ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା କନିଷ୍ଠ ଶିକ୍ଷକ ଙ୍କୁ ନିୟମିତ କରିବା ନେଇ ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଖଡିଆଳ ବିଧାୟକ ଅଧିରଜ ପାଣିଗ୍ରାହୀ ଙ୍କୁ ଦାବୀ ଦେଇଛନ୍ତି। ଏହି ଉପଲକ୍ଷେ ଓଡ଼ିଶା ର ୯ ହଜାର ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ଘୋଷଣା କରିଥିବା ବେଳେ ଏହି ତାଲିକା ରେ ନୂଆପଡ଼ା ଜିଲ୍ଲା ର ୧୧୮ ଜଣ କନିଷ୍ଠ ଶିକ୍ଷକ ବାଦ ପଡିଛନ୍ତି। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଚଳିତ ମାସ ଏହି ସମସ୍ୟା ସମାଧାନ ପାଇଁ ଓଡ଼ିଶା ସରକାରଙ୍କୁ ସୁପାରିଶ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଓଡ଼ିଶା ରେ ୯୦୦୦ ଜଣ ବେକାର ଯୁବକ ଯୁବତୀଙ୍କୁ ୩୧ ମାର୍ଚ୍ଚ ୨୦୧୮ ରେ ନିଯୁକ୍ତି ଦେଇଥିବା ବେଳେ ସରକାରଙ୍କ ନିଷ୍ପତି ମୁତାବକ ୩୧ ମାର୍ଚ୍ଚ ୨୦୨୪ ରେ ନିୟମିତ ହେବା କଥା। କିନ୍ତୁ ନୂଆପଡ଼ା ଜିଲ୍ଲାର ୧୧୮ ଜଣ ଶିକ୍ଷକଙ୍କୁ ବାଦ ଦେଇ ଅନ୍ୟ ଶିକ୍ଷକ ମାନେ ନିୟମିତ ଶିକ୍ଷକ…
Author: SM Network
ପୁରୀ: ପୁରୀ ଶ୍ରୀମନ୍ଦିରରେ ଚଳିତ ମାସ ୨୦ତାରିଖ ଠାରୁ ନାଟମଣ୍ଡପରେ ସ୍ୱତନ୍ତ୍ର ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ। ଇଂରାଜୀ ନୂଆବର୍ଷ ଓ ମକର ସଂକ୍ରାନ୍ତି ଭିଡ଼କୁ ନଜରରେ ରଖି ନାଟମଣ୍ଡପରେ ନୂତନ ଧାଡି ଦର୍ଶନ ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଥିଲା। ସେହିପରି ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରାଯିବ। ମରାମତି କାର୍ଯ୍ୟ ଶେଷ ପରେ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯିବ।ପରିକ୍ରମା ପ୍ରକଳ୍ପରେ କରାଯିବାକୁ ଥିବା ବାଖ୍ୟାନ କେନ୍ଦ୍ର ସମେତ ଅନ୍ୟାନ୍ୟ କାର୍ଯ୍ୟ ନେଇ ଡିପିଆର ପ୍ରସ୍ତୁତ ହେଉଅଛି। ଡିପିଆର ପ୍ରସ୍ତୁତ ପରେ ସ୍ୱତନ୍ତ୍ର ସଂସ୍କୃତି ଉପଦେଶ କମିଟିର ପରାମର୍ଶ ନିଆଯାଇ ସମସ୍ତ କାର୍ଯ୍ୟ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମତ ରଖିଛନ୍ତି। ଅନ୍ୟ ପକ୍ଷରେ ପୁରୀ ବଡ଼ଦାଣ୍ଡ ଉଠା ଦୋକାନୀ ମାନଙ୍କର ସମସ୍ୟା ସଂଧାନ ନେଇ ରାଜ୍ୟ ସରକାର ଖୁବଶୀଘ୍ର ପଦକ୍ଷେପ ନେବାକୁ ଯାଉଛନ୍ତି। ଦୀଲ୍ଲି ହାଟ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୨୨ ଜାନୁଆରୀ ମାସରେ ସୋରଡ଼ା ଥାନାରେ ଦାଏର ଏକ ନାବାଳିକା ଦୁଷ୍କର୍ମ ମାମଲାର ଆଜି ଶୁଣାଣି ହୋଇଛି। ଏହି ମାମଲାରେ ମାନ୍ୟବର ଜିଲ୍ଲା ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟ୍ଟନାୟକ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଏହା ସହିତ ଜରିମାନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ପୀଡ଼ିତା ନାବାଳିକାକୁ ୧୦ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି ଘଟଣା ଦିନ ପୀଡ଼ିତା ନାବାଳିକା ଜଣକ ଘର କିଛି ଜିନିଷ ଆଣି ଘରକୁ ଫେରିବା ବେଳେ ଅଭିଯୁକ୍ତ ପ୍ରସନ୍ନ ନାୟକ ତାଙ୍କୁ ଉଠାଇ ନେଇ ନିକଟସ୍ଥ ସ୍କୁଲରେ ଜବରଦସ୍ତ ଦୁଷ୍କର୍ମ କାମ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା। ପୀଡ଼ିତା ଜଣକ ଘରକୁ ଆସି…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାରକୁ ବିତାଡିତ କରିବା ଉଦ୍ଦେଶ୍ୟରେ ଇଣ୍ଡିଆ ମେଣ୍ଟ ଗଠନ ହୋଇଛି କି? ଏହି ପ୍ରଶ୍ନ ଜନସାଧାରଣଙ୍କ ମନରେ ଝଲସି ଉଠୁଛି। କାରଣ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପରେ କଂଗ୍ରେସ ନେତା ପୱନ ଖେଡା ଏହା ମଧ୍ୟ କହିଛନ୍ତି ଯେ, କେବଳ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ମେଣ୍ଟ ହୋଇଥିଲା। ଇଣ୍ଡିଆ ମେଣ୍ଟର ପ୍ରଶ୍ନର ଉତ୍ତରରେ ପୱନ ଖେଡା କହିଛନ୍ତି ଯେ, ଏହା ଲୋକସଭା ନିର୍ବାଚନ ପାଇଁ ଥିଲା। ଏବଂ ଜାତୀୟ ସ୍ତରରେ ଥିଲା। ବିଭିନ୍ନ ରାଜ୍ୟରେ ପରିସ୍ଥିତି ଉପରେ ନିର୍ଭର କରି ରାଜନୈତିକ ଦଳକୁ ଏକାଠି ନା ଅଲଗା ଭାବରେ ଲଢିବେ, ତାହା ସ୍ଥିର କରନ୍ତି। ତେଜସ୍ୱୀ ଯାଦବ କ’ଣ କହିଛନ୍ତି? ଏହାପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟ ଶେଷ ହୋଇଛି। ସେ କହିଛନ୍ତି ଯେ, ଏହି ମେଣ୍ଟ…
ଭୁବନେଶ୍ଵର: ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଓମ ମୋବାଇଲ କେୟାର ମୋବାଇଲ ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରରେ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ମୋବାଇଲ ଫୋନ ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି। ମୋବାଇଲ ଦୋକନର ସିସିଟିଭି କ୍ୟାମେରାରେ ଚୋରି କରିବାର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଛି। ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ ପାର୍ଶ୍ୱରେ ଥିବା ଏକ ଗୋଦାମର କାନ୍ଥ ଭାଙ୍ଗି ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ଚୋରୀ କରିଥିବା ଜଣାପଡିଛି। ଏଥିରେ ଆଇଫୋନ, ସାମସଙ୍ଗ, ଓପୋ ଭିଭୋ କମ୍ପାନୀର ଦାମି ଦାମି ମୋବାଇଲ ଚୋରି କରି ନେଇଛନ୍ତି। ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଯାଇଥିବା ବେଳେ ଅନ୍ୟ ୫ ଟି ବସ୍ତାରେ ସମସ୍ତ ମୋବାଇଲ ଦୋକାନ ସାମନାରେ ଥିବା ଆର.ଏମ.ସି ର ପାଚେରୀ ମଧ୍ୟରେ ଥିବା ବୁଦା ଭିତରେ ସମସ୍ତ ଖୋଳ ଫୋପାଡି ଦେଇ ଚୋର କେବଳ ମୋବାଇଲ ନେଇ ଫେରାର…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ଦୁଇ ଦିନିଆ ଅର୍ଥାତ ଜାନୁଆରୀ ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ମେଘାଳୟ ଓ ଓଡ଼ିଶା ଗସ୍ତ କରିବେ। ଆଜି ରାଷ୍ଟ୍ରପତି ମେଘାଳୟର ଉମିୟାମଠାରେ ଉତ୍ତର-ପୂର୍ବ ପାର୍ବତ୍ୟ ଅଞ୍ଚଳ ପାଇଁ ଆଇସିଏଆର ଗବେଷଣା କମ୍ପ୍ଲେକ୍ସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ। ଜାନୁଆରୀ ୧୦ ତାରିଖରେ ରାଷ୍ଟ୍ରପତି ଓଡ଼ିଶାର ଭୁବନେଶ୍ୱରଠାରେ ଅନୁଷ୍ଠିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଯୋଗଦେଇ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିବେ।
ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କିଟ୍-କିସ୍ କ୍ୟାମ୍ପସରେ ମୀନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ (ସାଇକେଲ ଚାଳନା ଟ୍ରାକ୍)ର ଉଦଘାଟନ କରିଛନ୍ତି କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ। ସାଇକେଲ ଚାଳନାରେ ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜେତା ମୀନତି ମହାପାତ୍ରଙ୍କ ସମ୍ମାନରେ ଏହି ଭେଲୋଡ୍ରୋମକୁ ନାମିତ କରାଯାଇଛି। ଭେଲୋଡ୍ରୋମର ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ ଏହାର ମହତ୍ତ୍ବ ବିଶ୍ବରେ ଆଲୋକପାତ କରିଥିଲେ। ସେ କହିଥିଲେ, “ଆଜି ମୋ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ, ଆଜି ମୁଁ ଯାହା ଦେଖିଲି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ସହ ମେଳ ଖାଉଛି- ଏପରି ଏକ ଦେଶ ଯେଉଁଠାରେ ଶିକ୍ଷା ଓ କ୍ରୀଡ଼ା ଏକାଠି ଆଗକୁ ବଢିଥାନ୍ତି।”
ନୂଆଦିଲ୍ଲୀ: ୨୦୨୫ ମହାକୁମ୍ଭ ପାଇଁ ଦୂରଦର୍ଶନ ଦ୍ୱାରା ପ୍ରସ୍ତୁତ ବିଷୟବସ୍ତୁ ସଂଗୀତ “ମହାକୁମ୍ଭ ହୈ”କୁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ରେଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉନ୍ମୋଚନ କରିଛନ୍ତି। ମହାକୁମ୍ଭକୁ ଏକ ସଂଗୀତମୟ ଶ୍ରଦ୍ଧାଞ୍ଜଳି: ଭକ୍ତି, ପରମ୍ପରା ଏବଂ ଉତ୍ସବର ଏକ ସଂଗୀତ ବିଶିଷ୍ଟ ଗାୟକ ପଦ୍ମଶ୍ରୀ କୈଳାସ ଖେର ଗାଇଥିବା ଏହି ଗୀତ ଭକ୍ତି, ଉତ୍ସବ ଏବଂ କିମ୍ବଦନ୍ତୀ ମହାକୁମ୍ଭର ଜୀବନ୍ତ ସାଂସ୍କୃତିକ ସାରକୁ ଅନ୍ତର୍ଭୁକ୍ତ କରିଛି । ପ୍ରସିଦ୍ଧ ଲେଖକ ଆଲୋକ ଶ୍ରୀବାସ୍ତବଙ୍କ ଦ୍ୱାରା ଲିଖିତ ଗଭୀର ଅର୍ଥ ବୋଧକ ଗୀତ ଏବଂ କ୍ଷିତିଜ ତାରେଙ୍କ ଦ୍ୱାରା ସଂଯୋଜିତ ପ୍ରାଣଛୁଆଁ ସଂଗୀତ, ବିଶ୍ୱାସ, ପରମ୍ପରା ଏବଂ ଉତ୍ସବର ସଙ୍ଗମକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରେ ଯାହା ମହାକୁମ୍ଭକୁ ବ୍ୟାଖ୍ୟା କରିଥାଏ। ପାରମ୍ପରିକ ମେଲୋଡି ଏବଂ ଆଧୁନିକ ବ୍ୟବସ୍ଥାର ଏକ ସୁସଂଗତ ମିଶ୍ରଣ, “ମହାକୁମ୍ଭ ହୈ” ହେଉଛି ଭାରତର…
ଭୁବନେଶ୍ଵର: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଭୁବନେଶ୍ୱର ଠାରେ ଯୁବ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ସମ୍ବୋଧିତ କରି ପ୍ରବାସୀମାନଙ୍କୁ ଏକ ପ୍ରଭାବଶାଳୀ ବାର୍ତ୍ତା ଦେଇଛନ୍ତି। ଏକ ବିକଶିତ ଏବଂ ସମୃଦ୍ଧ ଭାରତ ଗଠନରେ ସହଯୋଗ କରିବା ପାଇଁ ବିଦେଶରୁ ନିଜର ଅଭିଜ୍ଞତା ଏବଂ ସର୍ବୋତ୍ତମ କାର୍ଯ୍ୟ ପଦ୍ଧତି ନେଇ ଆସିବା ପାଇଁ ସେ ପ୍ରବାସୀମାନଙ୍କୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ଼ସେ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଉପସ୍ଥିତ ଥିଲେ। ଉଦଘାଟନୀ ଅଭିଭାଷଣରେ ଡକ୍ଟର ମାଣ୍ଡଭୀୟ କହିଥିଲେ, ଭାରତର ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଆଜାଦି କା ଅମୃତ ମହୋତ୍ସବ ଅଧୀନରେ…
ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନର ଚତୁର୍ଥ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ କବି ଭକ୍ତ ଚରଣ ଦାସଙ୍କ ନାମରେ ଉତ୍ସର୍ଗୀକୃତ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରଣପୁର ତଥା ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କବି କବୟିତ୍ରୀମାନେ ଯୋଗ ଦେଇ ରଣପୁର ମାଟିର ଐତିହ୍ୟ, ବୀରତ୍ୱ ଓ ଗୌରବ ଗାଥାକୁ କବିତା ମାଧ୍ୟମରେ ପାଠ କରିଥିଲେ। ଏହା ପରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚତୁର୍ଥ ଦିବସର ସଭାକାର୍ଯ୍ୟ ସନ୍ଧ୍ୟା ୫ ଟାରେ ଆରମ୍ଭ ହୋଇଥିଲା। ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ସାଧାରଣ ସଭା ମହୋତ୍ସବ କମିଟିର ସଭାପତି ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ ସଭାପତିତ୍ୱ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ…
ଭୁବନେଶ୍ବର: ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ଏଥର ଏହି ଦଶମୀ ଆଜି ଅର୍ଥାତ ଜାନୁୟାରୀ ୯ ତାରିଖରେ ପଡୁଛି। ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ। କୁମାର ପୂର୍ଣ୍ଣିମା ଯେପରି ଚନ୍ଦ୍ର ଦେବତାଙ୍କ ପାଇଁ ଠିକ୍ ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରାଯାଏ। ସାଧାରଣତଃ ଶାମ୍ବ ଦଶମୀକୁ ଚାନ୍ଦମାନ ବର୍ଷର ଶେଷ ବୋଲି ଧରା ଯାଇଥାଏ। କାରଣ ଶାମ୍ବ ଦଶମୀରୁ ଚିତାଲାଗି ଅମବାସ୍ୟା ପର୍ଯ୍ୟନ୍ତ ଓଡିଆ ଘରେ ଆଉ କୌଣସି ପିଠାପଣା ପୂଜା ହୋଇ ନ ଥାଏ। ମୁଖ୍ୟତଃ ମହିଳାମାନେ ସେମାନଙ୍କର ସନ୍ତାନଙ୍କ ଆରୋଗ୍ୟ କାମନା କରି ଏହି ପୂଜା ବା ଉପସାନା କରିଥାନ୍ତି। ପୁରାଣରେ ରହିଛି ଯେ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପ ଗସ୍ତ ହୋଇ କୁଷ୍ଠ ରୋଗରେ ପଡିତି ହୋଇଥିଲେ। ସେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ପୂଜା କରି ଏହି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେଥିପାଇଁ ବିଭିନ୍ନ…
ଭୁବନେଶ୍ବର: ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ। ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ। ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-“ଅଇଲା ଚିତୋଉ ନାନୀ, ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ, ସବୁ ଓଷା ବାର ଏଇଠି ଥାଉ।” ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ। ଓଡ଼ିଆଙ୍କ ସୁସ୍ୱାଦୁ, ସୁମିଷ୍ଟ, ତୃପ୍ତିକର ଖାଦ୍ୟ ପ୍ରସ୍ତୁତି ଦକ୍ଷତାର ଅସଲ ନିଦର୍ଶନା କଥା ଅଛି-“ଶାମ୍ବର ଦଶମୀରେ ମଣିଷ…
କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ଼ସେ ଜଗତପୁରସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଜାତୀୟ ଉତ୍କର୍ଷ କେନ୍ଦ୍ର (ଏନସିଓଇ) ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜଗତପୁରସ୍ଥିତ ଜାତୀୟ ଉତ୍କର୍ଷ କେନ୍ଦ୍ରର ସଫଳତାକୁ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଖଡ଼ସେ ପ୍ରଶଂସା କରିଥିଲେ, ଯାହାକି କାୟାକିଂ, କାନୋଇଙ୍ଗ ଏବଂ ରୋଇଂରେ ପରମିନ୍ଦର ସିଂହ, ପି. ରୋଜି ଦେବୀ, ଏଲ୍. ନେହା ଦେବୀଙ୍କ ପରି ଅନ୍ତର୍ଜାତୀୟ ଆଥଲେଟ୍ ଏବଂ ଚାମ୍ପିୟନମାନଙ୍କ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛି। ନିକଟରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ଓ ପାରା ଏସୀୟ କ୍ରୀଡ଼ାରେ କ୍ରୀଡ଼ାବିତଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ନିଖିଲ ଖଡ଼ସେ ପ୍ରଶଂସା କରିଥିଲେ। ଏହାର ଶ୍ରେୟ ଏହି ସମ୍ମାନଜନକ କେନ୍ଦ୍ରରେ ପ୍ରଦାନ କରାଯାଉଥିବା କୋଚିଂ ପଦ୍ଧତି ଓ ଅତ୍ୟାଧୁନିକ କ୍ରୀଡ଼ା ବିଜ୍ଞାନ ସହାୟତାକୁ ଯାଉଛି ବୋଲି ସେ କହିଥିଲେ। ରକ୍ଷା ଖଡ଼ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ମେଷ- ବୃତ୍ତିଗତ କ୍ଷେତ୍ରରେ କାହାକୁ ପ୍ରଭାବିତ କରିବା ପାଇଁ ତୁମେ ତୁମର କୈଶଳକୁ ବ୍ୟବହାର କରିବାକୁ ସମର୍ଥ ହେବ । ଅଧ୍ୟୟନ କ୍ଷେତ୍ରରେ ଗତି ବଜାୟ ରଖିବାରେ କୌଣସି ଅସୁବିଧା ହେବ ନାହିଁ। ଯେଉଁମାନେ ନିଜ ଜୀବନରେ ପ୍ରେମ ଖୋଜୁଛନ୍ତି ସେମାନେ କିଛି ଭଲ ଖବର ପାଇପାରିବେ । ସମ୍ପତ୍ତିର ମାଲିକାନା ଶୀଘ୍ର ଆଶା କରାଯାଏ । ଆପଣ ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେବେ । ରୋଗୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସେବାରୁ ଶୀଘ୍ର ଆରାମ ଅନୁଭବ କରିବେ । ପରିବାରର ଜଣେ ଅଧ୍ୟୟନ କ୍ଷେତ୍ରରେ ନିଜର ଲକ୍ଷ୍ୟ ହାସଲ କରିବାକୁ ଯାଉଛନ୍ତି । ବୃଷ- ବୃତ୍ତିଗତ କ୍ଷେତ୍ରରେ ଆପଣଙ୍କର ଭଲ ଅବଦାନ ରହିବ। କ୍ୟାରିୟରର ଆଶା ବଢାଇବ। ଆପଣଙ୍କ ଆୟର ବୃଦ୍ଧି ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ପାରମ୍ପାରିକ ପଦ୍ଧତି ଗ୍ରହଣ କରିପାରିବେ । ନେଟୱାର୍କିଂ ଆପଣଙ୍କୁ ଆପଣଙ୍କର…
ବାଣପୁର: ବାଣପୁର ସ୍ଥିତ ଓଡଗାଁ ସନସାଇନ ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି। ଏଗାରଦିନ ବ୍ୟାପି ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଟିମ ସାମିଲ ହୋଇଥିଲେ। ଆଜିର ଉଦଯାପନ ଦିବସ ଫାଇନାଲ ମ୍ୟାଚ ଟାଙ୍ଗୀ ବଡ଼ପାରି ହର ହର ହିଟର କ୍ଲବ ଏବଂ ସନସାଇନ ସ୍ପୋର୍ଟିଙ୍ଗ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସନସାଇନ କ୍ଲବ ମ୍ୟାଚ ଜିତିଥିଲା। ହର ହର ହିଟର କ୍ଲବ ରନର୍ସରେ ସନ୍ତୁଷ୍ଟ ହୋଇଥିଲା। ଫାଇନାଲ ମ୍ୟାଚରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ଯୁବନେତା କାଁହୁଚରଣ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କର ମନୋବଳ ବଢାଇବା ସହ ପୁରସ୍କାର ବିତରଣ କରିଥିଲେ। ଜିତିଥିବା ଦଳକୁ ଟ୍ରଫି ସହ ୨୨୦୦୦ଟଙ୍କା ପୁରସ୍କାର ମିଳିଥିବା ବେଳେ ରନର୍ସ ଦଳକୁ ୧୫୦୦୦ ଟଙ୍କାର ସାନ୍ତ୍ୱନା ମୂଳକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଦେଖିବାକୁ…
ଭୁବନେଶ୍ୱର: ରାଜ୍ୟର ତଥା ଦେଶର ପ୍ରଥମ ସ୍ନାତକ ଡିଗ୍ରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଭାବେ ପରିଚିତ ଅଭିନ୍ନ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଥିବା ମିନି ଫର୍ମାସୀ ଗତ୨୦୨୪ ଅକ୍ଟୋବର ମାସରୁ ଔଷଧ ପ୍ରସ୍ତୁତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଔଷଧ ପ୍ରସ୍ତୁତି ରେ କଞ୍ଚା ମାଲ ଯଥା ଥାଟିସି ବା ଖାଇବା ସ୍ପିରିଟ, ଅନ୍ୟାନ୍ୟ କେତେକ କଞ୍ଚାମାଲ ଅଭାଵ ରୁ ଟେଣ୍ଡର ପକ୍ରିୟା କରଯାଇଥିଲା ମାତ୍ର ଏଥିରେ କିଏ ଭାଗନେଇ ନଥିଲେ। ଯାହାଦ୍ବାରା ଟେଣ୍ଡର ପକ୍ରିୟା ବାତିଲ କରାଯାଇଥିଲା। ରାଜ୍ୟର ଏକମାତ୍ର ଏହି ମିନି ଫର୍ମାସୀ ପାଇଁ ୨୦୨୨ -୨୩ ଆର୍ଥିକ ବର୍ଷରେ ୭୦ ଲକ୍ଷ ରୁ ଅଧିକ ବ୍ୟୟ ବରାଦ କରାଯାଇଥିବା ବେଳେ୨୦୨୪-୨୫ ଆର୍ଥିକ ବର୍ଷରେ ତାହା ୪୨ଲକ୍ଷ କୁ ଖସି ଆସିଛି। ଗୁଣାତ୍ମକ ଶିକ୍ଷା, ଚିକିତ୍ସା ସେବା ଓ ଔଷଧ ପ୍ରସ୍ତୁତି ପାଇଁ ୨୦୦୫-୦୬ ବର୍ଷ ରେ ରାଜ୍ୟ ସରକାର ଏହି ଅନୁଷ୍ଟାନକୁ ସେଣ୍ଟରଫର ଏକ୍ସଲେନ୍ସ…
ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ପ୍ରବାସୀ ଯୁବ ଭାରତୀୟ ଦିବସ। ଆସନ୍ତାକାଲି ଗୁରବାର ଦିନ ଉଦଘାଟିତ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟିତ କରିବେ। ସେଥିପାଇଁ ସେ ଆଜି ଓଡିଶା ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଆଜି ରାତି ଆଠଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ବିଜେପି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାସ୍ତାରେ ସ୍ବାଗତ ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସିଧା ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ଏହାପରେ ସେ ଗୁରୁବାର ଦିନ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସକୁ ଉଦଘାଟନ କରିବେ। ପ୍ରବାସୀ ଭାରତୀୟ ଦିବସ( ପିବିଡି) ସମାରୋହ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ସମାରୋହ ଯାହାକି ପ୍ରବାସୀ ଭାରତୀୟମାନଙ୍କ ସହ ଯୋଗାଯୋଗ…
ଭୁବନେଶ୍ୱର: ଚଳିତ ଜାନୁଆରୀ ମାସରେ ନୂଆ ଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଯୁବ ଉତ୍ସବରେ ଅଂଶ ଗ୍ରହଣ କରୁଥିବା ୭୫ ଜଣିଆ ଓଡ଼ିଶା ଯୁବ ପ୍ରତିନିଧି ଦଳର ସଫଳତା କାମନା କରିଛନ୍ତି ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ପାଟି। ଜାନୁଆରୀ ୭ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଯୁବ ପ୍ରତିନିଧି ଦଳକୁ ସମ୍ବୋଧିତ କରି ସେମାନେ ଗର୍ବ ସହକାରେ ଦୃଢ଼ ମନୋବଳ ନେଇ ଜାତୀୟ ଯୁବ ଉତ୍ସବରେ ଅଂଶ ଗ୍ରହଣ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବାକୁ ରାଜ୍ୟପାଳ ଅନୁପ୍ରେରିତ କରିଥିଲେ। ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ବିକଶିତ ଭାରତ ଏକ ପରିକଳ୍ପନା ନୁହେଁ, ବଂର ଏହା ଏକ ସାମୁହିକ ଅଭିଯାନ। ଭାରତ ସ୍ୱାଧିନତାର ୧୦୦ ବର୍ଷ ପୂରଣ ପରିପ୍ରେକ୍ଷୀରେ ୨୦୪୭ ମସିହା ସୁଦ୍ଧା ଆମେ ବିକଶିତ ଭାରତ ଆଡ଼କୁ ଗତି କରୁଛୁ। ଏକ ବିକଶିତ ଭାରତ…
ଭୁବନେଶ୍ୱର: ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆଜି ଆରମ୍ଭ ହୋଇଛି। ଏହି ତ୍ରି-ଦିବସୀୟ ସମ୍ମିଳନୀର ପ୍ରଥମ ଦିନ “ଯୁବ ପ୍ରବାସୀ ଭାରତୀୟ ଦିବସ” ମହା ସମାରୋହରେ ଉଦଘାଟିତ ହୋଇଛି। ପ୍ରଦୀପ ପ୍ରଜ୍ଜ୍ୱଳନ ସାଙ୍ଗକୁ ମନ୍ତ୍ରଧ୍ୱନି ମୁଖରିତ ପରିବେଶରେ ଆୟୋଜିତ ଏହି ଉଦଘାଟନ ପର୍ବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ୍ .ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ମନସୁଖ ଏଲ୍. ମାଣ୍ଡବ୍ୟ, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଘେରିଟା, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖାଡସେ, ନ୍ୟୁଜ୍ ଓ୍ୱିକ୍ (ଆମେରିକା)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ଦେବ ପ୍ରଗଡ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ କରି କହିଲେ ଯେ, ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଆଜି ୩ଟି ମାମଲାରୁ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ଗ୍ରାମାଞ୍ଚଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ ମାନ୍ୟବର ଅଦାଲତ। ନିର୍ଦ୍ଦୋଷ ପ୍ରମାଣିତ ପରେ ଡଃ ପାଣିଗ୍ରାହୀ ଭାରତୀୟ ନ୍ୟାୟ ସଂହିତାକୁ ସମ୍ମାନ ଓ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ସହ ସତ୍ୟର ବିଜୟ ହେଲା ବୋଲି ନିଜର ସମର୍ଥକଙ୍କ ଗହଣରେ ଡଃ ପାଣିଗ୍ରାହୀ ସାମ୍ବାଦିକଙ୍କ ସାମ୍ନାରେ ବିବୃତ୍ତି ରଖିଛନ୍ତି।
ଭୁବନେଶ୍ୱର: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ-2025। ଏହି ଉତ୍ସବ ଦୀର୍ଘ 3 ଦିନ ଧରି ଚାଲିବ। 140 ଦେଶରୁ ଆସୁଥିବା ପ୍ରାୟ 7 ହଜାର ପ୍ରବାସୀ ଭାରତୀୟ ରାଜଧାନୀ ଭୁବନେଶ୍ୱରରେ ରହିବେ। ସେହି ପ୍ରବାସୀ ଭାରତୀୟଙ୍କ ପାଖରେ ଓମ୍ଫେଡ୍ ଉତ୍ପାଦ ପହଞ୍ଚାଇବା ପାଇଁ ଓମ୍ଫେଡ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଭାରତୀୟମାନଙ୍କୁ ଭୁବନେଶ୍ୱର, ପୁରୀ, କଟକ ଓ ଏହାର ଆଖପାଖ ଅଂଚଳରେ ଥିବା ବିଭିନ୍ନ ଦର୍ଶନୀୟସ୍ଥାନ ବୁଲାଇବାର ବ୍ୟବସ୍ଥା କରାଯାଇଛି। ଯେଉଁ ଯେଉଁ ପର୍ଯ୍ୟଟନସ୍ଥଳଗୁଡିକୁ ପ୍ରବାସୀ ଭାରତୀୟମାନେ ଯିବେ, ସେହିସବୁ ସ୍ଥାନରେ ଓମ୍ଫେଡ୍ ଉତ୍ପାଦ ପ୍ରଦର୍ଶନ କରିବା ସହ ବିକ୍ରି ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ସମେତ ପୁରୀ ଓ କଟରେ ଓମ୍ଫେଡ୍ ପକ୍ଷରୁ ମୋଟ 21ଟି ଷ୍ଟଲ ଖୋଲାଯାଇଛି। ସେଥିମଧ୍ୟରୁ ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି, ମୁକ୍ତେଶ୍ୱର ମନ୍ଦିର, ରାଜାରାଣୀ ମନ୍ଦିର ପ୍ରାଙ୍ଗଣ, କଳାଭୂମି, ନନ୍ଦନକାନନ ଇତ୍ୟାଦି। ସେହିପରି ପୁରୀର…

