ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡାଭୋସରେ ଆୟୋଜିତ ବିଶ୍ୱ ଆର୍ଥିକ ମଞ୍ଚ ବୈଠକରେ ବିଶ୍ୱର ଶୀର୍ଷ ନେତୃବର୍ଗ ଏବଂ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ ତାଙ୍କର ଉଦବୋଧନରେ ଭାରତର ସମାବେଶୀ ବିକାଶ ଦୃଷ୍ଟିକୋଣ ଏବଂ ଏହାର ଉଲ୍ଲେଖନୀୟ ଅଭିବୃଦ୍ଧି କାହାଣୀ ଉପସ୍ଥାପନ କରିଛନ୍ତି। ଆର୍ଥିକ ବିକାଶ ପାଇଁ ସନ୍ତୁଳିତ ଆଭିମୁଖ୍ୟ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଆର୍ଥିକ ଅଭିବୃଦ୍ଧି ପାଇଁ ଭାରତ ଗ୍ରହଣ କରିଥିବା ସନ୍ତୁଳିତ ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଉଭୟ ଉତ୍ପାଦନ ଏବଂ ସେବା କ୍ଷେତ୍ରର ଦେଶର ବିକାଶ ହେଉଛି । ଉତ୍ପାଦନ ଏବଂ ସେବା କ୍ଷେତ୍ରକୁ ପୃଥକ ଭାବେ ଦେଖାଯାଇପାରିବ ନାହିଁ । ଭାରତର ଆର୍ଥିକ ବିକାଶ ଧାରାରେ ଉତ୍ପାଦ ଏବଂ ସେବା କ୍ଷେତ୍ର ଅଭିନ୍ନ ଅଙ୍ଗ ହୋଇଥିବାରୁ ଉଭୟକୁ ସାଥୀରେ ନେଇ ଆଗକୁ ବଢ଼ିବାକୁ ହେବ ବୋଲି କେନ୍ଦ୍ର ମନ୍ତ୍ରୀ…
Author: SM Network
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ କୌଣସି କାମରେ ବାଲେଶ୍ଵର ଯାଇ ଫେରୁଥିବା ବେଳେ ସପରିବାର ନିକଟସ୍ଥ ଶାଳୁଆପଲୀ ଗ୍ରାମରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଯାହା ଫଳରେ ଅତିରିକ୍ତ ଏସପି ଙ୍କ ସହ ସ୍ତ୍ରୀ, ଶାଶୁ ଓ ଡ଼୍ରାଇଭର ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୁଚନା ଅନୁଯାୟୀ ଜଦୁର୍ଘଟଣାଗ୍ରସ୍ତ ଗାଡ଼ି ଉକ୍ତ ସ୍ଥାନରେ ଏକ ଗଛକୁ ପିଟି ହୋଇ ଗୋଟିଏ କେବିନ୍ ଉପରେ ଚଢ଼ି ଯାଇଥିଲା। ଏହି ଭଳି ପରିସ୍ଥିତିରେ ସ୍ଥାନୀୟ ଲୋକମାନେ ଦୁର୍ଘଟଣାଗ୍ରସ୍ତ ସମସ୍ତଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ପଠାଇ ଥିଲେ। ପ୍ରାଥମିକ ଚିକିତ୍ସାପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ନୂଆଦିଲ୍ଲୀ: ଜାତୀୟ ଭୋଟର ଦିବସରେ ଭାରତୀୟ ରେଳବାଇକୁ ସର୍ବୋତ୍ତମ ନିର୍ବାଚନୀ ଅଭ୍ୟାସ ପୁରସ୍କାର-2024-25 ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ଜାନୁଆରୀ 25 ତାରିଖରେ ନୂଆଦିଲ୍ଲୀର ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ମାନେକଶା ସେଣ୍ଟରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। 2024 ଲୋକସଭା ନିର୍ବାଚନରେ ଭୋଟର ସଚେତନତା ଏବଂ ଲଜିଷ୍ଟିକ୍ ସମର୍ଥନରେ ଭାରତୀୟ ରେଳବାଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହା ପାଇଁ ଭାରତୀୟ ନିର୍ବାଚନ କମିଶନ ଏହି ପୁରସ୍କାର ପ୍ରଦାନ କରୁଛନ୍ତି। ଭାରତୀୟ ରେଳବାଇ ଏହାର ନେଟୱାର୍କ ବ୍ୟବହାର କରି ଭୋଟର ସଚେତନତା ପାଇଁ ରେଳ ପ୍ରଦର୍ଶନ ନେଟୱାର୍କ (RDN)ର ବ୍ୟାପକ ବ୍ୟବହାର କରିଥିଲା। ଏହି ନେଟୱାର୍କ ମାଧ୍ୟମରେ, ଭୋଟର ହେଲପଲାଇନ୍ ସମ୍ବନ୍ଧୀୟ ସୂଚନା ଷ୍ଟେସନ, ରେଳବାଇର ସରକାରୀ ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ସରେ ସେୟାର କରାଯାଇଥିଲା। ଭୋଟଦାନର ଗୁରୁତ୍ୱ ଏବଂ ପ୍ରକ୍ରିୟା ବୁଝାଇ ଷ୍ଟେସନଗୁଡ଼ିକରେ ପୂର୍ବରୁ ରେକର୍ଡ ହୋଇଥିବା ଘୋଷଣା କରାଯାଇଥିଲା। ଏହା ବ୍ୟତୀତ କାଶ୍ମୀର ଘାଟିରେ ସ୍ୱିପ୍ ଏକ୍ସପ୍ରେସ୍ ସ୍ୱତନ୍ତ୍ର ଟ୍ରେନ୍…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) କୁ ପ୍ରଥମ ଟାଇମ୍ସ ବିଜିନେସ୍ ଆୱାର୍ଡ-ଝାଡ଼ଖଣ୍ଡ ୨୦୨୫ରେ ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି। ଗତ ଜାନ୍ରୁଆରୀ ୧୭ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ସମେତ ୩୬ ଟି କ୍ୟାଟେଗୋରୀରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲିଉଡ୍ ତାରକା ସୋନୁ ସୁଦ ଏହି ସମ୍ମାନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସୋଆର ଆଇଟିଇଆରକୁ ‘ର୍ୟାଗିଙ୍ଗ ମୁକ୍ତ କ୍ୟାମ୍ପସ୍’ ଭାବେ ପ୍ରତିପାଦିତ କରାଯାଇଥିଲା। ଆଇଟିଇଆର୍ରେ ର୍ୟାଗିଙ୍ଗ୍କୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଏ ନାହିଁ କିମ୍ବା ସେଭଳି ପରିବେଶ ଏଠାରେ ନାହିଁ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ କୁହାଯାଇଥିଲା। ସୋଆ ପକ୍ଷରୁ ଡିନ୍ (ସ୍ପନ୍ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କନ୍ସଲ୍ଟାନି୍ସ) ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଏହି ସମ୍ମାନ…
ନୂଆଦିଲ୍ଲୀ: ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଥିବା ମମତା କୁଲକର୍ଣ୍ଣି ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିକଟରେ ଭାରତ ଫେରିଥିବା ମମତା ପ୍ରୟାଗରାଜରେ ମହାକୁମ୍ଭରେ ଭାଗ ନେଇଥିଲେ। ସେ କେବଳ କୁମ୍ଭରେ ଅଂଶଗ୍ରହଣ କରିନଥିଲେ ବରଂ ସନ୍ୟାସ ହେବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ମମତା ସନ୍ୟାସୀ ହୋଇଛନ୍ତି ଏବଂ ସେ ପ୍ରୟାଗରାଜ ମହାକୁମ୍ଭରେ ସନ୍ନ୍ୟାସ ଦିକ୍ଷା ଗ୍ରହଣ କରିଛନ୍ତି। ସନ୍ୟାସ ଦିକ୍ଷା ନେବା ପରେ ଅଭିନେତ୍ରୀ ଏକ ନୂଆ ନାମ ମଧ୍ୟ ପାଇଛନ୍ତି। ଆଜି ସନ୍ଧ୍ୟାରେ ମମତା କୁଲକର୍ଣ୍ଣିଙ୍କ ପଟ୍ଟାବିଷେକ ଅନୁଷ୍ଠିତ ହେବ। ଏହା ପରେ ସେ ଏକ ନୂତନ ନାମରେ ପରିଚିତ ହେବେ। ବର୍ତ୍ତମାନ ମମତା କୁଲକର୍ଣ୍ଣି ୟାମାଇ ମମତା ନନ୍ଦ ଗିରି ନାମରେ ପରିଚିତ ହେବେ। ମମତା କୁଲକର୍ଣ୍ଣି, ଯିଏ ବର୍ତ୍ତମାନଠାରୁ ଶ୍ରୀ ୟାମାଇ ମମତା ନନ୍ଦ ଗିରି ନାମରେ ପରିଚିତ ହେବେ, ତାଙ୍କୁ ଜୁନା ଅଖାଡାର ଆଚାର୍ଯ୍ୟ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଦିକ୍ଷା ପ୍ରଦାନ କରିଛନ୍ତି।…
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ADG ଡନି ମିଚେଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉପକୂଳ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯୟ ସମୟରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା। ଏହା ସହ ଆଗାମୀ ଦିନରେ ଉପକୂଳ ସୁରକ୍ଷା ନିମନ୍ତେ ଉଭୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ବୈଠକରେ ମତପ୍ରକାଶ ପାଇଥିଲା। ଏହା ସହ ଉପକୂଳ ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ, ଆକାଶ ମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳକୁ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଭଳି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହ ତଟ ସୁରକ୍ଷା ବାହିନୀ ପକ୍ଷରୁ ଓଡିଶା ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ସଂକ୍ରାନ୍ତରେ ମଧ୍ୟ ବୈଠକରେ…
ନୂଆଦିଲ୍ଲୀ: ମହାକୁମ୍ଭ ମେଳାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ ଜାଜୁ ସ୍ଥିତି ସମୀକ୍ଷା କରିଛନ୍ତି। ମଲଟି ମିଡିଆ ହଲରେ ଜନ ଭାଗିଦାରୀରୁ ଜନ କଲ୍ୟାଣ ଉପରେ କରାଯାଇଥିବା ପ୍ରଦର୍ଶନୀର ସମୀକ୍ଷା କରାଯାଇଛି। ଗତ ଦଶ ବର୍ଷର ବିଭିନ୍ନ ସରକାରୀ ଯୋଜନା, ସଫଳତା, କାର୍ଯ୍ୟକ୍ରମ ଉପରେ ମହାକୁମ୍ଭର ତ୍ରିବେଣୀ ମାର୍ଗରେ ଅନୁଷ୍ଠିତ ହେଉଥିବା ପ୍ରଦର୍ଶନୀକୁ ସଚିବ ବୁଲି ଦେଖିଛନ୍ତି। ପ୍ରଦର୍ଶନୀକୁ ଏକ ନିଆରା କାର୍ଯ୍ୟକ୍ରମ ବୋଲି ଅଭିହିତ କରି ଏହା ଲୋକାଭିମୁଖୀ ହୋଇଥିବା ସଚିବ କହିଛନ୍ତି। କାନ୍ଥ, ଏଲଇଡି କାନ୍ଥ, ହୋଲୋଗ୍ରାଫିକ ସିଲିଣ୍ଡର ପରି ବିଭିନ୍ନ ଉନ୍ନତମାନର ଯାନ୍ତ୍ରିକ ଜ୍ଞାନ କୌଶଳର ଉପଯୋଗ କରାଯାଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିବା ସେ କହିଛନ୍ତି। ମହାକୁମ୍ଭରେ ପଡିଥିବା ମିଡିଆ ସେଂଟରକୁ ଯାଇ ବିଭିନ୍ନ ସାମ୍ବାଦିକ ବନ୍ଧୁମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ ଜାଜୁ…
ଭୁବନେଶ୍ଵର: ଇଣ୍ଡିଆ ବୁକ ଅଫ ରେକର୍ଡସ ରେ ପୁରୀ ଜିଲ୍ଲା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର କାର୍ଯ୍ଯାଳୟରେ ଅବସ୍ଥାପିତ ଥିବା ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ବିଶ୍ଵନାଥ ପଣ୍ଡା ସ୍ଥାନ ପାଇଛନ୍ତି। ଶ୍ରୀ ପଣ୍ଡା ନିରବିଛିନ୍ନ ଭାବରେ ୧୦ମ ଥର ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଅସ୍ଥାୟୀ କାର୍ଯ୍ୟାଳୟକୁ ବୈଷୟିକ ଜ୍ଞାନ ବା ଆଇ ଟି ସହାୟତା ପ୍ରଦାନ କରି ଏହି ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ ଅଶୋକ କୁମାର ହୋତା ଓ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଶୁଭେଛା ଜଣାଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ମହାମହିମ ରାଷ୍ଟ୍ରପତି ବାରମ୍ବାର ପୁରୀ ଗସ୍ତ କରୁଥିବାରୁ ତାଙ୍କ ଅସ୍ଥାୟୀ କାର୍ଯ୍ୟାଳୟକୁ ଆଇ ଟି ସହାୟତା ପ୍ରଦାନ କରିବା ପାଇଁ ଶ୍ରୀ ପଣ୍ଡା ବାରମ୍ବାର ସୁଯୋଗ ପାଇଛନ୍ତି।
ଭୁବନେଶ୍ଵର: ଛତିଶଗଡ଼ ଜଙ୍ଗଲରେ ମାଓ ଏନ୍କାଉଣ୍ଟର ପରେ ଆଜି କଳାହାଣ୍ଡି ଜିଲ୍ଲାରେ ପହଂଚିଛନ୍ତି ପୋଲିସ ଡିଜି ୟୋଗେସ ବାହାଦୁର ଖୁରାନିଆ। ପୋଲିସ ଡିଜି ଆଜି କଳାହାଣ୍ଡି ଜିଲ୍ଲା ପହଞ୍ଚିବା ପରେ ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ପୋଲିସ ବିଭାଗ ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପୋଲିସ ଡିଜି ଏସଓଜି ଯବାନଙ୍କୁ ମଧ୍ୟ ଭେଟି ବିଭିନ୍ନ ବିଷୟ ରେ ଆଲୋଚନା କରିଛନ୍ତି। ଗରିଆବନ୍ଧ ଅଞ୍ଚଳର ଏନ୍କାଉଣ୍ଟରରେ ୧୪ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଜଣା ପଡିଛି। ଗୁଇନ୍ଦା ସୂଚନା ଆଧାରରେ ଗତ ୧୯ ତାରିଖରୁ ମିଳିତ ଓଡିଶା ପୋଲିସ ଓ ଛତିଶଗଡ଼ ପୁଲିସ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ ଯାହା ଫଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ସୀମାରେ ଓଡ଼ିଶା ଏସଓଜି ସମେତ ଛତିଶଗଡ଼ ସିଆରପିଏଫ୍, ଯବାନ ମାନେ ଅପରେସନ ଜାରି…
ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରେନରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ଆଜି ସକାଳେ ବାଲୁଗାଁ ରେଳ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମରେ ପ୍ରଶାନ୍ତି ଏକ୍ସପ୍ରେସ ଛାଡିବା ସମୟରେ ଜଣେ ଯୁବକ ଟ୍ରେନରୁ ଖସିପଡ଼ିଥିଲେ। ଫଳରେ ଯୁବକଙ୍କ ମସ୍ତିଷ୍କରେ ଶକ୍ତ ଆଘାତ ଲାଗିଥିଲା। ଯାହାଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଲେ ବାଣପୁର ଥାନା ରୋପଡା ଗ୍ରାମର ସତ୍ୟବାନ ସ୍ୱାଇଁ (୪୮)। ଏ ନେଇ ନିରାକାରପୁର ଜିଆରପି ଅଧିକାରୀ ପରୀକ୍ଷିତ ନାୟକ କେସ ନମ୍ବର ୬/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।
ପୁରୀ: ଆଗାମୀ ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ସୁବିଧା ଯୋଗାଇ ଦେବାକୁ ବିବିଧ ବ୍ୟବସ୍ଥା କରୁଛି ପ୍ରଶାସନ। ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ଶ୍ରଦ୍ଧାଳୁ ମାନେ ଯେପରି ଖରାରେ ହଇରାଣ ନ ହୋଇ ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ସମସ୍ତ ବିଭାଗ ଅତ୍ୟନ୍ତ ନିଷ୍ଠାର ସହ ସେମାନଙ୍କ ବିଭାଗର ଦାୟିତ୍ୱ କୁ ସେଠାରେ ନିର୍ବାହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହ ସମୟରୁ ବର୍ଷା ଋତୁ ପର୍ଯ୍ୟନ୍ତ ପାନୀୟ ଜଳର ବ୍ୟବସ୍ଥା ଓ ଜଳ ସିଞ୍ଚନ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବ୍ୟାପକ ଭାବେ ଛାଇ ବ୍ୟବସ୍ଥା କରିବା, ପାନୀୟ ଜଳ ବ୍ୟବସ୍ଥା, ତଳେ ମ୍ୟାଟ ବ୍ୟବସ୍ଥା, ଆଶୁ ଚିକିତ୍ସା ବ୍ୟବସ୍ଥା,ପରିଷ୍କାର ପରିଛନ୍ନତା ବ୍ୟବସ୍ଥା, ଶୌଚାଳୟ…
ଭୁବନେଶ୍ଵର: ଦେଶର ବିକାଶ ତ୍ୱରାନ୍ୱିତ ହେବା ସଂଗେ ସଂଗେ ହାତୀ ଭଳି ଐତିହାସିକ ବନ୍ୟ ଜୀବ ଜୀବନ ବିପନ୍ନ ଆଡ଼କୁ ଠେଲି ହୋଇଯାଉଛି। ବିକାଶ ର ଅଗ୍ରଗତି ସହିତ ହାତୀ ଓ ମଣିଷର ସଂଘର୍ଷ ମଧ୍ୟ ଆନୁପତିକ ମଧ୍ୟ ରେ ବଢି ଚାଲିଛି। ଯାହାକୁ ନରି ସାରା ମାନବ ସମାଜ ଚିନ୍ତା ପ୍ରକଟ କରିଛନ୍ତି। ତେବେ ବିକାଶ ସହିତ ହାତୀ ର ଭୂମିକା କେତେ ଗୁରୁତ୍ୱ ବହନ କରେ ତାହାକୁ ପ୍ରତିପାଦିତ କରିବାପାଇଁ କେନ୍ଦୁଝର ବନଭିଭାଗ, କେଦ୍ରୀୟ ଜିଏସଟି ଓ WTI ବିଭାଗ ମିଳିତ ଉଦ୍ୟମରେ ଆଜି ଏକ ବିଶାଳ ମାରାଥନ ଅନୁଷ୍ଠିତ ହୋଇଛି। କେନ୍ଦୁଝର କାଲିପଡ଼ିଆ ୬୦୦ ରୁ ଉର୍ଦ୍ଧ୍ଵ ସ୍କୁଲ ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡଟ. ବରିଷ୍ଠ ନାଗରିକଙ୍କ ଅନେକ ଶତାଧିକ ଜନସାଧରଣ ଏକ ମାରାଥନରେ ୫ କିମି ଯାଏ ସହର ପରିକ୍ରମା କରିଥିଲେ। ତେବେ ୨୦୨୩ ମସିହାରୁ ରେ ହାତୀ ସୁରକ୍ଷା ନେଇ ଏଭଳି କାର୍ଯ୍ୟକ୍ରମ ଜାରି…
ଭୁବନେଶ୍ଵର: ନଭେମ୍ବର ଶେଷ ସୁଦ୍ଧା ରାଜ୍ୟରେ ୩.୮୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କୁ ସର୍ବାଧୁନିକ ଗୃହ ମନୋରଞ୍ଜନ, ଅସୀମିତ ୱାଇଫାଇ ଓ ନିରବଛିନ୍ନ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଉଛି ଜିଓ ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ସ୍ଥିତି ସୁଦୃଢ କରି ରିଲାଏନ୍ସ ଜିଓ ନଭେମ୍ବର ମାସରେ ରାଜ୍ୟରେ ୧ ଲକ୍ଷରୁ ଉର୍ଦ୍ଧ୍ବ ନୂଆ ମୋବାଇଲ ଓ ଓୟାରଲାଇନ ଗ୍ରାହକ ଯୋଡିଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ ଗ୍ରାହକ ତଥ୍ୟରୁ ଜଣାପଡିଛି। ଏହି ମାସରେ ଜିଓ ୯୧୦୦୦ରୁ ଉର୍ଦ୍ଧ୍ବ ନୂଆ ମୋବାଇଲ ଉପଭୋକ୍ତା ଏବଂ ୧୩୮୦୦ରୁ ଅଧିକ ନୂଆ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡିଥିବା ଟ୍ରାଇ ପ୍ରକାଶିତ ତଥ୍ୟରୁ ସୂଚନା ମିଳିଛି। ଏଥିସହିତ ଓଡ଼ିଶାରେ ଜିଓ ନେଟୱାର୍କରେ ମୋବାଇଲ ଉପଭୋକ୍ତା ସଂଖ୍ୟା ୧.୫୫ କୋଟି ଅତିକ୍ରମ କରିଛି। ଟ୍ରାଇ ତଥ୍ୟ ଅନୁସାରେ ନଭେମ୍ବର ମାସରେ ଓଡ଼ିଶାରେ…
ଭୁବନେଶ୍ୱର: ଡାଭୋସରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମରେ, ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ବିଶ୍ୱସ୍ତରୀୟ ଆତ୍ମବିଶ୍ୱାସ ବୃଦ୍ଧି ଏବଂ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର ରଣନୈତିକ ଦୃଷ୍ଟିକୋଣକୁ ରୂପରେଖା ଦେଇଛନ୍ତି । ଭାରତର ଦୃଢ଼ ବୈଦେଶିକ ନୀତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ଆଭିମୁଖ୍ୟ ସହିତ ଏହାର ସମନ୍ୱୟ ଉପରେ ଆଲୋକପାତ କରି, ବୈଷ୍ଣବ ବିଶ୍ୱ ଅର୍ଥନୀତିରେ ଭାରତକୁ ଏକ ନେତା ଭାବରେ ସ୍ଥାନିତ କରିବାରେ ବିଶ୍ୱାସ, ପ୍ରତିଭା ଏବଂ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି। “ଭାରତର ଶକ୍ତି ଏହାର ଗଭୀର ଆନ୍ତର୍ଜାତୀୟ ବିଶ୍ୱାସ, ଏହାର ସମୃଦ୍ଧ ପ୍ରତିଭା ପୁଲ ଏବଂ ଏହାର ଅଭିନବ ଡିଜାଇନ୍ କ୍ଷମତାରେ ରହିଛି,” ବୋଲି ଶ୍ରୀ ବୈଷ୍ଣବ ଉଲ୍ଲେଖ କରିବା ସହ ଦେଶର ସେମିକଣ୍ଡକ୍ଟର ଉତ୍ପାଦନ ଏବଂ କୃତ୍ରିମ ବୁଦ୍ଧିମତ୍ତାର ଏକ ବିଶ୍ୱ କେନ୍ଦ୍ରରେ ପରିଣତ…
ୱେଭ୍ସ ୨୦୨୫ ଅଧୀନରେ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ ସିଜନ୍-୧ର ଅଂଶବିଶେଷ ଭାବେ ଏନିମେସନ ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜନ କରୁଥିବା ଡାନ୍ସିଂ ଆଟମ୍ସ ୨୩ ଜାନୁଆରୀ ୨୦୨୫ରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନସଂଚାର ପ୍ରତିଷ୍ଠାନ (ଆଇଆଇଏମସି) ଠାରେ ଏକ କାହାଣୀ ବର୍ଣ୍ଣନା କର୍ମଶାଳା ଆୟୋଜନ କରିଛି। ପ୍ରଖ୍ୟାତ ଲେଖିକା-ନିର୍ଦ୍ଦେଶିକା ସରସ୍ୱତୀ ବୁୟାଲା ଏହି ଚିତ୍ତାକର୍ଷକ ଅଧିବେଶନର ନେତୃତ୍ୱ ନେଇଥିଲେ। ଆକାଂକ୍ଷୀ ଚଳଚ୍ଚିତ୍ର ନିର୍ମାତାଙ୍କୁ ନିବେଶକ ଏବଂ ପ୍ରଯୋଜକଙ୍କୁ ସେମାନଙ୍କ କାହାଣୀ ଦ୍ୱାରା ଆକର୍ଷିତ କରିବା ପାଇଁ କୌଶଳରେ ସଜ୍ଜିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୧୪ତମ ‘ମନ୍ କି ବାତ୍’ ସମ୍ବୋଧନରେ ପରିବର୍ତ୍ତନଶୀଳ ହେଉଥିବା ନିଯୁକ୍ତି ପରିଦୃଶ୍ୟ ଏବଂ ଗେମିଂ, ଏନିମେସନ୍ ଏବଂ ଚଳଚ୍ଚିତ୍ର ନିର୍ମାଣ ଭଳି ସୃଜନଶୀଳ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ଉପରେ ଆଲୋକପାତ କରିଥିଲେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ‘କ୍ରିଏଟ ଇନ ଇଣ୍ଡିଆ’ ଚାଲେଞ୍ଜରେ ଅଂଶଗ୍ରହଣ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ଅପରାହ୍ନରେ ନାକଟିଦେଉଳ ନିକଟସ୍ଥ ଟିକିରା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ବିଏସଏଫ ଯବାନ ମୃତ୍ୟୁବରଣ କରିଥିବା ଖବର ଜଣାପଡିଛି। ମୃତକ ଯବାନ ହେଲେ ଜଗନାଥପ୍ରସାଦ ଗ୍ରାମର ଜଗ ଦେହୁରୀ। ପ୍ରକାଶ ଯେ, ନାକଟିଦେଉଳ ଥାନା ଜଗନ୍ନାଥ ପ୍ରସାଦ ଗ୍ରାମର ଜଗ ଦେହୁରୀ ପଶ୍ଚିମବଙ୍ଗରେ ଚାକିରୀ କରୁଥିଲେ। କିଛି ଦିନ ହେଲା ସେ ଘରକୁ ଛୁଟିରେ ଆସି ଥିଲେ। ଆଜି ସେ ଟିକିରା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ମୃତଦେହ ପଡ଼ିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ନାକଟିଦେଉଳ ଡାକ୍ତର ଖାନାକୁ ଆଣି ଥିଲା। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁ ଥିବା ଜଣା ପଡିଛି।
ମେଷ ରାଶି- ଚାକିରି ପାଇବେ। ଅପ୍ରତ୍ୟାଶିତ ଲାଭ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବିବାଦ କରନ୍ତୁ ନାହିଁ। ଚାକିରୀ ଖୋଜୁଥିବା ବ୍ୟକ୍ତିମାନେ ସ୍ବେଚ୍ଛାକୃତ ସ୍ଥାନାନ୍ତର ଏବଂ ପଦୋନ୍ନତି ପାଇବେ ବୋଲି ଆଶା କରାଯାଏ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ବୃଷ ରାଶି- ଅପଚୟ ଖର୍ଚ୍ଚ ହେବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ବକ୍ତବ୍ୟ ନିୟନ୍ତ୍ରଣ କରନ୍ତୁ। ଚିନ୍ତିତ ହେବେ। ବ୍ୟବସାୟ ଭଲ କରିବ। ନୂତନ ପାରସ୍ପରିକ କ୍ରିୟା ଲାଭବାନ ହେବ। ଆୟ ବୃଦ୍ଧି ପାଇବ। ସ୍ଥିର ପାଣ୍ଠି ପାଇ ନିବେଶ ବୃଦ୍ଧି ହେବାର ସମ୍ଭାବନା ଅଛି। ପେଟରେ ଅସୁବିଧା ହୋଇପାରେ। ମିଥୁନ ରାଶି- ବିବାଦ ଅସୁବିଧା ସୃଷ୍ଟି କରିବ। ଶାରୀରିକ କଷ୍ଟ ହେବ । ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ସଫଳ ହେବ । ପାର୍ଥକ୍ୟ ବୃଦ୍ଧି ପାଇବ। କାହାଠାରୁ ସାହାଯ୍ୟ ଆଶା କରାଯାଏ ନାହିଁ…
ପ୍ରୟାଗରାଜ: ୨୦୨୫ ମହାକୁମ୍ଭ ଅବସରରେ ପ୍ରୟାଗରାଜର ନମାମି ଗଙ୍ଗେ ଅଭିଯାନ ଦ୍ୱାରା ନମାମି ଗଙ୍ଗେ ପାଭିଲିୟନ କରାଯାଇଛି। ଗଙ୍ଗାର ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ପର୍ଯ୍ୟବସିତ ଏକ ଟନେଲ କରାଯାଇଛି। ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଏହା ଭିତରେ ବୁଲାବୁଲି କରି ସୁଖଦ ଅନୁଭୂତି ନେଇ ଫେରୁଛନ୍ତି। ଆଧୁନିକ ଯାନ୍ତ୍ରିକ କଳା କାରିଗରୀ ଦ୍ୱାରା ବିଭିନ୍ନ ପ୍ରସଙ୍ଗରେ ବୁଲି ଆସୁଥିବା ପର୍ଯ୍ୟଟକମାନଙ୍କୁ ଏଠାରେ ସୂଚନା ପ୍ରଦାନ କରାଯାଇଛି। ଏହି ପ୍ରଦର୍ଶନୀରେ ଗଙ୍ଗାର ଜୀବନ ପ୍ରଦାନକାରୀ ମହତ୍ୱର ଅବତାରଣା କରାଯିବା ସହ ବିଭିନ୍ନ ପକ୍ଷୀଙ୍କ କଳରବ ଶୁଣି ପାରିବାର ସମସ୍ତ ପ୍ରୟାସ କରାଯାଇଛି। ମୁଖ୍ୟ ଆକର୍ଷଣ : ଡିଜିଟାଲ ପ୍ରଦର୍ଶନୀ ଗଙ୍ଗା ସଫେଇ ଓ ସଂରକ୍ଷଣ ଉପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଏହି ଡିଜିଟାଲ ପ୍ରଦର୍ଶନୀରେ ପ୍ରଦର୍ଶନ କରାଯାଉଛି। ସେହିପରି ପ୍ରୟାଗ ପ୍ଲାଟଫର୍ମରେ ଗଙ୍ଗା, ଯମୁନା ନଦୀ ଓ ସେମାନଙ୍କର ଶାଖା ନଦୀ ଉପରେ ବିଭିନ୍ନ…
ନୂଆଦିଲ୍ଲୀ: ବୁଧବାର ଦିନ ଆହ୍ଲାବାଦ ସଂଗ୍ରହାଳୟରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଭାଗବତ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ସମସ୍ତେ ଚଳିତ ମହାକୁମ୍ଭକୁ ସାକାର କରିବା ପାଇଁ ଚେଷ୍ଟା କରୁଥିବା ସେ ଉଲ୍ଲେଖ କରିଥିଲେ। ପ୍ରୟାଗରାଜ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଥିବା ଭାଗବତ ପ୍ରଦର୍ଶନୀରେ ବହୁ ଆକର୍ଷଣୀୟ ଫଟୋ ଚିତ୍ର ସ୍ଥାନିତ ହୋଇଛି। ସଂଗ୍ରହାଳୟ ପରିସରରେ ରହିଥିବା ସହିଦ ଚନ୍ଦ୍ରଶେଖର ଆଜାଦଙ୍କୁ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରି କେନ୍ଦ୍ରମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାଗବତ ପ୍ରଦର୍ଶନୀର ସମୀକ୍ଷା କରିଥିଲେ। ସମଗ୍ର ବିଶ୍ୱ, ଜୀବନ, ସମାଜ, କଳା, ସଂସ୍କୃତିର ବାର୍ତା ଉପରେ ଏହି ଚିତ୍ରସବୁ ପର୍ଯ୍ୟବସିତ ହୋଇଥିବା ମନ୍ତ୍ରୀ କହିଛନ୍ତି। କୁମ୍ଭ ପରମ୍ପରା, ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ବ୍ୟକ୍ତିତ୍ୱ ଉପରେ ଆଧାରିତ ବିଭିନ୍ନ ମୂଲ୍ୟବାନ ଚିତ୍ର ସଂଗ୍ରହ କରି ସଂଗ୍ରହାଳୟରେ ସ୍ଥାନିତ କରାଯାଇଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ। ମହାକୁମ୍ଭର ବିରାଟ ଆୟୋଜନକୁ ପ୍ରଶଂସା କରି ଉତ୍ସବକୁ ମହତର କରିବା ପାଇଁ…
ଭୁବନେଶ୍ୱର: ଓଡ଼ିଶାରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି, ଯେଉଁଥିରେ ଦଶପଲ୍ଲା ଏବଂ ଆଢ଼େଣିଗଡ଼ ମଧ୍ୟରେ ଥିବା ରେଳ ସେକ୍ସନ ପାଇଁ ଗୁରୁତ୍ୱପୂର୍ଣ୍ଣ ଦ୍ଵିତୀୟ ପର୍ଯ୍ୟାୟ ଜଙ୍ଗଲ ଅନୁମୋଦନ (କ୍ଲିୟରାନ୍ସ) କରିବା ଅନ୍ତର୍ଭୁକ୍ତ। ଏହି ଅନୁମୋଦନ ପ୍ରକଳ୍ପକୁ ସର୍ବନିମ୍ନ ପରିବେଶଗତ ପ୍ରଭାବ ସହିତ ଆଗକୁ ବଢ଼ିବାକୁ ସ୍ୱୀକୃତି ଦେଉଅଛି। ବର୍ତ୍ତମାନ ସୁଦ୍ଧା, ମୋଟ ୩୦୧ କିଲୋମିଟର ରେଳ ଲାଇନ ମଧ୍ୟରୁ ୨୨୬ କିଲୋମିଟର ରେଳ ମାର୍ଗ ସମ୍ପୂର୍ଣ୍ଣ ହୋଇଛି, ଯେଉଁଥିରେ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୬ କିଲୋମିଟର ଏବଂ ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୧୨୦ କିଲୋମିଟର ଅନ୍ତର୍ଭୁକ୍ତ। ପୁରୁଣାକଟକ ଏବଂ ଦଶପଲ୍ଲା ମଧ୍ୟରେ ଅବଶିଷ୍ଟ ୭୫ କିଲୋମିଟର ପାଇଁ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଜଙ୍ଗଲ ପରିବର୍ତ୍ତନ ଏବଂ ପରିବେଶଗତ ପଦକ୍ଷେପ ଏହି ପ୍ରକଳ୍ପ ପାଇଁ ୩,୨୭୪.୩୩୬ ହେକ୍ଟର ଜମି ଅଧିଗ୍ରହଣ ଆବଶ୍ୟକ ଥିଲା, ଯେଉଁଥିରେ ୭୪୬.୪୨ ହେକ୍ଟର ଜଙ୍ଗଲ ଜମି ଅନ୍ତର୍ଭୁକ୍ତ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…
ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ସେଣ୍ଟ୍ରାଲ ହଲରେ ଯୁବ ବନ୍ଧୁମାନଙ୍କ ସହ ଆଲୋଚନା କରିଛନ୍ତି। ୨୦୪୭ ସୁଦ୍ଧା ଦେଶର ଲକ୍ଷ୍ୟ କ’ଣ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ, ଯାହାର ଉତ୍ତରରେ ଜଣେ ଛାତ୍ର ପୂର୍ଣ୍ଣ ଆତ୍ମବିଶ୍ୱାସର ସହ କହିଥିଲେ ଯେ ଭାରତକୁ ଏକ ବିକଶିତ ରାଷ୍ଟ୍ର (ବିକଶିତ ଭାରତ)ରେ ପରିଣତ କରିବାକୁ ପଡ଼ିବ। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ କେବଳ ୨୦୪୭ ପର୍ଯ୍ୟନ୍ତ କାହିଁକି, ଅନ୍ୟ ଜଣେ ଛାତ୍ର ଉତ୍ତର ଦେଇଥିଲେ ଯେ ଯେତେବେଳେ ଭାରତ ଏହାର ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ, ଆମର ବର୍ତ୍ତମାନର ପିଢ଼ି ଦେଶର ସେବା କରିବାକୁ ପ୍ରସ୍ତୁତ ରହିବେ। ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ଶ୍ରୀ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ ଆଜି ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିଥି। ନେତାଜୀ ବୋଷଙ୍କ ଜୟନ୍ତୀ ଉପଲକ୍ଷେ…

