ଖୋର୍ଦ୍ଧା: ଆଜି ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗର ଗାଁ ପଞ୍ଚାୟତରେ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ମୋଟ ୨୨୯ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨୦୬ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୧୪ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୪ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ୩ ଜଣ ହିତାଧିକାରୀଙ୍କୁ ଯଥା କ୍ରମେ ୧୫,୦୦୦/-,୧୦,୦୦୦/- ଏବଂ ୫୦୦୦/-ଟଙ୍କା ଲେଖାଏ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା ରାଶି ଏବଂ ୨ ଜଣଙ୍କୁ ୧୫,୦୦୦/- ୩୦୦୦/- ଟଙ୍କା ଲେଖାଏଁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଆଜିର ମିଳିତ ଜନଶୁଣାଣି ଅବସରରେ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି…
Author: SM Network
ଖୋର୍ଦ୍ଧା: ଆଜି ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା ଆନୁଷ୍ଠାନିକ ଭାବେ ସଭାକୁ ଉଦ୍ଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଯୁବପିଢିଙ୍କୁ ନିଜର କର୍ମ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ ଓ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା କ୍ରୀଡ଼ା ଅଧୂକାରୀ ଅଜୟ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ଯୁବ ଉତ୍ସବ ମାଧ୍ୟମରେ ଯୁବକ ଯୁବତୀମାନଙ୍କର ପ୍ରତିଭା ବିକଶିତ ହୋଇପାରିବ ବୋଲି କହିଥିଲେ ଓ ଜିଲ୍ଲା ରାଜ୍ୟ ଓ…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ନେହେରୁ ସେବା ସଂଘ ଭବାନୀପାଟଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡି ତରଫରୁ ଭବାନୀପାଟଣାର ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଇଟାଲୀର ଦମ୍ପତି ଲୁସିଆନା ରୋସି ଓ ଲୁଇଗୀ ରୋସୋ ଏବଂ ଝିଅ ପ୍ରତୀକ୍ଷାକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟ କୁମାର ଦରୱାନଙ୍କ ଦ୍ଵାର ବିଦେଶୀ ଦମ୍ପତି ଏବଂ ପୋଷ୍ୟ ସନ୍ତାନ ଝିଅ ପ୍ରତୀକ୍ଷା କୁ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରକାଶ ଥାଉକି ପୋଷ୍ୟ ସନ୍ତାନ ଝିଅ ପ୍ରତୀକ୍ଷାକୁ ସେପ୍ଟେମ୍ବର ୨୧ ତାରିଖ ୨୦୧୬ ମସିହାର ଇଟାଲୀର ଏହି ଦମ୍ପତି ନିଜର ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିନେଇଥିଲେ। ପୋଷ୍ୟ ସନ୍ତାନ ଗ୍ରହଣ କରିବାର ୮ ବର୍ଷ ପରେ ବିଦେଶରୁ ନିଜର ଜନ୍ମ ମାଟି କଳାହାଣ୍ଡିକୁ ପ୍ରତୀକ୍ଷା ନିଜର ମା ବାପା ସହିତ ମିଶି ଆସିଥିବାରୁ ଖୁସି ଅନୁଭବ କରିଛି ଓ ଇଟାଲୀରେ ଭଲରେ ରହି ପାଠ ପଢୁଥିବା କହିଥିଲେ।…
ଭୁବନେଶ୍ଵର: ଝାରଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶର ପ୍ରତିନିଧୀ ଦଳ ଶନିବାର ଗଂଜାମ ଜିଲ୍ଲା ଚମାଖଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ଯଜ୍ଞଶାଳ ଗ୍ରାମରେ ଥିବା ବିଭବକେନ୍ଦ୍ରକୁ ପରିଦର୍ଶନ କରଛନ୍ତି। ସେଠାରେ ହେଉଥିବା ବିଭିନ୍ନ କାର୍ଯ୍ୟ ର ତଦାରଖ କରିଥିଲେ। କେନ୍ଦ୍ରରେ କିଭଳି ଭାବେ ମାଟିରେ ମିଶୁଥିବା ଅର୍ବଜନା ଓ ମାଟିରେ ନ ମିଶି ପାରୁଥିବା ଅବର୍ଜନା ଯଥା; ବିଭିନ୍ନ କିସମର ପ୍ଲାଷ୍ଟିକ, ପଲିଥିନ, ଜରି, ଭଙ୍ଗା ଟିଣ, ଭଙ୍ଗାରୁଜା କାଚ ଇତ୍ୟାଦିର କିଭଳି ଭାବେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟଙ୍କ ଦ୍ୱାରା ସୁପରିଚାଳନା କରାଯାଉଛି ଏବଂ ଖତ ତିଆରି କରାଯାଉଛି ତାହାକୁ ବୁଲି ଦେଖିଥିଲେ। ସମସ୍ତ ପ୍ରକ୍ରିୟା ବିଶଦ ଭାବେ ବୁଝିଥିଲେ। ତତ୍ ସହିତ ଚମାଖଣ୍ଡି ପଂଚାୟତର ଥିବା ଗୋଷ୍ଠୀ ଶୌଚାଳୟ ଦେଖିଥିଲେ। ଏହାପରେ ଶ୍ରୀରାମଚନ୍ଦ୍ରପୁର ପଂଚାୟତର ଏ ତୋଟାପଲ୍ଲୀ ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ଆବର୍ଜନା ପାଣିର ସୁପରିଚାଳନା କରାଯାଉଛି ତାହା ଦେଖିଲେ ଏବଂ ବ୍ୟକ୍ତିଗତ ଶୌଚାଳୟ,…
ଭୁବନେଶ୍ଵର: ଆଜି ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ କଣ୍ଟାବଣ ସ୍ଥିତ ବଡପଡା ପେଲ ନିକଟରେ ଉମାଶଙ୍କର ନାମକ ଏକ ଘରୋଇ ବସ୍ ହଠାତ୍ ଭରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ବସ୍ ମଧ୍ୟରେ ଥିବା ଶତାଧିକ ଯାତ୍ରୀ ଆହତ। ବସର ହେଲପର ସମେତ ଅନ୍ୟାନ୍ୟ ଆହାତ ଯାତ୍ରୀ ମାନଙ୍କୁ ସଂଗେ ସଂଗେ ୧୦୮ ଆମ୍ବୁଲାନସ୍ ଯୋଗେ କେନ୍ଦ୍ରାପଡା ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣା ପଡିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୋଟିଏ ଏକ୍ସ ପୋଷ୍ଟରେ ଦର୍ଶାଯାଇଛି: ‘‘ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଧାନମନ୍ତ୍ରୀ @narendramodiଙ୍କୁ ସାକ୍ଷାତ କରିଛନ୍ତି।’’
ପୁରୀ: ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇଜଣ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେମାନେ ହେଲେ ମୁଖ ପଖାଳ ସେବକ ଶ୍ରୀ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆ। ଶ୍ରୀମନ୍ଦିର ଆଇନ୍ ୨୧-କ ଧାରା ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ସେନେଇ ସନ୍ତୋଷଜନକ କୈଫିୟତ ରଖିବାକୁ ୭ ଦିନର ସମୟ ଦିଆଯାଇଛି। ଶ୍ରୀମନ୍ଦିର କମାଣ୍ଡରଙ୍କ ଜରିଆରେ ଏହି କେଫିୟତ ଦାଖଲ କରିବାକୁ କୁହାଯିବା ସହ ଧାର୍ଯ୍ୟ ସମୟ ଭିତରେ ଏହା ହସ୍ତଗତ ନହେଲେ, କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଅଛି। ନୋଟିସରେ କୁହାଯାଇଛି ଯେ, ଗତ ତା ୧୬-୧୨-୨୪ ରିଖ ଦିନ ମୁକ୍ତିମଣ୍ଡପ ସାମ୍ନାରେ ଅବକାଶ ପାଦୁକା ବଣ୍ଟନକୁ ନେଇ ଉଭୟ ସେବକ ପରସ୍ପରକୁ ଗାଳିଗୁଳଜ କରିବା ସହ ମାରପିଟ୍ କରି ରକ୍ତାକ୍ତ କରିଥିଲେ। ଏହି ଘଟଣାକୁ ଯୋଗୁଁ ଶ୍ରୀମନ୍ଦିର ପରିସରରେ ସେତେବେଳ ଉପସ୍ଥିତ ଥିବା ଭକ୍ତଙ୍କ ମାନେ ଶୃଙ୍ଖଳା ନେଇ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଗତକାଲି ବିଳମ୍ବିତ ରାତିରେ କୁଏତରୁ ଫେରିଥିଲେ। ସେଠାରେ ସେ ଭାରତୀୟ ଯୁବବର୍ଗ ଏବଂ ପେସାଦାରମାନଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି। ଏହା ଏକ ଅତ୍ୟନ୍ତ ସୁଖଦ ସୌଭାଗ୍ୟ ଯେ ଫେରିବା ପରେ ଦେଶର ଯୁବକମାନଙ୍କ ସହିତ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ହେଉଛି। ‘‘ଦେଶର ହଜାର ହଜାର ଯୁବକଯୁବତୀଙ୍କ ପାଇଁ ଆଜି ଏକ ନୂଆ ଆରମ୍ଭ। ଅନେକ ବର୍ଷର ସ୍ୱପ୍ନ ସାକାର…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅର୍ନ୍ତଗତ ଶ୍ରୀରାମ ନଗର ଅଞ୍ଚଳର କବିର ପାତ୍ର ନାମକ ଜଣେ ବ୍ୟବସାୟୀଙ୍କୁ ଗତ ଶନିବାର ମଧ୍ୟାହ୍ନରେ ପୁରୁଣା ଅପରାଧୀ ଭାଲୁ ସାମଲ ନେତୃତ୍ୱରେ କିଛି ଯୁବକ ଆତର୍କିତ ଭାବେ ଆକ୍ରମଣ କରି ୩୦ ଲକ୍ଷ ଟଙ୍କା ଦାବୀ କରିଥିଲେ। ନଚେତ୍ ପୁରା ପରିବାର କୁ ହତ୍ୟା ଧମକ ଦେଇ ସେଠାରୁ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ଆତଙ୍କିତ କବିର ପାତ୍ର ବଡ଼ବଜାର ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ନିକଟରେ ସଂଲଗ୍ନ ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ପୋଲିସ ଦୁଇ ଯୁବକ ବିକି ମହାପାତ୍ର ଓ ରିଙ୍କୁ ସାମଲ କୁ ବିଭିନ୍ନ ଅପରାଧୀକ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଘଟଣାରେ ବ୍ୟବହୃତ ଦୁଇଟି ମୋଟରସାଇକେଲ କୁ ଜବତ କରିଛନ୍ତି। ଏତଦବ୍ୟତୀତ ଆଉ ସମସ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲିି ଥାନା ସୁତ୍ରରୁ ପ୍ରକାଶ।
ପୁରୀ: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାର ୧୨୭ ଜଣ ଯାତ୍ରୀ ସିରିଡି ଓ ନାସିକ ଗସ୍ତରେ ଯିବେ। ସେମାନଙ୍କୁ ସହଯୋଗ ପାଇଁ ୪ ଜଣ ସହାୟକ ଅଧିକାରୀ ମଧ୍ୟ ସେମାନଙ୍କ ସହ ଯିବେ। ଏ ନେଇ ପୁରୀ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ତୀର୍ଥଯାତ୍ରାରେ ଯିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନଲାଇନ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିବା ବେଳେ ସେଥିରେ ୪୭୫ ଜଣ ଏକକ ଓ ଦମ୍ପତି ଆବେଦନ କରିଥିଲେ। ତେବେ ଆବେଦନ କାରୀ ଙ୍କ ଇ-ରାଣ୍ଡେମାଇଜେସନ ବା କମ୍ପ୍ୟୁଟର ଲଟେରୀ ପ୍ରକ୍ରିୟା ଅନୁସାରେ ଚିହ୍ନଟ କରାଯାଇ ପ୍ରଥମ ପର୍ଯ୍ୟାୟରେ ସିରିଡି ଓ ନାସିକ କୁ ଜାନୁଆରୀ ୧୭ ରୁ ଜାନୁଆରୀ ୨୨ ତାରିଖ ପଠାଯିବ। ରାଣ୍ଡେମାଇଜେସନରେ ଯୋଗ୍ୟ ତୀର୍ଥଯାତ୍ରୀ ଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ। ଜାନୁଆରୀ ୧୬ ତାରିଖରେ ତୀର୍ଥଯାତ୍ରୀ ମାନେ ପର୍ଯ୍ୟଟନ କାର୍ଯ୍ୟାଳୟ ରେ…
ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ତା ୨୨. ୧୨. ୨୪ ରିଖ ଠାରୁ ତା ୦୫. ୦୧. ୨୫ ରିଖ ପର୍ଯ୍ୟନ୍ତ ପାଳନ ଅବସରରେ ଆଜି ଦିବା ୧୦ ଘଟିକା ସମୟରେ ପାଣି ପଞ୍ଚାୟତ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନୀଲୁ ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁଭ ଉଦଘାଟନ କରିଛନ୍ତି। ଏହି ରଥଟି ଆଜିଠାରୁ ତା ୨୯. ୧୨. ୨୪ ରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ଓ ସେଚ ଅଞ୍ଚଳରେ ଥିବା ମୁଖ୍ୟ ମାର୍ଗ ଦେଇ ପାଣି ପଞ୍ଚାୟତ ଓ ଜଳସେଚନ ସମ୍ବନ୍ଧୀୟ ବାର୍ତ୍ତା ପ୍ରଚାର କରିବ। ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ସମାବେଶ ଜଣ୍ଟିଲୋ ଠାରେ ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଉଠା ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ, ଡେରାବିଶ,…
ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ଟାଉନ୍ ହଲ୍ ଠାରେ ‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର, ସାରଳା ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସଂସ୍କୃତିବିତ୍ ଜୟନ୍ତ ବେହେରା, ଶିକ୍ଷାବିତ୍ ତଥା ବରିଷ୍ଠ ନାଟ୍ୟକାର ଉମେଶ ଚନ୍ଦ୍ର ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ। ପ୍ରଥମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ପରିବେଷିତ ହୋଇଥିଲା ନାଟକ “ଅର୍ଦ୍ଧବାକ୍ୟ”। ଏହାକୁ ଅଭିନୟ, ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ତଥାଗତ ମିଶ୍ର। ସେହିଭଳି ପ୍ରଥମ ସନ୍ଧ୍ୟାର ଦ୍ଵିତୀୟ ପର୍ଯ୍ୟାୟରେ ସ୍ମାରକୀ ନାଟ୍ୟ ସଂସ୍ଥା ଦ୍ଵାରା ପରିବେଷଣ ହୋଇଥିଲା ନାଟକ ‘ଜୟଯାତ୍ରା’। ଏହି ନାଟକକୁ ବରିଷ୍ଠ ନାଟ୍ୟକାର ମନୋଜ ରଥ ରଚନା କରିଥିବା ବେଳେ ଯୁବ…
ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। କିନ୍ତୁ ଆଇସିସି ଏହାକୁ ଶୀଘ୍ର ଘୋଷଣା କରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଫେବୃଆରୀ ୨୩ ତାରିଖରେ ଖେଳାଯାଇପାରେ। ଖବର ଅନୁଯାୟୀ, ହାଇବ୍ରିଡ ମଡେଲ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ୟୁଏଇକୁ ବାଛିଛି। ଏହା ସହିତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ପାଇଁ ଏକ ରିଜର୍ଭ ଦିନ ରଖାଯାଇଛି। ନିକଟରେ ପିସିବି ଚେୟାରମ୍ୟାନ୍ ମୋହସିନ୍ ନକଭି ଇସିବି ଚେୟାରମ୍ୟାନଙ୍କ ସହ ଏକ ବୈଠକ କରିଥିଲେ। ଏହା ପରେ ୟୁଏଇର ନାମକୁ ଅନୁମୋଦନ ମିଳିଥିଲା। ବର୍ତ୍ତମାନ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆୟୋଜିତ ହୋଇପାରେ। ଯଦିଓ ଏହାର ଔପଚାରିକ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ। ଫେବୃଆରୀ ୨୦ ତାରିଖରେ ବାଂଲାଦେଶ ବିପକ୍ଷ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ ଖେଳିପାରେ। ଯଦି ଅନ୍ତିମ ଦିନରେ ବର୍ଷା ହୁଏ,…
ନୂଆଦିଲ୍ଲୀ: ଗତ ଦଶନ୍ଧିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବିଶ୍ୱ ପରିଚୟକୁ ମଜବୁତ କରିଛନ୍ତି। ଏହାର ପ୍ରମାଣ ହେଉଛି ଗତ ୧୦ ବର୍ଷ ମଧ୍ୟରେ ସେ ୨୦ ଟି ଦେଶରୁ ସମ୍ମାନ ହାସଲ କରିଛନ୍ତି। ପିଏମ ମୋଦୀଙ୍କୁ ମିଳିଥିବା ସମ୍ମାନ: ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଫଗାନିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ଅମିର ଅମାନୁଲ୍ଲା ଖାନଙ୍କ ଦ୍ଵାରା ପ୍ରଦାନ କରାଯାଇଛି। ୨୦୧୬ ମସିହାରେ ପିଏମ ମୋଦୀଙ୍କୁ ସାଉଦି ଆରବର ସର୍ବୋଚ୍ଚ ନାଗରିକ ସମ୍ମାନ ‘ରାଜା ଅବଦୁଲ ଅଜିଜ ସୈଶ’ ପ୍ରଦାନ କରିଥିଲେ। ଇସ୍ରାଏଲ ସହ ଯୁଦ୍ଧ କରୁଥିବା ପାଲେଷ୍ଟାଇନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨୦୧୮ ମସିହାରେ ଗ୍ରାଣ୍ଡ କଲର ଅଫ୍ ଦ ଷ୍ଟେଟ ପାଲେଷ୍ଟାଇନ ପୁରସ୍କାରରେ ସମ୍ମାନିତ କରିଛି। ସଂଯୁକ୍ତ ଆରବ ଏମିରେଟ୍ସ ୨୦୧୯ ରେ ପିଏମ ମୋଦୀଙ୍କୁ ଅର୍ଡର ଅଫ ଜାୟଦ ପୁରସ୍କାରରେ ସମ୍ମାନିତ କରିଛି। ୨୦୧୯ ମସିହାରେ ମାଲଦ୍ୱୀପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଶାନ ଇଜୁଦ୍ଦିନ ସମ୍ମାନରେ ସମ୍ମାନିତ…
ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ରାଜସ୍ଥାନର ଉଦୟପୁରରେ ମହାଆଡମ୍ବରରେ ବିବାହ କରିଛନ୍ତି। ତାଙ୍କ ବିବାହ ଉତ୍ସବରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ସିନ୍ଧୁ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିଛନ୍ତି। ହିନ୍ଦୁ ରୀତିନୀତି ଅନୁଯାୟୀ ସିନ୍ଧୁ ଏବଂ ଭେଙ୍କଟ ବିବାହ ହୋଇଛି। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ସିନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ସେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଘନିଷ୍ଠ ସମ୍ପର୍କୀୟଙ୍କ ସହ କିଛି ସେଲିବ୍ରିଟିଙ୍କୁ ମଧ୍ୟ ସିନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଏହା କେବଳ ସୀମିତ ଲୋକଙ୍କ ସହିତ ସମ୍ପନ୍ନ ହୋଇଥିଲା। ବର୍ତ୍ତମାନ ରିସେପ୍ସନ୍ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ସିନ୍ଧୁ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ସେ ନିଜେ ଭେଙ୍କଟଙ୍କ ସହ ସଚିନଙ୍କ ଘରକୁ ଯାଇଥିଲେ।…
ନୂଆଦିଲ୍ଲୀ: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ତଦନ୍ତ ଆୟୋଗ ଦେଶରୁ ଲୋକ ନିଖୋଜ ହେବାରେ ଭାରତର ଭୂମିକା ଉପରେ ସନ୍ଦେହ ପ୍ରକଟ କରିଛି। ଏହି ଆୟୋଗ ବାଂଲାଦେଶର ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଗଠନ କରିଥିଲା। ବର୍ତ୍ତମାନ ତଦନ୍ତ ଆୟୋଗ ଦାବି କରିଛି ଯେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶରେ ‘ବାଧ୍ୟତାମୂଳକ ନିଖୋଜ’ ମାମଲାରେ ଭାରତ ସମ୍ପୃକ୍ତ ଥିଲା। ଏହାର ରିପୋର୍ଟକୁ ସମର୍ଥନ କରି ଦୁଇଟି ନିର୍ଦ୍ଦିଷ୍ଟ ମାମଲା ଦର୍ଶାଇ ରାପିଡ୍ ଆକ୍ସନ୍ ବାଟାଲିୟନ (RAB) ର ଭୂମିକା ବିଷୟରେ ମଧ୍ୟ ଆୟୋଗ କହିଛି। ତେଣୁ ତଦନ୍ତ ଆୟୋଗ ମଧ୍ୟ RAB ରଦ୍ଦ କରିବାକୁ ସୁପାରିଶ କରିଛି। ଦୀର୍ଘ ଦିନ ଧରି ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ଲାଗି ରହିଛି। ଏବେ ବାଂଲାଦେଶ ଦ୍ୱାରା କରାଯାଇଥିବା ନୂଆ ଅଭିଯୋଗ ଏହି ଟେନସନକୁ…
ମୁମ୍ବାଇ: ମହାରାଷ୍ଟ୍ରର ଅଜିତ ପାୱାର ଦଳର ନେତା ଛଗନ ଭୁଜବଲ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବା ପାଇଁ ସାଗର ବଙ୍ଗଳା ଠାରେ ନିକଟରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର କ୍ୟାବିନେଟରେ ସ୍ଥାନ ନ ପାଇବାରୁ ଭୁଜବଲ ଅସନ୍ତୁଷ୍ଟ ଅଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ସହ ତାଙ୍କର ସାକ୍ଷାତ ପରେ ପ୍ରଶ୍ନ ଉଠୁଛି କି ଏନସିପି ନେତା ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ହେଉଛନ୍ତି କି? ଏ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ, ଏନସିପି ନେତା ଛଗନ ଭୁଜବଲ ମନ୍ତ୍ରୀ ପଦ ନ ପାଇ ଅଜିତ ପାୱାରଙ୍କୁ ଟାର୍ଗେଟ କରିଥିଲେ। କିଛି ଦିନ ପୂର୍ବରୁ ସେ କହିଥିଲେ ଯେ, ଦେବେନ୍ଦ୍ର ଫଡନାଭିସ୍ ତାଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି, କିନ୍ତୁ ଅଜିତ ପାୱାର ଏହା ହେବାକୁ ଦେଇନାହାଁନ୍ତି। ଅଜିତ ପାୱାର ଏନସିପି ପାଇଁ ନିଷ୍ପତ୍ତି ନିଅନ୍ତି। ଏହା ପରେ ଭୁଜବଲ କହିଥିଲେ ଯେ, ‘ଯେଉଁଠାରେ ଶାନ୍ତି ନାହିଁ, ସେଠାରେ ରହି ହେବ ନାହିଁ’। ସେ…
ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ନିକଟରେ କହିଥିଲେ ଯେ, ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ ପ୍ରସଙ୍ଗ ଉଠାଇ ହିନ୍ଦୁମାନଙ୍କର ନେତା ହୋଇପାରିବେ ବୋଲି ଅନୁଭବ କରନ୍ତି। ବର୍ତ୍ତମାନ ଜଗତ ଗୁରୁ ସ୍ଵାମୀ ରାମଭଦ୍ରାଚାର୍ଯ୍ୟ ମହାରାଜ ମଧ୍ୟ ତାଙ୍କ ବିବୃତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସ୍ଵାମୀ ରାମଭଦ୍ରାଚାର୍ଯ୍ୟ ମହାରାଜ ନିକଟରେ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କ ବିବୃତ୍ତିରେ ମତଭେଦ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, ମୋହନ ଭାଗବତ ଆମର ଅନୁଶାସକ ନୁହଁନ୍ତି। ମୋହନ ଭାଗବତଙ୍କ ନିକଟରେ ଦେଇଥିବା ବିବୃତ୍ତିରେ ସ୍ଵାମୀ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ, “ମୁଁ ମୋହନ ଭଗବତ ଜୀ ଙ୍କ ବିବୃତ୍ତିରେ ଆଦୌ ସହମତ ନୁହଁ। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ମୋହନ ଭାଗବତ ଆମର ଅନୁଶାସକ ନୁହଁନ୍ତି। ବରଂ ଆମେ ତାଙ୍କର ଅନୁଶାସକ।” ମୋହନ ଭାଗବତ କହିଥିଲେ ଯେ, କିଛି ଲୋକ…
ବାଣପୁର: ଗତକାଲି ରାତି ୧୦ ଘଟିକାରେ ବାଣପୁରରୁ ଭୁବନେଶ୍ୱର ଯାଉଥିବା ଏକ କାର ଜାତୀୟ ରାଜପଥ ବିଷ୍ଣୁଡ଼ିହ ଓଭର ବ୍ରିଜ ନିକଟ ରାସ୍ତା ଉପରେ ସମ୍ପୂର୍ଣ୍ଣ ଜଳି ଯାଇଛି। କାରଟି ସୁଜକି ଡ଼ିଜାୟାର ହୋଇଥିବା ବେଳେ ତାହାର ନମ୍ବର ଓଡି ୧୪ କିୟୁ ୩୮୬୯ ବୋଲି ଜଣାପଡିଛି। ଖବର ମୁତାବକ ବାଣପୁର ଏଏନସି ଅନ୍ତର୍ଗତ ବଡହନ୍ତୁଆଡ଼ ମୁସଲିମ ସାହିର ଅବିଦ ଖାଁ ତାଙ୍କ ଭାଇ ବାହାଘର ନିମନ୍ତେ ବିବାହ ସାମଗ୍ରୀ କିଣିବା ପାଇଁ ଭୁବନେଶ୍ୱର ଯାଉଥିଲେ। ବିଷ୍ଣୁଡ଼ିହ ଓଭରବ୍ରିଜ ନିକଟରେ ବ୍ୟାଟେରୀ ସର୍ଟ ସର୍କିଟରୁ କାରରେ ନିଆଁ ଲାଗିଥିବା ବେଳେ କାର ଭିତରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ବାଲୁଗାଁ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁ ଲିଭାଇଥିବା ବେଳେ କାରଟି ସମ୍ପର୍ଣ୍ଣ ଜଳି ଯାଇଥିବା ଜଣାପଡିଛି। ବାଣପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ଭୁବନେଶ୍ଵର: ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ହୃଦ ରୋଗୀ ଶିଶୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଥିପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ସମସ୍ତ ୧୦ ଟି ବ୍ଳକ ଓ ୨ ଟି ପୌର ପାଳିକାରୁ ୬୭୦ ଜଣ ହୃଦ ରୋଗ ପୀଡିତ ଶିଶୁ ପଞ୍ଜିକୃତ କରିଥିଲେ। ସମସ୍ତ ପଞ୍ଜିକୃତ ଶିଶୁଙ୍କ ଇକୋ କରାଯାଇ ସ୍କ୍ରିନିଂ କରାଯାଇଥିଲା। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଅନୁବନ୍ଧିତ ରାୟପୁରର ଘରୋଇ ଚିକିତ୍ସାଳୟର ହୃଦ ରୋଗ ବିଶେଷଜ୍ଞ ସମସ୍ତ ଶିଶୁ ଙ୍କ ପରୀକ୍ଷା କରିଥିଲେ। ଗୁରୁତର ଓ ଅତି ଗୁରୁତର ହୃଦ ସମସ୍ୟା ଥିବା ଶିଶୁ ଙ୍କ ଚି଼ହ୍ନଟ କରାଯାଇ ଥିଲା। ସମସ୍ତ ଶିଶୁ ଙ୍କୁ ଅସ୍ତ୍ରୋପଚାର ଓ ଅଧିକ ଚିକିତ୍ସା ପାଇଁ ରାୟପୁର କୁ ପଠାଯିବ। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରେ ୧୮ ବର୍ଷରୁ କମ ବୟସ ର ଶିଶୁ…
ନୂଆଦିଲ୍ଲୀ: ଏକ ସୁସ୍ଥ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସ୍ୱାସ୍ଥ୍ୟସେବା ଉପଲବ୍ଧତା, ସମାନତା ଏବଂ ଫଳାଫଳରେ ଯଥେଷ୍ଟ ଅଗ୍ରଗତି ଦ୍ୱାରା ପ୍ରତିଫଳିତ ହୋଇଛି। ଗତ ଦଶନ୍ଧି ମଧ୍ୟରେ, ଭାରତ ପରିବର୍ତ୍ତନକାରୀ ନୀତି ଏବଂ ପଦକ୍ଷେପଗୁଡିକ କାର୍ଯ୍ୟକାରୀ କରିଛି ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର ହାସଲ କରିବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଏହି ଯାତ୍ରାର ଏକ ପ୍ରମୁଖ ମାଇଲଖୁଣ୍ଟ ଥିଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ)ର ଶୁଭାରମ୍ଭ। ଏବି-ପିଏମଜେଏୱାଇ ୨୭ଟି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞତା କ୍ଷେତ୍ରରେ ୧,୯୬୧ଟି ଚିକିତ୍ସା ପଦ୍ଧତି ଅନୁଯାୟୀ ଦ୍ବିତୀୟ ଏବଂ ତୃତୀୟ ସ୍ତରୀୟ ଚିକିତ୍ସା ପାଇଁ ପ୍ରତି ଯୋଗ୍ୟ ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିଥାଏ। ୧୭ ଡିସେମ୍ବର ୨୦୨୪ ସୁଦ୍ଧା, ଏବି ପିଏମ-ଜେଏୱାଇ ୩୬.୨୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡଜାରି କରି ଉଲ୍ଲେଖନୀୟ ଅଗ୍ରଗତି କରିଛି, ଯାହା…

