Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ସମୁଦାୟ ନିକଟରେ ଓ୍ୱେଭ୍ସ ସମ୍ମିଳନୀର ବାର୍ତ୍ତା ପହଞ୍ଚାଇବେ ଭାରତ ସରକାର
ଆଜିର ଖବର

ବିଶ୍ୱ ସମୁଦାୟ ନିକଟରେ ଓ୍ୱେଭ୍ସ ସମ୍ମିଳନୀର ବାର୍ତ୍ତା ପହଞ୍ଚାଇବେ ଭାରତ ସରକାର

March 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭାରତ ସରକାର ବିଶ୍ୱ ସମୁଦାୟ ନିକଟରେ ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ଓ୍ୱେଭ୍ସ)ର ବାର୍ତ୍ତା ପହଞ୍ଚାଇବାକୁ ଚାହୁଁଛନ୍ତି। ଏଥିପାଇଁ ଆଜି ଅର୍ଥାତ୍‌ ୧୩ ମାର୍ଚ୍ଚ ୨୦୨୫ ଅପରାହ୍ନ ସାଢ଼େ ୪ଟାରେ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନ ଠାରେ ଏକ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ଲୋକସମ୍ପର୍କ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଆସନ୍ତା ୨ ମଇ ୨୦୨୫ରେ ମୁମ୍ବାଇରେ ପ୍ରଥମ ଓ୍ୱେଭ୍ସ ଘୋଷଣାନାମା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଗଣମାଧ୍ୟମ ବିତର୍କରେ ବିଭିନ୍ନ ସରକାରଙ୍କ ଭାଗିଦାରୀ ପାଇଁ ଆମନ୍ତ୍ରଣ କରିବା।

କେନ୍ଦ୍ର ବିଦେଶ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର, କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଓ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ ମୁରୁଗନଙ୍କ ସମେତ ଆୟୋଜକ ରାଜ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ ଏହି ଲୋକସମ୍ପର୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ପାଇଁ ଏକ ସମନ୍ୱିତ ବିଶ୍ୱସ୍ତରୀୟ ମଞ୍ଚ ଭାବେ ୱେଭ୍ସର ପରିବର୍ତ୍ତନଶୀଳ ସମ୍ଭାବନା ଉପରେ ସେମାନେ ଆଲୋକପାତ କରିବେ।

ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ଯୋଗଦେବେ ଏବଂ ଏଥିରେ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ସମନ୍ୱିତ ଆଭିମୁଖ୍ୟ ପାଇଁ ସୁଯୋଗର ରୂପରେଖ ପ୍ରଦାନ କରାଯିବ।

୨ ମଇ ୨୦୨୫ରେ ମୁମ୍ବାଇଠାରେ ୱେଭ୍ସ ୨୦୨୫ର ଅଂଶବିଶେଷ ଭାବେ ଆୟୋଜିତ ହେବାକୁ ଥିବା ବିଶ୍ୱ ଗଣମାଧ୍ୟମ ବିତର୍କର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରର ନେତା, ନୀତି ନିର୍ମାତା, ଉଦ୍ୟୋଗ ଅଂଶୀଦାର, ମିଡିଆ ପେସାଦାର ଓ କଳାକାରମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା, ଯାହାଦ୍ୱାରା ସେମାନେ ସୃଜନଶୀଳ ଏବଂ ଗତିଶୀଳ ବିତର୍କରେ ସାମିଲ ହୋଇପାରିବେ। ଏହାର ଉଦ୍ଦେଶ୍ୟ ହେଉଛି ଅନ୍ତର୍ଜାତୀୟ ସହଯୋଗ, ବୈଷୟିକ ନବସୃଜନ ଏବଂ ନୈତିକ ପ୍ରଥା ଉପରେ ଧ୍ୟାନ କେନ୍ଦ୍ରିତ କରି ଅଡିଓ-ଭିଜୁଆଲ ଏବଂ ମନୋରଞ୍ଜନ କ୍ଷେତ୍ରର ଭବିଷ୍ୟତକୁ ଆକାର ଦେବା।

ବିତର୍କର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ନିରପେକ୍ଷ ଓ ପାରଦର୍ଶୀ ବିକାଶକୁ ସୁନିଶ୍ଚିତ କରିବା ନିମନ୍ତେ ଦେଶଗୁଡ଼ିକ ମଧ୍ୟରେ ଖୋଲା ବିତର୍କ ଏବଂ ସହଯୋଗକୁ ପ୍ରୋତ୍ସାହନ ଦେବା। ବିଶ୍ୱସ୍ତରରେ ସୌହାର୍ଦ୍ଦ୍ୟ ବୃଦ୍ଧି ଉଦ୍ଦେଶ୍ୟରେ, ୱେଭ୍ସ ତତ୍ତ୍ୱାବଧାନରେ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ସବୁ ରାଷ୍ଟ୍ରଙ୍କ ପାଇଁ ସମାନ ସୁଯୋଗ ଏବଂ ଚିନ୍ତା ଉପରେ ମଧ୍ୟ ଏହି ବିତର୍କରେ ଆଲୋଚନା କରାଯିବ।

ୱେଭସ୍ ହେଉଛି ଏକ ପ୍ରମୁଖ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଯାହା ସମଗ୍ର ଗଣମାଧ୍ୟମ ଓ ମନୋରଞ୍ଜନ (ଏମ୍ ଆଣ୍ଡ ଇ) କ୍ଷେତ୍ରକୁ ଏକାଠି କରି ୧ ରୁ ୪ ମଇ ୨୦୨୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁମ୍ବାଇରେ ଆୟୋଜନ କରାଯିବ। ଏହାର ଲକ୍ଷ୍ୟ ହେଉଛି ଭାରତର ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବା ଏବଂ ବିଶ୍ୱ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପକୁ ଭାରତୀୟ ବଜାର ସହିତ ଯୋଡ଼ିବା ତଥା ଅଭିବୃଦ୍ଧି, ସହଯୋଗ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା। ୱେଭ୍ସ ଗଣମାଧ୍ୟମ ଓ ମନୋରଞ୍ଜନ ଉଦ୍ୟୋଗ ପାଇଁ ଏକ ବିଶ୍ୱସ୍ତରୀୟ ସମନ୍ୱୟ ଶିଖର ସମ୍ମିଳନୀ ହେବ।

ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 7, 2026

ଅଗଷ୍ଟ ୧୦ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 7, 2026

ବରଗଡ଼ ସିମେଣ୍ଟ ୱାର୍କ୍ସର ଶ୍ରମିକଙ୍କ ପାଇଁ ବଡ଼ ସଫଳତା: ୨୬.୮୧ କୋଟିର ଲାଭ

August 7, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର-ବଲାଙ୍ଗୀର ସେକ୍ସନ ନିରୀକ୍ଷଣ

August 7, 2026
Latest News

ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 7, 2026

ଅଗଷ୍ଟ ୧୦ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 7, 2026

ବରଗଡ଼ ସିମେଣ୍ଟ ୱାର୍କ୍ସର ଶ୍ରମିକଙ୍କ ପାଇଁ ବଡ଼ ସଫଳତା: ୨୬.୮୧ କୋଟିର ଲାଭ

August 7, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର-ବଲାଙ୍ଗୀର ସେକ୍ସନ ନିରୀକ୍ଷଣ

August 7, 2026

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.