Author: SM Network

ନୂଆଦିଲ୍ଲୀ: ରୁଷର କାଜାନ ସହରରେ 9/11 ଭଳି ଆକ୍ରମଣ ଘଟନା ସାମ୍ନାକୁ ଆସିଛି। ଏଠାରେ ତିନୋଟି ବଡ କୋଠାକୁ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ପାଇଁ ରୁଷିଆ ଗଣମାଧ୍ୟମ ୟୁକ୍ରେନକୁ ଦାୟୀ କରିଛି। ଏହି ଡ୍ରୋନ୍ ଆକ୍ରମଣ ମସ୍କୋର ପ୍ରାୟ 800 କିଲୋମିଟର ପୂର୍ବରେ ଅବସ୍ଥିତ କାଜାନ ସହରର ଅନେକ ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଛି। ସୋସିଆଲ ମିଡିଆରେ ଭିଡିଓରେ ଦର୍ଶାଯାଇଛି ଯେ, ଡ୍ରୋନ୍ ଏକ ଉଚ୍ଚ କୋଠାକୁ ଧକ୍କା ଦେଇଥିଲା, ପରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣ ପରେ କାଜାନ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଆଗାମୀ ଦୁଇ ଦିନ ପାଇଁ କାଜାନ ସହରରେ ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ସୁରକ୍ଷା କାରଣ ଦର୍ଶାଇ ଏହା କରାଯାଇଛି। ରୁଷର ଏହି ସହର ସବୁଠାରୁ ସୁରକ୍ଷିତ ସହର ଭାବରେ ପରିଗଣିତ ହୁଏ। ନିକଟରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ (ଡିପିଏମ ୟୁ ) ର ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଓ ତାଲିମ୍ ଅନୁଷ୍ଠାନ ଖଲ୍ଲିକୋଟ ଗଞ୍ଜାମର ଅଧ୍ୟକ୍ଷ ଡ ସନ୍ତୋଷ କୁମାର ପରିଡା ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପିଲାଙ୍କୁ କିପରି ଶିକ୍ଷାଦାନ କରାଯାଇପାରିବ ତାହା ଉପରେ ଉପସ୍ଥିତ ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ, ସି.ଆର୍.ସି.ସି. ତଥା ସମସ୍ତ ସଭ୍ୟମାନଙ୍କୁ ଉପସ୍ଥାପନା କରିଥିଲେ। ପିଲାଙ୍କ ଭାଷା ଓ ଗଣିତ ଜ୍ଞାନର ବିକାଶ କିପରି ହୋଇ ପାରିବ ତାହାହିଁ ଥିଲା ବୈଠକର ମୂଳ ଉଦ୍ଦେଶ୍ୟ। ପିଲାଙ୍କୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ନିପୁଣ ଓଡିଶା କାର୍ଯ୍ୟକାରୀ କରାଯାଇଛି। ସଂଖ୍ୟା ପରିଚୟ, ଶୂନ୍ୟସ୍ଥାନ ପୂରଣ, ସଂଖ୍ୟାକ୍ରମ, ଅଧଃ କ୍ରମରେ ଓ ଉର୍ଦ୍ଧ୍ବ କ୍ରମରେ ସଂଖ୍ୟା ଲିଖନ, ସଂଖ୍ୟାର କ୍ରମ ଓ ରୂପ,…

Read More

ଭୁବନେଶ୍ଵର: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଆଜି ଜିଲ୍ଲା ପରିଷଦ ସଭାଗୃହରେ ଏକ ସମୀକ୍ଷ ବୈଠକରେ ଯୋଗ ଦେଇଛନ୍ତି। ଏଥିରେ ଜିଲ୍ଲାର ୨ ଟି ଜଳ ଭଣ୍ଡାର ଓ ୨ ଟି ଜଳ ପ୍ରପାତ ବିକାଶ ସହ ଜିଲ୍ଲାରେ ଇକୋ ରିଟ୍ରିଟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଯେଉଁ ହିତାଧିକାରୀଙ୍କ ସୁଭଦ୍ରା ଆବେଦନ ନାକଚ ହୋଇଛି, ସେମାନଙ୍କ ତାଲିକାକୁ ଯାଂଚ କରିବାକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ୬୦ ହଜାର ଲକ୍ଷପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିବା ସହ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଟିମ ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସହ ଡି.ପି.ଆର ପ୍ରସ୍ତୁତ କରିବେ ବୋଲି ଉପ…

Read More

ଭୁବନେଶ୍ଵର: ଯାଜପୁର ଜିଲ୍ଲା ଅକରପଡ଼ା ସ୍ଥିତ ପି.ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଦିନିକିଆ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଓ ଜିଲ୍ଲା କ୍ରୀଡ଼ା ଅଧିକାରି ଫକିର ମୋହନ ଟୁଡୁ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ ମୁଖ୍ୟ ଅତିଥିଙ୍କୁ ସ୍ବାଗତ ଜଣାଇ ଥିଲେ ଏବଂ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଉତ୍ତମ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ କ୍ରିଡାର ଆବଶ୍ୟକତା ଏବଂ ଗୁରୁତ୍ବପୂର୍ଣ୍ଣ ଭୂମିକା ସନ୍ଦର୍ଭରେ ମୁଖ୍ୟ ଅତିଥି ନବକୃଷ୍ଣ ଜେନା ନିଜ ବକ୍ତବ୍ୟରେ କହିଥିଲେ। ଏହା ପରେ ସାଂସ୍କୃତିକ ନୃତ୍ୟ ପରିବେଷଣରୁ ବାର୍ଷିକ କ୍ରୀଡାର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଦୌଡ଼, କବାଡି,ଲମ୍ବଡିଆଁ, ଉଚ୍ଚଡିଆଁ, ଜାଭଲିନ୍ ଥ୍ରୋ,ଡିସ୍ କସ୍ ଥ୍ରୋ,ସଟ୍ ଫୁଟ୍ ଥ୍ରୋ ସମେତ ବିଭିନ୍ନ ଖେଳର ଆୟୋଜନ କରାଯାଇଥାଲା। କ୍ରୀଡ଼ା ଶିକ୍ଷକ କରନ୍ ଚିଲର୍ ଙ୍କ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜରଡା ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଚୋରି, ରାହାଜାନୀ, ଡ଼କାୟତି ଓ ଅସାମାଜିକଙ୍କ ପ୍ରାଦୁର୍ଭାବକୁ ରୋକିବାରେ ସଫଳତା ହାସଲ କରି ଅଞ୍ଚଳବାସୀଙ୍କ ଉତ୍ତମ ସେବା ପ୍ରଦାନ କରିଥିବାରୁ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଉକ୍ତ ଥାନାରେ କାର୍ଯ୍ୟରତ ୫ ଜଣ ଗୃହରକ୍ଷୀ, ଜଣେ ଏସ୍ ଆଇ ଓ ୨ଜଣ ଏ ଏସ୍ ଆଇ ଙ୍କୁ ପୁରସ୍କୃତ କରିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ଜରଡା ଥାନା ଅଧିକାରୀ ଓ ଅତିରିକ୍ତ ପୋଲିସ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ମହୁଡା ଗ୍ରାମର ଶିବାନନ୍ଦ ସାହୁ ନାମକ ଜଣେ ଯୁବକ ଚେନ୍ନାଇରେ କାମ କରୁଥିବା ବେଳ ଯାଜପୁର ଅଞ୍ଚଳର ଜନୈକା ହରିଜନ ଝିଅ ସମ୍ପର୍କରେ ଆସିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଝିଅକୁ ବାହା ହେବି କହି ତାଙ୍କୁ ଦୁଷ୍କର୍ମ କରିଥିଲେ। ଗତ ଜୁଲାଇ ମାସରେ ଶିବାନନ୍ଦ ଉକ୍ତ ଝିଅକୁ ଆଣି ଭୁବନେଶ୍ଵର ବରମୁଣ୍ଡା ଅଞ୍ଚଳରେ ଏକ ଭଡାଘରେ ରଖି ଶାରୀରିକ ସମ୍ପର୍କ ରଖିଥିବା ବେଳେ ପୀଡ଼ିତା ଜଣକ ବାହା ହେବାପାଇଁ ଜିଦ୍ କରିଥିଲେ। ପରେ ଶିବାନନ୍ଦ ଉକ୍ତ ଝିଅକୁ ନିଜ ଗ୍ରାମ ମହୁଡାରେ ବାପା ଘରେ ଆଣି ରଖିଥିଲେ। ବାପା ସନାତନ ସାହୁ ଉକ୍ତ ଝିଅକୁ ଜାତିଆଣ ଆକ୍ଷେପ କରିବା ସହ ଝିଅର ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଯାହା ଫଳରେ ଶିବାନନ୍ଦ ପୁଣି ଝିଅକୁ ଧରି ଚେନ୍ନାଇ ଫେରି ଯାଇଥିଲେ ଓ ସେଠାରେ ଝିଅକୁ ଛାଡି କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ।…

Read More

ବାଲୁଗାଁ: ଚିଲିକା ରାଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ବାଲୁଗାଁରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୫ ଦିନ ଧରି ବିଦ୍ୟାଳୟରେ କ୍ରୀଡା ଉତ୍ସବ ପାଳିତ ହୋଇଛି। ପ୍ରଥମ ଦିବସରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ କ୍ରୀଡା ଅଧ୍ୟାପକ ବୈରାଗୀ ଚରଣ ବଳ, ପରିଚାଳନା ସମିତିର ସଭାପତି କିରଣ କୁମାର ପାତ୍ର, ଅଧ୍ୟକ୍ଷ ନୀଳାଦ୍ରି ଭୂଷଣ ବେହେରା, ଉପାଧ୍ୟକ୍ଷ ମନୋରଞ୍ଜନ ମିଶ୍ର ଓ କ୍ରୀଡା ଶିକ୍ଷକ ବିଭୁ ସାମନ୍ତରାୟ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ, ଶିଶୁ ମାନଙ୍କୁ କ୍ରୀଡାର ମହତ୍ ଉଦ୍ଦେଶ୍ୟ ବିଷୟରେ ଆଲୋକ ପାତ କରିଥିଲେ। ରବିନାରାୟଣ ପଣ୍ଡା, ଦେବାଶିଷ ମହାପାତ୍ର ଓ ସୁନୀତା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। କବାଡି, ଭଲି, କ୍ରିକେଟ, ଖୋ ଖୋ, ଦୌଡ଼, ଚେସ,ବ୍ୟାଡମିଣ୍ଟନ ଓ ଲଂଗ ଜମ୍ପ୍, ଡିସ୍କସ ଥ୍ରୋ, ସଟ ପୁଟ ଇତ୍ୟାଦି କ୍ରୀଡା ପରିଯୋଗିତା ହୋଇଥିଲା। କ୍ରୀଡାରେ ସଞ୍ଜୟ କୁମାର ପଲାଇ, ଦୀପକ କୁମାର ସାହୁ, ଧିରେନ୍ କୁମାର…

Read More

ନୂଆଦିଲ୍ଲୀ: ଯଦି ଆପଣ ସକ୍ରିୟ ଭାବରେ ChatGPT ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। କାରଣ OpenAI ବର୍ତ୍ତମାନ ହ୍ଵାଟସ୍ ଆପ୍ ପାଇଁ ChatGPT ଚାଟବଟ୍ ଲଞ୍ଚ କରିଛି, ଚାଟ୍ ଜିପିଟିକୁ କଲ କରିବାର କ୍ଷମତା ରହିଛି। ‘12 Days of OpenAI ’ଉତ୍ସବରେ ଏହି ଘୋଷଣା କରାଯାଇଛି। ତେବେ, କଲିଂ ବୈଶିଷ୍ଟ୍ୟ କେବଳ ଯୁକ୍ତରାଷ୍ଟ୍ରରେ ଉପଲବ୍ଧ ଥିବାବେଳେ ଚାଟ୍ ଜିପିଟି ଯେଉଁଠାରେ ଲଞ୍ଚ ହୋଇଛି ହ୍ଵାଟସ୍ ଆପରେ ଚାଟବଟ୍ ମେସେଜ୍ କରିବାର କ୍ଷମତା ଉପଲବ୍ଧ। ନୂତନ ଉନ୍ମୋଚନ ସହିତ କିପରି ଆରମ୍ଭ ହେବ, ଆସନ୍ତୁ ଜାଣିବା…. ହ୍ଵାଟସ୍ ଆପ୍ ରେ ଚାଟ୍ ଜିପିଟି କିପରି ବ୍ୟବହାର କରିବେ? ChatGPT ବାର୍ତ୍ତା କରିବାକୁ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ: 1: ଆପଣଙ୍କ ଡିଭାଇସରେ +18002428478 ନମ୍ବର ସେଭ କରନ୍ତୁ ଏବଂ ଏହାକୁ ଏକ ନୂତନ ଯୋଗାଯୋଗ ଭାବରେ ଯୋଡନ୍ତୁ। 2: ଏହାକୁ ସେଭ କରିବା ପରେ,…

Read More

ନୂଆଦିଲ୍ଲୀ: ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ନିର୍ମାଣ କରିବା ଯୋଗୁଁ ପାକିସ୍ତାନକୁ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ ଭାରତ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ଆମେରିକା ପାକିସ୍ତାନର ୪ ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି, ଯେଉଁଥିରେ ଏରୋସ୍ପେସ୍ ଏବଂ ଡିଫେନ୍ସ ଏଜେନ୍ସି, ନ୍ୟାସନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ (ଏନଡିସି) ମଧ୍ୟ ରହିଛି। ଏହି ତିନି କରାଚିରେ ଥିବାବେଳେ ଏନଡିସି ଇସଲାମାବାଦରେ ଅଛି। ଏହି ପ୍ରସଙ୍ଗରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଭାରତ ଏହାର ସୁରକ୍ଷାକୁ ପ୍ରଭାବିତ କରୁଥିବା ସମସ୍ତ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ, ଆମେ ଆମର ସୁରକ୍ଷାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଆମେରିକା ପକ୍ଷ କହିଛି ଯେ, ପାକିସ୍ତାନର ଲମ୍ବା ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସମର୍ଥନ କରିବା ପାଇଁ ମନା କରିବା ହେଉଛି…

Read More

ନୂଆଦିଲ୍ଲୀ: ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୬ ତାରିଖରୁ ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ରେ ବରାବର ରହିଛି। ଏଭଳି ପରିସ୍ଥିତିରେ ଉଭୟ ଦଳ ପାଇଁ ଏହି ଟେଷ୍ଟ ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍ ପୂର୍ବରୁ କଙ୍ଗାରୁ ଏକ ବଡ ପଦକ୍ଷେପ ନେଇଛି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆକୁ ସତର୍କ ରହିବା ଆବଶ୍ୟକ, ନଚେତ୍ WTC ଫାଇନାଲରେ ପହଞ୍ଚିବା ପାଇଁ ରାସ୍ତା ବହୁତ କଷ୍ଟସାଧ୍ୟ ହେବ। ଚତୁର୍ଥ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ନିଜ ଦଳ ଘୋଷଣା କରିଛି। କଙ୍ଗାରୁ ଦଳରେ କିଛି ବଡ ପରିବର୍ତ୍ତନ କରିଛି। ଓପନର୍ ନାଥାନ୍ ମ୍ୟାକସ୍ୱେନି ଦଳରୁ ବାଦ ପଡିଛନ୍ତି। ସେ ପ୍ରଥମ ତିନୋଟି ଟେଷ୍ଟ ଖେଳିଥିଲେ, କିନ୍ତୁ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରି ନଥିଲେ। ଏହା ବ୍ୟତୀତ ଚତୁର୍ଥ ଟେଷ୍ଟ ପାଇଁ ଦଳରେ ଦୁଇ ଅଲରାଉଣ୍ଡରଙ୍କୁ ସାମିଲ କରାଯାଇଛି। ଏଥିରେ ବିଉ…

Read More

ଭୁବନେଶ୍ୱର: ଇସ୍ପାତ ଶିଳ୍ପର ଦକ୍ଷତା ଏବଂ କାର୍ଯ୍ୟରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, ପୂର୍ବତଟ ରେଳପଥ (ଇକୋର) ଇସ୍ପାତ କ୍ଷେତ୍ରର ବିକାଶମୂଳକ ଆବଶ୍ୟକତାକୁ ଆକଳନ କରିବା ପାଇଁ ଡିସେମ୍ବର 19, 2024 ରେ ଏହାର ମୁଖ୍ୟାଳୟ, ରେଳ ସଦନ ଠାରେ ଏକ ବ୍ୟାପକ କର୍ମଶାଳା ଆୟୋଜନ କରିଥିଲା। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଇସ୍ପାତ ଉତ୍ପାଦନକାରୀଙ୍କ ପ୍ରତିନିଧୀ, ଲଜିଷ୍ଟିକ୍ ବିଶେଷଜ୍ଞ ଏବଂ ରେଳ ବୋର୍ଡ ଏବଂ ଅନୁସନ୍ଧାନ ଡିଜାଇନ୍ ଏବଂ ମାନକ ସଂଗଠନ (ଆରଡିଏସଓ) ର ପ୍ରତିନିଧୀମାନେ ଯୋଗ ଦେଇଥିଲେ। ପରିବହନ ସାମଗ୍ରୀ ସହିତ ଜଡିତ ଆହ୍ୱାନର ମୁକାବିଲା, କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଇସ୍ପାତ ପରିବହନ ସାମଗ୍ରୀର ସୁରକ୍ଷାକୁ ବୃଦ୍ଧି କରାଇବା ପାଇଁ ଇସ୍ପାତ ଶିଳ୍ପ ଏବଂ ରେଳବାଇ ମଧ୍ୟରେ ଘନିଷ୍ଠ ସହଯୋଗ ବୃଦ୍ଧି କରିବାକୁ ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା। କର୍ମଶାଳାର ମୁଖ୍ୟ ବିଷୟବସ୍ତୁ: 01. ଅଭିନବ…

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ଅନୁଷ୍ଠିତ ସଶସ୍ତ୍ର ସୀମା ବଳ (ଏସଏସବି)ର ୬୧ତମ ପ୍ରତିଷ୍ଠା ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ଗୃହମନ୍ତ୍ରୀ ଅଗରତାଲାଠାରେ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ (ଆଇସିପି) ଓ ପେଟ୍ରାପୋଲଠାରେ ବିଜିଏଫର ନୂଆ ଆବାସିକ କଂପ୍ଲେକ୍ସର ଇ-ଉଦଘାଟନ କରିଥିଲେ। ଏହି ଅବସରରେ ଗୁଇନ୍ଦା ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୀମା ପରିଚାଳନା ସଚିବ, ସଶସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ନିଜର ଭାଷଣ ଆରମ୍ଭରେ କେନ୍ଦ୍ର ଗୃହମନ୍ତ୍ରୀ ଦେଶର ସୀମା ସୁରକ୍ଷା ଏବଂ ପୂର୍ବାଞ୍ଚଳରୁ ନକ୍ସଲବାଦର ମୂଳୋତ୍ପାଟନ ପାଇଁ ହୋଇଥିବା ଅଭିଯାନ ବେଳେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶ ପାଇଁ ବଳିଦାନ ଦେଇଥିବା ବୀରମାନଙ୍କ ପରିବାରକୁ ଗୃହମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ବୀର ପୁତ୍ରଙ୍କ ବଳିଦାନ ଦେଶକୁ…

Read More

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପ୍ରତି ଉଲ୍ଲେଖନୀୟ ଅବଦାନ ଲାଗି ୧୦୧ ଜଣ ସମର୍ପିତ କର୍ମଚାରୀଙ୍କୁ ୬୯ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୪ରେ ସମ୍ମାନିତ କରାଯିବ। ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆଜି ଏକ ଉତ୍ସବରେ ଏହି ପୁରସ୍କାର ଦିଆଯିବ। ମେ ହୁଁ ଭାରତୀୟ ରେଲ ନାମରେ ଏହି ପୁରସ୍କାର ଉତ୍ସବକୁ ନାମିତ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପୁରସ୍କାର ବିତରଣ କରିବେ। ଏହି ଉତ୍ସବରେ ରେଳ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି.ସୋମନ୍ନା, ରେଳ ଓ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ, ରେଳବାଇ ବୋର୍ଡ ସିଇଓ ସତୀଶ କୁମାର, ବୋର୍ଡର ବିଭିନ୍ନ ସଦସ୍ୟ, ରେଳ ଜୋନ ଓ ପ୍ରଡକ୍ସନ ୟୁନିଟଗୁଡିକର ମହାପ୍ରବନ୍ଧକମାନେ ଯୋଗ ଦେବେ। ପୁରସ୍କାର ଲାଗି ବିଭିନ୍ନ ବିଭାଗରୁ ୧୦୧ ଜଣ କର୍ମଚାରୀଙ୍କୁ ମନୋନୀତ କରାଯାଇଛି। ଉତ୍ପାଦନରେ ବିକାଶଠାରୁ ଆରମ୍ଭ କରି ରାଜସ୍ୱ ବୃଦ୍ଧି, ସୁରକ୍ଷା,…

Read More

ନୂଆଦିଲ୍ଲୀ: ଏଆଇ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱକୁ ସୁଦୃଢ଼ କରିବା ଏବଂ ସମାଜର ସବୁ ବର୍ଗଙ୍କ ମଧ୍ୟରେ ଏଆଇର ଲାଭକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୭ ମାର୍ଚ୍ଚ ୨୦୨୪ରେ ଇଣ୍ଡିଆ ଏଆଇ ମିଶନ ଆରମ୍ଭ କରିଛନ୍ତି। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଇଣ୍ଡିଆ ଏଆଇ ମିଶନ ଘରୋଇ ଏଆଇ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ୭ଟି ପ୍ରମୁଖ ସ୍ତମ୍ଭ ଆରମ୍ଭ କରିଛି। ଏହି ପଦକ୍ଷେପ ଅଧୀନରେ ‘ସୁରକ୍ଷିତ ଏବଂ ବିଶ୍ୱସ୍ତ ଏଆଇ’ ସ୍ତମ୍ଭ ଏଆଇ ପ୍ରଶାସନ ପାଇଁ ଏକ ସନ୍ତୁଳିତ, ପ୍ରଯୁକ୍ତି ଦୃଷ୍ଟିରୁ ସକ୍ଷମ ଏବଂ ଭାରତ ଆଧାରିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ। ଏଥିରେ ସ୍ୱଦେଶୀ ବୈଷୟିକ ଉପକରଣ, ମାର୍ଗଦର୍ଶିକା, ଢାଞ୍ଚା ଏବଂ ମାନଦଣ୍ଡର ବିକାଶ ଅନ୍ତର୍ଭୁକ୍ତ ଯାହା ଭାରତର ଅସାଧାରଣ ଆହ୍ୱାନ ଏବଂ ସୁଯୋଗ ସହିତ ଆମର ସାମାଜିକ, ସାଂସ୍କୃତିକ, ଭାଷାଗତ ଏବଂ ଆର୍ଥିକ ବିବିଧତା ପରିପ୍ରେକ୍ଷୀରେ ପ୍ରାସଙ୍ଗିକ। ଇଓଆଇର ପ୍ରଥମ ପର୍ଯ୍ୟାୟ…

Read More

ଭୁବନେଶ୍ୱର: ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ରାଜ୍ୟରେ ଥିବା ୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାମାନଙ୍କ କାର୍ଯ୍ୟ ସମୀକ୍ଷା ଓ ଦକ୍ଷତା ବିକାଶ କର୍ମଶାଳା କୃଷି ଭବନଠାରେ ଆୟୋଜିତ ହୋଇଯାଇଅଛି। କର୍ମଶାଳାର ପ୍ରାରମ୍ଭରେ ଉଦବୋଧନ ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଶ୍ରୀଯୁକ୍ତ ରଘୁରାମ ଆର ଆୟାର ସମସ୍ତ ଅତିଥି, କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାଙ୍କୁ କର୍ମଶାଳାକୁ ସ୍ୱାଗତ କରିବା ସହିତ ଏହାର ମୂଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଆଜିର ଏହି କର୍ମଶାଳାରେ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷା ସେମାନଙ୍କର ନୂତନ ଭୂମିକା ବିଷୟରେ ଅବଗତ ହେବା ସହ ବିଦ୍ୟାଳୟର ସୁପରିଚାଳନା ନିମିତ୍ତ ବିଭିନ୍ନ ବିଷୟରେ ଯଥା- ପରୀକ୍ଷା ପରିଚାଳନା ପଦ୍ଧତି, ଇ- ଆଡମିଶନ ପ୍ରକ୍ରିୟା , ଆର୍ଥିକ ପରିଚାଳନା, ଶୈକ୍ଷିକ ସମୀକ୍ଷା ,ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା, UDISE ଅପଡେଟ୍, APPAR ID ପ୍ରସ୍ତୁତ ଏବଂ SMDC ଗଠନ ଓ ଶୈକ୍ଷିକ ସହାୟତା…

Read More

ମେଷ- ଜୀବନସାଥୀ ସହିତ ସଂପର୍କ ଅଧିକ ମିଠା ହେବ। ସାଙ୍ଗମାନଙ୍କ ସହିତ ଏକ ଭ୍ରମଣର ଆୟୋଜନ କରିବାକୁ ସମର୍ଥ ହେବେ। ଭାଇ ଏବଂ ପ୍ରିୟଜନଙ୍କ ସହିତ ସମ୍ପର୍କ ଭଲ ହେବ। ସମ୍ମାନ ବୃଦ୍ଧି ପାଇବ। ପ୍ରତିଯୋଗୀମାନେ ଜିତିବେ। ମଧ୍ୟମ ଅବଧି ପରେ, ଦୁର୍ଘଟଣା ଜନିତ ଖବର ଆପଣଙ୍କ ମାନସିକ ସୁସ୍ଥତାକୁ ଅସ୍ୱାସ୍ଥ୍ୟକରରେ ପରିଣତ କରିବ। ବୃଷ- ଆଜି ଭ୍ରମଣ କିମ୍ବା ସ୍ଥାନାନ୍ତରଣ ସମ୍ଭାବନା ଅଛି। ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ। କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ପିଲାମାନଙ୍କର ଅଗ୍ରଗତି ଦ୍ୱାରା ମନ ଉଡ଼ିଯିବ। ମିଥୁନ- ଆପଣଙ୍କ ଖର୍ଚ୍ଚରେ ଆପଣକୁ ସଂଯମ ରହିବାକୁ ପଡିବ। ଏହା ସହିତ କ୍ରୋଧ ଏବଂ ଜିଭରେ ସଂଯମତା ରଖିବାକୁ ପଡିବ। ଯାହାଦ୍ୱାରା କାହା ସହିତ ବିତର୍କରେ କୈଣସି କ୍ରୋଧ ନ ଆସେ ଏବଂ ସେହି ସମୟରେ ନକାରାତ୍ମକ ଚିନ୍ତାଧାରା…

Read More

ବାଣପୁର: ବାଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଉପେନ୍ଦ୍ର ବିଦ୍ୟାପୀଠ ଓ ଭବାନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ସହଯୋଗରେ ପୁରସ୍କାର ବିତରଣ ଉସôବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀମେନେ ପ୍ରତିଦିନ ପିତାମାତା, ଗୁରୁ ଓ ଈଶ୍ୱରଙ୍କୁ ଭକ୍ତି କଲେ ବିଦ୍ୟାଲାଭ ସଫଳ ହେବ ବୋଲି ପରାମର୍ଶ ଦେଇଥିଲେ । ତତ୍ସହିତ ବିଦ୍ୟାଳୟ ଗୃହ ନିର୍ମାଣ, ଖେଳ ପଡିଆ ଉନ୍ନତି କରଣ ସମାଧାନ ସହ ଆଗାମୀ ଦିନରେ ବ୍ଲକ ଗ୍ରାଣ୍ଟ ସ୍କୁଲ ଶବ୍ଦ ରବିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ସଦସ୍ୟ ତଥା “ବିଶ୍ୱମୁକ୍ତି” ସଂପାଦକ ପ୍ରଫେସର ଶଶାଙ୍କ ଚୁଡାମଣି ଯୋଗଦେଇ ଓଡିଆ ଅସ୍ମିତା ଉପରେ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ଅତିଥି ରୂପେ ଖୋର୍ଦ୍ଧା ବିଧାୟକ ପ୍ରସାନ୍ତ କୁମାର ଜଗଦେ୍ଦବ, ସରପଞ୍ଚ…

Read More

ଭୁବନେଶ୍ୱର: ଖେଳ ଆରମ୍ଭ ହେବାର ମାତ୍ର କେତୋଟି ମିନିଟ୍ ପରେ ନିର୍ଭରଶୀଳ ରକ୍ଷଣ ଭାଗ ଖେଳାଳୀ ଅମିତ ରୋହିଦାସଙ୍କୁ ରେଡକାର୍ଡ ମିଳିଲା। ସେତେବେଳକୁ ଖେଳର ପ୍ରାୟ ଦୁଇ – ତୃତୀୟାଂଶ ବାକୀ ଅଛି। ମାତ୍ର ୧୦ ଜଣ ଖେଳାଳୀଙ୍କୁ ନେଇ ଭାରତ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡାର ପୁରୁଷ ହକି ପ୍ରତିଯୋଗିତାରେ କିପରି ଗ୍ରେଟ ବ୍ରିଟେନ୍‌କୁ ପରାଜିତ କରି ପାରିଲା? ଏହି ପ୍ରଶ୍ନ ଶୁକ୍ରବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାରତୀୟ ହକି ଦଳର ୪ଜଣ ସ୍ୱନାମଧନ୍ୟ ଖେଳାଳୀଙ୍କୁ ଏକ ଆଲୋଚନା କାର୍ଯ୍ୟକ୍ରମରେ ପଚାରିଥିଲେ। ମଧ୍ୟଭାଗ ଖେଳାଳୀ ଶାମ୍‌ଶେର ସିଂହ କହିଥିଲେ ଯେ ଅମିତଙ୍କୁ ଖେଳରୁ ବାହାର କରିଦେବା ଭାରତୀୟ ଦଳ ପାଇଁ ଏକ ବଡ ଧକ୍କା ଥିଲା। କାରଣ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନ୍ କୁ ହରାଇବା କଷ୍ଟକର ବୋଲି ସମସ୍ତେ ଭାବୁଥିଲେ ବୋଲି ଶାମ୍‌ଶେର କହିଥିଲେ। “ଆମ ମଧ୍ୟରେ ଏକତା ଥିଲା ଓ ଏହି ପରିସ୍ଥିତରେ…

Read More

ନୂଆଦିଲ୍ଲୀ: ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫ ଋତୁ ପାଇଁ କୋପ୍ରା(ଶୁଖିଲା ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛି। କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନ କରିବା ପାଇଁ ସମସ୍ତ ବାଧ୍ୟତାମୂଳକ ଫସଲର ଏମଏସପିକୁ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ମୂଲ୍ୟର ଅତି କମରେ ୧.୫ ଗୁଣ ସ୍ତରରେ ସ୍ଥିର କରାଯିବ ବୋଲି ସରକାର ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରିଥିଲେ । ତଦନୁଯାୟୀ, ୨୦୨୫ ଋତୁ ପାଇଁ ଉପଯୁକ୍ତ ହାରାହାରି ମାନର ମିଲିଂ କୋପ୍ରାର ଏମଏସପି କ୍ୱିଣ୍ଟାଲ ପିଛା ୧୧୫୮୨/- ଟଙ୍କା ଏବଂ ବଲ୍ କୋପ୍ରା ପାଇଁ କ୍ୱିଣ୍ଟାଲ ପିଛା ୧୨୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ୨୦୧୪ ବିପଣନ ଋତୁରେ ମିଲିଂ କୋପ୍ରା ଓ ବଲ୍ କୋପ୍ରାର ଏମଏସପି ଯଥାକ୍ରମେ କୁଇଣ୍ଟାଲ ପିଛା ୫୨୫୦ ଟଙ୍କା ଓ ୫୫୦୦ ଟଙ୍କା ଥିବା ବେଳେ ୨୦୨୫ ବିପଣନ ଋତୁରେ କେନ୍ଦ୍ର ସରକାର ଏହାକୁ…

Read More

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ୨୦୨୪, ଯାହାକି ୨୫ ନଭେମ୍ବର ୨୦୨୪ରେ ଆରମ୍ଭ ହୋଇଥିଲା, ଶୁକ୍ରବାର ୨୦ ଡିସେମ୍ବର ୨୦୨୪ରେ ସମାପ୍ତ ହୋଇଛି । ମୋଟ ୨୬ ଦିନବ୍ୟାପୀ ଚାଲିଥିବା ଏହି ଅଧିବେଶନରେ ଲୋକସଭାରେ ମୋଟ ୨୦ଟି ବୈଠକ ଅନୁଷ୍ଠିତ ଥିବାବେଳେ ରାଜ୍ୟସଭାରେ ୧୯ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଲୋକସଭାରେ ୦୫ଟି ବିଧେୟକ ଆଗତ ହୋଇଥିବାବେଳେ , ଲୋକସଭାରେ ୦୪ଟି ଏବଂ ରାଜ୍ୟସଭାରେ ୦୩ଟି ବିଧେୟକ ଗୃହୀତ ହୋଇଥିଲା। ଏହି ଅଧିବେଶନରେ ‘ଭାରତୀୟ ବାୟୁଯାନ ବିଧେୟକ, ୨୦୨୪’ ନାମକ ଏକ ବିଧେୟକ ଉଭୟ ଗୃହରେ ଗୃହୀତ ହୋଇଥିଲା। ଏୟାରକ୍ରାଫ୍ଟ ଆକ୍ଟ, ୧୯୩୪ରେ ବିଭିନ୍ନ ସମୟରେ ହୋଇଥିବା ସଂଶୋଧନ ମାଧ୍ୟମରେ କରାଯାଇଥିବା ସାମିଲ / ବାଦ / ବିଲୋପ ଯୋଗୁଁ ସୃଷ୍ଟି ହୋଇଥିବା ଅସ୍ପଷ୍ଟତା ଦୂର କରିବା ପାଇଁ ଏୟାରକ୍ରାଫ୍ଟ ଆକ୍ଟକୁ ପୁନଃ ପ୍ରଣୟନ କରିବାକୁ ଏହି ବିଧେୟକର ଲକ୍ଷ୍ୟ ରହିଛି। ଆମ ଦେଶ ୨୬ ନଭେମ୍ବର, ୨୦୨୪ରେ ଏକ…

Read More

ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଆଜି ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷ କରି ଆସନ୍ତା ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ସଞ୍ଚାର ରଣନୀତି ଏବଂ ପ୍ରଚାରପ୍ରସାର କାର୍ଯ୍ୟକ୍ରମ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ…

Read More