Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୀଳମାଧବ ପୀଠକୁ ଆସିବେ ରାଷ୍ଟ୍ରପତି
ଆଜିର ଖବର

ନୀଳମାଧବ ପୀଠକୁ ଆସିବେ ରାଷ୍ଟ୍ରପତି

March 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ ତାରିଖରେ ଓଡ଼ିଶା ଗ୍ରସ୍ତକ୍ରମରେ ଜଗନ୍ନାଥଙ୍କ ଆଦିପୀଠ ତଥା ନୟାଗଡ଼ ଜିଲ୍ଲାର ପ୍ରମୁଖ ଧାର୍ମିକ ପର୍ଯଟନସ୍ଥଳ ନୀଳମାଧବ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ କଣ୍ଟିଲୋ ଆଗମନର ପ୍ରାକ୍ ସୂଚନା ମିଳିବା ପରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନର ପଦସ୍ଥ କର୍ମଚାରୀମାନେ କଣ୍ଟିଲୋ ପରିଦର୍ଶନ ଆସି ପ୍ରଥମେ କଣ୍ଟିଲୋ ପୂର୍ଭ ବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଉପସ୍ଥିତ ଥିବା ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ପରେ କଣ୍ଟିଲୋ ସ୍ଥିତ ଐତିହାସିକ ପଲଟନ ପଡିଆ ତଥା ମିନି ଷ୍ଟାଡିଅମକୁ ଯାଇ ବର୍ତ୍ତମାନ ସ୍ଥିତି ସମୀକ୍ଷା କରିଥିଲେ।

ଏହାପରେ ନୀଳମାଧବ ମନ୍ଦିର ଉପରକୁ ଯିବା ସଙ୍ଗେ ସଙ୍ଗେ ଉତ୍ତର ଦ୍ବାରଠାରେ ପ୍ରତିଷ୍ଠିତ ମ୍ୟୁଜିୟମର ସ୍ଥିତି ପରୀକ୍ଷା କରିଥିଲେ ପରିଦର୍ଶନ ସମୟରେ ମନ୍ଦିର ପଶ୍ଚିମ ଦ୍ବାରରେ ନିର୍ମାଣଧୀନ ଲିଫ୍ଟ ଅନୁଧ୍ୟାନ କରିଥିଲେ ଓ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଗନ୍ନାଥ ସଂସ୍କୃତିର ମୂଳ ଉତ୍ସ ନିକଟସ୍ଥ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ବାସ କରିଥିବା ପୁରାତନ ସ୍ମୃତି ଛାଡି ଯାଇଥିବା ବିଶ୍ଵାବସୁ ଓ ଲଳିତାଙ୍କ ଜନ୍ମ ମାଟି ପରିଦର୍ଶନ କରିବା ପାଇଁ ବ୍ୟବସ୍ଥା ଥିବାରୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଓ ଏସପି ଏସ.ସୁଶ୍ରୀ କାଳିଆପଲ୍ଲୀ ପରିଦର୍ଶନ କରି ଲଳିତ ମାଧବଙ୍କୁ ଦର୍ଶନ କରିଥିଲେ।

ଏହି ଅବସରରେ ବିଜେପି ରାଜ୍ୟ ଯୁବ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଉପସ୍ଥିତ ରହି ନୀଳାମାଧବ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ପରିଦର୍ଶନ ସମୟରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ.ସଂଜୀବ ବେହେରା, ସ‌ହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ରାଧାଶ୍ୟାମ କାଲୋ, ସହକାରୀ ଯନ୍ତ୍ରୀ ଇଂ.ପ୍ରାଣକୃଷ୍ଣ ମହାପାତ୍ର, ଜଳସମ୍ପଦ ବିଭାଗ ଅଧୂକ୍ଷଣ ଯନ୍ତ୍ରୀ ଇଂ.ପ୍ରିତମ ଚେତନ ପୋଥାଳ, କଣ୍ଟିଲୋ ସହକାରୀ ଯନ୍ତ୍ରୀ ଇଂ.ରାମ ମୋହନ ବେହେରା, ଖଣ୍ଡପଡା ଉପଖଣ୍ଡ ପୁଲିସ ଅଧିକାରୀ ମଦନ ମୋହନ ପ୍ରଧାନ, ତହସିଲଦାର ବିଶ୍ଵ ବିସ୍ତୃତ ତ୍ରିପାଠୀ ଓ ବିଡ଼ିଓ ଅଙ୍କୁର ଅଭିଳାଷଙ୍କ ସମେତ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଓଡ଼ିଶା ଗ୍ରସ୍ତ କଣ୍ଟିଲୋ ଦ୍ରୌପଦୀ ମୁର୍ମୁ ନୟାଗଡ଼ ଜିଲ୍ଲା ନୀଳମାଧବ ପୀଠ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି, ବସିଲା ସୁରକ୍ଷା ବୈଠକ

June 13, 2026

ରଜ ଉତ୍ସବ ପାଇଁ ରବିନ୍ଦ୍ର ମଣ୍ଡପରେ ମଶାଲ ତରଫରୁ ରଂଗାରଂଗ କାର୍ଯ୍ୟକ୍ରମ

June 13, 2026

୨୫ ଓଭର ଖେଳାଯିବ ପ୍ରଥମ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

June 13, 2026

ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ ଅପଡେଟ: ଏବେ ୨୦-୨୦ ଓଭର ମ୍ୟାଚ୍ କୁ ଅପେକ୍ଷା

June 13, 2026
Latest News

ରୁଷୀୟ ତୈଳ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା: ଭାରତକୁ ସମର୍ଥନ କଲା ଏହି ଦେଶ

June 13, 2026

ଏକ ବଡ଼ ‘ମେଗା ନିଯୁକ୍ତି ମେଳା’ ଆୟୋଜନ କରିବ କଂଗ୍ରେସ: ଜାଣନ୍ତୁ କେବେ?

June 13, 2026

ଓଡିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି, ବସିଲା ସୁରକ୍ଷା ବୈଠକ

June 13, 2026

ରଜ ଉତ୍ସବ ପାଇଁ ରବିନ୍ଦ୍ର ମଣ୍ଡପରେ ମଶାଲ ତରଫରୁ ରଂଗାରଂଗ କାର୍ଯ୍ୟକ୍ରମ

June 13, 2026

୨୫ ଓଭର ଖେଳାଯିବ ପ୍ରଥମ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.