ବାଣପୁର(ସୀତାରାମ ଆଗ୍ରୱାଲ): ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷଠାରୁ ପୁଣି ଆରମ୍ଭ ହେବ ‘ବାଣପୁର ମହୋତ୍ସବ’। ଏ ନେଇ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ। ବାଣପୁରର ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଉକ୍ତ ଘୋଷଣା କରିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ। ତେବେ ଆଗାମୀ ଏକ ମାସ ମଧ୍ୟରେ ବାଣପୁର ମହୋତ୍ସବ ଆୟୋଜିତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏଥି ନିମନ୍ତେ ଖୁବଶୀଘ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି ଜଣାପଡିଛି। ବାଣପୁର ଏକ ଐତିହାସିକ ମାଟି ଏବଂ ଏହାର କଳା,ସଂସ୍କୃତି ସମଗ୍ର ରାଜ୍ୟରେ ଅନନ୍ୟ ବୋଲି କହିଥିଲେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ। ବାଣପୁର ମହୋତ୍ସବ ମାଧ୍ୟମରେ ଏହାର କଳା ଓ ସଂକୃତିକୁ ଉଜ୍ଜୀବିତ କରାଯାଇପାରିବ। ତେବେ ମିଳିଥିବା ସୂଚନା ଅନୁଯାୟୀ ବାଣପୁର ମହୋତ୍ସବ ଆସନ୍ତା ଫେବୃଆରୀ 15 ମଧ୍ୟରେ ଅନୁଷ୍ଠିତ ହେବ। ତେବେ ମନ୍ତ୍ରୀଙ୍କ ଉକ୍ତ ଘୋଷଣା ସମଗ୍ର ବାଣପୁର ଓ ଚିଲିକା ବାସୀଙ୍କ…
Author: SM Network
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): ପାଟପୁର ଥାନା ଅନ୍ତର୍ଗତ କଲରାପଦର ରାଜେନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ସାହୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କିନ୍ତୁ ପୁଷ୍ପାଞ୍ଜଳି ର ପିତା ଶେରଗଡ଼ ଥାନା ଅର୍ନ୍ତଗତ ଚିକିଲି ଗ୍ରାମର ଗଙ୍ଗାଧର ସାହୁ ତାଙ୍କ ଝିଅ କୁ ହତ୍ୟା କରି ଆତ୍ମହତ୍ୟା ର ରୁପ ଦେଉଛନ୍ତି ବୋଲି ଶ୍ଵଶୁର ଘର ଲୋକଙ୍କ ବିରୋଧରେ ପାଟପୁର ଥାନା ରେ ଅଭିଯୋଗ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଚେନ୍ନାଇ ରେ କାମ କରୁଥିବା ରାଜେନ୍ଦ୍ର ସହ ପୁଷ୍ପାଞ୍ଜଳି ର ଗତ ବର୍ଷ ଜୁଲାଇ ମାସରେ ବାହାଘର ହୋଇଥିଲା। ଉକ୍ତ ସମୟରେ ଚୁକ୍ତି ମୁତାବକ ଯୌତୁକ ଜନିତ ୩୦ ହଜାର ଟଙ୍କା ପାଇଁ ପୁଷ୍ପାଞ୍ଜଳି କୁ ଶ୍ଵଶୁର ଘର ଲୋକେ ମାନସିକ ନିର୍ଯାତନା ଦେଉଥିଲେ। ଯାହା ଫଳରେ ଝିଅ ଆମଘରେ ଆସି କିଛି ଦିନ ରହିଥିଲା ଓ ଶ୍ଵଶୁର ଘର ଲୋକେ ବୁଝାସୁଝା କରି ଝିଅକୁ ତାଙ୍କ…
ବାଣପୁର(ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବ୍ଲକ ସ୍ତରରେ ହେଉଥିବା ବେଳେ, ପଞ୍ଚାୟତ ସ୍ତରରେ ସରକାରୀ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ତାଙ୍କର ଅଭିଯୋଗ ଶୁଣାଣିକୁ ବ୍ଲକ ପରିବର୍ତ୍ତେ ପଞ୍ଚାୟତ ସ୍ତରରେ କରୁଛନ୍ତି। ଏହି କ୍ରମରେ ଆଜି ବାଣପୁର ବ୍ଲକ ଅନ୍ତର୍ଗତ, ମୋରାମୋରି ପଞ୍ଚାୟତରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ଏହି ପଦକ୍ଷେପ କୁ ଅଧିକ ଲୋକାଭିମୁଖୀ କରିବାକୁ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ମୋଟ ୫୪୦ ଟି ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୫୧୯ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ୧୪ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୫ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଜଣେ ହିତାଧିକାରୀଙ୍କୁ ୨୦,୦୦୦/- ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା…
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବାଲୁଗାଁ ଏନଏସି ରେ ବିଜେଡି କୁ ଲାଗିଛି ବଡ଼ ଝଟକା। ବର୍ତ୍ତମାନ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ପୁତ୍ର ତଥା ବରିଷ୍ଠ ବିଜେଡି ସଂଗଠକ ସନ୍ତୋଷ ପାଇକରାୟ ନିଜର ଶତାଧିକ ସମର୍ଥକଙ୍କ ସହ ପଦ୍ମ ଧରିଛନ୍ତି। ଆଜି ଅପରାହ୍ନରେ ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଛନ୍ତି ସନ୍ତୋଷ। ଏହି ଅବସରରେ ମନ୍ତ୍ରୀଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ର, ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀ, ସଂଗଠକ ରଞ୍ଜିତ ବଡ଼ଜେନା ଏବଂ ବାଲୁଗାଁ ଏନଏସିର ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଳିଷ୍ଠ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେପି ରେ ଯୋଗଦାନ କରିଥିବା ସନ୍ତୋଷ…
ନୂଆଦିଲ୍ଲୀ: କୋଲକାତା ଆଞ୍ଚଳିକ କେନ୍ଦ୍ର ଅଧୀନରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ଜାତୀୟ ଉତ୍କର୍ଷ କେନ୍ଦ୍ର (NCOE) ଜଗତପୁରରୁ ଦୁଇଜଣ କାୟାକିଂ ଏବଂ କାନୋଇଂ ଆଥଲେଟ୍ ଖ୍ୱାଇରକପାମ୍ ଧନମଞ୍ଜୁରୀ ଦେବୀ ଏବଂ ସଲାମ୍ ସୁନିଲ ସିଂହ 9 ରୁ 12 ଜାନୁଆରୀ 2025 ମଧ୍ୟରେ ଅନୁଷ୍ଠିତ ହେଉ ଥିବା ଏସୀୟ କାନୋ ପ୍ରତିଯୋଗିତା ହଂକଂ 2024-25 (ସ୍ପ୍ରିଣ୍ଟ ଏବଂ ମାରାଥନ) ରେ ଅଂଶଗ୍ରହଣ କରିଥିଲେ। ସୁଶ୍ରୀ ଖ୍ୱାଇରକପାମ୍ ଧନମଞ୍ଜୁରୀ ଦେବୀ 23 ବର୍ଷରୁ କମ୍ ମହିଳା ବର୍ଗରେ K1-1000mts ଏବଂ K1-500mts ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏବଂ ସଲାମ୍ ସୁନିଲ ସିଂହ C1-200mts ପୁରୁଷ ବରିଷ୍ଠ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସତ୍ୟଜିତ ସଂକୃତ, ସାଇ ଆଞ୍ଚଳିକ କେନ୍ଦ୍ର କୋଲକାତାର ଉପ-ମହାନିର୍ଦ୍ଦେଶକ ଏବଂ ତ୍ରୈଲୋକ୍ୟନାଥ ସାହୁ, ସାଇ ଇନଚାର୍ଜ ଓଡ଼ିଶା ଉପନିର୍ଦ୍ଦେଶକ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆଥଲେଟ ଏବଂ NCOE ଜଗତପୁର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଉଭୟ…
ବାଣପୁର: ବାଣପୁର ଅନ୍ତର୍ଗତ ବିଧାରପୁର ସ୍ଥିତ ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପ ଠାରେ ମା’ ଭଗବତୀ କଳା ନିକେତନର ନବମ ବାର୍ଷିକ ଉତ୍ସଵ ଆନୁକୁଲ୍ୟରେ ଆୟୋଜିତ ମା’ ଭଗବତୀ ନୃତ୍ୟ ମହୋତ୍ସବରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ। ବାଣପୁରର ମାଟିର ପରମ୍ପରା ଓ କଳା,ସଂସ୍କୃତି ବେଶ୍ ଅନନ୍ୟ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାଟିର କଥା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଜାଣିବାର ଅବସର ଆସିଛି ଏବଂ ଲୋପ ପାଇଯାଉଥିବା କଳା ଓ ସଂସ୍କୃତିକୁ ଉଜ୍ଜିବୀତ କରିବାର ଅବସର ଆଣିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମିଟୁ ନାୟକ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭୀମପୁର ସ୍ଥିତ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ୪୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ରବିବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଗାଲୁଆ ପଞ୍ଚାୟତ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସିଏଚ. ବିଜୟଲକ୍ଷ୍ମୀ, ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ମୋ ସ୍କୁଲ ସଭାପତି ରମେଶ ବେହେରା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ଗଡ଼ନାୟକ, ଶିକ୍ଷାବିତ ବଳାମୁକୁନ୍ଦ ଦାସ ଆଦି ଯୋଗଦେଇଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଦ୍ୟାଳୟ ର ଉନ୍ନତି ଦିଗରେ ଏକାଧିକ ଉନ୍ନୟନ କାର୍ଯ୍ୟ କରିବାପାଇଁ ପ୍ରତିଶୃତି ଦେଇଥିଲେ।…
ନୂଆଦିଲ୍ଲୀ: ବେଆଇନ ବାଣିଜ୍ୟ କାରବାର ମୁକାବିଲା ପାଇଁ ବାଣିଜ୍ୟ, ଟ୍ରାଞ୍ଜିଟ୍ ଏବଂ ସହଯୋଗ ଉପରେ ଭାରତ-ନେପାଳ ଆନ୍ତଃସରକାରୀ କମିଟି (ଆଇଜିସି) ବୈଠକ ଜାନୁଆରୀ ୧୦ ଏବଂ ୧୧ ଦୁଇ ଦିନ ଧରି କାଠମାଣ୍ଡୁରେ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ବାଣିଜ୍ୟ ବିଭାଗର ସଚିବ ସୁନୀଲ ବର୍ଥୱାଲ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ, ଯେଉଁଥିରେ ବିଭିନ୍ନ ମନ୍ତ୍ରଣାଳୟ ଓ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ନେପାଳୀ ପକ୍ଷର ନେତୃତ୍ୱ ନେଇଥିଲେ ନେପାଳ ସରକାରଙ୍କ ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ସଚିବ ଗୋବିନ୍ଦ ବାହାଦୂର କର୍କି। ତାଙ୍କ ସହିତ ବିଭିନ୍ନ ନେପାଳୀ ମନ୍ତ୍ରଣାଳୟ ଏବଂ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସ୍ଥା ଆଇଜିସିର ଏହି ବୈଠକରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ଆର୍ଥିକ ସମ୍ପର୍କର ବ୍ୟାପକ ସମୀକ୍ଷା କରାଯାଇଥିଲା। ଉଭୟ ପକ୍ଷ ପାରସ୍ପରିକ ବଜାର ପ୍ରବେଶ…
ଭୁବନେଶ୍ୱର: ପ୍ରୟାଗରାଜ ଠାରେ ଆୟୋଜିତ ହେବାକୁଥିବା ଆଗାମୀ ମହାକୁମ୍ଭ ମେଳା 2025 ରେ ଯୋଗଦେବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଟ୍ରେନ ସୁବିଧା ଆୟୋଜନ କରାଯାଇଅଛି ଯାହାକି ଓଡିଶାରୁ ଉତ୍ପତ୍ତି ଏବଂ ଏହା ମଧ୍ୟଦେଇ ଯାତ୍ରା କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ଏହି ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପବିତ୍ର ସହର ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ। ନିମ୍ନଲିଖିତ ଭାବେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ: 1. ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କଟକ, ଯଖପୁରା (ଯାଜପୁର), କେନ୍ଦୁଝରଗଡ, ନୟାଗଡ଼ (ଯୋଡ଼ା ଅଞ୍ଚକ)-ବୋକାରୋ-ଗୟା-ପ୍ରୟାଗରାଜ। ଏହି ଟ୍ରେନ୍ 2025 ଜାନୁୟାରୀ ମାସ 1, 8, 22 ତାରିଖ ଓ ଫେବୃୟାରୀ ମାସ 5, 19, 26 ତାରିଖ ଦିନ ବୁଧବାର ଦିନମାନଙ୍କରେ ଭୁବନେଶ୍ୱର ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ। ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ…
ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପାଳନ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ “ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫” ରେ ଅଂଶଗ୍ରହଣ କରିଥିଲେ। ସେ ସମଗ୍ର ଭାରତର ୩୦୦୦ ସଫଳ ଯୁବ ନେତାଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଭାରତ ମଣ୍ଡପମରେ ଜୀବନ ଓ ଶକ୍ତି ନିୟୋଜିତ କରିଥିବା ଭାରତର ଯୁବବର୍ଗଙ୍କ ଜାଗ୍ରତ ଶକ୍ତି ଉପରେ ଆଲୋକପାତ କରିଥିଲେ। ଦେଶର ଯୁବବର୍ଗଙ୍କ ଉପରେ ଅସୀମ ବିଶ୍ୱାସ ରଖିଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସମଗ୍ର ଦେଶ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ବିଶ୍ୱାସ କରୁଥିଲେ ଯେ ତାଙ୍କର ଯୁବ ଶିଷ୍ୟମାନେ ସିଂହ ପରି ପ୍ରତ୍ୟେକ ସମସ୍ୟାର ସମାଧାନ କରିବେ। ସେ ଆହୁରି…
ମେଷ କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି…
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ. ଭି-୭୯ ଓ ମୋଟୁ ଥାନା ଅନ୍ତର୍ଗତ କଟନପାଲ୍ଲୀ, ମେଟାଗୁଡ଼ା, ଜିନେଲଗୁଡ଼ା ଓ ଟୋକାଲଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବହୁ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଡି.ଭି.ଏଫ ଯବାନଙ୍କ ଦ୍ୱାରା ସମ୍ପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲା ସୀମାନ୍ତକୁ ଲାଗି ରହିଥିବା ସମ୍ପୃକ୍ତ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ମାଓ ଅସ୍ତ୍ରଶସ୍ତ୍ରକୁ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଏସ.ଏଲ.ଆର ବନ୍ଧୁକ, ୫୦ ରାଉଣ୍ଡ ଏସ.ଏଲ.ଆର ଗୁଳି, ୨ ରାଉଣ୍ଡ ଥ୍ରୀ.ନୋଟ.ଥ୍ରୀ ଗୁଳି, ୨ ଟି ଏସ.ଏଲ.ଆର ମାଗାଜିନ, ୪ ଟି ଚାର୍ଜର କ୍ଲିପ, ଗୋଟିଏ ସିମ କାର୍ଡ ସହ ମୋବାଇଲ, ଗୋଟିଏ ମାଓବାଦୀ ସାର୍ଟ ସହ ୧୯ ପ୍ରକାରର ବିଭିନ୍ନ ସାମଗ୍ରୀ ଯବାନମାନେ ଜବତ କରିଥିବା ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଅନୁଷ୍ଟିତ ଏକ…
ଭୁବନେଶ୍ଵର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହା କୁମ୍ଭ 2025 ପାଇଁ ପ୍ରୟାଗରାଜ ଅଞ୍ଚଳରେ ରେଳବାଇର ପ୍ରସ୍ତୁତିକୁ ଏକ ନୂତନ ଦିଗ ଦେଇ ଅନେକ ପ୍ରମୁଖ ପ୍ରକଳ୍ପ ଏବଂ ସୁବିଧା ଆରମ୍ଭ କରିଛନ୍ତି। ମୁଖ୍ୟ ଘୋଷଣା ଏବଂ ଉଦ୍ଘାଟନ: କୁମ୍ବ ଯୁଦ୍ଧ ପ୍ରକୋଷ୍ଠର ଉଦ୍ଘାଟନ: ରେଳ ବୋର୍ଡରେ କୁମ୍ବ ଯୁଦ୍ଧ କକ୍ଷର ଉଦ୍ଘାଟନ: ଏହି ଯୁଦ୍ଧ କକ୍ଷ 24×7 କାର୍ଯ୍ୟ କରିବ, ଯେଉଁଥିରେ ଅପରେଟିଂ, ବାଣିଜ୍ୟିକ, ଆରପିଏଫ୍, ମେକାନିକାଲ୍, ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଭଳି ବିଭିନ୍ନ ବିଭାଗର ଅଧିକାରୀ ନିୟୋଜିତ ହେବେ | 1,176 ସିସିଟିଭି କ୍ୟାମେରାରୁ ଲାଇଭ ଫିଡ୍ ପ୍ଲାଟଫର୍ମ ସ୍ତରରୁ ରେଳ ବୋର୍ଡ ସ୍ତର ପର୍ଯ୍ୟନ୍ତ ନଜର ରଖାଯିବ | ମନିଟରିଂ ଗଠନ: • ପ୍ଲାଟଫର୍ମ → ଷ୍ଟେସନ୍ → ଡିଭିଜନ୍ → ଜିଲ୍ଲା → ଜୋନାଲ → ରେଳ ବୋର୍ଡ। • ଏହି ଯୁଦ୍ଧ କକ୍ଷ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଏବଂ ରେଳବାଇ ମଧ୍ୟରେ ସମନ୍ୱୟ ମଜବୁତ…
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଏକତା ବିଦ୍ୟା ନିକେତନ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନଙ୍କ ସଭାପତିତ୍ଵରେ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବାଣପୁର ଏନଏସି ର ଅଧ୍ୟକ୍ଷ ମିଟୁ ନାୟକ, ସମ୍ମାନିତ ଅତିଥି ଭାବେ ଡାଃ ଚିନ୍ତାମଣୀ ମିଶ୍ର, ଡାଃ ରମାକାନ୍ତ ମହାପାତ୍ର, ମିହିର ପ୍ରତାପଦାଶ, ଦୀପକ କୁମାର ପ୍ରଧାନ, ଇଶ୍ଵର ଚନ୍ଦ୍ର ମହାପାତ୍ର, ସୁକାନ୍ତ କୁମାର ପଟ୍ଟନାୟକ ଏବଂ ବିଦ୍ୟାଳୟ ପ୍ରତିଷ୍ଠାତା ସମ୍ପାଦକ ମନୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ। ବକ୍ତାମାନେ ଆଜି ଶିକ୍ଷା ଜଗତରେ ହେଉଥିବା ସଙ୍କଟ ବିଶେଷତ୍ଵ, ଶିକ୍ଷାଦାନର ପ୍ରଣାଳୀ, ପରୀକ୍ଷା ପରିଚାଳନା ତଥା ନୂତନ ପ୍ରତିଭା ଅନ୍ଵେଷଣ ଦିଗରେ ସରକାରୀ କିମ୍ବା ବେସରକାରୀ ପ୍ରୋତ୍ସାହନ ଦେବାକୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିବରଣୀ ପାଠ କରିବା ସହ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରବକ୍ତାମାନେ ବିଦ୍ୟାଳୟରେ ନୀତିଶିକ୍ଷା, ଗାନ୍ଧୀବାଦ ଓ ମୌଳିକ…
ବାଣପୁର: ଭାରତ ମାତାର ସୁଯୋଗ୍ୟ ସନ୍ତାନ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନଟି ଆମ ଦେଶରେ ଜାତୀୟ ଯୁବ ଦିବସ ଭାବରେ ପାଳିତ ହେଉଛି। ଆଜି ଏ ଉପଲକ୍ଷେ ଗୋଦାବରୀଶ ମହାବିଦ୍ୟାଳୟ, ଦର୍ଶନ ବିଭାଗ ଆନୁକୁଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଆଧ୍ୟାତ୍ମିକ ଗୁରୁ ସନ୍ଦିପନି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଉପଦେଶ ଦେଇଥିବା ବେଳେ ମୁଖ୍ୟବକ୍ତା ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗର ମୁଖ୍ୟ ଡ଼ କୈଳାଶ ଚନ୍ଦ୍ର ମହାରଣା ସ୍ୱାମୀଜୀଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥିଭାବରେ ନୂଆଦିଲ୍ଲୀରୁ ସେ ଟୁ ୟୁ ର ସମ୍ପାଦକ ଡ଼ ଶ୍ରୀବାସ୍ତବ, ଡ ବିଜୟକୁମାର ଯୋଗଦେଇଥିବା ବେଳେ ଯୁକ୍ତ ଦୁଇ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର ଓ ଅବସପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଯୋଗଦେଇ ସ୍ୱାମୀଜୀଙ୍କ ସମ୍ପର୍କରେ ଅନେକ କଥା ଆଲୋଚନା କରିଥିଲେ। ଦର୍ଶନ…
ନୂଆଦିଲ୍ଲୀ: ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ମହାକୁମ୍ଭ ୨୦୨୫କୁ କେବଳ ଆଧ୍ୟାତ୍ମିକ ସମାବେଶ ପାଇଁ ନୁହେଁ ବରଂ ବିଶ୍ୱ ପର୍ଯ୍ୟଟନ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମରେ ପରିଣତ କରିବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ମନ୍ତ୍ରଣାଳୟ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରୁଛି। ମହାକୁମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସମାବେଶ, ଯାହା ଭାରତର ଚାରିଟି ସ୍ଥାନ ମଧ୍ୟରୁ ଗୋଟିଏରେ ପ୍ରତି ୧୨ ବର୍ଷରେ ଆୟୋଜନ କରାଯାଏ। ଜାନୁଆରୀ ୧୩ ରୁ ଫେବୃୟାରୀ ୨୬, ୨୦୨୫ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ-୨୦୨୫ ଅର୍ଥାତ୍ ପୂର୍ଣ୍ଣ କୁମ୍ଭ ଅନୁଷ୍ଠିତ ହେଉଛି। ବିଶ୍ୱର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିବା ଆଶା କରାଯାଉଥିବା ଏହି ମେଗା ଇଭେଣ୍ଟ ଭାରତର ସାଂସ୍କୃତିକ, ଆଧ୍ୟାତ୍ମିକ ଐତିହ୍ୟ ଏବଂ ପର୍ଯ୍ୟଟନ ସମ୍ଭାବନାକୁ ପ୍ରଦର୍ଶିତ କରିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ…
ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବଂର ଏକ ଚିରଞ୍ଜିବୀ ଚେତନା। ଏହି ନାମ ଏକ ଅତୁଳନୀୟ ଆଦର୍ଶ ଓ ଆଧ୍ୟତ୍ମିକତା ମାଧ୍ୟମରେ ଜୀବନବୋଧକୁ ଉପଲବ୍ଧି କରିବାର ପବିତ୍ର ଓଁକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ଯୁବ ଦିବସ ପାଳନ ଅବସରରେ କହିଛନ୍ତି। ଭୁବନେଶ୍ୱର ରାମକୃଷ୍ଣ ମିଶନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ବିବେକାନନ୍ଦଙ୍କ ଛବି ଆଜି ପର୍ଯ୍ୟନ୍ତ ଜଣେ ତେଜସ୍ୱୀ, ବାଗ୍ମୀ ଓ ମହାନ୍ ସଂଗ୍ରାମୀ ସନ୍ୟାସୀ ଭାବେ ଅମଳିନ ରହିଛି। ବିବେକାନନ୍ଦ ଥିଲେ ଜଣେ ଯୁବ ସନ୍ୟାସୀ ଯିଏ କି ଭାରତର ଯୁବ ସମାଜକୁ ନିଜର ଅସ୍ମିତା ଉପରେ ଗର୍ବ କରିବାକୁ ଶିଖାଇଥିଲେ। ସେ ପୁଣି କହିଥିଲେ ଆଜି ଆମେ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଯୁବ ଦିବସ ଭାବେ ପାଳନ କରୁଛୁ। ଆମର ଯୁବ ସମାଜ ଯେତେ ଉନ୍ନତି କରୁ, ଯେତେ ସଫଳ ହେଉ…
ନୂଆଦିଲ୍ଲୀ: ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଆଜି କହିଛନ୍ତି ଯେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଆସନ୍ତା ସିଜନ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବ। ଆଜି ମୁମ୍ବାଇରେ ବିସିସିଆଇର ସ୍ୱତନ୍ତ୍ର ସାଧାରଣ ସଭା ପରେ ଶୁକ୍ଲା ଏହି ଘୋଷଣା କରିଛନ୍ତି। ଏହି ବୈଠକରେ ଦେବଜିତ୍ ସାଇକିଆ ଏବଂ ପ୍ରଭତେଜ ସିଂ ଭାଟିଆ ଯଥାକ୍ରମେ ବିସିସିଆଇର ନୂତନ ସଚିବ ତଥା କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ଜୟ ଶାହା ଏବଂ ଆଶିଷ ଶେଲାର ଙ୍ ଖାଲିଥିବା ପଦବୀ ପାଇଁ ନାମାଙ୍କନ ଦାଖଲ କରିବା ପରେ ଉଭୟେ ବିନା ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଉଲେଖା ଯୋଗ୍ୟ ଯେ, ଟି -୨୦ ଟୁର୍ଣ୍ଣାମେଣ୍ଟର ୧୮ ତମ ସିଜନ୍ ପାଇଁ ଦୁଇ ଦିନିଆ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା। ଆଇପିଏଲ୍ ନିଲାମ ଇତିହାସରେ ଋଷଭ ପନ୍ତ ସବୁଠୁ ବ୍ୟୟବହୁଳ ଖେଳାଳି ହୋଇଥିଲେ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଥିଲା। ଗତ…
ରେଢ଼ାଖୋଲ: ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି କଦଳୀ ଗଡ ସ୍ଥିତ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ ରେ ୟୁଥ୍ ରେଡ୍ କ୍ରସ୍ ଏବଂ ରେଡ୍ ରିବନ କ୍ଲବ୍ ତରଫରୁ ୟୁଥ୍ ରେଡ୍ କ୍ରସ୍ ଦିବସ ପାଳିତ ହୋଇଯାଇଛି। କଲେଜ୍ ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ଙ୍କ ସଭାପତିତ୍ବରେ ନାକଟି ଦେଉଳ ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ ମୁଖ୍ୟ ଅତିଥି, କଲେଜ୍ ପରିଚାଳନା କମିଟିର ସଭାପତି କୃଷ୍ଣ ଚନ୍ଦ୍ର ହୋତା ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ କଲେଜ୍ ପରିଚାଳନା କମିଟିର ସମ୍ପାଦକ ଶଙ୍କର୍ଷଣ ମହାକୁଡ ଯୋଗଦାନ କରି ସ୍ବାମୀ ବିବେକାନନ୍ଦ ଙ୍କ ଜୀବନୀ ଉପରେ ଆଲୋକପାତ କରି ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ଏହି ଜାତୀୟ ଯୁବ ଦିବସ ଅବସରରେ ମହାବିଦ୍ୟାଳୟ ତରଫରୁ ଯୁବ ସାମ୍ବାଦିକ କନ୍ଦର୍ପ ବେହେରା, ଶଙ୍କର୍ଷଣ ମହାକୁଡ, ଧ୍ରୁବଚରଣ ଦାସ, ଯୋଶବନ୍ତା ନାରାୟଣ ସାହୁ, ସୁଶାନ୍ତ ପ୍ରଧାନ, ତପନ ବିଶ୍ଵାଳ, ଅନିଲ…
ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ BSNL ଦେଶରେ ଏହାର ନେଟୱାର୍କ ବିସ୍ତାର କରୁଛି। ଏହି କ୍ରମରେ, କମ୍ପାନୀ ଏହାର ଉପଭୋକ୍ତାମାନଙ୍କ ପାଇଁ ଦୁଇଟି ନୂତନ ଏବଂ ଶସ୍ତା ରିଚାର୍ଜ ଯୋଜନା ଆରମ୍ଭ କରିଛି। ବିଶେଷକରି ଏପରି ଉପଭୋକ୍ତାମାନଙ୍କ ପାଇଁ ଏହି ଯୋଜନାଗୁଡିକ ଆରମ୍ଭ କରାଯାଇଛି ଯେଉଁମାନେ କମ୍ ମୂଲ୍ୟରେ ଉନ୍ନତ ସେବା ଚାହୁଁଛନ୍ତି। ବର୍ତ୍ତମାନ BSNL ସିମ୍ ବ୍ୟବହାରକାରୀମାନେ 215 ଟଙ୍କା ଏବଂ 628 ଟଙ୍କା ଯୋଜନାରେ ମାଗଣା କଲିଂ ଏବଂ ଡାଟା ଭଳି ସୁବିଧା ପାଇବେ। BSNL ର 628 ଟଙ୍କା ଯୋଜନା: ସୂଚନା ଯୋଗ୍ୟ ଯେ, BSNL ର 628 ଟଙ୍କା ଯୋଜନା ଦୀର୍ଘକାଳୀନ ବ୍ୟବହାରକାରୀଙ୍କ ପାଇଁ ଏକ ଉତ୍ତମ ବିକଳ୍ପ। ଏହି ଯୋଜନାରେ 84 ଦିନର ବୈଧତା ଦିଆଯାଇଛି। ଏହି ଯୋଜନା ପ୍ରତିଦିନ 3GB ହାଇ ସ୍ପିଡ୍ 4G ଡାଟା ପ୍ରଦାନ କରେ, ଯେଉଁଥିରେ ମୋଟ 252 ଜିବି ଡାଟା ଉପଲବ୍ଧ ହେବ। ଏହା ସହିତ ଏହି…
ବ୍ରହ୍ମପୁର (କୈଳାଶ ଚନ୍ଦର ଚୌଧୁରୀ): ରମ୍ଭା ଥାନା ଅର୍ନ୍ତଗତ ଅରୁଣ ପୁର ଗ୍ରାମ ଛକରେ ଗୋଟିଏ ସିମେଣ୍ଟ ବୋଝେଇ ଟ୍ରକ ସହ ମୋଟରସାଇକେଲର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୟୁ ଡି ଏସ୍ ପୁର ଗ୍ରାମର ମୋହନ ରାୟଗୁରୁ ଚିକିତ୍ସିତ ସମୟରେ ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ପୁଅ ତ୍ରୟୋମ୍ବକମ୍ ରାୟଗୁରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛି। ସ୍ତ୍ରୀ ଗାୟତ୍ରୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ସୁଚନା ଅନୁଯାୟୀ ମୋହନ ନିଜ ସ୍ତ୍ରୀ ଓ ପୁଅ କୁ ଧରି କୃଷ୍ଣପ୍ରସାଦ ଅଞ୍ଚଳରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଦୃତଗାମୀ ଟ୍ରକ ତାଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା। ଯାଦ୍ଵାରା ଏହି ଭଳି ଦୁଃଖଦ ଘଟଣା ଘଟିଛି। ଖବର ପାଇ ରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

