ଭୁବନେଶ୍ଵର: କଳା, ସଂସ୍କୃତି ଓ ପରମ୍ପରା ର ବର୍ତ୍ତାବହ କଳାହାଣ୍ଡି ଉତ୍ସବ ୨୦୨୫ ର ଜିଲ୍ଲା ସ୍ତରୀୟ ଉତ୍ସବ ଆସନ୍ତା ଜାନୁୟାରୀ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜିଲ୍ଲାର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରତି ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରା ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କୁଣ୍ଡା ବନ୍ଧ ପଞ୍ଚାୟତ ଗିର୍ଜି ମୁଣ୍ଡା ସ୍ଥିତ ଯୋଗମାୟା ଦେବୀ ପୀଠରୁ ଏହି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବର ଶୁଭୁଦଘାଟନ କରାଯାଇଛି। ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର…
Author: SM Network
ଭୁବନେଶ୍ଵର: କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପାଣ୍ଠି ରାଜ୍ୟର ସମସ୍ତ ଯୋଗ୍ୟ ୬୭୯୪ ଟି ଗ୍ରାମ ପଞ୍ଚାୟତ, ୩୧୪ ଟି ବ୍ଲକ ପଞ୍ଚାୟତ ଏବଂ ୩୦ ଟି ଜିଲ୍ଲା ପଞ୍ଚାୟତ ପାଇଁ ରହିଛି। ରାଜସ୍ଥାନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଅଣବନ୍ଧିତ ଅନୁଦାନର ଦ୍ବିତୀୟ କିସ୍ତି ଅର୍ଥାତ୍ ୫୬୦.୬୩ କୋଟି ଟଙ୍କା ଏବଂ ୧ମ କିସ୍ତିର ଅଟକି ରହିଥିବା ରାଶି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୫୩.୪୧୨୩ କୋଟି ଟଙ୍କାର ଅଣବନ୍ଧିତ ଅନୁଦାନର କିସ୍ତି ପ୍ରଦାନ…
ନୂଆଦିଲ୍ଲୀ: ଭାରତ ବିଶ୍ୱର ସବୁଠାରୁ ସକ୍ରିୟ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାବରେ ଉଭା ହୋଇଛି ଏବଂ ସବୁଠୁ ଅଧିକ ଷ୍ଟାର୍ଟଅପ୍ ଥିବା ଦେଶମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ୧୦୦ରୁ ଅଧିକ ୟୁନିକର୍ଣ୍ଣ ସହ ଭାରତର ଷ୍ଟାର୍ଟଅପ୍ ପରିଦୃଶ୍ୟ ବ୍ୟାପକ ଉଦ୍ଭାବନ ଏବଂ ଉଦ୍ୟୋଗଶୀଳତାର ଭବିଷ୍ୟତକୁ ଆକାର ଦେଉଛି। ଭାରତରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଅଧୀନରେ ଅତି କମରେ ଜଣେ ମହିଳା ନିର୍ଦ୍ଦେଶକ ଥିବା ୭୩,୦୦୦ରୁ ଅଧିକ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଛି। ଏଗୁଡ଼ିକର ସଂଖ୍ୟା ସରକାରଙ୍କ ଦ୍ୱାରା ସମର୍ଥିତ ୧,୫୭,୦୬୬ ଷ୍ଟାର୍ଟଅପ୍ ମଧ୍ୟରୁ ପ୍ରାୟ ଅଧା ଭାଗକୁ ପ୍ରତିନିଧିତ୍ୱ କରିଥାଏ ଏବଂ ଉଦ୍ଭାବନ ଓ ଆର୍ଥିକ ବିକାଶରେ ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥାଏ। ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ଜନଭାବନାରେ ବ୍ୟାପକ ପରିବର୍ତ୍ତନ ଆସିଛି। ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ-ଏନସିଆର ଭଳି ସହର ନବୀନ ଉଦ୍ଭାବନର ପ୍ରାଣକେନ୍ଦ୍ର ପାଲଟିଛି। ଶସ୍ତା ଇଣ୍ଟରନେଟର…
ରଣପୁର: ଚଳିତ ବର୍ଷ ଧାନ ଫସଲର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନୁକୁଳ ପାଗ ରହିଥିବା ବେଳେ ଅମଳ ସମୟରେ ତିନିଦିନ ଧରି ଲଗାଣ ବର୍ଷା ଲାଗି ରହିବା ପରେ ମାତ୍ର ଗୋଟିଏ ଦିନ ପାଇଁ ପାଗ ଶୁଖିଲା ଥିବା ବେଳେ ପୁଣି ଥରେ ଦୁଇ ଦିନ ଧରି ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ଫସଲ ଚିନ୍ତାରେ ଚାଷୀ ହତାସ ହୋଇଥିବା ଦେଖିବାକୁ ମିଳିଛି। ଏଣେ ଅମଳ ଅପେକ୍ଷାରେ ବିଲରେ କଟା ହୋଇ ପଡି ରହିଥିବା ଧାନ ସବୁ ଦୀର୍ଘ ଦିନ ଧରି ପାଣିରେ ଭିଜିବା ପରେ ଗଜା ଧରିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଚାଷୀକୂଳ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ଚାଷୀଙ୍କ ମଧ୍ୟରୁ କେହି କେହି କଟା ଧାନ କୁ ବିଲରେ ଗଦା ମାରି ପାଳ ନଡା ଘୋଡାଇ ରଖିଥିବା ବେଳେ ତାହା ଏବେ ଖତ ଖାଇ ନଷ୍ଟ ହେବା ଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ କ୍ଷେତରେ କଟା…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ୧୦,୦୦୦ ନବଗଠିତ ବହୁମୁଖୀ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ), ଦୁଗ୍ଧ ଏବଂ ମତ୍ସ୍ୟ ଉତ୍ପାଦନ ସମବାୟ ସମିତିର ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଓ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ କୃଷ୍ଣପାଲ ଏବଂ ଶ୍ରୀମୁରଲୀଧର ମୋହୋଲ ଏବଂ ସମବାୟ ମନ୍ତ୍ରଣାଳୟର ସଚିବଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଅମିତ ଶାହ ଦେଶର ଦୁଇ ମହାପୁରୁଷ ପଣ୍ଡିତ ମଦନ ମୋହନ ମାଲବ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ ପଣ୍ଡିତ ମଦନ ମୋହନ ମାଲବ୍ୟ ଜୀ ଭାରତର ସ୍ୱାଧୀନତା ସଂଗ୍ରାମ ନାୟକମାନଙ୍କ ମଧ୍ୟରେ ଅଗ୍ରଣୀ ସ୍ଥାନ ଅଧିକାର କରିଛନ୍ତି ଏବଂ ସେ ଦେଶର ସ୍ୱାଧୀନତା,…
ଭୁବନେଶ୍ଵର: ଡିଏଭି ପୋଖରୀପୁଟରେ ପୁରାତନ ଛାତ୍ର ପରିଷଦର ବୈଠକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବେଦ ପାଠ ଓ ଡିଏଭି ଗାନ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଛାତ୍ର ପରିଷଦର ସଭାପତି ଡକ୍ଟର କାଳୀପ୍ରସାଦ ରଥ ଉପସ୍ଥିତ ସମସ୍ତ ବିଦ୍ୟାର୍ଥୀଙ୍କୁ ବହୁ ସଂଖ୍ୟାରେ ପରିଷଦ ସହିତ ଯୋଡ଼ିହେବାକୁ ଆହ୍ୱାନ ଦେଇଥିଲେ। ପୁରାତନ ଛାତ୍ର ସଂଘର ସଭାପତି ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ ୨୦୨୬ ରେ ପାଳନ ହେବାକୁଥିବା ଏହି ପରିଷଦର ରଜତ ଜୟନ୍ତୀ ଉତ୍ସବ ଛାତ୍ର ଓ ଯୁବଶକ୍ତି ପାଇଁ ହେଉ ଅପୂର୍ବ ମହମିଳନର ପର୍ବ। ଜାତୀୟ ସ୍ତରରେ ଆଜି ବିଦ୍ୟାଳୟ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିବା କଥା ତୁମ ପାଇଁ ଗୌରବର ବିଷୟ। ଦେଶ ଓ ସମାଜ ଗଠନରେ ନିଜକୁ ନିୟୋଜିତ କରି ନିଜ ତଥା ବିଦ୍ୟାଳୟ ପାଇଁ ନୂଆ କୀର୍ତ୍ତି ସୃଷ୍ଟି କରିବାକୁ ସେ ପୁରାତନ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ।…
ଭୁବନେଶ୍ୱର: ବାଜପେୟୀ ଜୀ ଥିଲେ ଜଣେ ଦେବୋପମ ବ୍ୟକ୍ତି। ତାଙ୍କ ଜୀବନର ଗଭୀରତା, ସଦ୍ଗୁଣ ଓ ଆଦର୍ଶ ତାଙ୍କୁ ଦେବତାଙ୍କ ସହିତ ତୁଳନୀୟ କରିଥିଲା। ତାଙ୍କର ବ୍ୟକ୍ତିତ୍ୱ ଥିଲା ଶାନ୍ତ, ସ୍ନିଗ୍ଧ, ସରଳ ଓ ନମ୍ର। ଦଳମତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କ ପ୍ରିୟ। ତାଙ୍କର ରାଜନୈତିକ ବିରୋଧୀ ଥିଲେ। କିନ୍ତୁ, କେହି ଶତ୍ରୁ ନଥିଲେ। ତେଣୁ, ସେ ଥିଲେ ଅଜାତଶତ୍ରୁ। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ OUAT କୃଷି ସେବା ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଣେ ଉଦାର ହୃଦୟ ଜନନାୟକ, ସଫଳ ପ୍ରଧାନମନ୍ତ୍ରୀ, ଓଜସ୍ୱିନୀ ବକ୍ତା ଓ ଜଣେ…
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଖଜୁରାହୋଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଓ ସମଗ୍ର ବିଶ୍ବର ଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ନେତୃତ୍ବାଧୀନ ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସେ ମଧ୍ୟପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ନୂଆ ନୂଆ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଐତିହାସିକ କେନ-ବେତଓ୍ବା ନଦୀ ସଂଯୋଗୀକରଣ ପ୍ରକଳ୍ପ, ଦୌଧନ ଡ୍ୟାମ ଓ ମଧ୍ୟପ୍ରଦେଶର ପ୍ରଥମ ଭାସମାନ ସୌର ପ୍ରକଳ୍ପ ଓମକାରେଶ୍ବର ଭାସମାନ ସୌର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏଥିପାଇଁ ସେ ମଧ୍ୟପ୍ରଦେଶ ଲୋକମାନଙ୍କୁ…
ମେଷ- ଯଶ କିର୍ତ୍ତୀ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ବୃଦ୍ଧି ପାଇବ। ଆପଣଙ୍କର ଦୈନନ୍ଦିନ ପରିବର୍ତ୍ତନ କରିବା ଉପଯୁକ୍ତ ହେବ। ଆପଣଙ୍କର ଆଚରଣରେ ଭଦ୍ର ହେବା ଆବଶ୍ୟକ। ଯାନବାହନ ଆନନ୍ଦ ପାଇବେ। ପିଲାମାନଙ୍କର ଯତ୍ନ ନେବା ଆବଶ୍ୟକ । ବୃଷ- ଶୁଭ ସଂକଳ୍ପ ସହିତ ଦିନଟି ଆରମ୍ଭ ହେବ। ନୂତନ ବ୍ୟବସାୟରେ ଲାଭର କମ୍ ଆଶା ଅଛି। ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିୟର ବିଷୟରେ ନିରାଶ ହୁଅନ୍ତୁ ନାହିଁ, ସମୟ ବଦଳିଯିବ। ନୂତନ ଗୃହ ନିର୍ମାଣ ସୃଷ୍ଟି ହେଉଛି। ମିଥୁନ- ଆପଣଙ୍କର କାର୍ଯ୍ୟ ପଦ୍ଧତିଗୁଡ଼ିକର ଉନ୍ନତି ଆବଶ୍ୟକ। ଆଜି ଟଙ୍କା ପ୍ରବାହ ସହଜ ହେବ। ସ୍ୱାସ୍ଥ୍ୟ ଭଲ ହେବ। ବ୍ୟବସାୟର ବିବାଦ ଶାନ୍ତ ରହିବ। ସମୟ ବଦଳିଯିବ। ଯାନ କିଣିବାର ସମ୍ଭାବନା ସୃଷ୍ଟି ହେଉଛି। କର୍କଟ- ଆପଣଙ୍କ କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ପରିବାରର ବୃଦ୍ଧମାନଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବ। ଚାକିରିରେ ବିବାଦ ଶାନ୍ତିପୂର୍ଣ୍ଣ ହେବ। ଲାଭ ସୁଯୋଗ ମିଳିବ। ଘରେ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ 1542ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି । ଲୋକ ସେବା ଭବନର convention centre ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସମବାୟ ସମିତି ଗୁଡିକର ଶୁଭାରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ 2711ଟି ପ୍ୟାକ୍ସ (PACS)ଥିବା ବେଳେ, ରାଜ୍ୟ ସରକାର ଆଉ 1542ଟି ନୂଆ ବହୁମୁଖୀ ପ୍ୟାକ୍ସ ( MPACS) ଗଠନ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ସମୁଦାୟ ପ୍ୟାକ୍ସ ସଂଖ୍ୟା 4253ରେ ପହଞ୍ଚିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ଆନ୍ଦୋଳନକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ନୂତନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଏଥିରେ ସମୁଦାୟ ୫୪ ଟି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି। ଏଗୁଡିକ ମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ…
ସମ୍ବଲପୁର: ଚାଷ ହେଉଛି ସମ୍ବଲପୁରର ଅର୍ଥନୀତି। କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ। ସମ୍ବଲପୁରର ଜନସାଧାରଣ ବିଶେଷ ଭାବରେ ‘ଅନ୍ନଦାତା’ଙ୍କ ପାଖରେ ଆଧୁନିକ କୃଷି ଯନ୍ତ୍ରପାତି ପହଞ୍ଚାଇବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା’ର ଆୟୋଜନ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ସୁଶାସନ ଦିବସ’ ଅବସରରେ ସମ୍ବଲପୁର ଜିଲ୍ଲାର ଅଇଁଠାପାଲି ଠାରେ “ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା, କୃଷି ମହୋତ୍ସବ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪-୨୫” ରେ ଯୋଗଦେଇ ଶ୍ରୀ ପ୍ରଧାନ ଚାଷୀମାନଙ୍କୁ ଆଧୁନିକ କୃଷି ଉପକରଣ ପ୍ରଦାନ କରିଛନ୍ତି । ବିଭିନ୍ନ ରକମର ଚାଷ କରୁଥିବା ଚାଷୀ, ଓ ସଂସ୍ଥାମାନଙ୍କୁ ପୁରସ୍କୃତ କରିବା ସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମ୍ବଲପୁର ସମେତ ଓଡ଼ିଶାର ଚାଷ ଓ ଚାଷୀଙ୍କୁ ଅଧିକରୁ ଅଧିକ ସଶକ୍ତ କରିବା ପାଇଁ…
ଖୋର୍ଦ୍ଧା: ଆଜି ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବ ଖୋର୍ଦ୍ଧା ଜିଲ୍ଲା ଜୟୀ ରାଜଗୁରୁ ଟାଉନ ହଲ ରେ ମହା ସମାରୋହରେ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୃଥିରାଜ ହରିଚନ୍ଦନ, ମନ୍ତ୍ରୀ ଆଇନ ଅବକାରୀ ଓ ପୁର୍ତ୍ତ ବିଭାଗ ଓଡ଼ିଶା ସରକାର। ଏଥି ସହିତ ସମାନ୍ନୀୟା ସାଂସଦ, ଭୂବନେଶ୍ୱର ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ, ସମ୍ମାନିୟ ଜିଲ୍ଲାପାଳ, ଚଞ୍ଚଳ ରାଣା, ସମ୍ମାନିୟ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ସମ୍ମାନିୟ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମେ କବିତା ପାଠୋତ୍ସବ କରାଯାଇଥିଲା। ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଅତିଥି ମାନଙ୍କ ଦ୍ଵାରା କରାଯାଇଥିଲା। ଉତ୍ତରିୟ ଏବଂ ବିଭିନ୍ନ ଚାରା ପ୍ରଦାନ କରାଯାଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ତତ୍ପରେ ବନ୍ଦେ…
ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଅନ୍ତର୍ଗତ ମହୁକୁଦ ନିକଟସ୍ଥ ବଣପାହାଡ ଘେରା ଟିକିରା ନଦୀ ନିକଟରେ ୧୨୫ ଜଣ ବରିଷ୍ଠ ନାଗରିକ ମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶର ମୁଖ୍ୟ ଆୟୋଜକ ଅଧ୍ୟାପକ ଦେବେଶ କୁମାର ବିଶ୍ବାଳ ଙ୍କ ପରିଚାଳନା ଓ ମହୁକୁଦ ଗ୍ରାମ ମଙ୍ଗଳ ଯୁବକ ସଂଘ ର ସମ୍ପାଦକ ଜିତେନ୍ଦ୍ର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସଭା ରେ ସ୍ବର୍ଗତ ଗୌରାଙ୍ଗ ନାୟକ, ବଂଶୀଧର ବିଶ୍ବାଳ, ଦୁର୍ଯୋଧନ ଧଳ, ସୁମତି ସାହୁ ଓ ଅବଧୂତ ବିଶ୍ବାଳ ଙ୍କ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସମାରୋହରେ ବରିଷ୍ଠ ନାଗରିକ ମାନଙ୍କ ର ସମସ୍ୟା ବିଷୟ ରେ ଆଲୋଚନା କରାଯାଇଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିଷକ ଯଦୁମଣି ବିଶ୍ବାଳ, ଗ୍ରାମ ମଙ୍ଗଳ ଯୁବକ ସଂଘ ର ପ୍ରଥମ ସମ୍ପାଦକ ନାରାୟଣ ବିଶ୍ବାଳ, ଅବସରପ୍ରାପ୍ତ ବନବିଭାଗ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉମେଶ ଚନ୍ଦ୍ର ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ପରିସର ରେ ଏକ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଯୋଗଦାନ କରି ଉଦ୍ଘାଟନ କରିଥଲେ। ଏହି ଉତ୍ସବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଦିଗପହଣ୍ଡି ଡା ସିଦ୍ଧାନ୍ତ ମହାପାତ୍ର, ବିଧାୟକ ଖଲ୍ଲିକୋଟ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଉପ ଜିଲ୍ଲାପାଳ ଦିନା ଦସ୍ତଗିର ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ସାହୁ ସଭାର ପରିଚାଳନା କରି ମଞ୍ଚସ୍ଥ ବ୍ୟକ୍ତି ବିଶେଷଙ୍କୁ ସ୍ବାଗତ ଜଣାଇଥିଲେ। ଏହି ଜିଲ୍ଲାର ଭୌଗୋଳିକ ଅବସ୍ଥିତି ଏବଂ ସମୁଦ୍ର ତଟ…
ସମ୍ବଲପୁର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ତଥା ସୁଶାସନ ଦିବସ ଏବଂ ପବିତ୍ର ବଡ ଦିନରେ ସମ୍ବଲପୁର ଜିଲ୍ଲାର ସରକାରୀ ସ୍ତରରେ ପଞ୍ଜିକୃତ ହୋଇଥିବା ଟିବି ପୀଡ଼ିତ ଭାଇ ଭଉଣୀମାନଙ୍କୁ ମାସିକ ପୁଷ୍ଟି କିଟ୍ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଟିବି ମୁକ୍ତ ପାଇଁ ଶପଥ ପାଠ କରାଇବା ସହ ୨୦୨୫ ଡିସେମ୍ବର ସୁଦ୍ଧା ସମ୍ବଲପୁର ଜିଲ୍ଲାକୁ ଟିବି ମୁକ୍ତ କରିବା ପାଇଁ ସଂକଳ୍ପ ନେବାକୁ ସେ ଆହ୍ୱାନ କରିଛନ୍ତି। ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଟିବି ବା ଯକ୍ଷ୍ମା ଏକ ସଂକ୍ରାମକ ରୋଗ ନୁହେଁ। ପରିବେଶ ପ୍ରଦୂଷଣ, ଦାରିଦ୍ର୍ୟ ଓ ସଚେତନତା ଅଭାବରୁ ଲୋକମାନେ ଏହି ରୋଗର ଶୀକାର ହୋଇଥାନ୍ତି। ସମ୍ବଲପୁର ଜିଲ୍ଲାରେ ସରକାରୀ ପଞ୍ଜିକୃତ…
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁଶାସନ ଦିବସ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପାୟୀଙ୍କ ଜୟନ୍ତୀ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭବାନୀପାଟଣା ଅଡିଟୋରିଅମ ହଲଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଭରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତି ଡିସେମ୍ବର ୨୫ ତାରିଖକୁ ସୁଶାସନ ଦିବସ ଭାବରେ ପାଳନ କରାଯାଉଛି। ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ଆଦର୍ଶ ଜୀବନୀ, ଦେଶଭକ୍ତି ସମ୍ପର୍କରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ସ୍ମୃତି ଚାରଣ ସଭା ପ୍ରାରମ୍ଭରେ ଭାରତରତ୍ନ ବାଜପେୟୀଙ୍କ ପ୍ରତିଛବିରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ସଭାପୂର୍ବରୁ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ ଅକାଳ ବିୟୋଗରେ ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗରେ ୨୦୨୫-୨୬ କେନ୍ଦ୍ର ବଜେଟ୍ ପ୍ରସ୍ତୁତି ନେଇ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିଛନ୍ତି। ବିଶ୍ୱ ଅନିଶ୍ଚିତତା ସମୟରେ ଭାରତର ଅଭିବୃଦ୍ଧି ଧାରା ବଜାୟ ରଖିବା ଶୀର୍ଷକରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବକ୍ତାମାନଙ୍କୁ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ମତାମତ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ଦିଗରେ ଉଦ୍ଦିଷ୍ଟ ମାନସିକତାରେ ମୌଳିକ ପରିବର୍ତ୍ତନ ମାଧ୍ୟମରେ ବିକଶିତ ଭାରତ ହାସଲ କରାଯାଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବୈଶ୍ୱିକ ଅର୍ଥନୈତିକ ଅନିଶ୍ଚିତତା ଏବଂ ଭୂ-ରାଜନୈତିକ ଉତ୍ତେଜନା ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା, ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ନିଯୁକ୍ତି ବୃଦ୍ଧି ଏବଂ ବିଭିନ୍ନ କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରଣନୀତି, ନିଯୁକ୍ତି ବଜାରର ବିକଶିତ ଆବଶ୍ୟକତା ସହିତ ଶିକ୍ଷା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକୁ ଯୋଡ଼ିବା ପାଇଁ ରଣନୀତି, କୃଷି ଉତ୍ପାଦକତା ବୃଦ୍ଧି…
ପୁରୀ: କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ଵର ସର୍ବବୃହତ ବାଲୁକା କଳା। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଚକୋଲେଟ ପ୍ରୟୋଗ କରାଯାଇ ନିର୍ମାଣ ହୋଇଅଛି ବହୁତ ବଡ଼ ସାନ୍ତା। ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡା ର ଏହି ବାଲୁକା କଳାଟି ପାଇଅଛି ନୂଆ ବିଶ୍ଵ ରେକର୍ଡ। ୧୬ ହଜାର ସ୍କୋୟାର ଫୁଟ୍ ଅଞ୍ଚଳରେ ପ୍ରସ୍ତୁତ ଏହି ବାଲୁକା କଳାରେ ପ୍ରାୟ ୫୫୦ କେଜି ଚକୋଲେଟ୍ ବ୍ୟବହାର କରାଯାଇଅଛି। ଚକୋଲେଟ୍ ବ୍ୟବହାର କରି ହୋଇଥିବା କଳାଟି ବେଶ ଆକର୍ଷଣୀୟ ହୋଇଥିବା ବେଳେ ସ୍ଥାନୀୟ ଓ ପର୍ଯ୍ୟଟକ ମାନେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି। ଏହି କଳାଟି ମାଧ୍ୟମରେ ସାରା ବିଶ୍ୱକୁ ଖୁସିର ବାର୍ତ୍ତା ଦେବାକୁ ଚାହିଁଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ। ତେବେ ବାଲୁକା କଳାଟିକୁ ପ୍ରସ୍ତୁତ କରିବାକୁ ସୁଦର୍ଶନ ଓ ତାଙ୍କ ସହିତ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଲାଗିଥିଲେ।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ରାମଲିଙ୍ଗେଶ୍ୱର ପାର୍କ ଠାରେ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କ ଜନ୍ମ ତିଥି ଅବସରରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ର ଶୁଭ ଉନ୍ମୋଚନ କଲେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ମନମୋହନ ସାମଲ ଉନ୍ମୋଚନ କରିଛନ୍ତି। ସମଗ୍ର ବିଶ୍ବରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ପ୍ରେମ ଓ ବନ୍ଧୁତ୍ୱ ସ୍ଥାପନ କରି ଶାନ୍ତି ପ୍ରତିଷ୍ଠା କରିବା ଅଟଳ ବିହାରୀ ବାଜପେୟୀଙ୍କ ଏକ ମାତ୍ର ଲକ୍ଷ୍ୟ ଥିଲା। ତାଙ୍କର ୧୦୦ ତମ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶ କୁ ସାକାର କରିବା ଏବଂ ତାଙ୍କର ସ୍ୱପ୍ନ କୁ ସାକାର କରିବା ପାଇଁ ନିଜକୁ ସମର୍ପିତ କରିବା, ଏହି ନିତି ଆଦର୍ଶ ଘରେଘରେ, ପୁରପଲ୍ଲୀ, ସ୍କୁଲ କଲେଜ ଚାରି ଆଡ଼େ ବର୍ଷ ସାରା ବିଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଭାରତୀୟ ଜନତା ପାର୍ଟି ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ।…
ନୂଆଦିଲ୍ଲୀ: କାଜାଖସ୍ତାନର ଅକଟୌ ସହର ନିକଟରେ ଆଜି ଖ୍ରୀଷ୍ଟମାସ ଦିନ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ଯେ, ବିମାନରେ ଥିବା କିଛି ଲୋକ ବଞ୍ଚିଛନ୍ତି। ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା। ବିମାନରେ ନିଆଁ ଲିଭାଇବା କାର୍ଯ୍ୟ ଶୀଘ୍ର କରାଯାଉଛି। ଏହି ବିମାନଟି ଆଜେରବାଇଜାନ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ। ଏହା ବାକୁରୁ ଉଡାଣ ଆରମ୍ଭ କରି ଋଷର ଛେଚନ୍ୟାର ଗ୍ରୋଜନି ଅଭିମୁଖେ ଯାଉଥିଲା, କିନ୍ତୁ ଗ୍ରୋଜନିରେ କୁହୁଡ଼ି ହେତୁ ଏହାର ମାର୍ଗ ପରିବର୍ତ୍ତନ କରାଯାଇଥିଲା। କାଜାଖସ୍ତାନର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ବିମାନରେ ୧୦୫ ଜଣ ଯାତ୍ରୀ ଏବଂ ୫ ଜଣ କ୍ରୁ ସଦସ୍ୟ ଥିଲେ। ତେବେ ଏହି ସୂଚନା ନିଶ୍ଚିତ ହୋଇନାହିଁ। ଏହି ଦୁର୍ଘଟଣା ସମ୍ପର୍କରେ ଆଜେରବାଇଜାନ ଏୟାରଲାଇନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ବିବୃତ୍ତି ହୋଇନାହିଁ। ଅଧିକ ସୂଚନା ପାଇବା ପରେ ପରିସ୍ଥିତି ସ୍ପଷ୍ଟ ହୋଇଯିବ। ତେବେ ସେପଟେ…
ଭୁବନେଶ୍ୱର: ଦୂରଦୃଷ୍ଟି ଓ ସଂକଳ୍ପର ରାଷ୍ଟ୍ରନେତା, ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନାୟକ ତଥା ଏମ୍ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ୧୦୦ତମ ଜନ୍ମବାର୍ଷିକୀ ଅବସରରେ ଏମ୍ସ ଭୁବନେଶ୍ବର ପକ୍ଷରୁ ଆଜି “ସୁଶାସନ ଦିବସ” ପାଳିତ ହୋଇଯାଇଛି। ଏହି ଅବସରରେ ଯୁଗଦ୍ରଷ୍ଟା ଅଟଳ ବିହାରୀଙ୍କୁ ଏମ୍ସ ଭୁବନେଶ୍ବର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ଏନେଇ ଆଜି ଏମ୍ସ ଭୁବନେଶ୍ବର ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଭାରତରତ୍ନ ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏମ୍ସ ଭଳି ଏକ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ଶ୍ରୀ ବାଜପେୟୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠା ତଥା ବିକାଶରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ। ଦିବଂଗତ ଜନନାୟକଙ୍କ ଦୂରଦ୍ରଷ୍ଟୀ ବିଚାର କାରଣରୁ ଜନସେବା ନିମିତ୍ତ ସ୍ଥାପିତ ଏହି ଅନୁଷ୍ଠାନ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର…

