏସି)କୁ 5 ବର୍ଷ ପାଇଁ ବେଆଇନ ସଙ୍ଗଠନ ଭାବରେ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ, ଏହି ସଂଗଠନଗୁଡ଼ିକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବ୍ୟାଘାତ କରିବା ଏବଂ ଭାରତର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କୁ ଉତ୍ତେଜିତ କରୁଥିବା ଭଳି କାର୍ଯ୍ୟରେ ଲିପ୍ତ ରହିଥିବା ଜଣାପଡ଼ିଥିଲା। ଦେଶର ଶାନ୍ତି, ଆଇନ ଏବଂ ସାର୍ବଭୌମତ୍ୱ ବିରୋଧୀ ଗତିବିଧିରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ମୋଦୀ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ‘ଜାମ୍ମୁ କାଶ୍ମୀର ଇତ୍ତିହାଦୁଲ ମୁସଲିମିନ’ (ଜେକେଆଇଏମ) ଏବଂ ‘ଆୱାମୀ ଆକ୍ସନ କମିଟି’ (ଏଏସି)ର ସଦସ୍ୟମାନେ ଲୋକଙ୍କ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଉତ୍ତର-ପୂର୍ବ ଛାତ୍ର ଏବଂ ଯୁବ ସଂସଦରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆନ୍ତଃରାଜ୍ୟ ଛାତ୍ର ବିନିମୟ ଅଭିଜ୍ଞତା (ଏସ୍ଇଆଇଏଲ୍) ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉତ୍ତର-ପୂର୍ବାଞ୍ଚଳକୁ ଭାରତୀୟ ସଂସ୍କୃତିର ଏକ ଅମୂଲ୍ୟ ରତ୍ନ ବୋଲି ବର୍ଣ୍ଣନା କରିଥିଲେ, ଯାହା ଐତିହ୍ୟରେ ସମୃଦ୍ଧ, ଯାହା ଭାରତର ସାଂସ୍କୃତିକ ଢାଞ୍ଚାକୁ ବୃଦ୍ଧି କରିଥାଏ। ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ଲାଗି, ବିଶେଷକରି ପର୍ଯ୍ୟଟନ ଦୃଷ୍ଟିକୋଣରୁ, ଏହି କ୍ଷେତ୍ରର ଅପାର ସମ୍ଭାବନା ଉପରେ ସେ ଆଲୋକପାତ କରିଥିଲେ। ସେ ମଧ୍ୟ ଉତ୍ତର-ପୂର୍ବାଞ୍ଚଳର ଯୁବକମାନଙ୍କୁ ଭାରତରେ ସର୍ବାଧିକ ବୁଦ୍ଧିମତା ପାଇଁ ପ୍ରଶଂସା କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଏହି ଅଞ୍ଚଳରେ କେତେକ ପରିଶ୍ରମୀ ଜନଜାତି ବାସ କରନ୍ତି। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ଉତ୍ତର-ପୂର୍ବ ହେଉଛି ବିବିଧତାର ଭୂମି, ଯେଉଁଥିରେ ୨୨୦…

Read More

ଭୁବନେଶ୍ଵର: ରାଜ୍ୟ ପୋଲିସର ସଫଳ କ୍ରୀଡ଼ାବିତମାନେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଡିଜିପି ଶ୍ରୀ ଖୁରାନିଆ ପଦକ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଖେଳାଳିଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତା ନିମନ୍ତେ ଭୂୟସୀ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହୋଇଥିବା ୨୪ତମ ସର୍ବଭାରତୀୟ ପୁଲିସ ଜଳକ୍ରୀଡ଼ା ଚାମ୍ପିୟନଶିପ୍ ୨୦୨୪-୨୫ରେ ଓଡ଼ିଶା ପୋଲିସକୁ ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀମାନେ ବିଭିନ୍ନ ପ୍ରତିଯୋଗିତାରେ ୫ଟି ସ୍ୱର୍ଣ୍ଣ ପଦକ, ୧ ଟି ରୌପ୍ୟ ପଦକ, ୪ଟି କାଂସ୍ୟ ପଦକ ଜିତି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ଏହା ସହ ତ୍ରିପୁରା ଠାରେ ଆୟୋଜିତ ହୋଇଥିବା ୭୩ ତମ ସର୍ବ ଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍ ରେ ଓଡ଼ିଶା ପୋଲିସ ମହିଳା ଫୁଟବଲ ଟିମ ବ୍ରୋଞ୍ଜ ପଦକ ହାସଲ କରିଥିଲା । ସେହିପରି…

Read More

ଖୋର୍ଦ୍ଧା: ମଙ୍ଗଳବାର ଓସ୍ୱ।ନ ସମ୍ମିଳନୀ କକ୍ଷରେ ଅପରାହ୍ନ ୪.୩୦ ମିନିଟ ସମୟରେ ୨ୟ ପର୍ଯ୍ୟାୟରେ ଅଯୋଧ୍ୟା -ବାରାଣାସି ଅଭିମୁଖେ ଯାତ୍ରା ପାଇଁ କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇଛି। ପ୍ରାରମ୍ଭରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ ଚଳିତ ମାର୍ଚ୍ଚ ୧୯ ତାରିଖ ରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ତୀର୍ଥଯାତ୍ରୀ ସହ ୫ ଜଣ ସୁରକ୍ଷା ସେବା ଅଧିକାରୀଙ୍କୁ ନେଇ କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଢେ଼ଙ୍କାନାଳକୁ ନେଇ ୬ ଗୋଟି ଜିଲ୍ଲାର ୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିବାର ସୁଚନା ପ୍ରଦାନ କରିଥିଲେ। ଏଥି ନିମନ୍ତେ ୬ ଗୋଟି ଜିଲ୍ଲାର ୨୫ ଜଣ ସୁରକ୍ଷା ସେବା ଅଧିକାରୀ ତୀର୍ଥ ଯାତ୍ରୀ ମାନଙ୍କ ଯତ୍ନ ନେବା ନିମନ୍ତେ ନିଯୁକ୍ତ କରାଯାଇଛି। ଏହି ୬ ଗୋଟି ଜିଲ୍ଲାର ସମସ୍ତ ତୀର୍ଥ ଯାତ୍ରୀ ମାନେ ଭୁବନେଶ୍ୱର ସଦର ମହକୁମାରେ…

Read More

ମେଷ- ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ ପରିଶ୍ରମ କରିବେ। ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ । ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ ଅସୁବିଧାଜନକ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ କିସିଣ୍ଡା ନିକଟ ଖଳାଶୁଣି ବନ୍ୟପ୍ରାଣୀ ବନାଞ୍ଚଳ, ବାମରା ବନ୍ୟପ୍ରାଣୀ ବନଖଣ୍ଡ ଖଳାଶୁଣୀ ଅଭୟାରଣ୍ୟ ଅଂଚଳରୁ ଜନ୍ତୁ ଶିକାର ଅଭିଯୋଗରେ ବନବିଭାଗ ଗଏଲମୁଣ୍ଡି ଗ୍ରାମରେ ଚଢଉ କରି ଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ଗ୍ରାମ ପଂଚାୟତ ଗଏଲମୁଣ୍ଡି ଗ୍ରାମରେ କିଛି ଶିକାରୀ ଜନ୍ତୁ ଶିକାର କରି ରାଜ କୁମାରଙ୍କ ଘରେ ରଖି ଥିବାର ବନ ବିଭାଗ ଖବର ପାଇ ଚଢ଼ାଉ କରିଥିଲା। ହେଲେ ଚଢ଼ାଉ କରିଵା ପୂର୍ବରୁ ଶିକାରୀମାନେ ବନ ବିଭାଗକୁ ଚକମା ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲେ। ଗଏଲମୁଣ୍ଡି ଗ୍ରାମର ରାଜ କୁମାରଙ୍କ ଘରୁ ବନବିଭାଗ ଗୋଟିଏ ଝିଙ୍କ, ଗୁରାଣ୍ଡି, ସମ୍ବର ଶିଙ୍ଘ ୨ଟି, ଝିଙ୍କି କାଠି ୨ ବଂଡଲ, ମୟୁର ଝାଲୀ ୨ ବଂଡଲ, ବନ୍ଧୁକ ଗୋଟିଏ, ଅଫୁଟା ଗୁଳି ୧୫, ଛଲରା ଗୁଳି ୭୬, ଫାସ ୧୦ ବଂଡଲ ଓ ବାଟୁଳି…

Read More

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ୧୧ତମ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ମଙ୍ଗଳବାର ଦିନ ମହାବିଦ୍ୟାଳୟର ସଭାଗୃହରେ ପାଳିତ ହୋଇଯାଇଛି। ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି ସଭାପତି ଦାୟିତ୍ବ ତୁଲାଇଥିବା ବେଳେ, +୨ ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଝରଣା ନାଥ ଅତିଥି ମାନଙ୍କୁ ସ୍ବାଗତ କରି ଶାସ୍ତ୍ରୀୟ ଭାଷାର ଲକ୍ଷଣ, ପ୍ରାଚୀନତା ଓ ଶାସ୍ତ୍ରୀୟ ଭାଷା ଦିବସର ମହତ୍ତ୍ଵ ସଂପର୍କରେ ନିଜର ମତ ଉପସ୍ଥାପନ କରି ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିଥିଲେ। ଅଧ୍ୟାପକ ଧୋବି ଚରଣ ପରିଡ଼ା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ. ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ମଞ୍ଚ ସଂଚାଳନ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଶ୍ରୀଚନ୍ଦନ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସର ଯଥାର୍ଥତାକୁ ଉପସ୍ଥାପନା କରିଥିଲେ।ସଭାର ସଭାପତି ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି…

Read More