Author: SM Network

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବ ଭବନ ରେ ଅଷ୍ଟମ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ଵରପା ରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷା, କୃଷି, ଜଳସେଚନ, ପାନୀୟ ଜଳ, ସମ୍ମନ୍ବିତ ଶିଶୁ ବିକାଶ ପ୍ରାଣୀଧନ, ଯୋଗାଣ ସାମାଜିକ ସୁରକ୍ଷା ଏବଂ ନାକଟିଦେଉଳ ବ୍ଲକରେ ହେଉଥିବା ସମସ୍ତ ବିଭାଗର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକକୁ ବିଡିଓ କ୍ଷମାନିଧି ଭୋଇ ପରିଚାଳନା କରିଥିଲେ। ଏହି ବୈଠକରେ ଜିଲ୍ଲାପରିଷଦ ସଭ୍ୟା ପ୍ରିୟମ୍ବଦା ସାହୁ, ଏମପି ପ୍ରତିନିଧି ପୂର୍ଣ୍ଣିଚନ୍ଦ୍ର ଗଡତ୍ୟା, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର ପ୍ରାଧାନ ତହସିଲଦାର ଅମର ଜେ ଡୁଙ୍ଗଡୁଙ୍ଗ, ଏବିଡିଓ ବିଦ୍ୟାଧର ରାଉତରାୟ ସମେତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା ଏବଂ ସଂମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ବିଶେଷ କରି ବିଦ୍ୟାଳୟ ମାନଙ୍କରେ ପାଇଖାନା ଥିବା ସତ୍ତ୍ୱେ ପାନୀୟ ଜଳ…

Read More

ବାଣପୁର: ଆଜି ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନିଜ ନିର୍ବାଚନମଣ୍ଡଳି ଅନ୍ତର୍ଗତ ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ସ୍ଥିତ ଭେଟିନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ଉନ୍ନତି ଆଣି ବାଣପୁର ବ୍ଲକରେ ଏକମାତ୍ର ବିଦ୍ୟାଳୟ ଭାବରେ ‘ପିଏମ ଶ୍ରୀ’ ସ୍କୁଲରେ ଅନ୍ତର୍ଭୁକ୍ତ ହୋଇ ବିଦ୍ୟାଳୟ ତଥା ଭେଟେଶ୍ଵର ଗ୍ରାମ ପଞ୍ଚାୟତର ଗୌରବ ବୃଦ୍ଧି କରିବାରେ ସୌଭାଗ୍ୟ ଅର୍ଜନ କରିଥିବାରୁ ବିଦ୍ୟାଳୟର ସମସ୍ତ ହିତାକାଂକ୍ଷୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ‌ ମନ୍ତ୍ରୀ। ଅନୁରୂପ ଭାବେ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟରୁ ବାଣପୁର ଓ ଚିଲିକା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପରିଚୟ ପାଇଥିବାରୁ ଅଞ୍ଚଳବାସି ଓ ବିଦ୍ୟାଳୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଥଲେ ମନ୍ତ୍ରୀ। ଏହି ଅବସରରେ…

Read More

ବାଣପୁର: ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନ ନିଜ ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ଜାରି ରଖିଛନ୍ତି। ମଙ୍ଗଳବାର ଦିନ ଚିଲିକାରେ ଏକାଧିକ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ବୁଧବାର ଦିନ ମଧ୍ୟ ଉକ୍ତ ପ୍ରକ୍ରିୟା ଜାରି ରହିଛି। ଆଜି ବାଣପୁର ବ୍ଲକ ଭେଟେଶ୍ବର ପଞ୍ଚାୟତ ଅନ୍ତର୍ଗତ ବାଁଳୋଇ ଗ୍ରାମକୁ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଗସ୍ତ କରିଥିଲେ। ଏହି ଗସ୍ତ ଅବସରରେ ମନ୍ତ୍ରୀଙ୍କୁ ଗ୍ରାମବାସୀ ଉଚ୍ଚ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ମନ୍ତ୍ରୀ ବାଁଳୋଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଆଦର୍ଶ ଫାଟକର ଶୁଭ ଉଦଘାଟନ, ବାଁଳୋଇ (କ), ବାଁଳୋଇ (ଖ) ଅଙ୍ଗନୱାଡ଼ି କେନ୍ଦ୍ରର ଶୁଭ ଉଦଘାଟନ, ମାର୍କେଟ କମ୍ପ୍ଲେକ୍ସର ନୂତନ ଗୃହର ଶୁଭ ଉଦଘାଟନ କରିବା ସହ ବାଁଳୋଇ ଗ୍ରାମରେ ବନ ସୁରକ୍ଷା ସମିତି ଗୃହ ନିର୍ମାଣ କାର୍ଯ୍ୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ନାଗରିକ ଏବଂ ୮୦…

Read More

ନୂଆଦିଲ୍ଲୀ: ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଏହାର ବହୁପ୍ରତିକ୍ଷୀତ ବାର୍ଷିକ ଡ୍ରିମ ଡାଇମଣ୍ଡ ସେଲ୍ ସହ ପ୍ରତ୍ୟାବର୍ତନ କରିଛି, ଯାହା ଗ୍ରାହକଙ୍କୁ ହୀରାର କାଳଜୟୀ ଉତ୍କର୍ଷତାକୁ ପାଳନ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରୁଛି। ଆସନ୍ତା ଫେବୃଆରୀ ୧୬ ତାରିଖ ୨୦୨୫ ପର୍ଯ୍ୟନ୍ତ ପରିଚାଳିତ ହେବାକୁ ଥିବା ଏହି ସ୍ୱତନ୍ତ୍ର ଅଫର୍ ଗ୍ରାହକଙ୍କୁ ହୀରା ମୂଲ୍ୟ ଓ ମେକିଙ୍ଗ୍ ଚାର୍ଜ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଉଛି, ଯାହା ଏହାକୁ ସେମାନଙ୍କର ଅଳଙ୍କାର ସଂଗ୍ରହରେ ଉଜ୍ଜ୍ୱଳିତ ହୀରାଗୁଡିକୁ ସାମିଲ କରିବା ପାଇଁ ଏକ ଉପଯୁକ୍ତ ସୁଯୋଗରେ ପରିଣତ କରୁଛି। ଆପଣ ନିଜର ଦୈନନ୍ଦିନ ଷ୍ଟାଇଲକୁ ଉନ୍ନତ କରନ୍ତୁ କିମ୍ବା ଜୀବନର ମୂଲ୍ୟବାନ ମୁହୂର୍ତଗୁଡିକୁ ପାଳନ କରନ୍ତୁ, ଏକ ବିସ୍ତୃତ ଶୃଙ୍ଖଳାର ହୀରା ଅଳଙ୍କାର ସହିତ ଚଳିତ ବର୍ଷର ଏହି ଡ୍ରିମ ଡାଇମଣ୍ଡ ସେଲ୍ ପ୍ରତ୍ୟେକ ଅବସରର ଆବଶ୍ୟକତାକୁ ପୂରଣ…

Read More

ପ୍ରୟାଗରାଜ: ଜାନୁଆରୀ ୧୪, ୨୦୨୫ରେ ମକର ସଂକ୍ରାନ୍ତି ପବିତ୍ର ଅବସରରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ମହାକୁମ୍ଭ ୨୦୨୫ ରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମସ୍ଥଳରେ ପ୍ରଥମ ଅମୃତ ସ୍ନାନରେ ୩.୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି କାର୍ଯ୍ୟକ୍ରମକୁ ଆସ୍ଥା, ଏକତା ଏବଂ ସାଂସ୍କୃତିକ ବିବିଧତାର ପ୍ରତୀକ ବୋଲି ଦର୍ଶାଇ ଏହି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କେବଳ ଭାରତୀୟ ଶ୍ରଦ୍ଧାଳୁ ନୁହଁନ୍ତି ବରଂ ଆମେରିକା, ଫ୍ରାନ୍ସ, ଇସ୍ରାଏଲ, ଇରାନ ଏବଂ ପର୍ତ୍ତୁଗାଲ ଭଳି ଦେଶର ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀମାନେ ମଧ୍ୟ ଆକର୍ଷିତ ହୋଇଥିଲେ, ଯେଉଁମାନେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ଉପସ୍ଥିତ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପୁଲିସ, ଅର୍ଦ୍ଧସାମରିକ ବାହିନୀ ଓ ସ୍ଥାନୀୟ ସୁରକ୍ଷା କର୍ମୀଙ୍କୁ ମିଶାଇ ୫୦,୦୦୦ରୁ ଅଧିକ ସୁରକ୍ଷା କର୍ମୀଙ୍କୁ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଆ ପିଲାମାନେ ଚାହିଁଲେ ସବୁ ସମ୍ଭବ। ଓଡିଆ ଲୋକଙ୍କୁ ଯେବେ ଯେବେ ସୁଯୋଗ ମିଳିଛି ସେବେ ସେ ନିଜର ଦକ୍ଷତା ଓ ପରାକାଷ୍ଠାର ପ୍ରମାଣ ଦେଖାଇଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ-୨୦୨୫ରେ ଅଂଶଗ୍ରହଣ କରିଥିବା ଓଡ଼ିଆ ଯୁବକଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ‘ମକର ସଂକ୍ରାନ୍ତି’ର ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ “ବିକଶିତ ଭାରତ ଯୁବ ନେତୃତ୍ୱ ସାକ୍ଷାତକାର୍ -୨୦୨୫”ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଓଡ଼ିଶାର ଯେଉଁମାନେ ଅଂଶଗ୍ରହଣ କରିଥିଲେ, ସେହି ସଫଳ ଯୁବବନ୍ଧୁମାନଙ୍କ ସହ ଆଜିର ଆଲୋଚନା ଉତ୍ସାହଜନକ । ଓଡ଼ିଶାକୁ ବିକଶିତ କରିବା ପାଇଁ ସମସ୍ତ ଯୁବଶକ୍ତିଙ୍କ ମଧ୍ୟରେ ଥିବା ଇଚ୍ଛାଶକ୍ତି ଓ ଏକାଗ୍ରତା ପ୍ରଶଂସନୀୟ । ଓଡ଼ିଆ ଯୁବପିଢିମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର କୁଶଳ ବିନ୍ଧାଣୀ । ସବୁ ଯୁବବର୍ଗଙ୍କ ମଧ୍ୟରେ…

Read More

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଫେବୃଆରୀ ୨୬, ୨୦୨୫ ପର୍ଯ୍ୟନ୍ତ ହେବାକୁ ଥିବା ମହାକୁମ୍ଭରେ ଭାଷିନୀ ବହୁଭାଷୀ ସେବା ମାଧ୍ୟମରେ ବୈଷୟିକ ସହାୟତା ପ୍ରଦାନ କରୁଛି। ‘ଡିଜିଟାଲ ହଜିବା ଓ ମିଳିବା ସମାଧାନ’ ‘ଡିଜିଟାଲ ହଜିବା ଓ ମିଳିବା ସମାଧାନ’ ମାଧ୍ୟମରେ ଭାଷିନୀ ଭାଷା ଅନୁବାଦ ବ୍ୟବସ୍ଥା ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଜନସମାବେଶର ଅଂଶଗ୍ରହଣକାରୀମାନଙ୍କୁ କିପରି ସାହାଯ୍ୟ କରିବ ତାହା ଆସନ୍ତୁ ଜାଣିବା : ୧. ବହୁଭାଷୀ ସହାୟତା କ. ହଜିଥିବା/ମିଳିଥିବା ସାମଗ୍ରୀଗୁଡ଼ିକର ପଞ୍ଜିକରଣ ସ୍ଥାନୀୟ ଭାଷାରେ ମୌଖିକ ଭାବେ କରନ୍ତୁ ଖ. ସହଜ ଯୋଗାଯୋଗ ପାଇଁ ରିଅଲ-ଟାଇମ୍ ଲେଖା / ମୌଖିକ ଅନୁବାଦ ୨. ଚାଟବଟ୍ ସହାୟତା: ପ୍ରଶ୍ନ ଏବଂ କିଓସ୍କ ନେଭିଗେସନ୍ ପାଇଁ ବହୁଭାଷୀ ଚାଟବଟ୍ ୩. ମୋବାଇଲ୍ ଆପ୍ ଏବଂ କିଓସ୍କ ଏକୀକରଣ: ସ୍ଥାନୀୟ ଭାଷାରେ ମାର୍ଗଦର୍ଶିକାର ଅନୁବାଦ ୪. ପୋଲିସ ସହଯୋଗ: ପୁଲିସ ଅଧିକାରୀମାନଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ…

Read More

ଭୁବନେଶ୍ଵର: ପବିତ୍ର ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଉତ୍ତରାୟଣ ଗତି ଆରମ୍ଭ ହେଉଥିବାବେଳେ ପରମ୍ପରା ଅନୁସାରେ ବର୍ଷର ଏଇ ଗୋଟିଏ ଦିନ ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶ୍ରୀରଘୁନାଥଜୀଉଙ୍କର ଦିବା ପହୁଡ଼ ପଡ଼ି ନଥାଏ। ମକର ସଂକ୍ରାନ୍ତି ଅବସରରେ ଦିନସାରା ପ୍ରଭୁଙ୍କର ଦର୍ଶନ କରିବାର ସୌଭାଗ୍ୟ ମିଳୁଥିବାରୁ ବହୁଦୂରରୁ ଶ୍ରଦ୍ଧାଳୁମାନେ ଆସି ପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ସୂର୍ଯ୍ୟଙ୍କ କିରଣକୁ ଆଡ଼ କରିବା ପାଇଁ ମନ୍ଦିରର ଚତୁଃପାର୍ଶ୍ବରେ ଛତି, ତ୍ରାସ ବନ୍ଧା ଯାଇଥିଲା। ଭୋର ସାଢେ ୪ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନର ସୁଯୋଗ ପାଇଥିଲେ। ମକର ପର୍ବ ନୀତି ଅନୁସାରେ ଭୋର ସାଢେ ୪ଟାରେ ଦ୍ବାର ଫିଟା ନୀତି ଆରମ୍ଭ ହୋଇ ୫ଟାରେ ମଙ୍ଗଳଆଳତୀ, ପଞ୍ଚାମୃତସ୍ନାନ, ମହାସ୍ନାନ, ତଡପଲାଗି, ମଇଲମ, ଖଟଣୀ ନୀତି କରାଯାଇ ଶ୍ରୀଜିଉମାନଙ୍କୁ ମଣ୍ଡମାଳ ଲାଗି କରାଯାଇ ମକର ବେଶରେ ସଜ୍ଜିତ କରାଯାଇଥିଲା। ସକାଳ ୬ଟାରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶ୍ରୀଭାଗବତ ଜୀଉ ପୂଜା ପରେ ବଲ୍ଲଭ…

Read More

ମେଷ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ। ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ। ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ହେବ। ସରକାରଙ୍କ ଦ୍ୱାରା ଲାଭ ହେବ। ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ। ବୃଷ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ। ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ। ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦଙ୍କ ଖବର ଆସିବ। ଯେଉଁମାନେ…

Read More

ବାଣପୁର: ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ପୀଠରେ ମକର ଉତ୍ସବ ମହାଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଉତ୍ସବ ମା’ ସାଆନ୍ତାଣିଙ୍କ ମାନବୀୟ ଲୀଳାର ଆଉ ଏକ ପରିପ୍ରକାଶ। ଏପୀଠର ସମସ୍ଥ ଜାନିଯାତ୍ରା ପର୍ବପର୍ବାଣୀ ଅନ୍ୟ ଶକ୍ତିପୀଠଠାରୁ ସଂପୂର୍ଣ୍ଣ ନିଆରା। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ହୋଇ ମହାପ୍ରସାଦ ଅର୍ପଣ ପରେ ବେଶ ହୋଇଥିଲା। ପରେ ବଲ୍ଲଭ ଆଳତି ବଢିବା ପରେ ସର୍ବ ସାଧାରଣ ନୈବେଦ୍ୟ ଅର୍ପଣ ହୋଇ ଚିଲିକା ମଧ୍ୟସ୍ଥ ପୂର୍ବ ଦିଗରକ୍ଷାକାରିଣୀ ଭଉଣୀମା’କାଳିଜାଇ ଙ୍କ ପୀଠରୁ ପାରିକୁଦ ଗଡ଼ର ରାଜାସନ୍ତୋଷ ମାନସିଂମର୍ଦ୍ଦରାଜ ଙ୍କ ଦ୍ଵାରା ମା’ଙ୍କ ସେବକ ସହଦେବ ନାୟକ ହାତରେ ପଠାଇଥିବା ମକରଯାତ୍ରା ନିମନ୍ତ୍ରଣକୁସାଦରେ ଗ୍ରହଣ କରି ନିଜର କାଠି ନାହକ ସେବକ ଗଣେଶ ନାୟକ ହାତରେ ଆଜ୍ଞାମାଳ ସହିତ ଶାଢ଼ି, ଚୁଡ଼ି ସିନ୍ଦୁର ଅଳତା, ଓଡ଼ଣୀ ‘ଫୁଲ, ଗଜାମୁଆଁ ନେଇ କାଳିଜାଇଙ୍କ ପୀଠକୁ ଯାଇ ରାଜାଙ୍କ ହାତରେ ଅର୍ପଣ ପରେ ଭଉଣୀ କାଳିଜାଇଙ୍କୁ…

Read More

ବାଣପୁର: ଆଜି ଚ଼ିଲିକା ବିଧାୟକ ତଥା ଓଡିଶା ସରକାରଙ୍କ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ଗସ୍ତ କରି ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଗ୍ରାମ ପଞ୍ଚାୟତର‌ ଏକଡ଼ାଳିଆ ଗ୍ରାମରେ ୧୦ ଲକ୍ଷ ଟଙ୍କା ବିନିମୟରେ କଲ୍ୟାଣ ମଣ୍ଡପ,୧୦ ଲକ୍ଷ ଟଙ୍କା ବିନିମୟରେ ଅଙ୍ଗନୱାଡ଼ି କେନ୍ଦ୍ର ଓ ୩ ଲକ୍ଷ ୪୦ ହଜାର ଟଙ୍କା ବିନିମୟରେ ଆରଡି ରୋଡ ଠାରୁ ବାବା ସୋମନାଥେଶ୍ୱର ମନ୍ଦିର ରାସ୍ତାର ଉନ୍ନତୀକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତତସହିତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଲଡୁକେଶ୍ବର ବୃଦ୍ଧାଶ୍ରମର ନୂତନ ଗୃହ, ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଦୋଳମୁଣ୍ଡେଇ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ର ଉଦଘାଟନ କରିବା ସହ ମା’ କାଳିଜାଈ ଟେଣ୍ଟ ଓ ସାଉଣ୍ଡ ମଙ୍ଗଳ ମାଲିକ ସଂଗଠନ ର ସଭାଗୃହ କୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ,…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି। ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ପୃକ୍ତ ବିଭାଗର ଦେଢ ଶହତମ ଯାତ୍ରା କେବଳ ବିଭାଗର ସଫଳ ଯାତ୍ରାକୁ ବଖାଣୁନାହିଁ ବରଂ ଏହା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ଗାଥା ପ୍ରକାଶ କରୁଛି । ଏତେ ଦିନ ଭିତରେ ଆଇଏମଡି ଲକ୍ଷ ଲକ୍ଷ ଭାରତୀୟଙ୍କ ସେବା କରିଆସିଛି ଓ ଏହା ବିଜ୍ଞାନର ଅଗ୍ରଗତିର ଏକ ପ୍ରତୀକ । ଆଇଏମଡିର ସଫଳତା ପାଇଁ ଏହି ଅବସରରେ ଏକ କଏନ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୪୭ରେ ଭାରତର ଶହେତମ ବର୍ଷ ପୂର୍ତି ଉପଲକ୍ଷେ ଆଇଏମଡିର ଭବିଷ୍ୟତ ରୂପରେଖ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଅବସରରେ ସାରା ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ । ନିଜର…

Read More

ବାଣପୁର: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆଜି ଚ଼ିଲିକା ବିଧାନସଭା କ୍ଷେତ୍ରର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଦୁଇ ନମ୍ବର ୱାର୍ଡ ଦାଶରଥିପୁର ଅନ୍ତର୍ଗତ ଲଡ଼ୁକେଶ୍ବର ବୃଦ୍ଧାଶ୍ରମ ପରିଦର୍ଶନ କରିଥିଲେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅନ୍ତେବାସୀଙ୍କ ପାଇଁ ନିର୍ମିତ ନୂତନ ଗୃହର ଶୁଭ ଉଦଘାଟନ କରିଥିଲେ। ତତସହିତ ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କୁ କମ୍ବଳ,ଲୁଗା ଓ ଫଳ ବଣ୍ଟନ କରିବା ସହ ସେମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ ମନ୍ତ୍ରୀ। ବୃଦ୍ଧାଶ୍ରମ ପରିସରରେ ମନ୍ତ୍ରୀ ଓ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ବୃକ୍ଷ ରୋପଣ କରିବା ସହ ମନ୍ତ୍ରୀ ବୃଦ୍ଧାଶ୍ରମ ପରିଚାଳକ ନାରାୟଣ ସାହୁଙ୍କ ଠାରୁ ବିଭିନ୍ନ ଅସୁବିଧା ବିଷୟରେ ପଚାରିବୁଝିଥିଲେ ଏବଂ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ବାଣପୁର ଏନଏସିର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ…

Read More

ଭୁବନେଶ୍ଵର/ କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୂରା ଠାରେ ଏକ ନବ ନିର୍ମିତ ସେତୁ ର ଉଦଘାଟନ କରିଛନ୍ତି। ଏହି ଅବସରରେ ଗଣ ମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଭୁବନେଶ୍ୱର ରେ ଆଗାମୀ ୨୮-୨୯ ତାରିଖରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଏକ MoU ସ୍ବାକ୍ଷରିତ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝରର ବିକାଶକୁ ପ୍ରାଥମିକତା ଦିଆ ଯାଉଛି। ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ ଆଦି ସବୁ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ ଜାରି ରହିଛି। ଉଦଘାଟିତ ଏହି ସେତୁ ଟି ଝୁମ୍ପରା-ଉଖୁଣ୍ଡା ରାସ୍ତାରେ କେନାଲ ଉପରେ ନିର୍ମିତ ହୋଇଛି । ଏହା ଦ୍ବାରା ଝୁମ୍ପୁରା ଓ ଶ୍ରୀ ରାମପୁର ଗ୍ରାମ ଯୋଡ଼ି ହୋଇ ଯୋଗାଯୋଗର ସୁବିଧା ହୋଇ ପାରିଛି। ଏହା ଦ୍ବାରା ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସହିତ ଦୈନିକ ୫ ହଜାର…

Read More

ପାଟନା: ବିହାର ରାଜନୀତିରେ ମକର ସଂକ୍ରାନ୍ତି ଅବସରରେ ଦହି-ଚୁଡା ଭୋଜି ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ବିହାରର ରାଜନୈତିକ ମହଲରେ ମକର ସଂକ୍ରାନ୍ତିକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ସମସ୍ତଙ୍କ ଆଖି ବିହାରର ରାଜନୈତିକ ଷଡ଼ଯନ୍ତ୍ର ଉପରେ ଧ୍ୟାନ ଦିଆଯାଇଛି କି କିଛି ଘଟିବାକୁ ଯାଉଛି କି ନାହିଁ। ଏହି ସମୟ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସାଂସଦ ମିସା ଭାରତୀଙ୍କ ଏକ ବଡ଼ ବିବୃତ୍ତି ଆସିଛି। ଆଜି ପାଟନାରେ ଗଣମାଧ୍ୟମକୁ ବିହାରରେ ରାଜନୈତିକ ପରିବର୍ତ୍ତନ ସମ୍ପର୍କରେ ସେ ବିବୃତ୍ତି ଦେବାବେଳେ ଏକ ବଡ ଦାବି କରିଛନ୍ତି। ଯେତେବେଳେ ଆରଜେଡି ନେତା ମିସା ଭାରତୀଙ୍କୁ ପଚରାଗଲା ବିହାରରେ କ୍ଷମତା ବଦଳିପାରିବ କି? ଏହା ଉପରେ ସେ କହିଛନ୍ତି ଯେ, କିଛି ସମୟ ଧରି ଏଭଳି ଆଲୋଚନା ଚାଲିଛି। କାରଣ ପୂର୍ବରୁ ମଧ୍ୟ ମକର ସଂକ୍ରାନ୍ତି ପରେ ମଧ୍ୟ ପରିବର୍ତ୍ତନ ଆସିଛି, କିନ୍ତୁ ମୁଁ ସେପରି ଭାବୁନାହିଁ। ଏହା ସହିତ…

Read More

ନୂଆଦିଲ୍ଲୀ: ତୃତୀୟ ପକ୍ଷ ଗ୍ରାହକଙ୍କ ପାଇଁ AI ଆପ୍ ଏବଂ ଉପକରଣ ତିଆରି କରିବାକୁ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ଏକ ନୂତନ ବିଭାଗ ଘୋଷଣା କରିଛି। ଏହାର ନାମ ‘କୋର ଏଆଇ – ପ୍ଲାଟଫର୍ମ ଆଣ୍ଡ ଟୁଲ୍ସ’ ରଖାଯାଇଛି ଏବଂ ଏହାର ନେତୃତ୍ଵ ଭାରତୀୟ ବଂଶଜ ଜୟ ପାରିଖଙ୍କୁ ହସ୍ତାନ୍ତର କରାଯାଇଛି। ଶ୍ରୀ ପାରିଖ ପୂର୍ବରୁ ସାଇବର ସିକ୍ୟୁରିଟି ଷ୍ଟାର୍ଟଅପ୍ ଲେସୱାର୍କର ସିଇଓ ଏବଂ ମେଟା ରେ ଗ୍ଲୋବାଲ୍ ଇଞ୍ଜିନିୟରିଂର ମୁଖ୍ୟ ଥିଲେ। ନୂତନ ଦଳର ଦୂରଦୃଷ୍ଟି ବର୍ଣ୍ଣନା କରି ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା କହିଛନ୍ତି ଯେ, ଚଳିତ ବର୍ଷ କମ୍ପାନୀ ଏଆଇ ପ୍ଲାଟଫର୍ମ ସିଫ୍ଟର ଏକ ନୂତନ ଇନିଂସରେ ପ୍ରବେଶ କରୁଛି। ନଡେଲା କହିଛନ୍ତି ଯେ, ଏହି ପରିବର୍ତ୍ତନ ସମସ୍ତ ଆବେଦନ ବର୍ଗ ଉପରେ ପ୍ରଭାବ ପକାଇବ। ସେ କହିଛନ୍ତି ଯେ, ବର୍ତ୍ତମାନ 3 ବର୍ଷରେ ଯେତିକି ପରିବର୍ତ୍ତନ ଘଟିବ 30 ବର୍ଷ ଭଳି। ପ୍ରକାଶ ଯେ, ପ୍ରାୟ…

Read More

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (NTA) UGC-NET ପରୀକ୍ଷା ପାଇଁ ନୂତନ କାର୍ଯ୍ୟସୂଚୀ ପ୍ରକାଶ କରିଛି, ଯାହା ଜାନୁୟାରୀ 15, 2025 କୁ ସ୍ଥଗିତ ରହିଥିଲା। ଏହି ପରୀକ୍ଷା ବର୍ତ୍ତମାନ ଜାନୁୟାରୀ 21 ଏବଂ 27, 2025 ରେ କରାଯିବ। ପୂର୍ବ ନିର୍ଦ୍ଧାରିତ ତାରିଖଗୁଡିକରେ ପରୀକ୍ଷା କରାଯାଇପାରିବ ନାହିଁ। କାରଣ ଏହି ତାରିଖଗୁଡିକରେ ଦେଶରେ ପୋଙ୍ଗଲ, ମକର ଏବଂ ଅନ୍ୟାନ୍ୟ ପ୍ରମୁଖ ଉତ୍ସବର ଆୟୋଜନ କରାଯାଉଥିଲା। ଏହି କାରଣରୁ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପରୀକ୍ଷାର୍ଥୀମାନେ ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଦେବାର ସୁଯୋଗ ପାଇବେ। ସଂଶୋଧିତ ଆଡମିଟ୍ କାର୍ଡ ଖୁବ୍ ଶୀଘ୍ର UGC NET ର ଅଫିସିଆଲ୍ ୱେବସାଇଟ୍ ugcnet.nta.ac.in ରେ ପରୀକ୍ଷାର୍ଥୀଙ୍କ ପାଇଁ ଉପଲବ୍ଧ ହେବ। ବର୍ତ୍ତମାନ ଏହି ନୂତନ ତାରିଖଗୁଡ଼ିକରେ ପରୀକ୍ଷା ଅନୁଷ୍ଠିତ ହେବ: ନୂତନ ତାରିଖ ଅନୁଯାୟୀ, ଜାନୁଆରୀ 21, 2025 ରେ ସକାଳ 9 ଟାରୁ 12 ଟା ଯାଏଁ ନିମ୍ନଲିଖିତ…

Read More

ଭୁବନେଶ୍ଵର: ଓଡିଆ ଯାତ୍ରା ଜଗତରେ ଦିନକୁ ଦିନ ଅଶ୍ଳୀଳତା ବଢୁଥିବାର ଅଭିଯୋଗ ହେଉଛି। ଏନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୁଷ୍ଟ ବୃଦ୍ଧି ପାଉଥିବା ବେଳେ କୌଣସି ବ୍ୟକ୍ତି ନିଜ ପରିବାର ସହିତ ବସି ଯାତ୍ରା ଦେଖିବା ପାଇଁ କୁଣ୍ଠିତ ହେଉଛି। ଅନେକ ଏହିପରି ଅଶ୍ଳୀଳତାକୁ ବିରୋଧ କରୁଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଛି। ତେବେ ଏନେଇ ଏକ ବଡ ଖବର ଆସିଛି। ଭୁବନେଶ୍ଵର ଖଣ୍ଡଗିରି ଯାତ୍ରାରେ ଦର୍ଶକ ପାଇଁ ସୁସ୍ଥ ବାତାବରଣ ପ୍ରସ୍ତୁତ କରିବା ପାଇଁ ଆଲୋଚନା ହେଉଛି। ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ କଟକଣା ଲାଗିଛି। ସୂଚନା ଅନୁଯାୟୀ ଆଜି ଯାତ୍ରା କମିଟି ସଦସ୍ୟ ଓ ପୋଲିସ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଚଳିତ ବର୍ଷ ମାଘ ସପ୍ତମୀରୁ ୧୨ ଟି ଯାତ୍ରା ପାର୍ଟି ଖଣ୍ଡଗିରି ପଡିଆରେ ଯାତ୍ରା ପରିବେଷଣ କରିବେ।

Read More

ନୂଆଦିଲ୍ଲୀ: ଭାରତ ନିର୍ବାଚନ ସହ ଜଡିତ ମାର୍କ ଜୁକରବର୍ଗଙ୍କ ମନ୍ତବ୍ୟକୁ ନେଇ ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଅସୁବିଧାରେ ପଡିଥିବା ଜଣାପଡିଛି। ବାସ୍ତବରେ, ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ନିର୍ବାଚନ ସମ୍ପର୍କରେ ମନ୍ତବ୍ୟ ହେତୁ ଭାରତର ସଂସଦୀୟ ପ୍ୟାନେଲ କମ୍ପାନୀ ବିରୋଧରେ ସମନ ଜାରି କରିବାକୁ ନିଷ୍ପତ୍ତି ନେଇଛି। ଭୁଲ ତଥ୍ୟ ବିସ୍ତାର କରିବା କାରଣରୁ ମେଟାକୁ ସମନ କରାଯିବ ବୋଲି ବିଜେପି ସାଂସଦ ତଥା ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଗୃହ ପ୍ୟାନେଲର ଅଧ୍ୟକ୍ଷ ନିଶିକାନ୍ତ ଦୁବେ କହିଛନ୍ତି। ନିଶିକାନ୍ତ ଦୁବେ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, “ଗଣତାନ୍ତ୍ରିକ ଦେଶ ବିଷୟରେ ଭୁଲ ତଥ୍ୟ ଏହାର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି। ଏହି ଭୁଲ ପାଇଁ ସଂଗଠନ ସଂସଦ ଏବଂ ଏହାର ଲୋକଙ୍କୁ କ୍ଷମା ମାଗିବା ଉଚିତ।” ଏଥି ସହିତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟରରେ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ, ୨୦୨୪ ସାଧାରଣ ନିର୍ବାଚନରେ ​​୬୪…

Read More

ନୂଆଦିଲ୍ଲୀ: ଦିଲ୍ଲୀର ୪୦୦ ଟି ସ୍କୁଲ ଉପରେ ବୋମା ପକାଇବାକୁ ଧମକ ଦେବା ମାମଲାରେ ଏକ ବଡ ଖୁଲାସା ହୋଇଛି। ଦିଲ୍ଲୀ ପୋଲିସ କହିଛି ଯେ, ଏହି ମାମଲାରେ ଜଣେ ନାବାଳକ ସାମ୍ନାକୁ ଆସିଛି। ଯାହାଙ୍କର ଲାପଟପ ଏବଂ ମୋବାଇଲରୁ ସ୍କୁଲକୁ ଧମକ ପଠାଯାଉଛି। ପୋଲିସ ପ୍ରକାଶ କରିଛି ଯେ, ଏହି ନାବାଳକ ର ପିତା ଏକ ଏନଜିଓ ସହ ଜଡିତ। ଯାହା ଆତଙ୍କବାଦୀ ଆଫଜଲ ଗୁରୁଙ୍କ ଫାଶୀ ବିରୋଧରେ ସ୍ୱର ଉତ୍ତୋଳନ କରିଛି। ସ୍ଵତନ୍ତ୍ର ସିପି ମଧୁପ୍ ତିୱାରୀ କହିଛନ୍ତି ଯେ, “ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଧମକପୂର୍ଣ୍ଣ ମେଲ ଆସୁଥିଲା। ବୋମା ରଖାଯାଇଥିବା ବିଷୟରେ ମେଲ ଆସିଥିଲା। ଗତ ବର୍ଷ ଫେବୃଆରୀ ୧୨ ତାରିଖରୁ ଅନେକ ମେଲ ଆସିଥିଲା। ଏହି ମେଲଗୁଡିକ ବହୁତ ଉନ୍ନତ ଢଙ୍ଗରେ ପଠାଯାଉଥିଲା। ଯାହାକୁ ବର୍ତ୍ତମାନ ଆତଙ୍କବାଦ ସହ ଜଡିତ ଥିବା ଅନୁମାନ କରାଯାଇ ଅନୁସନ୍ଧାନ କରାଯାଉଛି। ଶେଷ ମେଲ ଜାନୁଆରୀ ୮ ତାରିଖ…

Read More

ନୂଆଦିଲ୍ଲୀ: ପୁଅର ଜନ୍ମ ହେତୁ ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି ର ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଦଳଠାରୁ ଦୂରରେ ରହିଥିଲେ। ଏହା ପରେ ପଞ୍ଚମ ଟେଷ୍ଟରେ ଫର୍ମ ଖରାପ ଥିବାରୁ ସେ ଦଳରୁ ଓହରି ଯାଇଥିଲେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ୦-୩ ରେ ହରାଇଥିଲା। ଏହା ପରେ ଟିମ୍ ଇଣ୍ଡିଆକୁ ମଧ୍ୟ ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି ହରାଇବାକୁ ପଡିଲା। ଏହା ପରେ ଅଧିନାୟକତ୍ୱରୁ ତାଙ୍କୁ ହଟାଇବା ପାଇଁ ଦାବି ଜୋର ଧରିଲା। ଅଧିନାୟକ ପଦରୁ ରୋହିତ ଶର୍ମାଙ୍କ ଇସ୍ତଫା ଦାବି ପରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ୱ ପାଇଁ ତିନି ଖେଳାଳିଙ୍କ ନାମ ବିଚାର କରାଯାଉଛି। ପ୍ରଥମଟି ହେଉଛି ଜସପ୍ରୀତ ବୁମ୍ରା, ଦ୍ୱିତୀୟଟି ଋଷଭ ପନ୍ତ ଏବଂ ତୃତୀୟଟି ଯଶସ୍ୱୀ ଜୟସ୍ଵାଲ। ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଅଧିନାୟକ ଜସପ୍ରୀତ ବୁମ୍ରାଙ୍କୁ ଟେଷ୍ଟ ଅଧିନାୟକ ପାଇଁ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଛି।…

Read More