Author: SM Network

କେନ୍ଦ୍ରାପଡ଼ା: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ନାନୋ ୟୁନିକର୍ନ୍ ଯୋଜନାର ସଫଳତା ନିମନ୍ତେ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡ଼ା ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ନାନୋ ୟୁନିକର୍ନ୍ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ଉଦ୍ୟୋଗତା ରୂପେ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଏକ ଦଶ ଦିନିଆ ତାଲିମ ପ୍ରଦାନ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଯୋଜନା ନିମନ୍ତେ ଅନଲାଇନ ମାଧ୍ୟମରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ଆବେଦନ କରିଥିଲେ ଏବଂ ଅଧିକୃତ କମିଟି ଦ୍ଵାରା ଉପଯୁକ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଚୟନ କରାଯାଇ ତା ୦୪.୦୩.୨୦୨୫ ରିଖ ଠାରୁ ତା ୧୩.୦୩.୨୦୨୫ ରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଏବଂ ଟାଟା ଷ୍ଟ୍ରାଇଭ୍ ଅଧିକାରୀ ମାନଙ୍କ ଦ୍ଵାରା ତାଲିମ ପ୍ରଦାନ କରାଯାଇଥିଲା। ଏହି…

Read More

ବ୍ରହ୍ମପୁର (କୈଳାଶ ଚାନ୍ଦ ର୍ଚୌଧୁରୀ): ଭାରସାମ୍ୟ ହରାଇ କଳିଙ୍ଗା ଘାଟିରେ ଖମ୍ବେଶ୍ୱରୀ ବସ୍ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଓଲଟି ପଡ଼ିଛି। ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତ ଯାତ୍ରୀ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ବସ୍ ଟି ୧୭ ଜଣ ଯାତ୍ରୀଙ୍କୁ ନେଇ ରାୟପୁରରୁ ବ୍ରହ୍ମପୁର ଆସୁଥିବା ବେଳେ ଉକ୍ତ ଘାଟିର ଗୋଲେଇ ରାସ୍ତାରେ ଡ଼୍ରାଇଭର ଭାରସାମ୍ୟ ହରାଇବାରୁ ରାସ୍ତା ଉପରେ ଓଲଟି ଘାଟି ପାର୍ଶ୍ଵରେ ଥିବା ପଥର କାନ୍ଥରେ ପିଟି ହୋଇଯାଇଥିଲା। ଖବର ପାଇ ଦୁର୍ଗା ପ୍ରସାଦ ଓ କଳିଙ୍ଗା ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ପଠାଇ ପୋଲିସକୁ ସୁଚନା ଦେଇଥିଲେ। ଖବର ପାଇ ଭଞ୍ଜନଗର ଓ ଜି ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Read More

ବାଣପୁର: ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୯ ତାରିଖରେ ଅନୁଷ୍ଠିତ ହେବ।  ଏହି ପରିପ୍ରେକ୍ଷୀରେ ଚଳଚଞ୍ଚଳ ହୋଇଉଠିଛନ୍ତି ରାଜ୍ୟର ସମସ୍ତ ଓକିଲ ସଂଘ। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘ ର ଚଳିତ ବର୍ଷ ନିର୍ବାଚନ ପାଇଁ ସମୁଦାୟ ୧୩ ଜଣ ପ୍ରାର୍ଥୀ ନିର୍ବାଚନ ରଣଙ୍ଗନାରେ ଅବତୀର୍ଣ୍ଣ ହୋଇଛନ୍ତି। ସଭାପତି, ସମ୍ପାଦକ, ଉପ ସଭାପତି ଓ ସହ ସମ୍ପାଦକ ପଦବୀ ପାଇଁ ଦୁଇ ଦୁଇ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ କାର୍ଯ୍ୟକାରୀ ସମିତି ସଦସ୍ୟ ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସଭାପତି ପଦବୀ ପାଇଁ ବୃନ୍ଦାବନ ପ୍ରଧାନ ଓ ଦେବି ପ୍ରସାଦ ସାମନ୍ତରାୟ, ଉପ ସଭାପତି ପଦବୀ ପାଇଁ ପଦ୍ମଜା ପଟ୍ଟନାୟକ ଓ ଶ୍ରୀନିବାସ ରାଓ , ସମ୍ପାଦକ ପଦବୀ ପାଇଁ ଗୟାଚନ୍ଦ ଜଗଦୀଶ ପଟ୍ଟନାୟକ ଓ ଜଗନ୍ନାଥ ଭୋଳ, ସହ ସମ୍ପାଦକ ପଦବୀ ପାଇଁ ବିଭୁତି ଭୂଷଣ ନାୟକ…

Read More

କଟକ: ଆସନ୍ତା ଏପ୍ରିଲ ୦୭ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ – ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି।  ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଚାମ୍ପିୟନସିପକୁ ଶୃଙ୍ଖଳିତ, ସୁପରିଚାଳନା ସମେତ ବ୍ୟାପକ ବନ୍ଦୋବସ୍ତର ଆୟୋଜନ ସଂକ୍ରାନ୍ତରେ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚାମ୍ପିୟନସିପରେ ଦେଶର ବିଭିନ୍ନ ରାଜ୍ୟର ୨୭ଟି ପୁରୁଷ ଏବଂ ୧୦ ଟି ମହିଳା ପୋଲିସ ଟିମ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହା ସହ  ବହୁ ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷ  ଯୋଗ ଦେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଖେଳାଳି ଓ ଅତିଥିଙ୍କ ନିମନ୍ତେ…

Read More

ଯାଜପୁର: ଯାଜପୁର ଜିଲ୍ଲା ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସର ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଙ୍କ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ବୃହତ୍ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଯାଜପୁର ପୌର ଅଧକ୍ଷା ରଞ୍ଜୁଲତା ହୋତା, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାୟକ, ଯୋଗ ଦେଇ ଏହି ନିଯୁକ୍ତି ମେଳା ରେ ଉପସ୍ଥିତ ଥିବା ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ମାନଙ୍କୁ ମାର୍ଗ ଦର୍ଶନ ତଥା ଉତ୍ସାହିତ କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାର ର ପ୍ରତିଷ୍ଠିତ ପ୍ରାୟ ୫୦ ଗୋଟି ବେସରକାରୀ ସଂସ୍ଥା ର ନିଯୁକ୍ତିଦାତା ଙ୍କ ସମେତ ୧୫ ଟି ଦକ୍ଷତା ବିକାଶ ତାଲିମ୍ ପ୍ରଦାନକାରୀ ସଂସ୍ଥା…

Read More

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଅଟେ। ଜିଲ୍ଲାରେ ଧାନ ମୁଖ୍ୟ ଫସଲ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ କ୍ଷୁଦ୍ର ଶସ୍ୟ ଚାଷ ପାଇଁ ଅନେକ ପ୍ରୋତ୍ସାହନ ଦିଆଯାଉଛି। ତେଣୁ ଚଳିତ ବର୍ଷ ଜିଲ୍ଲାର ୨୬୩୪ ଜଣ ଚାଷୀଙ୍କ ଠାରୁ ୨୦ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଅଛି। ସମଗ୍ର ରାଜ୍ୟରେ ମାଣ୍ଡିଆ ଚାଷ ସଂଗ୍ରହ ତାଲିକାକୁ ଅନୁଧ୍ୟାନ କରା ଗଲେ ନୂଆପଡ଼ା ଜିଲ୍ଲା ସର୍ବାଧିକ ମାଣ୍ଡିଆ ସଂଗ୍ରହ ଜିଲ୍ଲା ରୂପେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଅଛି। ଜିଲ୍ଲାରେ ଥିବା ଉଚ୍ଚ ଜମି ଏବଂ ଅଳ୍ପ ଜଳ ରେ ଜମି ସେଚିତ ହୋଇ ମାଣ୍ଡିଆ ଅମଳକ୍ଷମ ହୋଇଥିବା ବେଳେ ମାଣ୍ଡିଆ ସଂଗ୍ରହରେ ନୂଆପଡ଼ା ଜିଲ୍ଳା ସର୍ବାଧିକ ସଂଗ୍ରହ କରିପାରିଛି। ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ମାଣ୍ଡିଆ ସଂଗ୍ରହ ମଣ୍ଡିକୁ ଉଦ୍ଘାଟନ କରିଥିବା ବେଳେ ଧାନ ର ବିକଳ୍ପ ଚାଷ…

Read More

ନୂଆଦିଲ୍ଲୀ: ଅସାଧାରଣ ଆନିମେସନ ପ୍ରତିଭାଙ୍କୁ ସୁଯୋଗ ଦେବ ୱେଭ୍ସ ୨୦୨୫। ୱେଭ୍ସ ସମ୍ମିଳନୀ ଅଧୀନରେ ଆନିମେସନ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡ ପାଇଁ ୭୮ ଜଣ ନିର୍ମାତା ମନୋନିତ ହୋଇଛନ୍ତି। ଡାନ୍ସିଂ ଆଟମର ସହଭାଗିତାରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ ସିଜନ୍‌-୧ ଅଧୀନରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଏହାର ଆୟୋଜନ କରାଯାଇଥିଲା। ମୁଖ୍ୟତଃ ପାଞ୍ଚଟି ବର୍ଗ : ଆନିମେସନ, ଏଆର (ଅଗମେଣ୍ଟେଡ୍‌ ରିଅଲିଟି), ଭିଆର୍‌(ଭର୍ଚୁଆଲ୍‌ ରିଅଲିଟି), ଭର୍ଚୁଆଲ ପ୍ରଡକ୍ସନ ଏବଂ ଭିଜୁଆଲ ଇଫେକ୍ଟକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଶ୍ୱର ବିଶିଷ୍ଟ ବିଚାରକମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ମୌଳିକତା, ବର୍ଣ୍ଣନାତ୍ମକ ଶକ୍ତି, ମନୋରଞ୍ଜନ ମୂଲ୍ୟ, ବଜାର ଅପିଲ, ଦର୍ଶକଙ୍କ ସମ୍ପୃକ୍ତି ଏବଂ ବୈଷୟିକ କାର୍ଯ୍ୟକାରିତା ସମେତ ବିଭିନ୍ନ ମାନଦଣ୍ଡକୁ ଆଧାର କରି ଚଳଚ୍ଚିତ୍ର ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲା। ବିଚାରକ ମଣ୍ଡଳୀରେ ମନୋରଞ୍ଜନ ବିପଣନ…

Read More

ନୂଆଦିଲ୍ଲୀ: ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ୍ କୈଥକୋଲାଠାରୁ ୧୨୫ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ୨୦୨୫ ମାର୍ଚ୍ଚ ୧୧ ତାରିଖରେ ପାରାଦୀପରେ ପହଞ୍ଚିଥିଲା। ଉପକୂଳ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ଗୋଷ୍ଠୀ ନିୟୋଜନ ପାଇଁ ମିଳିତ ପ୍ରତିଶ୍ରୁତିକୁ ସୁଦୃଢ଼ କରିବା ସହ ସାଇକେଲ ଚାଳକମାନଙ୍କୁ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହ ସ୍ୱାଗତ କରିଥିଲେ। ମାର୍ଚ୍ଚ ୧୩ ତାରିଖରେ ପାରାଦୀପସ୍ଥିତ ସମୁଦ୍ର କୂଳ ସ୍ମାରକୀରେ ଏକ ଭବ୍ୟ ପତାକା ଉତ୍ତୋଳନ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଡିଆଇଜି/ସିଆଇଏସ୍ଏଫ୍ ଏନଇଜେଡ୍-୩ (ଏମ୍) ଡ. ମହମ୍ମଦ ଶୈକ୍ ଅବଦୁଲ୍ଲା, ପାରାଦୀପ ପୋର୍ଟ ଅଥରିଟି (ପିପିଏ) ଅଧ୍ୟକ୍ଷ ପିଏଲ୍ ହରନାଥ, ପିପିଏର ଉପାଧ୍ୟକ୍ଷ ଶ୍ରୀ ନୀଳଭ୍ର ଦାସଗୁପ୍ତା, ଡିଆଇଜି/କୋଷ୍ଟଗାର୍ଡ ଶ୍ରୀ ସଞ୍ଜୟ ନେଗି, ପାରାଦୀପ ଡିଏସପି ଶ୍ରୀ ସ୍ମୃତି ରଞ୍ଜନ କର, ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପରମ ଜ୍ୟୋତି କଳା କ୍ଷେତ୍ର ପକ୍ଷରୁ ଓଡ଼ିଶୀ, ଭାରତ ନାଟ୍ୟମ୍ ଭଳି ଆକର୍ଷଣୀୟ ସାଂସ୍କୃତିକ…

Read More

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ ଅବସରରେ ଯୋଗ ମହୋତ୍ସବ-୨୦୨୫କୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଆଜି ଦିଲ୍ଲୀ ଠାରେ ଉଦଘାଟନ କରିଛନ୍ତି। ଆଇଡିୱାଇର ୧୧ଶ ସଂସ୍କରଣ ଅବସରରେ ପ୍ରତାପ ରାଓ ଯାଦବ ଯୋଗ କ୍ଷେତ୍ରରେ ଭାରତର ବିଶ୍ୱ ନେତୃତ୍ୱକୁ ସୁଦୃଢ଼ କରିବା ପାଇଁ ୧୦ଟି ଅନନ୍ୟ ଦସ୍ତଖତ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପଦ୍ମଭୂଷଣ ଡ. ଡି ବୀରେନ୍ଦ୍ର ହେଗଡେ, ସାଂସଦ, ଧର୍ମାଧିକାରୀ, ଶ୍ରୀକ୍ଷେତ୍ର ଧର୍ମସ୍ଥଳ, ବରିଷ୍ଠ ସରକାରୀ ଅଧିକାରୀ, ବିଶିଷ୍ଟ ଯୋଗଗୁରୁ, ବୈଜ୍ଞାନିକ ଓ ପଣ୍ଡିତମାନେ ଉପସ୍ଥିତ ଥିଲେ। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଆଇଡିୱାଇର ନୋଡାଲ ମନ୍ତ୍ରଣାଳୟ ଭାବରେ ଆଇଡିୱାଇର ୧୦ଟି ସଫଳ ସଂସ୍କରଣ ଆୟୋଜନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି, ଯାହା ବହୁତ ଉତ୍ସାହ ଏବଂ ବିଶ୍ୱବ୍ୟାପୀ ସମର୍ଥନ ପାଇଛି। ଏହି ଅବସର ପରେ ଚଳିତ ବର୍ଷ…

Read More

ଡ. ଫକୀର ମୋହନ ନାହାକ ‘କେବଳ ଉତ୍କଳୀୟ ଜନଜୀବନ ନୁହେଁ, ପୂର୍ବଭାରତର ବଙ୍ଗ, ଆସାମ, ମଣିପୁର, ତ୍ରିପୁରା ଆଦି ଅଞ୍ଚଳରେ ଶ୍ରୀକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କ ଅନୁଗାମୀ ଅନେକ । ଦୋଳପୂର୍ଣ୍ଣିମାରେ ଧରାବତରଣ କରିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ । ରାହୁଗ୍ରସ୍ତେ ଜଡ଼ ଶଶଧରେ ଫାଲଗୁନେ ପୂର୍ଣ୍ଣିମାୟାଂ , ଗୌଡ଼େଶାକେ ମନୁଶତମିତେ ସପ୍ତବର୍ଷାଧିକେ ଯଃ ମାୟାପୁର୍ଯ୍ୟାଂ ସମଜନୀ ଶଚୀ ଗର୍ଭସିନ୍ଧୌ ପ୍ରଦୋଷେ, ତଂ ଚିଚ୍ଛକ୍ତି ପ୍ରକଟିତ ତନୁଂ ମିଶ୍ରସୂନୁଂ ସ୍ମରାମି ।।    ଫାଲଗୁନ ପୂର୍ଣ୍ଣିମାର ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ କାଳରେ ଗୌଡ଼ୀୟ ଶକାବ୍ଦ 1407 ବା 1485 ଖ୍ରୀଷ୍ଟାବ୍ଦରେ ନଦୀୟା ଜିଲ୍ଲାର ମାୟାପୁରୀରେ ଶଚୀଦେବୀଙ୍କ ଗର୍ଭରୂପକ ସିନ୍ଧୁରୁ ସନ୍ଧ୍ୟାକାଳରେ ମିଶ୍ରପୁତ୍ର ଶ୍ରୀଚୈତନ୍ୟ ନିଜ ଶରୀରକୁ ପ୍ରକଟ କଲେ । ସେହି ସଚ୍ଚିଦାନନ୍ଦ ସ୍ୱରୂପ ଶ୍ରୀଚୈତନ୍ୟଙ୍କୁ ଆମ୍ଭେ ସ୍ମରଣ କରୁଛୁ। ସେହି ଶ୍ରୀଚୈତନ୍ୟ ଥିଲେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ। ନଦୀୟା ନବଦ୍ୱୀପରୁ ହରିନାମ ସଂକୀର୍ତ୍ତନ କରି 1510 ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ର ଆସିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ। ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ…

Read More

ନୂଆଦିଲ୍ଲୀ: ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ବୃଦ୍ଧି କରିବା ଲାଗି ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଭାରତ ସରକାର ‘ୱେଭସ୍ 2025’ ଉପରେ ଏକ ଉଚ୍ଚସ୍ତରୀୟ ଅଧିବେଶନ ଆୟୋଜନ କରିଛନ୍ତି। ଏହା ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ସୁଷମା ସ୍ୱରାଜ ଭବନରେ ଆୟୋଜିତ ହୋଇଥିଲା। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆସନ୍ତା ମଇ 1ରୁ 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଅଡିଓ ଭିଜୁଆଲ୍ ଓ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) 2025ରେ ଅନ୍ତର୍ଜାତୀୟ ସମୁଦାୟକୁ ସାମିଲ କରିବାର ପ୍ରୟାସ ସ୍ୱରୂପ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର, କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ, ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଶାସନ…

Read More

ଭୁବନେଶ୍ୱର: ସିଏସ୍‍ଆଇଆର୍‍ ନିଜର ପରୀକ୍ଷାଗାର ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ- ଆଇଏମ୍‍ଏମ୍‍ଟି ମାଧ୍ୟମରେ ଅଷ୍ଟ୍ରେଲିଆର ଜାତୀୟ ବିଜ୍ଞାନ ସଂସ୍ଥା- ସିଏସ୍‍ଆଇଆର୍‍ଓ ସହିତ ଗବେଷଣା ଏବଂ ବିକାଶ ପାଇଁ ଚୁକ୍ତିବଦ୍ଧ ହୋଇଛି। ଏହାଦ୍ୱାରା ଭାରତରୁ ଖନନ ହେଉଥିବା ଟାଇଟାନିୟମ୍ ଏବଂ ଭାନାଡିୟମ୍-ବାହକ ଟାଇଟାନିୟମ୍ ଖଣିଜ ପଦାର୍ଥରୁ ଟାଇଟାନିୟମ୍ ଡାଇଅକ୍ସାଇଡ୍ ପ୍ରସ୍ତୁତ ଲାଗି ଗବେଷଣା ହେବ। ଆଇଏମ୍‍ଏମ୍‍ଟିଠାରେ ଥିବା ଡ. ଆର୍‍ପି ଦାସ୍‍  ସେଣ୍ଟର ଫର ହାଇଡ୍ରୋ, ବାୟୋ ଆଣ୍ଡ ଇଲେକ୍ଟ୍ରୋମେଟାଲର୍ଜି ଠାରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି। ଏହି ଅବସରରେ ଆଇଏମ୍‍ଏସ୍‍ଟି ନିର୍ଦ୍ଦେଶକ ଡ, ରାମାନୁଜ ନାରାୟଣ ଦେଶର ଜଟିଳ ଖଣିଜ ମିଶନ  ଅଧୀନରେ ଜଟିଳ ଖଣିଜର ବିଶୋଧନ, ପ୍ରକ୍ରିୟାକରଣ ଏବଂ ପୁନରୁଦ୍ଧାର ଲାଗି ଆଗକୁ ଏପରି ଅନେକ ସହଭାଗୀ ବୁଝାମଣା ହେବାକୁ ଯାଉଥିବା ସୂଚନା ଦେଇଛନ୍ତି। ଯାହାଦ୍ୱାରା ଏପରି ଜଟିଳ ଖଣିଜଗୁଡ଼ିକର ଦୀର୍ଘକାଳୀନ ପରିପୂରକ ଯୋଗାଣ ସୁନିଶ୍ଚିତ କରାଯାଇପାରିବ। ସିଏସ୍‍ଆଇଆର୍‍ଓର  ପ୍ରମୁଖ ଗବେଷଣା ବୈଜ୍ଞାନିକ ଡକ୍ଟର ଗୌତମ କୁମାର ଦାସ,…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଭର୍ଚୁଆଲ ମାଧ୍ୟମରେ ଗୁଜରାଟର ଅହମ୍ମଦାବାଦରେ ୧୪୬ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଏକ ଆନନ୍ଦମୟ ଶୁଭ ହୋଲି ପର୍ବର ଶୁଭକାମନା ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଆଜି ତିନୋଟି ପ୍ରକଳ୍ପର ଇ-ଉଦଘାଟନ କରାଯାଉଛି। ଗୋଟିଏ ପ୍ରମୁଖ ବିକାଶ ହେଉଛି ସାନନ୍ଦ-ଚେଖଲା-କାଡ଼ି ରୋଡରେ ଅହମ୍ମଦାବାଦ-ବିରାମଗାମ ରେଳ ଟ୍ରାକ୍ ଉପରେ ପ୍ରାୟ ୧ କିଲୋମିଟର ଲମ୍ବ ରେଳ ଓଭରବ୍ରିଜ୍ ନିର୍ମାଣ, ଯେଉଁଥିରେ ୬୦ କୋଟି ଟଙ୍କା ବିନିଯୋଗ ହୋଇଛି। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ଓଭରବ୍ରିଜ୍ ସମ୍ପୂର୍ଣ୍ଣ ହେବା ପରେ, ଏହା ସ୍ଥାନୀୟ ବାସିନ୍ଦାଙ୍କ ଦୈନନ୍ଦିନ ଯାତାୟାତରେ ସୁବିଧାକୁ ଯଥେଷ୍ଟ ବୃଦ୍ଧି କରିବ। ଅମିତ ଶାହ କହିଥିଲେ ଯେ ଆଜି ନର୍ମଦା କେନାଲ ଉପେର ୧୪୭ ନମ୍ବର…

Read More

ଭୁବନେଶ୍ଵର: ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ପ୍ରମୁଖ ଶାସନ ସଚିବ ଶାଳୀନ ପଣ୍ଡିତଙ୍କ ସହ ସକ୍ଷମ ସଂଗଠନର ସମ୍ପାଦିକା ମନସ୍ମିତା ଜେନା, ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘର ରାଜ୍ୟ ସମ୍ପାଦକ ଆୟୁଷ୍ମାନ ଚୌଧୁରୀ, ଉପସଭାପତି ବିଶ୍ବବିଜୟୀ ଦାଶ, ନୟାଗଡ଼ ଜିଲ୍ଲା ସଭାନେତ୍ରୀ ତୃପ୍ତିମୟୀ ପ୍ରଧାନ, କୋର କମିଟି ସଦସ୍ୟା ଶୁଭସ୍ମିତା ମିଶ୍ର ପ୍ରମୁଖ ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ଉନ୍ନତି ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ବିସ୍ତୃତ ଭାବେ ଆଲୋଚ଼ନା ହୋଇଥିଲା ଏବଂ ଓଏସଇଏଫଡ଼ି ସଂଘର ଦାବି ଥିଲା ଯେ, ସାଧାରଣ ବିଦ୍ୟାଳୟ ରେ ଯେମିତି ଭିନ୍ନ ଭିନ୍ନ ଶିକ୍ଷକ ନିଯୁକ୍ତି ହେଉଛନ୍ତି, ସେହିପରି ଭାବେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ର ବିଜ୍ଞାପନ…

Read More

ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ।  ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ ।  ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ।  କାମ ଆପଣଙ୍କ ମନ ଅନୁସାରେ ହେବ।  ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ।  ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ।  ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ…

Read More

ବାଣପୁର: ଶ୍ରୀକ୍ଷେତ୍ରର ଷୋଳ ଶାସନ ପରି ବଙ୍କାଡ଼ଗଡ଼ ରାଜବଂଶଙ୍କ ଦ୍ଵାରା ପ୍ରତିଷ୍ଠିତ ବାଣପୁରର ଆଠ ଶାସନର ଇଷ୍ଟଦେବୀ ମା’ ଭଗବତୀ ବରଷକେ ଥରେ ଶାସନ ବାଡ଼ିର ପ୍ରତି ବ୍ରାହ୍ମଣଙ୍କ ଘରେ ଶଙ୍କୁଡ଼ି ଭୋଗ ଲାଗି ହେବାର ପରମ୍ପରା ସମଗ୍ର ଉତ୍କଳରେ ମାନବୀୟ ଲୀଳାର ଏକ ସ୍ୱତନ୍ତ୍ର ପରମ୍ପରା। ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ଆଠ ଶାସନର ଆରାଧ୍ୟ ଠାକୁରମାନେ ସମ୍ମିଳିତ ଭାବରେ ବାଜା, ବାଣ, ରୋଷଣୀ ଥାଟ ପଟୁଆରରେ ଆସି ମା’ ଭଗବତୀଙ୍କୁ ଚ଼ାଚ଼େରୀ ଭୋଗ ଖିଆକୁ ନିମନ୍ତ୍ରଣ କରି ଯାଇଥିଲେ। ସକଳ ଦେବତାଙ୍କ ନିମନ୍ତ୍ରଣ ରକ୍ଷା କରି ମା’ ଚତୁର୍ଦ୍ଦଶୀ ତିଥିର ମଧ୍ୟରାତ୍ରରେ ବାଲୁଗାଁର ଆରାଧ୍ୟ ଠାକୁର ଶ୍ରୀ ଉମାମହେଶ୍ୱର ଦେବଙ୍କୁ ନିଜ ପିତ୍ରାଳୟ ଦକ୍ଷ ପ୍ରଜାପତି ମନ୍ଦିରର ଦାୟିତ୍ୱ ଦେଇ ମନ୍ଦିର କୁଢ଼ୁଆ ଦ୍ଵାରପାଖରେ ଜଗାଇ ଦେଇ ଘଣ୍ଟା, ଘଣ୍ଟ, କାହାଳୀ, ଆଲଟ ଚ଼ାମର, ଛତ୍ର ତରାଶ ,ମଶାଲ ,ବାଣରୋଷଣିରେ ଥାଟ ପଟୁଆର ଧରି ନିଯୋଗୀ ସେବାୟତଙ୍କ ସହିତ ବାହାରିଥିଲେ…

Read More

ଭୁବନେଶ୍ଵର: ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ରାୟଗଡା ଜିଲ୍ଲାକୁ ଆର୍ଥିକ ୫ କୋଟି ଅନୁଦାନ ପ୍ରଦାନ କରିଛନ୍ତି ନୀତି ଆୟୋଗ। ତ୍ରୟମାସିକ ମାନ୍ୟତା ଭିତ୍ତିରେ ଆକାଂକ୍ଷୀ ଜିଲ୍ଲାମାନଙ୍କ ପାଇଁ ପୁରସ୍କାର ଘୋଷଣା କରି ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର, ଶିକ୍ଷା, କୃଷି ଏବଂ ଜଳ ସମ୍ପଦ, ମୂଳ ଭିତ୍ତିଭୂମି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଦକ୍ଷତା ବିକାଶର ପାଞ୍ଚଟି କ୍ଷେତ୍ର ମଧ୍ୟରେ ସାମଗ୍ରିକ କାର୍ଯ୍ୟଦକ୍ଷତା ଏବଂ କ୍ଷେତ୍ର ଅନୁଯାୟୀ ଜ୍ଞାନର ସଫଳତାକୁ ମୂଲ୍ୟାଙ୍କନ କରି ସେପ୍ଟେମ୍ବର ୨୦୨୪ ଶେଷ ହେଉଥିବା ତ୍ରୟମାସିକ ପାଇଁ ସର୍ବଶେଷ ଅଧ୍ୟନ ଅନୁଯାୟୀ, ରାୟାଗଡା ଜିଲ୍ଲା ଦେଶର ୧୧୨ ଆକାଂକ୍ଷା ଜିଲ୍ଲା ମଧ୍ୟରେ ସାମଗ୍ରିକ ପ୍ରଦର୍ଶନରେ ତୃତୀୟ ମାନ୍ୟତା ହାସଲ କରିଛି ଏବଂ ଓଡିଶାର ୧୦ ଟି ଆକାଂକ୍ଷା ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ସମସ୍ତ ବର୍ଗର ଉଲ୍ଲେଖନୀୟ ପ୍ରଦର୍ଶନକୁ ସମ୍ମାନ ଜଣାଇ ନୀତିଆୟୋଗ ରାୟଗଡା ଜିଲ୍ଲାକୁ ଆର୍ଥିକ ଅନୁଦାନ ୫ କୋଟି ପ୍ରଦାନ କରିଛନ୍ତି। ଏହି ଅନୁଦାନ…

Read More

ନୂଆଦିଲ୍ଲୀ: ମାଗଣା ଯୋଜନାକୁ ନେଇ ସରକରାଙ୍କୁ ଇନଫୋସିସ୍ ସହ-ପ୍ରତିଷ୍ଠାତା ଏନ ଆର ନାରାୟଣ ମୁର୍ତ୍ତୀ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଦାରିଦ୍ର୍ୟ ଫ୍ରିବିଜ୍ ଦ୍ଵାରା ଦୂର ହେବ ନାହିଁ, କିନ୍ତୁ ଏହା ଅଭିନବ ଉଦ୍ୟୋଗୀମାନଙ୍କ ଦ୍ୱାରା ନିଯୁକ୍ତି ସୃଷ୍ଟି ଦ୍ଵାରା ହିଁ ଦୂର ହେବ। ଟାଇକନ୍ ମୁମ୍ବାଇ -୨୦୨୫ ଇଭେଣ୍ଟରେ ମୁର୍ତ୍ତୀ ଉଦ୍ୟୋଗୀମାନଙ୍କୁ ଅଧିକ କମ୍ପାନୀ ଏବଂ ବ୍ୟବସାୟ ସୃଷ୍ଟି ଉପରେ ଧ୍ୟାନ ଦେବାକୁ ଆହ୍ଵାନ ଦେଇଥିଲେ। ସେ କହିଛନ୍ତି ଯେ, ଯଦି ଆମେ ଅଭିନବ ଉଦ୍ୟୋଗ ସୃଷ୍ଟି କରିବାକୁ ସକ୍ଷମ, ତେବେ ଖରାଦିନ ସକାଳରେ କାକର ଦୂର ହେଲା ଭଳି ଦାରିଦ୍ର୍ୟ ମଧ୍ୟ ଲୋପ ପାଇବ। ଉଦ୍ୟୋଗୀ ଗୋଷ୍ଠୀକୁ ସମ୍ବୋଧିତ କରି ଏନ ଆର ନାରାୟଣ ମୁର୍ତ୍ତୀ କହିଛନ୍ତି ଯେ, “ମୋର କୌଣସି ସନ୍ଦେହ ନାହିଁ ଯେ ଆପଣଙ୍କ ମଧ୍ୟରୁ ପ୍ରତ୍ୟେକ ଶହ ଶହ ହଜାର ନିଯୁକ୍ତି ସୃଷ୍ଟି କରିବେ ଏବଂ ଏହିପରି ଭାବରେ ଆପଣ ଦାରିଦ୍ର୍ୟ ସମସ୍ୟାର…

Read More

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନହଲ ପରିସରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶୀଳ୍ପ ବିଭାଗ ପକ୍ଷରୁ କାରିଗର ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଛି। କେନ୍ଦ୍ରାପଡ଼ା ହସ୍ତଶିଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଶିବିରକୁ ହସ୍ତଶୀଳ୍ପ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।  ଓଡିଶା ଗ୍ରାମ୍ୟ ବ୍ୟାଙ୍କ ର ଜିଲ୍ଲା ସଂଯୋଜକ ରାକେଶ କୁମାର ଦାଶ, ଓରମାସ ର ଡେପୁଟି ସିଈଓ ନିରୋଦ କୁମାର ଜେନା, ଓଏଲଏମ ର ଡିପିଏମ ପ୍ରଶାନ୍ତ କୁମାର ପାଢ଼ୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ହସ୍ତଶିଳ୍ପୀ ପ୍ରିୟବ୍ରତ ଜେନା, କାଇଁଚ ହସ୍ତଶିଳ୍ପୀ ବିଜୟାଲକ୍ଷ୍ମୀ ସ୍ୱାଇଁ ଅତିଥି ଭାବେ ମଞ୍ଚାସୀନ ଥାଇ ହସ୍ତଶିଳ୍ପୀମାନଙ୍କୁ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା କୁମ୍ଭକାରସଙ୍ଘର ସମ୍ପାଦକ ତଥା ଆଇନଜୀବି ବିଚିତ୍ରାନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ହସ୍ତଶୀଳ୍ପ ବିକାଶ ଅଧିକାରୀ ସତ୍ୟଜିତ ବେହେରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ହସ୍ତଶୀଳ୍ପ…

Read More

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ) ଏବଂ ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଭାରତରେ ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ପରେ, ଭାରତର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ସମେତ ସାରା ଦେଶରେ ସାଟେଲାଇଟ୍ ଆଧାରିତ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ ହେବ। ଏହା ସାହାଯ୍ୟରେ, ସେହି ଦୂରଦୂରାନ୍ତ ଅଞ୍ଚଳଗୁଡ଼ିକୁ ମଧ୍ୟ ସହଜରେ ସଂଯୋଗ କରାଯାଇପାରିବ ଯେଉଁଠାରେ ସଂଯୋଗ ଯୋଗାଇବା କଷ୍ଟକର ରହିଛି। ଜିଓ ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର ହୋଇଥିବା ବେଳେ, ଷ୍ଟାରଲିଙ୍କ୍ ବିଶ୍ୱର ଅଗ୍ରଣୀ ଲୋ ଆର୍ଥ ଅର୍ବିଟ (ଲିଓ) ସାଟେଲାଇଟ୍ କନଷ୍ଟେଲେସନ ଅପରେଟର। ଏହି ଚୁକ୍ତିନାମା ଅନୁସାରେ ଜିଓ ଗ୍ରାହକମାନଙ୍କ ପାଇଁ ଷ୍ଟାରଲିଙ୍କ ସମାଧାନଗୁଡ଼ିକ ଜିଓ ଷ୍ଟୋର ସମୂହ ଏବଂ ଅନଲାଇନରେ ଉପଲବ୍ଧ ହେବ। ଜିଓ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ସ୍ପେସଏକ୍ସ ସହିତ ଚୁକ୍ତିନାମାରେ ସମଗ୍ର ଭାରତରେ ସମସ୍ତ ଉଦ୍ୟୋଗ, କ୍ଷୁଦ୍ର ଓ…

Read More

ଭୁବନେଶ୍ଵର: ନୂଆଦିଲ୍ଲୀ ଠାରେ ଏଏସ୍ଆଇ ର ମହାନିର୍ଦ୍ଦେଶକ ଡ. ୟଦୁବୀର ସିଂହ ରାୱତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର କାର୍ଯ୍ୟ ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ନେଇ ମୁଖ୍ୟ ପ୍ରଶାସକ ଏଏସ୍ଆଇ କୁ ଧନ୍ୟବାଦ ଅର୍ପଣ କରିବା ସହ ଠିକଣା ସମୟରେ କାର୍ଯ୍ୟ ସମାପନ ନେଇ ଗୁରୁତ୍ବାରୋପ କରିଥିଲେ। ସେହିପରି ପାର୍ଶ୍ବ ମନ୍ଦିର ଗୁଡିକ ମରାମତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ନାଟମଣ୍ଡପରେ ଏ.ସି. ବ୍ୟବସ୍ଥା, ଶ୍ରୀମନ୍ଦିରର ଆଲୋକିକରଣ, ଏବଂ ଅନ୍ୟାନ୍ୟ ମରାମତି ତଥା ରୁପା ଏବଂ ସୁନା ଛାଉଣି କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏସବୁ କାର୍ଯ୍ଯସଂପାଦନ ବେଳେ ସାଂସ୍କୃତିକ ବୈଶିଷ୍ଟ୍ୟ ପ୍ରତି ଧ୍ୟାନ ଦିଆଯିବା ନେଇ ଏଏସଆଇ ପକ୍ଷରୁ ପରାମର୍ଶ ଆସିଥିଲା। ଏହି ଆଲୋଚନା ବେଳେ ଏଏସ୍ଆଇ ଉପମହାନିର୍ଦ୍ଦେଶକ (ସଂରକ୍ଷଣ) ଡ. ଜାହାନୱିଜ୍ ଶର୍ମା ଉପସ୍ଥିତ ଥିଲେ।…

Read More