Author: SM Network

ପୁରୀ: ପୁରୀସ୍ଥିତ ସ୍ୱାମୀ ନାରାୟଣ ମନ୍ଦିରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ଅଧୀନରେ ପୁରୀ ଜିଲ୍ଲା ଯୋଜନା ବୈଠକରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ସହ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ସେ ଆହ୍ୱାନ ଜଣାଇଛନ୍ତି। ‘ରାଷ୍ଟ୍ର ପ୍ରଥମ, ସଂଗଠନ ଦ୍ୱିତୀୟ ଏବଂ ବ୍ୟକ୍ତି ଅନ୍ତିମ’ ମନ୍ତ୍ରକୁ ଆଧାର କରି କାର୍ଯ୍ୟ କରିବା ପାଇଁ ବୈଠକରେ ସଂକଳ୍ପ ଗ୍ରହଣ କରାଯାଇଛି। ବୈଠକରେ ପୁରୀ ସାଂସଦ ସମ୍ୱିତ ପାତ୍ର, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପିପିଲି ବିଧାୟକ, ସତ୍ୟବାଦୀ ବିଧାୟକ, ପୁରୀ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସାନନ୍ଦଠାରେ ମାଇକ୍ରୋନ ଏଟିଏମପି (ଆସେମ୍ବଲି, ଟେଷ୍ଟ, ମାର୍କିଂ ଏବଂ ପ୍ୟାକେଜିଂ) ସୁବିଧାର ଉଦଘାଟନ କରିଛନ୍ତି। ବାଣିଜ୍ୟିକ ଉତ୍ପାଦନର ପ୍ରାରମ୍ଭକୁ ଚିହ୍ନିତ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଘଟଣା ବିଶ୍ୱ ବୈଷୟିକ ନେତୃତ୍ୱ ଦିଗରେ ଭାରତର ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟକୁ ସୂଚିତ କରେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିଶ୍ୱର ସର୍ବବୃହତ୍ ଏବଂ ସବୁଠାରୁ ସଫଳ ଏଆଇ ସମ୍ମିଳନୀ ପରେ ଆଜି ଆମେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛୁ। “ଏଆଇ ସମ୍ମିଳନୀ ବିଶ୍ୱକୁ ଭାରତର ଏଆଇ ଦକ୍ଷତାର ପରିଚୟ ଦେଇଥିବା ବେଳେ, ଆଜି ଟେକ୍ନୋଲୋଜି ନେତୃତ୍ୱ ପ୍ରତି ଭାରତର ପ୍ରତିବଦ୍ଧତାର ଏକ ପ୍ରମାଣ” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ ଏକ ସମୟରେ ମୁଖ୍ୟତଃ ସଫ୍ଟୱେୟାର୍ ଏବଂ ଆଇ. ଟି. ସେବା ପାଇଁ ଜଣାଶୁଣା ଥିଲା, କିନ୍ତୁ ଏବେ ଏହା ହାର୍ଡୱେର୍ କ୍ଷେତ୍ରରେ ନିଜର ପରିଚୟକୁ…

Read More

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ (DoSEL) ର ମିଳିତ ଆନୁକୂଲ୍ୟରେ ଦୁଇ ଦିବସୀୟ ୟୁ-ଡାଇସ୍ ପ୍ଲସ୍ (UDISE+ ) ସମ୍ପର୍କିତ ଜାତୀୟ କର୍ମଶାଳା ଆଜି ଉଦଯାପିତ ହୋଇଛି। ଦ୍ବିତୀୟ ଦିନରେ ବିଭିନ୍ନ ରାଜ୍ୟ ସେମାନଙ୍କ ବିଭାଗ ଦ୍ବାରା ଗ୍ରହଣ କରାଯାଇଥିବା ସର୍ବୋତ୍ତମ ପଦକ୍ଷେପ ଗୁଡ଼ିକୁ ଉପସ୍ଥାପିତ କରିଥିଲେ ଏବଂ ଡାଟା ସଂରକ୍ଷଣ ଫ୍ରେମୱାର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। କେରଳ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମଣିପୁର ଏବଂ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟ UDISE+ ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଓ ପରିଚାଳନା ପାଇଁ ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ଉପସ୍ଥାପନ କରିଥିଲେ। ଡ଼ାଟାର ଗୁଣବତ୍ତାକୁ ଉନ୍ନତ କରିବା, ସିଷ୍ଟମ ମଧ୍ୟରେ ସମୟାନୁସାରେ ରିପୋର୍ଟିଂ ସୁନିଶ୍ଚିତ କରିବା ଏବଂ ସଠିକ୍ ଡାଟା ସଂଗ୍ରହକୁ ସୁଦୃଢ଼ କରିବା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା।…

Read More

ନୂଆଦିଲ୍ଲୀ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ ଏକ ବଡ଼ ସଫଳତା ହାସଲ କରିଛି। ଦାୟିତ୍ୱବାନ ଏଆଇ ଅଭିଯାନ ପାଇଁ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂକଳ୍ପ ସହ ଭାରତ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଫେବୃଆରୀ ୧୬ ରୁ ୧୭ ମଧ୍ୟରେ ମୋଟ ୨୫୦,୯୪୬ ବୈଧ ସଂକଳ୍ପ ରେକର୍ଡ କରାଯାଇଥିଲା, ଯାହା ପ୍ରାରମ୍ଭିକ ଲକ୍ଷ୍ୟ ୫୦୦୦ ଠାରୁ ବହୁତ ଅଧିକ। ଏହା କେବଳ ଏକ ବିଶ୍ୱ ରେକର୍ଡ ନଥିଲା, ବରଂ ଏକ ଯୁବ ରାଷ୍ଟ୍ରର ସଂକଳ୍ପର ସ୍ପଷ୍ଟ ଘୋଷଣା ଥିଲା ଯାହା ଏକ ନୈତିକତା ସହିତ କୃତ୍ରିମ ବୁଦ୍ଧିମତ୍ତା ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଫେବୃଆରୀ ୧୬ରୁ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସମ୍ମିଳନୀ ଭାରତ ଏବଂ ବିଦେଶର ଛାତ୍ର, ଶିକ୍ଷକ, ଉଦ୍ଭାବକ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ଆକର୍ଷିତ କରି ଚାଲିଛି। ଇଣ୍ଡିଆ ଏଆଇ ମିଶନ ଅଧୀନରେ ଇଣ୍ଟେଲ ଇଣ୍ଡିଆ ସହଯୋଗରେ ଆରମ୍ଭ ହୋଇଥିବା, ଦାୟିତ୍ବବାନ ଏଆଇ…

Read More

ମେଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ । ପାରିବାରିକ ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । କ୍ରୋଧକୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଏହା ବିତର୍କ ହୋଇପାରେ । ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଖାଇବା ଓ ପିଇବା ପାଇଁ ଧ୍ୟାନ ଦିଅନ୍ତୁ । ବୃଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ…

Read More

ବାଣପୁର: ଆଜି ଦିବା ୧୧ ଘଟିକା ସମୟରେ ଅଡିଟରୀୟମ ଗୃହରେ ଅଧ୍ୟକ୍ଷ ଡଃ ଶୁରପ୍ରତାପ ନରେନ୍ଦ୍ର ସିଂ ବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠାନର ବିଜ୍ଞାନ ସମାଜ ତରଫରୁ ବିଜ୍ଞାନ ଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଡେପୁଟି ସଚିବ ତଥା ମହାବିଦ୍ୟାଳୟ ଉନ୍ନୟନ ଓ ଛାତ୍ର ଛାତ୍ରୀ ମଙ୍ଗଳ ପରିଷଦ ସଦସ୍ୟ, ଓଡିଶା ସରକାର ଡଃ ରଜତ କୁମାର ମାନସିଂହ ଯୋଗଦେଇ ବିଜ୍ଞାନ ଓ ବିଜ୍ଞାନ ଶିକ୍ଷା ର ଆବଶ୍ୟକତା ଓ ଉତ୍ପାଦିତ ବୈଷୟିକ ଯନ୍ତ୍ରପାତି ଗୁଡିକର ଦୁରୁପଯୋଗ ବନ୍ଦ କରିବାକୁ ବକ୍ତବ୍ୟ ରଖିଥିଲେ। ବିଜ୍ଞାନ ସମାଜର ଉପଦେଷ୍ଠା ଅଧ୍ୟାପକ ଶ୍ରୀଯୁକ୍ତ ସପିନ କୁମାର ପୃଷ୍ଟି ଅତିଥିଙ୍କ ପରିଚୟ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ଉପଦେଷ୍ଠା ସ୍ୱରୂପାରାଣୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଆଦିତ୍ୟ ସାରଥୀ ବେଦମତ୍ତା ନୈତିକ ଶିକ୍ଷା ଓ ବିଜ୍ଞାନ ବିଷୟରେ ଆଲୋକପାତ କରିଥିଲେ।…

Read More

ବାଲୁଗାଁ: ଆଜି ଦୁଇ ଲୁଟେରାକୁ ଗିରଫ କରିଛି ବାଲୁଗାଁ ପୋଲିସ। ଅପରାଧୀ ଦ୍ବୟ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ରମେଶ ଦାସ (୨୩) ଓ ରଞ୍ଜିତ ଜାଲି (୩୨)। ଉକ୍ତ ଦୁଇ ଅଭିଯୁକ୍ତ ନିକଟରୁ ଏକ ଇନଭଟର ବ୍ୟାଟେରୀ ଓ କିଛି କଂସାବାସନ ଜବତ କରାଯାଇଥିବା ନାଭାଲ ଫାଣ୍ଡି ଅଧିକାରୀ ଶ୍ରୀନିବାସ ସାମନ୍ତ କହିଛନ୍ତି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ଛେଡ଼ାପଦର ଗ୍ରାମର ଅସିତ୍ ଦାସ ଓ ପରିବାର ବାହାରେ ରହୁଥିବାରୁ ଏହାର ସୁଯୋଗ ନେଇ କିଛି ଦୁବୃର୍ତ୍ତ ତାଙ୍କ ଘରୁ ଗତ ଗୁରୁବାର ରାତିରେ ସମସ୍ତ ଘରୋଇକରଣ ସାମଗ୍ରୀ, ସିସି ଟିଭି, ଇନଭଟର ମେସିନ ସହ ବ୍ୟାଟେରୀ ସମେତ ନଗଦ ୨୦ ହଜାର ଟଙ୍କା ଚୋରି ହୋଇଥିଲା। ପଡୋଶୀଙ୍କ ଠାରୁ ଫୋନ୍ ଯୋଗେ ଖବର ପାଇ ଶୁକ୍ରବାର ଦିନ ପହଞ୍ଚି ଦେଖିବା ବେଳକୁ ଘର ତାଲା ଭାଙ୍ଗି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।…

Read More

ଭୁବନେଶ୍ଵର: ସମ୍ପ୍ରତି ଓଡ଼ିଶାର ରାଜ୍ୟସଭା ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ଆସନ ପାଇଁ ସମ୍ବିଧାନ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ପ୍ରତି ଅଙ୍ଗୀକାରବଦ୍ଧ ଥିବା ଜଣେ ଖ୍ୟାତନାମା ସ୍ବାଧୀନ ପ୍ରାର୍ଥୀଙ୍କୁ ଚୟନ କରିବା ଏବଂ ସମର୍ଥନ ଦେବା ପାଇଁ ସି ପି ଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ତରଫରୁ ଆହ୍ଵାନ ଦିଆଯାଇଛି। ଏଥିପାଇଁ ବିଜେପି ବିରୋଧରେ ସି ପି ଆଇ (ଏମ୍), କଂଗ୍ରେସ ଓ ବିଜେଡି ସମର୍ଥନରେ ସହମତିପୂର୍ଣ୍ଣ ଉପଯୁକ୍ତ ସ୍ଵାଧୀନ ପ୍ରାର୍ଥୀ ଚୟନ ପାଇଁ ସି ପି ଆଇ (ଏମ୍) ଯଥାର୍ଥ ଭୂମିକା ପାଳନ କରିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। କଂଗ୍ରେସ ଏବଂ ବିଜେଡ଼ି ଏହି ଲକ୍ଷ୍ୟରେ ଆଗେଇ ଆସିବା ପାଇଁ ସି ପି ଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ଆହ୍ବାନ କରିଛି। କୌଣସି ପରିସ୍ଥିତିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ବିଜେପିର ସମର୍ଥନ ରହିଥିବା କୌଣସି ପ୍ରାର୍ଥୀଙ୍କୁ ସି.ପି. ଆଇ.(ଏମ୍) ସମର୍ଥନ କରିବ ନାହିଁ ବୋଲି…

Read More

ଭୁବନେଶ୍ୱର: ପୂର୍ବତଟ ରେଳପଥ ଆଜି ଓଡ଼ିଶା ସରକାରଙ୍କ ଅଗ୍ନିଶମ ସେବା ଶାଖା ସହିତ ସମନ୍ୱୟରେ ଭୁବନେଶ୍ୱରର ରେଳ ସଦନରେ ଭୂମିକମ୍ପ ସତର୍କତାମୂଳକ ପଦକ୍ଷେପ ପ୍ରସ୍ତୁତି ଏବଂ ଅଗ୍ନି ନିରାପତ୍ତା ଉପରେ ଏକ ବ୍ୟାପକ ମକ୍ ଡ୍ରିଲ୍ ଆୟୋଜନ କରିଛି। କାର୍ଯ୍ୟାଳୟ ପରିସର ଏବଂ ସଂଲଗ୍ନ ଆବାସିକ କଲୋନୀ ମଧ୍ୟରେ ଭୂମିକମ୍ପ ଏବଂ ଅଗ୍ନିକାଣ୍ଡ ଭଳି ଜରୁରୀକାଳୀନ ପରିସ୍ଥିତିକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ ପ୍ରସ୍ତୁତିର ସ୍ତର ମୂଲ୍ୟାଙ୍କନ ଏବଂ ବୃଦ୍ଧି କରିବା ପାଇଁ ଏହି ଅଭ୍ୟାସ କରାଯାଇଥିଲା। ରାଜ୍ୟ ଅଗ୍ନି ନିର୍ବାପକ ବାହିନୀ ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା ଦଳଗୁଡ଼ିକର କର୍ମଚାରୀମାନଙ୍କ ସହିତ ପୂର୍ବତଟ ରେଳପଥର ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସକ୍ରିୟ ଭାବରେ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ। ସିମୁଲେଟେଡ୍ ଜରୁରୀକାଳୀନ ପରିସ୍ଥିତିରେ ଦ୍ରୁତ ସ୍ଥାନାନ୍ତର ପ୍ରକ୍ରିୟା ଏବଂ ପରେ ଏକ ପର୍ଯ୍ୟାୟକ୍ରମେ ଅଗ୍ନିକାଣ୍ଡ ଘଟଣା ଅନ୍ତର୍ଭୁକ୍ତ ଥିଲା। ଅଗ୍ନିଶମ ଏବଂ ଉଦ୍ଧାର ଦଳଗୁଡ଼ିକ ବ୍ୟବସ୍ଥିତ ସ୍ଥାନାନ୍ତର, ସନ୍ଧାନ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜମେରଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହା ରାଜସ୍ଥାନର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ସାଂସ୍କୃତିକ ଏବଂ ବୀରତ୍ୱପୂର୍ଣ୍ଣ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ସୁରସୁରାର ତେଜାଜୀ ଧାମ ଏବଂ ହାଇଫାକୁ ମୁକ୍ତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଏବେ ବି ଇସ୍ରାଏଲରେ ସମ୍ମାନିତ  ମେଜର ଦଲପତ ​​ସିଂହଙ୍କ ସାହସିକତା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ରାଜସ୍ଥାନର “ଡବଲ ଇଞ୍ଜିନ ସରକାର” ଦୁଇ ବର୍ଷର ଦ୍ରୁତ ପ୍ରଗତି ହାସଲ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। “ସରକାର ଲୋକଙ୍କ ସେବା ପାଇଁ ଯେଉଁ ବିକାଶ ପ୍ରତିଶ୍ରୁତି ନେଇ ଆସିଥିଲେ ତାହା ପୂରଣ କରୁଛନ୍ତି। ଏବଂ ଆଜି ଏହି ବିକାଶ ଅଭିଯାନକୁ ତ୍ୱରାନ୍ୱିତ କରିବାର ଦିନ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ।” ଆଜିର କାର୍ଯ୍ୟକ୍ରମରେ ରାସ୍ତା, ବିଦ୍ୟୁତ୍, ପାଣି, ସ୍ୱାସ୍ଥ୍ୟ…

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ କମିଶନ ଆଜି ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପରେ ନୂତନ ଭୋଟର ତାଲିକା ପ୍ରକାଶ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଅଗ୍ରୱାଲଙ୍କ ଅନୁଯାୟୀ, SIR ପ୍ରକ୍ରିୟା ସମୟରେ ବାଦ ପଡିବା ଏବଂ ଯୋଡା ହେବା ପରେ, ପଶ୍ଚିମବଙ୍ଗ ଭୋଟର ତାଲିକାରେ ଭୋଟରଙ୍କ ସଂଖ୍ୟା ୭ କୋଟି ୪ ଲକ୍ଷ ୫୯ ହଜାର ୨୮୪ ରହିଛି। ୬୧ ଲକ୍ଷରୁ ଅଧିକ ନାମ ବାଦ ଦିଆଯାଇଛି। ଚୂଡ଼ାନ୍ତ ତାଲିକାରେ ୬୩ ଲକ୍ଷ ୬୬ ହଜାର ୯୫୨ ଭୋଟରଙ୍କ ବାଦ ଅନ୍ତର୍ଭୁକ୍ତ। ଫର୍ମ-୬ ଏବଂ ୬-ଏ ଅଧୀନରେ ୧,୮୨,୦୩୬ ଭୋଟରଙ୍କୁ ଯୋଡା ଯାଇଥିଲା ଏବଂ ଫର୍ମ-୮ ଅଧୀନରେ ୬,୬୭୧ ଭୋଟରଙ୍କୁ ଯୋଡା ଯାଇଥିଲା। ପ୍ରାୟ ୬୧ ଲକ୍ଷ ଏପରି ମାମଲା ସନ୍ଦେହଜନକ, ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ ସେଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବ। SIR ପ୍ରକ୍ରିୟାରେ ଭୋଟରମାନଙ୍କର ଶାରୀରିକ ଯାଞ୍ଚ…

Read More

ଭୁବନେଶ୍ୱର: ଗତ ୨୦ ମାସ ଧରି ରାଜ୍ୟ ସରକାର “ବିକଶିତ ଓଡ଼ିଶା- ବିକଶିତ ଭାରତ” ଦୃଷ୍ଟିକୋଣକୁ ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପରିବର୍ତ୍ତନ, ଭିତ୍ତିଭୂମି ସଂପ୍ରସାରଣ ଓ ସାଂସ୍କୃତିକ ପୁନରୁତ୍ଥାନ ମାଧ୍ୟମରେ ରୂପାୟନ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍‌ଭେନସନ ସେଣ୍ଟର ଠାରେ ଆୟୋଜିତ “ବିକାଶ ମନ୍ଥନ ୧.୦: ଗଭର୍ଣ୍ଣାନ୍‌ସ ଇନ୍ ଆକ୍ସନ୍” କାର୍ଯ୍ୟକ୍ରମର ଉଦ୍‌ଯାପନୀରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଦୃଢ଼ ନେତୃତ୍ୱ, ସ୍ପଷ୍ଟ ନୀତି ଓ ସାମୂହିକ ସଙ୍କଳ୍ପ ଦ୍ୱାରା ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଦୟ ହୋଇପାରିଛି। ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାରୁ ଏହାର ସହଆୟୋଜକ Odisha Centre for Integrated Development (OCID) ର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ ଯେ, ସମୃଦ୍ଧ ଓଡ଼ିଶା ଗଠନରେ ସ୍ପଷ୍ଟ ମାର୍ଗଦର୍ଶନ ପାଇଁ ଏଭଳି ବିଚାରବିମର୍ଷ ଅତ୍ୟନ୍ତ ଜରୁରୀ। ଚଳିତ ବର୍ଷ ରାଜ୍ୟର ଅର୍ଥନୈତିକ…

Read More

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ଇସ୍ରାଏଲ ଆଜି ଆମେରିକା ସହିତ ମିଶି ଇରାନ ଉପରେ ଆକ୍ରମଣ କରିଛି, ଯାହା ତେହେରାନକୁ ମଧ୍ୟ ପାଲଟା ଆକ୍ରମଣ କରିବାକୁ ବାଧ୍ୟ କରିଛି। ଇରାନ ସେନା ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ବିମାନ ଘାଟି ଉପରେ ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଭାରତ ଏବେ ଏହି ବିବାଦ ଉପରେ ଏକ ସରକାରୀ ବିବୃତ୍ତି ଜାରି କରିଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଉପରେ ଚିନ୍ତା ପ୍ରକାଶ କରିଛି। MEA କହିଛି ଯେ, ଇରାନ ଏବଂ ଉପସାଗରୀୟ ଅଞ୍ଚଳରେ ସାମ୍ପ୍ରତିକ ଘଟଣାବଳୀକୁ ନେଇ ଭାରତ ଗଭୀର ଚିନ୍ତିତ। “ଆମେ ସମସ୍ତ ପକ୍ଷଙ୍କୁ ସଂଯମତା ଅବଲମ୍ବନ କରିବାକୁ, ଉତ୍ତେଜନା ବୃଦ୍ଧିକୁ ଏଡାଇବାକୁ ଏବଂ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରୁଛୁ।” ଭାରତ ପରାମର୍ଶ ଦେଇଛି ଯେ, ଏହି ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ଏବଂ ଆଭ୍ୟନ୍ତରୀଣ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ‌ଏସି ଅଞ୍ଚଳର ଜଣେ ଜଣାଶୁଣା ଚଳଚଞ୍ଚଳ ଥିବା ସମାଜସେବୀ ତଥା ଭାରତୀୟ ଜନତା ପାର୍ଟିର ରେଢ଼ାଖୋଲ ନଗର ସାଧାରଣ ସଂପାଦକ ଅଲେଖା ନନ୍ଦ ପ୍ରଧାନଙ୍କ ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରେ ପରଲୋକ ହୋଇଯାଇଛି। ସେ ବଡ଼ବିଲରେ ତାଙ୍କ ପୁଅଙ୍କ ପାଖରେ ଗତ ୧୫ ଦିନ ହେଲା ରହୁଥିଲେ। ହେଲେ ଗତକାଲି ରାତି ୧୦ ଟା ସମୟରେ ହଠାତ୍ ଦେହ ଅସୁସ୍ଥ ହୋଇଥିଲା ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।‌ ତାଙ୍କ ମୃତ୍ୟୁ ଖବର ଆଜି ଶନିବାର ସକାଳେ ଜଣାପଡିବା ପରେ ରେଢ଼ାଖୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସକାଳ ୭ ଟା ସମୟରେ ମୃତ ଦେହ ରେଢ଼ାଖୋଲ ଖନ୍ଦାଢିପ ସ୍ଥିତ ବାସଭବନରେ ପହଞ୍ଚିବା ପରେ ସେଠାରେ ବନ୍ଧୁ ପରିଜନ ଶେଷ ଦର୍ଶନ କରିଥିଲେ। ଶେଷରେ ନିକଟ ଶ୍ମଶାନ…

Read More

ଭୁବନେଶ୍ୱର: ଆସନ୍ତା ହୋଲି ପର୍ବ ସମୟରେ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବା ପାଇଁ, ପୂର୍ବତଟ ରେଳପଥ ଏହାର କ୍ଷେତ୍ରାଧିକାରରୁ ୧୩୨ଟି ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ଘୋଷଣା କରିଛି। ଏହାସହିତ, ଦେଶର ବିଭିନ୍ନ ପ୍ରାନ୍ତରୁ ଆରମ୍ଭ ହେଉଥିବା ଅନ୍ୟ ୧୫୦ଟି ହୋଲି ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ କ୍ଷେତ୍ରାଧିକାର ଅଧୀନସ୍ଥ ବିଭିର୍ଣ୍ଣ ଷ୍ଟେସନ୍‌ମାନଙ୍କରେ ରହଣି କରି ଗତି କରିବ, ଯାହା ଏହି ପାର୍ବଣ ଋତୁର ଭିଡ଼ ସମୟରେ ଯାତ୍ରା କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ପ୍ରତିବର୍ଷ, ହୋଲି ସମୟରେ ଯାତ୍ରୀଙ୍କ ଗତିବିଧି ଯଥେଷ୍ଟ ପରିମାଣରେ ବୃଦ୍ଧି ପାଏ କାରଣ ଲୋକମାନେ ସେମାନଙ୍କ ପରିବାର ସହିତ ପର୍ବ ପାଳନ କରିବାକୁ ଯାତ୍ରା କରନ୍ତି। ଏହାକୁ ଦୃଷ୍ଟିରେ ରଖି, ଏହି ସ୍ୱତନ୍ତ୍ର ଟ୍ରେନ୍ ଫେବୃଆରୀ ଶେଷ ସପ୍ତାହରୁ ୨୦୨୬ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଅଧିକ ଚାହିଦା ଥିବା ରୁଟରେ ପରିଚାଳିତ ହେଉଛି। ଏହି ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ପୂର୍ବ ତଟ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଗୋଗୁଆ ପଂଚାୟତ ଛତ୍ରପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ପ୍ରଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନାକଟିଦେଉଳ ବ୍ଲକର ଗୋଷ୍ଟୀ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର ମୁଖ୍ୟ ଅତିଥି, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ରଶ୍ମିତା ନାଏକ, ଗୋଗୁଆ ସରପଞ୍ଚ ଧନେଶ୍ୱର ସାହୁ, ଗିରିଚନ୍ଦ୍ରପୁର ହାଇସ୍କୁଲ ର ଖେଳ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଣ୍ଡା, ନାକଟିଦେଉଳ ବ୍ଲକ ର ମଙ୍ଗଳ ଅଧିକାରୀ ଦେବକାନ୍ତ ପରିଡା, ପଞ୍ଚଖଣ୍ଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ବିଶ୍ୱାଳ, ନିଖିଳ ଉତ୍କଳ ଶିକ୍ଷକ ସଂଘ ର ସଭାପତି ବୀରେନ୍ଦ୍ର କୁମାର ପଟେଲ ପ୍ରମୁଖ ଯୋଗଦେଇ ଅବସର କାଳୀନ ସମ୍ବର୍ଦ୍ଧନା ରେ ଶିକ୍ଷକ ପରମେଶ୍ୱର ପ୍ରଧାନ ଜଣେ ଛାତ୍ର ବତ୍ସଳ ଶିକ୍ଷକ, ପରୋପକାରୀ ବ୍ୟକ୍ତି,…

Read More

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀର ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ୍ ଜିତି ଇତିହାସ ରଚିଛି। ହୁବଲିରେ ଜମ୍ମୁ- କାଶ୍ମୀର ଏବଂ କର୍ଣ୍ଣାଟକ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା। କିନ୍ତୁ ଜମ୍ମୁ-କାଶ୍ମୀର ବିଜୟୀ ହୋଇଛି। ଦ୍ରୁତ ବୋଲର ଆକିବ୍ ନବିଙ୍କଠାରୁ କାମରାନ୍ ଇକବାଲ୍ ପର୍ଯ୍ୟନ୍ତ, ଅନେକ ଖେଳାଳି ଜମ୍ମୁ ଏବଂ କାଶ୍ମୀରର ଐତିହାସିକ ଟାଇଟଲ୍ ବିଜୟର ହିରୋ ଥିଲେ। କିନ୍ତୁ ଫାଇନାଲ୍ ମ୍ୟାଚ୍ ଡ୍ର ହେବା ସତ୍ତ୍ୱେ ବିଜେତା କିପରି ଘୋଷଣା କରାଗଲା? ଜମ୍ମୁ ଏବଂ କାଶ୍ମୀର କିପରି ଜିତି ନପାରି ଚାମ୍ପିଅନ୍ ହେଲା? ପ୍ରକୃତରେ ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରଥମ ଇନିଂସ ଲିଡ୍ ନିୟମ ପ୍ରଯୁଜ୍ୟ। ପାଞ୍ଚ ଦିନ ଖେଳ ପରେ ଯଦି ଫଳାଫଳ ନ ମିଳେ, ତେବେ ପ୍ରଥମ ଇନିଂସ ଲିଡ୍ ଆଧାରରେ ବିଜେତା ନିର୍ଣ୍ଣୟ କରାଯାଏ। ଜମ୍ମୁ ଏବଂ କାଶ୍ମୀର ପ୍ରଥମ ଇନିଂସରେ ୫୮୪ ରନ କରିଥିଲା। ଜବାବରେ, କର୍ଣ୍ଣାଟକ କେବଳ…

Read More

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ “ଜାତୀୟ ବିଜ୍ଞାନ ଦିବସ” ଖୁବ୍ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ପାଳନ କରାଯାଇଛି। ଏହି ଦିବସର ଗୁଣାତ୍ମକମାନ ବୃଦ୍ଧି ନିମନ୍ତେ ଅନେକ ବିଜ୍ଞାନମନସ୍କ ଛାତ୍ରଛାତ୍ରୀମାନେ ବିଜ୍ଞାନ ସମ୍ବନ୍ଧୀୟ ପ୍ରବନ୍ଧ, ବକୃତା, ପ୍ରକଳ୍ପ, ପ୍ରୟୋଗ ଓ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରି ନିଜର ଅନ୍ତର୍ନିହିତ ବିଜ୍ଞାନିକ ମନୋବୃତ୍ତିକୁ ପରିପ୍ରକାଶ କରିଥିଲେ। ଆଜି ଶିଶୁ ମାନଙ୍କ ମାର୍ଗଦର୍ଶନ ପାଇଁ ଉପସ୍ଥିତ ଥିଲେ କଲିକତାର ସାହା ଇନଷ୍ଟିଚ୍ୟୁଟ ଅଫ ନିଉକ୍ଲିୟର ଫିଜିକ୍ସର ପ୍ରଫେସର ପଦ୍ମଜା ପ୍ରସାଦ ମିଶ୍ର ବିଜ୍ଞାନ ସମ୍ବନ୍ଧୀୟ ମହତ୍ୱବାଣୀ ସମସ୍ତ ଶିଶୁ ମାନଙ୍କ ମନରେ ପ୍ରଭାବ ପକାଇ ଜିଜ୍ଞାଂଶୁ ମନୋବୃତ୍ତିର ବୀଜବପନ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଅନୁଷ୍ଠାନର ସମସ୍ତ ସେବବ୍ରତୀ ଓ ଛାତ୍ରଛାତ୍ରୀ ମାନଙ୍କର ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯାଇଥିଲା।

Read More

ଭୁବନେଶ୍ୱର: ସାମାଜିକ ସଚେତନତା ଓ ନାଗରିକ ଦାୟିତ୍ୱବୋଧ ସୃଷ୍ଟି କରିବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ଫେବ୍ରୁଆରି ୨୮ ତାରିଖ ଶନିବାର ଦିନ ଆୟୋଜିତ ହୋଇଯାଇଛି ‘ସ୍ୱଚ୍ଛ ଓଡ଼ିଶା, ସୁଖୀ ଓଡ଼ିଶା’ ୱାକାଥନ। ଭାରତ ସରକାରଙ୍କ ‘କଞ୍ଜୁମର ୱେଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲାଏନ୍ସ କମିଶନ’ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ଏହି ଗଣ-ପଦଯାତ୍ରା। ସ୍ୱଚ୍ଛତା ହିଁ ସୁସ୍ଥତା ଓ ସମୃଦ୍ଧିର ଆଧାର, ଏହି ଲକ୍ଷ୍ୟ ନେଇ ଆୟୋଜିତ ହୋଇଥିବା ପଦଯାତ୍ରା ଭୁବନେଶ୍ୱରସ୍ଥିତ ନିକୋ ପାର୍କରୁ ବାହାରି କଳିଙ୍ଗ ଷ୍ଟାଡିୟମର ଗେଟ୍ ନଂ-୩ ନିକଟରେ ପହଞ୍ଚିଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ, “ସ୍ୱଚ୍ଛତା ହିଁ ସୁସ୍ଥ ଜୀବନର ଆଧାର। ଜାତିର ପିତା ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ…

Read More

ନୂଆଦିଲ୍ଲୀ: ଆଜି ସକାଳେ (୨୮ ଫେବୃଆରୀ, ୨୦୨୬) ଇସ୍ରାଏଲ ଇରାନର ରାଜଧାନୀ ତେହେରାନ ସମେତ ଅନେକ ସହର ଉପରେ ଆକ୍ରମଣ କରିଥିଲା। ଏହାର ଜବାବରେ ଇରାନ ଇସ୍ରାଏଲ, କୁୱେତ, କତର, ବାହାରିନ ଏବଂ ସାଉଦି ଆରବରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିଥିଲା। ଏହି ସମୟରେ, ଇରାନ ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲି ଖାମେନେଇଙ୍କ ଏକ ପ୍ରତୀକାତ୍ମକ ଫଟୋ ଜାରି କରିଥିଲା। ଇରାନ କତରର ଅଲ ଉଦେଇଦ ବାୟୁ ଘାଟି, କୁୱେତରେ ଅଲ ସାଲେମ ବାୟୁ ଘାଟି, ୟୁଏଇରେ ଅଲ ଧାଫ୍ରା ବାୟୁ ଘାଟି, ବାହାରିନରେ ଆମେରିକାର ୫ମ ଫ୍ଲିଟ୍ ଘାଟି, ସାଉଦି ରାଜଧାନୀ ରିୟାଦ ଏବଂ ଇସ୍ରାଏଲୀ ହାଇଫା ଏବଂ ଗୌଲି ସହର ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ପ୍ରତିଶୋଧମୂଳକ ଇସ୍ରାଏଲୀ ଆକ୍ରମଣ ମଧ୍ୟରେ ଇରାନ ସଂଘର୍ଷରେ ଜାତିସଂଘର ହସ୍ତକ୍ଷେପ ଦାବି କରି ଜାତିସଂଘ ସହିତ ଯୋଗାଯୋଗ କରିଛି। ନାଗରିକମାନଙ୍କୁ ସମ୍ବୋଧିତ କରି ଏକ ଭିଡିଓ ବାର୍ତ୍ତାରେ ବେଞ୍ଜାମିନ…

Read More

ନୂଆଦିଲ୍ଲୀ: ଶୁକ୍ରବାର ଦିନ ନ୍ୟୁଜିଲ୍ୟାଣ୍ଡକୁ ଇଂଲଣ୍ଡ ୪ ୱିକେଟରେ ପରାସ୍ତ କରିଛି। ୱିଲ୍ ଜ୍ୟାକ୍ସ ଏବଂ ରେହାନ ଅହମ୍ମଦ ଶେଷ ଓଭରରେ ସ୍ଥିତି ବଦଳାଇ ଦେଇଥିଲେ, ଯାହା ଇଂଲଣ୍ଡକୁ ଏକ ରୋମାଞ୍ଚକର ବିଜୟ ଦେଇଥିଲା। ଆଜିର ମ୍ୟାଚ୍ ହାରିବା ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ଦୌଡ଼ରୁ ବାହାର ହୋଇନାହିଁ। କିୱିଙ୍କ ପରାଜୟ ପାକିସ୍ତାନ ପାଇଁ ମଧ୍ୟ ଏକ ବଡ ଆଶ୍ୱସ୍ତି ଦେଇଛି। ଏବେ, ପାକିସ୍ତାନର ସେମିଫାଇନାଲ ସ୍ଥାନ ପାଇଁ ସମୀକରଣ କ’ଣ ତାହା ଜାଣନ୍ତୁ…. ସେମିଫାଇନାଲ ପାଇଁ ଯୋଗ୍ୟତା ଦଳ ଆଜି ନିର୍ଣ୍ଣୟ ହେବ। ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍ ଆଜି ଫେବୃଆରୀ ୨୮ ତାରିଖରେ ପାଲେକେଲରେ ଖେଳାଯିବ। ଏହା ପୂର୍ବରୁ ସୁପର ୮ର ଦ୍ୱିତୀୟ ଗ୍ରୁପ୍ ପାଇଁ ପଏଣ୍ଟ ଟେବୁଲ ଉପରେ ନଜର ପକାନ୍ତୁ। ଇଂଲଣ୍ଡ ସେମିଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଶ୍ରୀଲଙ୍କା ବାଦ୍ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡର ୩ ପଏଣ୍ଟ ଏବଂ ନେଟ୍ ରନ୍-ରେଟ୍ +୧.୭୯୧। ପାକିସ୍ତାନର ୧ ପଏଣ୍ଟ ଏବଂ ନେଟ୍ ରନ୍-ରେଟ୍…

Read More