ଭୁବନେଶ୍ଵର: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରଥକାଠ ଅନୁକୂଳ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ନୟାଗଡ଼ ଜ଼ିଲ୍ଲା ଗଣିଆ ବ୍ଲକ ବଡମୂଳ ଗ୍ରାମରେ ଥିବା ମା ବଡରାଉଳଙ୍କ ପୀଠରେ ଏହି ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ଏକ ପ୍ରତିନିଧି ମଣ୍ଡଳୀ ପୁରୀରୁ ମହାପ୍ରଭୁଙ୍କ ଲାଗି ମାଳ ମହାର୍ଦ୍ଧ, ଖଣ୍ଡୁଆ, ଧୂପ, ଦୀପ, ନଡ଼ିଆ ଆଦି ଧରି ଆଜି ରାତିରେ ନୟାଗଡ଼ରେ ପହଞ୍ଚିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ଉପସ୍ଥିତ ଅଛନ୍ତିIନୟାଗଡ଼ ଡିଏଫ୍ଓ କ୍ଷମା ଷଡ଼ଙ୍ଗୀ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବଦ୍ଧନା ଜ୍ଞାପନ କରିବା ପରେ ସେମାନଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ବଡମୂଳ ଗ୍ରାମରେ ଥିବା ମା ବଡରାଉଳଙ୍କ ପୀଠରେ ରଥକାଠ ଅନୁକୂଳ ପୂଜାର୍ଚ୍ଚନା କରାଯିବ। ତେବେ ଆସନ୍ତା କାଲି ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ତିନି…
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୧-୨୨ ତାରିଖରେ କୁଏତ ଗସ୍ତ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗଲ୍ଫ ଦେଶ କୁଏତ ଗସ୍ତକୁ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ନିକଟରେ କୁଏତର ବୈଦେଶିକ ମନ୍ତ୍ରୀ ଭାରତ ଆସି କୁଏତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ। ଏହାପୂର୍ବରୁ ୧୯୮୧ ମସିହାରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରିଥିଲେ। କୁଏତକୁ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ: ୧୯୬୧ ମସିହାରେ ଭାରତ ଏବଂ କୁଏତ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହୋଇଥିଲା, ଯାହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଭଲ ଥିଲା। କୁଏତରେ ଭାରତୀୟ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ବାସ କରନ୍ତି। ଗଲ୍ଫ ସହଯୋଗ ପରିଷଦ (ଜିସିସି) ରେ କୁଏତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ଏପର୍ଯ୍ୟନ୍ତ ପରିଦର୍ଶନ କରିନାହାଁନ୍ତି। କୁଏତ ବର୍ତ୍ତମାନ ଜିସିସିର ଅଧ୍ୟକ୍ଷ ଅଛନ୍ତି। କୁଏତ ବ୍ୟତୀତ ଜିସିସିରେ ସଂଯୁକ୍ତ ଆରବ…
ନୂଆଦିଲ୍ଲୀ: ଆଜି ସଂସଦର ଶୀତକାଳୀନ ଅଧିବେଶନରେ ଉଭୟ ଗୃହ (ଲୋକସଭା ଏବଂ ରାଜ୍ୟସଭା) ର ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ପଟେ ଲୋକସଭାରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଆଗତ ହୋଇଥିବାବେଳେ ଅନ୍ୟ ପଟେ ରାଜ୍ୟସଭାରେ ସମ୍ବିଧାନ ଉପରେ ବିତର୍କ ଜାରି ରହିଛି। ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବିଲ୍ ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଦ୍ଵାରା ଆଗତ କରାଯାଇଛି। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କ’ଣ?: ଭାରତରେ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ, ଦେଶର ଲୋକସଭା ନିର୍ବାଚନ ଏବଂ ପୌର ତଥା ପଞ୍ଚାୟତ ନିର୍ବାଚନ ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇଥାଏ। ଦେଶରେ ବିଧାନସଭା, ଲୋକସଭା, ପଞ୍ଚାୟତ ଏବଂ ପୌର ନିର୍ବାଚନ ଏକାସାଙ୍ଗରେ କରାଯାଉ ବୋଲି ନରେନ୍ଦ୍ର ମୋଦୀ ସରକାର ଚାହୁଁଛନ୍ତି।
ନୂଆଦିଲ୍ଲୀ: ଏସିଆ କପ୍ ବିଜେତା ଭାରତୀୟ ଜୁନିଅର ମହିଳା ହକି ଟିମକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଟିମର ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପକୁ ସେ ପ୍ରଶଂସା କରିଥିଲେ। ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି: “ଏସିଆ କପ୍ ଟାଇଟଲ ବିଜୟୀ ହୋଇଥିବାରୁ ଭାରତୀୟ ଜୁନିଅର ମହିଳା ହକି ଟିମକୁ ଅଭିନନ୍ଦନ। ଦଳ ଅତ୍ୟଧିକ ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପ ପ୍ରଦର୍ଶନ କରିଛନ୍ତି। ଏହି ସଫଳତା ବିଶେଷ କରି ଯୁବଗୋଷ୍ଠୀଙ୍କ ମନରେ ହକି ପ୍ରତି ଅପାର ଉତ୍ସାହକୁ ମଧ୍ୟ ବଢ଼ାଇଛି। ଭବିଷ୍ୟତର ଉଦ୍ୟମ ପାଇଁ ଟିମକୁ ମୋର ଅଶେଷ ଶୁଭେଚ୍ଛା।”
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସୋମବାର ଦିନ “ପାଲେଷ୍ଟାଇନ” ଲେଖାଥିବା ହ୍ୟାଣ୍ଡବ୍ୟାଗ ନେଇ ସଂସଦରେ ପହଞ୍ଚିଛନ୍ତି। ଏହି ପଦକ୍ଷେପକୁ ପାଲେଷ୍ଟାଇନ ଲୋକଙ୍କ ସହ ସମର୍ଥନ ଏବଂ ଏକତାର ପ୍ରଦର୍ଶନ ଭାବରେ ଦେଖାଯାଉଛି। ପ୍ରିୟଙ୍କା ଗାନ୍ଧୀଙ୍କ ଏହି ପ୍ରତୀକାତ୍ମକ ପଦକ୍ଷେପ ଉପରେ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ପାଲେଷ୍ଟାଇନ ବ୍ୟାଗ ସହ ଜଡିତ ପ୍ରସଙ୍ଗରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହାସନ ଚୌଧୁରୀ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର) ରେ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଜବାହରଲାଲ ନେହେରୁଙ୍କ ପରି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ନାତୁଣୀଠାରୁ ଆମେ ଆଉ କ’ଣ ଆଶା କରିପାରିବା? ପ୍ରିୟଙ୍କା ଗାନ୍ଧୀ ବଧୂମାନଙ୍କ ମଧ୍ୟରେ ଉଚ୍ଚରେ ଠିଆ ହୋଇଛନ୍ତି। ଏହା ଲଜ୍ଜାଜନକ ବିଷୟ ଯେ, ଆଜି ପର୍ଯ୍ୟନ୍ତ କୌଣସି ପାକିସ୍ତାନୀ ସଂସଦ ସଦସ୍ୟ ଏଭଳି ସାହସ ଦେଖାଇ ନାହାଁନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ହ୍ୟାଣ୍ଡ ବ୍ୟାଗରେ ମଧ୍ୟ ପାଲେଷ୍ଟାଇନ…
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ବାଲିନାସୀ ରଘୁରାୟ ଘେରି ନିକଟରେ ବନ୍ୟପ୍ରାଣୀ ବିଭାଗ ଚଢ଼ାଉ କରି ୨୯ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଜଣେ ପକ୍ଷୀ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଟାଙ୍ଗୀ ଥାନା ଉଜ୍ଜଳା ଗୋପୀନାଥପୁର ଗ୍ରାମର ଆଲୋକ ପ୍ରଧାନ (୨୮) ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଏକ ବାଇକ, ବାଇନୋକୁଲାର, ମୋବାଇଲ ଫୋନ ଆଦି ଜବତ ହୋଇଛି। ଉକ୍ତ ଚଢ଼ାଉରେ ଫରେଷ୍ଟଗାର୍ଡ ଜାନକୀ ସାହୁ, ମିନାକୁମାରି ନାୟକ, ନିରଞ୍ଜନ ମହାରଣା, ସୁରକ୍ଷାକର୍ମୀ ବାପି ବେହେରା, ସୁଶାନ୍ତ ସ୍ବାଇଁ ଆଦି ସାମିଲ ଥିଲେ। ତେବେ ଗିରଫ ପକ୍ଷୀ ଶିକାରୀ କଇଁନାଡରେ ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଥିଲେ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଉଛି। ଏହି ସମୟରେ ଉତ୍ତରପ୍ରଦେଶରେ ଖେଳୁଥିବା ୩୧ ବର୍ଷୀୟ ଭାରତୀୟ ଦ୍ରୁତ ବୋଲର ଅଙ୍କିତ ରାଜପୁତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୦୯ ରେ ଆରମ୍ଭ କରିଥିବା କ୍ରିକେଟ୍ କ୍ୟାରିୟର ସେ ଶେଷ କରିଛନ୍ତି। ଅଙ୍କିତ ତାଙ୍କ କ୍ୟାରିୟରରେ ୮୦ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ଏହା ବ୍ୟତୀତ ସେ ଆଇପିଏଲର ୬ ଟି ସଂସ୍କରଣ ଖେଳିଥିଲେ। ଅଙ୍କିତ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, “ଆଜି ମୁଁ ଅଶେଷ କୃତଜ୍ଞତା ଏବଂ ନମ୍ରତା ସହିତ ମୁଁ ଭାରତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛି। ୨୦୦୯ ରୁ ୨୦୨୪ ପର୍ଯ୍ୟନ୍ତ ଯାତ୍ରା ମୋ ଜୀବନର ସବୁଠାରୁ ଚମତ୍କାର ସମୟ ଅଟେ। ବିସିସିଆଇ, ଉତ୍ତରପ୍ରଦେଶ କ୍ରିକେଟ୍ ଆସୋସିଏସନ୍, କାନପୁର କ୍ରିକେଟ୍ ଆସୋସିଏସନ୍, ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ,…
ଭୁବନେଶ୍ଵର: ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗ ଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ।ତେବେ ମରାମତି ସମୟରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ବାହାର କାଠ ନିକଟରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ। ଭକ୍ତଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନକରି ଏଏସଆଇ ପକ୍ଷରୁ ମରାମତି କରାଯିବ। ପ୍ରତ୍ୟେକ ଦିନର ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ସମୟକୁ ଦେଖି ଏଏସଆଇ ପକ୍ଷରୁ ମରାମତି କରାଯିବ। ପ୍ରତିଦିନ ପ୍ରାୟ ୫ ଘଣ୍ଟା ମରାମତି କରିବାକୁ ଲକ୍ଷ ରଖାଯାଇଥିବା ବେଳେ ନୀତିକାନ୍ତିକୁ ସୂଚାରୁ ରୂପେ ସମ୍ପାଦିତ କରାଯିବା ନେଇ ଲକ୍ଷ ରଖାଯାଇଛି। ପ୍ରତ୍ୟେହ ଦିନ ୧୨ଟା ୩୦ କିମ୍ବା ୧ ଟା ପରଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରାଯିବା ନେଇ ଧାର୍ଯ୍ୟ କରାଯାଇଅଛି। ତେବେ ଆଜି ପ୍ରଥମେ ଲୁହାଭାରା ବନ୍ଧାଯିବା ପରେ…
ନୂଆଦିଲ୍ଲୀ/ଭୁବନେଶ୍ୱର: ଏନସିଇଆରଟି ଭାରତର ଗୌରବ ଏବଂ ଦେଶର ଶିକ୍ଷା ବ୍ୟବସ୍ଥାର ମୂଳଦୁଆ। ଏହା କେବଳ ଏକ ଅନୁଷ୍ଠାନ ନୁହେଁ ବରଂ ଦେଶର ଏକ ସାମୂହିକ ଶୈକ୍ଷିକ ଭଣ୍ଡାର। ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନସିଇଆରଟିର ୯୦୦ ସିଟ୍ କ୍ଷମତା ବିଶିଷ୍ଟ ନୂତନ ଅଡିଟୋରିୟମ ଏବଂ ଅନେକ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ତଥା ପଦକ୍ଷେପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନସିଇଆରଟି ଏବଂ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହା ଦ୍ୱାରା ସାରା ଦେଶରେ ବିଶେଷ କରି ଟାୟାର-୨ ଏବଂ ଟାୟାର-୩ ସହରରେ ଏନସିଇଆରଟି ପ୍ରକାଶନର ପୁସ୍ତକଗୁଡ଼ିକ ସୁଲଭ ମୂଲ୍ୟରେ ଶିକ୍ଷାର୍ଥୀଙ୍କ ପାଖରେ ପହଞ୍ଚିପାରିବ। ଏହି ଅବସରରେ ଶ୍ରୀ ପ୍ରଧାନ ଗୁଗୁଲ ଲର୍ଣ୍ଣିଂ ସେଣ୍ଟରକୁ ମଧ୍ୟ ଉଦଘାଟନ କରିଥିଲେ। ଏହି ପଦକ୍ଷେପ ଏଆଇ ସମେତ ଡିଜିଟାଲ ଉପକରଣରେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କ ଦକ୍ଷତା ବିକାଶରେ ସହାୟକ ହେବ। କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ସୋମବାର ଛତିଶଗଡ଼ର ଜଗଦଲପୁରଠାରେ ନକ୍ସଲବାଦ ବିରୋଧରେ ଲଢ଼େଇ କରି ସହିଦ ହୋଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ସହିଦ ଯବାନଙ୍କ ପରିବାର ଏବଂ ନକ୍ସଲ ହିଂସାରେ ପୀଡ଼ିତଙ୍କ ପରିବାରକୁ ମଧ୍ୟ ଭେଟିଥିଲେ। ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ ନକ୍ସଲବାଦ ବିରୋଧରେ ସାହସିକ ସଂଗ୍ରାମରେ ସର୍ବୋଚ୍ଚ ବଳିଦାନ ଦେଇଥିବା ୧୩୯୯ ସହିଦଙ୍କୁ ସମ୍ମାନ ଜଣାଇ ଏକ ସ୍ମାରକୀ ପ୍ରତିଷ୍ଠା କରିଥିବାରୁ ଛତିଶଗଡ଼ ସରକାରଙ୍କୁ ପ୍ରଶଂସା କରିଥିଲେ। ଏହି ସ୍ମାରକୀ କେବଳ ଏହି ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ନାହିଁ ବରଂ ଭବିଷ୍ୟତ ପିଢ଼ିକୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ଶାହ ଆଲୋକପାତ କରି କହିଥିଲେ ଯେ, ଗତ ବର୍ଷ ଗଠନ…
ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଫିଟ ଇଣ୍ଡିଆ ସାଇକେଲିଂକୁ ଉଦଘାଟନ କରିବେ। ସେହିଦିନ ଜଗତପୁରସ୍ଥିତ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (ସାଇ) ନେସନାଲ ସେଂଟର ଅଫ ଏକ୍ସେଲେନ୍ସ ପକ୍ଷରୁ ସାଇକେଲ ଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ସାଇକେଲ ଚାଳକମାନେ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ବାରବାଟୀ ଦୁର୍ଗ ଦେଇ ସ୍ଥାନୀୟ ସମାଜ ଅଫିସ ପର୍ଯ୍ୟନ୍ତ ସାଇକେଲ ଚାଳନା କରିବେ। ଏଥିରେ ରାଜ୍ୟର ବହୁ କ୍ରୀଡା ପ୍ରେମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଜଗତପୁରସ୍ଥିତ ସାଇ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗମନାଗମନ ଓ ବ୍ୟାୟାମ ପାଇଁ ସାଇକେଲର ଗୁରୁତ୍ୱପୂର୍ଣ ଭୂମିକାକୁ ଏହା ସୂଚିତ କରିବ ବୋଲି କୁହାଯାଇଛି। ସାଇକେଲ ଆରୋହୀମାନେ ବାରବାଟୀ ଦୁର୍ଗ ପାଖରୁ ସମାଜ ଅଫିସ ଯାଏ ଯିବେ ଓ…
ଭୁବନେଶ୍ଵର: ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି। ଏହି ଶିବିରରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯିବା ସହ ଜୀବନ୍ତ ଗୁଳି, ବନ୍ଧୁକ, ଟିଫିନ ବାକ୍ସ, ମାଓ ପୋଷାକ, ବିଦ୍ୟୁତ ତାର, ମାଓ ପୁସ୍ତିକା, ପାଣି ଜାର୍, ୱାକିଟକି, ମୋବାଇଲ ଚାର୍ଜର ଓ ସୋଲାର ପ୍ୟାନେଲ ଜବତ କରାଯାଇଛି। ବଲାଙ୍ଗିର ଆଇଜି ହିମାଂଶୁ ଲାଲ ଏବଂ ଏସ୍ପି ଏଥିନେଇ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଗନ୍ଧମାର୍ଦନ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି। ନୂଆପଡା ଓ ବରଗଡ ସୀମାର କେତେକ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବାରୁ ଆଗକୁ ତଲାସି ଅଭିଯାନ ଜାରି ରହିବ ବୋଲି ଆଇଜି ହିମାଂଶ ଲାଲ କହିଛନ୍ତି।
ଭୁବନେଶ୍ୱର: ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ଏଣିକି ପୂର୍ବରୁ ମିଳୁଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାରରେ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏହା ସହ ହାବିଲଦାର ଓ କନଷ୍ଟେବଳମାନେ ପୂର୍ଵରୁ ସାଇକେଲ ଭତ୍ତା ବାବଦରେ ମାତ୍ର ୩ ଶହ ଟଙ୍କା ପାଉଥିଲେ ଏବେ ମୋଟର ସାଇକେଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କଟକରେ ଆୟୋଜିତ ଓଡିଶା ପୋଲିସ, ଓ. ଏସ. ଏ. ପି. ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସଂଘର ବାର୍ଷିକ ଉତ୍ସବ ଅବସରରେ ଘୋଷଣା କରିଛନ୍ତି। ଏହା ସହ ପୂର୍ବରୁ ପୋଷାକ, ଜୋତା ଇତ୍ୟାଦି ବାବଦ ରେ ପାଉଥିବା ୫ ହଜାର ଟଙ୍କା ବଦଳରେ ଏଣିକି ୧୦ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ…
ମେଷ: – ଆଜି ମିଶ୍ରିତ ଦିନ ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ସମୁଦାୟ ଅଛି । ଏକ କଣ୍ଟିଜେନ୍ସି ଲାଭ ହୋଇପାରେ । ବରିଷ୍ଠମାନଙ୍କ ଆଶୀର୍ବାଦ କାର୍ଯ୍ୟରେ ସଫଳତା ଆଣିବ, କିନ୍ତୁ କିଛି ପରିସ୍ଥିତି ଏପରି ହୋଇପାରେ ଯାହା ଟେନସନକୁ ବଢାଇବ । ସାଙ୍ଗମାନଙ୍କ ସହିତ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଯୁକ୍ତିତର୍କ ଆପଣଙ୍କୁ ଅସୁବିଧାରେ ପକାଇପାରେ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କର । ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ସଦସ୍ୟମାନେ ସହାୟତା ପାଇବେ । ଯାତ୍ରା ସ୍ଥଗିତ ରଖନ୍ତୁ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ କାର୍ଯ୍ୟ ସଫଳ ହେବ ଏବଂ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ଘର ଏବଂ ପିଲାମାନଙ୍କ ସମ୍ବନ୍ଧୀୟ ଏକ ଖୁସି ଖବର ମିଳିପାରିବ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ରହିବ । ଧାର୍ମିକ…
ଭୁବନେଶ୍ଵର: ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍ ୨୦୨୪ର ଉଦଯାପନୀ ସମାରୋହରେ ପୋଲିସ ବାହିନୀକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ପୋଲିସ ବଳର ଆଧୁନିକୀକରଣ, ପୋଲିସ ବ୍ୟବସ୍ଥାରେ ସଂସ୍କାର, ପୋଲିସ ଅନୁସନ୍ଧାନ ପାଇଁ ଭିତ୍ତିଭୂମି ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ନିତାନ୍ତ ଜରୁରୀ। ନହେଲେ, ଏକ ଅର୍ଦ୍ଧ-ପ୍ରସ୍ତୁତ ପୋଲିସ ବଳ ଅପରାଧୀଙ୍କୁ ଧରି ଦଣ୍ଡବିଧାନ କରିବା କାଠିକର ପାଠ ହୋଇଯିବ ବୋଲି ସେ କହିଥିଲେ। ପୁଲିସ ବିଭାଗର ଆଧୁନିକୀକରଣକୁ ସରକାର ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ଆସୁଛନ୍ତି ବୋଲି ପ୍ରକାଶ କରି କହିଥିଲେ ଯେ, ଆଗାମୀ ଦିନରେ ପୋଲିସ୍ର ବ୍ୟବହାର ପାଇଁ ସମଗ୍ର ରାଜ୍ୟରେ ଗାଡ଼ି ସଂଖ୍ୟା ବଢ଼ାଯିବ ଯାହାଦ୍ୱାରା ପୋଲିସ ପେଟ୍ରୋଲିଙ୍ଗ୍, ତଦନ୍ତ, Victim ପାଖରେ…
ବାଣପୁର: ଆଜି ବାଣପୁର ଶାଳିଆ ଜଳ ସେଚନ ଉପଖଣ୍ଡରେ ମୁଖ୍ୟ କେନାଲର ବିଭିନ୍ନ ସ୍ଥାନରେ ୧୪ କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ କରିଛନ୍ତି ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ। ଶାଳିଆ ଜଳସେଚନ ଅଧୀନରେ ଥିବା କେନାଲ ରାସ୍ତା ବାଣପୁରର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ବେଳେ ଦୀର୍ଘଦିନ ଧରି ମରାମତି ହୋଇପାରି ନଥିବାରୁ ଜନ ଅସନ୍ତୋଷ ଦେଖାଯାଇଥିଲା। ଏହାକୁ ପ୍ରାଥମିକତା ଦେଇ ଶ୍ରୀଯୁକ୍ତ ହରିଚନ୍ଦନ ଶାଳିଆ ଜଳସେଚନ ପ୍ରକଳ୍ପର ମାମୁଁ ଭଣଜା ଡିଷ୍ଟ୍ରିବ୍ୟୁଟାରିର ବାମପାର୍ଶ୍ୱ ବନ୍ଧ ସେବା ରାସ୍ତା ନିମନ୍ତେ, ୩୩. ୫୨ଲକ୍ଷ, ମୁଖ୍ୟ କେନାଲର ଆର.ଡ଼ି ଶୂନ୍ୟରାସ୍ତା ଠାରୁ ୪୯୪୨ ମିଟରରେ ବଣ୍ଟନ ପ୍ରଣାଳୀ ଓ ସୁରକ୍ଷା ପ୍ରାଚୀର ଉନ୍ନତି କରଣ ନିମନ୍ତେ ୧୧କୋଟି ୪୫ଲକ୍ଷ, ସାହସପୁର ଡିଷ୍ଟ୍ରିବ୍ୟୁଟାରୀର ୪କି. ମି ପର୍ଯ୍ୟନ୍ତ ୯୮. ୨୩ଲକ୍ଷ, ଆର.ଡି ରୋଡ ଠାରୁ ୪୯୪୨ ମି. ପର୍ଯ୍ୟନ୍ତ ସେବା ରାସ୍ତାର ଉନ୍ନତି କରଣ ନିମନ୍ତେ ୧୨୭. ୮୮ଲକ୍ଷ ଟଙ୍କାର…
ଖୋର୍ଦ୍ଧା: ଆଜି ଅପରାହ୍ନ ୫.୩୦ ମିନିଟ ସମୟରେ ଜିଲ୍ଲାପାଳ, ଖୋର୍ଦ୍ଧାଙ୍କ ସମ୍ମିଳନୀ କକ୍ଷରେ ପାଣି ପଞ୍ଚାୟତ ପକ୍ଷ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, କସ୍ତୂରିବାଳା ଜେନା ଉପସ୍ଥିତ ଥିଲେ। ଏହି ପାଣି ପଞ୍ଚାୟତ ୨୨ ଡିସେମ୍ବର,୨୦୨୪ ରୁ ୦୫ ଜାନୁଆରୀ,୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ। ଡିଭିଜନାଲ୍ ସ୍ତରରେ ପ୍ରଥମେ ୨୨ ଡିସେମ୍ବର,୨୦୨୪ , ପରେ ଜିଲ୍ଲା ସ୍ତରରେ ୨୯.୧୨.୨୦୨୪ ରିଖରେ ପାଳନ କରାଯିବ। ଶେଷରେ ରାଜ୍ୟ ସ୍ତରରେ ୦୫.୦୧.୨୦୨୫ ରିଖରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବାର ବ୍ୟବସ୍ଥା ରହିଛି। ଜିଲ୍ଲା ସ୍ତରରେ ୨୯.୧୨.୨୦୨୪ ରେ ଏକ ରଥ ପାଣି ପଞ୍ଚାୟତ ପକ୍ଷ ଉଦେଶ୍ୟରେ ସଚେତନ କରେଇବା ପାଇଁ ଜିଲ୍ଲାର ୧୦ ଟି ବ୍ଲକ ଏବଂ ପୌର ପରିଷଦ ପରିକ୍ରମା କରିବ। ଏଥିସହ ଜିଲ୍ଲା ସ୍ତରରେ…
ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ଦିବସରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ମନ୍ଦିରରୁ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀ ମାନଙ୍କ ସହ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ମସାଲ ଶୋଭାଯାତ୍ରାରେ ସାମିଲ ହୋଇ ବିଦ୍ୟାଳୟରେ ପହଞ୍ଚି ଉତ୍ସବକୁ ଆନୁଷ୍ଠାନିକ ରୂପେ ଉଦଘାଟନ କରିବା ସହ ପତାକା ଉତ୍ତୋଳନ କରି କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦିନରେ ଲାମ୍ବା ଡିଆଁ, ଦୌଡ, ଗୋଳା ଫିଙ୍ଗା ଆଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ, କ୍ରୀଡା ଉପସଭାପତି ଅଧ୍ୟାପିକା କଲ୍ୟାଣୀ ବୈରିଗଞ୍ଜନ, ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ, କ୍ରୀଡା ଶିକ୍ଷକ ବିଭୁଦେନ୍ଧୁ ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କ୍ରୀଡା ଉତ୍ସବକୁ ସୁନିଲ କୁମାର ପଟ୍ଟନାୟକ, କଳ୍ପଶ୍ରୀ…
ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସଂଗ୍ରାମ କେଶରୀ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଅନ୍ୟ ପ୍ରମୁଖ ଅତିଥି ଭାବେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବିଡ଼ିଓ ହଳଧର ଶବର, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ପିଏଚଡି କନିଷ୍ଠ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ପିଡବ୍ଲୁଡି ଏସଡିଓ ସନ୍ତୋଷ କୁମାର ସାହୁ, ଏଏମଓ ଡ଼.ବିଦ୍ୟା ପଟ୍ଟନାୟକ, ବିଡ଼ିଏମ ସୁଜାତା ଦାସ, ବିପିଏମ ଆରତୀ ଦାସ, ଏନଏଚଏମ ଜେଇ ବିଶ୍ୱନାଥ ବେହେରା, ଏଇ ସମରେନ୍ଦ୍ର କୁମାର ସାମନ୍ତରାୟ, ବିଏଏନ ସନ୍ତୋଷ କୁମାର ରାମ, ରୋଗୀ କଲ୍ୟାଣ ସମିତି ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ବହୁ ମାନ୍ୟଗଣ୍ୟ…
ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀଙ୍କ ନିମନ୍ତେ ସଚେତନତା ରଥକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶୁଭାରମ୍ଭ କରିଛନ୍ତି। ଚଳିତ ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଜିଲ୍ଲାରେ ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଅଛି। ଏହା ଉପରେ ରାଜ୍ୟ ସରକାରଙ୍କ ତରଫରୁ ଚାଷୀ ବିକ୍ରି କରିଥିବା ପ୍ରତି କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସହାୟତା ରାଶି ପ୍ରଦାନ କରାଯିବ। ଏହିପରି ଭାବେ ପ୍ରତ୍ୟେକ ବିକ୍ରି ହୋଇଥିବା ଧାନ ବାବଦରେ ଚାଷୀ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ।ଏହା ସାଧାରଣ କିସମ ଓ FAQ ମାନର ଧାନ ନିମନ୍ତେ ପ୍ରଯୁଜ୍ୟ ଅଟେ।ସମସ୍ତ ଚାଷୀ ଧାନକୁ ଭଲଭାବରେ ଶୁଖାଇ ଓ ସଫା କରି ମଣ୍ଡିକୁ ଆଣିବା ପାଇଁ ଏହି ରଥ ପ୍ରତ୍ୟେକ ଗ୍ରାମ ବୁଲି ମାଇକ ଓ ପ୍ରଚାର…
ରାୟଗଡା: ଦିନିକିଆ ରାୟଗଡା ଗସ୍ତରେ ଆସି ସ୍ଥାନୀୟ ଜିଲ୍ଲା ପରିଷଦ ବୈଠକ ଗୃହରେ ଏକ ସମୀକ୍ଷା ବୈଠକରେ ଯୋଗଦେଲେ ରାଜସ୍ବ ଓ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ଭୋରରୁ ରାୟଗଡାରେ ପହଂଚିବା ପରେ ପ୍ରଥମେ ମାଁ ମଝିଘରିଆଣି ଦର୍ଶନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗଦେଲେ ରାଜସ୍ବ ଓ ପ୍ରଶମନ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ। ଉକ୍ତ ବୈଠକରେ ରାୟଗଡା ବିଧାୟକ ଆପଲୁ ସ୍ୱାମୀ କାଡ୍ରାକା, ବିଷମକଟକ ବିଧାୟକ ନୀଳମାଧଵ ହିକକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଜିଲ୍ଲାପାଳ ପାରୁଲ ପଟୱାରି, ଏସପି, ଗୁଣୁପୁର ଓ ରାୟଗଡା ଉପଜିଲ୍ଲାପାଳ, ଜିଲ୍ଲାର ସମସ୍ତ ତହସିଲଦାର ସମେତ ଜିଲ୍ଲା ସ୍ଥରୀୟ ଅଧିକାରୀ ଉପସ୍ଥିତି ଥିଲେ।

