ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସହର ତଳି ତଥା ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ନୁଆ ଖଜୁରିଆ ଗ୍ରାମର ଲଟାବୁଦା ଘେରା ମଧ୍ୟରେ ଥିବା ଏକ ଅର୍ଦ୍ଧନିର୍ମିତ କୋଠାଘରେ ପ୍ରାୟ ୪୦ ଟି ହାତ ଭିଡା ବୋମା ଜବତ କରାଯାଇଛି। ଏହି ସବୁ ବୋମାଗୁଡିକୁ ନିଷ୍କ୍ରିୟ ଦଳ ଦ୍ଵାରା ନିଷ୍କ୍ରିୟ କରାଯାଇଛି। ଏନେଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ସୁଚନା ଦେଇଛନ୍ତି। ବୈଦ୍ୟନାଥ ପୁର ଥାନା ଅଧିକାରୀ ସୁଚିତ୍ରା ପରିଡ଼ା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦଳବଳେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ପୋଲିସ କୁ ଦେଖି କିଛି ଯୁବକ ଛତ୍ରଭଙ୍ଗ ଦେଇଥିଲେ। ଥାନା ଅଧିକାରୀ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ନେଇ ଅର୍ଦ୍ଧନିର୍ମିତ କୋଠାଘରେ ଯାଇ ଯାଞ୍ଚ ବେଳେ ଦେଖିଲେ ଯେ ଗୋଟିଏ ଅଖା ବସ୍ତାରେ ଉକ୍ତ ବୋମା ଗୁଡିକ ରହିଛି। ସଙ୍ଗେ ସଙ୍ଗେ ଏସ୍ ପି ଙ୍କୁ ସୁଚନା ଦିଆଯାଇଥିଲା। ଏସ୍ ପି ଙ୍କ ପଦକ୍ଷେପ ସ୍ୱରୂପ…
Author: SM Network
ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ସିନାପାଲିରୁ ହାଇଦ୍ରାବାଦ ଯାଉଥିବା ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୁପ୍ତା ବସ ତେଲେଙ୍ଗାନା ଖମମ- ସୂର୍ଯ୍ୟପେଟ ଜାତୀୟ ରାଜପଥ ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ବସରେ ଥିବା ଜଣେ ଚାଳକ ସହ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡିଛି। ସୂର୍ଯ୍ୟପେଟ ଜିଲ୍ଲା ଚେଭମ ନିକଟରେ ରାତିରେ ଦୁର୍ଘଟଣା ଘଟିଛି। ପ୍ରବଳ କୁହୁଡି ସାଙ୍ଗ ଯୋଗୁଁ ଛିଡା ହୋଇଥିବା ଟ୍ରକ୍ କୁ ଧକ୍କା ଦେଇଥିଲା। ଚାଳକ ସହ ୪ ଯାତ୍ରୀଙ୍କ ଘଟଣାସ୍ଥଳୀରେ ମୃତ୍ୟୁ ସହ ୬ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟନୀତିରେ କହିଛନ୍ତି ଯେ, ଯେଉଁମାନେ ବଞ୍ଚିଥିଲେ ମଧ୍ୟ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେହି ହିସାବରେ ପାଞ୍ଚ ପ୍ରକାରର ଲୋକ ଅଛନ୍ତି ସେମାନେ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେମାନେ ହେଲେ ଯାହାର ପତ୍ନୀଙ୍କର ମୃତ୍ୟୁ ହୋଇଥିବ, ଆତ୍ମୀୟସ୍ବଜନଙ୍କଠାରୁ ଅପମାନ, ଋଣଭାର, ଦୁର୍ଦ୍ଦାନ୍ତ ବା ଦୁଷ୍ଟ ମାଲିକଙ୍କ ପାଖରେ କାମ କରୁଥିବା ଏବଂ ଦାରିଦ୍ର ଭିତରେ ରହିଥିବା ଲୋକ। ଯେତେ ଧନ ସଂପତ୍ତି ଥାଉ ନା କାହିଁକି ପତ୍ନୀଙ୍କ ବିୟୋଗ ସବୁବେଳେ ଦୁଃଖଦାୟକ ହୋଇ ରହିଯାଏ। ସେହିପରି ଋଣ ନ ସୁଝିବା ପର୍ଯ୍ୟନ୍ତ କେହି ବି ଭଲରେ ରହିପାରିବ ନାହିଁ। ଅନ୍ୟ ଏକ ପ୍ରସଂଗ ହେଲା ଦୁଷ୍ଟ ବା ଦୁର୍ଦ୍ଦାନ୍ତ ଲୋକଙ୍କ ପାଖରେ କାମ କରିବାର କଷ୍ଟ ମଧ୍ୟ କିଛି କମ ନୁହେଁ।
ନୂଆଦିଲ୍ଲୀ: ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ର ପାଇଁ ଏକ ଯୁଗାନ୍ତକାରୀ ଘଟଣାକ୍ରମରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ରେଳ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚେନ୍ନାଇରେ ସିର୍ମା ଏସଜିଏସ ଟେକ୍ନୋଲୋଜିର ଅତ୍ୟାଧୁନିକ ଲାପଟପ୍ ଆସେମ୍ବ୍ଲି ଲାଇନକୁ ଉଦଘାଟନ କରିଛନ୍ତି। ମାଡ୍ରାସ ଏକ୍ସପୋର୍ଟ ପ୍ରୋସେସିଂ ଜୋନ୍ (ଏମଇପିଜେଡ୍) ରେ ଅବସ୍ଥିତ ଏହି ନିର୍ମାଣ କେନ୍ଦ୍ର ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଚିହ୍ନିତ କରିବା ସହିତ ମୋବାଇଲ୍ ଫୋନରୁ ଆଇଟି ହାର୍ଡୱେର୍ ଉତ୍ପାଦନ, ବିଶେଷ କରି ଲାପଟପ୍ ପର୍ଯ୍ୟନ୍ତ ଦେଶର ପ୍ରାଧାନ୍ୟ ବିସ୍ତାର କରିବାକୁ ଯାଉଛି । “ମେକ ଇନ୍ ଇଣ୍ଡିଆ”ରେ ଏକ ମାଇଲଖୁଣ୍ଟ ନୂତନ ଆସେମ୍ବ୍ଲି ଲାଇନ ପ୍ରାରମ୍ଭରେ ବାର୍ଷିକ ୧ ଲକ୍ଷ ଲାପଟପ୍ ଉତ୍ପାଦନ କରିବ, ଯାହା ଆଗାମୀ ୧-୨ ବର୍ଷ ମଧ୍ୟରେ ୧୦ ଲକ୍ଷ ନିୟୁତ ୟୁନିଟ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କ୍ଷମତା ସହିତ ସିର୍ମା ଏସଜିଏସ୍ ବର୍ତ୍ତମାନ ଚେନ୍ନାଇରେ ଚାରୋଟି…
ନୂଆଦିଲ୍ଲୀ, ରବିବାରର ପ୍ରକୃତି ହେଉଛି ଶୁଭ୍ର। ରବିବାର ହେଉଛି ସୂର୍ଯ୍ୟଙ୍କର ଦିନ। ଏହା ମଧ୍ୟ ଭଗବାନ ବିଷ୍ଣୁ ଏବଂ ସୂର୍ଯ୍ୟଦେବଙ୍କ ଦିନ। ହିନ୍ଦୁ ଧର୍ମରେ ଏହା ସର୍ବୋତ୍ତମ ଦିନ ବୋଲି ବିବେଚନା କରାଯାଏ। ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦ୍ରୁତତା ପାଇବା ପାଇଁ ରବିବାର ଉପବାସ କରିବା ଉଚିତ୍। ରବିବାରର ଛୁଟିଦିନ ବୋଲି ଘୋଷଣା କରାଯାଉଥିବାରୁ ସପ୍ତାହର ପ୍ରଥମ ଦିନ ସୋମବାର ବୋଲି ବିବେଚନା କରାଯାଏ। କିନ୍ତୁ ବାସ୍ତବରେ, ରବିବାର ହେଉଛି ସପ୍ତାହର ପ୍ରଥମ ଦିନ। ଜାଣନ୍ତୁ ରବିବାର ଦିନ କେଉଁ ସାତୋଟି କାମ କରିବା ଉଚିତ ନୁହେଁ ୧- ଏହି ଦିନ ପଶ୍ଚିମ ଏବଂ ବାୟୁ ଦିଗରେ ଯାତ୍ରା କରନ୍ତୁ ନାହିଁ। ଯଦି ଏହି ଦିଗରେ ଯାତ୍ରା କରିବା ଆବଶ୍ୟକ ହୁଏ, ତେବେ ରବିବାର ଦିନ ଡାଲିଆ, ଘିଅ କିମ୍ବା ପାନ ଖାଇ କିମ୍ବା ପଛକୁ ପାଞ୍ଚ ହାତ ଚାଲିବା ପରେ ଏହି ଦିଗକୁ ଯାଆନ୍ତୁ, କାରଣ ଏହି ଦିନ, ବିଶେଷ…
ଟାଙ୍ଗୀ: ଡ୍ରିମ୍ସ କ୍ରମାଗତଃ ଭାବରେ ବିଶ୍ୱ ସ୍ତରର ଛାତ୍ରଛାତ୍ରୀଙ୍କୁ ତିଆରି କରିବାର ପରମ୍ପରା ଆରମ୍ଭ କଲାଣି। ଗ୍ରାମାଞ୍ଚଳର ବଣମଲ୍ଲିଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ଏହି ବିଶ୍ୱବିଦ୍ୟାଳୟ ଯେଉଁ ଉଦ୍ୟମ ଜାରି ରଖିଛି, ତାହା ବେଶ୍ ପ୍ରଶଂସନୀୟ ବୋଲି ଶନିବାର କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଉପାଧି ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଓଡ଼ିଶାର ସାରସ୍ୱତ ଭୂମି ତଥା ବୌଦ୍ଧିକ ବିଚାରର ଏନ୍ତୁଡ଼ିଶାଳର ପରିପାର୍ଶ୍ୱରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ଅବସ୍ଥାପିତ । ଡ୍ରିମ୍ସର ଅନତି ଦୂରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ଏବଂ ଗଣକବି ବୈଷ୍ଣବ ପାଣିଙ୍କ କର୍ମଭୂମି ଅଛି । ସାରଳା ଦାସଙ୍କ ଦ୍ୱାରା ଓଡ଼ିଆ ମହାଭାରତ ଏହି ପାଶ୍ୱବର୍ତ୍ତୀ ଅଞ୍ଚଳରେ ରଚନା କରାଯାଇଛି ।…
ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପୁଣେର ସି-ଡ୍ୟାକ୍ କ୍ୟାମ୍ପସରେ ସି-ଡ୍ୟାକ୍ ଦ୍ୱାରା ଡିଜାଇନ ଏବଂ ବିକଶିତ ହୋଇଥିବା ଗୋଟିଏ ଭିଇଜିଏ ଆଧାରିତ ଏସ.ଓ.ସି ଏ.ଏସ୍.ଆଇ.ସି. ଏବଂ ଦୁଇଟି ଡି.ଆଇ.ଆର୍. ଭି.ଭି.ଇ.ଜି.ଏ. ପ୍ରୋସେସର ଆଧାରିତ ଡେଭଲପମେଣ୍ଟ ବୋର୍ଡର ଶୁଭାରମ୍ଭ କରିଛନ୍ତି। ଏରିଜ୍ ଇକୋ ଏବଂ ଏରିଜ୍ ନୋଭା ବିକାଶ ବୋର୍ଡ ଏବଂ ସ୍ୱଦେଶୀ 64-ବିଟ ଏସସି ତେଜସ64କୁ ଆଜି ଉନ୍ମୋଚନ କରାଯାଇଛି। ଏରିଜ୍ ଇକୋ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୋଗୀ, ଯାହା ସେନ୍ସର୍ ଫ୍ୟୁଜନ୍, ସ୍ମାର୍ଟ ମିଟର ଏବଂ ପରିଧାନଯୋଗ୍ୟ ଉପକରଣ ଭଳି ପ୍ରୟୋଗଗୁଡ଼ିକ ସହିତ ପରୀକ୍ଷା କରିବା ପାଇଁ ଏକ ହ୍ୟାଣ୍ଡ୍-ଅନ୍ ପ୍ଲାଟଫର୍ମ ପ୍ରଦାନ କରିଥାଏ। ଏରିଜ୍ ନୋଭା ଶିକ୍ଷା, ଗବେଷଣା ଏବଂ ବିକାଶ ପାଇଁ ଦ୍ରୁତ ଗତିରେ ବିକଶିତ ହେଉଥିବା ସମନ୍ୱିତ ବ୍ୟବସ୍ଥା କ୍ଷେତ୍ରରେ ଏକ ସହଜରେ ଉପଲବ୍ଧ ପ୍ଲାଟଫର୍ମ ପ୍ରଦାନ କରିଥାଏ। ତେଜସ୍64 ହେଉଛି ପ୍ରଥମ…
ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିସ୍ବରୂପ ଭାରତ ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହୋଇଛି। ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟି (ୟୁଏନ-ସିଇବିଡି)ର ଗଠନ ସ୍ଥାୟୀ ବିକାଶ ଲକ୍ଷ୍ୟ ତଦାରଖ ଏବଂ ରିପୋର୍ଟିଂର ସମ୍ଭାବନା ସମେତ ବିଗ୍ ଡାଟାର ଲାଭ ଏବଂ ଆହ୍ୱାନଗୁଡିକର ଅଧିକ ଅନୁସନ୍ଧାନ କରିବା ପାଇଁ କରାଯାଇଥିଲା। ଏହି ବିଶେଷଜ୍ଞ କମିଟିରେ ଭାରତ ଅନ୍ତର୍ଭୁକ୍ତ ହେବା ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି, କାରଣ ଭାରତ ନିକଟରେ ଏକ ଲମ୍ବା ବ୍ୟବଧାନ ପରେ ଜାତିସଂଘ ପରିସଂଖ୍ୟାନ ପରିଷଦର ସଦସ୍ୟତା ଗ୍ରହଣ କରିଛି। ବିଶେଷଜ୍ଞ କମିଟିରେ ଭାରତର ଅନ୍ତର୍ଭୁକ୍ତି ଦେଶର ପରିସଂଖ୍ୟାନ ଇକୋସିଷ୍ଟମ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି କମିଟିର ଏକ ଅଂଶ ଭାବରେ, ଭାରତ ସରକାରୀ ପରିସଂଖ୍ୟାନ ଲାଗି ବିଗ୍ ଡାଟା ଏବଂ ଡାଟା ସାଇନ୍ସ ବ୍ୟବହାର…
ବାଣପୁର: ବାଲୁଗାଁ ଅବକାରୀ ଅଧିକାରୀଙ୍କ ଏକ ଟିମ ବାଣପୁର ଅଂଚଳରେ ଚଢ଼ାଉ କରି ଭୀମପୁର ଗ୍ରାମର ପ୍ରଶାନ୍ତ ସେନାପତିଙ୍କ ଠାରୁ ଏକ ସ୍କୁଟିସହ ୨୨୮୦୦ଟଙ୍କା ଏବଂ ୫୨୦ଲିଟର ଦେଶୀ ମଦ ଜବତ କରିଛି। ଅନୁରୂପ ଭାବେ ବଡହନ୍ତୁଆଡ଼ ଗ୍ରାମର ଅଭିମନ୍ୟୁ ପ୍ରଧାନଙ୍କ ଠାରୁ ଏକ ସ୍କୁଟି ଏବଂ ଦେଶୀ ମହୁଲ ଜବତ କରିଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ବାଣପୁର କୋର୍ଟରେ ହଜାର କରାଯାଇଥିବା ବେଳେ କୋର୍ଟ ସେମାନଙ୍କୁ ଜେଲକୁ ପଠାଇ ଦେଇଛନ୍ତି। ପ୍ରକାଶ ଥାଉକି ବାଣପୁର ଅଂଚଳରେ ଦେଶୀ ମଦ କାରବାର ଦିନକୁ ଦିନ ବଢିଚାଲିଛି। ଅବକାରୀ ସୁମିତ ତ୍ରିପାଠୀଙ୍କ ନିର୍ଦ୍ଦେଶ ମୁତାବକ ମଦ ବେପାରୀ ମାନଙ୍କ ଉପରେ ଜୋରଦାର ଚଢ଼ାଉ ନିର୍ଦ୍ଦେଶ ଥିବାବେଳେ ବାଲୁଗାଁ ଅବକାରୀ ବିଭାଗ ତରଫରୁ ତପ୍ତରତା ପ୍ରକାଶ ପାଇଛି। ବାରମ୍ବାର ମଦ ଜବତ ହେଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ଉପରେ କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ। ଅବକାରୀ ବିଭାଗ କେବଳ ଲୋକଦେଖାଣିଆ ଚଢ଼ାଉ କରି ବଡ଼ ମାଛକୁ…
ମେଷ: – ଜମିରେ ବିନିଯୋଗ ଲାଭଦାୟକ ହେବ। କଥାକୁ ଅଧିକାରୀମାନଙ୍କୁ ବୁଝାଇବାକୁ ସମର୍ଥ ହେବ। ବୃଷ: – ବ୍ୟବସାୟରେ ପରିବର୍ତ୍ତନ ଆସିବ। ଦୁର୍ଘଟଣାଗ୍ରସ୍ତ ଏବଂ ଅଧିକ ଅର୍ଥରେ ଉପକୃତ ହେବେ। ମିଥୁନ: – କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେତୁ ମନୋବଳ ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିପାରିବ। କର୍କଟ: – ଏହି ବର୍ଷ ଆପଣଙ୍କ ପାଇଁ ଏକ ନୂତନ ପ୍ରେମିକର ସନ୍ଧାନ ମିଳିବ। ଆପଣ ନୂଆ ବର୍ଷରେ ଭଲ ସ୍ବାମୀଙ୍କୁ ପାଇବେ। ସିଂହ: – ତୁମେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବ। ଆପଣଙ୍କର ବୈବାହିକ ଜୀବନରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି। କନ୍ୟା: – ଆପଣ ବେକାର ଯୁବକମାନଙ୍କର ଚାକିରିର ସୁଯୋଗ ତିଆରି କରିବେ। ପରିଶ୍ରମର ଫଳାଫଳ ପାଇବ। ତୂଳା: – ଯେଉଁମାନଙ୍କର ଚାକିରୀ ଅଛି ସେମାନେ ପଦବୀ ଏବଂ ସମ୍ମାନର ଲାଭ ପାଇବେ । ଧନର ଆଗମନ ସମ୍ଭାବନା। ବିଛା: – ନିରନ୍ତର ଭଲ କାମ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ଦେବ । ଲାଭ ପାଇବା ପାଇଁ…
ଢେଙ୍କାନାଳ: ଢେଙ୍କାନାଳ କପିଳାସ ଅଭୟାରଣ୍ୟର ସବୁଜ ସୁନ୍ଦର ପରିବେଶରେ ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ‘କପିଳାସ ହାଫ୍ ମାରାଥନ’ ଦ୍ୱିତୀୟ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି। ହାତୀ ସୁରକ୍ଷା ଓ ପରିବେଶ ସୁରକ୍ଷାର ସଚେତନତା ସୃଷ୍ଟି କରାଇବାରେ ଏହାକୁ ସାଧୁ ଉଦ୍ୟମ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ‘କପିଳାସ ହାଫ୍ ମାରାଥନ’ର ଦ୍ୱିତୀୟ ସଂସ୍କରଣକୁ ଶୁଭାରମ୍ଭ କରିବା ସହ ମାରାଥନରେ ସାମିଲ ହୋଇ ଆନନ୍ଦିତ। ଜୈବ ବିବିଧତାରେ ପରିପୂର୍ଣ୍ଣ କପିଳାସର ସଂରକ୍ଷଣ ଏବଂ ଗଜରାଜଙ୍କ ସୁରକ୍ଷା ଦିଗରେ ସାମାଜିକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ସ୍ୱାଗତଯୋଗ୍ୟ। ଏହି ହାଫ୍ ମାରାଥନରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ଓ ବରିଷ୍ଠ ଲୋକମାନେ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆର ଆହ୍ୱାନ କ୍ରମେ…
ନୂଆଦିଲ୍ଲୀ: ଜାନୁଆରୀ 22 ରୁ ଇଂଲଣ୍ଡ ବିପକ୍ଷ ଟି -20 ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଖେଳିବ। ବରିଷ୍ଠ ବୋଲର ମହମ୍ମଦ ଶାମି ଫେରିଛନ୍ତି। ଶାମି ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିବେ। ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା ଏବଂ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ଉପ-ଅଧିନାୟକ ଭାବେ ଅକ୍ସର ପଟେଲଙ୍କୁ ନିଯୁକ୍ତ କରାଯାଇଛି। ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂ ମଧ୍ୟ ଟିମ୍ ଇଣ୍ଡିଆର ସାମିଲ ହୋଇଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଖେଳାଯିବ। ଆଜି କେବଳ ଟି -20 ପାଇଁ ବିସିସିଆଇ ଦଳ ଘୋଷଣା କରିଛି। ODI ସିରିଜ୍ ଏବଂ ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ପରେ ଘୋଷଣା କରାଯିବ। ଶାମି ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆ ବାହାରେ ଥିଲେ। କିନ୍ତୁ…
ନୂଆଦିଲ୍ଲୀ: L&T ଚେୟାରମ୍ୟାନ୍ ଏସ୍.ଏନ୍ ସୁବ୍ରମଣ୍ୟନଙ୍କ ସପ୍ତାହକୁ 90 ଘଣ୍ଟିଆ କାର୍ଯ୍ୟ କରିବା ମନ୍ତବ୍ୟ ମଧ୍ୟରେ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆନନ୍ଦ କହିଛନ୍ତି ଯେ, ସେ କାର୍ଯ୍ୟର ପରିମାଣ ଉପରେ ବିଶ୍ଵାସ କରନ୍ତି ନାହିଁ, ଗୁଣବତ୍ତା ଉପରେ ବିଶ୍ଵାସ କରନ୍ତି। ଜାତୀୟ ରାଜଧାନୀ ବିକାଶ ଭାରତ ଯୁବ ନେତା ସଂଳାପ 2025 କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଚାଲିଥିବା ବିତର୍କ ଭୁଲ ଅଟେ। କାରଣ ଏହା କାର୍ଯ୍ୟ ସମୟ ଉପରେ ଗୁରୁତ୍ୱ ଦେଇଥାଏ। ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ, “ନାରାୟଣ ମୁର୍ତ୍ତୀ (ଇନଫୋସିସର ପ୍ରତିଷ୍ଠାତା) ଏବଂ ଅନ୍ୟମାନଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ତେଣୁ ମୋତେ ଭୁଲ ଭାବନ୍ତୁ ନାହିଁ। କିନ୍ତୁ ମୋତେ କିଛି କହିବାକୁ ପଡିବ, ମୁଁ ଭାବୁଛି ଏହି ବିତର୍କ ଭୁଲ ଦିଗରେ ଯାଉଛି।” ସେ ଆହୁରି ମଧ୍ୟ କହିଛନ୍ତି, “କାର୍ଯ୍ୟର ପରିମାଣ ଉପରେ ନୁହେଁ, କାର୍ଯ୍ୟର…
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରେ ଆଜି ଅପରାହ୍ନରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ ବୁର୍ଲା ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବନବିଭାଗ ସୂତ୍ରରୁ ଜଣାପଡିଛି। ବୃଦ୍ଧ ଜଣକ ହେଲେ ବରହମପୁରା ଗ୍ରାମର ରୋହିତ ଶବର (୫୫)। ସେ ଆଜି ସକାଳେ ଜଂଗଲକୁ ଝୁଣା ସଂଗ୍ରହ କରିବାକୁ ଯାଇଥିବା ସମୟରେ ହଠାତ୍ ଏକ ଭାଲୁ ହାବୁଡରେ ପଡ଼ିଯାଇଥିଲେ। ଭାଲୁଟି ରୋହିତ ଶବରକୁ ଆକ୍ରମଣ କରିଥିଲା। ଫଳରେ ବାମ ଜଙ୍ଘ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କ ସହ ଗ୍ରାମର ହର ଶବର ମଧ୍ୟ ଯାଇଥିଲେ l ସେ ଭାଲୁ ଆକ୍ରମଣ ରେ ସାମାନ୍ୟ ଆହତ ହୋଇ ଥିବା ଜଣା ପଡିଛି। ଭାଲୁ ଆକ୍ରମଣ କରୁଥିବା ସମୟରେ ବୃଦ୍ଧ ଜଣକ ପାଟି କରିବାରୁ ନିକଟରେ ଥିବା ଗ୍ରାମର ଅନ୍ୟ ଦୁଇ ଜଣ ବ୍ୟକ୍ତି ଆସି ଭାଲୁ କବଳରୁ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଆକ୍ସନ ଏଡ଼ର ମିଳିତ ଉଦ୍ୟମରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ କିଶୋରୀ ମାତୃତ୍ଵ ପରାମର୍ଶ କାର୍ଯ୍ୟକ୍ରମ ଯଶସ୍ଵିନି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗ ଦେଇଥିଲେ ଏବଂ ସମ୍ମାନୀୟ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ ଯୋଗ ଦେଇ ଥିଲେ। ସମସ୍ତ କିଶୋରୀ ମା ମାଙ୍କୁ ଆମ ପରିବାରର ସଦସ୍ୟ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିଥିଲେ। ଯଦି କୌଣସି ମା ଆଗକୁ ପାଠ କିମ୍ବା କୌଣସି ପ୍ରକାରର ଧନ୍ଦାମୂଳକ ଶିକ୍ଷାରେ ଇଚ୍ଛା ରଖିବେ ସେମାନଙ୍କୁ ସମସ୍ତ ପ୍ରକାରର ଜିଲ୍ଲା ପ୍ରଶାସନ ତରଫରୁ ସୁବିଧା ଯୋଗାଇ ଦିଆଯିବ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ ଜିଲ୍ଲାରେ କିପରି ଭାବରେ ଏହି କାର୍ଯ୍ୟକ୍ରମକୁ ଆଗକୁ ନିଆଯାଇ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜରଡା ଥାନା ଅର୍ନ୍ତଗତ ହରିପୁର ଓ ଠଣାଗାଁ ଅଞ୍ଚଳରେ କିଛି ଦେଶୀମଦ ଭାଟି ଉପରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ପ୍ରାୟ ୨୭ ହଜାର ଲିଟର ମଦ ପୋଚ ନଷ୍ଟ ହୋଇଥିବା ଉଭୟ ବିଭାଗ ପକ୍ଷରୁ ଜଣାପଡିଛି। କିନ୍ତୁ ଆଗୁଆ ସୂଚନା ପାଇ ମଦ ଭାଟି କର୍ମଚାରୀ ଆଉ ମାଲିକ ମାନେ ସେଠାରୁ ଖସି ପଳାଇଯିବାର ସଫଳ ହୋଇଛନ୍ତି।
ଭୁବନେଶ୍ଵର: ବାଲ୍ୟବିବାହ ବନ୍ଦ କରିବା ପାଇଁ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯ଼ାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରେଣୁବାଳା ନନ୍ଦ ସ୍ବାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାପରିଷଦ ସିଡିଓ ପ୍ରସନ୍ନ କୁମାର କାର୍ଯକ୍ରମରେ ଅତିଥି ଭାବରେ ଯୋଗ ଦେଇ ବାଲ୍ୟ ବିବାହ କିପରି ଭାବରେ ନିରାକରଣ କରାଯାଇ ପାରିବ ମତାମତ ରଖିଥିଲେ। ଉକ୍ତ କାର୍ଯକ୍ରମ ରେ ସମ୍ବଲପୁର ଜିଲ୍ଲା ର ୬୮ ଟା ଗ୍ରାମ କୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଆନୁକୁଲ୍ୟରେ ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ୱାରିକାନାଥ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ବାବେ ସମଗ୍ର ଶିକ୍ଷା ଅଭିଯାନ ରେ ଜିଲ୍ଲା ଅନ୍ତଃର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସଂଯୁକ୍ତା ରଥ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଷେଷଜ୍ଞ ଡାକ୍ତର ଶୀଲା ସିତାରାମ ଓ ପ୍ରଦୀପ ବେହେରା ଯୋଗ ଦେଇ ୧୫୦ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଇଥିଲେ। ଆଗାମୀ ଦିନରେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅର୍ନ୍ତଗତ ଜି ନୁଆ ଗାଁ ରେ ଏକ ମଦ ପ୍ରସ୍ତୁତି କାରଖାନା ଉପରେ ଭଞ୍ଜନଗର, ବୁଗୁଡ଼ା ଓ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରି ସଫଳତା ପାଇଛନ୍ତି ଅବକାରୀ ବିଭାଗ ପୋଲିସ। ଭଞ୍ଜନଗର ଅବକାରୀ ଅଧିକାରୀ ଅଲିଭା ମାଝୀଙ୍କ ନେତୃତ୍ବରେ ଏହି ଚଢ଼ାଉରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ, ବୁଗୁଡ଼ା ଓ ଭଞ୍ଜନଗର ଅବକାରୀ ବିଭାଗ କର୍ମଚାରୀଙ୍କ ସହଯୋଗରେ ଚୋରା ଦେଶୀ ମଦ ପ୍ରସ୍ତୁତି କରୁଥିବା ୮ ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଅଟକ ରଖାଯାଇଛି। ଏହା ମଧ୍ୟରେ ୫ ଜଣ ମହିଳା ଅନ୍ତର୍ଭୁକ୍ତ। ଏଥି ସହିତ ଗୋଟିଏ ମୋଟରସାଇକେଲ, ୯୧୦ ଲିଟର ଦେଶୀମଦ, କିଛି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ୪ ହଜାର କିଲୋଗ୍ରାମରୁ ଅଧିକ ମଦ ପୋଚକୁ ବିଭାଗୀୟ ଅଧିକାରୀମାନେ ନଷ୍ଟ କରିଛନ୍ତି।
ଚିଲିକା: ଶୁକ୍ରବାର ଦିନ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଆଇଏନଏସ ଚିଲିକାରେ ଆୟୋଜିତ କ୍ଲଷ୍ଟର ସ୍ତରୀୟ ସାଂସ୍କୃତିକ ମେଳାରେ ବ୍ରହ୍ମପୁର କ୍ଲଷ୍ଟର ଅନ୍ତର୍ଗତ ଆଠଟି କେନ୍ଦ୍ରୀୟ ବିଦ୍ୟାଳୟ (ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଆସ୍କା, ହିଞ୍ଜିଳିକାଟୁ, ଭଞ୍ଜନଗର, ଦିଗପହଣ୍ଡି ଏବଂ ଆଇଏନଏସ ଚିଲିକା) ର ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ଦକ୍ଷତା ଏବଂ ପ୍ରତିଭା ଦେଖାଇଲେ। ସେମାନଙ୍କ ସହ ୪୦ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଦିନବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମରେ ୧୨ଟି ବ୍ୟକ୍ତିଗତ ପ୍ରତିଯୋଗିତା ଯଥା ଭାଷଣ, ଗଳ୍ପ କଥନ, କବିତା ଆବୃତ୍ତି, ରଚନା ଲେଖନ, ଚିତ୍ରାଙ୍କନ ଓ ଅଭିନୟ ଆଦି ଏବଂ ୪ଟି ଗ୍ରୁପ୍ ପ୍ରତିଯୋଗିତା, ଯଥା ନୃତ୍ୟ,ଗୀତ, ନାଟକ ଏବଂ କୁଇଜ ଆୟୋଜିତ ହୋଇଥିଲା। ଚମ୍ପିୟାନ ଭାବରେ କେନ୍ଦ୍ରୀୟ ବିଦ୍ୟାଳୟ ଆଇଏନଏସ ଚିଲିକା ପ୍ରଥମ ସ୍ଥାନ ଏବଂ ରନର୍ସ-ଅପ୍ ରୂପେ କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର ଦ୍ଵିତୀୟ ସ୍ଥାନ ହାସଲ କରିଥିଲା। ଆଇଏନଏସ ଚିଲିକା ର କମାଣ୍ଡିଂ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ 22 ଜାନୁୟାରୀରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଖେଳିବାକୁ ଯାଉଛି। ଏହି ସିରିଜ୍ ପାଇଁ ବିସିସିଆଇ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଘୋଷଣା କରିନାହିଁ। ପୂର୍ବରୁ ଖବର ଥିଲା ଯେ, ଇଂଲଣ୍ଡ ବିପକ୍ଷ ଟି -20, ODI ସିରିଜ୍ ଏବଂ 2025 ଚାମ୍ପିଅନ୍ସ ଟ୍ରଫି ପାଇଁ ଏକକାଳୀନ ଦଳ ଘୋଷଣା କରାଯିବ, କିନ୍ତୁ ବର୍ତ୍ତମାନ ତାହା ହେବ ନାହିଁ। ସୂଚନା ଅନୁଯାୟୀ ଆସନ୍ତାକାଲି ଅର୍ଥାତ ରବିବାର ଇଂଲଣ୍ଡ ବିପକ୍ଷ ଟି -20 ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯିବ। ବର୍ତ୍ତମାନ ଟି -20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯିବ ବୋଲି କୁହାଯାଇଛି। ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଏବଂ 2025 ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ପରେ ଘୋଷଣା କରାଯିବ। ପ୍ରକାଶ ଯୋଗ୍ୟ ଯେ, 2025 ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରତ୍ୟେକ ଦେଶ…

