Author: SM Network

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ “ଜଳବାୟୁ ସହନଶୀଳ କୃଷି ପାଇଁ ପାରମ୍ପରିକ କିସମ ମାଧ୍ୟମରେ ବର୍ଷା ଜଳସେଚିତ ଅଞ୍ଚଳରେ କୃଷି-ଜୈବ ବିବିଧତାର ପୁନରୁଦ୍ଧାର” ଶୀର୍ଷକ ବହୁ-ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶକୁ ସମ୍ବୋଧିତ କରି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ର ସଚିବ ଡ. ଦେବେଶ ଚତୁର୍ବେଦୀ ପାରମ୍ପରିକ କିସମର କୃଷି ଏବଂ ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ କୃଷି ଏବଂ ଉଦ୍ୟାନ କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଯଥା ଏନଏମଏନଏଫ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ବିହନ ବିକାଶ କାର୍ଯ୍ୟକ୍ରମ ଏବଂ ଏନଏଫଏସଏମ ମାଧ୍ୟମରେ ପାରମ୍ପରିକ କିସମର କୃଷିକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ। ପାରମ୍ପରିକ କିସମର ମହତ୍ତ୍ୱ ବର୍ଣ୍ଣନା କରି ସେ କହିଥିଲେ ଯେ ଏଥିରେ ଉନ୍ନତ ସ୍ୱାଦ, ସୁଗନ୍ଧ, ରଙ୍ଗ, ରୋଷେଇର ଗୁଣବତ୍ତା ଏବଂ ପୁଷ୍ଟିକର ସମୃଦ୍ଧି ଇତ୍ୟାଦି ଅନନ୍ୟ ଗୁଣ ରହିଛି। ସେ ପରାମର୍ଶ…

Read More

ଭୁବନେଶ୍ୱର: ମା’ ସୁନାଦେଇ ପ୍ରଡ଼କ୍ସନ ନିବେଦିତ ବି.କେ. କ୍ରିଏସନ ପ୍ରସ୍ତୁତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ଏକ ସୁନ୍ଦର ଗୀତଟିଏ ରିଲିଜି ହୋଇଯାଇଛି। ମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର କର କମଳରେ ଗତ ୨୫.୧୨.୨୦୨୪ରିଖ ବୁଧବାର ଦିନ ଉନ୍ମୋଚନ କରିଛନ୍ତି। ଯାହା ଗୀତ ରଚନା କରିଛନ୍ତି ସେମାନାଥ କରଣ ଯାହାର ସଙ୍ଗୀତରେ ସଜେଇଛନ୍ତି ଭକ୍ତ ମହାରଣା। ଏହି ଗୀତଟି ସ୍ମୃତିରଞ୍ଜନ ସାମଲଙ୍କ ଷ୍ଟୁଡ଼ିଓରେ ଡବିଙ୍ଗ କରାଯାଇଅଛି। ଏହି ଗୀତକୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କଣ୍ଠଦାନ କରିଛନ୍ତି। ଏହାକୁ ପ୍ରଯୋଜନା କରିଛନ୍ତି ବିବେକାନନ୍ଦ ବାରିକ ଓ ପ୍ରଭାତି ବାରିକ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଏବଂ ରାଜ୍ୟ ସରକାର ସଂଶ୍ଳିଷ୍ଟ ଥିବା ଆଇସିଟି ଆଧାରିତ ସକ୍ରିୟ ଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟାନ୍ବୟନ ପାଇଁ ଉଦ୍ଦିଷ୍ଟ ମଲ୍ଟି-ମୋଡାଲ୍ ପ୍ଲାଟଫର୍ମ ‘ପ୍ରଗତି’ର ୪୫ତମ ସଂସ୍କରଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରକଳ୍ପରେ ଆଠଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା ଯାହା ମଧ୍ୟରେ ରହିଛି ସହରାଞ୍ଚଳ ପରିବହନ ନିମନ୍ତେ ଛଅଟି ମେଟ୍ରୋ ପ୍ରକଳ୍ପ, ଗୋଟିଏ ଲେଖାଏଁ ସଡ଼କ ଓ ତାପଜ ବିଦ୍ୟୁତ ପ୍ରକଳ୍ପ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କାର୍ଯ୍ୟକାରୀ ହେଉଥିବା ଏସବୁ ପ୍ରକଳ୍ପଗୁଡ଼ିକର ମୋଟ ବ୍ୟୟ ଅଟକଳ ୧ ଲକ୍ଷ କୋଟିରୁ ଅଧିକ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରୀ ଅଧିକାରୀମାନେ ଧ୍ୟାନ ରଖିବା ଉଚିତ ଯେ ପ୍ରକଳ୍ପଗୁଡ଼ିକ ବିଳମ୍ବିତ ହେଲେ କେବଳ ଖର୍ଚ୍ଚ ବଢିବ ତାହା ନୁହେଁ, ତା’ସହିତ ଏହି ପ୍ରକଳ୍ପଗୁଡ଼ିକର ଲାଭ ଲୋକଙ୍କ ପାଖରେ ପହଞ୍ଚିବା କଷ୍ଟକର ହୋଇପଡ଼ିବ। ଆଲୋଚନା…

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…

Read More

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ। ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ଅର୍ଥ ମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଉଦାର ଅର୍ଥନୈତିକ ନୀତି ଯୋଗୁ ଭାରତ ବିଶ୍ଵର ଏକ ପ୍ରମୁଖ ଅର୍ଥନୀତି ଭାବେ ଯାତ୍ରା ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ ଭାବେ ସେ ବିଭିନ୍ନ କ୍ଷେତ୍ରରେ ଦେଶର ବିକାଶକୁ ତ୍ୱରାନ୍ୱିତ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟୀକ ସ୍ଵଭାବ ତାଙ୍କ ପାଇଁ ରାଜନୀତି କ୍ଷେତ୍ରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥଲା। ପରଲୋକ ଗତ…

Read More

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂଙ୍କର ୯୨ ବର୍ଷ ବୟସରେ ଆଜି ରାତିରେ ଦେହାନ୍ତ ହୋଇଛି। ଆଜି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ରାଜନୀତି ମହଲରେ ଶୋକର ଲହରୀ ଖେଳିଯାଇଛି। AIIMS ବିବୃତ୍ତି ଜାରି କରିଛି: ମନମୋହନ ସିଂଙ୍କ ମୃତ୍ୟୁ ପରେ AIIMS ଏକ ବିବୃତ୍ତି ଜାରି କରି କହିଛି ଯେ, ୯୨ ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ହେବା ଅତ୍ୟନ୍ତ ଦୁଃଖର ବିଷୟ। ସେ ହଠାତ୍ ଘରେ ଚେତାଶୂନ୍ୟ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଘରେ ଚିକିତ୍ସା କରାଯାଇଥିଲା। ତାଙ୍କୁ ରାତି ୮:୦୬ ରେ ନୂଆଦିଲ୍ଲୀ AIIMS ର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତିକୁ ଅଣାଯାଇଥିଲା। ସମସ୍ତ ଚେଷ୍ଟା ସତ୍ତ୍ୱେ ରାତି ୯:୫୧ ରେ ତାଙ୍କର ମୃତ୍ୟୁ ହୋଇଥିଲା।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ବୀର ବାଲ୍ ଦିବସରେ ଅଂଶଗ୍ରହଣ କରିଥିଲେ। ୩ୟ ବୀର ବାଲ୍ ଦିବସ ପାଳନ ଉପଲକ୍ଷେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଥିଲେ ଯେ ସାହିବଜାଦେମାନଙ୍କ ଅତୁଳନୀୟ ସାହସିକତା ଓ ବଳୀଦାନକୁ ସ୍ମରଣ କରିବାକୁ ସରକାର ବୀର ବାଲ ଦିବସ ଆରମ୍ଭ କରିଥିଲେ । ଏହି ଦିବସ ଏବେ କୋଟି କୋଟି ଭାରତୀୟଙ୍କ ପାଇଁ ଜାତୀୟ ପ୍ରେରଣାର ପର୍ବ ପାଲଟିଯାଇଛି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଦିବସ ଅନେକ ପିଲା ଏବଂ ଯୁବକଯୁବତୀଙ୍କୁ ଅଦମ୍ୟ ସାହସ ଓ ପ୍ରେରଣା ଦେବା ପାଇଁ କାର୍ଯ୍ୟ କରିଛି । ଶ୍ରୀ ମୋଦୀ ସାହସିକତା, ଉଦ୍ଭାବନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ କଳା ଆଦି କ୍ଷେତ୍ରରେ ବୀର ବାଲ ପୁରସ୍କାର ହାସଲ କରିଥିବା ୧୭ ଜଣ ପିଲାମାନଙ୍କ ପ୍ରସଂଶା କରିଥିଲେ ।…

Read More

ଡ଼ିହପଢାଳ/ଭଞ୍ଜନଗର: ଶିଶୁ ମନ୍ଦିର ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ। ଭାରତୀୟ ପଦ୍ଧତି ଓ ମୂଲ୍ୟବୋଧ ଆଧାରିତ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଏବଂ ସାଧାରଣ ଲୋକଙ୍କ ପାଇଁ ଶିକ୍ଷା ପ୍ରଦାନ ସହ ଏକ ନୂଆ ପିଢ଼ି ଗଢ଼ିବାରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୂମିକା ସବୁଠୁ ବଡ଼ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁରୁବାର କଳା, ସାହିତ୍ୟ ଓ ସଂସ୍କୃତିର ଭୂମି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଡ଼ିହପଢାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ଭବନ ଉଦଘାଟନ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ନିଜ ଧର୍ମ ଓ ରାଷ୍ଟ୍ରକୁ ଭଲପାଇବା ତଥା ଏହାପାଇଁ ଆନୁଗତ୍ୟ ଦେଖାଇବାରେ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ସବୁବେଳେ ଆଗରେ ରହିଆସିଛନ୍ତି। ଓଡ଼ିଶାରେ ପ୍ରାୟ ୬୧ ହଜାର ସ୍କୁଲ ଥିବାବେଳେ ସେଥିମଧ୍ୟରୁ ଶିଶୁ ମନ୍ଦିରର ସଂଖ୍ୟା ହେଉଛି ପ୍ରାୟ ୧ ହଜାର। ଓଡ଼ିଶାରେ ୭୬…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ କଲଚରାଲ ସେଟଂରରେ ଆଜି (ଡିସେମ୍ବର ୨୬) ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଲ୍ଲେଖନୀୟ କୃତିତ୍ୱ ଲାଗି ସାତଟି ବିଭାଗରେ ୧୭ ଜଣ ବାଳକ, ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି ପୁରସ୍କୃତ ହୋଇଥିବା ବାଳକ ଓ ବାଳିକାଙ୍କୁ ଅଭିବାଦନ ଜଣାଇଛନ୍ତି। ସେମାନଙ୍କ ଲାଗି ଉଭୟ ଦେଶ ଓ ସମାଜ ଗର୍ବ ଅନୁଭବ କରେ ବୋଲି ରାଷ୍ଟ୍ରପତି କହିଛନ୍ତି। ପୁରସ୍କୃତ ହୋଇଥିବା ପିଲାମାନେ ଅଭୂତପୂର୍ବ କାମ କରି ଅସାମାନ୍ୟ ଗୁଣାବଳୀର ଅଧିକାରୀ ହୋଇଥିବା ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି। ଦେଶର ବାକି ପିଲାମାନଙ୍କ ଲାଗି ସେମାନେ ଉଦାହରଣ ସୃଷ୍ଟି କରିଥିବା ସେ କହିଛନ୍ତି। ପିଲାମାନଙ୍କର କ୍ଷମତାକୁ ଚିହ୍ନି ସେଭଳି ସୁଯୋଗ ସୃଷ୍ଟି କରିବା ଆମ ପରମ୍ପରାର ଏକ ଅଂଶ ବିଶେଷ। ଏହି ପରମ୍ପରାକୁ ଆଗାମୀ ଦିନରେ ବଜାୟ ରଖିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ୨୦୪୭ରେ ଯେବେ ଆମ…

Read More

ରଣପୁର: ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ରଣପୁର ନିର୍ବାଚନ ମଣ୍ଡଳୀ ତରଫରୁ ମା ମଣିନାଗ ମନ୍ଦିର ପଛପାଶ୍ୱର୍ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ବ୍ଲକ୍ ସଭାପତି ସଚ୍ଚିକାନ୍ତ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସର୍ବପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ମଜବୁତ କରିବା ପାଇଁ ଉପସ୍ଥିତ କର୍ମୀ ମାନେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ବରିଷ୍ଠ କର୍ମୀ ଗିରିଜାକାନ୍ତ ମହାପାତ୍ର, କିଶୋର ପଟ୍ଟନାୟକ, ପାଣ୍ଡବ ସେଠୀ, ବୃନ୍ଦାବନ ମହାନ୍ତି, ନର୍ମଦା ରାୟ, ସ୍ୱର୍ଣ୍ଣପ୍ରକାଶ ରାଉତରାୟ, ଏନଏସି ଯୁବ ସଭାପତି ଲିଙ୍ଗରାଜ ନାୟକ ଙ୍କ ସହ ସମସ୍ତ ନିର୍ବାଚିତ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଭୁବନେଶ୍ୱର ଓ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକସ୍ ସିଟି ଶାଖା (ଆଇଏପି) ର ମିଳିତ ଆନୁକୂଲ୍ୟରେ ମେଡିକାଲ୍ କଲେଜର ଏମ୍‌ବିବିଏସ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନବଜାତ ଶିଶୁଙ୍କ କ୍ଷେତ୍ରରେ ପୁର୍ନଜୀବନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାର ଆୟୋଜିତ ହୋଇଯାଇଛି। ନବଜାତ ଶିଶୁଙ୍କ ଜୀବନ ରକ୍ଷା ନିମନ୍ତେ ଆବଶ୍ୟକୀୟ ଜ୍ଞାନକୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନବଜାତ ଶିଶୁଙ୍କ ପ୍ରାଥମିକ ସ୍ତରରେ ଜୀବନ ରକ୍ଷା ନିମନ୍ତେ ଏୟାରୱେ ବ୍ୟବସ୍ଥାପନ ଓ ଚେଷ୍ଟ କମ୍ପ୍ରେସନ୍ସ ସମ୍ପର୍କରେ ପ୍ରଶିକ୍ଷଣ ନେବା ସହ ଜରୁରୀକାଳୀନ ସ୍ଥିତିରେ ସେମାନଙ୍କ ଜୀବନ ରକ୍ଷା ନେଇ କେଉଁଭଳି ଦକ୍ଷତା ଆବଶ୍ୟକ ସେ ନେଇ ଜ୍ଞାନ ଆହରଣ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ପ୍ରଫେସର (ଡାକ୍ତର) ମୃତ୍ୟୁଞ୍ଜୟ…

Read More

ଚେନ୍ନାଇ: ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇ ଆଜି କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ଜୋତା କାଢି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଡିଏମକେ କ୍ଷମତାରୁ ହଟି ନାହିଁ, ଆସନ୍ତାକାଲି ଠାରୁ ସେପର୍ଯ୍ୟନ୍ତ ମୁଁ କକୌଣସି ଜୋତା ପିନ୍ଧିବି ନାହିଁ। ଏହା ସହିତ ସେ ଭଗବାନ ମୁରୁଗନଙ୍କ ସମସ୍ତ ୬ଟି ଧାମ ଦର୍ଶନ କରିବାକୁ ୪୮ ଦିନର ଉପବାସ ଘୋଷଣା କରିଛନ୍ତି। ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ମାମଲାରେ ଅନ୍ନାମଲାଇ କ୍ରୋଧିତ ହୋଇ ଡିଏମକେ ସରକାରଙ୍କୁ ସମାଲୋଚନା କରିବା ସହ ପୀଡିତାଙ୍କ ସମ୍ପୂର୍ଣ୍ଣ ପରିଚୟ ପ୍ରକାଶ ପାଇଥିବା ମାମଲାରେ ଏଫଆଇଆର ଲିକ କରିଥିବା ପୋଲିସକୁ ଟାର୍ଗେଟ କରିଛନ୍ତି। ଅଭିଯୁକ୍ତ ଡିଏମକେ ସହ ଜଡିତ ଥିବାରୁ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବାର ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, “ସବୁଥର ପରି ଆମେ ନିର୍ବାଚନରେ ​​ଜିତିବା ପାଇଁ ଟଙ୍କା ଦେବୁ ନାହିଁ। ଟଙ୍କା ବଣ୍ଟନ ନକରି ଆମେ…

Read More

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣର କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍ ସମୟରେ ଖାଲିସ୍ତାନ ସମର୍ଥକମାନେ ଷ୍ଟାଡିୟମ ବାହାରେ ନଜର ଆସିଥିଲେ। ଖାଲିସ୍ତାନୀ ସମର୍ଥକମାନେ ମଧ୍ୟ ତ୍ରିରଙ୍ଗାକୁ ଅପମାନିତ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାରତୀୟ ପ୍ରଶଂସକମାନେ ଖାଲିସ୍ତାନୀ ସମର୍ଥକଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଗୋଟିଏ ପଟେ ଖାଲିସ୍ତାନୀ ସମର୍ଥକମାନେ ହାତରେ ଖାଲିସ୍ତାନର ପତାକା ଧରିଥିବାର ଏବଂ ଅନ୍ୟ ପଟେ ଭାରତୀୟ ପ୍ରଶଂସକଙ୍କ ହାତରେ ତ୍ରିରଙ୍ଗା ଧରିଥିବାର ନଜର ଆସିଛନ୍ତି। ଦୁହିଁଙ୍କ ମଧ୍ୟରେ ଉଚ୍ଚ ସ୍ଵରରେ ସ୍ଲୋଗାନ ଦିଆଯାଇଛି। ଭାରତୀୟ ସମର୍ଥକମାନେ ‘ଖାଲିସ୍ତାନ ମୁର୍ଦ୍ଦାବାଦ’ ସ୍ଲୋଗାନ ଦେଇଛନ୍ତି। https://x.com/rohitjuglan/status/1872054264732025048?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1872054264732025048%7Ctwgr%5Eacccaa29ac85d61f48b892a4ba1c05af583c117b%7Ctwcon%5Es1_&ref_url=https%3A%2F%2Fwww.abplive.com%2Fsports%2Fcricket%2Fkhalistani-supporters-protest-outside-melbourne-cricket-ground-insulted-indian-flag-indian-fans-clashed-ind-vs-aus-4th-test-2850542 ଏହି ସମୟ ମଧ୍ୟରେ ଖାଲିସ୍ତାନୀ ସମର୍ଥକମାନେ ମଧ୍ୟ ତ୍ରିରଙ୍ଗାକୁ ଅପମାନିତ କରିଛନ୍ତି, ଯାହା ଭିଡିଓରେ ଦେଖିବାକୁ ମିଳେ। ଉତ୍ତେଜନା ବଢିବାରୁ ଭିକ୍ଟୋରିଆ ପୋଲିସ ଏଥିରେ ହସ୍ତକ୍ଷେପ କରିଥିଲା ଏବଂ…

Read More

ବାଲୁଗାଁ: ବଡ଼କୁଳସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃସଦନର ବାର୍ଷିକ ଉତ୍ସବ ଗୁରୁବାର ଦିନ ସଭାପତି ଭାଗୀରଥି ସ୍ୱାଇଁଙ୍କ ପୌରୋହିତ୍ୟ ଏବଂ ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ବଡ଼ପଦରସ୍ଥିତ ମାତୃସ୍ତୁତିର ଭାଇ ସୁରେନ୍ଦ୍ର କୁମାର ଜେନା ନିଜ କରକମଳରେ ଅଖଣ୍ଡ ଭାରତ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଉକ୍ତ ଉତ୍ସବରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ମୁଖବକ୍ତା ରୂପେ ଯୋଗଦାନ କରିଥିଲେ। ସଭାପତି ଶ୍ରୀ ସ୍ବାଇଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ଦେଇଥିଲେ। ତାହାପରେ ଅନୁଷ୍ଠାନର ସମ୍ପାଦକ ଦୁଃଶାସନ ଜାଲି ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ଈଶ୍ୱର ଭକ୍ତ, ଶ୍ରବଣ କୁମାର ପରି ପିତୃଭକ୍ତ ହେବା ସହ ଚରିତ୍ର ନିଷ୍କଳଙ୍କ ରଖିବା ଏବଂ ସ୍ୱାସ୍ଥର ଉପଯୁକ୍ତ ଯତ୍ନ ନେବାକୁ ମୁଖ୍ୟ…

Read More

ବାଲୁଗାଁ: ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ “ବୀର୍ ବାଲ୍ ଦିବସ ଉତ୍ସବ” ପାଳିତ ହୋଇଯାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଥା ରାଜ୍ୟ ସରକାରଙ୍କ ଓସେପା ଦ୍ୱାରା ତ୍ୱରାନ୍ୱିତ ନିର୍ଦ୍ଦେଶନାମା ଅନୁସାରେ ଏକ ସପ୍ତାହ ବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିଖ୍ ସମ୍ପ୍ରଦାୟର ଦଶମ ଧର୍ମଗୁରୁ ଗୋବିନ୍ଦ ସିଂଙ୍କ ଦୁଇ କନିଷ୍ଠ ପୁତ୍ରଙ୍କ ଦେଶ ମାତୃକା ପାଇଁ ଯେଉଁ ତ୍ୟାଗପୂର୍ଣ୍ଣ ଆତ୍ମ ବଳିଦାନ ତାହାର ସ୍ମୃତି ସ୍ୱରୂପ ୨୬ ଡିସେମ୍ବରକୁ ରାଷ୍ଟ୍ରୀୟ ବୀର୍ ବାଲ୍ ଦିବସ ଭାବରେ ଦେଶ ବ୍ୟାପୀ ପାଳନ ହେଉଛି। ଆମ ମହାବିଦ୍ୟାଳୟ ପ୍ରଜ୍ଞା ଭବନରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ବରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ଯୁକ୍ତଦୁଇ ଅଧ୍ୟକ୍ଷ ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡ଼. କୈଳାସ ଚନ୍ଦ୍ର ମହାରଣା, ଡ଼. ମୋନାଲିସା ମାନସିଂହ, ଅଧ୍ୟାପକ ପ୍ରବୀଣ କୁମାର ଜେନା ଯୋଗଦେଇ ଦିବସ ସମ୍ପର୍କରେ ବକ୍ତବ୍ୟ…

Read More

ବାଣପୁର: ବାଣପୁର ବ୍ଲକ ବିଜୁଜନତା ଦଳ ପକ୍ଷରୁ ଦଳର ୨୮ତମ ପ୍ରତିଷ୍ଠା ଦିବସ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଦଳର କର୍ମୀମାନେ ବିଜୁ ପଟ୍ଟନାୟକ ଅମର ରହେ ଓ ବିଜେଡିର ବିଭିନ୍ନ ଜନହିତକର ଯୋଜନାର ସ୍ଳୋଗାନ ଦେଇ ବଜାର ପରିକ୍ରମା କରି ମେଡିକାଲ ଛକ ସ୍ଥିତ ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଳ ପ୍ରଦାନ କରିଥିଲେ।। ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଉଦବୋଧନ ଦେଇ ବିଜେଡି ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଗଠନ ହୋଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାକୁ ୨୫ ବର୍ଷ ଧରି ଏକ ନିରବିଚ୍ଛିନ୍ନ ସେବା ଯୋଗାଇ ଦେଇଛି। ଆଜିର ପ୍ରଗତିଶୀଳ ଓ ସମୃଦ୍ଧ ଓଡିଶା ଗଠନରେ ନବୀନ ପଟ୍ଟନାୟକଙ୍କ ଭୂମିକା ଅନ୍ୟତମ। ସ୍ବର୍ଗତ ପ୍ରବାଦପୁରୁଷ ବିଜୁବାବୁଙ୍କ ସ୍ବପ୍ନର ଓଡିଶା ଗଠନ ପାଇଁ ବିଜେଡିର ପ୍ରତ୍ୟେକ କର୍ମକର୍ତ୍ତା କାର୍ଯ୍ୟରତ। ଆଜି ବିଜୁ ଜନତାଦଳ ଏକ ପ୍ରମୁଖ ବିରୋଧିଦଳ ଭାବେ ଓଡ଼ିଶାରେ କାର୍ଯ୍ୟରତ ଏଣୁ…

Read More

ନୂଆଦିଲ୍ଲୀ: ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସ୍ ଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା ହୋଇଥିଲା, ଯେଉଁଥିପାଇଁ ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା। ବର୍ତ୍ତମାନ ଆଇସିସି କନଷ୍ଟାସ୍ ଙ୍କୁ ତାଙ୍କ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା କରିଛି। ଏହା ସହିତ ତାଙ୍କୁ ଗୋଟିଏ ଡେମେରିଟ୍ ପଏଣ୍ଟ ମଧ୍ୟ ଦିଆଯାଇଛି। ବିରାଟ କୋହଲି ଆଇସିସି ନିୟମର ଧାରା ୨.୧୨ ଉଲ୍ଲଂଘନ କରିଛନ୍ତି, ଯେଉଁଥିରେ କୌଣସି ଖେଳାଳି ପଡ଼ିଆର ଅନ୍ୟ ଖେଳାଳିଙ୍କ ସହ ଅନୁପଯୁକ୍ତ ଭାବେ ଶାରୀରିକ ସମ୍ପର୍କରେ ଆସିପାରିବେ ନାହିଁ। ଯଦି ଜଣେ ଖେଳାଳୀ ଜାଣିଶୁଣି ବିରୋଧୀ ଖେଳାଳିଙ୍କ ଆଡକୁ ଯାଆନ୍ତି କିମ୍ବା କୌଣସି ଖେଳାଳି କିମ୍ବା ଅମ୍ପାୟାରଙ୍କୁ କାନ୍ଧରେ ଧକ୍କା ଦିଅନ୍ତି, ତେବେ ତାହା ଦଣ୍ଡନୀୟ ଅପରାଧ ହେବ। ଅଷ୍ଟ୍ରେଲୀୟ ଇନିଂସର ଦଶମ ଓଭରରେ ଜସପ୍ରୀତ ବୁମରା ବୋଲିଂ କରିଥିଲେ। କନଷ୍ଟାସ୍ ବଲକୁ ଖେଳିଥିଲେ, ଏହା ପରେ କୋହଲି ବଲ ଉଠାଇ ଯୁବ ଅଷ୍ଟ୍ରେଲୀୟ…

Read More

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି। କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡେସ୍କ୍ କ୍ୟାଲେଣ୍ଡର ରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ ହୋଇଛି। ସେହିପରି ସାତ ପୃଷ୍ଠା ବିଶିଷ୍ଟ ୱାଲ୍ କ୍ୟାଲେଣ୍ଡରରେ ରଥାରୂଢ଼ ମହାପ୍ରଭୁଙ୍କ ଭବ୍ୟ ଚିତ୍ରମାନ ସ୍ଥାନିତ ହୋଇଅଛି। ଇଂରାଜୀ ନୂଆ ବର୍ଷରେ ପୁରୀ ଓ ଭୁବନେଶ୍ୱର ସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଗୁଡିକରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁମାନଙ୍କୁ ବିକ୍ରୟ ସକାଶେ ଉପଲବ୍ଧ ହେବ। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ …

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗ୍ରାମ ନିକଟ ପାହାଡ ଉପରୁ ବିବାହିତ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତ ପ୍ରେମୀ ଯୁଗଳମାନେ ହେଲେ ପାଟପୁର ଥାନା ପାଟପୁର ଗ୍ରାମର ସନ୍ତୋଷ ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଓ ପୁରୁଷ ଜଣଙ୍କ ହେଲେ ପାଟପୁର ଥାନା ରାଧାଦେଈପୁର ଗ୍ରାମର ସିମାଞ୍ଚଳ ସାହୁଙ୍କ ପୁଅ ରାଜେନ୍ଦ୍ର ସାହୁ। ମୃତ ମହିଳାଙ୍କ ୩ଟି ଛୁଆ ଥିବା ବେଳେ ଉଭୟଙ୍କ ମଧ୍ୟରେ ବହୁ ଦିନରୁ ପ୍ରେମ ସମ୍ପର୍କ ଗଢିଥିଲା। ଉଭୟ ଗତ ଡିସେମ୍ବର ୧୯ତାରିଖରୁ ନିଖୋଜ ଥିଲେ। ଏନେଇ ପାଟପୁର ଥାନାରେ ଅଭିଯୋଗ ହୋଇଥିଲା। ଆଜିର ଏହି ଅଘଟଣ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇବେ ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ: କଂଗ୍ରେସର ବେଲଗାଭି ଅଧିବେଶନରେ ପୋଷ୍ଟରରେ ପ୍ରଦର୍ଶିତ ହୋଇଥିବା ଭାରତର ମାନଚିତ୍ରକୁ ନେଇ ସାରା ଦେଶରେ ରାଜନୀତି ଗରମ ହୋଇଛି। ପୋଷ୍ଟରରେ କାଶ୍ମୀରକୁ ପାକିସ୍ତାନର ଏକ ଅଂଶ ଭାବରେ ଦର୍ଶାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ କହିଛନ୍ତି ଯେ, କଂଗ୍ରେସର ପୋଷ୍ଟରରେ ଭାରତର ମାନଚିତ୍ରକୁ ଅଧା ଦର୍ଶାଯାଇଛି। ଏଥିରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ମଧ୍ୟ ଲାଗିଛି, ଯେଉଁଥିରେ କାଶ୍ମୀରକୁ ପାକିସ୍ତାନର ଏକ ଅଂଶ ବୋଲି ଦର୍ଶାଯାଇଛି। ଅମିତ କହିଛନ୍ତି ଯେ, “କଂଗ୍ରେସ କାର୍ଯ୍ୟକ୍ରମରେ ଏହା ଭୁଲ ହୋଇପାରିବ ନାହିଁ। ଏହା ଏକ ବିବୃତ୍ତି। ଏହା ସେମାନଙ୍କର ତୃଷ୍ଟିକରଣ ରାଜନୀତିର ଏକ ଅଂଶ, ଯାହା ବିଶ୍ୱାସ କରେ ଯେ ଭାରତୀୟ ମୁସଲମାନମାନେ ଭାରତ ଅପେକ୍ଷା ପାକିସ୍ତାନ ପ୍ରତି ଅଧିକ ବିଶ୍ୱସ୍ତ ଅଟନ୍ତି।” ଅମିତ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ହେଉଛି ଦ୍ୱିତୀୟ ମୁସଲିମ ଲିଗ୍ ଏବଂ ପୁଣିଥରେ ଭାରତ ଭାଙ୍ଗିବାକୁ ଚାହୁଁଛି।…

Read More

ନୂଆଦିଲ୍ଲୀ: କାଜାଖସ୍ତାନରେ ଆଜେରବାଇଜାନ ଏୟାରଲାଇନ୍ସର ଏମ୍ବ୍ରାୟର-190 ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରାଥମିକ ଅନୁସନ୍ଧାନ ଚାଲିଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ପକ୍ଷୀ ସହିତ ଧକ୍କା ହେତୁ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ତେବେ ବିମାନ ଉପରେ ଆକ୍ରମଣ ପାଇଁ ରୁଷର ବାୟୁ ସେନା ଷଡଯନ୍ତ୍ର କରିଥିବା ଇଣ୍ଟରନେଟରେ ବ୍ୟାପିବାରେ ଲାଗିଛି। ଆଜେରବାଇଜାନର ବାକୁରୁ ରୁଷର ଚେଚନ୍ୟାର ଗ୍ରୋଜନି ଅଭିମୁଖେ ଯାଉଥିବା ଏମ୍ବ୍ରାୟର୍- 190 ବିମାନରେ 67 ଜଣ ଲୋକ ଥିଲେ। ପଶ୍ଚିମ କାଜାଖସ୍ତାନର ଅକତୌ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏହି ଦୁର୍ଘଟଣାରେ 38 ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ ଯେ, ଆଜେରବାଇଜାନ ଏୟାରଲାଇନ୍ସର ଏମ୍ବ୍ରାୟର- 190 ବିମାନ ଅକତୌ ବିମାନ ବନ୍ଦର ଉପରେ ଜରୁରୀକାଳୀନ ଅବତରଣ କରିବାକୁ ଅନୁମତି ଅପେକ୍ଷା କରିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଇଣ୍ଟରନେଟରେ ଗୁଜବ, ଅନେକ ଭିଡିଓ ଭାଇରାଲ: ଏହି…

Read More