Author: SM Network

ରଣପୁର: ରଣପୁରର ଐତିହ୍ୟ, କଳା, ପରମ୍ପରାକୁ ନେଇ ଅନୁଷ୍ଠିତ ହେଉଥିଵା ରଣପୁର ମହୋତ୍ସବ ‘ଅର୍ଜୁନ-୨୦୨୫’ ର ସାଧାରଣ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି।  ଏହି ବୈଠକ ରଣପୁର ବ୍ଲକ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବର ସଭାପତି ରଣପୁର ବିଧାୟିକା ତଥା ଓଡ଼ିଶାର ବାଚସ୍ପତି ସୁରମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରଣପୁର ବିଡ଼ିଓ ସୁଧୀର କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ, ରଣପୁର ବିଜ୍ଞାପିତ ପରିଷଦ ଅଧିକାରୀ ରଞ୍ଜନ କୁମାର ଦାଶ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧିକାରିଣୀ ରଙ୍ଗୀନ ମହାନ୍ତି, ମହୋତ୍ସବ ଉପସଭାପତି ସୁରେଶ ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ସହ ଦମକଳ ବିଭାଗ ଅଧିକାରୀ, ପୋଲିସ ବିଭାଗ ଅଧିକାରୀ ମଧ୍ୟ…

Read More

ରଣପୁର: ଆଗ ପଛ ହୋଇ ଦୁଇଟି ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଧାନ ଅମଳ ହେବା ପୂର୍ବରୁ କଟା ହୋଇ ଜମି ରେ ପଡି ରହିଥିବା ଧାନ ସବୁ ନଷ୍ଟ ହୋଇଯିବା ଯୋଗୁଁ ଚାଷୀ ମାନଙ୍କ ଅଣ୍ଟା ଭାଙ୍ଗି ଯାଇଛି। ସେମାନଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି। ନିରୀହ ଚାଷୀ ମାନଙ୍କ ଆଖିରୁ ଲୁହ ଶୁଖୁନି। ଧାନ ଫସଲ ପାଇଁ ଚଳିତ ଖରିପ ଋତୁ ବେଶ ସହାୟକ ହୋଇଥିବା ବେଳେ ସୁନାର ଫସଲ ଅମଳ କରିବା ବେଳକୁ ଦୈବୀ ସାଜିଲା ବଇରୀ। ସବୁ ଆଶା ଚାଷୀର ନିମିଷକ ମଧ୍ୟରେ ଧୂଳିସାତ ହୋଇଗଲା। ବିଜେପି ସରକାର ଧାନ ର କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଧାର୍ଯ୍ୟ କରିଥିବା ହେତୁ ଚାଷୀ ମାନେ ଧାର କରଜ ଶୁଝିବା ପରେ ବେଶ ଲାଭବାନ ହୋଇପାରିବେ ବୋଲି ଆଶା ବାନ୍ଧି ବସିଥିଲେ। ମାତ୍ର ସବୁ କିଛି ଉଭେଇଗଲା। ଏବେ ଜମିରେ ହିଡ଼ ମୁଣ୍ଡରେ ବସି…

Read More

ଭୁବନେଶ୍ଵର: ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଫସଲଜନିତ କ୍ଷୟକ୍ଷତି ଯୋଗୁଁ ଜଣେ ଚାଷୀ ହୃଦଘାତରେ ବିଲରେ ପ୍ରାଣ ହରାଇଥିବା ଘଟଣା ଲୋକଲୋଚନକୁ ଆସିବା ପରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲା ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ,ଅତିରିକ୍ତ ଜିଲ୍ଲପାଳ (ରାଜସ୍ୱ) ନୀଲୁ ମହାପାତ୍ରଙ୍କ ନିର୍ଦ୍ଦେଶରେ ତହସିଲଦାର ଏବଂ ରାଜସ୍ୱ ନୀରିକ୍ଷକ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ଡେରାଡ଼ିଶ ବ୍ଲକ ଅନ୍ତର୍ଗତ ସଂଥପୁରା ଗ୍ରାମର ଭାବଗ୍ରାହୀ ମଲିକ ସାତ ଏକର ଜମିରେ ଖରିଫଧାନ ଚାଷ କରିଥିଲେ। ତେବେ ଅଦିନିଆ ବର୍ଷା ଯୋଗୁଁ ତାଙ୍କ ଦ୍ୱରା ଚାଷ ହୋଇଥିବା ଜମିରେ ଅମଳକ୍ଷମ ଖରିଫଧାନ ଫସଲ ସଂପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଜମିରେ ଧାନଫସଲର କ୍ଷୟକ୍ଷତି ଆକଳନ କରୁଥିବା ସମୟରେ ଅଧିକ ଚିନ୍ତା କରି ଉଦବିଗ୍ନ ଥିବା ସମୟରେ ତାଙ୍କର ହୃଦଘାତ ଘଟିଥିଲା ଏବଂ ସେ ପ୍ରାଣତ୍ୟାଗ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରଵରେ ଜନ ସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। କେଉଁଠି ଜୀବନ ଯାଉଛି ତ ଆଉ କେଉଁଠି ଫସଲ ହାନି ହେଉଛି। ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଗ୍ରାମର ଜନୈକ ଚାଷୀ ଚାଷ ଜମିକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଖବର ହସ୍ତ ଗତ ହୋଇଛି। ମୃତକଙ୍କ ଜଣକ ବଡକୁଡା ଗ୍ରାମର ବିପିନ ବେହେରା ବୋଲି ଜଣାପଡିଛି। ଖବର ପାଇ ଵନ ବିଭାଗ ଓ ପୋଲିସ ବିଭାଗ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛନ୍ତି। ପ୍ରକାଶ ଯେ, ରେଢ଼ାଖୋଲ ବନଖଣ୍ଡ ବଡ଼ବହାଲ ରେଞ୍ଜ ଅଧିନସ୍ଥ ବଡ଼କୁଡା ଗ୍ରାମର ଚାଷୀ ବିପିନ ବେହେରା (୫୫) ଚାଷ ଜମିକୁ ଯାଇଥିବା ବେଳେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ଏକ ଦନ୍ତା ହାତୀ ତାଙ୍କୁ ମାରି ଦେଇଥିଲା। ଘଟଣା ସ୍ଥଳରେ ବିପିନ ବେହେରାର ମୃତ୍ୟୁ ହୋଇ…

Read More

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଥିଲେ ଯେ, ଦେଶର ମହାନ୍ ବରପୁତ୍ର ଡଃ ମନମୋହନ ସିଂହଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ଅର୍ଥନୀତି କ୍ଷେତ୍ରରେ ତାଙ୍କ ଜ୍ଞାନ ଓ ଦକ୍ଷତା ପାଇଁ ସାରା ବିଶ୍ୱରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କ ଉଦାର ଅର୍ଥନୈତିକ ନୀତି ଭାରତକୁ ବିଶ୍ୱର ଅର୍ଥନୀତି କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇଥିଲା। ପ୍ରଧାନମନ୍ତ୍ରୀ ଭାବେ ଦେଶର ବିକାଶକୁ ସେ ତ୍ୱରାନ୍ୱିତ କରିଥିଲେ। ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟିକ ସ୍ୱଭାବ ଯୋଗୁଁ ରାଜନୀତି କ୍ଷେତ୍ରରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ…

Read More

ଭୁବନେଶ୍ଵର: ଢେଙ୍କାନାଳ ଝିଅ ପ୍ରୀତିସ୍ମିତା ଭୋଇଙ୍କୁ ଭରୋତୋଳିକାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଖବର ପାଇ ଢେଙ୍କାନାଳର କ୍ରୀଡ଼ାବିତ ଓ କ୍ରୀଡା ସଙ୍ଘ ଓ ତାଙ୍କର ଶୁଭେଚ୍ଛୁଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳି ଯାଇଛି। ସେହିପରି ସେ ଅଧ୍ୟୟନ କରୁଥିବା ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର କୁମାର ଦାସ ଓ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ତାଙ୍କର ସହପାଠୀ ଓ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ କୁହନ୍ତି ଯେ, ପ୍ରୀତିସ୍ମିତା ଭୋଇ ଆମ ବିଦ୍ୟାଳୟ ଓ ଜ଼ିଲ୍ଲା ତଥା ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ଭାରୋତ୍ତଳନ ପ୍ରତିଯୋଗିତାରେ ଯୁବବର୍ଗର ୪୦ କେଜିରେ ସ୍ବର୍ଣ୍ଣ ପଦକ ହାସଲ କରି ୧୫ ବର୍ଷର ଚୀନ ଖେଳାଳିଙ୍କ ବିଶ୍ୱ ରେକର୍ଡକୁ ଭାଙ୍ଗି ଆମ ଦେଶ ପାଇଁ ଗୌରବ ଆଣିଥିଲେ। ପ୍ରୀତିସ୍ମିତା ଭୋଇ କେନ୍ଦ୍ରୀୟ ବିଦ୍ୟାଳରେ ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି।…

Read More

ଭୁବନେଶ୍ଵର: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପରଲୋକ ପରେ ରାୟଗଡ଼ ଜିଲ୍ଲା ମହୋତ୍ସବ ଚଇତି ୨୦୨୪ ଚଳିତ ୨୭/୧୨/୨୦୨୪ ତାରିଖ ଠାରୁ ୩୦/୧୨/୨୦୨୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଶୋକ ବାର୍ତ୍ତା ସଂଖ୍ୟା ୩/୨/୨୪ ତା-୨୬/୧୨/୨୦୨୪ ରିଖ ଅନୁଯାୟୀ ରାୟଗଡ଼ ଜିଲ୍ଲା ମହୋତ୍ସବ ଚଇତି ସ୍ଥଗିତ ରଖାଯାଇଛି। ତେବେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ରାୟଗଡ଼ ନିଷ୍ପତ୍ତି ପ୍ରକାରେ ଆସନ୍ତା ୦୨/୦୧/୨୦୨୫ ରିଖ ଠାରୁ ୦୪/୦୧/୨୦୨୫ ପର୍ଯ୍ୟନ୍ତ ଚଇତିର ସମସ୍ତ ପ୍ରକାର ସଭାସମିତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସବିଶେଷ କାର୍ଯ୍ୟକ୍ରମ ସମ୍ବନ୍ଧରେ ପରବର୍ତ୍ତୀ ସମୟରେ ଜଣାଇଦିଆଯିବ ବୋଲି ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଗଣମାଧ୍ୟକୁ ଜଣାଇଛନ୍ତି।

Read More

ଭୁବନେଶ୍ଵର: ଦିନିକିଆ ରାୟଗଡା ଗସ୍ତରେ ଆସି ରାଜସ୍ବ ଓ ବିପର୍ଯୟ ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାର ରାଜସ୍ବ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ରାୟଗଡା ତହସିଲ କାର୍ଯ୍ୟାଳୟ ଓ ସବ ରେଜିଷ୍ଟର ଅଫିସ ପହଂଚି ବସୁନ୍ଧରା ଯୋଜନା, କେନ୍ଦ୍ର ସରକାରଙ୍କ ଜଳ ଜଙ୍ଗଲ ଜମିର ଜଙ୍ଗଲ ଅଧିକାର ପଟ୍ଟାର ସ୍ଥିତି ଉପରେ ସମୀକ୍ଷା କରିବା ସହ ଜିଲାରେ ଭୂମି ହୀନଙ୍କୁ ଚି଼ହ୍ନଟ, ମିଶିଲେନିଆସ ସାର୍ଟିଫିକେଟ ପ୍ରଦାନର ସମୟ ଉପରେ ପଚାରି ବୁଝିଛନ୍ତି। ଯେଭଳି ଜିଲ୍ଲାରେ ୨୦୨୫ ସୁଦ୍ଧା ଜଣେ ହେଲେ ଭୂମିହୀନ ନରହିବେ ରାଜସ୍ବ କର୍ମଚାରୀଙ୍କୁ ନିର୍ଦ୍ଧେଶ ଦେଇଥିବା ସେ କହିଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ଶୋକ ସଂକଳ୍ପ ପାରିତ ହୋଇଛି। ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା କ୍ୟାବିନେଟ୍। ଏଥିସହିତ ୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ଶୋକ ପାଳନ ସମୟରେ ସାରା ଭାରତରେ ଜାତୀୟ ପତାକାକୁ ଅଧନମିତ କରାଯିବ। ଆସନ୍ତା ୭ ଦିନ ଅର୍ଥାତ୍‌ ୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ବିଦେଶରେ ଥିବା ଭାରତୀୟ ଦୂତାବାସ/ଉଚ୍ଚାୟୁକ୍ତ କାର୍ଯ୍ୟାଳୟରେ ଉଡ଼ୁଥିବା ଜାତୀୟ ପତାକାକୁ ମଧ୍ୟ ଅଧନମିତ କରାଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଡକ୍ଟର ମନମୋହନ ସିଂହଙ୍କର ଅନ୍ତିମ ସଂସ୍କାର କରାଯିବ। ଅନ୍ତିମ ସଂସ୍କାର ଦିନ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଅଧା ଦିନ ଛୁଟି ଘୋଷଣା କରାଯିବ। କ୍ୟାବିନେଟ ସଂକଳ୍ପର ବିବରଣୀ ନିମ୍ନରେ ଦିଆଗଲା:- ୨୬ ଡିସେମ୍ବର ୨୦୨୪ରେ…

Read More

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଡକ୍ଟର ମିଶ୍ର ତାଙ୍କର ଶୋକବାର୍ତ୍ତାରେ କହିଛନ୍ତି, ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ଦେଶ ଜଣେ ସମ୍ମାନସ୍ପଦ ନେତା, ବିଶିଷ୍ଟ ଅର୍ଥଶାସ୍ତ୍ରୀ ଏବଂ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଛି। ସ୍ୱର୍ଗତ ଡକ୍ଟର ସିଂହ ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରେ ଶିକ୍ଷାଦାନ କରୁଥିବା ସମୟରେ ତାଙ୍କର ସଂସ୍ପର୍ଶରେ ଆସିଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଛନ୍ତି। ଡକ୍ଟର ମିଶ୍ର କହିଛନ୍ତି, ସେତେବେଳେ ସେ ସ୍ନାତକୋତ୍ତର କଳା ପ୍ରଥମ ବର୍ଷର ଛାତ୍ର ଥିଲେ। ସେ ସମୟରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରରୁ ଆସିଥିବା ତାଙ୍କ ଭଳି ଛାତ୍ର ପାଇଁ ଡକ୍ଟର ସିଂହଙ୍କ ଭଳି ଜ୍ଞାନୀ ପ୍ରାଧ୍ୟାପକଙ୍କୁ ପାଇବା ଆଶ୍ୱସ୍ତିର ବିଷୟ ଥିଲା। ତତ୍କାଳୀନ ସମୟରେ ଅମର୍ତ୍ତ୍ୟ ସେନ, ମୃଣାଳ ଦତ୍ତ ଚୌଧୁରୀ, ଏ.ଏମ. ଖୁସ୍ରୁ, କେ.ଏନ. ରାଜ, ସୁଖମୟ ଚକ୍ରବର୍ତ୍ତୀ, ଧର୍ମ କୁମାର ପ୍ରମୁଖଙ୍କ…

Read More

ନୂଆଦିଲ୍ଲୀ: ଦେଶରେ ସାଇବର ଜାଲିଆତି ମାମଲା ବୃଦ୍ଧି ପାଇବା ମଧ୍ୟରେ ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଅନ୍ୟମାନଙ୍କ ନାମରେ ସିମ୍ କିଣୁଥିବା କିମ୍ବା ଜାଲିଆତି କରି ବାର୍ତ୍ତା ପଠାଉଥିବା ଲୋକଙ୍କୁ କଳା ତାଲିକାଭୁକ୍ତ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ସେମାନଙ୍କୁ ସାଇବର ସୁରକ୍ଷା ପ୍ରତି ବିପଦ ବୋଲି ବିଚାର କରି ସେମାନଙ୍କୁ କଳା ତାଲିକାଭୁକ୍ତ କରାଯିବ। କେବଳ ଏତିକି ନୁହେଁ, ଏହିପରି ଲୋକଙ୍କୁ ୩ ବର୍ଷ ପାଇଁ ଏକ ନୂତନ ସଂଯୋଗ ଉପରେ କଟକଣା ଲାଗିପରେ। ସାଇବର ଅପରାଧକୁ ରୋକିବା ଦିଗରେ ଏହା ଏକ ବଡ ପଦକ୍ଷେପ ହୋଇପାରେ। ସରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି: ସୂଚନା ଅନୁଯାୟୀ ସରକାରଙ୍କ ଟେଲିକମ୍ ବିଭାଗ ଏକ କଳା ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଛି। ଏହିପରି ଲୋକଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୂକ୍ତ ହେବ, ଯେଉଁମାନେ ଅନ୍ୟମାନଙ୍କ ନାମରେ ସିମ୍ କିଣନ୍ତି କିମ୍ବା ଜାଲିଆତି ବାର୍ତ୍ତା ପଠାନ୍ତି। ଯାହାର ନାମ…

Read More

ନୂଆଦିଲ୍ଲୀ: 26/11 ମୁମ୍ବାଇ ଆକ୍ରମଣର ଦୋଷୀ ତଥା ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ଡେପୁଟି ଚିଫ୍ ଅବଦୁଲ ରେହମାନ ମକ୍କିର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ମକ୍କି ହାଫିଜ ସଇଦଙ୍କ ସମ୍ପର୍କୀୟ ତଥା ସଂଗଠନର ଆତଙ୍କବାଦୀ ପାଣ୍ଠିର ମୁଖ୍ୟ ଥିଲେ। ଆମେରିକା ଏବଂ ମିଳିତ ଜାତିସଂଘ ଦ୍ୱାରା ତାଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରାଯାଇଥିଲା। ମକ୍କି ବିଶ୍ୱ ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) 1267 ISIL (ଦା’ଏଶ) ଏବଂ ଅଲ-କାଏଦା କଟକଣା କମିଟି ଅଧୀନରେ ମକ୍କି ତାଲିକାଭୁକ୍ତ କରିଥିଲା। ଏହି କାରଣରୁ, ତାଙ୍କର ସମ୍ପତ୍ତି ଫ୍ରିଜ୍ ହେବା ସହିତ ଯାତ୍ରା ନିଷେଧ ଏବଂ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ଅବଦୁଲ ରେହମାନ ମକ୍କି ଲଶ୍କର-ଏ-ତୋଇବାର ରାଜନୈତିକ ୱିଙ୍ଗର ନେତୃତ୍ୱ ନେଇଥିଲେ। ଏହା ବ୍ୟତୀତ ସେ ଜମାତ-ଉଦ-ଦାୱାର ମୁଖ୍ୟ ମଧ୍ୟ ଥିଲେ। ସେ ଲଶ୍କର ବୈଦେଶିକ ସମ୍ପର୍କ ବିଭାଗର ମୁଖ୍ୟ ମଧ୍ୟ ଥିଲେ। ଭାରତରେ ପ୍ରମୁଖ…

Read More

ବାଣପୁର: ଆଜି ଅପରାହ୍ନରେ ବାଣପୁର ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଧୂଆଁଳ ଛକ ଓଭରବ୍ରିଜ ଉପରେ ଏକ ଅଣ୍ଡା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ମଝି ରାସ୍ତାରେ ଓଲଟିପଡ଼ିଛି। ଫଳରେ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଛି। ସୂଚନା ମୁତାବକ ଆନ୍ଧ୍ରାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଅଣ୍ଡା ବୋଝେଇ ଟ୍ରକକୁ ଏକ ଟ୍ରଲର ଧୂଆଁଳ ଛକ ଓଭରବ୍ରିଜ ଉପରେ ଧକ୍କା ଦେଇ ଫେରାର ହୋଇଯାଇଥିଲା।  ଫଳରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଜାତୀୟ ରାଜପଥ ପେଟ୍ରୋଲିଂ ବାହାନ ପହଞ୍ଚିଥିବା ବେଳେ ଟ୍ରକ ଡ୍ରାଇଭର ଅଚେତ ହୋଇପଡ଼ିଥିବା ଜଣାପଡିଛି। ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ଟ୍ରକଟି ପଡ଼ି ରହିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ କାର୍ଯ୍ୟରତ ବରିଷ୍ଠ କିରାଣୀ କୈଳାଶ ଚନ୍ଦ୍ର ସାହୁଙ୍କୁ କିଛି ଯୁବକ ଖୋଡାସିଙ୍ଗି ଜୀବନ ବୀମା ନିଗମ କାର୍ଯ୍ୟଳୟ ସମ୍ମୁଖରେ ମୋଟରସାଇକେଲରେ ଆସି ମାରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଆହତ ଅବସ୍ଥାରେ କୈଳାଶ ପାଟି କରିବାରୁ ଆକ୍ରମଣକାରୀ ଯୁବକ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଉପସ୍ଥିତ କିଛି ଲୋକ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ବୈଦ୍ୟନାଥ ପୁର ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ଆହତ କୈଳାଶଙ୍କ ଠାରୁ ବିବୃତ୍ତି ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଟପୁର ଥାନା ଅନ୍ତର୍ଗତ ଏସ୍ ଗୋପାଳପୁର ଗ୍ରାମର ଲିଶା ପ୍ରଧାନ ନାମ୍ନୀ ଜଣେ ନବବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ଯାହାକି ଲିଶାଙ୍କ ମାଁ କୁମାରୀ ପ୍ରଧାନ ଥାନାରେ ଅଭିଯୋଗ ଯୋଗୁଁ ମୃତ୍ୟୁ ଘଟଣା ସନ୍ଦେହ ଘେରରେ ରହିଛି। ଗତ ଏକ ବର୍ଷ ପୂର୍ବରୁ ଲିଶାଙ୍କ ସ୍ବାମୀ ବିକ୍ରମ ବରାଡ ଦିଗପହଣ୍ଡି ଥାନା ଅର୍ନ୍ତଗତ ଭୁଷୁଣ୍ଡା ଗ୍ରାମରେ ରହୁଥିବା ମାମୁଁ ଘରକୁ ଯିବାବେଳେ ଲିଶା ସହିତ ସମ୍ପର୍କ ଆସିଥିଲା ଓ ପରବର୍ତ୍ତୀ ସମୟରେ ବିକ୍ରମ ଗତ ୧୧ ମାସ ତଳେ ବିବାହ କରିଥିଲା। କିନ୍ତୁ ବିବାହର କିଛି ମାସ ପରେ ବିକ୍ରମଙ୍କ ପରିବାର ଲୋକେ ଯୌତୁକ ଜନିତ ନିର୍ଯ୍ୟାତନା ଦେବାରୁ ସେ ବାପ ଘରକୁ ପଳି ଆସିଥିଲେ। ଏହି କିଛି ଦିନ ପୂର୍ବରୁ ବିକ୍ରମ ଶ୍ଵଶୁର ଘରକୁ ଆସି ବୁଝାସୁଝା କରି ଲିଶାଙ୍କୁ ନିଜ ଘରକୁ ନେଇଯାଇଥିଲେ। ଗତ ବୁଧବାର ଦିନ ଲିଶାଙ୍କ ବାପା କାମେଶ୍ୱର ପ୍ରଧାନଙ୍କୁ…

Read More

ନୂଆଦିଲ୍ଲୀ: ବିଶ୍ଵ ବ୍ୟାଙ୍କ କହିଛି ଯେ, ଆସନ୍ତା ବର୍ଷ ଅର୍ଥାତ୍ 2025 ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଚୀନ୍ ପାଇଁ କିପରି ହେବ। ବିଶ୍ଵ ବ୍ୟାଙ୍କ 2024 ପାଇଁ ଚାଇନାର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିରେ ସଂଶୋଧନ କରିଛି। ଗୁରୁବାର ଦିନ ବ୍ୟାଙ୍କ 2024 ପାଇଁ ଜିଡିପି ଅଭିବୃଦ୍ଧି ହାର ବୃଦ୍ଧି କରିଛି। ଜୁନ୍ ମାସରେ କୁହାଯାଇଥିଲା ଯେ, ଚାଇନାର ଜିଡିପି ଚଳିତ ବର୍ଷ 4.8 ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ଯାହା ବର୍ତ୍ତମାନ ପ୍ରାୟ 5 ପ୍ରତିଶତକୁ ବୃଦ୍ଧି ପାଇଛି। ଏଥି ସହିତ, 2025 ରେ ଏହା ହ୍ରାସ ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଚୀନ୍‌ର ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ପ୍ରଭାବ, ନାଗରିକଙ୍କ ସ୍ୱଳ୍ପ ଆୟ ବୃଦ୍ଧି ଏବଂ ଆର୍ଥିକ ସ୍ଥିତିରେ ସ୍ୱଳ୍ପ ଘରର ମୂଲ୍ୟ ଉପରେ ବିଶ୍ୱ ବ୍ୟାଙ୍କ ଚେତାବନୀ ଦେଇଛି। ରିପୋର୍ଟରେ କୁହାଯାଇଛି ଯେ, ଚାଇନା ଦୀର୍ଘ ଦିନ ଧରି ସମ୍ପତ୍ତି…

Read More

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ 92 ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ତାଙ୍କୁ AIMS ର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ହେବା ସହିତ ଡ଼ଃ ମନମୋହନ ସିଂ ମଧ୍ୟ ଥରେ ଅର୍ଥମନ୍ତ୍ରୀ ଥିଲେ। ଆଜି ଆସନ୍ତୁ ଜାଣିବା ଜିଡିପି ଅଭିବୃଦ୍ଧି ହାର, ମୁଦ୍ରାସ୍ଫୀତି, ଆର୍ଥିକ ନିଅଣ୍ଟ, ବୈଦେଶିକ ଋଣ ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରର ଆକଳନ ତାଙ୍କ କାର୍ଯ୍ୟକାଳ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ କିପରି ରହିଛି? ଏହି ତୁଳନା ମନମୋହନ ସରକାର (2004-2014) ଏବଂ ମୋଦୀ ସରକାର (2014-2022) ର ତଥ୍ୟ ଉପରେ ଆଧାରିତ। ଜିଡିପି: ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମନମୋହନ ସିଂ ସରକାର (2004-2014) ସମୟରେ ଜିଡିପି ଅଭିବୃଦ୍ଧି ହାର 6.8% ଥିଲା। ଏଥି ସହିତ ମୋଦୀ ସରକାର (2014-2022) ଅଧୀନରେ ହାରାହାରି ଅଭିବୃଦ୍ଧି ହାର 5.25% ଥିଲା। କୋଭିଡ ମହାମାରୀର ପ୍ରଭାବ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ୧୨.୩୦ ରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୦୦ଟି ଜିଲ୍ଲାର ୪୬,୦୦୦ ରୁ ଅଧିକ ଗ୍ରାମର ସମ୍ପତ୍ତି ମାଲିକମାନଙ୍କୁ ସ୍ୱାମିତ୍ଵ ଯୋଜନା ଅଧୀନରେ ୫୦ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ। ସଦ୍ୟତମ ଡ୍ରୋନ୍ ଟେକ୍ନୋଲୋଜି ସର୍ଭେ ମାଧ୍ୟମରେ ଗାଁର ଜନବସତି ଅଞ୍ଚଳରେ ଘର ଥିବା ପରିବାରଗୁଡ଼ିକୁ ‘ରେକର୍ଡ ଅଫ୍ ରାଇଟ୍ସ’ ପ୍ରଦାନ କରି ଗ୍ରାମୀଣ ଭାରତର ଅର୍ଥନୈତିକ ପ୍ରଗତିକୁ ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସ୍ୱାମିତ୍ଵ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ସମ୍ପତ୍ତିର ମନେଟାଇଜେସନ ଏବଂ ବ୍ୟାଙ୍କ ଋଣ ମାଧ୍ୟମରେ ସଂସ୍ଥାଗତ ଋଣକୁ ସକ୍ଷମ କରିବାରେ ସାହାଯ୍ୟ କରିବା ସହିତ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ହ୍ରାସ, ଗ୍ରାମାଞ୍ଚଳରେ ସମ୍ପତ୍ତି ଏବଂ ସମ୍ପତ୍ତି ଟିକସର ଉନ୍ନତ ଆକଳନ କରିବା ଏବଂ ବ୍ୟାପକ ଗ୍ରାମସ୍ତରୀୟ ଯୋଜନାକୁ ସକ୍ଷମ କରିଥାଏ। ୩.୧ ଲକ୍ଷରୁ ଅଧିକ ଗାଁରେ ଡ୍ରୋନ୍ ସର୍ଭେ…

Read More

ନୂଆଦିଲ୍ଲୀ: ମୋବାଇଲ୍ ଏବଂ ଇଣ୍ଟରନେଟ୍ ସଂଯୋଗ ବିଶେଷକରି ଗ୍ରାମାଞ୍ଚଳରେ ସୁଯୋଗ ଖୋଲିବା, ବ୍ୟବଧାନକୁ ଦୂର କରିବା ଏବଂ ଜୀବନରେ ପରିବର୍ତ୍ତନ ଆଣି ସ୍ୱାଧୀନତା (ଆତ୍ମନିର୍ଭରତା) ଏବଂ ମହିଳାଙ୍କ ସଶକ୍ତୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଉଦାହରଣ ଭାବେ ରୀନା କିରାରଙ୍କ କାହାଣୀକୁ ନିଆଯାଉ। ମଧ୍ୟପ୍ରଦେଶରେ ରୀନା କିରାର ମହିଳାମାନଙ୍କର ଏକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଗିର୍ଜା ଦେବୀ ଜନ କଲ୍ୟାଣ ସମିତିର ନେତୃତ୍ୱ ନେଉଛନ୍ତି, ଯାହାକି ପୋଷାକ, ସଳିତା, ପାମ୍ପଡ଼, ମସଲା ଏବଂ ଧୂପକାଠି ସମେତ ବିଭିନ୍ନ ଉତ୍ପାଦର ଡିଜାଇନ୍ ଏବଂ ଉତ୍ପାଦନ କରନ୍ତି। ବର୍ଷ ବର୍ଷ ଧରି, ସେମାନଙ୍କର ବଜାର ସ୍ଥାନୀୟ ସମୁଦାୟ ମଧ୍ୟରେ ସୀମିତ ଥିଲା, ଯାହା ସେମାନଙ୍କ ଅଭିବୃଦ୍ଧି ସମ୍ଭାବନାକୁ ସୀମିତ କରିଥିଲା। ତେବେ ସରକାରୀ ଇ-ମାର୍କେଟପ୍ଲେସ୍ (ଜିଇଏମ୍) ପୋର୍ଟାଲ୍ ବ୍ୟବହାର କରିବା ଆରମ୍ଭ କରିବା ପରେ ସେମାନଙ୍କ ବ୍ୟବସାୟ ଏକ ପରିବର୍ତ୍ତନକାରୀ ମୋଡ଼ ନେଇଥିଲା। ଜିଇଏମ୍ ମାଧ୍ୟମରେ, ସେମାନେ ସେମାନଙ୍କ ଉପାନ୍ତ ଅବସ୍ଥାନର ପ୍ରତିବନ୍ଧକକୁ ଅତିକ୍ରମ…

Read More

ଚାଣକ୍ୟ ନୀତି: ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଅସୁବିଧାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଭାରତୀୟ ବିଜ୍ ସହକାରୀ ସମିତି ଲିମିଟେଡ୍ (ବିବିଏସଏସଏଲ)ର ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ କୃଷ୍ଣ ପାଲ ଓ ମୁରଲୀଧର ମୋହୋଲ ଉପସ୍ଥିତ ଥିଲେ। ଏହି ଅବସରରେ ସମବାୟ ମନ୍ତ୍ରଣାଳୟର ସଚିବ ଡ. ଆଶିଷ କୁମାର ଭୂଟାନୀ, ସମବାୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପଙ୍କଜ କୁମାର ବଂଶଲ ଏବଂ ବିବିଏସଏସଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ବୈଠକକୁ ସମ୍ବୋଧିତ କରି ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସେହକାର ସେ ସମୃଦ୍ଧି” ଏବଂ କୃଷକମାନଙ୍କୁ ସଶକ୍ତ କରିବାର ସ୍ୱପ୍ନକୁ ସାକାର କରିବାରେ ଭାରତୀୟ ବିଜ୍ ସହକାରୀ ସମିତି ଲିମିଟେଡ୍ (ବିବିଏସଏସଏଲ)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତର ପାରମ୍ପରିକ ବିହନ ସଂଗ୍ରହ ଏବଂ ସଂରକ୍ଷଣ ଉପରେ ବିବିଏସଏସଏଲ ଧ୍ୟାନ ଦେବା ଉଚିତ ବୋଲି ସେ ଗୁରୁତ୍ୱାରୋପ…

Read More