ଖୋର୍ଦ୍ଧା: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୋଟର ତାଲିକାର ଏସ ଆଇ ଆର ମ୍ୟାପିଙ୍ଗ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ୨୦୦୨ ଏବଂ ୨୦୨୫ ଭୋଟର ତାଲିକାକୁ ଅନୁଧ୍ୟାନ କରାଯାଇ ଜିଲ୍ଲାର ପ୍ରତ୍ୟେକ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ, ଚୁକ୍ତି ଭିତ୍ତିକ କର୍ମଚାରୀ, ବାହ୍ୟ ଅନୁବନ୍ଧକ କର୍ମଚାରୀ ମାନଙ୍କ ଭୋଟର ତାଲିକାରେ ନାମ, ପିତାଙ୍କ ନାମ, ପ୍ର ପିତାଙ୍କ ନାମ ସ୍ଵତନ୍ତ୍ର ଭାବେ ସ୍ବଚ୍ଛତା ଦିଗରେ ପୁନଃ ନିରୀକ୍ଷଣ କରାଯାଇଥିଲା। ଏହି କାର୍ଯ୍ୟରେ ଉପଜିଲ୍ଲାପାଳ, ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟର ଚାରି ଜଣ ବୁଥ ସ୍ତରୀୟ ଅଧିକାରୀ ପ୍ରତ୍ୟେକ କର୍ମଚାରୀ ମାନଙ୍କ ନିର୍ବାଚନ ମଣ୍ଡଳୀ, ନାମ, ପିତାଙ୍କ ନାମ, ଭାଗ ନମ୍ବର, ବୁଥ ନମ୍ବର ଇତ୍ୟାଦି ଗଭୀର ଭାବେ ନିରୀକ୍ଷଣ କରିବା ପଦ୍ଧତି ଉପରେ ବିସ୍ତୃତ ପାୱାର ପଏଣ୍ଟ ଉପକରଣର ବୁଝାଇଥିଲେ। ଭୋଟର ତାଲିକାକୁ ଶୁଦ୍ଧ, ସ୍ୱଚ୍ଛ…
Author: SM Network
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀ ୨୦୨୬ରେ ରାଜସ୍ଥାନର ଆଜମେର ଗସ୍ତ କରିବେ । ଦିନ ପ୍ରାୟ ୧୧:୩୦ ସମୟରେ ପ୍ରଧାନମନ୍ତ୍ରୀ ୧୬,୬୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ, ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ଅବସରରେ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡିକ ସହରାଞ୍ଚଳ ବିକାଶ, ପାନୀୟ ଜଳ ଯୋଗାଣ, ସଡକ, ଜଳସେଚନ, ଶକ୍ତି, ଶିଳ୍ପ ଭିତ୍ତିଭୂମି ସମେତ ପ୍ରମୁଖ କ୍ଷେତ୍ରଗୁଡିକୁ ବ୍ୟାପିଛି। ପ୍ରତିରୋଧକ ସ୍ୱାସ୍ଥ୍ୟସେବା ସୁଦୃଢ଼ କରିବା ଏବଂ ମହିଳାମାନଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ୧୪ ବର୍ଷୀୟ ଝିଅମାନଙ୍କ ନିମନ୍ତେ ମାନବ ପାପିଲୋମାଭାଇରସ୍ (ଏଚ୍ପିଭି) ଟୀକାକରଣ ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବେ। ଏହି ପଦକ୍ଷେପର ଲକ୍ଷ୍ୟ ଗର୍ଭାଶୟ କର୍କଟ ରୋଗକୁ ରୋକିବା, ଯାହା ମହିଳାମାନଙ୍କ ମଧ୍ୟରେ କର୍କଟ ସମ୍ପର୍କିତ ରୋଗର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ…
ବାଣପୁର: ଓଡ଼ିଶାର ପ୍ରଖ୍ୟାତ ଶାକ୍ତପୀଠ ବାଣପୁରର ଆରାଧ୍ୟାଦେବୀ ମା’ଭଗବତୀଙ୍କ ଦୋଳପର୍ବ ଚ଼ାଚ଼େରୀ ଖିଆ ପବିତ୍ର ଫଗୁଦଶମୀଠାରୁ ଆରମ୍ଭ ହୋଇଯାଇଛି। ଦଶମୀରେ ଭିତର ଫଗୁ। ମା’ଙ୍କ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରେ ବିଜେ ଚଳନ୍ତି ପ୍ରତିମା କାଠିଠାକୁରାଣି ସ୍ତମ୍ଵେଶ୍ଵରୀ, ଶ୍ରୀ ଶ୍ରୀଚନ୍ଦ୍ରଶେଖର ଦେବ, କନକଦୁର୍ଗା, ଶ୍ରୀ ଶ୍ରୀଗୋପୀନାଥ ଦେବଙ୍କଠାରେ ଫଗୁଲାଗିନିତିକାନ୍ତି ସରିଛି। ଦଶମୀଠାରୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ମା’ଙ୍କ ଚ଼ାଚେରୀ ବେଶ। ଲାଲ ରଂଗର ପାଟପତନୀ ଦେହରେ ପଲାଶ କେତକୀଫୁଲରମାଳ ପରିଧାନ କରି ଚାଚ଼େରୀକୁ ବିଜେ କରନ୍ତି ମା’। ଏକାଦଶୀ ତିଥିରରାତ୍ରଦ୍ୱିତୀୟ ପ୍ରହରରେ ଶ୍ରୀ ଶ୍ରୀରଙ୍କ ନାଥ ଦେବ, ଶ୍ରୀ ଶ୍ରୀରଘୁନାଥ ଦେବଙ୍କ ସହିତ ସାମିଲ ହୋଇ ପରମ୍ପରାକ୍ରମେ ପୂର୍ବଦିଗବିଷରପାଟଣାଗାଁଶେଷମୁଣ୍ଡଯାଏଁ ଯାଇ ସେଠାରୁ ଫେରିବା ବାଟରେ ପରିଚ୍ଛାଙ୍କ ଦୁଆରେ ଚ଼ାଚ଼େରୀରେ ମୁଆଁ, ଚଣା, ଶାକର, ଫଳମୂଳ ଇତ୍ୟାଦି ଲାଗି ହୋଇ ମନ୍ଦିରକୁ ମଧ୍ୟରାତ୍ରରେ ଫେରିଆସିବାପରେ ବଡ଼ସିଂହାର ହୋଇ ପହଡ଼ ପଡ଼େ। ସେହିପରି ଦ୍ଵାଦଶୀର ରାତ୍ରଦ୍ଵିତୀୟ ପ୍ରହରରେ ମା’ ସାମିଲ ଠାକୁରଙ୍କ ସହିତ ମନ୍ଦିରର ପଶ୍ଚିମ ଦିଗକୁ…
ବାଣପୁର: ଓଡ଼ିଶା ସରକାର ଇସେପା ଭୁବନେଶ୍ୱରଙ୍କ ନିର୍ଦ୍ଧେଶ ଅନୁଯାୟୀ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ବାଣପୁରଙ୍କର ଆୟୋଜିତ ପାଞ୍ଚ ଦିନିଆ ପାଞ୍ଚ ଗୋଟି ପର୍ଯ୍ୟାୟରେ ୪୭୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଗତ ତା.୨୮.୦୧.୨୦୨୬ ଠାରୁ ତା ୨୭.୦୨.୨୦୨୬ ରିଖପଯ୍ୟନ୍ତ ୪ଜଣ ସମ୍ବଳ ଅଧିକାରୀଙ୍କ ମାଧ୍ୟମରେ ପ୍ରଶିକ୍ଷଣ ସମାପନ ହୋଇଛି। ଅନ୍ତିମ ଦିନରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ସୋନମିକା ରାୟ ତାଲିମ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରକୁ ଉଦଯାପନ କରି ଶିକ୍ଷକ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଛନ୍ତି। ସମ୍ବଳ ଅଧିକାରୀ ଭାବରେ ସୂର୍ଯ୍ୟକାନ୍ତ ବେହେରା, ନରେଶ କୁମାର ପଣ୍ଡା, ତାପସ କୁମାର ମହାରଣା ଓ ମନୋରଞ୍ଜନ ଖୁଣ୍ଟିଆ ଯୋଗ ଦେଇ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମାନସିଂହ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପରୀକ୍ଷଣ ଯୋଗାଇ ପ୍ରଶଂସାର ଅଧିକାରୀ ହୋଇପାରିଛନ୍ତି। ସମସ୍ତ ସିଆରସିସି ଓ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହଯୋଗ ନିମନ୍ତେ ପ୍ରଭାତ କୁମାର ସେଠୀ ଗୋଷ୍ଠୀ ଶିକ୍ଷା ସାଧନ…
ଚିଲିକା: ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝୀଙ୍କ ଦ୍ବାରା ଚ଼ଳିତ ଆର୍ଥିକ ବର୍ଷ ବଜେଟ୍ ରେ ଏସିଆ ମହାଦେଶର ସର୍ବବୃହତ ଲୁଣ ହ୍ରଦ ଚିଲିକାର ପରିବେଶ ଅନୁକୁଳ- ପୁନରୁଦ୍ଧାର କାର୍ଯ୍ୟ ଅଧୀନରେ ମତ୍ସ୍ୟ ସମ୍ପଦ ପୁନର୍ଜୀବିତ, ଲିଡ୍ ଚ୍ୟାନେଲ, ବାଲୁଗାଁ ଚ୍ୟାନେଲ ଭଳି ବହୁ ବିକାଶମୂଳକ କାର୍ଯ୍ୟ ଅନୁମୋଦନ ହୋଇଅଛି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନ ଠାରେ ଚ଼ିଲିକା କୈବର୍ତ୍ତ ଯୁବ ମୋର୍ଚ୍ଚା ସଂଘର ସଭାପତି ଦିଲ୍ଲୀପ କୁମାର ବେହେରାଙ୍କ ନେତୃତ୍ବରେ ଚ଼ିଲିକା ଚତୁଃପାର୍ଶ୍ଵରେ ଥିବା ମତ୍ସ୍ୟଜୀବୀ ସମ୍ପ୍ରଦାୟର ସଦସ୍ୟ ମାନେ ସାକ୍ଷାତ କରି ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ କରିବା ସହ ରାଜ୍ୟ ସରକାରଙ୍କୁ ବିନମ୍ରତାର ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେମାନେ ମାନ୍ୟବର ମନ୍ତ୍ରୀଙ୍କୁ ଚିଲିକାର ପରିବେଶ ସୁରକ୍ଷା ଓ ମତ୍ସ୍ୟଜୀବୀଙ୍କ ଜୀବିକା ସୁଦୃଢ଼ିକରଣ ପାଇଁ ନିଆଯାଇଥିବା ଏହି ଐତିହାସିକ ପଦକ୍ଷେପ ପାଇଁ ଧନ୍ୟବାଦ୍ ଜ୍ଞାପନ…
ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ ସାମାଜିକ ସଚେତନତା ଓ ନାଗରିକ ଦାୟିତ୍ୱବୋଧ ସୃଷ୍ଟି କରିବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ଆସନ୍ତା ଫେବ୍ରୁଆରି ୨୮ ତାରିଖ ଶନିବାର ଦିନ ଏକ ୱାକାଥନ ଆୟୋଜିତ ହେବାକୁ ଯାଉଛି। ‘ସ୍ୱଚ୍ଛ ଓଡ଼ିଶା, ସୁଖୀ ଓଡ଼ିଶା’ ଶୀର୍ଷକ ଏହି ଗଣ-ପଦଯାତ୍ରାର ମୂଳ ଲକ୍ଷ୍ୟ ହେଉଛି – ସ୍ୱଚ୍ଛତା ହିଁ ସୁସ୍ଥତା ଓ ସମୃଦ୍ଧିର ଆଧାର। ଏହି ଅଭିଯାନ ଭାରତ ସରକାରଙ୍କ ‘କଞ୍ଜୁମର ୱେଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲାଏନ୍ସ କମିଶନ’ଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହେବ। ଆସନ୍ତା ୨୮ ତାରିଖ ସକାଳ ୬ଟା ୩୦ ମିନିଟରେ ଭୁବନେଶ୍ୱରସ୍ଥିତ ନିକୋ ପାର୍କରୁ ଏହି ପଦଯାତ୍ରା ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମର ଗେଟ୍ ନଂ-୩ ନିକଟରେ ଶେଷ ହେବ। ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ନିର୍ମାଣ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ୱାକାଥନରେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠ ନଗର ଅଞ୍ଚଳରେ ଜଣେ ଠିକାଦାରଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଆହତ ଠିକାଦାର ଶୁଭେଚ୍ଛୁ ଶେଖର ସାହୁ (ସିଲୁ) ଙ୍କୁ କିଛି ଯୁବକ ଦାଦା ବଟି ମାଗିଥିଲେ। ନାହିଁ କହିବାରୁ ସିଲୁଙ୍କୁ ଆକ୍ରମଣ ହୋଇଛି ବୋଲି ଜଣାପଡିଛି। ଖବର ପାଇ ଗୁରୁତର ଯୁବକଙ୍କ ପାଖରେ ପହଞ୍ଚି ପୋଲିସ ଆଲୋଚନା କରିଛି।
ନୂଆଦିଲ୍ଲୀ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବହିଷ୍କୃତ ଏଆଇଏଡିଏମକେ ନେତା ଓ. ପନ୍ନିରସେଲଭମ (ଓପିଏସ) ଆଜି ଶାସକ ଡିଏମକେ ଦଳରେ ଯୋଗଦେଇଛନ୍ତି। ଜୟଲଳିତାଙ୍କ ଦୀର୍ଘକାଳୀନ ବିଶ୍ୱସ୍ତ ପନ୍ନିରସେଲଭମଙ୍କୁ ଚେନ୍ନାଇର ଦଳୀୟ ମୁଖ୍ୟାଳୟରେ ବରିଷ୍ଠ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଡିଏମକେରେ ସାମିଲ କରିଛନ୍ତି। ସୂଚନା ଅନୁସାରେ ଆଗାମୀ ବିଧାନସଭା ନିର୍ବାଚନରେ ଓପିଏସଙ୍କୁ ତାଙ୍କ ଗୃହ ନିର୍ବାଚନ ମଣ୍ଡଳୀ ଥେନିର ବୋଡି ମେଟ୍ଟୁ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରାଯାଇପାରେ। ପନିରସେଲଭମଙ୍କ ଡିଏମକେରେ ଯୋଗଦାନକୁ ଦକ୍ଷିଣ ତାମିଲନାଡୁରେ ସମର୍ଥନ ସୁଦୃଢ଼ କରିବା ପାଇଁ ଏକ ରଣନୈତିକ ପଦକ୍ଷେପ ଭାବରେ ଦେଖାଯାଉଛି, ବିଶେଷକରି ଥେଭର-ପ୍ରଧାନ ଅଞ୍ଚଳରେ, ଯେଉଁଠାରେ ପନିରସେଲଭମଙ୍କ ପ୍ରଭାବ ମଜବୁତ ରହିଛି। ଅନ୍ୟପକ୍ଷରେ, ଏହି ପଦକ୍ଷେପ ରାଜ୍ୟରେ AIADMKକୁ ଦୁର୍ବଳ କରିପାରେ, ଏହାର ପାରମ୍ପରିକ ଥେଭର ଭୋଟ ବ୍ୟାଙ୍କକୁ ବିଭାଜିତ କରିପାରେ। ପଲାନିସ୍ୱାମୀଙ୍କୁ ଆକ୍ରମଣ କଲେ ପନ୍ନୀରସେଲଭମ DMKରେ ଯୋଗଦେବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଓ. ପନୀରସେଲଭମ ପଲାନିସ୍ୱାମୀଙ୍କ ଉପରେ ଏକ କଡା…
(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ପୁରୁଷୋତ୍ତମପୁର ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷଙ୍କ ସହଯୋଗରେ ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କୋଠରୀ ପରିସରରେ ଗୁରୁବାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ନାଲସା ଆଶା (ସଚେତନତା, ସମର୍ଥନ, ସାହାଯ୍ୟ ଏବଂ କାର୍ଯ୍ୟ) ସ୍କିମ-୨୦୨୫ ବିଷୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୁରୁଷୋତ୍ତମପୁର ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ସିନିଅର ସିଭିଲ ଜଜ (ପୁରୁଷୋତ୍ତମପୁର) ଶରତ କୁମାର ସାହୁ, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ସିଡିପିଓ ଲଳିତା ମଲ୍ଲିକ, ସିଭିଲ କୋର୍ଟ କର୍ମଚାରୀ, ଅଙ୍ଗନବାଡି କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତେଵେ କାର୍ଯ୍ୟକ୍ରମଟି ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ…
ଭୁବନେଶ୍ୱର: ଆସନ୍ତା ୫ ତାରିଖରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ପ୍ରାପ୍ତ ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ମାର୍ଚ୍ଚ ୫ ତାରିଖ ସଂଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଁଚିବେ। ୬ ତାରିଖ ପୂର୍ବାହ୍ନରେ କଟକ ମୁଣ୍ଡୁଳିସ୍ଥିତ ସିଆଇଏସଏଫର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଏବଂ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର (ସିଏଫଏସଏଲ), ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବା ସହ ଆଭାସୀ ମାଧ୍ୟମରେ ଏନଏଫଏସୟୁ ଟ୍ରାନଜିଟ୍ କ୍ୟାମ୍ପସ ଭୁବନେଶ୍ୱରର ଶୁଭ ଉଦ୍ଘାଟନ କରିବେ। ସେଦିନ ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ…
(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ଗୁରୁଣ୍ଠି ରାସ୍ତା ଝାଡାଙ୍କୁଲି ଛକରେ ଗୋଟିଏ ରିଗ୍ ମେସିନ୍ ଗାଡ଼ି ଗୋଟିଏ ସାଇକେଲକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଗାଡ଼ି ଡ଼୍ରାଇଭର ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ି ଓଲଟି ପଡିବା ସହ ଗାଡ଼ି ଉପରେ ବସିଥିବା କିଛି ଶ୍ରମିକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସେଥିମଧ୍ୟରୁ ରବି ନାୟକ ନାମକ ଜଣେ ଶ୍ରମିକର ଘଟଣାସ୍ଥଳରେ ଘଟିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଅନ୍ୟ ଜଣେ ଶ୍ରମିକ ଶିବାଜୀ କହଁରଙ୍କ ମୃତ୍ୟୁ ଘଟିଛି ଓ ସାଇକେଲ ଆରୋହୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ରିଗ୍ ମେସିନ୍ ଗାଡ଼ି ର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଖଜୁରୀଆ ପେଟ୍ରୋଲ ପମ୍ପ ନିକଟରେ ମୋଟରସାଇକେଲ ଅଟୋ ମୁହାଁମୁହିଁ ଧକ୍କା…
ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ନବ କିଶୋର ମହାନ୍ତିଙ୍କ ବିୟୋଗରେ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ବରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ବୃନ୍ଦ ଓ କର୍ମଚାରୀଗଣ ତାଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ମହାବିଦ୍ୟାଳୟକୁ ଶିକ୍ଷା, ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଉନ୍ନତି କରିବା ଏବଂ ଅନୁଷ୍ଠାନକୁ ଶିଖରରେ ପହଞ୍ଚାଇବାରେ ପ୍ରଫେସର ନବକିଶୋର ମହାନ୍ତିଙ୍କ ଅନବଦ୍ୟ ଅବଦାନ ରହିଥିଲା ଏବଂ ତାଙ୍କର ଦାୟିତ୍ବବୋଧତା, ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟତା ଫଳରେ ସେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇପାରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣା ପ୍ରମୁଖ ପ୍ରଫେସର ମହାନ୍ତିଙ୍କ ଅବର୍ତ୍ତମାନରେ ତାଙ୍କ କର୍ମମୟ ଜୀବନ ସମ୍ପର୍କରେ ମତବ୍ୟକ୍ତ କରି ସ୍ମୃତିଚ଼ାରଣ କରିଥିଲେ।
ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଆପ)ର ଶୀର୍ଷ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ବିଜୟ ନାୟାରଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ଅତ୍ୟନ୍ତ ବିବାଦୀୟ ସିବିଆଇ ମାମଲାରେ କୋର୍ଟ ସେମାନଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ସିବିଆଇ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଛି ଏବଂ ମାମଲାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର କିମ୍ବା ବିଶ୍ୱସନୀୟ ପ୍ରମାଣ ନାହିଁ। କୋର୍ଟଙ୍କ ବଡ ନିଷ୍ପତ୍ତି ସ୍ୱତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ଏହି ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, କୌଣସି ସାମଗ୍ରିକ ଷଡ଼ଯନ୍ତ୍ର କିମ୍ବା ଅପରାଧିକ ଉଦ୍ଦେଶ୍ୟ ମିଳିନାହିଁ। କୌଣସି ପ୍ରମାଣ ବିନା ସେମାନଙ୍କୁ ଫସାଇ ଦେବା ପାଇଁ କୋର୍ଟ ସିବିଆଇକୁ ଭର୍ତ୍ସନା କରିଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ, ବିସ୍ତୃତ ଚାର୍ଜସିଟରେ ଅନେକ ତ୍ରୁଟି ରହିଛି ଯାହା କୌଣସି ସାକ୍ଷୀ କିମ୍ବା…
ଭୁବନେଶ୍ଵର: ଆଜି ସୁନା ଏବଂ ରୂପା ମୂଲ୍ୟରେ ପୁଣିଥରେ ବୃଦ୍ଧି ହୋଇଛି। ଭୁବନେଶ୍ଵରରେ ସୁନା ଏବଂ ରୂପାର ତାଜା ମୂଲ୍ୟ… ଭୁବନେଶ୍ଵରରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ) ୨୪ କ୍ୟାରେଟ୍ – ୧,୬୧,୫୭୦ ୨୨ କ୍ୟାରେଟ୍ – ୧,୪୮,୧୦୦ ୧୮ କ୍ୟାରେଟ୍ – ୧,୨୧,୧୮୦ ରୂପା ମୂଲ୍ୟ Good Returns ର ତଥ୍ୟ ଅନୁଯାୟୀ, ଆଜି ରୂପା ପ୍ରତି କିଲୋଗ୍ରାମ ୨,୯୫,୦୦୦ ଟଙ୍କାରେ କାରବାର ହେଉଛି।
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଆଜିଠାରୁ ୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଭାରତକୁ ଏକ ସରକାରୀ ଗସ୍ତରେ ଆସିବେ। ଏହା ପ୍ରଧାନମନ୍ତ୍ରୀ କାର୍ନିଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ ହେବ। ଆଜି ପ୍ରଧାନମନ୍ତ୍ରୀ କାର୍ନି ମୁମ୍ବାଇରେ ପହଞ୍ଚିବେ। ଆଗାମୀ ଦୁଇ ଦିନ ମଧ୍ୟରେ, ସେ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ତଥା ଭାରତୀୟ ଏବଂ କାନାଡାର ସିଇଓ, ଉଦ୍ୟୋଗ ଏବଂ ଆର୍ଥିକ ବିଶେଷଜ୍ଞ, ନବସୃଜନକାରୀ, ଶିକ୍ଷାବିତ୍ଙ୍କ ସହ ଭାରତରେ ଅବସ୍ଥିତ କାନାଡିଆନ୍ ପେନ୍ସନ୍ ପାଣ୍ଠି ସହିତ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କାର୍ନି ୧ ମାର୍ଚ୍ଚରେ ନୂଆଦିଲ୍ଲୀରେ ପହଞ୍ଚିବେ। ୨ ମାର୍ଚ୍ଚରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହେବ। ଉଭୟ ନେତା କାନାନାସ୍କିସ୍ (ଜୁନ୍ ୨୦୨୫) ଏବଂ ଜୋହାନ୍ସବର୍ଗ (ନଭେମ୍ବର ୨୦୨୫) ରେ ସେମାନଙ୍କର ପୂର୍ବ ବୈଠକ ଉପରେ ଆଧାରିତ ଭାରତ-କାନାଡା ରଣନୈତିକ ସହଭାଗୀତାର ବିଭିନ୍ନ କ୍ଷେତ୍ରରେ…
ଭୁବନେଶ୍ଵର: ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍.ପି. ଓ ଡି.ସି.ପି.ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ୍ ମାନଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକମାନଙ୍କୁ ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୧୩୯୭୬ଟି ମ୍ୟୁଲ୍/ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ୫୩୧ଟି ସାଇବର ମାମଲା, ଏଟିଏମ୍ ଟଙ୍କା ଉଠାଣ ସମ୍ପର୍କିତ ୨୦ଟି, ଚେକ୍ ଟଙ୍କା ଉଠାଣ ସମ୍ପର୍କିତ ୨୦ଟି ଏବଂ ନକଲି ସିମ୍/PoS ସମ୍ପର୍କିତ…
ନୂଆଦିଲ୍ଲୀ: ଭାରତ ମଣ୍ଡପମ୍ରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଏକ ଉତ୍ସାହଭରା ଦିନରେ ଦର୍ଶକମାନେ ବିଭିନ୍ନ କକ୍ଷରେ ପହଞ୍ଚି ଆଲୋଚନାରେ ଭାଗନେବା ସହ ବିଭିନ୍ନ ଷ୍ଟଲରେ ଥିବା ଉଦ୍ଭାବନଗୁଡ଼ିକୁ ଦେଖିଥିଲେ। ଏହି ଅବସରରେ ଅନୁଷ୍ଠିତ ଲାଇଭ୍ ପ୍ରଦର୍ଶନୀ ମାଧ୍ୟମରେ ଗୋଟିଏ ବାର୍ତ୍ତା ଦିଆଯାଇଥିଲା ଯେ ଏଆଇ ଆଉ କେବଳ ମଡେଲ୍ରେ ସୀମିତ ନାହିଁ, ବରଂ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାରିକ ଉପଯୋଗିତା ବଢିଚାଲିଛି। ଏହି କାର୍ଯ୍ୟକ୍ରମ ସ୍ପଷ୍ଟଭାବେ ଦର୍ଶାଉଛି ଯେ ସରକାର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପରି ଉଦୀୟମାନ ପ୍ରଯୁକ୍ତିଗୁଡ଼ିକୁ ନିତିଦିନିଆ ବ୍ୟବହାରିକ ପ୍ରୟୋଗରେ ପରିଣତ କରିବା ପାଇଁ ନିରନ୍ତର ଉଦ୍ୟମ କରିଚାଲିଛନ୍ତି। ପ୍ରଦର୍ଶନୀର ବିଭିନ୍ନ କ୍ଷେତ୍ରରେ କେବଳ ଆଇଡିଆଗୁଡ଼ିକୁ ଉପସ୍ଥାପନ କରାଯାଇନଥିଲା, ବରଂ ସେ ସମ୍ପର୍କରେ ଆଲୋଚନା ସହ ସେଗୁଡ଼ିକର ବାସ୍ତବିକ ପ୍ରୟୋଗକୁ ପ୍ରଦର୍ଶନ କରାଯାଇଥିଲା। ଏଆଇ ସମିଟ୍ ଆଉ କେବଳ ଆଲୋଚନାରେ ସୀମିତ ନ ରହି ଏକ ସମାଧାନ ପ୍ରଦର୍ଶନ କରୁଥିବା ମଞ୍ଚରେ ପରିଣତ ହୋଇଥିଲା, ଯେଉଁଠାରେ…
ନୂଆଦିଲ୍ଲୀ: ଭାରତୀୟ ରେଳବାଇର ସୁପରଆପ୍, ରେଲୱାନ୍ ଏହା ଆରମ୍ଭ ହେବାର ୮ ମାସରୁ କମ୍ ସମୟ ମଧ୍ୟରେ ୨ କୋଟି ଡାଉନଲୋଡ୍ ଅତିକ୍ରମ କରିବାର ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ଚଳିତ ମାସରେ ଦୈନିକ ୫ ଲକ୍ଷ ଟିକେଟ୍ ର ସୀମା ମଧ୍ୟ ଅତିକ୍ରମ କରିଛି। ରେଳ ସୂଚନା ବ୍ୟବସ୍ଥା କେନ୍ଦ୍ର (ସିଆରଆଇଏସ୍) ଦ୍ୱାରା ବିକଶିତ, ଏହି ଆପ୍ କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୦୧ ଜୁଲାଇ ୨୦୨୫ ରେ ଲଞ୍ଚ କରିଥିଲେ। ସେବେଠାରୁ, ସାରା ଦେଶରେ ରେଳ ଯାତ୍ରୀମାନେ ଏହାକୁ ଦ୍ରୁତ ଗତିରେ ଆପଣାଇଛନ୍ତି। ରେଲୱାନ୍ ଆପ୍ ଏକ ଏକୀକୃତ ଡିଜିଟାଲ୍ ଗେଟୱେ ଭାବରେ ମୁଣ୍ଡ ଟେକିଛି, ଯାହା ଏକକ, ସହଜ ଇଣ୍ଟରଫେସ୍ ମାଧ୍ୟମରେ ବିଭିନ୍ନ ପ୍ରକାରର ଯାତ୍ରୀ ସେବା ପ୍ରଦାନ କରୁଛି। ଏହାର କାର୍ଯ୍ୟକ୍ଷମ ପରିମାଣ ଏବଂ ନିର୍ଭରଯୋଗ୍ୟତା ପ୍ରଦର୍ଶନ କରି, ରେଲୱାନ୍ ଏବେ ଦୈନିକ ପ୍ରାୟ ୬ ଲକ୍ଷ ଟିକେଟ ବୁକିଂ ସୁବିଧା ପ୍ରଦାନ କରୁଛି,…
ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ, ଆମୋନିଆ ଏବଂ ଅନ୍ୟାନ୍ୟ ତରଳ କାର୍ଗୋ ପରିବହନ ପାଇଁ ଆବଶ୍ୟକ ସୁବିଧା ସହିତ ଏକ ସ୍ୱତନ୍ତ୍ର ଜେଟି ବିକଶିତ କରିବ। ଏଥିପାଇଁ ୭୯୭ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଦ୍ୱାରା ବିଲ୍ଡ-ଅପରେଟ-ଟ୍ରାନ୍ସଫର (ବିଓଟି) ଆଧାରରେ କାର୍ଯ୍ୟକାରୀ କରାଯିବ। ପ୍ରସ୍ତାବିତ ପ୍ରକଳ୍ପରେ ବାର୍ଷିକ ୪ ନିୟୁତ ଟନ୍ ମାଲ ପରିଚାଳନା କ୍ଷମତା ରହିବ। ପାରାଦୀପ ବନ୍ଦରକୁ ଏକ ସବୁଜ ଶକ୍ତି କାର୍ଗୋ କେନ୍ଦ୍ର ଭାବରେ ବିକଶିତ କରିବା ଲାଗି ଏହି ପ୍ରକଳ୍ପକୁ ଡିଜାଇନ୍ କରାଯାଇଛି। ପ୍ରସ୍ତାବିତ ଭିତ୍ତିଭୂମିରେ ଏକ ସ୍ୱତନ୍ତ୍ର ଜେଟି, ସଂରକ୍ଷଣ ପ୍ରଣାଳୀ, ପାଇପଲାଇନ, ପରିଚାଳନା ଉପକରଣ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଅନ୍ତର୍ଭୁକ୍ତ ହେବ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଏହି ମଞ୍ଜୁରି ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ଜାମସେଦପୁର ଠାରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଜାମସେଦପୁରର ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଦାତବ୍ୟ କେନ୍ଦ୍ର ଟ୍ରଷ୍ଟ ଦ୍ୱାରା ଏହି ସମାରୋହର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସମଗ୍ର ବ୍ରହ୍ମାଣ୍ଡର ଠାକୁର। ବିନା କୌଣସି ଭେଦଭାବରେ ସମଗ୍ର ମାନବଜାତି ଉପରେ ତାଙ୍କର କୃପା ସମାନ ଭାବରେ ବର୍ଷା ହୋଇଥାଏ। ରାଷ୍ଟ୍ରପତି କହିଛନ୍ତି, କୋଲହାନ ଅଞ୍ଚଳ ଦେଶର ଅନ୍ୟ ଆଧ୍ୟାତ୍ମିକ ପରମ୍ପରା ସହିତ ଜୀବନ୍ତ ଆଦିବାସୀ ପରମ୍ପରାର ସଙ୍ଗମର ଏକ ସୁନ୍ଦର ଉଦାହରଣ ଉପସ୍ଥାପନ କରୁଛି। ଏହି ଅଞ୍ଚଳର ଲୋକମାନେ ଶହ ଶହ ବର୍ଷ ପୁରୁଣା ପରମ୍ପରାକୁ ସଂରକ୍ଷିତ ରଖିଛନ୍ତି। ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଏକାଠି ରହୁଛନ୍ତି। ଏହି ସାମାଜିକ ସୌହାର୍ଦ୍ଦ୍ୟ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତିର ଏକ ନିଦର୍ଶନ। ରାଷ୍ଟ୍ରପତି କହିଲେ…
ନୂଆଦିଲ୍ଲୀ: ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସ୍ନେହ, ସଦ୍ଭାବନା ଏବଂ ଗଭୀର ରଣନୀତିକ ଭାଗିଦାରୀକୁ ସ୍ୱୀକୃତି ଦେଇ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ଶ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ରୁ ୨୬ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଇସ୍ରାଏଲ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଆସିଥିଲେ। ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ଇସ୍ରାଏଲ ଗସ୍ତ ଏବଂ ୨୦୧୮ରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ଭାରତ ଗସ୍ତକୁ ଉଭୟ ପକ୍ଷ ସ୍ମରଣ କରିଥିଲେ। ଏହା ମିଳିତ ଭାବରେ ସହଭାଗୀତା ଏବଂ ସହଯୋଗର ଏକ ନୂତନ ଯୁଗର ମୂଳଦୁଆ ସ୍ଥାପନ କରିଥିଲା। ନେତାମାନେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସାଇବର, କୃଷି, ଜଳ ପରିଚାଳନା, ସ୍ୱାସ୍ଥ୍ୟ, ଉଦ୍ୟୋଗ, ପ୍ରତିରକ୍ଷା, ସୁରକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ର ସମେତ ଭାରତ-ଇସ୍ରାଏଲ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ବିପୁଳ ପ୍ରଗତି ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ପ୍ରଧାନମନ୍ତ୍ରୀ…

