Author: SM Network

ଭୁବନେଶ୍ଵର: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ଵରରେ ଡବଲ ଇଞ୍ଜିନ ସରକାର ର ବୁଲଡୋଜର ଉଠା ଦୋକାନୀ ମାନଙ୍କୁ ଜୀବିକାରୁ ଉଚ୍ଛେଦ କରିଛି। ହଜାର ହଜାର ଦୋକାନୀଙ୍କୁ ଦାଣ୍ଡ କୁ ଫୋପାଡି ଦିଆଯାଇଛି। ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ଧ୍ଵଂସ କରାଯାଇଛି। ଏହି ଦୃଶ୍ୟ ହେଉଛି ଜାତୀୟ ରାଜପଥ ପାର୍ଶ୍ବ ବାଣୀ ବିହାର ଛକ। ଶୁକ୍ରବାର ସନ୍ଧ୍ୟାରେ ସି ପି ଆଇ(ଏମ୍) ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ, କୃଷକ ସଭା ରାଜ୍ୟ ସଭାପତି ଜମେଶ୍ଵର ସାମନ୍ତରାୟ, ଉଠା ଦୋକାନୀ ମହାସଂଘର ଭୁବନେଶ୍ଵର ସଭାପତି ପ୍ରଭାତ ପାଣିଗ୍ରାହୀ, ଯୁବ ଫେଡେରେସନ୍ ରାଜ୍ୟ ସଭାପତି ଯତୀନ ମହାନ୍ତି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ଉଠା ଦୋକାନୀ ମାନଙ୍କ ସହିତ ଆଲୋଚନା କରିଛନ୍ତି। ଉପଯୁକ୍ତ ଭାବେ ଥଇଥାନ ଦାବି କରି ଭୁବନେଶ୍ୱର ମହାନଗର ନିଗମ ମେୟରକୁ ପିଟିସନ ଦେବା ପାଇଁ ଆହ୍ଵାନ କରାଯାଇଛି। ଏହି ଉଚ୍ଛେଦ ହେଉଛି ଅମାନବୀୟ। ମାନବତା ବିରୋଧ ରେ ଅପରାଧ। ଉଠା…

Read More

ଭୁବନେଶ୍ଵର: ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଗତ ୨ ତାରିଖ ମଧ୍ୟରାତ୍ରିରୁ ଓଡିଶା ଓ ଛତିଶଗଡ଼ ପୋଲିସ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ସଂଖ୍ୟାଧିକ ମାଓବାଦୀ ଗୁରୁତର ଆହତ ହୋଇଥିବା ସନ୍ଦେହ କରାଯାଉଛି। ଏହା ସହ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀମଧ୍ୟ ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ନୂଆପଡ଼ା ସୀମାଠାରୁ ପ୍ରାୟ ୮ କିଲୋମିଟର ଦୂର ଛତିଶଗଡ଼ର ଇନ୍ଦାଗାଓଁ ଥାନା ଅଧୀନ ଅତାଙ୍ଗ ଜଙ୍ଗଲରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ମାଓବାଦୀଙ୍କ ସହ ଇ-୩୦ ଓ ଏସ୍ଓଜି ଟିମ୍ ସହ ଗୁଳି ବିନିମୟ ହୋଇଥିଲା। ଏହି ଅଭିଯାନରେ ଓଡିଶା ପୋଲିସର ୫ଟି ଏସ୍ଓଜି ଟିମ୍, ଛତିଶଗଡ଼ ଇ-୩୦ର ୪ଟି ଟିମ୍ ଓ ସିଆରପିଏଫ ବିଏନ୍-୬୫ର ୩ଟି ଟିମ୍ କୁ ନେଇ ମୋଟ ୧୨ଟି କାର୍ଯ୍ୟକ୍ଷମ ଟିମ୍ ସାମିଲ ଥିଲେ।

Read More

ମେଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ। ଆପଣ କଥାରେ କଥାରେ କ୍ରୋଧିତ ହେବେ। ଯାହା ଫଳରେ ଆପଣଙ୍କର  କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ହେଲେ ଯତ୍ନ ନିଅନ୍ତୁ ସୁଧାର ଆସିପାରେ। ହୁଏତ କିଛି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟକୁ ଯିବାକୁ ପଡିପାରେ। ବୃଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ । ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ । ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ । ଯୋଗ ଏବଂ…

Read More

ନୂଆଦିଲ୍ଲୀ: ଆଜି ଗୌହାଟୀରୁ ଭର୍ଚୁଆଲ୍ ଭାବେ ଆକାଶବାଣୀ କୋକ୍ରାଝରଠାରେ ୧୦ କିଲୋୱାଟ୍ ଏଫ୍ଏମ୍ ଟ୍ରାନ୍ସମିଟର ଉଦଘାଟିତ ହେବା ପରେ ଯୋଗାଯୋଗ ଏବଂ ସାଂସ୍କୃତିକ ସମନ୍ଵୟକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଛି। ଏହି ସମାରୋହରେ ଆସାମ ରାଜ୍ୟପାଳ ଶ୍ରୀଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ୧୯୯୯ ମସିହାରେ ପ୍ରତିଷ୍ଠା କରାଯାଇଥିବା ଆକାଶବାଣୀ କୋକ୍ରାଝର କେନ୍ଦ୍ର ସ୍ଥାନୀୟ ବିବିଧ ଆଦିବାସୀ ଓ ସମ୍ପ୍ରଦାୟ ଗୋଷ୍ଠୀର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଞ୍ଚ ପାଲଟିଛି । ସ୍ଥାନୀୟ ଭାଷାରେ ଶିକ୍ଷାଗତ, ସୂଚନା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାର କରିବାରେ ଏହି ଷ୍ଟେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପୁରୁଣା ୨୦ କିଲୋୱାଟ୍ ମିଡିୟମ୍ ୱେଭ୍…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଦ୍ୱୀପ ଉନ୍ନୟନ ଏଜେନ୍ସିର ସପ୍ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଉପରାଜ୍ୟପାଳ ଆଡମିରାଲ (ଅବସରପ୍ରାପ୍ତ) ଡିକେ ଯୋଶୀ, ଲାକ୍ଷାଦ୍ୱୀପର ପ୍ରଶାସକ ପ୍ରଫୁଲ୍ଲ ପଟେଲ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପରେ ଚାଲିଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରେ ଗୃହ ମନ୍ତ୍ରଣାଳୟ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପ୍ରଶାସନ ଏବଂ ଲାକ୍ଷାଦ୍ୱୀପ ପ୍ରଶାସନ ଡିଜିଟାଲ ଯୋଗାଯୋଗ ଓ ବିମାନ ଯୋଗାଯୋଗରେ ସଂପ୍ରସାରଣ ଏବଂ ବନ୍ଦର ବିକାଶ ସମେତ ଉଭୟ ଦ୍ୱୀପରେ ଉନ୍ନୟନ ମୂଳକ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ। ଆଣ୍ଡାମାନ ଓ ନିକୋବର…

Read More

ନୂଆଦିଲ୍ଲୀ: ରେଳ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ, ଆଜି ଆସାମରେ ୩ଟି ନୂଆ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ  କରାଯାଇଛି। ଏଥିସହିତ ଉତ୍ତର ପୂର୍ବ ସୀମାନ୍ତ ରେଳପଥ ଦ୍ୱାରା ନିର୍ମିତ ଟେଟେଲିଆ ଷ୍ଟେସନ ୟାର୍ଡରେ ଏକ ନୂତନ ରୋଡ୍ ଓଭର ବ୍ରିଜ୍ (ଆରଓବି) ଆଜି ଗୁଆହାଟୀରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଲୋକାର୍ପଣ କାର୍ଯ୍ୟକ୍ରମରେ ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱ ଶର୍ମା, ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବୈଦେଶିକ ବ୍ୟାପାର ଏବଂ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିତା ଗୁଆହାଟୀ ରେଳ ଷ୍ଟେସନରେ ଉପସ୍ଥିତ ରହିଥିଲେ । ଅନ୍ୟାନ୍ୟ ସ୍ଥାନରେ ଅନ୍ୟ ସାଂସଦ/ବିଧାୟକମାନେ ଉପସ୍ଥିତ ଥିଲେ। ନୂତନ ଭାବେ ଆରମ୍ଭ ହୋଇଥିବା ଟ୍ରେନ୍ ଗୁଡ଼ିକ ମଧ୍ୟରେ ଟ୍ରେନ୍ ନମ୍ବର ୫୫୮୧୮/୫୫୮୧୭ (ଗୁଆହାଟୀ- ନ୍ୟୁ ବଙ୍ଗାଇଗାଓଁ-ଗୌହାଟୀ) ଦୈନିକ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ୨୦୨୫ ଭାରତର ବିକାଶ ପାଇଁ ଏକ ବିପୁଳ ସୁଯୋଗର ବର୍ଷ ହେବ, ଯାହା ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ଆଡକୁ ଆଗେଇ ନେବ । ଆଜି ଭାରତ ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାର ଏକ ବିଶ୍ୱ ପ୍ରତୀକ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ବର୍ଷରେ ଦେଶର ଭାବମୂର୍ତ୍ତି ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ୨୦୨୫ ପାଇଁ ଭିଜନ୍ ବିଷୟରେ ଆଲୋକପାତ କରିଥିଲେ, ଏହାକୁ ବିଶ୍ୱର ସର୍ବବୃହତ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା, ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗପାଇଁ ଯୁବକମାନଙ୍କୁ ସଶକ୍ତ କରିବା, ନୂତନ…

Read More

ନୂଆଦିଲ୍ଲୀ: କରୋନାର ଭୟ ଏପର୍ଯ୍ୟନ୍ତ ମନରୁ ଦୂରେଇ ଯାଇନାହିଁ। କିନ୍ତୁ ବର୍ତ୍ତମାନ ଚାଇନାରେ ଆଉ ଏକ ଭାଇରସ୍ ଆତଙ୍କ ସୃଷ୍ଟି କରିଛି। ଏହି ଜୀବାଣୁର ନାମ ହେଉଛି ହ୍ୟୁମାନ୍ ମେଟାପ୍ନୁମୋଭାଇରସ୍ (HMPV), ଯାହାକି କୋଭିଡ୍- 19 ଭଳି ସମାନ ବିନାଶ ଘଟାଉଛି। ସୋସିଆଲ ମିଡିଆରେ ତଥା ଅନେକ ରିପୋର୍ଟରେ କୁହାଯାଇଛି ଯେ, ଏହି ଜୀବାଣୁ ଯୋଗୁଁ ଡାକ୍ତରଖାନା ଏବଂ ଶବଦାହ ସ୍ଥାନରେ ଭିଡ ଦେଖାଯାଉଛି। ତେବେ ଏପର୍ଯ୍ୟନ୍ତ ଚୀନ୍‌ରୁ କୌଣସି ସୂଚନା ମିଳି ନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚୀନ୍ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ସତର୍କ ମୋଡରେ ଅଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେମାନେ ଏହି ଜୀବାଣୁ ବିଷୟରେ ଅଧିକ ବୁଝିପାରୁ ନାହାଁନ୍ତି। ଏପରି ପରିସ୍ଥିତିରେ, ଆସନ୍ତୁ ଏହି ଜୀବାଣୁ ବିଷୟରେ ପ୍ରତ୍ୟେକ ବିବରଣୀ ଜାଣିବା… HMPV ଜୀବାଣୁ କେତେ ବିପଜ୍ଜନକ?: ରିପୋର୍ଟ ଅନୁଯାୟୀ, HMPV ରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଏ। ଏହା Covid-19 ପରି ସମାନ ସ୍ୱାସ୍ଥ୍ୟ ସମସ୍ୟା…

Read More

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ LAC ପ୍ରସଙ୍ଗ ସମାଧାନ ହେବାକୁ ଯାଉଥିବା ବେଳେ ଚୀନ୍ ସରକାର ପୁଣି ଲୋଭନୀୟ ଚେହେରା ଦେଖାଇଛନ୍ତି। ଚୀନ୍ ଲଦାଖର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରିଛି। ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ ଚୀନ୍‌କୁ କଡ଼ା ସମାଲୋଚନା କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଚୀନ୍ ନିଜର ହୋତାନ୍ ପ୍ରଦେଶରେ ଦୁଇଟି ନୂତନ କାଉଣ୍ଟି ଘୋଷଣା କରିଛି, ଯାହା ଲଦାଖର ଅଂଶ। ତେଣୁ ଚୀନ୍ ସମ୍ମୁଖରେ ଭାରତ ଗୁରୁତର ବିରୋଧ ପ୍ରଦର୍ଶନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ ଆଜି ଏକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, “ଚୀନ୍‌ର ହୋତାନ ପ୍ରଦେଶରେ ଦୁଇଟି ନୂତନ କାଉଣ୍ଟି ପ୍ରତିଷ୍ଠା ସମ୍ପର୍କରେ ଆମେ ଘୋଷଣା ଦେଖିଛୁ। ଏହି ତଥାକଥିତ କାଉଣ୍ଟିଗୁଡିକର ଅଧିକାରର କିଛି ଅଂଶ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଆସେ। ଚୀନ୍ ତିବ୍ଦତୀୟ ଅଞ୍ଚଳରେ ବିଶ୍ୱର ବୃହତ୍ତମ ବନ୍ଧ ନିର୍ମାଣ…

Read More

ଭୁବନେଶ୍ୱର: ଓଡିଶା ରାଜ୍ୟ ପଣ୍ୟାଗାର ନିଗମ (Odisha State Warehouse Corporation)ପକ୍ଷରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ଭାବେ ୪.୩୬ କୋଟି ଟଙ୍କାର ଚେକ୍  ପ୍ରଦାନ କରାଯାଇଛି।  ଆର୍ଥିକ ବର୍ଷ ୨୦୧୯-୨୦୨୦ ଏବଂ ୨୦୨୦-୨୧ ନିମନ୍ତେ ଆଜି ଏହି ଲାଭାଂଶ ପ୍ରଦାନ କରାଯାଇଛି। ଏହି ଅବସରରେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସମବାୟ ବିଭାଗ କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ  ଏବଂ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ମିହିର ପ୍ରସାଦ ମହାନ୍ତି  ଉପସ୍ଥିତ ଥିଲେ। ଏହାର ଭଣ୍ଡାରଣ କ୍ଷମତାର (Storage Capacity) ସୁବିନିଯୋଗ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭାନ୍ଵିତ ହେଉଛି ଏବଂ ଏହାର ଦୁଇ ଅଂଶୀଦାରଙ୍କୁ ଅର୍ଥାତ୍ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମ ଙ୍କୁ  ନିୟମିତ ଭାବରେ ଡିଭିଡେଣ୍ଡ୍ ପ୍ରଦାନ କରୁଅଛି। ସୂଚନାଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୧୯-୨୦୨୦…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅର୍ନ୍ତଗତ ଲକ୍ଷ୍ମୀ ନୃସିଂହ ସାହି ସପ୍ତମ ଗଳିରେ ଚାଲିଥିବା ବେଆଇନ ଖାଦ୍ୟ ପଦାର୍ଥ ଯଥା ଅଦା ରସୁଣ ପେଷ୍ଟ୍ କାରଖାନା ଉପରେ ବଡ଼ବଜାର ପୋଲିସ ଓ ବ୍ରହ୍ମପୁର ମହାନଗର ନିଗମ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଉକ୍ତ କାରଖାନାକୁ ଚଳାଉଥିବା ହନୁମାନ ବଜାର ଅଞ୍ଚଳର ଇ ରିତିକ୍ ପାତ୍ର ନାମକ ଜଣେ ଯୁବକକୁ ଅଟକ ରଖି ଘରକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ୍ ବେଳେ ଉକ୍ତ ଘରୁ ୪୧ ପେଟି ଅଦା, ରସୁଣ ପେଷ୍ଟ୍ ସମେତ ୨୫ କିଲୋ ବାଲା ୨୫ ଟି କଞ୍ଚାମାଲ ଥିବା ପ୍ଲାଷ୍ଟିକ ଡବା ସହ ବିପୁଳ ପରିମାଣର ଜରି,ଲେବୁଲ୍, ଖାଲି ଆଟା ପେଢି ସହ ୫ ଟି ପ୍ୟାକିଂ ମେସିନ ଇତ୍ୟାଦି ବିଭାଗୀୟ ଅଧିକାରୀମାନେ ଜବତ କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଓ ମହାନଗର ବିଭାଗ କର୍ମଚାରୀମାନେ ଏହି ସଫଳତା ପାଇଛନ୍ତି। ଚଢ଼ାଉ…

Read More

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଖରିଫ ଧାନମଣ୍ଡି ବାଣପୁର ସ୍ଥିତ ବଡହନ୍ତୁଆଡ଼ ସେବା ସମବାୟ ସମିତି ଆନୁକୂଲ୍ୟରେ ସ୍ଥାନୀୟ ପଲଟନ ପଡିଆ ଠାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସମ୍ମାନିତ ଅତିଥି ଭାବେ ପୁରୀ ସାଂସଦ ଡ଼ା ସମ୍ବିତ ପାତ୍ର ଯୋଗଦେଇ ଉକ୍ତ ମଣ୍ଡିକୁ ଉଦଘାଟନ କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଅନ୍ୟାନ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି. ପଦ୍ମନାଭ ଦୋରା,…

Read More

ନୂଆଦିଲ୍ଲୀ: ବିଦେଶ ଯାତ୍ରା କରୁଥିବା ଲୋକଙ୍କ ସହ ଜଡିତ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପାଇଁ ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ କଷ୍ଟମ ବିଭାଗକୁ ବାଧ୍ୟତାମୂଳକ ଭାବେ ବିମାନ ସେବା ସହ ଜଡିତ ଯାତ୍ରୀଙ୍କ ଯାତ୍ରା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିବାକୁ ପଡିବ। ଚୋରା ଚାଲାଣ ଭଳି କାର୍ଯ୍ୟକଳାପ ଉପରେ ନଜର ରଖିବା ଉଦ୍ଦେଶ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ତଥ୍ୟ ପାଞ୍ଚ ବର୍ଷ ପାଇଁ ଗଚ୍ଛିତ ହେବ ଏବଂ ଆବଶ୍ୟକ ହେଲେ ଅନ୍ୟ ଆଇନ ପ୍ରଣୟନକାରୀ ସଂସ୍ଥା ସହିତ ଅଂଶୀଦାର କରାଯାଇପାରିବ। ବିଦେଶୀ ମାର୍ଗ ଥିବା ସମସ୍ତ ବିମାନ କମ୍ପାନୀକୁ ଜାନୁଆରୀ 10 ତାରିଖ ସୁଦ୍ଧା ନୂତନ ପୋର୍ଟାଲ ‘NCTC Pax’ ରେ ପଞ୍ଜୀକରଣ କରିବାକୁ ସିବିଆଇସି କହିଛି। ଏହା ପରେ, ଫେବୃଆରୀ 10 ରୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ କିଛି ଏୟାରଲାଇନ୍ସ ସହିତ ଡାଟା ସେୟାର୍ ଆରମ୍ଭ ହେବ। ସୂଚନା ଅନୁଯାୟୀ, ଏପ୍ରିଲ…

Read More

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ୍‌ର ବିଜୟକୁ ୨୦୨୪ ବର୍ଷର ରୋହିତ ଶର୍ମାଙ୍କ ପାଇଁ ଏକମାତ୍ର ବଡ଼ ସଫଳତା କୁହାଯାଇପାରେ। ଏହା ବ୍ୟତୀତ ଟିମ୍ ଇଣ୍ଡିଆ ତାଙ୍କ ଅଧିନାୟକତ୍ୱରେ ସଂଘର୍ଷ କରିଛି ଏବଂ ବିଶେଷକରି ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ରୋହିତଙ୍କ ଅଧିନାୟକତ୍ୱରେ ଏହି ସଂଖ୍ୟା ଖରାପ ହେବାରେ ଲାଗିଛି। ୨୦୨୪ ରେ ତାଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ବହୁତ ଭଲ ନଥିଲା, ଫଳସ୍ୱରୂପ ସେ ସିଡନୀ ଟେଷ୍ଟରୁ ବାଦ ପଡିଲେ। ବର୍ତ୍ତମାନ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ, ବିସିସିଆଇ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ଖୋଜିବା ଆରମ୍ଭ କରି ଦେଇଛି। ଟି -୨୦ ବିଶ୍ୱକପ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଥିଲା। ସେହି ଐତିହାସିକ ବିଜୟ ପରେ ରୋହିତ ଶର୍ମା ଟି -୨୦ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ ଟେଷ୍ଟରୁ ଅବସର ନେଇଥିବା କଳ୍ପନାଜଳ୍ପନା ମଧ୍ୟରେ ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ,…

Read More

ଭୁବନେଶ୍ଵର: ଭାରତ ମୁକ୍ତି ମୋର୍ଚ୍ଚା ତତ୍ୱାବଧାନରେ ନ୍ୟାୟ ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା, ଭିଟାମାଟି ସୁରକ୍ଷା ଅଭିଯାନ, ଗଞ୍ଜାମ ଜ଼ିଲ୍ଲା ବାଉରୀ ଖଡାଳ ସମାଜ ବିକାଶ ମଞ୍ଚ, ଦକ୍ଷିଣାଞ୍ଚଳ ମହିଳା ସଂଘ ଏବଂ ଅନ୍ୟାନ୍ୟ ଦଳିତ ସଂଗଠନ ମିଳିବ ଆନୁକୂଲ୍ୟରେ ଆଜି ଭାରତ ବନ୍ଦ ପାଳନ କରାଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି ମୋର୍ଚ୍ଚା ର ବିଜୟ ସ୍ୱାଇଁ,ଭାରତ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁମା ଦାସ,ଗଞ୍ଜାମ ଜ଼ିଲ୍ଲା ବାଉରୀ ଖଡାଳ ସମାଜ ବିକାଶ ମଞ୍ଚର କୁମର ଦାସ, ଭିଟାମାଟି ସୁରକ୍ଷା ଅଭିଯାନର ସଭାପତି ରମେଶ ଶବର, ଦକ୍ଷିଣାଞ୍ଚଳ ମହିଳା ସଂଘର ନୀଳାଦ୍ରି ବେହେରା ଓ ରାଜେନ୍ଦ୍ର ବେହେରା ପ୍ରମୁଖ ନେତୃତ୍ୱରେ ଆଜି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗତ ୧୭ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଡରେ ଡ଼ଃ ବାବାସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଉଦେଶ୍ୟରେ ଦୃଢ଼ ପ୍ରତିବାଦ କରିବା ସହିତ…

Read More

ପୁରୀ: ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପୁଣି ଆରମ୍ଭ ହୋଇଅଛି। ପୂର୍ବରୁ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଚୂନ ପ୍ଳାଷ୍ଟର ଛଡାଇ ଦିଆଯାଇଥିବା ବେଳେ ଚୂନ ଛଡାଯିବା ପରେ ପଥରର ସରଫେସ ଦେଖା ଯାଇଅଛି। ତେବେ ଗତ ଡିସେମ୍ବର ୨୫ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଥିଲା। ଇଂରାଜୀ ନୂଆବର୍ଷ ଓ ଛୁଟି ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ପଥର ପଥର ଭିତରେ ଲୁହା ଛଡରେ ଜଏଣ୍ଟ କରାଯାଇଥିବାରୁ ଲୁହା ଛଡ ଫୁଲିବା ଯୋଗୁଁ ପଥରରେ ଫାଟ ହୋଇଛି। ଫାଟ ଯୋଗୁଁ ସମସ୍ତ ପଥର ପରିବର୍ତ୍ତନ କରାଯିବ। ପରେ ଲୁହା ବିମ ଗୁଡିକ କଳଙ୍କି ଲାଗିଯାଇଥିବାରୁ ଜଗମୋହନ ଭଳି ଷ୍ଟିଲ ବିମ ଲଗାଯିବ। ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶେଷ ପରେ ରତ୍ନଭଣ୍ଡାରର ବାହାର ପଟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2023 ମସିହାରେ ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନଙ୍କୁ 17 ଲକ୍ଷ ଟଙ୍କା ମୂଲ୍ୟର ହୀରା ଉପହାର ଦେଇଥିଲେ। ସୂଚନା ଅନୁଯାୟୀ, ପିଏମ ମୋଦୀଙ୍କ ଏହି ଉପହାର 2023 ମସିହାରେ ଜିଲ ବାଇଡେନଙ୍କୁ ବିଦେଶୀ ନେତାଙ୍କଠାରୁ ମିଳିଥିବା ସବୁଠାରୁ ମହଙ୍ଗା ଉପହାର ଥିଲା। 2023 ମସିହାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପରିବାରକୁ ବିଶ୍ଵର ବହୁ ବିଦେଶୀ ନେତା ହଜାରେ ଡଲାର ମୂଲ୍ୟର ଉପହାର ପ୍ରଦାନ କରିଥିଲେ ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଉପହାରର ମୂଲ୍ୟ 20 ହଜାର ଡଲାର ଅର୍ଥାତ୍ 17 ଲକ୍ଷ ଟଙ୍କା ଥିଲା। ପିଏମ ମୋଦୀ ଦେଇଥିବା 7.5 କ୍ୟାରେଟ ହୀରା 2023 ମସିହାରେ ଜୋ ବାଇଡେନଙ୍କ ପରିବାରର କୌଣସି ସଦସ୍ୟ ଗ୍ରହଣ କରିଥିବା ସବୁଠାରୁ ମହଙ୍ଗା ଉପହାର ଥିଲା। ସ୍ୱରାଷ୍ଟ୍ର ବିଭାଗର ବାର୍ଷିକ ରିପୋର୍ଟ ଅନୁଯାୟୀ, ଆମେରିକାରେ ଥିବା ୟୁକ୍ରେନ ରାଷ୍ଟ୍ରଦୂତ ଜୋ ବାଇଡେନ…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ ଡେଙ୍ଗୁ ଜ୍ଵର ନିୟନ୍ତ୍ରଣକୁ ଆସୁଛି। ୨୦୨୪ରେ ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ପଜିଟିଭ୍ ସଂଖ୍ୟା ୧୦୪ରେ ସୀମିତ ରହି ଥିବା ସୂଚନା ମିଳିଛି। ଗତବର୍ଷ ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀ ଙ୍କ ମଧ୍ୟରୁ ୫୦ ଜଣ ବାହାର ରାଜ୍ୟ ଓ ଜିଲ୍ଲାରୁ ସଂକ୍ରମିତ ହୋଇ ଆସିଥିଲେ। ସେହିପରି ୫୪ଜଣ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ବାହାରୁ ସଂକ୍ରମିତ ହୋଇ ଆସିଥିବା ରୋଗୀଙ୍କ ନମୁନା ଗଞ୍ଜାମ ସ୍ବାସ୍ଥ୍ୟ ବିଭାଗ ତରଫରୁ ପରୀକ୍ଷା ପରେ ପଜିଟିଭ୍ ହୋଇଥିଲା। ଏଣୁ ସେହି ପଜିଟିଭ୍ ସଂଖ୍ୟା ଗଞ୍ଜାମ ଜିଲ୍ଲାର ତାଲିକାରେ ପଡ଼ିଛି। ନହେଲେ ପଜିଟିଭ୍ ସଂଖ୍ୟା ଆହୁରି କମିଥା’ନ୍ତା। ଗତ କିଛିବର୍ଷ ତଳେ ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଜ୍ଵର କାୟା ମେଲିଥିଲା। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସଚେତନତା ଓ ‘ଦମନ’ ଅଭିଯାନର ସଫଳ ରୂପାୟନ ଯୋଗୁଁ ଜିଲ୍ଲାରେ ଡେଙ୍ଗୁ ଜ୍ଵରକୁ ନିୟନ୍ତ୍ରଣ କରାଯାଇପାରିଛି। ବିଶେଷକରି ବର୍ଷା…

Read More

ଭୁବନେଶ୍ଵର: ସ୍ୱାମୀର ତୀର ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଛି। ବାମେବାରୀ ଥାନାର ହାଣ୍ଡିଭଙ୍ଗା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଏହି ଗାଁର ଦଶରା ମୁଣ୍ଡାଙ୍କ ସ୍ତ୍ରୀ ଚନି ମୁଣ୍ଡାର ଅନ୍ୟ ଜଣେ ପୁରୁଷଙ୍କ ସହ ସଫର୍କକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁ ବେଳେ ଝଗଡା ହେଉଥିଲା। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ସେହି ଘଟଣାକୁ ନେଇ ଝଗଡ଼ା ହୋଇଥିଲା ଫଳରେ ଦଶରା ମୁଣ୍ଡା ଉତ୍ୟକ୍ତ ହୋଇ ଚିନି ମୁଣ୍ଡାଙ୍କୁ ତୀର ମାଡ କରିଥିଲେ। ତୀରଟି ଚିନିଙ୍କ ଛାତିରେ ବାଜିଥିଲା। ଆଜି ସକାଳୁ ସ୍ୱାମୀ ଦଶରା ଓ ତାଙ୍କ ପରିବାର ଲୋକେ ଚିନି ଙ୍କୁ ଆଣି ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କିଛି ସମୟ ପରେ ଚିନି ଙ୍କର ମୃତ୍ୟୁ ଘଟିଥିଲା।  ସ୍ୱାମୀକୁ ଅଟକ ପୋଲିସ ଅଧିକ ରଖି ପଚରାଉଚରା କରୁଛି।

Read More

ଭୁବନେଶ୍ଵର: ମଣ୍ଡିର ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଦାବୀରେ ଚାଷୀମାନେ ମାଲକାନଗିରି ଜିଲ୍ଲାର ନାୟକଗୁଡାସ୍ଥିତ ୩୨୬ ଜାତୀୟ ରାଜପଥକୁ ଆଜି ଅବରୋଧ କରାଯାଇଥିଲା। ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡା ମଣ୍ଡିରେ ୧ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ବୃଦ୍ଧି କରି ୨ ହଜାର କୁଇଣ୍ଟାଲ କରିବାକୁ ଚାଷୀମାନେ ଦାବୀ କରି ଏହି ରାସ୍ତାରୋକ କରିଥିଲେ। ଏହା ଫଳରେ ପ୍ରାୟ ୩ ଘଣ୍ଟା ଧରି ଜୟପୁର ରୁ ମାଲକାନଗିରି ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ପରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ନେତୃତ୍ୱରେ ମାଲକାନଗିରି ଅତିରିକ୍ତ ଯୋଗାଣ ଅଧିକାରୀ, ମାଲକାନଗିରି ଓ ମାଥିଲି ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ଚାଷୀଙ୍କୁ ବୁଝାସୁଝା କରିବା ସହ ବଳକା ଧାନ କ୍ରୟ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି।

Read More

ଭୁବନେଶ୍ଵର: ଜାନୁଆରୀ ୧ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ଜିଲ୍ଲା ପରିକ୍ରମା କରିବାର ବ୍ୟବସ୍ତା କରାଯାଇଛି। ଗୁରୁବାର ସକାଳ ୧୦.୩୦ ମିନିଟ ସମୟରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସଡ଼କ ସୁରକ୍ଷାର ବାର୍ତ୍ତା ଲୋକମାନଙ୍କୁ ବାଣ୍ଟିବ। ରଥରେ ସଡ଼କ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ଏଲଇଡି ମାଧ୍ୟମରେ ପ୍ରଦର୍ଶନ ହେଉଛି।  ଜିଲ୍ଲାର ସମସ୍ତ ଗାଡି ଚାଳକ, ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନଙ୍କୁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଦୁଇ ଚକିଆ ଗାଡି ଚଳାଇବା ବେଳେ ହେଲମେଟ ପରିଧାନ କରିବା, ଦ୍ରୁତ ଗତିରେ ଗାଡି ନଚଳାଇବା, ମଦ୍ୟ ପାନ କରି ଗାଡି ନଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର…

Read More