ପୁରୀ: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ନେଇ ସୂଚନା ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ନାଟମଣ୍ଡପରେ ସ୍ୱତନ୍ତ୍ର ବେରିକେଡ଼ ଦ୍ୱାରା ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ବ୍ୟାରିକେଡ଼ ଭିତରେ ପୁରୁଷ, ମହିଳା, ଶିଶୁ, ବୟସ୍କ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଲାଇନ ବ୍ୟବସ୍ଥା କରାଯିବ। ଓବିସିସି ଦ୍ୱାରା ଏହି ନୂତନ ବ୍ୟବସ୍ଥା କରାଯାଉଥିବା ବେଳେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ନିଆଯିବ ପଦକ୍ଷେପ। ତେବେ ଦିବ୍ୟାଙ୍ଗ ଭକ୍ତଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ଖୁବଶୀଘ୍ର ସେବାୟତଙ୍କ ସହ ଆଲୋଚନା କରାଯିବ। ଶ୍ରୀମନ୍ଦିରରେ ବିଶୃଙ୍ଖଳା ଆଚରଣ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆନନ୍ଦ ବଜାରରେ ଶୃଙ୍ଖଳାକୁ ଆହୁରି କଡ଼ାକଡ଼ି କରାଯିବ। ସେହିପରି ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ମଧ୍ୟ ମହାପ୍ରଭୁଙ୍କ ନୀତି କାନ୍ତିକୁ ଦୃଷ୍ଟିରେ ରଖାଯାଇ କରାଯିବ। ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ମୁଖ୍ୟ ପ୍ରଶାସକ ଆଜି…
Author: SM Network
ରଣପୁର: ରାଜ୍ୟରେ ଥିବା ସମସ୍ତ ଭିନ୍ନକ୍ଷମ ମାନଙ୍କୁ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଚିହ୍ନଟ କରି ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ହେଉଛି ଏହି ଶିବିରର ଲକ୍ଷ୍ୟ। ଗୁରୁବାର ପୂର୍ବାହ୍ନ ରେ ରଣପୁର ବ୍ଲକ୍ ପରିସର ମଧ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ନିର୍ମଳା ବେହେରା, ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ଅନ୍ୟତମ ଅତିଥି ଭାବେ ବିଡିଓ ସୁଧୀର କୁମାର ନାୟକ ଙ୍କ ସହ ଅଧିକାଂଶ ସରପଂଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ। ଏହି ଶିବିର ରେ ମୋଟ୍ ୪୩୫ ଜଣ ଭିନ୍ନକ୍ଷମ ପଞ୍ଜିକୃତ ହୋଇଥିବା ବେଳେ ଅସ୍ଥିଶଲ୍ୟ ବିଭାଗ ରେ ସର୍ବାଧିକ ୧୯୪ ଜଣ, ଦୃଷ୍ଟି ବାଧିତ ବିଭାଗରେ ୫୯ଜଣ, ଶ୍ରବଣ ବାଧିତ ରେ ୧୨୪ ଜଣ, ମାନସିକ ଅନଗ୍ରସର ରେ ୫୭ ଜଣ ଓ ଭେଷଜ ବର୍ଗରେ ୧ ଜଣ…
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀ ଓ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଓ ଟାଙ୍ଗୀ ଅବକାରୀ ଅଧିକାରୀ ଅମରେନ୍ଦ୍ର ଶତପଥିଙ୍କ ନେତୃତ୍ୱରେ ବାଲୁଗାଁ, ବାଣପୁର, ନାଚୁଣି ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଗମ୍ଭାରୀମୁଣ୍ଡା ଗ୍ରାମର ସ୍ୱସ୍ତିକ ରଞ୍ଜନ ପ୍ରଧାନଙ୍କ(୪୩) ନିକଟରୁ ୭୫ ବୋତଲ ଆସ୍କା-୪୦ ଓ ୨୯ ବୋତଲ ବିଦେଶୀ ମଦ (୨୦.୨୨୦ ଲିଟର), ନାଚୁଣି ଥାନା ଅନ୍ତର୍ଗତ ଲୋକିପୁର ଗ୍ରାମର ରାମ ବେହେରାଙ୍କ (୬୦) ନିକଟରୁ ୨୮ ଲିଟର ଦେଶୀମଦ ଏବଂ କନ୍ଧଆମ୍ବଝର ଟାଙ୍ଗୀ ସାହିର ସୁକାନ୍ତ ମଲ୍ଲଙ୍କ (୫୩) ନିକଟରୁ ୬୦ ଲିଟର ଦେଶୀମଦ ଜବତ ହୋଇଥିବା ବେଳେ ସମସ୍ତ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି। ଉକ୍ତ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁଙ୍କୁ ଭେଟିଛନ୍ତି। ରାଜ୍ୟରେ ନୂତନ ବିମାନବନ୍ଦର ନିର୍ମାଣ, ନୂତନ ଟର୍ମିନାଲ ନିର୍ମାଣ, ବିମାନବନ୍ଦର ସମ୍ପ୍ରସାରଣ ଓ ସଂଯୋଗୀକରଣ, ଯାତ୍ରୀ ସୁବିଧା ଏବଂ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏହି ପ୍ରତିନିଧିମଣ୍ଡଳୀଙ୍କ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ବିଜେପି ସାଂସଦମାନଙ୍କ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ଦାବି ଗୁଡ଼ିକ ହେଉଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ ଭବନ ନିର୍ମାଣ, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନବୀକରଣ, ପୁରୀରେ ନୂଆ ବିମାନବନ୍ଦର ପ୍ରତିଷ୍ଠା ସହ କଟକ ଚାରବାଟିଆ ଏୟାରଫିଲ୍ଡକୁ ପୂର୍ଣ୍ଣାଙ୍ଗ ବେସାମରିକ ବିମାନବନ୍ଦରରେ ପରିଣତ କରାଯାଉ। ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପର ସମ୍ପ୍ରସାରଣ ଓ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରିପର ନବୀକରଣ କରିବା ପାଇଁ ସାଂସଦମାନେ ମନ୍ତ୍ରୀଙ୍କ…
ପୁରୀ: ଗୋଟିଏ ଦିନ ବିରତି ପରେ ଆଜି ପୁଣି ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ମଙ୍ଗଳବାର ୧୭ତାରିଖ ଦିନ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସେହିଦିନ ଲୁହା ଭାରା ବନ୍ଧାଯାଇଥିଲା। ଏଏସଆଇର ୧୫ ରୁ ୨୦ ଜଣ କୁଶଳୀ ଶ୍ରମିକଙ୍କ ଦ୍ବାରା ଏହି କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ବାକି ଭାରା ଆଜି ବନ୍ଧା ଯିବା ସହ ଡି ପ୍ଲାଷ୍ଟରିଂ ଅର୍ଥାତ ଚୂନ ଛଡାଇ ପରିଷ୍କାର କରାଯାଇଅଛି। ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ ନୀତିନିର୍ଘଣ୍ଟ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଦ୍ୱିତୀୟ ଭୋଗମଣ୍ଡପ ପରେ ଭଣ୍ଡାର ମରାମତି କାର୍ଯ୍ୟ କରାଯାଉଅଛି। ତେବେ NGRI ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ମରାମତି କାମ କରାଯାଉଥିବା ବେଳେ ଗତକାଲି ମହାପ୍ରଭୁଙ୍କର ମହାସ୍ନାନ ପାଇଁ ଆଜି କମ୍ ସମୟ ପାଇଁ କାର୍ଯ୍ୟ କରାଯାଇଥିଲା। ଅନ୍ୟପଟେ ମରାମତି ସମୟରେ ଭକ୍ତମାନେ ବାହାର କାଠ ଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିବା ବେଳେ…
ଭୁବନେଶ୍ଵର: କୋରାପୁଟ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବା ସହ ଅର୍ଥ ଯୋଇ ଦେବେ କହିଲେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦୁଇ ଦିନିଆ କୋରାପୁଟ ଗସ୍ତ ଅବସରରେ ସାମ୍ବାଦିକଙ୍କୁ କହିଛନ୍ତି ଯେ, କୋରାପୁଟ ଜିଲ୍ଲାରେ ବହୁ ସଂଖ୍ୟାରେ ଉଚ୍ଚ ମାନର ପର୍ଯ୍ୟଟନସ୍ଥଳୀ ରହିଛି। ତାହାର ବିକାଶ ହେଲେ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଆଦିବାସୀଙ୍କର ବିକାଶ ହୋଇପାରିବ। ଏଥିସହ ରାଜ୍ୟ ସରକାର ଖୁବଶୀଘ୍ର ଏକ ଆଦିବାସୀ ସଂଗ୍ରହାଳୟ କୋରାପୁଟ ଠାରେ ସ୍ଥାପନ କରିବା ପାଇଁ ସମସ୍ତ ଅର୍ଥ ମଞ୍ଜୁର କରିବେ। ଜିଲ୍ଲାର କଫି ଚାଷ ଆହୁରି ବ୍ୟାପକ ହେବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ସମସ୍ତ ସାହାଯ୍ୟ କରିବେ ବୋଲି ସେ ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କୋରାପୁଟ ଠାରେ ଆଜି କଫି ବୋର୍ଡର ଏକ କଫି ବଗିଚାକୁ ଗ୍ରସ୍ତ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ସୁଧାଂଶୁ କୁମାର ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବସୁନ୍ଧରା ଯୋଜନା ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୬୩୨ ଜଣ ଭୂମିହୀନଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ କୁହାଯାଇଛି। ସହରାଚଂଳ ହେଉବା ଗ୍ରାମାଚଂଳ ହେଉ ଯିଏ ବି ସରକାରୀ ଜମି ଜବଲଦଖଲ କରି କୋଠା ନିର୍ମାଣ କରିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରମାନଙ୍କୁ କୁହାଯାଇଛି। ଆବେଦନ ଆସିଥିବା ଗ୍ରାମକଣ୍ଠକ କେସ ଗୁଡିକ ଫଇସଲା କରି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବାକୁ ତହସିଲଦାରମାନଙ୍କୁ ନିର୍ଦେଶ ଦିଆଯାଇଛି। ବେ-ବନ୍ଦୋବସ୍ତ ଥିବା ଜମିକୁ ବନ୍ଦୋବସ୍ତ କରିବାକୁ ବୈଠକରେ କୁହାଯାଇଥିଲା। ସରକାରୀ ସ୍କୁଲ, କଲେଜ ଓ ଡିଗ୍ରୀ କଲେଜ (ପ୍ରାୟ ୧୫୦୦) ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ପ୍ରଦାନ କରିବାକୁ କୁହାଯାଇଛି। ବିଭିନ୍ନ ବିଭାଗର ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ…
ଭୁବନେଶ୍ବର: ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆର ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିନ ପ୍ରାୟ ୧ଟା ସମୟରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ପରିସରରେ ଆୟୋଜିତ ସମାରୋହର ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ବୋର୍ଡ ଅଫ୍ ଗଭମେଣ୍ଟ ଆଇଆଇଟି ସଦସ୍ୟ ସତ୍ୟବ୍ରତ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ, ବଡ଼ବିଲ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ମାଧବ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ୧୯୪୮ ମସିହାରେ ସ୍ଥାପିତ ଡ. ହରେକୃଷ୍ଣ ମହତାବଙ୍କ ନାମରେ ନାମିତ ଏହି ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ…
ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଛକ ଠାରେ ଖଡିଆଳ କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ କରି ବାବା ସାହେବ୍ ଅମର ରହେ ନାରା ଗୁଞ୍ଜରିତ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟସଭାରେ ଦେଇଥିବା ଉଦବୋଧନ ବେଳେ ବାବା ସାହେବଙ୍କ ପ୍ରତି ତାଙ୍କ ମନ୍ତବ୍ୟ ବିରୁଦ୍ଧରେ ଖଡିଆଳ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଏବଂ ପୁତ୍ତଳିକା ଦାହ କରିଛନ୍ତି। ବିଶେଷ ରୂପେ କଂଗ୍ରେସ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି ନେତୃତ୍ୱରେ ଏହି ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଅଛି। ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
ନୂଆଦିଲ୍ଲୀ: ବାବା ସାହେବ ଆମ୍ବେଦକରଙ୍କୁ କଂଗ୍ରେସ ଦଳ ଅପମାନିତ କରିଥିବା ଅଭିଯୋଗ କରି ସଂସଦରେ ବିଜେପି ସାଂସଦମାନେ ବିରୋଧ କରିଥିଲେ। ଏହି ସମୟରେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲି ଦେଇଥିଲେ, ଯିଏ ତାଙ୍କ ଉପରେ ପଡ଼ିଯାଇଥିଲେ। ଏହା ପରେ ସେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଫରୁଖାବାଦ ସାଂସଦ ମୁକେଶ ରାଜପୁତ ମଧ୍ୟ ରାହୁଲ ଗାନ୍ଧୀ ତାଙ୍କୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି।
ବାଣପୁର: ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ -୨, ବାଣପୁରର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଆସନ ଅଳଙ୍କୃତ କରି ଛାତ୍ରଛାତ୍ରୀମାନେ ଶିକ୍ଷା ପ୍ରତି ମନୋନିବେଶ କରି ବାର୍ଷିକ ପରୀକ୍ଷା ଫଳାଫଳ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ନିମନ୍ତେ ନିରନ୍ତର ଚେଷ୍ଟା ଜାରି ରଖିବା ପାଇଁ ଉପଦେଶ ଦେଇଥିଲେ। ତତ୍ ସହିତ ବିଦ୍ୟାଳୟର ଅଭାବ ଅସୁବିଧା ଗୁଡ଼ିକର ତୁରନ୍ତ ସମାଧାନ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବାଣପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ବକ୍ତା, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଡ. ଚିନ୍ତାମଣି ମିଶ୍ର ସମ୍ମାନିତ ଅତିଥି, ପଞ୍ଚସଖା ଶିକ୍ଷା ସେତୁ ଉପଦେଷ୍ଟା ନୃସିଂହ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି, ପଞ୍ଚସଖା ଶିକ୍ଷା ସେତୁ ସଦସ୍ୟ…
ବାଣପୁର: ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ହୁଇଲଚେୟାର ଫେନସିଂ ଚମ୍ପିୟାନସିପରେ ବିଭିନ୍ନ ଜିଲ୍ଲାର ପୁରୁଷ ଏବଂ ମହିଳା ବର୍ଗରେ ୧୦୦ ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ସେଥିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମ ବିଷରପାଟଣାର ସ୍ବର୍ଗତ ଶଙ୍କର ପ୍ରଧାନଙ୍କ ପୁତ୍ର ସୁମନ୍ତ ପ୍ରଧାନ କ୍ୟାଟେଗୋରୀ ଏ’ ସାବ୍ରେ ରେ ଭାଗନେଇ କାଂସ୍ୟ ପଦକ ଜିତି ନିଜ ବାଣପୁର ଅଞ୍ଚଳ ପାଇଁ ଗର୍ବ ଗୌରବ ଆଣିଛନ୍ତି। ସୁମନ୍ତ ଜଣେ ଦିବ୍ୟାଙ୍ଗ, ତାଙ୍କର ବାମ ଗୋଡ କଟିଯିବା ପରେ ଦିବ୍ୟାଙ୍ଗ ହୋଇ ଜୀବନ ଅତିବାହିତ କରୁଥିଲେ। ସେତିକି ବେଳେ ତାଙ୍କର ଆଉଜଣେ ଦିବ୍ୟାଙ୍ଗ କ୍ରୀଡ଼ାବିତ ତ୍ରିଲୋଚନ ସାହୁଙ୍କ ସହ ସାକ୍ଷାତ ହେଲା ଏବଂ ସେ ତାଙ୍କୁ ପରାସ୍ପୋର୍ଟସ ରେ ଅବଗତ କରାଇଥିଲେ ଏବଂ ସୁମନ୍ତ ତାଙ୍କ କୋଚ ଏସିଆନ ପାରା କ୍ରୀଡ଼ାବିତ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟଙ୍କ ଠାରୁ ଅଳ୍ପ ଦିନର କୋଚିଂ ଅଭ୍ୟାସ କରି ଏହି ସଫଳତା…
ନୂଆଦିଲ୍ଲୀ: ଡିଜିଟାଲ୍ ଯୁଗରେ ପ୍ରେକ୍ଷାଳୟ ଅପେକ୍ଷା ଲୋକମାନେ OTT ପ୍ଲାଟଫର୍ମ ଉପରେ ଅଧିକ ଆଗ୍ରହ ରକଶ କରୁଛନ୍ତି। ଯେତେ ସହଜ ଏହି OTT ପ୍ଲାଟଫର୍ମଗୁଡିକ ମନୋରଞ୍ଜନ ବିକଳ୍ପ ପ୍ରଦାନ କରେ, ସେମାନେ ମଧ୍ୟ ସମାନ ବେଗରେ ଅଶ୍ଳୀଳତା ବିସ୍ତାର କରୁଛନ୍ତି। ଏଭଳି ପରିସ୍ଥିତିରେ ଭାରତ ସରକାର ଅଶ୍ଳୀଳ ବିଷୟବସ୍ତୁ ପ୍ରକାଶ କରୁଥିବା ଅନେକ OTT ପ୍ଲାଟଫର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ 18 ଟି ଆପକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ୍ ମୁରୁଗାନ୍ କହିଛନ୍ତି ଯେ, ଭାରତ ସରକାର ଚଳିତ ବର୍ଷ 18 ଟି OTT ପ୍ଲାଟଫର୍ମ ଉପରେ ଅଶ୍ଳୀଳ ତଥା ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମୁରୁଗାନ୍ କହିଛନ୍ତି- ଡିଜିଟାଲ୍ ମିଡିଆରେ ସମ୍ବାଦ ପ୍ରକାଶକ ତଥା ସମସାମୟିକ ବ୍ୟାପାର ତଥା ଅନଲାଇନ୍ କ୍ୟୁରେଟେଡ୍ ବିଷୟବସ୍ତୁ (OTT ପ୍ଲାଟଫର୍ମ) ପ୍ରକାଶକମାନଙ୍କ ପାଇଁ ଆଇଟି ନିୟମ ଆଚରଣ ସଂହିତା ପ୍ରଦାନ କରିଥାଏ।…
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କହିଥିଲେ ଯେ “ବର୍ତ୍ତମାନ ଆମ୍ବେଦକରଙ୍କ ନାମ ନେବା ଏକ ଫ୍ୟାଶନରେ ପରିଣତ ହୋଇଛି। ଯଦି ଆପଣ ଭଗବାନଙ୍କ ନାମ ନେଇଥାନ୍ତେ, ତେବେ ଆପଣ ସାତୋଟି ଜନ୍ମ ପାଇଁ ସ୍ୱର୍ଗକୁ ଯାଇଥାନ୍ତେ।” ଏବେ ଏହି ବିବୃତ୍ତି ପରେ ଦେଶର ରାଜନୀତି ଗରମ ହୋଇଛି। କଂଗ୍ରେସ ଏହି ବିବୃତ୍ତିକୁ ଏକ ବଡ ପ୍ରସଙ୍ଗ କରିଥିବାବେଳେ ବିରୋଧୀଦଳ ସାରା ଦେଶରେ ହଙ୍ଗାମା ସୃଷ୍ଟି କରୁଛନ୍ତି। ତେବେ ବିଜେପିର ସହଯୋଗୀମାନେ ଅମିତ ଶାହାଙ୍କୁ ସମର୍ଥନ କରିଛନ୍ତି। ଦଳିତ ନେତା ତଥା ଏଲଜେପି (ରାମ ବିଳାଶ) ସୁପ୍ରିମୋ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ମଧ୍ୟ ଅମିତ ଶାହାଙ୍କୁ ସମର୍ଥନ କରିଛନ୍ତି ଏବଂ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ଚିରାଗ ପାସୱାନ୍ କହିଛନ୍ତି ଯେ, କଂଗ୍ରେସ ଶାସନ କାଳରେ କେବଳ କଂଗ୍ରେସ ନେତାଙ୍କ ଫଟୋ ସଂସଦ ଗୃହର ସେଣ୍ଟ୍ରାଲ ହଲରେ ରଖାଯାଇଥିଲା, ଏପରିକି ଗୋଟିଏ ପରିବାରର ତିନି ଜଣଙ୍କ…
ନୂଆଦିଲ୍ଲୀ: ସଂସଦ ପରିସରରେ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଇଣ୍ଡିଆ ବ୍ଲକ ବିକ୍ଷୋଭ ପ୍ରଦର୍ଶନ କରିଛି। ସେମାନେ ମକର ଦ୍ୱାର ପର୍ଯ୍ୟନ୍ତ ପଦଯାତ୍ରା କରିବେ। ଏହି ସମୟରେ ବିରୋଧୀଦଳର ନେତାମାନେ ରାଜ୍ୟସଭାରେ ବାବାସାହେବ ଆମ୍ବେଦକରଙ୍କ ମନ୍ତବ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କଠାରୁ କ୍ଷମା ପ୍ରାର୍ଥନା ଏବଂ ଇସ୍ତଫା ଦାବି କରିବେ।
ଭୁବନେଶ୍ବର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ। ଉଭୟ ନେତା ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କକୁ ଦୋହରାଇଥିଲେ ଯାହାକି ଗଣତନ୍ତ୍ର ଓ ଆଇନର ଶାସନ ପରି ସମାନ ମୂଲ୍ୟବୋଧ ଓ ବିଶ୍ବାସ ଉପରେ ପର୍ଯ୍ୟବସିତ। ଦୁଇଦେଶ ମଧ୍ୟରେ ବର୍ତ୍ତମାନ ଥିବା ସହଯୋଗିତାକୁ ଜଳ, କୃଷି ଓ ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ଆହୁରି ସୁଦୃଢ କରିବାକୁ ଉଭୟ ନେତା ଆଲୋଚନା କରିଥିଲେ । ଏହାସହିତ ଦ୍ବିପାକ୍ଷିକ ସଂପର୍କକୁ ଆହୁରି ସୁଦୃଢ କରିବାକୁ ଓ ବିବିଧ କ୍ଷେତ୍ର ଯେପରିକି ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଉଦ୍ଭାବନ, ଗ୍ରୀନ ହାଇଡ୍ରୋଜେନ ଓ ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ଥିବା ସଂପର୍କକୁ ରଣନୈତିକ ସହଯୋଗିତାରେ ପରିଣତ କରିବାକୁ ଉଭୟ ରାଜି ହୋଇଥିଲେ । ଆହୁରି ମଧ୍ୟ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ଓ ଆଦାନ ପ୍ରଦାନ…
ନୂଆଦିଲ୍ଲୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ଭାରତ ଜ୍ଞାନ ଭିତ୍ତିକ ଅର୍ଥନୀତିର ନେତୃତ୍ୱ ନେବ। ଯେତେବେଳେ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହେବ, ଏହା କୌଣସି ଗୋଟିଏ ଜାତି କିମ୍ବା ଧର୍ମ ଆଧାରରେ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପ୍ରଚେଷ୍ଟା ଦ୍ୱାରା ସମ୍ଭବ ହେବ ବୋଲି ବୁଧବାର ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ (ଏନସିଏମ୍ଇଆଇ) ର ୨୦ତମ ପ୍ରତିଷ୍ଠା ଦିବସ ଓ ସଂଖ୍ୟାଲଘୁ ଅଧିକାର ଦିବସ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଆମ ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି। ସମ୍ବିଧାନ ହିଁ ଦେଶର ସଂଖ୍ୟାଲଘୁମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାର ଅଧିକାର ଦେଇଛି। ଶିକ୍ଷା ମାଧ୍ୟମରେ ସଂଖ୍ୟାଲଘୁମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ ଗଠନ କରାଯାଇଥିଲା। ଗତ ସାଢ଼େ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର…
ଭୁବନେଶ୍ୱର: ଭାରତରେ କ୍ରୀଡ଼ାର ବିକାଶ ନିମନ୍ତେ କ୍ରୀଡ଼ା ପ୍ରତି ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ପରିବର୍ତ୍ତିତ ହେବା ଆବଶ୍ୟକ ବୋଲି ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଦିଗବିଜୟ ସିଂହଦେଓ କହିଛନ୍ତି। ଅଲିମ୍ପିକ୍ ସମେତ ଅନେକ ବିଶ୍ୱସ୍ତରୀୟ କ୍ରୀଡ଼ାକୁ ଗଣମାଧ୍ୟମରେ ଉପସ୍ଥାପିତ କରିଥିବା ଶ୍ରୀ ସିଂହଦେଓ କହିଥିଲେ ଯେ ଅଲିମ୍ପିକ୍ରେ ଅଧିକ ସଫଳ ହେଉଥିବା ଦେଶ ଯଥା ଆମେରିକା, ଚୀନ୍, ଜାପାନ୍, ଫ୍ରାନ୍ସ ଓ ଜର୍ମାନୀରେ କେହି ଅଲିମ୍ପିକରେ ପଦକ ଜିତିବା ନିମନ୍ତେ ଅନୁଶୀଳନ କରନ୍ତି ନାହିଁ। ଏହି ଦେଶଗୁଡ଼ିକରେ କ୍ରୀଡ଼ାରେ ଭାଗ ନେବା ସମସ୍ତଙ୍କ ନିମନ୍ତେ ଏକ ସ୍ୱାଭାବିକ ବିଷୟ। ସେମାନେ କ୍ରୀଡ଼ାରେ ନୈପୁଣ୍ୟ ହାସଲ ନିମନ୍ତେ. ଦଳଗତ ମନୋଭାବ ସୃଷ୍ଟି ନିମନ୍ତେ, ଶାରୀରିକ ସୁସ୍ଥତା ନିମନ୍ତେ ଓ ପ୍ରତିପକ୍ଷକୁ କିପରି ସମ୍ମାନ ଦିଆଯାଏ ସେ ବିଷୟ ଶିକ୍ଷା କରିବା ନିମନ୍ତେ କ୍ରୀଡ଼ାରେ ଭାଗ ନେଇଥାନ୍ତି। ଶ୍ରୀ ସିିଂହଦେଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ମହୋତ୍ସବ ‘ସୋଆ କପ୍’ର ପୁରସ୍କାର ବିତରଣୀ ସଭାରେ…
ଭୁବନେଶ୍ୱର: ଗୋନାସିକା ମହୋତ୍ସବ ହେଉଛି ଆମ କଳା, ସଂସ୍କୃତି, ପରମ୍ପରା ଓ ମାନବବାଦର ଏକ ଅପୂର୍ବ ସଂଗମ। ଗୋନାସିକା ପର୍ବତମାଳା ଓ ବୈତରଣୀ ନଦୀ ଏ ମାଟିକୁ ପବିତ୍ର କରିଛି। ଗୋନାସିକା ମହୋତ୍ସବ ଆମ ସମୃଦ୍ଧ ସଂସ୍କୃତିର ପ୍ରକୃତ ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସଂଧ୍ୟାରେ କେନ୍ଦୁଝର ଠାରେ ଗୋନାସିକା ମହୋତ୍ସବ ଉଦ୍ଘାଟନ କରିବା ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଦେଶର ସଂସ୍କୃତି ଓ ପରମ୍ପରା ଅନନ୍ୟ। ଏହାକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ବ। ଆଗାମୀ ଜାନୁଆରୀ ମାସରେ ଓଡିଶାରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। ସାରା ବିଶ୍ବରୁ ହଜାର ହଜାର ପ୍ରବାସୀ ଭାରତୀୟ ଏଥିରେ ଯୋଗ ଦେବେ। ଏହି ଅବସରରେ ଆମ ରାଜ୍ୟର ଲୋକକଳା, ସଂସ୍କୃତି ଓ ପରମ୍ପରା ବିଶ୍ବ ବିଦିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଗୋନାସିକା ମହୋତ୍ସବ ଯେବେ ଠାରୁ ଆରମ୍ଭ…
ମେଷ- ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ। ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ। ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ । ବୃଷ- ଆଜି ଆପଣ ବ୍ୟବସାୟର ବିକାଶ ପାଇଁ ଅଧିକ ଧ୍ୟାନ ଦେବେ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ। ତଥାପି, ସଫଳତା ବିଳମ୍ବ ହୋଇପାରେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ। ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ…
ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ମନରେଗା)କୁ ଆହୁରି ସୁଦୃଢ଼ କରିବା ପାଇଁ ଏକ “ବିଚାର ବିମର୍ଶ” ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ମନରେଗା କର୍ମୀ, ସାମାଜିକ ସଂଗଠନର ପ୍ରତିନିଧି ଓ ଅଧିକାରୀ, କମିଶନର ଓ ପ୍ରାୟ ୨୦ଟି ରାଜ୍ୟର ଅନ୍ୟ ଅଧିକାରୀ, ଜିଲ୍ଲା, ବ୍ଲକ ଓ ଗ୍ରାମ ପଞ୍ଚାୟତର ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହି ଅଧିବେଶନରେ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶୱାନ ଓ ଡ ଚନ୍ଦ୍ରଶେଖର ପେମସାନି, ଗ୍ରାମ୍ୟ ଉନ୍ନୟନ ସଚିବ ଶୈଳେଶ କୁମାର ସିଂହ, ଅତିରିକ୍ତ ସଚିବ ଟି.କେ ଅନିଲ କୁମାର, ଯୁଗ୍ମ ସଚିବ ରୋହିଣୀ ଆର ଭଜିଭାକରେ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ…

