Author: SM Network

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫-୨୬ ବିପଣନ ବର୍ଷ ପାଇଁ ଝୋଟ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)କୁ ଅନୁମୋଦନ କରିଛି। ୨୦୨୫-୨୬ ଉତ୍ପାଦନ ଋତୁ ପାଇଁ ଝୋଟ (ଟିଡି-୩ ଗ୍ରେଡ୍)ର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୫,୬୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାଦ୍ୱାରା ସର୍ବଭାରତୀୟ ସ୍ତରରେ ହାରାହାରି ଉତ୍ପାଦନ ଖର୍ଚ୍ଚ ଉପରେ ୬୬.୮ ପ୍ରତିଶତ ଲାଭ ସୁନିଶ୍ଚିତ ହୋଇଛି। ୨୦୧୮-୧୯ ବଜେଟ୍‍ ଘୋଷଣା ଅନୁସାରେ ଝୋଟ ବିପଣନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଅତିକମରେ  ସର୍ବ ଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣ ହେବା ଆବଶ୍ୟକ। ଏହି ନୀତି ଅନୁସାରେ ୨୦୨୫-୨୬ ବିପଣନ ଋତୁ ପାଇଁ  ଏମ୍‍ଏସ୍‍ପି ଅନୁମୋଦିତ ହୋଇଛି। ବିପଣନ ବର୍ଷ ୨୦୨୫-୨୬ ପାଇଁ ଝୋଟର ଏମଏସପି ପୂର୍ବ ୨୦୨୪-୨୫ ବିପଣନ ବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୩୧୫ ଟଙ୍କା ବୃଦ୍ଧି ପାଇଛି।…

Read More

ଚିଲିକା: ଆଜି ବାଣପୁର ବ୍ଲକ ଦାମିଆ ବରବରା ଗ୍ରାମ ପଞ୍ଚାୟତର ସରପଞ୍ଚ ବୀଣାପାଣି ଷଣ୍ଢ, ନାଏବ ସରପଞ୍ଚ ବନବାସ ଶବର, ସଂଗଠକ ପ୍ରଦୀପ କୁମାର ଷଣ୍ଢ ଏବଂ ଓ୍ବାର୍ଡ଼ ମେମ୍ବରଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପି ର ନୀତି ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ, ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି ଓ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ‌ ହୋଇ‌ ନାଚୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ସେମାନେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଦଳରେ ସାମିଲ ହୋଇଥିବା ସମସ୍ତ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ। ଏହି ଯୋଗଦାନ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ଜନତାଙ୍କ…

Read More

ଭୁବନେଶ୍ଵର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରର ବାରବାଟୀ ଦୁର୍ଗ ଭିତରେ ୨୩ ଜାନୁୟାରୀରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ପରାକ୍ରମ ଦିବସ ପାଳନ କରାଯିବ। ନେତାଜୀଙ୍କ ୧୨୮ତମ ଜୟନ୍ତୀ ଉପଲକ୍ଷେ ତିନି ଦିନ ଧରି ଚାଲିବାକୁ ଥିବା ବହୁମୁଖୀ କାର୍ଯ୍ୟକ୍ରମକୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ। କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ଦେଶରେ ପ୍ରଥମ ପରାକ୍ରମ ଦିବସ କୋଲକାତାସ୍ଥିତ ଭିକ୍ଟୋରିଆ ମେମୋରିଆଲ ହଲରେ ପାଳନ କରାଯାଇଥିଲା। ୨୦୨୨ ମସିହାରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟଠାରେ ନେତାଜୀଙ୍କ ହଲୋଗ୍ରାମ ରହିଥିବା ଏକ ଷ୍ଟାଚ୍ୟୁକୁ ଅନାବରଣ କରାଯାଇଥିଲା। ୨୦୨୩ ମସିହାରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ରହିଥିବା ୨୧ଟି ଛୋଟ ବଡ ଦ୍ୱୀପକୁ ୨୧ ଜଣ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମକରଣ କରାଯାଇଥିଲା। ୨୦୨୪ରେ ନୂଆଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ତେବେ ଏହି ପରମ୍ପରାକ୍ରମେ ଚଳିତବର୍ଷ ନେତାଜୀଙ୍କ ଜନ୍ମସ୍ଥାନ କଟକ ସହରରେ…

Read More

ଭୁବନେଶ୍ଵର: ଦିଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବାକୁ ଥିବା ଚଳିତବର୍ଷର ଜାନୁଆରୀ ୨୬ ଜନରାଜ୍ୟ ପରେଡ ଦେଖିବା ପାଇଁ କେନ୍ଦ୍ରାପଡା ଜିଲ୍ଲାର ଜଣେ ଲକ୍ଷପତି ଦିଦି ମହିଳା ଓ ଦୁଇ ଜଣ ସରପଂଚଙ୍କୁ ଭାରତ ସରକାର ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରଣ କରିଛନ୍ତି। ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳଯୋଗାଣବିଭାଗ ପକ୍ଷରୁ ବିଭାଗୀୟ ନିର୍ଦ୍ଦେସକ ସୁରେନ୍ଦ୍ର କୁମାର ମୀନାଙ୍କ ନିକଟରୁ ଚିଠି ସମ୍ବଳିତ ନିମନ୍ତ୍ରଣ ପତ୍ର ସେମାନଙ୍କ ନିକଟରେ ପହଚିଁଛି। ନିମନ୍ତ୍ରଣ ପତ୍ର ପାଇଥିବା ଲକ୍ଷପତି ମହିଳା ଦିଦି ହେଉଛନ୍ତି ଗୋଲୋରହାଟ ପଂଚାୟତର ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପର ସଂପାଦିକା ରେଶମା ବେଗମ୍। ନିଜସ୍ୱ ପ୍ରୟାସରେ ସେ ସିଲାଇ ମେସିନପକାଇ ବିଭିନ୍ନ କପଡା ପୋଷାକ ଏବଂ ଅନ୍ୟ ଦୈନିକ ବ୍ୟବହାର୍ଯ୍ୟ ଯୋଗ୍ୟ କପଡା ସାମଗ୍ରୀ ନିର୍ମାଣ କରି ନିଜେ ଆତ୍ମ ସ୍ୱାବଲମ୍ବୀ ହେବା ସହ ୫୦ ରୁ ଉର୍ଦ୍ଧ୍ୱ ସ୍ଥାନୀୟ ସଂଖ୍ୟାଲଘୁ ସଂପ୍ରଦାୟର ମହିଳାମାନଙ୍କୁ ସିଲାଇ ମେସିନ ତାଲିମ ଦେଇ ଆତ୍ମସ୍ୱାବଲମ୍ବୀ କରିପାରିଛନ୍ତି…

Read More

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ବାରମ୍ବାର ଭିଡ଼ିଓ ଭାଇରାଲ ଘଟଣାକୁ ପୋଲିସ ପକ୍ଷରୁ ଗୁରୁତର ସହ ନିଆଯାଇଅଛି। ଏହି ସମ୍ବେଦନଶୀଳ ଘଟଣାକୁ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ନେଇ ଏଣିକି ଚାରି ଦ୍ୱାରରେ ସଚେତନତା ବାର୍ତ୍ତା ଥିବା ସାଇନ ବୋର୍ଡ ଲଗାଯିବ। ଶ୍ରୀମନ୍ଦିର ଭିତର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ଘଟଣା ନେଇ ଏଭଳି ପତିକ୍ରିୟା ରଖିଛନ୍ତି ପୁରୀ ଏସ୍ପି ଭିନିତ ଅଗ୍ରୱାଲ। ଶ୍ରୀମନ୍ଦିର ମଧ୍ୟରେ ଚିତ୍ର ତଥା ଭିଡିଓ ଉତ୍ତୋଳନ ସମ୍ପୂର୍ଣ୍ଣ ନିଷେଧ ରହିଅଛି। ତେବେ ଏହି ଘଟଣାକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଗତ ଜାନୁଆରୀ ୫ ତାରିଖରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଘଟଣା ଓ ଗତ ଦୁଇ ଦିନ ତଳେ ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତି ଗର୍ଭଗୃହ ଭିଡ଼ିଓ ନିଜ ସୋସିଆଲ ମିଡ଼ିଆ ରେ ଭାଇରାଲ କରିବା ଘଟଣାକୁ ନେଇ ପୋଲିସ ତଦନ୍ତ କରୁଅଛି।ଖୁବ ଶୀଘ୍ର…

Read More

ନୂଆଦିଲ୍ଲୀ: ମହାକୁମ୍ଭର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଅର୍ଥନୈତିକ ଗୁରୁତ୍ୱ ସଂପର୍କରେ ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜବାହରଲାଲ ନେହରୁ ଭବନରେ ବିଦେଶୀ ସାମ୍ବାଦିକମାନଙ୍କୁ ଅବଗତ କରାଯାଇଛି। ଏଥିରେ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଉତ୍ତର ପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀ। ସାରା ବିଶ୍ୱରୁ ୧୦ଲକ୍ଷରୁ ଅଧିକ ବିଦେଶୀ ଶ୍ରଦ୍ଧାଳୁ ମହାକୁମ୍ଭରେ ଯୋଗ ଦେବାର ଆଶା କରାଯାଉଥିବା ବେଳେ ଏହି ମହାକୁମ୍ଭ ୨୦୨୫ ହେଉଛି ଆତ୍ମ-ଅନ୍ୱେଷଣ, ଧାର୍ମିକ ଓ ସାଂସ୍କୃତିକ ପ୍ରତୀକ। ଉତ୍ତରପ୍ରଦେଶ ସରକାରଙ୍କ ଅଧିକାରୀମାନେ ମହାକୁମ୍ଭ ୨୦୨୫ କେତେ ବଡ଼ ସେ ସଂପର୍କରେ ସମସ୍ତ ସୂଚନା ଦେଇ କହିଥଲେ, ଏହା ହେଉଛି ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାବେଶ। ବୈଦେଶିକ ମନ୍ତ୍ରଣାଳୟ ଓ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାକୁମ୍ଭର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୁରୁତ୍ୱ ସଂପର୍କରେ ଆଲୋକପାତ କରାଯାଇଥଲା। ମହାକୁମ୍ଭ ୨୦୨୫ ଜାନୁଆରି ୧୩ରୁ ଆରମ୍ଭ ହୋଇଥିବା ବେଳେ ଫେବ୍ରୁଆରି…

Read More

ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭ ଅବସରରେ ତ୍ରିବେଣୀ ମାର୍ଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆକର୍ଷଣୀୟ ଡିଜିଟାଲ ପ୍ରଦର୍ଶନୀରେ ଭାରତର ନୂତନ ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ୨୦୨୩, ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ସଂପର୍କିତ ସବିଶେଷ ଓ ସରଳ ବିବରଣୀ ଲୋକମାନଙ୍କୁ ପ୍ରଦାନ କରାଯାଉଛି। ଏହାବ୍ୟତୀତ ଏହି ପ୍ରଦର୍ଶନୀରେ ବିଭିନ୍ନ କଲ୍ୟାଣକାରୀ ଯୋଜନା, ନୂତନ ନୀତି, ଆଇନ ଏବଂ ଭାରତୀୟ ସମ୍ବିଧାନ ବିଷୟରେ ଆନାମୋର୍ଫିକ୍ କାନ୍ଥ, ଏଲଇଡି ଟିଭି ସ୍କ୍ରିନ, ଏଲଇଡି କାନ୍ଥ ଏବଂ ହୋଲୋଗ୍ରାଫିକ ସିଲିଣ୍ଡର ମାଧ୍ୟମରେ ସୂଚନା ପ୍ରଦାନ କରାଯାଉଛି। ଅଡିଓ-ଭିଜୁଆଲ୍ ମିଡିଆ ଜରିଆରେ ଏହା ସ୍ପଷ୍ଟ କରୁଛି ଯେ ନୂତନ ଆଇନ ନ୍ୟାୟ ଏବଂ ନିରପେକ୍ଷତା ଉପରେ ଆଧାରିତ ଏବଂ ନ୍ୟାୟ ଏବଂ ନାଗରିକ ନିରାପତ୍ତାକୁ ପ୍ରାଥମିକତା ଦେବା ପାଇଁ ବୈଷୟିକ ଜ୍ଞାନକୌଶଳକୁ ଆଇନର ଢାଞ୍ଚାରେ ସମନ୍ୱିତ କରୁଛି। ଭାରତର ନ୍ୟାୟ…

Read More

ଭୁବନେଶ୍ୱର: ଓଡ଼ିଶା ଏକ ଜ୍ଞାନ ଆଧାରିତ ସମାଜ ଏବଂ ଭାଷା ଆମ ପ୍ରଗତିର ସବୁଠୁ ବଡ଼ ସହାୟକ। ଭାଷାର ପ୍ରଗତିରେ ହିଁ ସମାଜର ପ୍ରଗତି ଘଟିଥାଏ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ଏଆଇସିଟିଇ ସହଯୋଗରେ ଇନ୍ଦିରା ଗାନ୍ଧୀ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ଏମବିଏ ଅଧ୍ୟୟନ ପୁସ୍ତିକା ଓଡ଼ିଆ ଭାଷାରେ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଆଜିର ପଦକ୍ଷେପ ଦ୍ୱାରା ଓଡ଼ିଶାର ଉଚ୍ଚ ଶିକ୍ଷା ତଥା ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିହେଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ସାଧୁ ଉଦ୍ୟମ। ଭାରତରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାର ଅଗ୍ରଗତିରେ ଏଆଇସିଟିଇର ଭୂମିକା ଅତୁଳନୀୟ। ଉଭୟ ଇଗ୍ନୋ ଏବଂ ଏଆଇସିଟିଇ ଦେଶ ତଥା ଦେଶ ବାହାରେ ବିଭିନ୍ନ ଶିକ୍ଷାର୍ଥୀଙ୍କୁ ସୁଲଭ ମୂଲ୍ୟରେ…

Read More

କୋଣାର୍କ: କେନ୍ଦ୍ର ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ କୋଣାର୍କସ୍ଥିତ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରଠାରେ ଆୟୋଜିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି। ଓଡ଼ିଶା ସରକାରଙ୍କ ସହଯୋଗରେ ଖଣି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀ ଗତ ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ସମୟରେ, ମାନ୍ୟବର ମନ୍ତ୍ରୀ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ଏବଂ ପ୍ରଦର୍ଶନୀରେ ପ୍ରଦର୍ଶିତ ଅନେକ ଅଭିନବ ଉତ୍ପାଦ ଏବଂ ସମାଧାନର ନିରୀକ୍ଷଣ କରିଥିଲେ, ଯାହା ଖଣି ପ୍ରଭାବିତ ଜନସମୁଦାୟ ଉପରେ ଡିଏମଏଫ ପାଣ୍ଠିର ପରିବର୍ତ୍ତନଶୀଳ ପ୍ରଭାବକୁ ପ୍ରଦର୍ଶିତ କରିଥିଲା। ‘ଦୀର୍ଘସ୍ଥାୟୀ ବିକାଶ ଦ୍ୱାରା ଜନ ସମୁଦାୟର ସଶକ୍ତିକରଣ’ ବିଷୟବସ୍ତୁକୁ ନେଇ ଡିଏମ୍ଏଫ୍ ସମର୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ), ହିନ୍ଦୁସ୍ତାନ କପର୍ ଲିମିଟେଡ୍ (ଏଚସିଏଲ), ନାଲକୋ, ଏଚଜେଡଏଲ/ବେଦାନ୍ତ ଏବଂ ଓଡ଼ିଶା…

Read More

ମେଷ- ଆପଣ ଆଜି କିଛି ନୂଆ କରିବାକୁ ଚିନ୍ତା କରିପାରିବେ । ଭାଗୀଦାର ମଧ୍ୟ ସେଠାରେ ରହିବେ। ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ, ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ । ଏକ ବଡ ଖର୍ଚ୍ଚ ହେବ । ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ। ଯଦି ଆମେ ଟଙ୍କା ସମ୍ବନ୍ଧୀୟ ବିଷୟଗୁଡିକ ଯତ୍ନର ସହ ମୁକାବିଲା କରିବା ଭଲ ହେବ। ଶଶୁରଘରର ସହଯୋଗ ହେବ । ପ୍ରେମ ଦୃଷ୍ଟିରୁ ଆଜି ଭଲ ଦିନ ହୋଇପାରିବ ନାହିଁ। କୌଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। ବୃଷ- ନିୟମିତ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ। ମନ ଅଶାନ୍ତ ହେବ। ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ। ଆପଣ ଉତ୍ସାହଜନକ ସୂଚନା ପାଇବେ। ନୂତନ ସମ୍ପର୍କ ଗଠନ ହେବ। ସଂକ୍ଷିପ୍ତ ଯାତ୍ରା ହୋଇପାରେ। ଠିକ୍ ସମୟରେ…

Read More

ବାଲୁଗାଁ: ମଙ୍ଗଳବାର ପୂର୍ବାହ୍ନରେ ଚିଲିକା ପଞ୍ଚାୟତ ସମିତି ଆନୁକୂଲ୍ୟରେ ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣା ବେହେରା ଏବଂ ବିଡିଓ ହଳଧର ଶବର ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବ୍ଲକ ଅନ୍ତର୍ଗତ ୧୭ ଗୋଟି ପଞ୍ଚାୟତ ଏବଂ ବାଲୁଗାଁ ଏନଏସିରୁ ଶତାଧିକ ହିତାଧିକାରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବ୍ଲକ ଅନ୍ତର୍ଗତ ସମସ୍ତ ଜନପ୍ରତିନିଧି ମାନେ ଶିବିରକୁ ଆସୁଥିବା ହିତାଧିକାରୀ ମାନଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା। ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ତିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀ ମାନଙ୍କ ନିମନ୍ତେ ଖୋର୍ଦ୍ଧାରୁ ଆସିଥିବା ଡାକ୍ତର ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ହିତାଧିକାରୀ ମାନଙ୍କ ପରୀକ୍ଷଣ କରିଥିଲେ। ଉକ୍ତ ଶିବିରରେ ୭୮୦ ଜଣ ହିତାଧିକାରୀ ପଞ୍ଜିକୃତ କରିଥିବା ବେଳେ ୪୯୫ ଜଣ ହିତାଧିକାରୀଙ୍କୁ ବିଡ଼ିଓ ଏବଂ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ନୂତନ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ କିଶୋର କୁମାର ପଣ୍ଡା। ୨୦୧୫ ବ୍ୟାଚ ଓଏଏସ ଅଧିକାରୀ ଶ୍ରୀ ପଣ୍ଡା ଏହା ପୁର୍ବରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଜଣେ ଦକ୍ଷ ପ୍ରଶାସକ ଭାବେ ସେ ବେଶ ଜଣାଶୁଣା। ଆଜି କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଅନୁରୂପ ଭାବେ ଜିଲ୍ଲାର ବହୁ ସରକାରୀ ଅଧିକାରୀ ଏବଂ ଜନସାଧାରଣ ମଧ୍ୟ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟର ଖୋର୍ଦ୍ଧା ଏକ ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡ ହୋଇଥିବା ବେଳେ ଏଠାରେ ପ୍ରଶାସନ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିଛି। ଜିଲ୍ଲାରେ ବେଆଇନ ଖଣି କାରବାର, ନିଶା କାରବାର ଆଦିକୁ ରୋକିବା, ବିଭିନ୍ନ ସ୍ଥାନରେ ଜବରଦଖଲ ଉଛେଦ,ଆଇନ ଶୃଙ୍ଖଳା ବଜାୟ ରଖିବା, ଜନସାଧାରଣଙ୍କ ଅଭିଯୋଗ ସମାଧାନ…

Read More

ନୂଆଦିଲ୍ଲୀ: ଦୁନିଆର ସମସ୍ତ ଶ୍ରେଷ୍ଠ କ୍ରିକେଟ୍ ଦଳ ଏବଂ କ୍ରିକେଟ୍ ପ୍ରଶଂସକମାନେ ଉତ୍ସାହର ସହିତ 2025 ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ଅପେକ୍ଷା କରିଛନ୍ତି। ଚାମ୍ପିଅନ୍ସ ଟ୍ରଫି 2025 ର ପ୍ରଥମ ମ୍ୟାଚ୍ 19 ଫେବୃଆରୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଫେବୃଆରୀ 20 ତାରିଖରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ଖେଳାଯିବ, ଯେଉଁଥି ପାଇଁ ବିସିସିଆଇ 15 ସଦସ୍ୟ ବିଶିଷ୍ଟ ଭାରତୀୟ ଦଳକୁ 18 ଜାନୁଆରୀରେ ଘୋଷଣା କରିଥିଲା। ଭାରତର 15 ସଦସ୍ୟ ବିଶିଷ୍ଟ ଦଳରେ ଦୁଇଜଣ ୱିକେଟ୍ କିପର ମଧ୍ୟ ଅଛନ୍ତି। ପ୍ରଥମ କେ.ଏଲ୍ ରାହୁଲ ଏବଂ ଦ୍ୱିତୀୟ ଋଷଭ ପନ୍ତ। ଉଭୟ ନିଜ ବ୍ୟାଟିଂ ଏବଂ ୱିକେଟ୍ କିପିଂ ସହିତ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଉଭୟଙ୍କ ବ୍ୟାଟିଂ ସହିତ ସେମାନଙ୍କର ୱିକେଟ୍ ରକ୍ଷକ ରେକର୍ଡ ମଧ୍ୟ ବହୁତ ଭଲ। ଏଭଳି ପରିସ୍ଥିତିରେ ଚାମ୍ପିଅନ୍ସ ଟ୍ରଫିରେ ଟିମ୍…

Read More

ଭୁବନେଶ୍ଵର: ରାୟଗଡା ରେଳ ଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ସିକନ୍ଦାରବାଦରେ ଦାଦନ ଖଟି ଘରକୁ ଫେରୁଥିବା ଜଣେ ବୃଦ୍ଧଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ବୃଦ୍ଧଜଣଙ୍କ ମାଲଗାଡି ଉପରେ ଚଢିଥିବା ବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ରେଳଲାଇନ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ବୃଦ୍ଧ ଜଣଙ୍କ ୫୫ ବର୍ଷୀୟ ନରସିଂହ କାଣ୍ଡା ବୋଲି ଜଣାପଡିଛି। ସେ ଉଚ୍ଚ କ୍ଷମତା ସମ୍ପନ୍ନ ରେଳଲାଇନ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ତଳେପଡି ଗୁରୁତର ହୋଇପଡିଥିଲେ। ତାଙ୍କର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣଙ୍କ ଘର ନୂଆପଡା ଜିଲ୍ଲା ରାଜଖରିଆର ଥାନା ଅନ୍ତର୍ଗତ ବଡନାଳ ଗାଁରେ। ଘଟଣା ଘଟିବା ପରେ ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ରାୟଗଡା ଡାକ୍ତରଖାନରେ ଭର୍ତ୍ତି କରାଇଥିଲେ ହେଲେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡର ଘୋଡ଼ାହାଡ଼ ଓ ବାଘଲଟି ଜଳଭଣ୍ଡାର କ୍ରମାଗତ ଭାବେ ଶୁଖିବା, ବିଳମ୍ବିତ ମୌସୁମୀ, ଖୁବ୍ କମ୍ ପରିମାଣର ବର୍ଷା ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ୨ଟି ଡ୍ୟାମ୍‌ରେ ଏବର୍ଷ ପକ୍ଷୀ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ବନଖଣ୍ଡକୁ ୨୨ହଜାର ୭୭୭ ପକ୍ଷୀ ଆସିବା ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ସ୍ପଷ୍ଟ ହୋଇଛି। ଗତବର୍ଷଠାରୁ ୪ହଜାରରୁ କମ୍ ବୋଲି ଜଣାଯାଇଛି। ଗତବର୍ଷ ଏହି ବନଖଣ୍ଡକୁ ୨୬ହଜାର ୯୮୫ ପକ୍ଷୀ ଆସିଥିଲେ ଚଳିତବର୍ଷ ଏହି ବନଖଣ୍ଡ ଅଧୀନରେ ଖପରାଖାଇ, ଲାଞ୍ଜିଗେଣ୍ଡି, ହଂସରାଳି, ପାଣିଚିରା ଗେଣ୍ଡି, ପାଣି ଚିରା, କୁକୁଭା, ରଙ୍ଗ ଗେଣ୍ଡି , ଧୁସୁରା ଗେଣ୍ଡି, ଗୋଠ ବଗୁଲି, ଗେଣ୍ଡାଳିଆ ପ୍ରଜାତିର ପକ୍ଷୀ ବହୁମାତ୍ରାରେ ଦେଖୁବାକୁ ମିଳିଛି। ପୂର୍ବବର୍ଷ ଭଳି ଚଳିତଥର ମଧ୍ୟ ବନଖଣ୍ଡର ବାହୁଦା ନଦୀ ଓ ସମୁଦ୍ରର ମିଳନ ସ୍ଥଳରେ ସର୍ବାଧ‌ିକ ପକ୍ଷୀଙ୍କ ସମାଗମ ହୋଇଥିଲା। ବ୍ରହ୍ମପୁର ବନଖଣ୍ଡରେ ଠାବ ହୋଇଥିବା…

Read More

ନୂଆଦିଲ୍ଲୀ: ଚାରି ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି। ସୋମବାର ଦିନ ସେ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ବେଆଇନ ପ୍ରବାସୀମାନଙ୍କ ହୃଦସ୍ପନ୍ଦନ ବୃଦ୍ଧି ପାଇଛି। ଏହି ସମୟରେ, ଏକ ଖବର ଅଛି ଯେ ଏଥିରେ ଅବୈଧ ପ୍ରବାସୀ ଭାରତୀୟଙ୍କ ଉପରେ ପ୍ରଭାବ ପଡ଼ିବ। ବ୍ଲୁମବର୍ଗ ଦାବି କରିଛି ଯେ, ଆମେରିକାରୁ ୧୮ ହଜାର ବେଆଇନ ପ୍ରବାସୀ ଭାରତୀୟଙ୍କୁ ପଠାଯିବ। ଏହି ପ୍ରସଙ୍ଗରେ ଭାରତ ଏବଂ ଆମେରିକା ପରସ୍ପର ସହ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ବେଆଇନ ଅନୁପ୍ରବେଶ ଟ୍ରମ୍ପଙ୍କ ଏକ ବଡ ନିର୍ବାଚନ ପ୍ରସଙ୍ଗ ହୋଇଛି। ଟ୍ରମ୍ପ ଏହା ବିରୋଧରେ ଏକ କାର୍ଯ୍ୟକାରୀ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ଗୃହ ବିଭାଗ ୨୦୨୨ ପାଇଁ ଏହି ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିଥିଲା। ତେବେ ଏହାର ପ୍ରକ୍ରିୟା ସମ୍ପର୍କରେ ପରିସ୍ଥିତି ଏପର୍ଯ୍ୟନ୍ତ…

Read More

ବାଣପୁର: ଓଡ଼ିଆ ଭାଷା ସାହିତ୍ୟର ଅନନ୍ୟ ସାଧକ ଏବଂ ସର୍ବଶ୍ରେଷ୍ଠ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ, ସମଗ୍ର ଓଡ଼ିଶାରେ ପାଇକ କବି ଭାବରେ ପରିଚିତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ରାଜ୍ୟସ୍ତରୀୟ ଜୟନ୍ତ୍ରୀ ସମାରୋହ ଜନ୍ମମାଟି ଭୀମପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଭୁବନେଶ୍ୱର ଓ କବିଙ୍କ ନାମରେ ନାମିତ କୃଷ୍ଣଚନ୍ଦ୍ର ପାଠାଗାର ଭୀମପୁରଙ୍କ ମିଳିତ ଆନୁକୂଲ୍ୟରେ ବାନାମ୍ବର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଆନନ୍ଦ ଚନ୍ଦ୍ର ସେନାପତି ସଭାପତିତ୍ଵ କରିଥିବା ବେଳେ, ବିଶିଷ୍ଠ ସାହିତ୍ୟିକ, ପୂର୍ବତନ ମନ୍ତ୍ରୀ ଡ଼ା ଦେବେନ୍ଦ୍ରନାଥ ମାନସିଂହ ମୁଖ୍ୟ ଅତିଥି, ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଓଡ଼ିଆଭାଷା ସାହିତ୍ୟ ବିଭାଗର ପୂର୍ବତନ ପ୍ରାଧ୍ୟାପକ ତଥା ଖୋର୍ଦ୍ଧା ସାହିତ୍ୟ ସଂସଦର ସଭାପତି, ଇତିହାସ ଗବେଷକ ଗୋପାଳକୃଷ୍ଣ ଦାସ ମୁଖ୍ୟବକ୍ତା, ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା କୃଷ୍ଣଚନ୍ଦ୍ର ସାହିତ୍ୟ ବିଷାରଦ ଅଧ୍ୟାପକ ସଂଗ୍ରାମକେଶରୀ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି। ଏହି ସମୟରେ ଆଜି ରୋହିଣୀ ବିଧାନସଭାରେ ପୂର୍ବତନ ମନୋନୀତ କାଉନସିଲର ତଥା ନିଗମ ପ୍ରାର୍ଥୀ କୁଲଦୀପ ମିତ୍ତଲଙ୍କୁ ବିଜେନ୍ଦ୍ର ଗୁପ୍ତା ବିଜେପିରେ ସାମିଲ କରିଛନ୍ତି। ମଦ ଦୁର୍ନୀତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନଦାର ହେଉଛନ୍ତି କୁଲଦୀପ ମିତ୍ତଲ। ଏହା ବ୍ୟତୀତ ସେ ବିଧାନସଭା ଟିକେଟ ପାଇଁ ଜଣେ ମଜବୁତ ପ୍ରତିଯୋଗୀ ଥିଲେ। ରୋହିଣୀରେ ଏହା ଦଳକୁ ମଜବୁତ କରିବ ବୋଲି ବିଜେପି କହିଛି। ବିଜେପିରେ କୁଲଦୀପ ମିତ୍ତଲ ଯୋଗଦେବା ପରେ ବିଜେପି ନେତା ବିଜେନ୍ଦ୍ର ଗୁପ୍ତା କହିଛନ୍ତି ଯେ, “ଆଜି କୁଲଦୀପ ମିତ୍ତଲ ଜୀ ବିଜେପିରେ ଯୋଗ ଦେଇଛନ୍ତି। ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ଶକ୍ତି ମିଳିବ। ଆମ୍ ​​ଆଦମୀ ପାର୍ଟି ଆଜି ଏକ ସୀମିତ ରୂପରେ ଅଛି, କାରଣ ଦଳୀୟ ନେତାଙ୍କ ଭରସା ସେମାନଙ୍କର ନେତୃତ୍ୱରେ ଉପରେ ରହିନାହିଁ।

Read More

ବାଣପୁର: ବିପ୍ଲବୀ, ପାଇକ, କବି ଓ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ବାଣପୁର ମାଟିରୁ ପ୍ରକାଶିତ ହେଇ ଆସୁଥିବା ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକା‌ର ତୃତୀୟ ସଂସ୍କରଣ ଲୋକାର୍ପିତ ହୋଇସାରିଛି। ଯୁବ ସ୍ତମ୍ଭକାର ତଥା ସମ୍ପାଦକ ବିଶ୍ବବିଜୟୀ ଦାଶଙ୍କ ବଳିଷ୍ଠ ସମ୍ପାଦନା, ସହ ସମ୍ପାଦିକା ପ୍ରବାଳ ମଞ୍ଜରୀ ଦାଶ ଓ ପ୍ରିୟମ୍ବଦା ସ୍ବାଇଁଙ୍କ ସହଯୋଗରେ ପତ୍ରିକାଟି ପ୍ରକାଶିତ ହୋଇଅଛି। ଡିଜାଇନର କାହ୍ନୁ ଚ଼ରଣ ସାହୁଙ୍କ ଅଳଙ୍କରଣ ବେଶ୍ ଆକର୍ଷଣୀୟ ହୋଇଛି। ଏହି ପତ୍ରିକାରେ ଅନେକ ଲେଖକ ଲେଖିକା ତଥା କବି କବୟିତ୍ରୀଙ୍କ ଅମୂଲ୍ୟ କୃତି ସ୍ଥାନିତ ହୋଇଛି। ସମ୍ପାଦକ ବିଶ୍ବବିଜୟୀ ଦାଶ କହିଛନ୍ତି, ପୂଣ୍ୟତୋୟା ଭାରତରେ ଓଡ଼ିଶା, କଳା, ସାହିତ୍ୟ ଓ ସଂସ୍କୃତିର ମହାନ ମିଳନ ସ୍ଥଳ। ନିଜସ୍ବ ପ୍ରତିଭା ବଳରେ ଅନେକ ପ୍ରଥିତଯଶା ଓ ସିଦ୍ଧପୁରୁଷ ମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଜନ୍ମନେଇ ଏ ମାଟିକୁ ମହିମା ମଣ୍ଡିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚ଼ାର ପ୍ରସାର…

Read More

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି -୨୦୨୦କୁ ସଫଳ ଭାବେ କ୍ରିୟାନ୍ୱୟନ କରିବା ଦିଗରେ ଆଜି ଯେଉଁ କର୍ମଶାଳାର ଆୟୋଜନ କରିଛନ୍ତି, ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ରାଜ୍ୟରେ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେବା ଦରକାର ବୋଲି ମଙ୍ଗଳବାର ଓଡ଼ିଶା ସରକାରଙ୍କ ଜାତୀୟ ଶିକ୍ଷା ନୀତି ପ୍ରଣୟନ ସମ୍ପର୍କିତ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ କହିଛନ୍ତି ପ୍ରାଚୀନ କାଳରୁ ଓଡ଼ିଆ ଜାତି ବିଶ୍ୱକୁ ଅନ୍ୱେଷଣ କରିଆସିଛି। ଆମର ସଭ୍ୟତା ଓ ନୌବାଣିଜ୍ୟ ପରମ୍ପରା ମଧ୍ୟ ପୁରୁଣା । ବୌଦ୍ଧ ଧର୍ମର ମାର୍ଗ ଓଡ଼ିଶା ଜରିଆରେ ହିଁ ଉଭା ହୋଇଛି। କଳିଙ୍ଗ ଯୁଦ୍ଧ ହଜାର ବଜାର ବର୍ଷ ପୂର୍ବରୁ ସଂଗଠିତ ହୋଇଥିଲା। ସେ ସମୟରୁ ଓଡ଼ିଆ ଲୋକମାନେ ନିଜକୁ ଶିକ୍ଷା ଓ ସୁସଂସ୍କୃତ ସମାଜ…

Read More

ଭୁବନେଶ୍ଵର: ଗୋଛାପଡା ଥାନା ଡେରାକୁମ୍ପାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ବାଇକ୍ ରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ମୃତକ ଦୁଇ ଜଣ ହେଲେ ନୂଆପଦର ହାଇସ୍କୁଲର ପ୍ରଧାନଶିକ୍ଷକ ରବିଚନ୍ଦ୍ର ଦାଶ ଓ ଅନ୍ୟ ଜଣେ ସଲାଗୁଡା ଅଞ୍ଚଳର ବିଶ୍ଵମ୍ବର କଂହର ବୋଲି ଜଣାପଡିଛି। ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ଫୁଲବାଣୀରୁ ଲୁଇସିଂରେ ଏକ ସରକାରୀ ମିଟିଂରେ ଯୋଗଦେବା ପାଇଁ ଯାଉଥିବାବେଳେ ବିଶ୍ଵମ୍ବର ଦ୍ରୁତ ଗତିରେ ବାଇକରେ ଆସି ଭାରସାମ୍ୟ ହରାଇ ପ୍ରଧାନ ଶିକ୍ଷକଙ୍କ ବାଇକକୁ ବାଡେଇ ଦେବା ଫଳରେ ଶ୍ରୀ ଦାଶଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ଦୁଇଜଣଙ୍କୁ ମେଡିକାଲ ଅଣା ଯାଇଥିଲା। ମେଡିକଲରେ ବିଶ୍ଵମ୍ବରଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଦୁର୍ଘଟଣା ଖବର ପାଇ ପୋଲିସ ଓ ଆମ୍ବୁଲାନ୍ସ ପହଂଚି ଉଦ୍ଧାର କରିଥିଲା। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।…

Read More