Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ୧୪ କୋଟି ମୂଲ୍ୟର ଜଳ ସମ୍ପଦ ବିଭାଗ ପ୍ରକଳ୍ପକୁ ଶିଳାନ୍ୟାସ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଆଞ୍ଚଳିକ

ବାଣପୁର: ୧୪ କୋଟି ମୂଲ୍ୟର ଜଳ ସମ୍ପଦ ବିଭାଗ ପ୍ରକଳ୍ପକୁ ଶିଳାନ୍ୟାସ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

December 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ବାଣପୁର ଶାଳିଆ ଜଳ ସେଚନ ଉପଖଣ୍ଡରେ ମୁଖ୍ୟ କେନାଲର ବିଭିନ୍ନ ସ୍ଥାନରେ ୧୪ କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ କରିଛନ୍ତି ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ। ଶାଳିଆ ଜଳସେଚନ ଅଧୀନରେ ଥିବା କେନାଲ ରାସ୍ତା ବାଣପୁରର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ବେଳେ ଦୀର୍ଘଦିନ ଧରି ମରାମତି ହୋଇପାରି ନଥିବାରୁ ଜନ ଅସନ୍ତୋଷ ଦେଖାଯାଇଥିଲା। ଏହାକୁ ପ୍ରାଥମିକତା ଦେଇ ଶ୍ରୀଯୁକ୍ତ ହରିଚନ୍ଦନ ଶାଳିଆ ଜଳସେଚନ ପ୍ରକଳ୍ପର ମାମୁଁ ଭଣଜା ଡିଷ୍ଟ୍ରିବ୍ୟୁଟାରିର ବାମପାର୍ଶ୍ୱ ବନ୍ଧ ସେବା ରାସ୍ତା ନିମନ୍ତେ, ୩୩. ୫୨ଲକ୍ଷ, ମୁଖ୍ୟ କେନାଲର ଆର.ଡ଼ି ଶୂନ୍ୟରାସ୍ତା ଠାରୁ ୪୯୪୨ ମିଟରରେ ବଣ୍ଟନ ପ୍ରଣାଳୀ ଓ ସୁରକ୍ଷା ପ୍ରାଚୀର ଉନ୍ନତି କରଣ ନିମନ୍ତେ ୧୧କୋଟି ୪୫ଲକ୍ଷ, ସାହସପୁର ଡିଷ୍ଟ୍ରିବ୍ୟୁଟାରୀର ୪କି. ମି ପର୍ଯ୍ୟନ୍ତ ୯୮. ୨୩ଲକ୍ଷ, ଆର.ଡି ରୋଡ ଠାରୁ ୪୯୪୨ ମି. ପର୍ଯ୍ୟନ୍ତ ସେବା ରାସ୍ତାର ଉନ୍ନତି କରଣ ନିମନ୍ତେ ୧୨୭. ୮୮ଲକ୍ଷ ଟଙ୍କାର ପ୍ରକଳ୍ପ ଜଳସେଚନ ବିଭାଗ ତରଫରୁ ଅନୁମୋଦନ ଲାଭ କରିଥିଲା।

ଆଜି ସମସ୍ତ ପ୍ରକଳ୍ପକୁ ନଡ଼ିଆ ଫଟାଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ।

ଉକ୍ତ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳ, ଭବାନୀପୁର ସରପଞ୍ଚ କାର୍ତ୍ତିକ ବାରିକ, ଦାମିଆ ସରପଞ୍ଚ ବୀଣାପାଣି ଷଣ୍ଢ, ସମିତି ସଭ୍ୟା ମାନି ଶବର ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଶାଳିଆ ଡ୍ୟାମ ତଳ ଅଂଚଳରେ ସଂଯୋଗ କରୁଥିବା କେନାଲ ରାସ୍ତାର ମରାମତି ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଧିବାସୀ ମାନ୍ୟବର ମନ୍ତ୍ରୀଙ୍କ ଉପରେ ଖୁସିବ୍ୟକ୍ତ କରିଥିଲେ।  ଚିଲିକାର ଉନ୍ନତିକରଣ ନିମନ୍ତେ ଆଗକୁ ବହୁ ପ୍ରତିକ୍ଷିତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀଯୁକ୍ତ ହରିଚନ୍ଦନ ଗଣମାଧ୍ୟମକୁ ପ୍ରକାଶ କରିଥିଲେ।

ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରିୟବ୍ରତ ବେହେରା, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସାହୁ,କନିଷ୍ଠ ଯନ୍ତ୍ରୀ ମନୋଜ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ପୃଥ୍ୱୀରାଜ ହରିଚନ୍ଦନ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ବାଣପୁରରେ ଭୀଷଣ ଅଗ୍ନିକାଣ୍ଡ: ସାତଟି ପରିବାର ସର୍ବସ୍ୱାନ୍ତ

May 27, 2026
Latest News

ଓଡିଶାରେ ଚାଲିବ ଇଭି ବୋଟ

May 28, 2026

ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ

May 28, 2026

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ଫସିଛି ମହାଯୁତି !

May 28, 2026

ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ

May 28, 2026

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.