Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଭୁବନେଶ୍ବରରେ ଆରମ୍ଭ ହେଲା ଆଦିବାସୀ ମେଳା
ରାଜ୍ୟ ଖବର

ଭୁବନେଶ୍ବରରେ ଆରମ୍ଭ ହେଲା ଆଦିବାସୀ ମେଳା

January 27, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଆରମ୍ଭ ହେଲା ଆଦିବାସୀ ମେଳା
ଭୁବନେଶ୍ବରରେ ଆରମ୍ଭ ହେଲା ଆଦିବାସୀ ମେଳା

ଭୁବନେଶ୍ବର: ଓଡ଼ିଶା ଏକ ବିବିଧ ସଂସ୍କୃତିର ଭୂମି, ଯେଉଁଠାରେ ଜନଜାତି ସମ୍ପ୍ରଦାୟ ହଜାର ହଜାର ବର୍ଷ ଧରି ପ୍ରକୃତିର କୋଳରେ ବସବାସ କରିଆସୁଛନ୍ତି ଓ ସେମାନଙ୍କ ଜୀବନଶୈଳୀ, ପରମ୍ପରା ଓ ଚିନ୍ତାଧାରା ସମାଜକୁ ଏକ ନୂତନ ଦିଗ୍‌ଦର୍ଶନ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଆଦିବାସୀ ମେଳା ୨୦୨୬ ଉଦ୍‌ଘାଟନୀ ଅବସରରେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ୟୁନିଟ ୧ ସ୍ଥିତ ଆଦିବାସୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି, ଆଦିବାସୀ ମେଳା ୨୦୨୬। ଏହି ମେଳା ଆସନ୍ତା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ଚଳିତ ବର୍ଷ ଏହି ମେଳାରେ ୧୧୪୦ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି। ଏଥିରେ ୩୨୫ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ଆଦିବାସୀ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ସମୁଦାୟ ୧୦୯ଟି ଷ୍ଟଲ୍‌ ଖୋଲାଯାଇଛି। ୧୦ ଟି ଆଦିବାସୀ ଗୃହ ମଧ୍ୟ ନିର୍ମିତ ହୋଇଛି, ଏଗୁଡ଼ିକ ଜନଜାତି ସମ୍ପ୍ରଦାୟଙ୍କ ଜୀବନଶୈଳୀ, ସ୍ଥାପତ୍ୟ ଓ ସାଂସ୍କୃତିକ ଅଭ୍ୟାସକୁ ପ୍ରତିଫଳିତ କରୁଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେତେବେଳେ ଏ ଦେଶ, ଏ ଜାତିର ଆବଶ୍ୟକତା ପଡ଼ିଛି, ଆଦିବାସୀମାନେ ଦେଶମାତୃକାର ରକ୍ଷା କରିବା ପାଇଁ ସବୁବେଳେ ଆଗେଇ ଆସି ପ୍ରାଣବଳୀ ଦେଇଛନ୍ତି। ସେ ଏହି ପରିପ୍ରେକ୍ଷୀରେ ବୀର ସୁରେନ୍ଦ୍ର ସାଏ, ଶହୀଦ ଲକ୍ଷ୍ମଣ ନାୟକ, ବିପ୍ଲବୀ ଧରଣୀଧର ନାୟକ, ଶହୀଦ ମାଧୋ ସିଂହ, ରେଣ୍ଡୋ ମାଝୀଙ୍କ ଭଳି ଅନେକ ଜନଜାତି ବିପ୍ଲବୀ ଆଦିବାସୀ ନେତାଙ୍କ ଅସୀମ ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଭୌଗୋଳିକ ସ୍ଥିତିକୁ ଅଧ୍ୟୟନ କଲେ ଆମେ ଜାଣିପାରିବା ଯେ, ରାଜ୍ୟର ଜନଜାତିମାନେ ବିଶେଷତଃ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବହୁଳ ଭାବରେ ବସବାସ କରନ୍ତି। ତେଣୁ ଆଞ୍ଚଳିକ ବୈଷମ୍ୟତା ଦୂର କରିବା ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାରେ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ୱୋଧନ କରି କହିଛନ୍ତି ଯେ, ଚଳିତ ବର୍ଷ ମେଳାରେ ଓଡ଼ିଶାର ୬୨ ଗୋଟି ଜନଜାତି ସେମାନଙ୍କର ଋଦ୍ଧିମନ୍ତ ପରମ୍ପରା, ଖାଦ୍ୟପେୟ, ପୋଷାକ, କଳା, ସଂସ୍କୃତି ଓ ଲୋକକଳାକୁ ନେଇ ଏକତ୍ରିତ ହୋଇଛନ୍ତି। ତେଣୁ ଏହି ମେଳା କେବଳ ମନୋରଞ୍ଜନ ନୁହେଁ, ଏହା ଜନଜାତି ଜୀବନର କଥା, ସଂଘର୍ଷର ଗାଥା ଓ  ପ୍ରକୃତି ସହ ସେମାନଙ୍କର ସମ୍ପର୍କର ମୂଲ୍ୟବୋଧକୁ ବୁଝାଇବ। ଗତବର୍ଷ ଆଦିବାସୀ ମେଳାରେ ୯ କୋଟି ଟଙ୍କାର ବାଣିଜ୍ୟ କାରବାର ହୋଇଥିବା ବେଳେ, ଚଳିତ ବର୍ଷ ତା’ଠରୁ ଉର୍ଦ୍ଧ୍ୱ କାରବାର ହେବ ବୋଲି ମତବ୍ୟକ୍ତ କରିଛନ୍ତି ।
ସେ ପୁଣି କହିଥିଲେ ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି। ବିକାଶର ମୁଖ୍ୟଧାରାରେ ସାମିଲ ହେବା ସେମାନଙ୍କର  ସାମ୍ୱିଧାନିକ ଅଧିକାର। ଯଦି ଜନସଂଖ୍ୟାର ଏକ ଚତୁର୍ଥାଂଶ ବିକଶିତ ହୋଇପାରିବେ ନାହିଁ, ସଶକ୍ତ ହୋଇପାରିବେ ନାହିଁ ତେବେ ଓଡ଼ିଶା କେବେ ସମୃଦ୍ଧ ହୋଇପାରିବେ ନାହିଁ । ଏହାକୁ ହୃଦୟଙ୍ଗମ କରି ଜନଜାତିଙ୍କ ସାମଗ୍ରୀକ ବିକାଶ ପାଇଁ ଆମେ କାର୍ଯ୍ୟରତ ଅଛୁ। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ମଧ୍ୟ ପ୍ରଣୟନ କରାଯାଇଛି।
ଜନଜାତି ସମ୍ପ୍ରଦାୟଙ୍କ ଅଧିକାର ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହିତ କହିଥିଲେ ଯେ, ଆପଣମାନେ ବସବାସ କରୁଥିବା ଜମି, ଜଙ୍ଗଲ ଓ ଜଳର ସୁରକ୍ଷା ଦାୟିତ୍ୱ ମୋହନ ସରକାରର। ଆପଣମାନେ ଏଥିପ୍ରତି ନିଶ୍ଚିତ ରୁହନ୍ତୁ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭାଗ ପକ୍ଷରୁ ପ୍ରକାଶିତ ଗବେଷଣାମୂଳକ ପତ୍ରିକା ‘ଆଦିବାସୀ’ ଉନ୍ମୋଚନ କରିଥିଲେ ଏବଂ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରିଥିଲେ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ସଂସ୍କୃତି ହେଉଛି ଗୋଟିଏ ଜାତିର ସମୃଦ୍ଧ ଐତିହ୍ୟ, ପରମ୍ପରା ଏବଂ ସ୍ୱାଭିମାନର ବାର୍ତ୍ତାବହ। ଆମ ସରକାର ଜନଜାତିଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯତ୍ନର ସହ କାମ କରୁଛନ୍ତି। ସେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତିମାନଙ୍କ ନିମିତ୍ତ ବିଭିନ୍ନ ସରକାରୀ ଯୋଜନା ଯଥା- ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଓ ରାଜ୍ୟରେ ଡ୍ରପ୍‌ଆଉଟ ହାର ହ୍ରାସ କରିବା ପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ବିଷୟରେ ଆଲୋକପାତ କରିଥିଲେ।
ଏହି ଉଦ୍‌ଘାଟନୀ ଉତ୍ସବରେ କମିଶନର ତଥା ଶାସନ ସଚିବ ବି. ପରମେଶ୍ୱରନ୍ ସ୍ୱାଗତ ଭାଷଣ ଦେଇଥିଲେ। ନିର୍ଦ୍ଦେଶକ, SCSTRTI ଶ୍ରୀ ସୁଧାକର ଶବର ଧନ୍ୟବାଦ ଅର୍ପଣ କରିଥିଲେ।
bhubaneswar Tribal Fair begins ଆଦିବାସୀ ପଡିଆ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ନାଗରିକଙ୍କ ପାଇଁ ସାଧୂତାର ଶପଥ ପାଠ କରାଇଲେ ଖୋରଧା ଅତିରିକ୍ତ ଜିଲ୍ଲାପାଳ

October 26, 2026

ନିଖୋଜ ଶିଶୁ କନ୍ୟା ଉଦ୍ଧାର: ଅପହରଣକାରୀ ଗିରଫ

October 26, 2026

ଏବେ ପ୍ରତ୍ୟେକ ଜାତିଗତ ବିବାଦରେ ଲାଗିବନି SC-ST ଆକ୍ଟ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

October 26, 2026

ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା!, ୨୮ରେ ସ୍ଥଳଭାଗ ଛୁଇଁବା ଆଶଙ୍କା

October 26, 2026
Latest News

ରେକର୍ଡ ସ୍ତରଠୁ ୩୮୬୦୦ ଟଙ୍କାରୁ ଅଧିକ ଖସିଲା ସୁନା ଦାମ୍: ଜାଣନ୍ତୁ କାହିଁକି ଖସୁଛି ଦର?

October 26, 2026

ନାଗରିକଙ୍କ ପାଇଁ ସାଧୂତାର ଶପଥ ପାଠ କରାଇଲେ ଖୋରଧା ଅତିରିକ୍ତ ଜିଲ୍ଲାପାଳ

October 26, 2026

ବାଜପେୟୀ-ଆଡଭାନୀଙ୍କ ଉଦାହରଣ ଦେଇ କଂଗ୍ରେସକୁ ନିଶିକାନ୍ତ ଦୁବେଙ୍କ ସମାଲୋଚନା

October 26, 2026

ଇଶାନ କିଶନ ତୃତୀୟ ଟି୨୦ ମ୍ୟାଚରୁ ବାଦ୍: ବୈଭବ ନୁହେଁ ଏହି ଖେଳାଳି ନେବ ସ୍ଥାନ

October 26, 2026

ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ: କର୍ମୀ ଓ ସୁରକ୍ଷାକର୍ମୀ ଆହତ

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.