Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟରେ ଯୁବ ଦିବସ ପାଳିତ
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଯୁବ ଦିବସ ପାଳିତ

January 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଭାରତ ମାତାର ସୁଯୋଗ୍ୟ ସନ୍ତାନ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନଟି ଆମ ଦେଶରେ ଜାତୀୟ ଯୁବ ଦିବସ ଭାବରେ ପାଳିତ ହେଉଛି। ଆଜି ଏ ଉପଲକ୍ଷେ ଗୋଦାବରୀଶ ମହାବିଦ୍ୟାଳୟ, ଦର୍ଶନ ବିଭାଗ ଆନୁକୁଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ଉତ୍ସବ ଆୟୋଜିତ ହୋଇଯାଇଛି।

ଏହି ଉତ୍ସବରେ ଆଧ୍ୟାତ୍ମିକ ଗୁରୁ ସନ୍ଦିପନି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଉପଦେଶ ଦେଇଥିବା ବେଳେ ମୁଖ୍ୟବକ୍ତା ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗର ମୁଖ୍ୟ ଡ଼ କୈଳାଶ ଚନ୍ଦ୍ର ମହାରଣା ସ୍ୱାମୀଜୀଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥିଭାବରେ ନୂଆଦିଲ୍ଲୀରୁ ସେ ଟୁ ୟୁ ର ସମ୍ପାଦକ ଡ଼ ଶ୍ରୀବାସ୍ତବ, ଡ ବିଜୟକୁମାର ଯୋଗଦେଇଥିବା ବେଳେ ଯୁକ୍ତ ଦୁଇ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର ଓ ଅବସପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଯୋଗଦେଇ ସ୍ୱାମୀଜୀଙ୍କ ସମ୍ପର୍କରେ ଅନେକ କଥା ଆଲୋଚନା କରିଥିଲେ। ଦର୍ଶନ ବିଭାଗର ଅଧ୍ୟାପିକା ଅନୀତା ଦଳେଇ କାର୍ଯ୍ୟକ୍ରମ ସଂଯୋଜନା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ହିଟଲର୍ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ଅଶ୍ଵିନୀ କୁମାର ବାରିକ ଧନ୍ୟବାଦ ଦେଇଥିଲେ। ଅଧ୍ୟକ୍ଷଙ୍କ ଅଭିଭାଷଣ ପରେ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ମହାବିଦ୍ୟାଳୟର ଅନେକ ଅଧ୍ୟାପକ, ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ତରଫରୁ ଅଜୟ କୁମାର ଦାସ ଓ ସୁକାନ୍ତ କୁମାର ଜେନା ଓ ଅନେକ ଛାତ୍ର ଛାତ୍ରୀ ଏଥିରେ ଯୋଗ ଏହାକୁ ସଫଳ କରିଥିଲେ।

ଗୋଦାବରୀଶ ମହାବିଦ୍ୟାଳୟ ସ୍ବାମୀ ବିବେକାନନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ଅଭିଯାନ

August 13, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026
Latest News

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026

Independence Day 2026: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, କହିଲେ…

August 15, 2026

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.