Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଥର ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ କ’ଣ ହେଲା ଘୋଷଣା?: ଜାଣନ୍ତୁ ସବୁକିଛି
ବିଶେଷ ଖବର

ଏଥର ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ କ’ଣ ହେଲା ଘୋଷଣା?: ଜାଣନ୍ତୁ ସବୁକିଛି

February 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?
ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

ଭୁବନେଶ୍ଵର: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରଣମ ରବିବାର ସଂସଦରେ ଆଗତ କରିଥିବା 2026-27 ଆର୍ଥିକ ବର୍ଷର ସାଧାରଣ ବଜେଟରେ ଓଡ଼ିଶା ସମେତ ପୂର୍ବ ଭାରତ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ଭଳି ଖଣିଜ ସମୃଦ୍ଧ ରାଜ୍ୟରେ ସ୍ୱତନ୍ତ୍ର ବିରଳ ମୃତ୍ତିକା କରିଡର ପ୍ରତିଷ୍ଠା କରାଯିବ। ଏହା ବିରଳ ମୃତ୍ତିକାର ଖନନ, ପ୍ରକ୍ରିୟାକରଣ, ଗବେଷଣା ଏବଂ ଉତ୍ପାଦନକୁ ପ୍ରୋତ୍ସାହନ ଦେବ।

ଦେଶରେ 20ଟି ନୂଆ ଜାତୀୟ ଜଳମାର୍ଗ ବିକଶିତ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଓଡ଼ିଶାରେ ଜାତୀୟ ଜଳ ମାର୍ଗ-5 ନିର୍ମାଣ କରାଯିବ। ଏହି ଜଳମାର୍ଗ ତାଳଚେର ଏବଂ ଅନୁଗୁଳର ଖଣି ସମୃଦ୍ଧ କ୍ଷେତ୍ରକୁ କଳିଙ୍ଗ ନଗର ସହିତ ପାରାଦୀପ ଓ ଧାମରା ବନ୍ଦରକୁ ଯୋଡ଼ିବ। ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ବିକାଶ ଲାଗି ତାଲିମ ଅନୁଷ୍ଠାନଗୁଡ଼ିକୁ ଆଞ୍ଚଳିକ ଉତ୍କର୍ଷ କେନ୍ଦ୍ର ରୂପେ ବିକଶିତ କରାଯିବ। ଏହାବ୍ୟତୀତ ବାରଣାସୀ ଏବଂ ପାଟନାରେ ଅନ୍ତର୍ଦେଶୀୟ ଜଳ ମାର୍ଗ ନିମନ୍ତେ ଜାହାଜ ମରାମତି ଶିଳ୍ପ କେନ୍ଦ୍ର ନିର୍ମାଣ କରାଯିବ। ଉପକୂଳ କାର୍ଗୋ ପ୍ରୋତ୍ସାହନ ଯୋଜନା ଦ୍ୱାରା ମଧ୍ୟ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ଲାଭାନ୍ୱିତ ହେବେ। ଏହା ଅନ୍ତର୍ଦେଶୀୟ ଜଳମାର୍ଗ ଏବଂ ଉପକୂଳ ଜାହାଜ ଚଳାଚଳକୁ ବଢ଼ାଇବ।

ସାରା ଦେଶରେ ସାତଟି ହାଇସ୍ପିଡ୍‌ ରେଳ କରିଡର ପ୍ରତିଷ୍ଠା କରାଯିବ। ଘରୋଇ କ୍ଷେତ୍ରରେ ଭାଗିଦାରୀରେ ପାଞ୍ଚଟି ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନାରେ ରାଜ୍ୟଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ। ଦେଶରେ ତିନୋଟି ନୂଆ ସର୍ବଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ପ୍ରତିଷ୍ଠା ନିମନ୍ତେ ବଜେଟରେ ଘୋଷଣା କରାଯାଇଛି। ପୂର୍ବ ଭାରତରେ ଡିଜାଇନ୍‌ ଶିକ୍ଷା ଓ ବିକାଶକୁ ପ୍ରୋତ୍ସାହନ ଲାଗି ନୂଆ ଜାତୀୟ ଡିଜାଇନ ଅନୁଷ୍ଠାନ ପ୍ରତିଷ୍ଠା କରାଯିବ। ସେହିପରି ଦେଶର 15 ହଜାର ସ୍କୁଲ୍‌ ଏବଂ 500 କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର ପ୍ରୟୋଗଶାଳା ପ୍ରତିଷ୍ଠା ଲାଗି ମୁମ୍ବାଇର ଆଇଆଇସିଟିକୁ ସହାୟତା ଯୋଗାଇ ଦିଆଯିବ। ପ୍ରମୁଖ ଶିଳ୍ପ ଏବଂ ଲଜିଷ୍ଟିକ୍‌ କରିଡର ପାଖରେ ପାଞ୍ଚଟି ବିଶ୍ୱବିଦ୍ୟାଳୟ ସହର ବିକଶିତ କରାଯିବ।

ଓଡ଼ିଶା ସମେତ କର୍ଣ୍ଣାଟକ ଏବଂ କେରଳର ଉପକୂଳବର୍ତ୍ତୀ କ୍ଷେତ୍ରରେ ଟର୍ଟଲ୍‌ ଟ୍ରେଲ୍‌ ବା କଇଁଛ ସୁରକ୍ଷା ସ୍ଥଳୀ ବିକଶିତ କରାଯିବ। ଏହା ମାଧ୍ୟମରେ କଇଁଚ୍ଛଙ୍କ ଅଣ୍ଡାଦାନ ଏବଂ ଛୁଆ ଫୁଟାଇବା ପ୍ରକ୍ରିୟା ନିମନ୍ତେ ସୁରକ୍ଷିତ ଆବାସସ୍ଥଳୀ ଯୋଗାଇ ଦିଆଯାଇପାରିବ। ଦେଶରେ 15ଟି ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର ବିକଶିତ କରାଯିବ। ବିକାଶ ଏବଂ ନିଯୁକ୍ତି ସୁଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ବୋଦୟ ରାଜ୍ୟ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ଉପରେ ଧ୍ୟାନ ଦିଅନ୍ତୁ। ଦୁର୍ଗାପୁରରେ ଏକ ସୁସଂଯୁକ୍ତ ନୋଡ୍ ସହିତ ସମନ୍ୱିତ ପୂର୍ବତଟ ଶିଳ୍ପ କରିଡର, 5 ପୂର୍ବୋଦୟ ରାଜ୍ୟରେ 5 ଟି ପର୍ଯ୍ୟଟନ ସ୍ଥଳ ସୃଷ୍ଟି ଏବଂ 4,000 ଇ-ବସ୍ ବ୍ୟବସ୍ଥା କରାଯିବାକୁ ବଜେଟ୍‌ରେ ଘୋଷଣା କରାଯାଇଛି। ଅଧିକ ନଡ଼ିଆ ଉତ୍ପାଦିତ ରାଜ୍ୟରେ ନଡ଼ିଆ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରାଯିବ। ଏହାବ୍ୟତୀତ ଉପକୂଳବର୍ତ୍ତୀ ରାଜ୍ୟରେ ନଡ଼ିଆ, ଚନ୍ଦନ, କୋକୋଆ ଏବଂ କାଜୁ ଭଳି ଚାଷକୁ ପ୍ରୋତ୍ସାହନ ମିଳିବ। ସରକାର ଷୋଡ଼ଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ରାଜ୍ୟମାନଙ୍କୁ 1.4 ଲକ୍ଷ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବେ। ଏଥିରେ ଗ୍ରାମୀଣ ଓ ସହରାଞ୍ଚଳ ପ୍ରଶାସନ ଲାଗି ଅନୁଦାନ ଏବଂ ବିପର୍ଯ୍ୟୟ ପରିଚାଳନା ଅନୁଦାନ ସାମିଲ ରହିଛି।

କେନ୍ଦ୍ର ବଜେଟ ଟର୍ଟଲ୍‌ ଟ୍ରେଲ୍‌ ଧାମରା ବନ୍ଦର ପାରାଦୀପ ବିରଳ ମୃତ୍ତିକା ଖଣିଜ କରିଡର
Share. Facebook Twitter LinkedIn Email WhatsApp Copy Link

Related Posts

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Latest News

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026

ଓଡ଼ିଆ ସଙ୍ଗୀତ ଆକାଶର ଅସ୍ତମିତ ସୂର୍ଯ୍ୟ: ପ୍ରଣବ ପଟ୍ଟନାୟକ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.