Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳଚ୍ଚିତ୍ର ‘ଡଷ୍ଟବିନ୍‌’ ର ସଙ୍ଗୀତ ଲୋକାର୍ପଣ କଲେ ବିଏମସି ମେୟର: ଏପ୍ରିଲ ୧୧ ରେ ହେବ ମୁକ୍ତିଲାଭ
ଆଜିର ଖବର

ଚଳଚ୍ଚିତ୍ର ‘ଡଷ୍ଟବିନ୍‌’ ର ସଙ୍ଗୀତ ଲୋକାର୍ପଣ କଲେ ବିଏମସି ମେୟର: ଏପ୍ରିଲ ୧୧ ରେ ହେବ ମୁକ୍ତିଲାଭ

March 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର କଳ୍ପନା ଛକ ସ୍ଥିତ କନିକା ଗ୍ୟାଲେରୀୟା ମଲ୍ ପରିସରରେ ଚଳଚ୍ଚିତ୍ର ‘ଡଷ୍ଟବିନ୍‌’ର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି। ଖୋଲା ମଞ୍ଚ ଓ ଏକ ଭବ୍ୟ ସମାରୋହରେ ଏହାକୁ ଲୋକାର୍ପିତ କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ। ଦେଖନ୍ତୁ ଏହା କେମିତି ଏକ ସଂଯୋଗ। ଫିଲ୍ମର ଶୀର୍ଷକ ‘ଡଷ୍ଟବିନ’ ହୋଇଥିବା ବେଳେ ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛନ୍ତି ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର କରିବାରେ ଯାହାଙ୍କର ପ୍ରମୁଖ ଭୂମିକା ରହିଛି, ସେ ହେଉଛନ୍ତି ମାନ୍ୟବର ମେୟର ଭୁବନେଶ୍ୱର। ଅନ୍ୟ ମାନଙ୍କ ମଧ୍ୟରେ ତରଙ୍ଗ ମ୍ୟୁଜିକର ମୁଖ୍ୟ ଦୀପ୍ତି ରଞ୍ଜନ ପଣ୍ଡା, ଦୁଲାଲ ଚନ୍ଦ୍ର ସାହୁ, ମୁଖ୍ୟ ପରିଚାଳନା ଅଧିକାରୀ, କନିକା ଗ୍ୟାଲେରିଆ ମଲ, ରାଜଶ୍ରୀ ପ୍ରଦକ୍ସନର ଅଖିଲ ବାବୁ, ‘ଡଷ୍ଟବିନ’ର ପ୍ରଯୋଜକ କେ. କେ ସାହୁ, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଦୀପ୍ତ ସ୍ୱାଇଁ, ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ପପୁ ପମ ପମ, ପ୍ରଚାର ବିଭାଗ ମୁଖ୍ୟ ହରପ୍ରସାଦ ମହାପାତ୍ର, ଶୁଭେଛୁ ତଥା ଯୁବ ପ୍ରଯୋଜକ ହିମାଦ୍ରୀ ତନୟ ଦାସ ଏବଂ ଚଳଚ୍ଚିତ୍ରର ସମସ୍ତ କଳାକାର ଓ ଟେକନିସିଆନ ଉପସ୍ଥିତ ଥିଲେ।

ତରଙ୍ଗ ମ୍ୟୁଜିକ ବ୍ୟାନରରେ ଏହାର ସଙ୍ଗୀତ ମୁକ୍ତିଲାଭ କରିଥିବା ବେଳେ ଏଥିରେ ସମୁଦାୟ 4ଟି ଗୀତ ରହିଛି। ଗୀତ ଗୁଡିକରେ କଣ୍ଠଦାନ କରିଛନ୍ତି କୁଲଦୀପ, ଅନ୍ତରା, ଅନୁରାଗ ଦାସ, ଅନନ୍ୟା ଶ୍ରୀତମ ନନ୍ଦ ଓ ଦେବେଶ ପତି ପ୍ରମୁଖ ଆଗଧାଡିର କଣ୍ଠଶିଳ୍ପୀ। ଗୀତିକାର ଡ. ନିର୍ମଳ ନାୟକ, ଡ.ଦୀପକ ଜେନା ଓ ରଞ୍ଜନ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସଙ୍ଗୀତକାର ତତ୍ତ୍ୱପ୍ରକାଶ ଶତପଥୀ ଓରଫ୍ ପପୁ ପମ୍ ପମ୍। ପ୍ରତ୍ୟେକଟି ଗୀତ ଭିନ୍ନ ସ୍ୱାଦର ଓ ମନଛୁଆଁ ହୋଇପାରିଛି। ଏହା ଏକ ବ୍ୟୟବହୁଳ ଛବି ହୋଇଥିବା ବେଳେ ଏଥିରେ ଏକ ଦାମୀ ଡ୍ୟାନ୍ସ ନମ୍ବର ରହିଛି। ଏହି ଗୀତଟି ପାଇଁ ସମୁଦାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଯାହା ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଘଟଣା।

‘ଡଷ୍ଟବିନ୍‌’ରେ କାହାଣୀ, ଚିତ୍ରନାଟ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଓ ନିର୍ଦ୍ଦେଶନା ସହିତ ନାୟକ ଭୂମିକାରେ ଅଛନ୍ତି ପପୁ ପମ୍ ପମ୍। କେ. କେ ସାହୁ ଫିଲ୍ମର ପ୍ରଯୋଜକ ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ପ୍ରଦୀପ୍ତ ସ୍ୱାଇଁ। ଡ ଦୀପକ ଜେନା ସଂଳାପ ରଚନା କରିଛନ୍ତି। କ୍ୟାମେରା ପରିଚାଳନା କରିଛନ୍ତି ଶୁଭମ।

ଫିଲ୍ମରେ ରହିଛି ଦମଦାର ଷ୍ଟାରକାଷ୍ଟ। ନାୟକ ଭୂମିକାରେ ପପୁ ପମ୍ ପମ୍ ଥିବା ବେଳେ ଏଥିରେ ତାଙ୍କର ନାୟିକା ସାଜିଛନ୍ତି ପ୍ରାଚୀ। ପ୍ରାଚୀ ଜଣେ ଓଡ଼ିଆ ହୋଇଥିଲେ ମଧ୍ୟ ଦକ୍ଷିଣ ଭାରତୀୟ ରିଏଲିଟି ଶୋ’, ଧାରାବାହିକ ଓ ଚଳଚ୍ଚିତ୍ରରେ ବେଶ ସୁନାମ ଅର୍ଜନ କରିଛନ୍ତି। ଅନ୍ୟ ପକ୍ଷରେ ଆଜିକା ତାରିଖରେ ଚର୍ଚ୍ଚିତ ଦୁଇ ତାରକା ସୁକୁମାର ଟୁଡୁ ଓ ଦ୍ବୀପାନ୍ୱିତ ଦାସ ମହାପାତ୍ର ଦୁଇ ଦମଦାର ଭୂମିକାରେ ନଜର ଆସିବେ।ଅନ୍ୟାନ୍ୟ ଚରିତ୍ରରେ ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ପୁଷ୍ପାଞ୍ଜଳି ସାହୁ, ଟୁକୁନା ଷ୍ଟାଇଲିସ, ମନୋଜ ସ୍ୱାଇଁ ଓ ଶିଶୁ କଳାକାର ଏସ. କ୍ରିତିକା ପ୍ରମୁଖ ଅଭିନୟ କରିଛନ୍ତି।

‘ଡଷ୍ଟବିନ୍‌’ ଏକ ସସ୍ପେନ୍ସ ଥ୍ରୀଲର ଓ ମର୍ଡର ମିଷ୍ଟ୍ରି ହୋଇଥିବା ବେଳେ ଏଥିରେ ଲଭ, ରୋମାନ୍ସ, ଆକ୍ସନ, ଇମୋସନ ସବୁକିଛି ଭରିରହିଛି। ସାଧାରଣ ପ୍ରେମ କାହାଣୀରେ ଡଷ୍ଟବିନ କେମିତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ତାର ନିଆରା ନଜିର ରହିଛି ଏହି ଚଳଚ୍ଚିତ୍ରରେ।ଏପ୍ରିଲ ୧୧ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପିକେ ଫିଲ୍ମ ପକ୍ଷରୁ ସୂଚନା ଦିଆଯାଇଛି।

ପପୁ ପମ୍ ପମ୍‌ ବିଏମସି ମେୟର
Share. Facebook Twitter LinkedIn Email WhatsApp Copy Link

Related Posts

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026
Latest News

୪୦ ପରେ ସ୍ୱାସ୍ଥ୍ୟକୁ ଅଣଦେଖା ନୁହେଁ: ପ୍ରତ୍ୟେକ ପୁରୁଷଙ୍କ ପାଇଁ ଜରୁରୀ ଏହି ସ୍ୱାସ୍ଥ୍ୟ ପରୀକ୍ଷା

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.