ଭୁବନେଶ୍ୱର: ଭାରତୀୟ ରେଳପଥ ପାଇଁ ଏକ ଐତିହାସିକ ପଦକ୍ଷେପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ଭବନ ପାଇଁ ଶିଳାନ୍ୟାସ କରିଥିବାବେଳେ ଜାମ୍ମୁ ରେଳମଣ୍ଡଳର ଉଦଘାଟନ କରି ରେଳ ନେଟୱର୍କର ବିସ୍ତାରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି। ଏହି ବିକାଶ ସହିତ ଜାମ୍ମୁ ରେଳମଣ୍ଡଳକୁ 69 ତମ ରେଳ ମଣ୍ଡଳ ଏବଂ ରାୟାଗଡାକୁ 70 ତମ ରେଳମଣ୍ଡଳ ଭାବେ ସ୍ଥାନିତ କରାଯାଇଅଛି ଏବଂ ସାରା ଦେଶରେ ରେଳ ଭିତ୍ତିଭୂମିକୁ ଆହୁରି ମଜବୁତ କରିଛି। ନୂତନ ଭାବେ ପ୍ରତିଷ୍ଠିତ ରାୟଗଡା ରେଳ ମଣ୍ଡଳ ମୁଖ୍ୟତ ଓଡିଶାର ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ରେଳ କାର୍ଯ୍ୟର ତଦାରଖ ପାଇଁ ଉତ୍ତରଦାୟୀ ରହିବ। ଏହି ରେଳମଣ୍ଡଳ ରାୟଗଡା, କୋରାପୁଟ, ଗଜପତି, ନବରଙ୍ଗପୁର, ମାଲକାନଗିରି ଏବଂ କଳାହାଣ୍ଡି ସମେତ ଆଦିବାସୀ ବହୁଳ ତଥା ଆକାଂକ୍ଷା ଜିଲ୍ଲାର ସ୍ୱାର୍ଥ ପାଇଁ ସେବା କରିବ। ଏହି ଅଞ୍ଚଳର ରଣନୀତିକ ଅବସ୍ଥାନ ଏବଂ ବୃଦ୍ଧି ପାଉଥିବା ଗୁରୁତ୍ୱ ଓଡିଶା…
Author: SM Network
ଭୁବନେଶ୍ଵର: ନୂଆପଡା ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଚାଷୀମାନଙ୍କୁ ସମନ୍ୱିତ କୃଷି, ଫସଲ ବିବିଧିକରଣ ଉପରେ ଉଦବୋଧନ ଦେଇ କହିଥିଲେ “ଚାଷୀ ହସିଲେ, ଦେଶ ହସିବ” ବୋଲି ମତବ୍ୟକ୍ତ କରିଥିଲେ। ଚାଷୀଙ୍କ ଘରକୁ ପ୍ରଶାସନ ପହଞ୍ଚି, ପ୍ରବାସୀ ଶ୍ରମିକ ପ୍ରଥା ବନ୍ଦ କରିବା ପାଇଁ ଚାଷୀଙ୍କୁ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ବନ୍ୟଜନ୍ତୁ ବନଖଣ୍ଡ ଅଧିକାରୀ ମହାଦେବ ବଡାଇକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ ନାୟକ ଯୋଗଦେଇ ଚାଷୀଙ୍କୁ କୃଷିରେ ରାସାୟନିକ ପଦାର୍ଥ ର ବ୍ୟବହାର କମ୍ କରିବା ପାଇଁ ଉଦବୋଧନ ଦେଇଥିଲେ। ଏଗ୍ରୋଫରେଷ୍ଟ୍ରୀ କରିବା ପାଇଁ ଅନୁରୋଧ କରିଥିଲେ। ଜୈବିକ କୃଷିର ଗୁରୁତ୍ୱ ବିଷୟରେ ମଧ୍ୟ ଚାଷୀଙ୍କୁ ବୁଝାଇଥିଲେ। ଆଜିର ସଭାକାର୍ଯ୍ୟ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ ସ୍ବାଗତ ଅଭିଭାଷଣ ରଖି ଚାଷୀ…
ନୂଆଦିଲ୍ଲୀ: ଆଗାମୀ ଦିନରେ ଟିକସଦାତାମାନଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ଅତି ସହଜ ହୋଇପାରେ। ଆୟକର ରିଟର୍ଣ୍ଣ ଦାଖଲ ନିୟମକୁ ଅତି ସହଜ ଏବଂ ସରଳ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ବଢୁଥିବା ଟିକସ ବିବାଦକୁ ନେଇ ସରକାର ବହୁତ ଚିନ୍ତିତ ଏବଂ ପ୍ରାୟ ୧୨୦ ବିଲିୟନ ଡଲାର ମୂଲ୍ୟର ଟିକସ ପ୍ରସଙ୍ଗରେ ବିବାଦ ଲାଗି ରହିଛି। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ଯଥା ସିବିଡିଟି ମଧ୍ୟ ଆୟକର ଅଧିନିୟମ ୧୯୬୧ ସମୀକ୍ଷା କରିବା ପାଇଁ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଛି। ଜନସାଧାରଣଙ୍କ ପରାମର୍ଶ ପାଇଁ ଡ୍ରାଫ୍ଟ ରିପୋର୍ଟ ପ୍ରକାଶ ପାଇବ: ସୂଚନା ଅନୁଯାୟୀ, ପ୍ରସ୍ତାବିତ ଆୟକର ଅଧିନିୟମ ୧୯୬୧ ସମୀକ୍ଷା କରିବାକୁ ସିବିଡିଟି କମିଟି କ୍ରମାଗତ ଭାବରେ ବିଚାର କରୁଛି ଏବଂ ବିଶ୍ବାସ କରାଯାଏ ଯେ, ଜାନୁୟାରୀ ୨୦୨୫ ମଧ୍ୟଭାଗରେ ସାଧାରଣ ପରାମର୍ଶ ପାଇଁ ଡ୍ରାଫ୍ଟ ରିପୋର୍ଟ ପ୍ରକାଶ କରାଯାଇପାରିବ। ଏହି ସୂଚନା ଏପର୍ଯ୍ୟନ୍ତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ଜାମ୍ମୁ କାଶ୍ମୀରରେ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜେଡ଼-ମୋଡ଼ ଟନେଲର ଉଦଘାଟନ କରିବେ। ଏହି ଟନେଲ ସୋନମର୍ଗ ଉପତ୍ୟକାକୁ ସମସ୍ତ ପ୍ରକାରର ପାଣିପାଗରେ ସଂଯୋଗ ଯୋଗାଇବାରେ ସାହାଯ୍ୟ କରିବ, ଯାହା ଜାମ୍ମୁ କାଶ୍ମୀରରେ ଯାତ୍ରାକୁ ସହଜ କରିବ ଏବଂ ସଂଯୋଗକୁ ସୁଦୃଢ କରିବ। ଏହି ଟନେଲ୍ ଜୋଜିଲା ଟନେଲ୍ ପ୍ରକଳ୍ପର ଏକ ଅଂଶ, ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଲଦାଖ ଅଞ୍ଚଳକୁ ସବୁ ପାଣିପାଗ ରାସ୍ତା ସହିତ ସଂଯୋଗ କରିବା। ସୂଚନା ଅନୁଯାୟୀ, ଜାନୁଆରୀ ୧୩ ତାରିଖରେ ଶ୍ରୀନଗର-ସୋନମର୍ଗ ରାସ୍ତାରେ ପ୍ରଧାନମନ୍ତ୍ରୀ ଏହି ଟନେଲର ଉଦଘାଟନ କରିବେ। Z-Morh ଟନେଲ୍ ହେଉଛି ଗାଗାଙ୍ଗିରୁ ସୋନମର୍ଗ ପର୍ଯ୍ୟନ୍ତ ୬.୫ କିଲୋମିଟର ଲମ୍ବା ଦୁଇ ଲେନ ବିଶିଷ୍ଟ ସଡ଼କ ଟନେଲ୍। ଟନେଲ୍ ବାଇପାସ୍ କରୁଥିବା ରାସ୍ତାର Z ଆକୃତିର ବିଭାଗ ନାମରେ ନାମିତ। ଏହି ଟନେଲର ଖୋଲିବା ସହିତ ସୋନମର୍ଗ ଅଞ୍ଚଳକୁ ଆସୁଥିବା ପରିଦର୍ଶକ ଏବଂ ସ୍ଥାନୀୟ ଲୋକମାନେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ମହାରାଷ୍ଟ୍ର ପୁନେ ଜିଲ୍ଲାର ଅମୋଲ ଦିନକର ନାମକ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗରେ ଧରାପଡିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହିଞ୍ଜିଳି ଅବକାରୀ ଏସ୍ ଆଇ ସୁମିତ୍ରା ବିଶି ସଦଳବଳେ ଖଣ୍ଡରା ଛକରେ ଅମୋଲକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେ ଧରିଥିବା ଜରି ଅଖାରେ ୮.୨୦୦ ଗ୍ରାମ୍ ଗଞ୍ଜେଇ ବାହାରି ଥିଲା। ଜେରା କରିବା ବେଳେ ସେ ଉକ୍ତ ଗଞ୍ଜେଇ ମହାରାଷ୍ଟ୍ରକୁ ଚାଲାଣ କରୁଥିବା ରାଜି ହୋଇଥିଲା। ଅବକାରୀ ପୋଲିସ ଉକ୍ତ ଗଞ୍ଜେଇ ଜବତ କରି ଚାଲାଣ ଉକ୍ତ ଯୁବକ ବିରୁଦ୍ଧରେ ମାମଲା ନଂ ୭୧/୨୦୨୪ ଓ ୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି।
ନୂଆଦିଲ୍ଲୀ: ପରୀକ୍ଷା ଚିନ୍ତାକୁ ଆର୍ଟ ବା କଳା ମାଧ୍ୟମରେ ହ୍ରାସ ସକାଶେ ଅନୁଷ୍ଠିତ ହୋଇଥିବା ଏକଜାମ୍ ୱାରିୟର୍ସ ଆର୍ଟ ଫେଷ୍ଟିଭାଲକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ୨୦୨୫ ଜାନୁଆରୀ ୪ ତାରିଖରେ ନୂଆଦିଲ୍ଲୀର ଶାନ୍ତିପଥରେ ଏକଜାମ ୱାରିୟର୍ସ ୱାର ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥିଲା। ୩୦ଟି ସ୍କୁଲର ନବମ ରୁ ଦ୍ୱାଦଶ ଗ୍ରେଡ୍ ପର୍ଯ୍ୟନ୍ତ ପ୍ରାୟ ୪ ହଜାର ଛାତ୍ରଛାତ୍ରୀ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶନ କରିବାକୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆର୍ଟ ଫେଷ୍ଟିଭାଲ ସଂକ୍ରାନ୍ତରେ ଏକଜାମ୍ ୱାରିୟର୍ସ ପକ୍ଷରୁ ଏକ୍ସ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ସୃଜନଶୀଳତା ସଫଳତା ମାଧ୍ୟମରେ ପରୀକ୍ଷାର ଚିନ୍ତା ହ୍ରାସ କରିବା! ଏହା ଦେଖି ଖୁସି ଲାଗୁଛି କି ଅନେକ ଯୁବା ଏକତ୍ର ହୋଇ ଆର୍ଟ ବା କଳାର ଶକ୍ତି ଉପଯୋଗ କରି କିପରି ପରୀକ୍ଷା ଚିନ୍ତା ହ୍ରାସ କରାଯାଇପାରିବ ତାହାର ସନ୍ଦେଶ ଦେଇପାରିଛନ୍ତି।”
ନୂଆଦିଲ୍ଲୀ: ଚାଇନା ପରେ ହ୍ୟୁମାନ୍ ମେଟାପ୍ନୁମୋଭାଇରସ୍ (HMPV) ର ଆଗମନ ହେତୁ ଭାରତରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି। ଏବେ ମୁମ୍ବାଇରେ ଏକ ନୂଆ ମାମଲା ଦେଖିବାକୁ ମିଳିଛି। ମୁମ୍ବାଇର ହିରାନନ୍ଦନୀ ଡାକ୍ତରଖାନାର ଜଣେ ୬ ମାସର ଝିଅ ଏଚଏମପିଭି ରେ ସଂକ୍ରମଣ ହୋଇଛି। ଏହାକୁ ମିଶାଇ ଭାରତରେ ଆଜି ପର୍ଯ୍ୟନ୍ତ ମୋଟ ୮ ଟି ମାମଲା ରୁଜୁ ହୋଇଛି। ବେଙ୍ଗାଲୁରୁ, ନାଗପୁର ଏବଂ ତାମିଲନାଡୁରେ ଦୁଇଟି ଲେଖାଏଁ ମାମଲା, ଅହମ୍ମଦାବାଦ ଏବଂ ମୁମ୍ବାଇରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି। କୋଭିଡ-୧୯ ପରି ନୁହେଁ: ଚାଇନାରେ ଏହି ଭାଇରସ ସଂକ୍ରମଣ ସହ ଜଡିତ ମାମଲା ବୃଦ୍ଧି ହେତୁ ଭାରତର ଲୋକମାନେ ମଧ୍ୟ ଭୟଭୀତ ହେବାକୁ ଲାଗିଛନ୍ତି। କିଛି ଲୋକ ଏହି ରୋଗକୁ କୋଭିଡ -୧୯ ସହିତ ତୁଳନା କରିବା ଆରମ୍ଭ କଲେ, ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଥିଲେ ଯେ, HMPV ଏକ ନୂଆ ଭାଇରସ ନୁହେଁ।…
ଭୁବନେଶ୍ଵର: ୩୩ ତମ ସର୍ବ ଭାରତୀୟ ୱାଇ ଏମ ସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ ଖେଳ କଟକ ଏବଂ ଫରେଷ୍ଟ ଭିଲାଇ ମଧ୍ୟରେ ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୩ ତମ ସର୍ବ ଭାରତୀୟ ୱାଇ ଏମ ସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ ଖେଳ କଟକ ଏବଂ ଫରେଷ୍ଟ ଭିଲାଇ ମଧ୍ୟରେ ଅନୁଷ୍ଠିତ କଟକ ବିଜୟୀ ହୋଇଅଛି। କଟକ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୩୦ ଓଭର ରେ ୭ ୱିକେଟ ବିନିମୟରେ ୧୮୪ ରନ ଲକ୍ଷ ଦେଇଥିଲେ। ଏହାର ଜବାବ ରେ ଫରେଷ୍ଟ ଭିଲାଈ ନିର୍ଦ୍ଧାରିତ ଓଭର ରେ ୬ ୱିକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲେ। ଫରେଷ୍ଟ ଭିଲାଈ ୯ ରନ ରେ ପରାସ୍ତ ହୋଇଛନ୍ତି। କଟକ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟରେ ଉନ୍ନୀତ ହୋଇଥିବା ବେଳେ କଟକର ପ୍ରତ୍ୟୁଷ ପ୍ରଧାନ ମେନ ଅଫ୍ ଦି ମ୍ୟାଚ ପାଇଛନ୍ତି।…
ବ୍ରହ୍ମପୁର: ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେକ୍ରମେ ୨୯ ଅକ୍ଟୋବର ୨୦୨୪ ରୁ ୨୮ ନଭେମ୍ବର ୨୦୨୪ ପ୍ରର୍ଯ୍ୟନ୍ତ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସାରିବା ପରେ ସୋମବାର ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଛି ଚୂଡାନ୍ତ ଭୋଟର ତାଲିକା। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ତତ୍ତ୍ଵାବଧାନରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳ ଉପସ୍ଥିତିରେ ଏହି ଚୂଡାନ୍ତ ତାଲିକା ପ୍ରକାଶ କରିଛନ୍ତି। ଚୂଡାନ୍ତ ତାଲିକା ପ୍ରକାଶ ପରେ ଜିଲ୍ଲାରେ ୧୩ଟି ନିର୍ବାଚନ ମଣ୍ଡଳୀରେ ୩୦ଲକ୍ଷ ୨୬ହଜାର ୨୨୦ ଭୋଟର ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେଥି ମଧ୍ୟରୁ ପୁରୁଷ ଭୋଟର ୧୫ ଲକ୍ଷ ୫୫ ହଜାର ୪୪୯, ମହିଳା ଭୋଟର ୧୪ ଲକ୍ଷ ୭୦ ହଜାର ୪୭୮, ତୃତୀୟ ଲିଙ୍ଗ ଭୋଟର ୨୯୩ , ଯୁବ ଭୋଟର (୧୮-୧୯ ବର୍ଷ) ୪୨୨୭୨ , ୮୦ ବର୍ଷରୁ ଉଦ୍ଧ ବିରଷ୍ଠ ଭୋଟର ୬୧ ହଜାର ୫୩…
ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଖେଳିବ। ଚାମ୍ପିଅନ୍ସ ଟ୍ରଫି ଏବଂ ଇଂଲଣ୍ଡ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଏକାସାଙ୍ଗରେ ଘୋଷଣା କରାଯିବ ବୋଲି ବିଶ୍ୱାସ ରହିଛି। ଏବେ ପ୍ରଶ୍ନ ହେଉଛି ଚାମ୍ପିଅନ୍ସ ଟ୍ରଫି ପାଇଁ କେଉଁ ଖେଳାଳିଙ୍କୁ ଚୟନ କରାଯିବ? ବାସ୍ତବରେ, ଯଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ଫର୍ମ ଆଧାରରେ ଚୟନ କରାଯାଏ, ତେବେ ରୋହିତ ଶର୍ମା ଏବଂ ଶୁଭମାନ ଗିଲଙ୍କଠାରୁ ଓପନର୍ ଭାବରେ ଯଶସ୍ୱୀ ଜୟସ୍ଵାଲଙ୍କୁ ଗୁରୁତ୍ଵ ମିଳିପାରେ। ବର୍ଡର-ଗାଭାସ୍କର ଟ୍ରଫିର 10 ଟି ଇନିଂସରେ ହାରାହାରି 43.44 ଏବଂ ଉତ୍କୃଷ୍ଟ ଷ୍ଟ୍ରାଇକ ରେଟ 53.41 ରେ ଯଶସ୍ୱୀ 391 ରନ ସ୍କୋର କରିଛନ୍ତି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ହେବ?: ବିଶ୍ୱାସ ରହିଛି ଯେ, ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ବିରାଟ କୋହଲି ଏବଂ ରୋହିତ ଶର୍ମା ଟିମ୍ ଇଣ୍ଡିଆରେ ମନୋନୀତ ହେବେ, କିନ୍ତୁ ଏହା…
ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ତୁକଲା ଠାରେ ଗାୟତ୍ରୀ ପରିବାର ସହ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ୫୧ କୁଣ୍ଡିୟ ମହାଯଜ୍ଞ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ୧୦ ହଜାର ଭକ୍ତ ଙ୍କ ସମାଗମ ହେବାର ଲକ୍ଷ ରହିଅଛି। ଗତ ଦେବ ଦମ୍ପତି ସମ୍ମିଳନୀ, ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ତୁକଲା ମାଳପଡା ଧନୁଯାତ୍ରା ପଡ଼ିଆରେ ଆସନ୍ତା ଜାନୁଆରୀ ୧୫ ତାରିଖ ଦିନ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ମାର୍ଚ୍ଚ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେବାକୁ ଆହ୍ବାନ କରିଛନ୍ତି। ଆଜି ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଯୋଗ ଦେଇଥିଲେ।
ଭୁବନେଶ୍ବର: କିଏ ହେବ ରାଜ୍ୟ ବିଜେପି ସଭାପତି। ସେ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। କାରଣ ହେଲା ଏଥର ବିଜେପି ଉଭୟ ରାଜ୍ୟ ଓ କେନ୍ଦ୍ର ଶାସନରେ ରହିଛି। ଫଳରେ ଏଥର ଯିଏ ସଭାପତି ହେବ ତାଙ୍କର ନିଶ୍ଚିତ ଦବଦବା ରହିବ। ମୁଖ୍ୟତଃ ରାଜ୍ୟ ସରକାରରେ ତାଙ୍କର ବଡ ଦଖଲ ରହିବ। ସେଥିପାଇଁ ଚଳିତ ସଭାପତିଙ୍କ ଗୁରୁତ୍ବ ରହିଛି। ଏ ସବୁ ଭିତରେ ରାଜ୍ୟ ବିଜେପିରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଦଳୀୟ ନିର୍ବାଚନ କରିବା ପାଇଁ କେନ୍ଦ୍ର ଜଣଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ମଧ୍ୟ ଦେଇସାରିଛନ୍ତି। ସେ ଖୁବ ଶିଘ୍ର ଆସି ଏ ନେଇ ପ୍ରସ୍ତୁତି ଆରମ୍ଭ କରିବେ। ବର୍ତ୍ତମାନ ରାଜ୍ୟ ବିଜେପିର ବିଭିନ୍ନ ମଣ୍ଡଳୀ ସ୍ତରୀୟ ସଭାପତି ନିର୍ବାଚନ ଚାଲିଛି। ଏହା ସରିବା ପରେ ଜିଲ୍ଲା ସଭାପତିଙ୍କ ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ରାଜ୍ୟ ସଭାପତିଙ୍କ ନିର୍ବାଚନ। ବର୍ତ୍ତମାନ ରାଜ୍ୟ ବିଜେପିର ସଭାପତି ହେବା ପାଇଁ ଦୁଇଜଣଙ୍କର ନାମ…
ନୂଆଦିଲ୍ଲୀ: ଭାରତ ସରକାର ନିଜର ୨୦୨୫ କ୍ୟାଲେଣ୍ଡର ପାଇଁ ଜନଭାଗିଦାରୀ ସେ ଜନକଲ୍ୟାଣକୁ କେନ୍ଦ୍ରୀୟ ବିଷୟବସ୍ତୁ ଭାବେ ବାଛିଛନ୍ତି, ଯେଉଁଥିରେ ପରିବର୍ତ୍ତନଶୀଳ ଶାସନର ମୂଲ୍ୟବୋଧ ଉପରେ ଆଲୋକପାତ କରାଯାଇଛି। ରେଳ ଭବନରେ କ୍ୟାଲେଣ୍ଡର ଉନ୍ମୋଚନ କରି କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ଦଶନ୍ଧି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପରିବର୍ତନମୂଳକ ଶାସନର ପ୍ରଭାବଶାଳୀ ଦିଗ ଉପରେ ଆଲୋକପାତ କରିଥିଲେ। ଗରିବଙ୍କ କଲ୍ୟାଣରେ ଉନ୍ନତି ଆଣିବା, ମହିଳା ସଶକ୍ତୀକରଣ ଏବଂ ସମଗ୍ର ଦେଶରେ ଭିତ୍ତିଭୂମି ବିକାଶ ଦିଗରେ ପରିବର୍ତନକାରୀ ଶାସନର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଉଦଘାଟନୀ ଉତ୍ସବରେ କେନ୍ଦ୍ର ସୂଚନା ଓ ପ୍ରସାରଣ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍, ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ, ପିଆଇବିର ପ୍ରମୁଖ ମହାନିର୍ଦେଶକ ଧୀରେନ୍ଦ୍ର ଓଝା ଏବଂ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର ମହାନିର୍ଦେଶକ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ବିକଶିତ ଭାରତପୋଲ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଅମିତ ଶାହା ୩୫ ଜଣ ପୁରସ୍କୃତ ସିବିଆଇ ଅଧିକାରୀଙ୍କୁ ପୋଲିସ ପଦକ ପ୍ରଦାନ କରିଥିଲେ ଯେଉଁମାନେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ଗୃହ ସଚିବ, ସିବିଆଇ ନିର୍ଦ୍ଦେଶକ ଏବଂ ଡିଓପିଟି ସଚିବ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଭାରତପୋଲର ଶୁଭାରମ୍ଭ ସହିତ ଭାରତ ଅନ୍ତର୍ଜାତୀୟ ତଦନ୍ତରେ ଏକ ନୂତନ ଯୁଗରେ ପ୍ରବେଶ କରିଛି। ସେ କହିଥିଲେ ଯେ, ଭାରତପୋଲ ମାଧ୍ୟମରେ ଭାରତର ପ୍ରତ୍ୟେକ ଏଜେନ୍ସି ଏବଂ ପୋଲିସ…
ଭୁବନେଶ୍ଵର: ପ୍ରମୁଖ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ଅଧୀନରେ ମାନ୍ୟବର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖଡ଼ସେ ମଙ୍ଗଳବାର ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି। ସଂଘୀୟ-ସହଯୋଗ ଭାବନାରେ ରାଜ୍ୟମାନଙ୍କୁ ମୁଖ୍ୟ ଚାଳକ ଭାବରେ ଅନ୍ତର୍ଭୁକ୍ତ କରି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାର ଶକ୍ତି ବୃଦ୍ଧି, ତ୍ୱରିତ ବିକାଶ ଅପେକ୍ଷାରେ ଥିବା କ୍ଷେତ୍ର ଚିହ୍ନଟ ତଥା ବିକାଶ ଧାରାର ଅନୁଶୀଳନ ପ୍ରଭୃତି ଏହି କାର୍ଯ୍ୟକ୍ରମର ପ୍ରମୁଖ ବିନ୍ଦୁ ଭାବେ ଅଂଶବିଶେଷ। ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପୋଷଣ, କୃଷି, ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୂକ୍ତିକରଣ ଓ ଦକ୍ଷତା ବୃଦ୍ଧି ଏବଂ ଭିତ୍ତିଭୂମି ପ୍ରଭୃତି ୫ଟି ସାମାଜିକ- ଆର୍ଥିକ ବିଷୟବସ୍ତୁ ଅଧୀନରେ ୪୯ଟି ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ)ର ଅଗ୍ରଗତି ବିଷୟକୁ ସମୀକ୍ଷା କରିଥିଲେ। ମାନ୍ୟବର ରାଷ୍ଟ୍ରମନ୍ତ୍ରୀ କାମାକ୍ଷାନଗରର ସାରଙ୍ଗଧର ହାଇସ୍କୁଲରେ ଡିଜିଟାଲ ରିଡିଂ ରୁମ୍, ପିଏମ୍ ଜନମନ ଆବାସ ପ୍ରକଳ୍ପ, ମନରେଗାର ସ୍ଥିତି, ସ୍ୱଚ୍ଛ…
ନୂଆଦିଲ୍ଲୀ: ଚୀନରେ ବ୍ୟାପୁଥିବା ଏଚଏମପିଭି ରୋଗର ଷ୍ଟାଟସ ତଥା ଆମ ଦେଶରେ ଶ୍ୱାସ ଜନିତ ରୋଗ ସମ୍ପର୍କରେ ସବିଶେଷ ତଥ୍ୟ ନେବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ ଭର୍ଚୁଆଲ ମୋଡରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ଆଲୋଚନା କରିଛନ୍ତି। ଡିଏଚଆର ସଚିବ ଡ. ରାଜୀବ ବହଲ, ଡିଜିଏଚଏସ ଡ.ପ୍ରଫେସର ଅତୁଲ ଗୋଏଲ, ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଓ ପଦାଧିକାରୀ, ଏନସିଡିସି, ଆଇଡିଏସପି, ଆଇସିଏମଆର, ଏନଆଇଭି ଓ ଆଇଡିଏସପି ରାଜ୍ୟ ୟୁନିଟର ବିଶେଷଜ୍ଞମାନେ ଏହି ବୈଠକରେ ଯୋଗ ଦେଇଥିଲେ। ମିଳିଥିବା ଆଇଡିଏସପି ଡାଟା ଅନୁସାରେ ଦେଶ ଭିତରେ ଆଇ ଏଲ ଆଇ କିମ୍ବା ଏସ ଏ ଆର ଆଇ ମାମଲାର ସେମିତି କିଛି ପରିବର୍ତନ ଦେଖାଯାଇ ନଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ଆଇସିଏମଆର ସର୍ଭେଲାନ୍ସ ଡାଟା ବି ପରିପୁଷ୍ଟ କରିଛି। ୨୦୦୧ ମସିହାରୁ ସମଗ୍ର ବିଶ୍ୱରେ ରହିଥିବା ଏହି ଭୂତାଣୁ…
ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ ସଭାପତିତ୍ୱ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ମସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍କିକ, ମୁଖ୍ୟ ବକ୍ତା ଭାବେ ଶିକ୍ଷା ଓ ଜାତି, ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନିତ ଅତିଥି ଭାବେ କୋରେଇର ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶଦାସ ନାୟକ, ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ଗୋପାଳପୁର ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରେଇ, ଓଡିଶା ଟାଟା ହକିର ପ୍ରୋଜେକ୍ଟ ଡାଇରେକ୍ଟର ରାଜୀବ ସେଠ୍, ନୟାଗଡ ଡ଼ି.ଆର.ଡ଼ିଏ. ର ପି.ଡ଼ି. ଦେବଦତ୍ତ ପଣ୍ଡା,…
ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ…
ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ନେସନାଲ ଯୁକ୍ତ ଦୁଇ କଲେଜ ଛାତ୍ରୀ ଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଅଛି। ଏହି ଶିବିର ରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ପ୍ରକଳ୍ପ ସଂଯୋଜକ ପ୍ରକାଶ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ରାଜନୀତି ବିଭାଗ ମୁଖ୍ୟ ଅଧ୍ୟାପିକା ମମତା ପଟ୍ଟନାୟକ ଯୋଗ ଦେଇ ଦୃଢ଼ ମନୋବଳ ଏବଂ ଶାରିରୀକ ସ୍ତରରେ ପ୍ରଶିକ୍ଷଣ ଲାଭ କରିଥିବା ଛାତ୍ରୀଙ୍କୁ ପ୍ରତିକୂଳ ପରିସ୍ଥିତି ମୁକାବିଲା କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି। ମାଷ୍ଟର ଟ୍ରେନର ଫୁଲେଶ୍ୱରୀ ସାହୁ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରି ତାଙ୍କ ଆତ୍ମବଳ ବୃଦ୍ଧି କରିବ।
ବାଲୁଗାଁ: ଆଜି ଅପରାହ୍ନରେ ୫ନଂ ଜାତୀୟ ରାଜପଥ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଇଂଜନପୁର ଛକ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ମିନିଛିନିପାଟଣା ଗ୍ରାମର ଅର୍ଜୁନ ବେହେରା (୩୮) ବ୍ୟବସାୟ ନିମନ୍ତେ ନିଜ ବାଇକ ଯୋଗେ ବାଲୁଗାଁ ମାଛ ଗୋଦାମକୁ ମାଛ କିଣିବାକୁ ଆସୁଥିବା ବେଳେ ଇଂଜନପୁର ଛକ ନିକଟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ବାକୁଟଗାଁର ପଙ୍କଜ ସାହୁ (୨୮) ବାଲୁଗାଁରୁ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇ ବାଇକ ଆରୋହିଙ୍କ ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଅଚେତ ଅବସ୍ଥାରେ ପଡିରହିଥିଲେ। ଖବର ପାଇ ଦୁର୍ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଆହତ ଦ୍ୱୟଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଉଭୟଙ୍କ ଅବସ୍ଥା ଗୁରୁତର…
ଖୋର୍ଦ୍ଧା: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଆଜି ଏହାର ୬୩ ତମ ଉଦଯାପନୀ ଦିବସକୁ ମହାନତା ସହ ପାଳନ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି। ଓଡ଼ିଶାର ଖୋର୍ଦ୍ଧାସ୍ଥିତ ୪୧ ଟି ବାଟାଲିୟନ, ଆଇଟିବିପି କ୍ୟାମ୍ପସରେ ସେ ଫୋର୍ସର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏକ ଚମତ୍କାର ପରେଡର ସମୀକ୍ଷା କରିଥିଲେ। ଆଇଟିବିପି ମହାନିର୍ଦ୍ଦେଶକ ରାହୁଲ ରସଗୋତ୍ରା ମୁଖ୍ୟ ଅତିଥି ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ଗତ ଏକ ବର୍ଷ ମଧ୍ୟରେ ଫୋର୍ସର ମହତ୍ପୂର୍ଣ ସଫଳତା ଉପରେ ଆଲୋକପାତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଆଇଟିବିପି କର୍ମୀଙ୍କୁ ୬୨ ବର୍ଷର ଉତ୍ସର୍ଗୀକୃତ ସେବା ସମାପ୍ତ କରି ଅଭିନନ୍ଦନ ଜଣାଇବା ସହ ହିମାଳୟ ସୀମାରେ ଆହ୍ୱାନପୂର୍ଣ୍ଣ ଅବସ୍ଥାରେ ଦେଶର ସୀମା ରକ୍ଷା କରିବାରେ ସେମାନଙ୍କର ଅଦମ୍ୟ ଉତ୍ସାହ, ପ୍ରତିବଦ୍ଧତା ଏବଂ ସଚେତନତାକୁ ପ୍ରଶଂସା କରିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ହିମଭର୍ସଙ୍କ…

