Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ୱ ଶକ୍ତି ଚାହିଦା-ଯୋଗାଣ ସନ୍ତୁଳନରେ ଭାରତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ: ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ବିଶ୍ୱ ଶକ୍ତି ଚାହିଦା-ଯୋଗାଣ ସନ୍ତୁଳନରେ ଭାରତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ: ପ୍ରଧାନମନ୍ତ୍ରୀ

January 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ
ପଶ୍ଚିମ ଏସିଆ ସଙ୍କଟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ଭାରତ ଶକ୍ତି ସପ୍ତାହ (ଆଇ. ଇ. ଡବ୍ଲ୍ୟୁ.) ୨୦୨୬ର ଅଂଶବିଶେଷ ସ୍ୱରୂପ ବିଶ୍ୱ ଶକ୍ତି କ୍ଷେତ୍ରର ସି. ଇ. ଓ. ମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଆଲୋଚନା ସମୟରେ ସିଇଓମାନେ ଭାରତର ଅଭିବୃଦ୍ଧି ଧାରା ଉପରେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ। ନୀତିଗତ ସ୍ଥିରତା, ସଂସ୍କାର ଗତି ଏବଂ ଦୀର୍ଘକାଳୀନ ଚାହିଦା ଥିବା ଦର୍ଶାଇ ସେମାନେ ଭାରତରେ ସେମାନଙ୍କର ବ୍ୟବସାୟିକ ଉପସ୍ଥିତିକୁ ବିସ୍ତାର ଏବଂ ଗଭୀର କରିବା ପାଇଁ ଆଗ୍ରହ ବ୍ୟକ୍ତ କରିଥିଲେ।

ସି. ଇ. ଓ. ମାନଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଗୋଲଟେବୁଲଗୁଡ଼ିକ ଶିଳ୍ପ-ସରକାରୀ ସମନ୍ୱୟ ପାଇଁ ଏକ ପ୍ରମୁଖ ମଞ୍ଚ ଭାବେ ଉଭା ହୋଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱ ଶିଳ୍ପ ନେତୃବର୍ଗଙ୍କ ପ୍ରତ୍ୟକ୍ଷ ପ୍ରତିକ୍ରିୟା ନୀତି ଢାଞ୍ଚାକୁ ପରିମାର୍ଜିତ କରିବାରେ, କ୍ଷେତ୍ରୀୟ ଆହ୍ୱାନର ଅଧିକ ପ୍ରଭାବୀ ଢଙ୍ଗରେ ମୁକାବିଲା କରିବାରେ ଏବଂ ଏକ ଆକର୍ଷଣୀୟ ନିବେଶ ସ୍ଥଳ ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ।

ଭାରତର ସୁଦୃଢ଼ ଆର୍ଥିକ ଗତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି ଏବଂ ବିଶ୍ୱ ଶକ୍ତି ଚାହିଦା-ଯୋଗାଣ ସନ୍ତୁଳନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

ଭାରତର ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିବେଶ ସୁଯୋଗ ଉପରେ ପ୍ରଧାନମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ନିବେଶ-ଅନୁକୂଳ ନୀତି ସଂସ୍କାରକୁ ଦର୍ଶାଇ ସେ ଅନୁସନ୍ଧାନ ଏବଂ ଉତ୍ପାଦନରେ ପ୍ରାୟ ୧୦୦ ବିଲିୟନ ଆମେରିକୀୟ ଡଲାରର ନିବେଶ ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ସେ କମ୍ପ୍ରେସଡ୍‍ ବାୟୋ-ଗ୍ୟାସ୍ (ସିବିଜି) ରେ ୩୦ ବିଲିୟନ ଆମେରିକୀୟ ଡଲାରର ସୁଯୋଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଏହାବ୍ୟତୀତ, ସେ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା, ବିଶୋଧନାଗାର-ପେଟ୍ରୋକେମିକାଲ ଏକୀକରଣ ଏବଂ ସାମୁଦ୍ରିକ ଏବଂ ଜାହାଜ ନିର୍ମାଣ ସମେତ ବ୍ୟାପକ ଶକ୍ତି ମୂଲ୍ୟ ଶୃଙ୍ଖଳାର ସୁଯୋଗ ଉପରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଶକ୍ତି ପରିଦୃଶ୍ୟ ଅନିଶ୍ଚିତତା ଦ୍ୱାରା ଚିହ୍ନିତ ହୋଇଥିବାବେଳେ ଏହା ବିପୁଳ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। ସେ ନବସୃଜନ, ସହଯୋଗ ଏବଂ ଗଭୀର ଭାଗିଦାରୀ ପାଇଁ ଆହ୍ୱାନ କରି ଦୋହରାଇଥିଲେ ଯେ ସମଗ୍ର ଶକ୍ତି ମୂଲ୍ୟ ଶୃଙ୍ଖଳାରେ ଭାରତ ଏକ ବିଶ୍ୱସନୀୟ ଅଂଶୀଦାର ଭାବେ ପ୍ରସ୍ତୁତ ରହିଛି।

ଏହି ଉଚ୍ଚସ୍ତରୀୟ ଗୋଲଟେବୁଲ ବୈଠକରେ ଟୋଟାଲ ଏନର୍ଜି, ବିପି, ଭିଟୋଲ, ଏଚଡି ହୁଣ୍ଡାଇ, ଏଚଡି କେଏସଓଇ, ଆକର୍, ଲାଞ୍ଜା ଟେକ୍, ବେଦାନ୍ତ, ଇଣ୍ଟରନ୍ୟାସନାଲ ଏନର୍ଜି ଫୋରମ୍ (ଆଇଇଏଫ), ଏକ୍ସେଲେରେଟ୍, ଉଡ୍ ମ୍ୟାକେଞ୍ଜି, ଟ୍ରାଫିଗୁରା, ଷ୍ଟାଟସୋଲି, ପ୍ରଜ୍, ରିନ୍ୟୁ ଏବଂ ଏମଓଏଲ ସମେତ ଅଗ୍ରଣୀ ବିଶ୍ୱ ତଥା ଭାରତୀୟ ଶକ୍ତି କମ୍ପାନୀ ଏବଂ ଅନୁଷ୍ଠାନଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ୨୭ ଜଣ ସିଇଓ ଏବଂ ବରିଷ୍ଠ କର୍ପୋରେଟ  ଜଗତର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ।

ଏହି ଆଲୋଚନାରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂହ ପୁରୀ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

ନରେନ୍ଦ୍ର ମୋଦୀ ଭାରତର ଅଭିବୃଦ୍ଧି ଶକ୍ତି କ୍ଷେତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା: ବଙ୍ଗଳାରେ ବିଚାରପତିମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି

April 22, 2026
Latest News

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.