ନୂଆଦିଲ୍ଲୀ: ଯେକୌଣସି ପ୍ରକାରର ଋଣ ନେବା ପାଇଁ ଆପଣଙ୍କର CIBIL ସ୍କୋର ଭଲ ହେବା ଜରୁରୀ। କିନ୍ତୁ, ଯଦି ଆପଣ କୌଣସି ଋଣ ନେଇ ନାହାଁନ୍ତି ତେବେ କଣ ହେବ? ଏହା ଦ୍ଵାରା ଆପଣଙ୍କ CIBIL ସ୍କୋର ଭଲ ହେବ ନା ଖରାପ ହେବ? ଆଜି ଏହି ବିଷୟରେ ଏହି ପ୍ରଶ୍ନର ଉତ୍ତର ଜାଣିବା। ଏହା ସହିତ, ଆମେ ମଧ୍ୟ ଜାଣିବା ଯେ କୌଣସି ପ୍ରକାରର ଋଣ ନେବା ପାଇଁ CIBIL ସ୍କୋର କେତେ ହେବା ଭଲ? ପ୍ରାୟତଃ ଲୋକମାନେ ଋଣ ନେବାକୁ ଭୟ କରନ୍ତି ଏବଂ ସବୁକିଛି ପାଇଁ ନଗଦ ଦେୟ ଦେବାକୁ ପସନ୍ଦ କରନ୍ତି। କିଛି ଲୋକ କ୍ରେଡିଟ୍ କାର୍ଡକୁ ଋଣ ପରି ଭାବନ୍ତି ଏବଂ ଏହାକୁ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତି। ସେମାନେ ଅନୁଭବ କରନ୍ତି ଯେ, ଏହା ସେମାନଙ୍କର ଖର୍ଚ୍ଚ ବଢାଇବ ଏବଂ ସେମାନଙ୍କର CIBIL ସ୍କୋରକୁ ଖରାପ କରିପାରେ। କିନ୍ତୁ ଏହା ପ୍ରକୃତରେ…
Author: SM Network
ନୂଆଦିଲ୍ଲୀ: ଆଜି ସକାଳେ ରାଜସ୍ଥାନର କରୌଲିରେ ଏକ ବସ୍ ଏବଂ କାର ମଧ୍ୟରେ ଭୟଙ୍କର ଧକ୍କା ହେବାର ଖବର ଆସିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଛନ୍ତି। କରୌଲିରେ ସଡ଼କ ଦୁର୍ଘଟଣାର ଏହି ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଟିମ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଆହତଙ୍କ ଚିକିତ୍ସା ଡାକ୍ତରଖାନାରେ ଜାରି ରହିଛି। ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୋଲିସ ପଠାଇ ଘଟଣାର ତଦନ୍ତ କରୁଛି। ସମସ୍ତ ମୃତ ବ୍ୟକ୍ତି ଗୋଟିଏ ପରିବାରର ଥିଲେ: କରୌଲି ଜିଲ୍ଲା ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ରମେଶ ମୀନା…
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ। ମଧ୍ୟାହ୍ନ ପ୍ରାୟ ୧୨:୩୦ ସମୟରେ ସେ ଖଜୁରାହୋରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ କେନ୍ – ବେତୱା ନଦୀ ସଂଯୋଗୀକରଣ ଜାତୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ଜାତୀୟ ପରିପ୍ରେକ୍ଷିତ ଯୋଜନା ଅଧିନରେ ଦେଶର ପ୍ରଥମ ନଦୀ ସଂଯୋଗୀକରଣ ପ୍ରକଳ୍ପ ଅଟେ। ଏହି ପ୍ରକଳ୍ପ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାକୁ ଜଳସେଚନ ସୁବିଧା ଯୋଗାଇବ, ଯାହାଦ୍ୱାରା ଲକ୍ଷ ଲକ୍ଷ କୃଷକ ପରିବାର ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ୱାରା ଉକ୍ତ ଅଞ୍ଚଳର ଲୋକମାନଙ୍କୁ ପାନୀୟ ଜଳ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏଥିସହିତ ଏହା ଜଳବିଦ୍ୟୁତ ପ୍ରକଳ୍ପ ସବୁଜ ଶକ୍ତିରେ ୧୦୦ ମେଗାୱାଟରୁ ଅଧିକ ଯୋଗଦାନ ଦେବ । ଏହି ପ୍ରକଳ୍ପ…
ଭୁବନେଶ୍ବର: ସାରା ଓଡ଼ିଶାରେ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଛି ବଡଦିନ। ପ୍ରଭୁ ଯୀଶୁଙ୍କର ଜନ୍ମଦିନ ଅର୍ଥାତ୍ ବଡଦିନ ପାଇଁ ସାରା ରାଜ୍ୟରେ ଏକ ଖୁସିର ଉତ୍ସବ ଲାଗି ରହିଛି। ଏହି ଅବସରରେ ବିଭିନ୍ନ ଚର୍ଚ୍ଚ ପକ୍ଷରୁ ସ୍ବତନ୍ତ୍ର ପ୍ରାର୍ଥନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଛି। ଆଜି ମଧ୍ୟରାତ୍ରିରେ ପ୍ରଭୁ ଯୀଶୁଙ୍କର ଜନ୍ମ ହୋଇଥିବାବେଳେ ଏହାକୁ ବେଶ୍ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀମାନେ। ବଡ଼ଦିନ ଅବସରରେ ରାଜ୍ୟର ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ଆଲୋକସଜ୍ଜା କରାଯିବା ସହିତ କ୍ରିସମାସ ଟ୍ରି, ମହମବତୀ ଓ ଘଣ୍ଟି ଦ୍ବାରା ସଜାଯାଇଛି। ଗତକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ବିଶେଷ ପ୍ରାର୍ଥନା କରାଯାଇଥିଲା। ଏଥିରେ ହଜାର ହଜାର ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଚର୍ଚ୍ଚ ପକ୍ଷରୁ ଭଜନ, ପ୍ରାର୍ଥନା, ଗୀତ ଓ ଉପହାର ଆଦାନ ପ୍ରଦାନ କରାଯାଇଥିଲା। ଭୁବନେଶ୍ବର କଟକ ବ୍ୟତୀତ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା, କନ୍ଧମାଳ ଆଦି ସହରଗୁଡ଼ିକରେ ବେଶ୍ ଶାନ୍ତିପୂର୍ଣ୍ଣ…
ନୂଆଦିଲ୍ଲୀ: ୧୯୬୨ ଯୁଦ୍ଧ ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇ ଥିଲା। ପାଖାପାଖି ୨୦ ବର୍ଷ ହେଲା କୌଣସି ବଡ଼ ସରକାରୀ ଗସ୍ତ ହୋଇନଥିଲା। ଅଟଳ ବିହାରୀ ବାଜପେୟୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲା ବେଳେ ୧୯୭୯ ଫେବ୍ରୁଆରିରେ ଚୀନ ଯାଇଥିଲେ। ବିମାନବନ୍ଦରରେ ତାଙ୍କ ପ୍ରଶଂସକମାନେ ଫୁଲ ଓ ମାଳ ଧରି ଠିଆ ହୋଇଥିଲେ। ଏଠାରେ ଜଣେ ମହିଳା ଏକ ପୋଷ୍ଟର ଧରି ଠିଆ ହୋଇଥିଲେ, ‘୬୨ ବର୍ଷକୁ ଭୁଲିବେ ନାହିଁ’ ବୋଲି ସେଥିରେ ଲେଖାଥିଲା। ଗୋଟିଏ ବ୍ୟାନରରେ ଲେଖାଥିଲା, ‘ଅଧିକୃତ ଅଞ୍ଚଳକୁ ଫେରାଇ ନିଅ।’ ୧୯୬୨ମସିହାରେ ଚୀନ୍ ଭାରତରେ ପ୍ରବେଶ କରି ୧୪,୦୦୦ ବର୍ଗ ମାଇଲ ଅଞ୍ଚଳ ଦଖଲ କରିଥିଲା। ଏହି ଅଞ୍ଚଳର ଅଧିକାଂଶ ଅଂଶ ଉତ୍ତର-ପୂର୍ବ କଶ୍ମୀରର ହିମାଳୟ ଅଞ୍ଚଳ ଯାହା ଏବେ ବି ଚୀନ କବ୍ଜାରେ ରହିଛି। ସେତେବେଳେ ମୋରାରଜୀ ଦେଶାଇଙ୍କ ସରକାର ଥିଲା। ଅଟଳଙ୍କ ଗସ୍ତର ଆବଶ୍ୟକତା ନେଇ ରୁଷ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀ ପୁସାସ୍ଥିତ ଆଇସିଏଆର କନଭେନସନ୍ ସେଣ୍ଟରରେ ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ନବଗଠିତ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି (ଏମ୍-ପ୍ୟାକ୍ସ), ଦୁଗ୍ଧ ଓ ମତ୍ସ୍ୟ ସମିତିଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଅମିତ ଶାହା ନବଗଠିତ ସମବାୟ ସମିତିଗୁଡ଼ିକୁ ପଞ୍ଜୀକରଣ ପ୍ରମାଣପତ୍ର, ରୂପେ କିଷାନ କ୍ରେଡିଟ୍ କାର୍ଡ (କେସିସି) ଏବଂ ମାଇକ୍ରୋ ଏଟିଏମ୍ ବଣ୍ଟନ କରିବେ। ଏହି ଆର୍ଥିକ ଉପକରଣଗୁଡ଼ିକ ପଞ୍ଚାୟତସ୍ତରରେ ସହଜରେ ଋଣ ସେବା ଉପଲବ୍ଧ କରାଇବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହାଦ୍ୱାରା ଗ୍ରାମୀଣ ଜନସାଧାରଣ ଯୋଜନାର ଲାଭ ଉଠାଇପାରିବେ ଏବଂ ଦେଶର ଅର୍ଥନୈତିକ ପ୍ରଗତିରେ ଅଂଶଗ୍ରହଣ କରିପାରିବେ । ଏହି ଅବସରରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଓ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, ବହୁ ବରିଷ୍ଠ ଅଧିକାରୀ ଓ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଜିଲ୍ଲା ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟ୍ଟନାୟକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ମାମଲାର ରାୟ ଶୁଣାଇଛନ୍ତି। ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର ଅନୀଲ କୁମାର ସାହୁ ନାମକ ଜଣେ ଯୁବକଙ୍କୁ ବିଚାରପତି ୨୦ ବର୍ଷ ଜେଲଦଣ୍ଡ ସହ ୯ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ୧୦ ମାସ ଜେଲଦଣ୍ଡ ଶୁଣାଇଛନ୍ତି। ଘଟଣାରୁ ପ୍ରକାଶ ଅଭିଯୁକ୍ତ ଅନୀଲ ସାହୁ ଆସ୍କା ଥାନା ଅଞ୍ଚଳର ଜନୈକା ନାବାଳିକା ସହ ଗତ ୨୦୨୦ ମସିହାରୁ ସମ୍ପର୍କରେ ଥିଲେ। ପରବର୍ତ୍ତୀ ସମୟରେ ୨୦୨୧ ମସିହାରେ ଅନୀଲ ଉକ୍ତ ନାବାଳିକାକୁ ହାଇଦ୍ରାବାଦରେ ଏକ ମନ୍ଦିରରେ ବିବାହ କରିଥିଲେ ଓ ବିବାହ ପରେ ନାବାଳିକା ଜଣକ ଦୁଇ ମାସର ଗର୍ଭବତୀ ହୋଇଥିବା ଜାଣି ଅଭିଯୁକ୍ତ ଅନୀଲ ସେଠାରୁ ଫେରାର ହୋଇଯାଇଥିଲେ। ନାବାଳିକା…
ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ। ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ। ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସ୍ୱୟଂସେବକ ଭାବେ ଯୋଗଦେଇଥିଲେ। ୧୯୪୦-୪୪ ଭିତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ନେବାପରେ ୧୯୪୭ରେ ଜଣେ ପୂର୍ଣ୍ଣକାଳୀନ ପ୍ରଚାରକଭାବେ କାର୍ଯ୍ୟାରମ୍ଭ କରିଥିଲେ। ୧୯୪୨ରେ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ମାତ୍ର ଅଠର ବର୍ଷ ବୟସରେ ତାଙ୍କ ବଡଭାଇ ପ୍ରେମ କୁମାରଙ୍କ ସହିତ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ। ୧୯୫୧ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଭାପତି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ଗୁରୁଜୀ ମାଧବ ସଦାଶିବ ଗୋଲୱାଲ କରଙ୍କ ନିର୍ଦ୍ଦେଶକ୍ରମେ ସଂଘ କାର୍ଯ୍ୟରୁ ବିରତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେଇଥିଲେ। ତାଙ୍କୁ ଭାରତୀୟ ଜନସଂଘର ରାଷ୍ଟ୍ରୀୟ ସଂପାଦକ ଦାୟିତ୍ୱ ଅର୍ପଣ କରାଯାଇଥିଲା।…
ମେଷ- ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି । ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ…
ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟପାଳଙ୍କ ବଦଳି ହୋଇଛି। ଏବେ ଓଡିଶାର ନୂଆ ରାଜ୍ୟପାଳ ଭାବେ ଡାଃ ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ମିଳିଛି। ରଘୁବର ଦାସଙ୍କ ସ୍ଥାନରେ ଓଡିଶାର ରାଜ୍ୟପାଳ ଭାବେ ଡାଃ କମ୍ଭମପତିଙ୍କୁ ନିଯୁକ୍ତି ମିଳିଛି। ହରିବାବୁ ଏବେ ମିଜୋରାମ ରାଜ୍ୟପାଳ ଅଛନ୍ତି। ୧୯୯୯ ମସିହାରେ ସେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୧୪ ରେ ବିଶାଖାପାଟଣାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ପୂର୍ବରୁ ଆନ୍ଧ୍ରରେ ବିଜେପି ରଜ୍ୟ ସଭାପତି ଥିଲେ। ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ହରିବାବୁ ଆନ୍ଧ୍ରରେ ବିଜେପି ରଜ୍ୟ ସଭାପତି ଥିଲେ। ଏବଂ ଏହା ପରେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ।
ଭୁବନେଶ୍ଵର: ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୯୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ଜନ୍ମସ୍ଥାନ ନୟାଗଡ଼ ଖଣ୍ଡପଡ଼ାରେ ପାଳିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏବଂ ଖଣ୍ଡପଡ଼ା ପଠାଣି ସାମନ୍ତ ମେମୋରିଆଲ ପରିଷଦ ପକ୍ଷରୁ ଏହି ଜୟନ୍ତୀ ଆୟୋଜିତ ହୋଇଥିଲା। ଏହି ଅବସରରେ ଖଣ୍ଡପଡା ମହିଳା ମହାବିଦ୍ୟାଳୟ ପରିସରରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା। ସ୍ତମ୍ଭକାର ଗିରିଜା ଶଙ୍କର ତରାସିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ,ସାହିତ୍ୟିକ ଡଃ.ହରିହର କାନୁନଗୋ, ସାହିତ୍ୟିକ ଭାରତୀ ଭୂଷଣ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପଠାଣି ସାମନ୍ତଙ୍କ ଅପୂର୍ବ ପାଣ୍ଡିତ୍ଵ ଏବଂ କୃତିତ୍ଵ ଯୋଗୁଁ ବିଶ୍ଵଦରବାରେ ଓଡ଼ିଶା ଗୌରବାନ୍ବିତ ହୋଇଛି ବୋଲି ମତ ଦେଇଥିଲେ।
ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲାରେ ୧୭ ତାରିଖ ଠାରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ସନ୍ଧ୍ୟା ରେ ଉଦଯାପିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ, କୃଷି ଉତ୍ପାଦ ସଂରକ୍ଷଣ ଓ କୃଷକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଥିଲେ। ବିଜ୍ଞାନ ଦ୍ୱାରା କୃଷି ଉତ୍ପାଦନରେ ବୃଦ୍ଧି ଘଟୁଛି। ୧୨ ଶହ କୋଟି ଟଙ୍କା ବ୍ୟୟରେ କପିଳାସଠାରେ ସାଇନ୍ସ୍ ସିଟି, ଢେଙ୍କାନାଳରେ ରିଙ୍ଗ୍ ରୋଡ଼୍ ଏବଂ ଢ଼େଙ୍କାନାଳ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବ ବୋଲି ପ୍ରକାଶ କରିଥିଲେ। କୃଷିକ୍ଷେତ୍ରରେ ରାଜ୍ୟକୁ ସ୍ୱୟଂ ସଂପର୍ଣ୍ଣ କରିବାକୁ ସେ କୃଷକ ଭାଇ ଭଉଣୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଉତ୍ସବରେ ମାନ୍ୟବର…
ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ଆୟୋଜିତ ଏକ ମହତ୍ତ୍ୱପୂର୍ଣ୍ଣ ସମାରୋହରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍ କର୍ତ୍ତବ୍ୟରତ ଥିବା ସମୟରେ ଅଭୂତପୂର୍ବ ସଚେତନତା ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପାଞ୍ଚଜଣ ଆଦର୍ଶ ରେଳ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ପ୍ରମୁଖ ଘଟଣାକୁ ଅଟକାଇବାରେ, ଟ୍ରେନ୍ ସେବାଗୁଡିକର ନିରାପତ୍ତା ଏବଂ ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବାରେ ସେମାନଙ୍କର ଦ୍ରୁତ କାର୍ଯ୍ୟଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ସମାରୋହରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ପ୍ରମୁଖ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ମିଳିତ ଭାବରେ ସେମାନେ ପୂର୍ବତଟ ରେଳପଥ ମଧ୍ୟରେ ସର୍ବୋଚ୍ଚ ନିରାପତ୍ତା ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷର ମାନ ବଜାୟ ରଖିବା ପାଇଁ ସାମୂହିକ ପ୍ରତିବଦ୍ଧତାକୁ ଆଲୋକିତ କରିଥିଲେ। ସମ୍ମାନଜନକମାନଙ୍କ ମଧ୍ୟରେ ବିଜୟନଗରମ ସ୍ଥିତ କ୍ୟାରେଜ ଓ ୱାଗନ ବିଭାଗର ଟେକ୍ନିସିଆନ୍ ଗ୍ରେଡ୍-II ସିଏଚ ହରିଥା ଏବଂ…
ନୂଆଦିଲ୍ଲୀ: ପ୍ରଣୟନ ହୋଇଥିବା ତିନି ନୂଆ ଫୌଜଦାରୀ ଆଇନକୁ ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ସହ ଯୋଡାଯିବା ନେଇ ନୂଆଦିଲ୍ଲୀରେ ବସିଥିବା ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିଥିଲେ। ସାରା ଦେଶରେ ସିସିଟିଏନଏସ ୨.୦, ଏନଏଏପଆଇଏସ, କାରାଗାର, କୋର୍ଟ, ପ୍ରୋସିକ୍ୟୁସନ, ଫରେନ୍ସିକ୍ସକୁ ଆଇସିଜେଏସ ସହ ମିଶ୍ରଣ ନେଇ ଏହି ବୈଠକ ବସିଥିଲା। କେନ୍ଦ୍ର ଗୃହ ସଚିବ, ଏନସିଆରବି ନିର୍ଦ୍ଦେଶକଙ୍କ ସମେତ ଗୃହ ମନ୍ତ୍ରଣାଳୟ, ଏନସିଆରବି, ଏନଆଇସିର ବହୁ ବରିଷ୍ଠ ପଦାଧିକାରୀ ଏହି ବୈଠକରେ ଉପସ୍ଥିତ ରହିଥିଲେ। ଆଇସିଜେଏସ ୨.୦ରେ ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଏନସିଆରବିକୁ ତାଗିଦ କରିଥିଲେ । ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଇ-ସାକ୍ଷ୍ୟ, ନ୍ୟାୟ ଶ୍ରୁତି, ଇ-ସାଇନ, ଇ-ସମନ୍ସ ବ୍ୟବହାର କରିବା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ଫୌଜଦାରୀ ମାମଲା ରୁଜୁ ହେବାଠାରୁ ଫଇସଲା ହେବା ପର୍ଯ୍ୟନ୍ତ ଅଭିଯୋଗକାରୀଙ୍କୁ ମେସେଜ ଆଲର୍ଟ…
ବ୍ରହ୍ମପୁର (କୈଳାଶ ଚାନ୍ଦ ର୍ଚୌଧୁରୀ): ଗତ ୫ ବର୍ଷ ପୂର୍ବେ ବଡ଼ବଜାର ଥାନା ଅର୍ନ୍ତଗତ ସୀତା ଢିମିରା ସାହିର ଟୁଟୁ ହାତୀ ନାମକ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିଲା। କୌଣସି କାମରେ ସେ ବଜାରକୁ ଯାଇ ଘରକୁ ଫେରିବା ବେଳେ କାଞ୍ଜିବାରି ସାହି ଛକରେ କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ପୁର୍ବ ଶତୃତାକୁ ନେଇ ଟୁଟୁଙ୍କୁ ମାରଣାନ୍ତକ ଆକ୍ରମଣ କରି ଦୁର୍ବୃର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଗୁରୁତର ଆହତ ଟୁଟୁ ଡାକ୍ତରଖାନାରେ ଚିକିତ୍ସିତ ହୋଇ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଅଭିଯୋଗ ଗ୍ରହଣ କରି ସେହି ସୀତା ଢିମିରା ସାହିର ୮ ଜଣ ଯୁବକ ଯଥା ଜଗା ହାତୀ, ରାକେଶ ଘଡେ଼ଇ, ଅମୁଲ୍ୟ ଘଡେ଼ଇ, ବସନ୍ତ ଘଡେ଼ଇ, ରବିନ୍ଦ୍ର ଘଡେ଼ଇ, ସନ୍ତୋଷ ପୁଣ୍ଡି, ଶଙ୍କର ପୁଣ୍ଡି ଓ ମୋଚି ରାମ ନାହାକ ପ୍ରମୁଖଙ୍କ ନାମକ ମକଦ୍ଦମା ରୁଜୁ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।…
ଭୁବନେଶ୍ଵର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ପ୍ରଭାବିତ ହୋଇଛି। ଏହି ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଧାନ ଫସଲ ନଷ୍ଟ ହେବା ସହିତ ପନିପରିବା ଚାଷ ଉଜୁଡ଼ି ଯାଇଛି। ଏହି ବର୍ଷା ଯୋଗୁଁ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, କେନ୍ଦ୍ରାପଡା, ଡେରାବିଶ, ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର ବ୍ଲକ ସମେତ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅଂଚଳ ବ୍ୟାପକ ଭାବରେ ପ୍ରଭାବିତ ହୋଇଛି। ଧାନ, କୋବି, କଖାରୁ, ବିନ୍, ଟମାଟୋ, ବାଇଗଣ, କାକୁଡି, ଶାଗ ଇତ୍ୟାଦି ସବୁ ପନିପରିବା ନଷ୍ଟ ହୋଇଯାଇଛି। ସବୁଠାରୁ ଉଦ୍ବେଗଜନକ ବିଷୟ ହେଉଛି ସରକାରଙ୍କ କୃଷି ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଋଷୀ ମାନଙ୍କୁ ଆଗୁଆ ସୂଚନା ଦେଇ ସତର୍କ କରାଗଲା ନାହିଁ। ଆଗୁଆ ସୂଚନା ଦେଇ ଋଷୀମାନଙ୍କୁ ସତର୍କ କରିବା କ୍ଷେତ୍ରରେ ସରକାର ସଂପୂର୍ଣ ବିଫଳ ହୋଇଛନ୍ତି। ତା ପରେ…
ଭୁବନେଶ୍ୱର: ଆଗାମୀ ମହାକୁମ୍ଭ ମେଳା-2025 ରେ ଯାତ୍ରା କରିବାକୁଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଟ୍ରେନ ସୁବିଧା ଆୟୋଜନ କରାଯାଇଅଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ଏହି ଅଞ୍ଚଳର ବିଭିନ୍ନ ପ୍ରମୁଖ ସହରରୁ ପବିତ୍ର ସହର ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ। ନିମ୍ନଲିଖିତ ଭାବେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ: 1. ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ। ଏହି ଟ୍ରେନ୍ 2025 ଜାନୁୟାରୀ ମାସ 1, 8, 22 ତାରିଖ ଓ ଫେବୃୟାରୀ ମାସ 5, 19, 26 ତାରିଖ ଦିନ ବୁଧବାର ଦିନମାନଙ୍କରେ ଭୁବନେଶ୍ୱର ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ। ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ। 2. ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ। ଏହି ଟ୍ରେନ୍ 2025 ଜାନୁୟାରୀ…
ଭୁବନେଶ୍ୱର/କଟକ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ତଥା ସୁଶାସନ ଦିବସର ଅବ୍ୟବହିତ ପୂର୍ବରୁ ଐତିହାସିକ ସହର କଟକରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିବା ଆମର ସୌଭାଗ୍ୟ। କଟକରେ ଅଟଳଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପୂର୍ବତନ ମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ୱର୍ଗତ ସମୀର ଦେ’ଙ୍କ ଇଚ୍ଛା ଥିଲା, ଯାହା ଆଜି ପୂରଣ ହୋଇଛି। ସୁଶାସନ ଓ ଆର୍ଥିକ ବିକାଶର ପଥ ପ୍ରଦର୍ଶକ ଅଟଳୀଙ୍କର ଓଡ଼ିଶାର ବିକାଶ ପ୍ରତି ଅବଦାନ ଅତୁଳନୀୟ। ୧୯୯୯ ମସିହାର ମହାବାତ୍ୟାରେ ଓଡ଼ିଶାର ପୁନଃନିର୍ମାଣ ପାଇଁ ଅଟଳଜୀଙ୍କ ସମ୍ବେଦନଶୀଳ ଦୃଷ୍ଟିକୋଣ ଥିଲା ସ୍ୱତନ୍ତ୍ର। ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ…
କଟକ: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶାରେ ଶିକ୍ଷକ ଶିକ୍ଷାର ବିକାଶ ହେବ। ଶିକ୍ଷକମାନଙ୍କର ଆବଶ୍ୟକତା, ଯୁବକ ଯୁବତୀଙ୍କ ସ୍ୱାର୍ଥ ଓ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଦାୟିତ୍ୱ ନିଆଯିବ ବୋଲି ମଙ୍ଗଳବାର କଟକ ସ୍ଥିତ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ (ଆର୍ଏନ୍ଆଇଏଏସ୍ଇ)ର ଶତବାର୍ଷିକୀ ସମାରୋହରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରତିଷ୍ଠାନର ଶତବାର୍ଷିକୀ ପୂରଣ ହେବା ଅବସରରେ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ କରିବା ଲକ୍ଷ୍ୟରେ ୧୮୬୯ରେ କଟକ ନର୍ମାଲ ସ୍କୁଲ୍ ପ୍ରତିଷ୍ଠା ହେଲା। ପରେ ଏହାର ନାମ ବଦଳି କଟକ ଟ୍ରେନିଂ ସ୍କୁଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଟ୍ରେନିଂ କଲେଜ୍ ହୋଇଥିଲା। ତେବେ ୧୯୨୩ରୁ ଏହି କଲେଜ ରାଧାନାଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ୍ ଷ୍ଟଡି ଇନ୍ ଏଜୁକେସନ ନାମରେ…
ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ମହୋତ୍ସବ ଅର୍ଜ୍ଜୁନ ୨୦୨୫ ଆସନ୍ତା ବର୍ଷ ଜାନୁଆରୀ ୫ ତାରିଖରୁ ଜାନୁୟାରୀ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ନୟାଗଡ଼ ଜିଲ୍ଲା ର ପ୍ରଥମ ମହୋତ୍ସବ ଭାବେ ରଣପୁର ମହୋତ୍ସବର ଓଡ଼ିଶାରେ ଅନେକ ସୁନାମ ରହିଛି। ୨୦୦୬ ମସିହାରେ ରଣପୁର ମହୋତ୍ସବ ର ପ୍ରତିଷ୍ଠାତା ଥିଲେ ତତ୍ କାଳୀନ ଓଡ଼ିଶାର ସମବାୟ ରାଷ୍ଟ୍ରମନ୍ତ୍ରୀ ସୁରମା ପାଢୀ। କାଳର କରାଳ ଚକ୍ରରେ ଇତି ମଧ୍ୟରେ ଅନେକ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ୨୦୨୫ ମହୋତ୍ସବ ଅର୍ଜ୍ଜୁନ ର ମଙ୍ଗ ଧରିଛନ୍ତି ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ। ତେଣୁ ମହୋତ୍ସବ କୁ ପ୍ରଚାର ପ୍ରସାର କରିବା ପାଇଁ ସୁରମା ପାଢୀ ଙ୍କ ଅଧ୍ୟକ୍ଷତା, ଅନୁପସ୍ଥିତିରେ ସମ୍ପାଦକ ସ୍ବରାଜ ମହାନ୍ତି ସହଭାଗିତା ରେ ରଣପୁର ମଣିନାଗ ପୀଠ କଲ୍ୟାଣ ମଣ୍ଡପ ରେ ଡିସେମ୍ବର ୨୪ ତାରିଖ ମଧ୍ୟାହ୍ନରେ ଏକ ଗଣମାଧ୍ୟମ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ…
ଭୁବନେଶ୍ୱର: ଉପଭୋକ୍ତା ସୁରକ୍ଷା ଅଭିଯାନକୁ ଫଳପ୍ରଦ କରିବା ପାଇଁ ସରକାରୀ, ବେସରକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ ଏବଂ ସର୍ବୋପରି ଗଣମାଧ୍ୟମର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି। ସବୁ ବର୍ଗର ଉପଭୋକ୍ତା ଯେପରି ସକ୍ରିୟ ଭାବେ ଅଂଶଗ୍ରହଣ କରି ଉପଭୋକ୍ତା ସୁରକ୍ଷା ଆଇନ୍ 2019ର ସଫଳତାରେ ଭାଗିଦାରୀ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବଦା ସହଯୋଗ ରହିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ 2024 ପାଳନ ଅବସରରେ ଉଦ୍ବୋଧନ ଦେଇ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ 1986 ମସିହା ଡିସେମ୍ବର 24 ତାରିଖରେ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ ହୋଇଥିଲା। ଏହି ଆଇନରେ ବ୍ୟବସାୟୀ ସଂସ୍ଥାକୁ ଉତ୍ତରଦାୟୀ କରିବା ପାଇଁ ଯଥେଷ୍ଟ ପ୍ରାବଧାନ ନ ଥିଲା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଗୁରୁତ୍ୱର ସହ…

