Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା: ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମୀ ବିଜେପିରେ ହେଲେ ସାମିଲ୍
ଆଜିର ଖବର

ଚିଲିକା: ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମୀ ବିଜେପିରେ ହେଲେ ସାମିଲ୍

January 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା: ଆଜି ବାଣପୁର ବ୍ଲକ ଦାମିଆ ବରବରା ଗ୍ରାମ ପଞ୍ଚାୟତର ସରପଞ୍ଚ ବୀଣାପାଣି ଷଣ୍ଢ, ନାଏବ ସରପଞ୍ଚ ବନବାସ ଶବର, ସଂଗଠକ ପ୍ରଦୀପ କୁମାର ଷଣ୍ଢ ଏବଂ ଓ୍ବାର୍ଡ଼ ମେମ୍ବରଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପି ର ନୀତି ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ, ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି ଓ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ‌ ହୋଇ‌ ନାଚୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ସେମାନେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଦଳରେ ସାମିଲ ହୋଇଥିବା ସମସ୍ତ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ।

ଏହି ଯୋଗଦାନ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ଜନତାଙ୍କ ସେବା, କଲ୍ୟାଣମୂଳକ କାର୍ଯ୍ୟ ସହ “ବିକଶିତ ଚିଲିକା” ଗଠନ ଦିଗରେ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତପ୍ରକାଶ‌ କରିଥିଲେ‌।

ଏହି ମିଶ୍ରଣ ପର୍ବରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବିରିଜାଈ ମଣ୍ଡଳ ଭାଜପା ସଭାପତି ଜିତେନ୍ଦ୍ର କୁମାର ଭୋଳଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଚିଲିକା ଦାମିଆ ବରବରା ବାଣପୁର ବ୍ଲକ ବିଜେଡି କର୍ମୀ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026
Latest News

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.