Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରୀଡ଼ାର ବିକାଶ ନିମନ୍ତେ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଆବଶ୍ୟକ: ଦିଗବିଜୟ ସିଂହଦେଓ
ଆଜିର ଖବର

କ୍ରୀଡ଼ାର ବିକାଶ ନିମନ୍ତେ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଆବଶ୍ୟକ: ଦିଗବିଜୟ ସିଂହଦେଓ

December 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତରେ କ୍ରୀଡ଼ାର ବିକାଶ ନିମନ୍ତେ କ୍ରୀଡ଼ା ପ୍ରତି ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ପରିବର୍ତ୍ତିତ ହେବା ଆବଶ୍ୟକ ବୋଲି ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଦିଗବିଜୟ ସିଂହଦେଓ କହିଛନ୍ତି।

ଅଲିମ୍ପିକ୍ ସମେତ ଅନେକ ବିଶ୍ୱସ୍ତରୀୟ କ୍ରୀଡ଼ାକୁ ଗଣମାଧ୍ୟମରେ ଉପସ୍ଥାପିତ କରିଥିବା ଶ୍ରୀ ସିଂହଦେଓ କହିଥିଲେ ଯେ ଅଲିମ୍ପିକ୍‌ରେ ଅଧିକ ସଫଳ ହେଉଥିବା ଦେଶ ଯଥା ଆମେରିକା, ଚୀନ୍‌, ଜାପାନ୍‌, ଫ୍ରାନ୍ସ ଓ ଜର୍ମାନୀରେ କେହି ଅଲିମ୍ପିକରେ ପଦକ ଜିତିବା ନିମନ୍ତେ ଅନୁଶୀଳନ କରନ୍ତି ନାହିଁ। ଏହି ଦେଶଗୁଡ଼ିକରେ କ୍ରୀଡ଼ାରେ ଭାଗ ନେବା ସମସ୍ତଙ୍କ ନିମନ୍ତେ ଏକ ସ୍ୱାଭାବିକ ବିଷୟ। ସେମାନେ କ୍ରୀଡ଼ାରେ ନୈପୁଣ୍ୟ ହାସଲ ନିମନ୍ତେ. ଦଳଗତ ମନୋଭାବ ସୃଷ୍ଟି ନିମନ୍ତେ, ଶାରୀରିକ ସୁସ୍ଥତା ନିମନ୍ତେ ଓ ପ୍ରତିପକ୍ଷକୁ କିପରି ସମ୍ମାନ ଦିଆଯାଏ ସେ ବିଷୟ ଶିକ୍ଷା କରିବା ନିମନ୍ତେ କ୍ରୀଡ଼ାରେ ଭାଗ ନେଇଥାନ୍ତି।

ଶ୍ରୀ ସିିଂହଦେଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ମହୋତ୍ସବ ‘ସୋଆ କପ୍‌’ର ପୁରସ୍କାର ବିତରଣୀ ସଭାରେ ବୁଧବାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମନ୍ତବ୍ୟ ରଖିଥିଲେ।

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ରୀଡ଼ା ସାମ୍ବାଦିକତା କରୁଥିବା ଶ୍ରୀ ସିଂହଦେଓ ପୂର୍ବରୁ ଷ୍ଟାର ନ୍ୟୁଜ୍‌, ସିଏନ୍‌ଏନ୍‌-ଆଇବିଏନ ଓ ଉଇଅନ୍ ଭଳି ସମ୍ବାଦ ଚ୍ୟାନେଲରେ କାର୍ଯ୍ୟ କରିଛନ୍ତି ଏବଂ ବର୍ତମାନ ଏସ୍‌ଜି ସ୍ପୋର୍ଟ୍ସ ମେଡିଆ ଓ ଏଂଟରଟେନ୍‌ମେଂଟର ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି।

ସେ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବର୍ତ୍ତମାନ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। କ୍ରୀଡ଼ାର ବିକାଶ ନିମନ୍ତେ ରାଜ୍ୟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରି ଶ୍ରୀ ସିଂହଦେଓ କହିଥିଲେ ଯେ, ରାଜ୍ୟରେ କ୍ରୀଡ଼ା ଭିତିଭୂମିର ଆଖିଦୃଶିଆ ଉନ୍ନତି ନିମନ୍ତେ ଜାତୀୟ ସ୍ତରରେ ଓଡ଼ିଶାର ପରିଚୟ ବର୍ତମାନ ବଦଳି ଯାଇଛି।

ସେ ସୋଆ କପରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କୁ କ୍ରୀଡ଼ାରେ ସଂଶ୍ଲିଷ୍ଟ ହୋଇ ରହିବା ନିମନ୍ତେ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି କ୍ରୀଡ଼ା ମହୋତ୍ସବରେ ଫୁଟବଲ୍‌, କ୍ରିକେଟ, ଭଲିବଲ, ବାସ୍କେଟବଲ, କବାଡ଼ି, ବ୍ୟାଡମିଂଟନ, ଟେବୁଲ ଟେନିସ. ସଫ୍ଟବଲ, ଟେନିସ୍‌, ଖୋ ଖୋ, ଚେସ୍‌. ଥ୍ରୋବଲ୍ ଓ ଆଥଲେଟିସ୍ ତଥା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନ୍ତର୍ଭୁକ୍ତ ଥିଲା।

ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏବର୍ଷ ପାଇଁ ସୋଆ କପ୍ ସଂଯୋଜକ ଡକ୍ଟର ସୌର୍ଯ୍ୟ ରଂଜନ ଦାସ ଓ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ର୍ବମା ଉପସ୍ଥିତ ଥିଲେ। ଆସନ୍ତା ବର୍ଷ ଏହି କାର୍ଯ୍ୟକ୍ରମ ନିମନ୍ତେ ଡକ୍ଟର ତନ୍ମୟ ପରଡ଼ା ସଂଯୋଜକ ହେବେ ବୋଲି ମଧ୍ୟ ଘୋଷଣା କରାଯାଇଥିଲା।

କ୍ରୀଡ଼ାର ବିକାଶ ସୋଆ କପ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ସୁନ୍ଦରଗଡ଼ରେ ଭୟଙ୍କର ଦୁର୍ଘଟଣା: ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା, ଜୀଅନ୍ତା ଜଳିଗଲେ ୨ ଡ୍ରାଇଭର!

October 25, 2026

ବାତ୍ୟା ‘ଅର୍ଣ୍ଣବ’ ପାଇଁ ଚିଲିକାରେ ୪ ଦିନ ଡଙ୍ଗା ଚଳାଚଳ ବନ୍ଦ! ପର୍ଯ୍ୟଟକଙ୍କ ଯାତାୟାତ ଉପରେ କଟକଣା

October 25, 2026

ସାଉଦି ଆରବ ଉପରେ ଆକ୍ରମଣର ପ୍ରଭାବ: ନଭେମ୍ବର ୭ ଯାଏଁ ରିୟାଦକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ 

October 25, 2026

ଏସୀୟ ପାରା ଗେମ୍ସ-୨୦୨୬: ଇତିହାସ ରଚିଲା ଭାରତ, ପାକିସ୍ତାନ ପାଇଁ ଲଜ୍ଜା

October 25, 2026
Latest News

ସୁନ୍ଦରଗଡ଼ରେ ଭୟଙ୍କର ଦୁର୍ଘଟଣା: ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା, ଜୀଅନ୍ତା ଜଳିଗଲେ ୨ ଡ୍ରାଇଭର!

October 25, 2026

ବାତ୍ୟା ‘ଅର୍ଣ୍ଣବ’ ପାଇଁ ଚିଲିକାରେ ୪ ଦିନ ଡଙ୍ଗା ଚଳାଚଳ ବନ୍ଦ! ପର୍ଯ୍ୟଟକଙ୍କ ଯାତାୟାତ ଉପରେ କଟକଣା

October 25, 2026

ସାଉଦି ଆରବ ଉପରେ ଆକ୍ରମଣର ପ୍ରଭାବ: ନଭେମ୍ବର ୭ ଯାଏଁ ରିୟାଦକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ 

October 25, 2026

ଏସୀୟ ପାରା ଗେମ୍ସ-୨୦୨୬: ଇତିହାସ ରଚିଲା ଭାରତ, ପାକିସ୍ତାନ ପାଇଁ ଲଜ୍ଜା

October 25, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ଗସ୍ତ 

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.