ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ମାୟୋଟେରେ ସାମୁଦ୍ରିକ ଝଡ ଚିଡୋ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଭାରତ ଫ୍ରାନ୍ସ ସହ ଏକତ୍ର ଠିଆ ହୋଇଛି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି। ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରୋନ୍ଙ୍କ ନେତୃତ୍ୱରେ ଫ୍ରାନ୍ସ ସ୍ଥିରତା ଏବଂ ଦୃଢ଼ ସଂକଳ୍ପ ସହିତ ଏହି ବିପଦ ସମୟର ମୁକାବିଲା କରିପାରିବ। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି : “ମାୟୋଟେରେ ସାମୁଦ୍ରିକ ଝଡ ଚିଡୋ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଯୋଗୁଁ ଗଭୀର ଦୁଃଖିତ। ମୋର ସମବେଦନା ଏବଂ ପ୍ରାର୍ଥନା ସମସ୍ତ ପୀଡିତ ଏବଂ ସେମାନଙ୍କର ପରିବାର ସହିତ ରହିଛି। ମୁଁ ନିଶ୍ଚିତ ଯେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ନେତୃତ୍ୱରେ ଫ୍ରାନ୍ସ ସ୍ଥିରତା ଏବଂ ଦୃଢ଼ ସଂକଳ୍ପ ସହ ଏହି ଦୁଃଖଦ ସମୟର ମୁକାବିଲା କରିପାରିବ। ଭାରତର ଫ୍ରାନ୍ସ ସହ ଏକତ୍ର ଛିଡା ହୋଇଛି ଏବଂ ସମସ୍ତ…
Author: SM Network
ଭୁବନେଶ୍ଵର: ଭୁବନେଶ୍ୱରର ପୂର୍ବତଟ ରେଳପଥ ମୁଖ୍ୟାଳୟ, ରେଳ ସଦନ ଠାରେ ହାଇ-ଟେକ୍ ମେଡିକାଲ ଦ୍ୱାରା ଆୟୋଜିତ ଏକ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଅଛି। ରେଳ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଏହି ଶିବିରକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଉଦ୍ଘାଟନ କରିଥିଲେ। ଏହି ପଦକ୍ଷେପ ମୁଖ୍ୟାଳୟର କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ସାଧାରଣ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ, ରକ୍ତଚାପ ମନିଟରିଂ ଏବଂ ଅନ୍ୟାନ୍ୟ ଜରୁରୀ ନିରାକରଣ ସେବା ସହିତ ଏହି ଶିବିରରେ ବିଭିନ୍ନ ପ୍ରକାରର ଡାକ୍ତରୀ ଯାଞ୍ଚ ପ୍ରଦାନ କରାଯାଇଥିଲା, ଯାହା ଦ୍ୱାରା କର୍ମଚାରୀମାନେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରିବେ। ଏହି କାର୍ଯ୍ୟକ୍ରମ ପୂର୍ବତଟ ରେଳପଥର କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତାକୁ ସୂଚିତ କରୁଛି।
ବାଣପୁର: ଆଜି ବାଣପୁର ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷ ଠାରେ ଚ଼ତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚ଼ିଲିକା ବିଧାୟକ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ଜଳ ଯୋଗାଣ ଓ ପରିମଳ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମତ୍ସ୍ୟ ଚାଷ,ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ,ମନରେଗା ଓ ବ୍ଲକ ର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଜନପ୍ରତିନିଧି ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ସହ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ତେବେ ଜନପ୍ରତିନିଧିମାନେ ସରକାରୀ ଅଧିକାରୀଙ୍କୁ କିଛି ତଥ୍ୟ ମାଗିଲେ ସେମାନେ ତଥ୍ୟ ନଦେଇ ସେମାନଙ୍କୁ ପାଲଟା ଦୁର୍ବ୍ୟବହାର କରୁଥିବା ମନ୍ତ୍ରୀଙ୍କ…
ନୂଆଦିଲ୍ଲୀ: ଭାରତୀୟ ସେନାରେ ଯିବା ପାଇଁ ଇଚ୍ଛା ରଖିଥିବା ଯୁବକମାନଙ୍କ ପାଇଁ ଖୁସି ଖବର ଅଛି। ଭାରତୀୟ ବାୟୁସେନ୍ (IAF) ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀର ବାୟୁ ପ୍ରବେଶ 01/2026 ପାଇଁ ଏକ ବିଜ୍ଞପ୍ତି ପ୍ରଦାନ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଅଗ୍ନିବୀର ବାୟୁ ନିଯୁକ୍ତି 2025 ପାଇଁ ଆବେଦନ ପ୍ରକ୍ରିୟା ଜାନୁଆରୀରେ ଆରମ୍ଭ ହେବ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ୱେବସାଇଟ୍ agnipatvayu.cdac.in ମାଧ୍ୟମରେ 7 ଜାନୁଆରୀରୁ ଆବେଦନ କରିବାକୁ ସମର୍ଥ ହେବେ। ଅଗ୍ନିବୀର ବାୟୁ ନିଯୁକ୍ତି ଭର୍ତ୍ତି 2025 ପାଇଁ ଅନଲାଇନ୍ ଆବେଦନ ଫର୍ମଗୁଡିକ 27 ଜାନୁୟାରୀ 2025 ସୁଦ୍ଧା ପୂରଣ କରାଯିବ। ଚୟନ କିପରି?: ପରୀକ୍ଷା ଆଧାରରେ ଅଗ୍ନିବୀର ବାୟୁ ନିଯୁକ୍ତି କରାଯିବ। ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ପରୀକ୍ଷା 22 ମାର୍ଚ୍ଚ 2025 ରେ ଅନୁଷ୍ଠିତ ହେବ। ବୟସ ସୀମା: 1 ଜାନୁଆରୀ 2005 ରୁ 1 ଜୁଲାଇ 2008 ମଧ୍ୟରେ ଜନ୍ମଗ୍ରହଣ କରିଥିବା ପ୍ରାର୍ଥୀମାନେ ଆବେଦନ…
ନୂଆଦିଲ୍ଲୀ: ଆମ ଦେଶର ସାହସୀ ହିରୋମାନଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବାରରେ ଥିବା ଦ୍ୱୀପପୁଞ୍ଜଗୁଡିକର ନାମକରଣ କରିବା ହେଉଛି ଦେଶ ପ୍ରତି ସେମାନଙ୍କର ସେବାକୁ ଅନେକ ପୀଢ଼ି ଯାଏଁ ସ୍ମରଣୀୟ କରିବା ପାଇଁ ସୁନିଶ୍ଚିତ କରିବାର ଏକ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ରାଷ୍ଟ୍ରମାନେ ସେମାନଙ୍କର ମୂଳ ସହିତ ଜଡିତ ସେମାନେ ବିକାଶ ଓ ରାଷ୍ଟ୍ର ନିର୍ମାଣରେ ଆଗକୁ ଅଗ୍ରଗତି କରନ୍ତି। ଏକ୍ସରେ ଶିବ ଅରୁରଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି: “ଆମର ହିରୋମାନଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବାରରେ ଥିବା ଦ୍ୱୀପପୁଞ୍ଜଗୁଡିକର ନାମକରଣ କରିବା ହେଉଛି ଦେଶ ପ୍ରତି ସେମାନଙ୍କର ସେବାକୁ ଆଗାମୀ ପୀଢ଼ି ପାଇଁ ସ୍ମରଣୀୟ କରିବାର ଏକ ମାଧ୍ୟମ। ଆମର ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କର ସ୍ମୃତିକୁ ସଂରକ୍ଷଣ ତଥା ସ୍ମରଣ କରିବା ପାଇଁ ଏହା…
ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଲାଗି ଯାତ୍ରୀମାନେ ରେଳପଥରେ ମାଗଣା ଯାତ୍ରା କରିପାରିବେ ବୋଲି କିଛି ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ଖବରକୁ ରେଳ ମନ୍ତ୍ରଣାଳୟ ଖଣ୍ଡନ କରିଛି। ଏପ୍ରକାର ଖବର ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ବିନା ଟିକେଟରେ ରେଳପଥରେ ଯାତ୍ରା କରିବା ଦଣ୍ଡନୀୟ ଅପରାଧ ବୋଲି ରେଳବାଇ ସୂଚାଇ ଦେଇଛି। ମହାକୁମ୍ଭ ମେଳା କିମ୍ବା ଅନ୍ୟ କୌଣସି ପର୍ବରେ ରେଳପଥରେ ମାଗଣା ଯାତ୍ରା କରିବା ଲାଗି କୌଣସି ବ୍ୟବସ୍ଥା ନାହିଁ ବୋଲି ରେଳବାଇ ପକ୍ଷରୁ ପୁଣିଥରେ କୁହାଯାଇଛି। ମହାକୁମ୍ଭ ମେଳା ଅବସରରେ ରେଳପଥରେ ସୁବିଧାରେ ଯାତ୍ରା କରିବା ଲାଗି ରେଳବାଇ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ଯାତ୍ରୀମାନଙ୍କ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଅଧିକା ଟିକେଟ କାଉଂଟର ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।
ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ପାଇଁ ୨୦୨୫ ଟଙ୍କା ମୂଲ୍ୟର ଏକ ନୂଆ ବର୍ଷ ୱେଲକମ ପ୍ଲାନ ଆରମ୍ଭ କରିଛି। ୨୦୦ ଦିନର ଭାଲିଡିଟି ରହିଥିବା ଏହି ସ୍ୱତନ୍ତ୍ର ପ୍ଲାନରେ ଅସୀମିତ ୫ ଜି ସେବା, ୫୦୦ ଜିବି ୪ ଜି ହାଇ-ସ୍ପିଡ଼ ଡାଟା (ଦୈନିକ ୨.୫ ଜିବି), ଅସୀମିତ କଲ୍ ଏବଂ ଏସଏମଏସ ଉପଲବ୍ଧ। ଏହି ପ୍ଲାନ ସହିତ ଗ୍ରାହକମାନେ ସମାନ ସୁବିଧା ମିଳୁଥିବା ମାସିକ ୩୪୯ ଟଙ୍କା ମୂଲ୍ୟର ରିଚାର୍ଜ ତୁଳନାରେ ୪୬୮ ଟଙ୍କା ସଞ୍ଚୟ କରିପାରିବେ। ଏହି ପ୍ଲାନ ସହିତ ୨୧୫୦ ଟଙ୍କା ମୂଲ୍ୟର ପାର୍ଟନର କୁପନ ମଧ୍ୟ ଗ୍ରାହକଙ୍କୁ ଦିଆଯାଉଛି। ଏଥିରେ ୫୦୦ ଟଙ୍କା ମୂଲ୍ୟର ଆଜିଓ ରିହାତି କୁପନ୍ (ସର୍ବନିମ୍ନ ୨୫୦୦ ଟଙ୍କା କ୍ରୟ ଉପରେ), ସ୍ୱିଗିରେ ୧୫୦ ଟଙ୍କା (୪୯୯ ଟଙ୍କାରୁ ଅଧିକ ଅର୍ଡର ଉପରେ) ଏବଂ ଇଜ଼ ମାଇଁ ଟ୍ରିପ୍ ମାଧ୍ୟମରେ ଫ୍ଲାଇଟ୍ ବୁକିଂରେ ୧୫୦୦ ଟଙ୍କା ରିହାତି ଅନ୍ତର୍ଭୁକ୍ତ। ଏହି…
ଭୁବନେଶ୍ଵର: କେନ୍ଦ୍ରପଡା ଜିଲ୍ଲା ପ୍ରଶାସନ (ଜିଲ୍ଲା ସଂସ୍କୃତି ପରିଷଦ), ନେହେରୁ ଯୁବ କେନ୍ଦ୍ର ତଥା ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଓ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ଆଦ୍ୟାରଶ୍ମି ମହାପାତ୍ର ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଗୋଲି ତିରୁପତି ରେଡ୍ଡୀ, ଡିପିଓଏନଏସଏସ ପଦ୍ମଜା କବି ଶତପଥୀ ପ୍ରମୁଖ ଯୋଗ ଦାନ କରି ଯୁବଶକ୍ତିର ପ୍ରଶଂସା କରିବା ସହ କଳା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ଯୁବକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ବକ୍ତବ୍ୟ ରଖିଥିଲେ। ପ୍ରାୟତଃ ୧୦ଟି ମହାବିଦ୍ୟାଳୟରୁ ଅନ୍ୟୁନ ୩୦୦ ଛାତ୍ରଛାତ୍ରୀଙ୍କୁ ନେଇ ହିନ୍ଦୀ, ଇଂରାଜୀ ଔପଚାରିକ…
ଭୁବନେଶ୍ଵର: ରାଜ୍ୟ ସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଚଳିତ ମାସ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ପ୍ରଥମ ଓଡ଼ିଶା ଆନ୍ତଃ ତୃଣମୂଳ ସ୍ତରୀୟ (୧୪ ବର୍ଷରୁ କମ୍) ରାଜ୍ୟ ସ୍ତରୀୟ ଭାରଉତ୍ତୋଳନ ପ୍ରତିଯୋଗୀତା ଓଡ଼ିଶା ଭାରଉତ୍ତୋଳନ ସଂଘ ଏବଂ ” ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡ଼ା ବହୁମୁଖ ଭବନ (ଏମ୍.ପି.ଆଇ.ଏସ୍.) କ୍ରୀଡା (ଇ.ଏସ୍. ) ତରଫରୁ ପ୍ରତିଯୋଗୀତା ଭାରୋତ୍ତୋଳନ ପ୍ରଶିକ୍ଷିକ ଶ୍ରୀମତୀ ସୂର୍ଯ୍ୟପ୍ରଭା ମହାରିଙ୍କ। ତତ୍ତ୍ୱାବଧାନରେ ୨ଜଣ ଛାତ୍ର ଓ ୩ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ବର୍ଷରୁ କମ୍ ବାଳିକା (୪୯ (୯ କେ.ଜି.) ବର୍ଗରେ କୁମାରୀ ଇସାସିହ୍ନା। -୩ୟ ସ୍ଥାନ ଏବଂ ୧୪ ବର୍ଷରୁ କମ୍ ବାଳିକା (୫୫କେଜି ବର୍ଗରେ ଅର୍ପିତା। ମଧୁଶ୍ରୀ…
ଭୁବନେଶ୍ଵର: ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କାଠପୂଜା କାର୍ଯ୍ୟ ଧାର୍ମିକତା ତଥା ନିଷ୍ଠା ପୂର୍ବକ ସମ୍ପନ୍ନ ହୋଇଛି। ଏହି ପରିପେକ୍ଷୀରେ, ପୁରୀରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ରଥ ଯାତ୍ରା ନିମନ୍ତେ ଶ୍ରୀଜୀଉ ମାନଙ୍କ ତିନି ରଥ ନିର୍ମାଣ କରାଯିବା ପାଇଁ ନୟାଗଡ଼ ଡ଼ିଭିଜନରୁ ୮୧୪ଖଣ୍ଡ ଅଶନ, ଧଉରା, ଫାଶି ଏବଂ ଶିମିଳି କାଠ ପଠାଯିବାର କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ ଯେ, ଶ୍ରୀମନ୍ଦିରରୁ ଏକ ୫ଜଣିଆ ପ୍ରତିନିଧି ଦଳ ଶ୍ରୀ ଜୀଉଙ୍କ ଠାରୁ ମହାର୍ଦ, ଅଜ୍ଞାମାଳ, ପାଟପତନି, ଖଣ୍ଡୁଆପାଟ, ମହାପ୍ରସାଦ, ଫୁଲମାଳ, ଧୂପ, ଦୀପ ଏବଂ ନଡ଼ିଆ ଇତ୍ୟାଦି ଧରି ନୟାଗଡ଼ରେ ପହଞ୍ଚିବା ପରେ ମଙ୍ଗଳବାର ପାରମ୍ପାରିକ ପ୍ରଥା ଅନୁଯାୟୀ ମହାନଦୀ ବନ୍ୟପ୍ରାଣୀ ଡ଼ିଭିଜନ ଅଞ୍ଚଳରେ ଥିବା ବେଠିଆସାହି ଗ୍ରାମର ଜଗନ୍ନାଥ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ପରବର୍ତ୍ତୀ ସମୟରେ, ନିକଟବର୍ତ୍ତୀ ବଡ଼ମୂଳ ଗ୍ରାମରେ ବିଜେ କରିଥିବା ପ୍ରସିଦ୍ଧ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା…
ବ୍ରହ୍ମପୁର: କଇଁଛ ସଂରକ୍ଷଣ ଅଂଚଳରେ ମାଛ ଧରିବାକୁ ଯିବା ସମୟରେ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ବାଧା ସୃଷ୍ଟି ନକରିବା ଲାଗି ମଙ୍ଗଳବାର ଓଡିଶା ପାରମ୍ପରିକ ମତ୍ସ୍ୟ କର୍ମୀ ୟୁନିୟନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। କଇଁଛ ସୁରକ୍ଷା ସମୟରେ ପାରମ୍ପରିକ ମତ୍ସ୍ୟ କର୍ମୀ ଙ୍କୁ ମାଛ ଧରିବା ପାଇଁ ସିଇସି ରିପୋର୍ଟରେ ଉଲ୍ଲେଖ ରହିଛି। ସେମାନେ ଯେଉଁ ଜାଲ ବ୍ୟବହାର କରୁଛନ୍ତି ସେହି ଜାଲ ଦ୍ୱାରା କଇଁଛ ମାନଙ୍କ କୌଣସି କ୍ଷତି ଘଟୁନାହିଁ। ଏଣୁ ସେମାନଙ୍କୁ ବାଧା ସୃଷ୍ଟି ନକରିବା, ରିଙ୍ଗ ଜାଲକୁ ବର୍ତ୍ତମାନ ପରିବର୍ତନ ହୋଇ ଶିକ୍ଷା ଜାଲ ନାମରେ ନାମିତ କରାଯାଇଛି। ଏହି ଜାଲ ଦ୍ୱାରା କଇଁଛଙ୍କ କୌଣସି କ୍ଷତି ଘଟୁନାହିଁ। ଏଣୁ ଏହି ଜାଲକୁ ମଧ୍ୟ ମାଛ ମାରିବା ପାଇଁ ଅନୁମତି ପ୍ରଦାନ କରିବା, କଇଁଛ ସୁରକ୍ଷା ସମୟରେ ଯେଉଁ ଅଞ୍ଚଳ ମାଛ ଧରିବା ପାଇଁ ନିଷେଧ କରାଯାଇଛି ଉକ୍ତ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡା ସ୍ଥିତ ବାଘୁଆ ଜଳସେଚନ କାର୍ଯ୍ୟାଳୟଠାରେ ଚାଷୀଙ୍କୁ ନେଇ ରବି ଚାଷ ସମ୍ପର୍କିତ ଏକ ସାଧାରଣ ବୈଠକ ବାଘୁଆ ଜଳସେଚନ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାଳଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାଘୁଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୩୧୦୦ ହେକ୍ଟର ହୋଇଥିବା ସ୍ଥଳେ ବର୍ତ୍ତମାନ ଯାହାକି ୧୩୮.୯୭ ହେକ୍ଟର ଜଳ ଗଛିତ ଅଛି ଯାହାକି ଜଳଧାରଣ କ୍ଷମତାର ୪.୪୮%। ଏଥିସହ ଆଗାମୀ ଗ୍ରୀଷ୍ମ ଋତୁରେ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପାନୀୟଜଳ ଯୋଗାଣ ଅନିବାର୍ଯ୍ୟ ହୋଇଥିବାରୁ ରବି ଋତୁରେ ଚାଷ ନିମନ୍ତେ ବାଘୁଆ ଜଳଭଣ୍ଡାରରୁ ଜଳ ଯୋଗାଣ ସମ୍ଭବ ହୋଇପାରିବ ନାହିଁ ବୋଲି ଉପସ୍ଥିତ ସମସ୍ତ ଚାଷୀଙ୍କୁ ଅବଗତ କରାଯାଇଥିଲା। ବାଘୁଆ ଜଳସେଚନ ଉପରେ ନିର୍ଭର କରି କୌଣସି ଚାଷ ନକରିବା ସହ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଏବିଷୟ ଅବଗତ କରାଇବା ପାଇଁ ସଭ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା। ବୈଠକରେ ବୁଗୁଡ଼ା ସହ କୃଷି…
ଭୁବନେଶ୍ଵର: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେକ୍ସନ ଅଫିସରଙ୍କୁ ଗିରଫ କରିଛି ନବରଙ୍ଗପୁର ଭିଜିଲାନ୍ସ ଵିଭାଗ। ପାପଡାହାଣ୍ଡି ବ୍ଲକ ଶିକ୍ଷା ଵିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର ରଂଜିତ କୁମାର ଷଡ଼ଙ୍ଗୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ରାମଚନ୍ଦ୍ର ସାହୁ ନାମକ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଫାଇନଲ ପେନସନ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ରଞ୍ଜିତ ଷଡ଼ଙ୍ଗୀ। ଆଜି ରାମଚନ୍ଦ୍ର ସାହୁ ୧୦ ହଜାର ଟଙ୍କା ନେଇ ତାଙ୍କ କାର୍ଯ୍ୟାଳୟକୁ ଯାଇ ଦେବା ବେଳେ, ପୂର୍ବରୁ ଛକି ରହିଥିଲେ ଭିଜିଲାନ୍ସ କର୍ମଚାରୀ। ଉକ୍ତ ଟଙ୍କା ସହିତ ରଞ୍ଜିତ ଷଡ଼ଙ୍ଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ପରେ ରଞ୍ଜିତଙ୍କ ନବରଙ୍ଗପୁର ସହର ରାଜୁ ସାହି ଘର ମଧ୍ୟ ଭିଜିଲାନ୍ସ ଵିଭାଗ ଜାଞ୍ଚ କରୁଥିବା ବେଳେ ଅଭିଯୁକ୍ତ ରଞ୍ଜିତକୁ ଜୟପୁର ଅଫିସକୁ ସ୍ଥାନାନ୍ତର କରିଛନ୍ତି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ରାଳବ ଗ୍ରାମର ବର୍ଷା ମୁନି ନାମ୍ନୀ ଜଣେ ଯୁବତୀ ଆଇ ଘର ନିମି ଗାଁ ରୁ କାହାକୁ କିଛି ନକହି ଗତ ମାସରେ ଘରୁ ନିଖୋଜ ହୋଇଯାଇଥିଲେ। ଏନେଇ ଯୁବତୀଙ୍କ ମାଁ ରୁନା ମୁନି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଠିକ୍ ସେହିଭଳି ଏହି ଥାନା ଅଞ୍ଚଳର ଜନୈକା ନାବାଳିକା ଘରୁ ଅନ୍ତର୍ଦ୍ଧାନ ହୋଇଯାଇଛି ବୋଲି ପିତା ଠାରୁ ଅଭିଯୋଗ ପାଇ ହିଞ୍ଜିଳି ପୋଲିସ ଏକ ସ୍ବତନ୍ତ୍ର ଗୋଷ୍ଠୀ ଗଠନ କରି ସୁଚିନ୍ତିତ ଅନୁସନ୍ଧାନ ଚଳାଇ ସଫଳତା ପାଇଛି। ଯୁବତୀ ବର୍ଷାକୁ ହୀରାକୁଦ ଅଞ୍ଚଳରୁ ଓ ନାବାଳିକାକୁ ବାଙ୍ଗାଲୋରରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଯାହା ଫଳରେ ଅଞ୍ଚଳ ଲୋକ ଏହିଭଳି ସେବା ପାଇଁ ପୋଲିସକୁ ପ୍ରଶଂସା କରିଛନ୍ତି।
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ସୈନ୍ୟ ପ୍ରତ୍ୟାହାର ପାଇଁ ଚୁକ୍ତିନାମା ପରେ ଦ୍ୱିପାକ୍ଷିକ ସମ୍ପର୍କର ପୁନରୁଦ୍ଧାର ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଥିଲା। ଗୋଟିଏ ପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଥିବାବେଳେ ଅନ୍ୟ ପଟେ ଡ୍ରାଗନ୍ ତାହାର ଚାଲ ଚଳାଇବାରେ ବ୍ୟସ୍ତ ଅଛି। ଚୀନ୍ ଡୋକଲାମ ଆଖପାଖରେ ଥିବା ଗ୍ରାମଗୁଡିକୁରେ ବସତି ସ୍ଥାପନ କରିବାରେ ବ୍ୟସ୍ତ, ଯାହା ପାରମ୍ପାରିକ ଭାବରେ ଭୁଟାନର ଏକ ଅଂଶ ହୋଇଆସୁଛି। ଡୋକଲାମ ନିକଟରେ ୨୨ ଟି ଗାଁ ନିର୍ମାଣ: ସାଟେଲାଇଟ୍ ଚିତ୍ରରୁ ଜଣାପଡିଛି ଯେ, ଚୀନ୍ ଗତ ଆଠ ବର୍ଷ ମଧ୍ୟରେ ଭୁଟାନର ଏହି ପାରମ୍ପାରିକ ଅଞ୍ଚଳରେ ଅତି କମରେ ୨୨ ଟି ଗାଁ ଏବଂ ବସ୍ତି ନିର୍ମାଣ କରିଛି। ଡୋକଲାମ ଚାରିପାଖରେ ଥିବା ଗ୍ରାମଗୁଡିକର ରହିବା ପ୍ରକ୍ରିୟା ୨୦୨୦ ଠାରୁ ଜାରି ରହିଛି। ଏପର୍ଯ୍ୟନ୍ତ ଏଠାରେ ୮ ଟି ଗାଁରେ…
ନୂଆଦିଲ୍ଲୀ: ପୂର୍ବତନ କୃଷି ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଶରଦ ପାୱାର ଆଜି ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ପାୱାର କହିଛନ୍ତି ଯେ, ସେ ଡାଳିମ୍ବ ଚାଷୀଙ୍କ ବିଷୟରେ ଆଲୋଚନା କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ପାୱାରଙ୍କ ସହ ସାତାର ଦୁଇ କୃଷକ ଡାଳିମ୍ବ ଉପହାର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଶରଦ ପାୱାରଙ୍କ ସାକ୍ଷାତ ଏପରି ଏକ ସମୟରେ ହୋଇଛି, ଯେତେବେଳେ ନିକଟରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଭାଷଣରେ ଉତ୍ତେଜନା ଦେଖାଦେଇଥିଲା। ଏହି ନିର୍ବାଚନରେ ମହାବିକାଶ ଅଘାଡି (MVA) କୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ଭୁବନେଶ୍ଵର: ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପାଇଁ ଅଡୁଆ ବଢିଛି। ବର୍ତ୍ତମାନ ପ୍ରମିଳାଙ୍କ ଘରେ ଇଡି ଚଢାଉ କରିଛି। ସମ୍ବଲପୁରରେ ୩ ଟି ସ୍ଥାନ ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ଇଡି ଚଢାଉ କରିଛି। ବିଶ୍ଵ ଏନଜିଓ ଉପରେ ଇଡି ଚଢାଉ ଜାରି ରଖିଛି। ପ୍ରମିଳା ମଲ୍ଲିକ ବିଶ୍ଵ ଏନଜିଓ ର ଫାଉଣ୍ଡର ଅଟନ୍ତି। ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ମଧ୍ୟ ଇଡି ରେଡ କରୁଛି।
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବରିଷ୍ଠ କ୍ରିକେଟର ରବିଚନ୍ଦ୍ରନ୍ ଅଶ୍ୱିନ୍ ଅବସର ଘୋଷଣା କରିଛନ୍ତି। ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ। ଦ ଗାବାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ପରେ ଅଶ୍ୱିନ୍ ଏହି ଘୋଷଣା କରିଛନ୍ତି। ଅଶ୍ୱିନଙ୍କ ଏପର୍ଯ୍ୟନ୍ତ ଭଲ ରେକର୍ଡ ରହିଛି। ବୋଲିଂ ସହିତ ସେ ବ୍ୟାଟିଂରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି। ଅଶ୍ୱିନ ଟେଷ୍ଟ ସହିତ ଏକଦିବସୀୟ କ୍ରିକେଟ୍ ରେ ଭଲ ପ୍ରଦର୍ଶନ କରିଛନ୍ତି। ବ୍ରିସବେନରେ ତୃତୀୟ ଟେଷ୍ଟ ପରେ ସେ ସାମ୍ବାଦିକ ସମ୍ମିଳନୀରେ ଅବସର ଘୋଷଣା କରିଛନ୍ତି।
ନୂଆଦିଲ୍ଲୀ: ବ୍ରିସବେନର ଦ ଗବା ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଡ୍ର ହୋଇଛି। ଭାରତକୁ ଅଷ୍ଟ୍ରେଲିଆ ୨୭୫ ରନର ଲକ୍ଷ୍ୟ ଦେଇଥିଲା। କିନ୍ତୁ ମ୍ୟାଚର ପଞ୍ଚମ ଦିନରେ ଚା’ ବିରତି ପରେ ମ୍ୟାଚ୍ ଆରମ୍ଭ ହୋଇପାରିଲା ନାହିଁ। ବର୍ଷା ଏବଂ କମ୍ ଆଲୋକକୁ ଦୃଷ୍ଟିରେ ରଖି ମ୍ୟାଚ୍ ଡ୍ର ବୋଲି ଘୋଷଣା କରାଯାଇଥିଲା। ଏହି ସିରିଜରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ୧-୧ ରେ ବରାବର ରହିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୪୫ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ଷ୍ଟିଭ୍ ସ୍ମିଥ୍ ଏବଂ ଟ୍ରାଭିସ୍ ହେଡ୍ ଶତକ ହାସଲ କରିଥିଲେ। ହେଡ୍ ୧୫୨ ରନ୍ ର ଚମତ୍କାର ଇନିଂସ ଖେଳିଥିଲେ। ଯେଉଁଠାରେ ସ୍ମିଥ୍ ୧୦୧ ରନ୍ ସଂଗ୍ରହ କରିଥିଲେ। ଆଲେକ୍ସ କେରି ୭୦ ରନ୍ କରିଥିଲେ। ଜସପ୍ରୀତ ବୁମ୍ରା ଭାରତ ପକ୍ଷରୁ ୬ ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ…
ପୁରୀ: ଆଗାମୀ ଜାନୁଆରୀ ୮ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଆୟୋଜନ ହେବାକୁ ଯାଉଅଛି ପ୍ରବାସୀ ଭାରତୀୟ ଦିବସ। ଭୁବନେଶ୍ୱରରେ ଆୟୋଜିତ ହେଉଥିବା ସତ୍ତ୍ୱେ ସଂଖ୍ୟାଧିକ ପ୍ରବାସୀ ଭାରତୀୟଙ୍କ ପାଇଁ ପୁରୀ ଆକର୍ଷଣର କେନ୍ଦ୍ର ହେବାକୁ ଯାଉଅଛି। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ସେମାନଙ୍କ ସ୍ବାଗତ ସହ ଏକ ସୁଖଦ ଅନୁଭୂତି ପ୍ରଦାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଅଛି। ଏନେଇ ଆଜି ପୂର୍ବାହ୍ନରେ ପୁରୀ ସର୍କିଟ ହାଉସ ଠାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଆସୁଥିବା ସମସ୍ତ ପ୍ରବାସୀ ଭାରତୀୟ ଅତିଥି ମାନଙ୍କୁ ଓଡ଼ିଆ ପରମ୍ପରା ଅନୁସାରେ ସ୍ବାଗତ ସହ ସେମାନଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଭ୍ରମଣର ବ୍ୟବସ୍ଥା କରାଯାଇ ଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର, ରାମଚଣ୍ଡୀ, ଚନ୍ଦ୍ରଭାଗା, ରଘୁରାଜପୁର ଓ ସାତପଡ଼ା ପ୍ରଭୃତି ଅଞ୍ଚଳ ପରିଦର୍ଶନ…
ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ କର୍କଟ ଭଳି ଏକ ଗୁରୁତର ରୋଗରେ ପୀଡିତ। ଏଭଳି ପରିସ୍ଥିତିରେ ରୁଷ ଏକ ବଡ ଦାବି କରିଛି, ଯାହା ସମଗ୍ର ବିଶ୍ୱ ପାଇଁ ଆଶ୍ଵସ୍ତିର ଖବର ଅଟେ। ରୁଷ କହିଛି ଯେ, ଏହା ଏକ କର୍କଟ ଟିକା ସୃଷ୍ଟି କରିଛି, ଯାହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ସୋମବାର ଦିନ ରୁଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, ସେମାନେ କର୍କଟ ବିରୋଧରେ ଏକ ଟିକା ପ୍ରସ୍ତୁତ କରିଛନ୍ତି, ଯାହା 2025 ଆରମ୍ଭରୁ ରୁଷର କର୍କଟ ରୋଗୀଙ୍କୁ ମାଗଣାରେ ଦିଆଯିବ। ରୁଷର ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି TASS ଅନୁଯାୟୀ, ରୁଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ୍ ରିସର୍ଚ୍ଚ ସେଣ୍ଟରର ଜେନେରାଲ୍ ଡାଇରେକ୍ଟର ଆଣ୍ଡ୍ରେ କାପ୍ରିନ୍ ରୁଷର ରେଡିଓ ଚ୍ୟାନେଲରେ ଏହି ଟିକା ବିଷୟରେ ସୂଚନା ଦେଇଛନ୍ତି। ମସ୍କୋର ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜିର ନିର୍ଦ୍ଦେଶକ ଆଲେକ୍ସଜାଣ୍ଡାର୍ ଜିଣ୍ଟସବର୍ଗ…

