Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ କିଶୋରୀ ମାତୃତ୍ଵ ପରାମର୍ଶ କାର୍ଯ୍ୟକ୍ରମ ଯଶସ୍ଵିନୀ ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ କିଶୋରୀ ମାତୃତ୍ଵ ପରାମର୍ଶ କାର୍ଯ୍ୟକ୍ରମ ଯଶସ୍ଵିନୀ ଅନୁଷ୍ଠିତ

January 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଆକ୍ସନ ଏଡ଼ର ମିଳିତ ଉଦ୍ୟମରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ କିଶୋରୀ ମାତୃତ୍ଵ ପରାମର୍ଶ କାର୍ଯ୍ୟକ୍ରମ ଯଶସ୍ଵିନି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗ ଦେଇଥିଲେ ଏବଂ ସମ୍ମାନୀୟ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ ଯୋଗ ଦେଇ ଥିଲେ।

ସମସ୍ତ କିଶୋରୀ ମା ମାଙ୍କୁ ଆମ ପରିବାରର ସଦସ୍ୟ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିଥିଲେ। ଯଦି କୌଣସି ମା ଆଗକୁ ପାଠ କିମ୍ବା କୌଣସି ପ୍ରକାରର ଧନ୍ଦାମୂଳକ ଶିକ୍ଷାରେ ଇଚ୍ଛା ରଖିବେ ସେମାନଙ୍କୁ ସମସ୍ତ ପ୍ରକାରର ଜିଲ୍ଲା ପ୍ରଶାସନ ତରଫରୁ ସୁବିଧା ଯୋଗାଇ ଦିଆଯିବ।

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ ଜିଲ୍ଲାରେ କିପରି ଭାବରେ ଏହି କାର୍ଯ୍ୟକ୍ରମକୁ ଆଗକୁ ନିଆଯାଇ ପାରିବ, ସେ ବିଷୟରେ ମତ ରଖି ଥିଲେ। କାର୍ଯ୍ୟକ୍ରମକୁ ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ।

ଆକ୍ସନ ଏଡ଼ର ନେସନାଲ ପ୍ରୋଗ୍ରାମ ଲିଡ଼ ଘାସିରାମ ପଣ୍ଡା କିଶୋରୀ ଗର୍ଭବତୀ ଉପରେ ସମୁର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଆଇସିଡିଏସ୍ ପ୍ରୋଜେକ୍ଟ ର ୩୩ ଜଣ କିଶୋରୀ ମା ଓ କିଶୋରୀ ଗର୍ଭବତୀ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମରେ କିଶୋରୀ ମା ଓ କିଶୋରୀ ଗର୍ଭବତୀ ମାନଙ୍କୁ ସ୍ୱାସ୍ଥ୍ୟ ଟିମ, ମାନସିକ ପରାମର୍ଶ ଟିମ ଏବଂ ଶିକ୍ଷା, ଜୀବିକା ଓ ସାମାଜିକ ନିରାପତ୍ତା ଟିମ ଆଗରେ ସେମାଙ୍କର ସ୍ୱାମୀଙ୍କ ସହ ଉପସ୍ଥାପନ କରାଯାଇଥିଲା।

ସମସ୍ତ କିଶୋରୀ ମା ଓ କିଶୋରୀ ଗର୍ଭବତୀମାନଙ୍କୁ ଚିକିତ୍ସା କରେଇବା ସହିତ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଯାଇଥିଲା। ଏହା ସହିତ ସେମାନଙ୍କୁ ଧନ୍ଦା ମୂଳକ ଶିକ୍ଷା ଓ ଅଧାରୁ ପାଠ ଛାଡି ଥିବା କିଶୋରୀ ମା ମାନଙ୍କୁ ରାଜ୍ୟ ଶିକ୍ଷା ମୁକ୍ତ ବିଦ୍ୟାଳୟରେ ପାଠ ପଢିବା ପାଇଁ ପରାମର୍ଶ ଦିଆ ଯାଇଥିଲା। ପରିବାର ନିୟୋଜନ ସମ୍ପର୍କରେ ମଧ୍ୟ ଅବଗତ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ସିଡିଏମଓ, ଡି ଏଲ୍ ଓ, ଡି ଇ ଓ, ଜିଲ୍ଲା ଶୁଶୁ ସୁରକ୍ଷା ୟୁନିଟ, ମିଶନ ଶକ୍ତି, ଓଡିଶା ଜୀବିକା ମିଶନ ବିଭାଗର କର୍ମକର୍ତ୍ତା, ଖୋର୍ଦ୍ଧା ସି ଡି ପିଓ ଯୋଗ ଦେଇ ଥିଲେ। ଏବଂ ଆକ୍ସନ ଏଡ଼ର ବାଲ୍ୟ ବିବାହ ନିରାକରଣ ଜିଲ୍ଲା ସଂଯୋଜକ ଉତ୍କଳ ମାଇତି ପରିଚାଳନା କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.