Author: SM Network

ନୂଆଦିଲ୍ଲୀ: କୁଏତ ଗସ୍ତର ପ୍ରଥମ କାର୍ଯ୍ୟକ୍ରମ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଏତର ମୀନା ଅବଦୁଲ୍ଲା ଅଞ୍ଚଳରେ ଏକ ଶ୍ରମ ଶିବିର ପରିଦର୍ଶନ କରିଛନ୍ତି ଯେଉଁଥିରେ ପାଖାପାଖି ୧୫୦୦ ଭାରତୀୟ ନାଗରିକ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଭାରତୀୟ ଶ୍ରମିକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଶ୍ରମ ଶିବିର ଗସ୍ତ ବିଦେଶରେ ଥିବା ଭାରତୀୟ ଶ୍ରମିକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତାକୁ ଦର୍ଶାଉଛି। ଗତ କିଛିବର୍ଷ ମଧ୍ୟରେ ସରକାର ବିଦେଶରେ ଥିବା ଭାରତୀୟ ଶ୍ରମିକଙ୍କ କଲ୍ୟାଣ ପାଇଁ ଇ-ମାଇଗ୍ରେଟ୍ ପୋର୍ଟାଲ, ମଦଦ୍‌ ପୋର୍ଟାଲ ଏବଂ ଉନ୍ନତ ପ୍ରବାସୀ ଭାରତୀୟ ବୀମା ଯୋଜନା ଭଳି ଅନେକ ଜ୍ଞାନକୌଶଳ ଭିତ୍ତିକ ପଦକ୍ଷେପ ଗ୍ରହଣ କରିଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମାୟଣ ଓ ମହାଭାରତର ଅନୁବାଦ ଅବଦୁଲ୍ଲା ଅଲ-ବରୁନ ଏବଂ ଅବଦୁଲ ଲତିଫ ଅଲ-ନେସେଫଙ୍କୁ ଆରବୀ ଭାଷାର ଅନୁବାଦ ଏବଂ ପ୍ରକାଶନ କ୍ଷେତ୍ରରେ ସେମାନଙ୍କ ଉଦ୍ୟମ ପାଇଁ ପ୍ରଶଂସା କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: ‘‘ରାମାୟଣ ଓ ମହାଭାରତର ଆରବୀ ଅନୁବାଦ ଦେଖି ଖୁସି ଲାଗୁଛି। ମୁଁ ଅବଦୁଲ୍ଲା ଅଲ-ବରୁନ ଏବଂ ଅବଦୁଲ ଲତିଫ ଅଲ-ନସେଫଙ୍କୁ ଏହାର ଅନୁବାଦ ଓ ପ୍ରକାଶନ ପାଇଁ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଉଛି। ସେମାନଙ୍କ ପଦକ୍ଷେପ ବିଶ୍ୱସ୍ତରରେ ଭାରତୀୟ ସଂସ୍କୃତିର ଲୋକପ୍ରିୟତାକୁ ଦର୍ଶାଉଛି।’’

Read More

ନୂଆଦିଲ୍ଲୀ: ଭାରତର ଉତ୍ପାଦନ କ୍ଷେତ୍ର ଏହାର ବିଶ୍ୱସ୍ତରୀୟ ଉପସ୍ଥିତିକୁ ପୁନଃପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ପ୍ରଗତିଶୀଳ ଚିନ୍ତାଧାରା ଦ୍ୱାରା ପରିଚାଳିତ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଛି। ଏହି ବିକାଶର କେନ୍ଦ୍ରବିନ୍ଦୁ ହେଉଛି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା, ଯାହା ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବୃଦ୍ଧି କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିବା ସହିତ ଦେଶକୁ ଏକ ଅଗ୍ରଣୀ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ସାହସିକ ଦୃଷ୍ଟିକୋଣର ଏକ ଆଧାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଅଗଷ୍ଟ ୨୦୨୪ ସୁଦ୍ଧା ୧୪ଟି କ୍ଷେତ୍ରରେ ୧.୪୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି,  ଫଳରେ ୧୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଉତ୍ପାଦନ/ବିକ୍ରୟ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତ୍ରିପୁରାର ଅଗରତାଲାଠାରେ ଉତ୍ତର-ପୂର୍ବ ପରିଷଦ (ଏନଇସି)ର ୭୨ତମ ପ୍ଲେନାରୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ, ତ୍ରିପୁରାର ରାଜ୍ୟପାଳ ଇନ୍ଦ୍ରସେନା ରେଡ୍ଡୀ ନାଲ୍ଲୁ, ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର (ଡ. ) ମାଣିକ ସାହା ଏବଂ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଉପସ୍ଥିତ ଥିଲେ। ଏହି ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମର ରାଜ୍ୟପାଳଙ୍କ ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସମେତ ମେଘାଳୟର ଗୋଷ୍ଠୀ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଏବଂ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ନିଜ ଅଭିଭାଷଣରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ଉତ୍ତର-ପୂର୍ବାଞ୍ଚଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।…

Read More

ମେଷ ରାଶି- ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଘର ବାହାରେ ସୁଖ ମିଳିବ। ରୋଜଗାର ଚିନ୍ତା ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଏକ ଦୃଢ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ବ୍ୟବସାୟରେ ଲାଭଦାୟକ ପରିବର୍ତ୍ତନ ଆସିବ। ବୃଷ ରାଶି-ଶତ୍ରୁମାନେ ପରାସ୍ତ ହେବେ। ଜମି ଏବଂ ନିର୍ମାଣ କାର୍ଯ୍ୟରେ କମିଶନି କାରବାର ହୋଇପାରେ। ଚାକିରି ପାଇବାର ସମ୍ଭାବନା। ବ୍ୟବସାୟ ଭଲ କରିବ। ନୂତନ କାର୍ଯ୍ୟକଳାପ ଲାଭଦାୟକ ହେବ। ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହେବ। ଶକ୍ତିର ନିଷ୍କ୍ରିୟତା ହେତୁ ମନ ଅସନ୍ତୁଷ୍ଟ ରହିବ। ମିଥୁନ ରାଶି-ପରିବାର ଚିନ୍ତିତ ହେବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଆଇନଗତ ପ୍ରତିବନ୍ଧକ ହଟିଯିବ। ବ୍ୟବସାୟ ଭଲ କରିବ। ଆପଣ ଦାନ କରି ମାନସିକ ସୁଖ ଅର୍ଜନ କରିବେ। ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ। ପରିବାର, ମାଙ୍ଗଳିକ କାର୍ଯ୍ୟ ଯୋଜନା କରାଯିବ। ଆପଣ ଋଣ ନେବା ଠାରୁ ଦୂରେଇ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଭିଡିଓ କନଫରେନ୍ସିଂମାଧ୍ୟମରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏକ ବୈଠକ କରି ୧୦୦ ଦିନିଆ ବ୍ୟାପକ ଯକ୍ଷ୍ମା ନିରାକରଣ ଅଭିଯାନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ଏହି ଅଭିଯାନ, ଏହି ଅଭିଯାନର ଉଦ୍ଦେଶ୍ୟ, ଗ୍ରହଣ କରାଯାଉଥିବା ପ୍ରମୁଖ ରଣନୈତିକ ପଦକ୍ଷେପ ଏବଂ ଅଭିଯାନର ସଫଳ ରୂପାୟନ ସୁନିଶ୍ଚିତ କରିବାରେ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଭୂମିକା ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପରିଷଦ ଭଵନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଖଣ୍ଡସ୍ତରୀୟ ଡିଜିଟାଲ ଫସଲ ସର୍ଭେ ଓ କୃଷକ ଦଲିଲ ସରଂକ୍ଷଣ ଉପରେ ଏକ ତାଲିମ ପ୍ରଶିକ୍ଷଣ ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚଳିତ ରବି ଋତୁର ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟ ହେବା ସହିତ ଗ୍ରାମପଂଚାୟତ ସ୍ତରରେ ସମସ୍ତ ଯୋଗ୍ୟ ଚାଷୀଙ୍କ ପ୍ରକୃତ ଜମି ଏବଂ ଆଧାରରୁ ସଠିକ ତଥ୍ୟ ସଂଗୃହୀତ କରାଯିବ। ଉକ୍ତ ଶିବିରରେ ଛତ୍ରପୁର ଉପଖଣ୍ଡର ୮ ଗୋଟି ବ୍ଲକର ସମସ୍ତ କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, ରାଜସ୍ବ ନିରୀକ୍ଷକ,ରାଜସ୍ବ ନିରୀକ୍ଷକ ସହାୟକ, ଅମିନ, ମୃତ୍ତିକା ସରଂକ୍ଷଣ କର୍ମଚାରୀ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା,ସହକାରୀ ପ୍ରକଳ୍ପ ନିର୍ଦ୍ଧେଶକ ମୋନାଲିସା ହୋତା ପ୍ରମୁଖ ମଞ୍ଚସିନ ଥିଲେ। ଡି ପି ଡି (ଆତ୍ମା) ବାସୁଦେବ ଶତପଥି ଓ ସହକାରୀ କୃଷି ଅଧିକାରୀ…

Read More

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା ଚାରିଟି କମିଟି ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଆଜି ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ମିଳିତ ବୈଠକ ରେ ଜିଲ୍ଲାପାଳ ଡଃ ମହାପାତ୍ର ଅଧ୍ୟକ୍ଷତା କରି ଜିଲ୍ଲାରେ ଥିବା ସମସ୍ତ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କ ଥଇଥାନ ପାଇଁ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୩ ମାସ ମଧ୍ୟରେ…

Read More

ଯାଜପୁର/ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେବାରେ କଲେଜ ଶିକ୍ଷାର ଏକ ବଡ଼ ଭୂମିକା ରହିଛି। ଏଥିପାଇଁ ବିଭିନ୍ନ କଲେଜର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଯାଜପୁରର ନରସିଂହ ଚୌଧୁରୀ (ଏନ୍ ସି) ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ବିଭାଗକୁ ଆଧୁନିକ ରୂପ ଦିଆଯାଉଛି। ଫଳରେ ଏଠାରେ ଯେଉଁ ଶିକ୍ଷଣୀୟ ପରିବେଶ ସୃଷ୍ଟି ହୋଇଛି ତାହା ଆଜି ଯାଜପୁର ସହିତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣ ସାଜିଛି। ଓଡ଼ିଶାରେ ଥିବା ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନ ଭିତରେ ଯାଜପୁରର ଏନ୍ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ୧୯୪୬ରେ ସ୍ଥାପିତ ଏହି ପୁରାତନ ମହାବିଦ୍ୟାଳୟକୁ ୧୯୯୯ ମସିହାରେ ସ୍ୱୟଂଶାସିତ ମାନ୍ୟତା ମିଳିବା ପରେ ଏଠାରେ ବିଭିନ୍ନ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯିବା ସହିତ କଲେଜର ଭିତ୍ତିଭୂମିକୁ ଉନ୍ନତିକରଣ କରିବା ଉପରେ ପ୍ରାଥମିକତା ଦିଆଯାଉଛି। ଏନ୍ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗରେ…

Read More

ଭୁବନେଶ୍ୱର: ନିଜ ଶିକ୍ଷାନୁଷ୍ଠାନ ପ୍ରତି ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବଡ଼ ଦାୟିତ୍ୱ ରହିଛି। ତେଣୁ ଯେଉଁଠାରୁ ଶିକ୍ଷା ଗ୍ରହଣ କରିଛ ସେହି ଶିକ୍ଷାନୁଷ୍ଠାନ ସହ କିଭଳି ଯୋଡ଼ି ହୋଇ ରହିହେବ ଏବଂ ତାହାର ମାନକୁ କିଭଳି ଉଚ୍ଚକୁ ନେଇ ହେବ ସେ ଦିଗରେ ପୁରାତନ ଛାତ୍ରଛାତ୍ରୀମାନେ ଯତ୍ନବାନ ହେବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ। ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଆଚର୍ଯ୍ୟ ନିଜକୁ ମଧ୍ୟ ସୋଆର ଜଣେ ପୁରାତନ ଛାତ୍ର ବୋଲି ନିଜ ଭାଷଣ ପ୍ରସଙ୍ଗରେ କହିଥିଲେ। ସୋଆର ପ୍ରଥମ ସମାବର୍ତନ ଉତ୍ସବରେ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିବାରୁ ନିଜକୁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଭାବେ ଅଭିହିତ କରିଥିଲେ ପ୍ରଫେସର ଆଚାର୍ଯ୍ୟ। ଏହି ପରିପ୍ରେକ୍ଷୀରେ ନିଜ ଶିକ୍ଷାନୁଷ୍ଠାନ…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲ ଅନ୍ତର୍ଗତ ମଥୁରା ପଞ୍ଚାୟତ ମାରଦା ମନ୍ଦିର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଆସିକା ସାଂସଦ ଅନୀତି ପ୍ରିୟଦର୍ଶିନୀ ପଟ୍ଟନାୟକ ଦିଲ୍ଲୀ ସ୍ଥିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଗତକାଲି ଭେଟି ଏକ ଦାବିପତ୍ର ଉପସ୍ଥାପନ କରିଛନ୍ତି। ଦିର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ।ଦିର୍ଘ ଦିନ ରୁ ହୋଇ ଆସୁଥିବା ଦାବି ଓ ସାଂସଦ ଙ୍କ ପ୍ରୟାସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଅବଗତ କରାଇଥିବାରୁ ପୋଲସରା ନାଗରିକ ମଞ୍ଚ ସଭାପତି ତଥା ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସମ୍ପାଦକ ମାନସ ରଞ୍ଜନ ତ୍ରୀପାଠୀ ସହିତ ବିଭିନ୍ନ ଅନୁଷ୍ଠାନ ଓ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ଆଗାମୀ ଦିନରେ ମାରଦା ମନ୍ଦିର ଠାରେ ଖୁବ ଶୀଘ୍ର ପ୍ରତିଷ୍ଠା ହେବାର ଆଶା ସଂଚାର ହୋଇଛି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଗ ପୂରା ଓଲଟି ଯାଇଛି। ଲଘୁଚାପ ଜନିତ ଅଦିନିଆ ବର୍ଷା ପଶି ଆସିଛି। ଚାଷୀ କୁଳ ଉପରେ ଦାଉ ସାଜିଛି, ଜିଲ୍ଲାରେ ଝିପି ଝିପି ବର୍ଷା ଲାଗିରହିଛି। କେଉଁଠି ଅସରାଏ, କେଉଁଠି ଲାଗି ରହିଛି ଝିପିଝିପି ବର୍ଷା। ବାତାବରଣ ପୂରା ଥଣ୍ଡା, ପ୍ରବଳ ଶୀତ। ଗତ ୨୪ଘଣ୍ଟା ମଧ୍ୟ ରେ ଗଞ୍ଜାମ ଜିଲ୍ଲାରେ ୯. ୫ ପ୍ରତିଶତ ହାର ରେ ୨୪୪. ୭ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି, ଛତ୍ରପୁରରେ ୧୭. ୨ ମିଲି ମିଟର ବର୍ଷା ହୋଇଥିବା ବେଳେ ଗଞ୍ଜାମ ରେ ୧୭. ୨ମିଲି ମିଟର, ପୁରୁଷୋତ୍ତମପୁର ରେ ୧୫ ମିଲି ମିଟର କବିସୂର୍ଯ୍ୟନଗର ରେ ୧୬ ମିଲି ମିଟର ବର୍ଷା ରେକର୍ଡ ହୋଇଛି। ସେହିଭଳି ପୋଲସରାରେ ୧୪. ୪ମିଲି ମିଟର, କୋଦଳା ରେ ୫ ମିଲି ମିଟର, ଖଲ୍ଲିକୋଟ ରେ ୫ ମିଲି ମିଟର, ହିଞ୍ଜିଳିକାଟୁରେ ୧୫ ମିଲି ମିଟର, ରଙ୍ଗେଈଲୁଣ୍ଡା…

Read More

ବାଲୁଗାଁ: ବାଲୁଗାଁ ଗୋପବନ୍ଧୁ ନଗରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ ‘ଅନ୍ଵେଷା’ ଆଜି ଚେତନାଶକ୍ତି ନିଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।  ଶିକ୍ଷାକେନ୍ଦ୍ରର ସଭାପତି ଅଧ୍ୟାପକ ରମାକାନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବରେ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ପ୍ରତିକ ସମୟରେ ଶ୍ରୀଅରବିନ୍ଦ ପ୍ରଦର୍ଶିତ ପୂର୍ଣ୍ଣାଙ୍ଗ ଶିକ୍ଷା କିପରି ଶିକ୍ଷାର୍ଥୀମାନଙ୍କର ଶାରୀରିକ, ମାନସିକ, ପ୍ରାଣିକ,ଚୈତ୍ତିକ ଓ ଆଧ୍ୟାତ୍ମିକ ବିକାଶରେ ସହାୟକ ହୋଇଥାଏ ତାହା ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ଉପସ୍ଥାପନା କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଉତ୍ତମ ପାଇକରାୟ ଯୋଗଦେଇ ପୂର୍ଣ୍ଣାଙ୍ଗ ଶିକ୍ଷା କିପରି ନୂତନ ଜାତୀୟ ଶିକ୍ଷାନୀତିକୁ ପ୍ରଭାବିତ କରିଛି, ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ତଥା ଖୋର୍ଦ୍ଧାଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ ସଂଯୋଜକ ସୁରେନ୍ଦ୍ର ନାଥ ଜେନା ପୂର୍ଣ୍ଣାଙ୍ଗ ଶିକ୍ଷାର ନୂତନ ଦିଗନ୍ତ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାପରେ ଅତିଥିମାନେ…

Read More

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ନେତୃତ୍ବରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଓ ଟିମ ପଇଁତରା ମାରୁଥିବା ବେଳେ ସରନଇ ବସ ଷ୍ଟପ ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ତିନି ଜଣ ଠିଆ ହୋଇଥିବା ବେଳେ ତଲାସୀ ବେଳେ ସେମାନଙ୍କ ନିକଟରୁ ଦୁଇଟି ବସ୍ତାରୁ ୨୬ କେଜି ଗଞ୍ଜେଇ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲାର ଟୁନା ବେହେରା (୩୮) ଓ ଖତି ଦାସ (୨୬) ଏବଂ ମଧ୍ୟପ୍ରଦେଶର ସରିତା ଯାଦବ (୨୧)।ଉକ୍ତ ଗଞ୍ଜେଇ ବାହାରକୁ ଚାଲାଣ କରାଯାଉଥିବା ସନ୍ଦେହରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୨୦୮/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ବିକଶିତ ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ସହରାଞ୍ଚଳ ଭିତ୍ତିଭୂମି ଓ ସେବା କ୍ଷେତ୍ରରେ ପ୍ରୟାସକୁ ତ୍ୱରାନ୍ୱିତ କରିଛି। ବିଶେଷ କରି ସହରୀ ଜୀବନଧାରଣ ମାନରେ ସୁଧାର ଆଣିବା ପାଇଁ ପୁଞ୍ଜି ନିବେଶ ୧୬ ଗୁଣରୁ ଅଧିକ ବୃଦ୍ଧି ପାଇଛି। ସ୍ମାର୍ଟ ସିଟି, ସ୍ୱଚ୍ଛ ଭାରତ ମିଶନ, ଅମୃତ, ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ, ସହରାଞ୍ଚଳ ଜୀବିକା ମିଶନ ଭଳି ଯୋଜନା ଜନସାଧାରଣଙ୍କ ଜୀବନଧାରଣ ମାନରେ ଯଥେଷ୍ଟ ସୁଧାର ଆଣିପାରିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ ପକ୍ଷରୁ ସଂଖ୍ୟାଧିକ ସହରୀ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ୧୦୦ଟି ସ୍ମାର୍ଟ ସିଟି ମିଶନ (ଏସସିଏମ୍) ଅଧୀନରେ ୧୫.୧୧.୨୦୨୪ ସୁଦ୍ଧା ୧,୬୪,୬୬୯ କୋଟି ଟଙ୍କାର ୮,୦୬୬ଟି ପ୍ରକଳ୍ପରେ କାର୍ଯ୍ୟାଦେଶ ଜାରି କରାଯାଇଛି, ଯେଉଁଥିରୁ ୧,୪୭,୩୬୬ କୋଟି ଟଙ୍କାର ୭,୩୫୨ଟି ପ୍ରକଳ୍ପ (ଅର୍ଥାତ୍ ମୋଟ ପ୍ରକଳ୍ପର ୯୧%) କାମ…

Read More

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ଏବଂ ଜ଼ିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ମିନି ଷ୍ଟାଡିୟମ ଠାରେ ଚଳିତ ମାସ ୧୪ ତାରିଖରେ ଷଷ୍ଠ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଫୁଟବଲ ପ୍ରତିଯୋଗିତାର ଶୁଭ ଉଦଘାଟନ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡିଶାରୁ ୪ ଟି ଦଳ ଓ ବାହାର ରାଜ୍ୟରୁ ୮ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଏହି ଷଷ୍ଠ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଫୁଟବଲ ପ୍ରତିଯୋଗିତାରେ ରାଧାରମଣ କ୍ଲବ, କଟକ ଟାଇ ବ୍ରେକର ଜରିଆରେ ୪-୨ ଗୋଲରେ ସୁରଜ ଫୁଟବଲ କ୍ଲବ ଫୁଲବାଣୀକୁ ପରାସ୍ତ କରି ସେମି ଫାଇନାଲ ପ୍ରବେଶ କରିଛି।

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନଙ୍କ ସଭାପତିତ୍ବ ଓ ଅଧ୍ୟାପକ ଡ ପ୍ରଶାନ୍ତ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ରେଢାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ, ମୁଖ୍ୟ ବକ୍ତା ଭାବେ ନାକଟିଦେଉଳ ବିଡିଓ କ୍ଷମାନିଧି ଭୋଇ, ସମ୍ମାନୀତ ଅତିଥି ଭାବେ ନାକଟିଦେଉଳ ତହସିଲଦାର ଅମର ଜେ ଡୁଙ୍ଗ ଡୁଙ୍ଗ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ ଦୀପେନ କୁମାର ପଟ୍ଟନାୟକ ଯୋଗ ଦେଇ କ୍ରୀଡା ର ମହତ୍ତ୍ବ ଓ ନିଜ ନିଜ ଅନୁଭୁତି ଉପରେ ଗୁରୁତ୍ବ ଆରୋପ କରିଥିଲେ। ଖେଳ ଶିକ୍ଷକ ଜିତେନ୍ଦ୍ରିୟ ପ୍ରଧାନ ଓ ଅଧ୍ୟାପକ ଉମାକାନ୍ତ ବିଶ୍ବାଳଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। ବାଳକ ବିଭାଗରେ +୨ କଳାଛାତ୍ର ବଳରାମ ସାହୁ ଓ ଛାତ୍ରୀ ତୁଳସୀ ନାୟକ ଚମ୍ପିଆନ ହୋଇ ପୁରସ୍କୃତ ହୋଇଥିଲେ। ଛାତ୍ରୀ ମାନେ ସ୍ବାଗତ ଓ…

Read More

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦ୍ୟତନ ଗ୍ରହଣ କରାଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୯ ତାରିଖରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇପାରେ। ଦ୍ୱିତୀୟ ମ୍ୟାଚ୍ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇପାରେ। ଦକ୍ଷିଣ ଆଫ୍ରିକାର ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷରେ ହୋଇପାରେ। ଏହି ମ୍ୟାଚ୍ କରାଚିରେ ଅନୁଷ୍ଠିତ ହୋଇପାରେ। ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନର ତିନୋଟି ସହର ଚୟନ କରାଯାଇପାରେ। କରାଚି ଏବଂ ଲାହୋର ସହିତ ଏଥିରେ ରାୱଲପିଣ୍ଡିରେ ମ୍ୟାଚ ଅନୁଷ୍ଠିତ ହେବ ସମ୍ଭାବନା। ସୂଚନା ଅନୁଯାୟୀ, ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିରେ ତିନୋଟି ଗ୍ରୁପ୍ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ, ଦ୍ୱିତୀୟ ପାକିସ୍ତାନ ଏବଂ ତୃତୀୟ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହୋଇପାରେ। ମାର୍ଚ୍ଚ ୨ ତାରିଖରେ ଶେଷ ଗ୍ରୁପ୍ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ। ଫେବୃଆରୀ ୨୩ ତାରିଖରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଭେଟିବା ସମ୍ଭାବନା। ଯଦି ଆମେ ପ୍ରଥମ…

Read More

ନୂଆଦିଲ୍ଲୀ: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି ଚରମ ସୀମାରେ ପହଞ୍ଚିଛି। ଏହି ସମୟ ମଧ୍ୟରେ, ଆଗାମୀ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (AAP) ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଦୀର୍ଘ ଦିନ ଧରି ଗୁରୁଦ୍ୱାର ଶିଖ ପରିଚାଳନା କମିଟି ସହ ଜଡିତ ଥିବା AAP ନେତା ବଲବୀର ସିଂ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସେ ୬ ଥର ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ସଦସ୍ୟ ଥିଲେ। ସେ ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦେବା, ସାଧାରଣ ସମ୍ପାଦକ ଆଶିଷ ସୁଦ ଏବଂ କେନ୍ଦ୍ର ମନ୍ତ୍ରୀ ହର୍ଷ ମଲହୋତ୍ରାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଏହା ସହିତ ମୁଣ୍ଡକାର ପୂର୍ବତନ ଆମ୍ ଆଦମୀ ପାର୍ଟିର ବିଧାୟକ ଡକ୍ଟର ସୁଖବୀର ସିଂ ଦଲାଲ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ପରେ AAP ନେତା ସୁଖବୀର ସିଂ ଦଲାଲ ଅରବିନ୍ଦ କେଜ୍ରିୱାଲଙ୍କୁ…

Read More

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲାରେ ବନ ବିଭାଗ ପକ୍ଷରୁ ଟ୍ରାପ କ୍ୟାମେରା ମାଧ୍ୟମରେ କଲରାପତରିଆ ବାଘ ଗଣନା ଆରମ୍ଭ ହୋଇଛି। ଗତ ଗଣନା ଅନୁଯାୟୀ ଅଧିକା କଲରାପତରିଆ ବାଘ ଥିବା ନେଇ ବିଭାଗୀୟ ସୂତ୍ର ରୁ ଜଣାପଡିଛି। ଗତ ଗଣନା ସମୟରେ ୧୨ ରୁ ୧୩ ଟି କଲରାପତରିଆ ବାଘ ରହିଥିବା ବେଳେ, ଏହା ପୂର୍ବରୁ ୭ ଟି କଲରାପତରିଆ ବାଘ ରହିଥିଲେ। ତେଣୁ ଏହି ବାଘ ସଂଖ୍ୟା ବଢ଼ୁଥିବାରୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଏଥିପାଇଁ ଜ଼ିଲ୍ଲାରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ୪୦ ଟି ଟ୍ରାପ କ୍ୟାମେରା ଲଗାଯାଇଥିବା ବେଳେ ଆଉ ୧୦ ଟି ଲଗାଯିବ। ଜ଼ିଲ୍ଲାର ହିନ୍ଦୋଳ ରେଞ୍ଜ କନ୍ଧରା, କନକା ଓ କୋଇ ସଂରକ୍ଷିତ ଜଙ୍ଗଲ, କାମାକ୍ଷାନଗର ପୂର୍ବାଞ୍ଚଳ, ଓ ପଶ୍ଚିମାଞ୍ଚଳ ରେଞ୍ଜ ମଧ୍ୟରେ ଥିବା ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ସମେତ ଅନ୍ୟାନ୍ୟ ଜଙ୍ଗଲରେ ଏହି ବାଘ ଅଧିକା ଥିବା ଆଶଙ୍କା କରାଯାଉଛି। ଏ ସଂକ୍ରାନ୍ତରେ ଜ଼ିଲ୍ଲା…

Read More

ଭୁବନେଶ୍ଵର: ବଲାଙ୍ଗୀର ରେଳ ପଥର ନରସିଂହଗଡ଼ ଷ୍ଟେସନ ପାଖରେ ରେଳ ଦୁର୍ଘଟଣାରେ ଜଣେ ୮୦ ବର୍ଷିଆ ବୃଦ୍ଧାଙ୍କ ଅକାଳ ମୃତ୍ୟୁ ହୋଇଛି। ଆଜି ସକାଳ ୯ଟା ସମୟରେ ବଲାଙ୍ଗୀରରୁ ସୁବର୍ଣ୍ଣପୁର ଆସୁଥିବା ପାସେଞ୍ଜର ଟ୍ରେନରେ ଧକ୍କା ଖାଇ ଖମ୍ବେଶ୍ୱରୀପାଲି ଗାଁର ବୃଦ୍ଧା ଜଣକଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବଲାଙ୍ଗୀର ଜିଆରପି ପୋଲିସ ପହଞ୍ଚି ଦୁର୍ଘଟଣାର ଅନୁସନ୍ଧାନ ଜାରି ରଖିଥିବା ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି।

Read More