Author: SM Network

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ତଥା ଚାହିଦାକୁ ଦୃଷ୍ଟିରେ ରଖି କାଳୀ ପୂଜା ଏବଂ ଉର୍ତ୍ସ ମହୋତ୍ସବକୁ ଦୃଷ୍ଟିରେ ରଖି ଭଦ୍ରକ ନିକଟ କେନ୍ଦୁଆପଦା ଷ୍ଟେସନରେ ସାମୟିକ ଭାବେ ଚାରିଟି ଟ୍ରେନର ରହଣି ପ୍ରଦାନ କରିବା ଏବଂ ସାତଟି ଟ୍ରେନର ରହଣି ସମୟ ବୃଦ୍ଧି କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି। ସାମୟିକ ରହଣି ବ୍ୟବସ୍ଥା: 12892/12891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ଏକ୍ସପ୍ରେସ, 12704/12703 ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ, 12822/12821 ପୁରୀ-ହାଓଡ଼ା-ପୁରୀ ଧଉଳି ଏକ୍ସପ୍ରେସ ଏବଂ 18046/18045 ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଟ୍ରେନ ଗୁଡିକର କେନ୍ଦୁଆପଦା ଷ୍ଟେସନ ଠାରେ 8 ଓ 9 ନଭେମ୍ବର 2024 ଦିନ କେନ୍ଦୁଆପଦା ଷ୍ଟେସସନ ଠାରେ ସାମୟିକ ରହଣି ବ୍ୟବସ୍ଥା କରାଯାଇଅଛି। କେନ୍ଦୁଆପଦା ଠାରେ ରହଣି ସମୟ ବୃଦ୍ଧି ବ୍ୟବସ୍ଥା: 18022/18021 ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼ ଏକ୍ସପ୍ରେସ, 18038/18037 ଯାଜପୁର କେନ୍ଦୁଝର ରୋଡ-ଖଡ଼ଗ୍ପୁର- ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ, 08556/08555 ନୟାଗଡ଼ ଟାଉନ୍-ଭଦ୍ରକ୍-ନୟାଗଡ଼ ଟାଉନ୍ ମେମୁ ବିଶେଷ ଟ୍ରେନ, 08412/08411…

Read More

ଭୁବନେଶ୍ୱର: ଅଂଗଦାନକୁ ନିରବଚ୍ଛିନ୍ନ ଭାବେ ପ୍ରୋତ୍ସାହନ ଦେଉଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରରେ ତୃତୀୟ ଥର ପାଇଁ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ଦୁଇଟି ଅଂଗ ବାହାର କରାଯାଇ ରାଜଧାନୀର ଦୁଇଟି ହସ୍ପିଟାଲ୍‌ରେ ଥିବା ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପାଇଁ ପ୍ରକ୍ରିୟା ସମ୍ପନ୍ନ କରାଯାଇଛି। ଦୀପାବଳି ପୂର୍ବରୁ ଅସୁସ୍ଥ ମଣିଷଙ୍କୁ ନୂତନ ଜୀବନ ଦେବାର ଏହି ଉଦ୍ୟମକୁ ବଳବତର ରଖିଛି ସମ୍ମମ୍‌। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ୫୯ ବର୍ଷୀୟ ଅଲେଖ ପ୍ରସାଦ ପରିଡା ମସ୍ତିଷ୍କରେ ଗୁରୁତର ଆଘାତ (ବ୍ରେନ୍ ଷ୍ଟ୍ରୋକ୍‌)ର ସମସ୍ୟା ନେଇ ଗତ ୨୭ ତାରିଖ ଦିନ ରାତିରେ ସମ୍ମମ୍‌ରେ ଭର୍ତି ହୋଇଥିଲେ। ତେବେ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା ସହିତ ବ୍ରେନ୍ ଷ୍ଟେମ୍ ରିଫ୍ଲେକ୍ସ ପରୀକ୍ଷା ଅର୍ଥାତ୍ ମସ୍ତିଷ୍କ ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ ତାହା ଜାଣିବା ପାଇଁ ପରୀକ୍ଷା କରାଯାଇଥିଲା। ତେବେ ଏହି ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିବା ପରେ ଏକ…

Read More

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ “ରାଷ୍ଟ୍ର ସମୃଦ୍ଧି ନିମନ୍ତେ ଐକ୍ୟ ସଂସ୍କୃତି ” ଶୀର୍ଷକ ଏକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ଗତକାଲି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସମୂହ ଦୁର୍ନୀତି ନିବାରଣ ସଂକଳ୍ପ ପରେ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ବରେ ଉକ୍ତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ପ୍ରଥମେ ଚଳିତ ବର୍ଷର ପ୍ରସଙ୍ଗ ଉପସ୍ଥାପନ କରି ଏହାର ତାତ୍ପର୍ଯ୍ୟ ବିଶ୍ଳେଷଣ କରିଥିଲେ। ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ଜୀବନରେ ପ୍ରତିଟି ନାଗରିକ ସାଧୁତା ଅବଲମ୍ବନ କରି ମହାଭାରତୀୟ ସଂସ୍କୃତିକୁ ସଂରକ୍ଷଣ ଓ ସମୃଦ୍ଧ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଏହି ଅବସରରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ବରିଷ୍ଠ ଅଧ୍ୟାପିକା ଡକ୍ଟର ମୋନାଲିସା…

Read More

ବାଣପୁର: ସାଧାରଣ ନିର୍ବାଚନ ଶେଷ ହେବାର କିଛି ମାସ ପରେ ଚିଲିକା ନିର୍ବାଚନମଣ୍ଡଳୀରେ ଦେଖାଦେଇଛି ରାଜନୈତିକ ଉଷ୍ମତା। ପଞ୍ଚାୟତ ବୈଠକରେ ବିଜେପି ଓ ବିଜେଡି ସମର୍ଥିତ ଜନ ପ୍ରତିନିଧିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଏବଂ ପରେ ଥାନାକୁ ଯାଇଛି ମାମଲା। ଉଭୟ ପକ୍ଷଙ୍କ ପକ୍ଷରୁ ୨ ଗୋଟି ପୃଥକ ପୃଥକ ଏତଲା ଦିଆଯାଇଥିବା ବେଳେ ଦୁଇ ଗୋଟି ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିବା ବାଣପୁର ଆଇଆଇସି ରମେଶ କୁମାର ଦେବତା କହିଛନ୍ତି। ସୂଚନା ମୁତାବକ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ମାସିକ ବୈଠକ ଜାରି ରହିଥିବା ବେଳେ ୧୨ ନମ୍ବର ୱାର୍ଡ ର ବିଜେପି ସମର୍ଥିତ ୱାର୍ଡ ସଭ୍ୟା ରଶ୍ମିତା ହୋତା ଗତ ରବିବାର ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ବିନା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ଏବଂ ନିର୍ବାଚିତ ପ୍ରତିନିଧିଙ୍କ ଅଜାଣତରେ କିପରି ପିଡ଼ିଏସ ସାମଗ୍ରୀ ବଣ୍ଟନ କରାଗଲା ବୋଲି ପ୍ରଶ୍ନ କରିଥିଲେ। ଉକ୍ତ ପ୍ରଶ୍ନରେ…

Read More

ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ) ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ଜାତୀୟ ଅଭିଯାନର ତୃତୀୟ ସଂସ୍କରଣ ‘ନଇ ଚେତନା ୩.୦’ର ରଣନୈତିକ ରୂପରେଖ ପ୍ରସ୍ତୁତ କରିବା ପାଇଁ ଗତକାଲି ଏକ ଆନ୍ତଃ-ମନ୍ତ୍ରଣାଳୟ ବୈଠକ ଡାକିଥିଲା। ଗ୍ରାମ୍ୟ ଉନ୍ନୟନ ସଚିବ ଶୈଳେଶ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେଶବ୍ୟାପୀ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ସୃଷ୍ଟି ଏବଂ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସହଯୋଗ ଏବଂ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରିବା ଲାଗି ସାତଟି ମନ୍ତ୍ରଣାଳୟର ପ୍ରତିନିଧିମାନେ ଏକାଠି ହୋଇଥିଲେ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ସ୍ମୃତି ଶରଣ ଏହି ବୈଠକର ଶୁଭାରମ୍ଭ କରି ନଇ ଚେତନା ଅଭିଯାନର ପୂର୍ବ ସଂସ୍କରଣଗୁଡ଼ିକର ପ୍ରମୁଖ ତଥ୍ୟ ଉପସ୍ଥାପନ କରିବା ସହ ସହଯୋଗୀ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ନଇ…

Read More

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ନୟାଗଡ଼ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନାଚକ୍ର ଓ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର କହିଥିଲେ, ପିଆଇବି ଗତ ୧୦୦ ବର୍ଷ ଧରି ଭାରତ ସରକାରଙ୍କ ପ୍ରମୁଖ ଯୋଗାଯୋଗ ସଂସ୍ଥା ଭାବେ କାର୍ଯ୍ୟ କରି ଆସୁଛି। ସରକାର ଏବଂ ଗଣମାଧ୍ୟମ ମଧ୍ୟରେ ରହିଥିବା ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପିଆଇବି ପକ୍ଷରୁ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ। ମୁଖ୍ୟ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୧୪ ଅକ୍ଟୋବର ମାସରେ ସାନଖେମୁଣ୍ଡି ବ୍ଳକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ଗଣ୍ଡଗୋଳର ସୁଚନା ପାଇ ପାଟପୁର ଥାନା ପୋଲିସ୍ ଗମ୍ଭାରିଡା ଗ୍ରାମକୁ ଘେରାଉ କରି ରଖିଥିଲା। ଏହି ସମୟରେ ଗୋଟିଏ ସ୍କର୍ପିଓ ଗାଡ଼ି ସେହି ରାସ୍ତାଦେଇ ଗଲାବେଳେ ସନ୍ଦେହ ପ୍ରକଟ କରି ପୋଲିସ ଗାଡିଟିକୁ ଅଟକାଇ ଯାଞ୍ଚ କଲା ବେଳେ ସେହି ଗାଡ଼ି ଭିତରୁ ବୋମା, ଖଣ୍ଡା, ଠେଙ୍ଗା ଓ ବିସ୍ପୋରକ ସାମଗ୍ରୀ ଜବତ କରିବା ସହ ୮ ଜଣ ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ସେମାନେ ତତ୍କାଳୀନ ବିଧାୟକ ରମେଶ ଜେନାଙ୍କ ନିର୍ଦ୍ଦେଶନାରେ ଗଣ୍ଡଗୋଳ ଘଟାଇବା ପାଇଁ ଆସିଥିଲେ ବୋଲି ବୟାନ ଦେଇଥିଲେ। ଅଟକ ଯୁବକ ମାନଙ୍କ ବୟାନକୁ ଭିତ୍ତି କରି ପୋଲିସ ଉକ୍ତ ଯୁବକ ମାନଙ୍କ ସହ ରମେଶ ଜେନାଙ୍କ ନାମରେ ମାମଲା ରୁଜୁ…

Read More

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ମହାରାଷ୍ଟ୍ରରେ ନାମାଙ୍କନ ପତ୍ରର ଶେଷ ଦିନ ଥିଲା ଏବଂ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଫାଇନାଲ ହୋଇଥିଲେ। ଅନେକ ପ୍ରାର୍ଥୀ ଆଗରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିବାବେଳେ ଅନ୍ୟମାନେ ହଠାତ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ନଭେମ୍ବର ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ୭,୯୯୫ ପ୍ରାର୍ଥୀ ୧୦,୯୦୫ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଉଭୟ ମେଣ୍ଟରୁ ଆସିଥିବା ଚିତ୍ରରେ, ମହାୟୁତୀରେ ୨୮୮ ଟି ସିଟ୍ ମଧ୍ୟରୁ ୧୪୮ ଟି ଆସନରେ ବିଜେପି, ଶିବସେନା ସିନ୍ଦେ ୮୦ ଟି ଆସନରେ ଏବଂ ଏନସିପି ଅଜିତ ପାୱାର ୫୩ ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ୬ ଟି ଆସନରେ ଅନ୍ୟ ପାର୍ଟୀ ଏବଂ MNS ପାଇଁ ୧ ଟି ସିଟ୍ ଦିଆଯାଇଅଛି। ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦିତାରେ ମହାବିକାଶ ଅଘାଡିର ସର୍ବାଧିକ ସିଟ୍ ଅଛି: ଏନସିପି (ଶରଦ) ର ଅନିଲ ସାୱନ୍ତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଗୁଜରାଟ ଗସ୍ତ କରିବେ। ଆଜି ସେ ଏକତା ନଗର, କେଭାଡିଆ ଯିବେ ଏବଂ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଏକତା ନଗରରେ ୨୮୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ ସନ୍ଧ୍ୟା ପ୍ରାୟ ୬ ଟାରେ ସେ ଆରମ୍ଭ ୬.୦ରେ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରିବେ। ଅକ୍ଟୋବର ୩୧ ତାରିଖ ସକାଳ ପ୍ରାୟ ୭ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଏବଂ ଏହା ପରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ଏକତା ନଗରରେ ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡିକ ପର୍ଯ୍ୟଟନ ଅଭିଜ୍ଞତାକୁ ବଢ଼ାଇବା, ଉପଲବ୍ଧତା ରେ ଉନ୍ନତି ଆଣିବା ଏବଂ ଏହି ଅଞ୍ଚଳରେ ସ୍ଥାୟୀତା ପଦକ୍ଷେପକୁ…

Read More

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଭଲ ନାହିଁ, ଯାହାର ପ୍ରଭାବ ବର୍ତ୍ତମାନ ସେଠାରେ ରହୁଥିବା ହିନ୍ଦୁମାନଙ୍କ ଉପରେ ମଧ୍ୟ ଦେଖାଯାଉଛି। ସେଠାରେ ଥିବା ଦିୱାଲୀ ପର୍ବକୁ କାନାଡା ସରକାର ରଦ୍ଦ କରିଛନ୍ତି। ବାସ୍ତବରେ, କାନାଡାର ବିରୋଧୀଦଳ ନେତା ପିୟରେ ପୋଏଲିଭର ଏବଂ କଞ୍ଜର୍ଭେଟିଭ ପାର୍ଟି ୨୦୨୪ ର ଦିୱାଲୀ ଉତ୍ସବକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ହିନ୍ଦୁ, ଶିଖ, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟରେ ବିରାଟ ଅସନ୍ତୋଷ ଦେଖାଯାଉଛି। କାନାଡାର ହିନ୍ଦୁ ମୋର୍ଚ୍ଚା ଏହି ପଦକ୍ଷେପକୁ ନିନ୍ଦା କରି ଏହାକୁ କାନାଡାର ବିଭିନ୍ନ ସାଂସ୍କୃତିକ ସମ୍ପ୍ରଦାୟ ପ୍ରତି ଅସମ୍ବେଦନଶୀଳତାର ପ୍ରତୀକ ବୋଲି କହିଛି। ସେ କହିଛନ୍ତି ଯେ, ଦୀପାବଳି ପାଳନ ନକରିବା, ଯାହାକି ଆଲୋକ ଏବଂ ଏକତାର ପର୍ବ ଅଟେ, ଏହା ସମ୍ପ୍ରଦାୟର ଏକ ବଡ଼ ବର୍ଗକୁ ଅବହେଳା କରୁଛି। କାନାଡା ହିନ୍ଦୁ ଫୋରମ୍ ବିଶ୍ୱାସ କରେ ଯେ, ଦୀପାବଳି ଉତ୍ସବକୁ ବାତିଲ କରିବାର…

Read More

ନୂଆଦିଲ୍ଲୀ: ଦିୱାଲୀ ଅବସରରେ କେନ୍ଦ୍ର ସରକାର ଦେଶର କୋଟି କୋଟି ଲୋକଙ୍କୁ ଏକ ବଡ ଉପହାର ଦେଇଛନ୍ତି। ସେମାନଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅନେକ ରାଜ୍ୟରେ ହ୍ରାସ ପାଇଛି କାରଣ ସରକାର ପେଟ୍ରୋଲ ଏବଂ ଡିଜେଲ ଡିଲରଙ୍କ ୭ ବର୍ଷର ଚାହିଦା ପୂରଣ କରିଛନ୍ତି, ଯେଉଁଥିରେ ଡିଲର ମାର୍ଜିନ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ, ଆଇଓସି ପରି ତୈଳ ମାର୍କେଟିଂ କମ୍ପାନୀଗୁଡିକ ମଧ୍ୟ ଦୂର ଦୂରାନ୍ତର ଗ୍ରାହକଙ୍କୁ ଉପକୃତ କରିବା ପାଇଁ ଆନ୍ତଃ ରାଜ୍ୟ ମାଲ ପରିବହନକୁ ଯୁକ୍ତିଯୁକ୍ତ କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ହେଉଛି ତୈଳ ପାଇଁ ପରିବହନ ହାର ମଧ୍ୟ ପରିବର୍ତ୍ତନ କରାଯାଇଛି, ଯାହା ଦୂର ସ୍ଥାନରୁ ତେଲ ମାର୍କେଟିଂ କମ୍ପାନୀ (ଓଏମସି) ର ପେଟ୍ରୋଲ ଏବଂ ଡିଜେଲ ଡିପୋରୁ ଅଣାଯାଇଥାଏ। ଏହି ପରିବର୍ତ୍ତିତ ମୂଲ୍ୟ ଗତ ରାତିରୁ କାର୍ଯ୍ୟକାରୀ ହୋଇଛି। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟରରେ ଏହି…

Read More

ନୂଆଦିଲ୍ଲୀ: ୭୭ ବର୍ଷ ପୂର୍ବେ ୧୯୪୭ ମସିହା ନଭେମ୍ବର ୧୨ ତାରିଖରେ ସ୍ୱାଧୀନ ଭାରତ ନିଜର ପ୍ରଥମ ଦୀପାବଳି ପାଳନ କରିଥିଲା। ତେବେ ଦେଶ, ବିଶେଷ କରି ଉତ୍ତର ଓ ପୂର୍ବାଞ୍ଚଳ ଭାରତ ବିଭାଜନର ଯନ୍ତ୍ରଣାରୁ ମୁକ୍ତି ପାଉଥିବାରୁ ଆଲୋକ ପର୍ବର କୌଣସି ଉତ୍ସବ ପାଳନ ହୋଇ ନ ଥିଲା। ବିଭାଜନ ପରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଏବଂ ରକ୍ତପାତ ଧାର୍ମିକ ଭିତ୍ତିରେ ସମ୍ପ୍ରଦାୟ ମଧ୍ୟରେ ଗଭୀର ଘୃଣାର ମଞ୍ଜି ବୁଣିଥିଲା। କ୍ଷତ କଞ୍ଚା ଥିଲା, ଆଘାତ ସତେଜ ଥିଲା। ଦେଶ ସାମ୍ପ୍ରଦାୟିକ ଭିତ୍ତିରେ ବିଭାଜିତ ହୋଇଥିଲା ଏବଂ ଗଭୀର ଅବିଶ୍ୱାସ ଥିଲା। ଏହି ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଜାତିର ଆହତ ବିବେକକୁ ଆଧ୍ୟାତ୍ମିକ ଭାବରେ ବାନ୍ଧି ରଖିବା ପାଇଁ ନିଜର ଦୀପାବଳି ବାର୍ତ୍ତା ଦେଇଥିଲେ। ଭଗବାନ ରାମଙ୍କ ପ୍ରବଳ ଅନୁଗାମୀ ଗାନ୍ଧୀ ମହାକାବ୍ୟ ରାମାୟଣରୁ ସମାନତା ଆଣି ଦୀପାବଳି ପର୍ବ ପାଳନ କରିବା ପାଇଁ ନିଜ ଭିତରେ ରାମ…

Read More

ଦୁଷ୍ମନ୍ତ କୁମାର ପଣ୍ଡା ଦୀପାବଳି ଶବ୍ଦ ହିଁ ଆଲୋକ ସମ୍ପର୍କିତ। “ ଦୀପ୍ “ ଅର୍ଥ ଦୀପ୍ତ ହେବା। ଏହି ଦୀପ୍ ରୁ ଉତ୍ପନ୍ନ ଦୀପ ଶବ୍ଦର ଅନ୍ୟ ଅର୍ଥ ଅଗ୍ନିଶିଖା। ଅଗ୍ରଗତି ଓ ଆସିମତା ଏହି ଆଲୋକର ଅନ୍ତସ୍ବର। ତେଣୁ ଆର୍ଯ୍ୟ ଋଷି ଏହି ଆଲୋକ ପାଇଁ ଦୀପଂ ଦେହି ଜ୍ୟୋତିଂ ଦେହି ବୋଲି ଆକୁଳ ନିବେଦନ କରିଛନ୍ତି। ଦୀପାବଳି ହିନ୍ଦୁ ମାନଙ୍କର ଏକ ଜାତୀୟ ପର୍ବ। ସାରା ଭାରତ ବର୍ଷ ରେ ଦୀପାବଳି ପର୍ବ ମହା ସମାରୋହ ରେ ପାଳିତ ହୋଇଥାଏ। ଉତ୍ତର ଭାରତରେ ତଥା ଅନ୍ୟତ୍ର କେତେକ ସମ୍ପ୍ରଦାୟ ବିଶେଷ ଭାବରେ ଏହାକୁ ତିନିଦିନ ପାଳନ କରିଥାନ୍ତି। ହିନ୍ଦୁ ମାନଙ୍କର ଏହା ଏକ ବଡ ପର୍ବ। ପ୍ରାଚୁର୍ଯ୍ୟର ଉତ୍ସବ ରୂପେ ଏହି ଦିନଟି ଓଡ଼ିଶାର କେତେକ ଲୋକ ପାଳନ କରିଥାନ୍ତି। ଭାରତୀୟ ମାନେ ଏହାକୁ ଦୀପାବଳି ବା ଦିବାଲି ନାମରେ ଆନନ୍ଦରେ ପାଳନ କରିବା ସହିତ ଏହାକୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘କ୍ରିଏଟ୍‌ ଇନ୍‌ ଇଣ୍ଡିଆ’ (ଭାରତରେ ନିର୍ମାଣ) ସଂକଳ୍ପକୁ ସାକାର କରିବା ଲାଗି ଦେଶର ଅଗ୍ରଣୀ ଏଭିଜିସି (ଏନିମେସନ, ଭିଜୁଆଲ ଇଫେକ୍ଟସ୍‌, ଗେମିଂ ଓ କମିକ୍ସ) ସଂଘ-ଏବିଏଆଇ ଦ୍ୱାରା ଡବ୍ଲୁଏଏଫଏକ୍ସ ୱେଭ୍ସ ଭିଏଫଏକ୍ସ ଚାଲେଞ୍ଜର ଶୁଭାରମ୍ଭ ଘୋଷଣା କରାଯାଇଛି। ଭିଜୁଆଲ ଇଫେକ୍ଟସ୍‌ (ଭିଏଫଏକ୍ସ) କ୍ଷେତ୍ରରେ ଭାରତର ଦୃଢ଼ ପ୍ରତିଭା ଇକୋସିଷ୍ଟମକୁ ଆବିଷ୍କାର କରିବା, ଲୋକଲୋଚନକୁ ଆଣିବା ଏବଂ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଡବ୍ଲୁଏଏଫଏକ୍ସ ଚାଲେଞ୍ଜକୁ ପ୍ରସ୍ତୁତ କରାଯାଇଛି। ଭାରତର ଚଳଚ୍ଚିତ୍ର ଏବଂ ଗଣମାଧ୍ୟମ ଶିଳ୍ପରେ ଭିଜୁଆଲ ଇଫେକ୍ଟରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଥିବା ବେଳେ ଏହି ଜାତୀୟ ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ଶିଳ୍ପର ଚାହିଦା ପୂରଣ କରିବା ଏବଂ ବିଶ୍ୱ ସ୍ତରରେ ଭାରତର ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ଏବଂ ଦକ୍ଷତାକୁ ଆଗକୁ ବଢ଼ାଇବା ପାଇଁ ନୂଆ ପିଢ଼ିର ଭିଏଫଏକ୍ସ ପେସାଦାରଙ୍କୁ ପ୍ରସ୍ତୁତ କରିବା। ନିଜର ସୃଜନଶୀଳତା ଏବଂ କାହାଣୀ ପାଇଁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ଭାରତୀୟ ସିନେମା ବର୍ତ୍ତମାନ ବିଶ୍ୱସ୍ତରୀୟ ମାନଦଣ୍ଡରେ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କୋଣାର୍କ ଚକ ସ୍ଥାପନ ରଖାଯାଇଛି। ରାଷ୍ଟ୍ରପତି ଭବନରେ ପାରମ୍ପରିକ ସାଂସ୍କୃତିକ ଓ ଐତିହାସିକ ଉପାଦାନକୁ ସାମିଲ କରିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଏହା ହେଉଛି ଗୋଟିଏ ଅଂଶବିଶେଷ। ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ପାଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ଏକ ଉତ୍କୃଷ୍ଟ ନମୁନା।  ସୂର୍ଯ୍ୟ ଦେବତାଙ୍କୁ ନେଇ ଯାଉଥିବା ଏକ ବିରାଟ ରଥ ଆକାରରେ ଏହା ନିର୍ମିତ ହୋଇଥିଲା। କୋଣାର୍କ ଚକ ଭାରତର ସାଂସ୍କୃତିକ ଐତିହ୍ୟର ପ୍ରତୀକ।

Read More

ଭୁବନେଶ୍ଵର: ମଙ୍ଗଳବାର ସାରା ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ନିମନ୍ତେ ୧୨ ହଜାର ୮୫୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଉପକଣ୍ଠ ଗୋଠପାଟଣା ଠାରେ ଥିବା ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟେରୀ ସେଣ୍ଟରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ମୁକେଶ ମହାଲିଙ୍ଗ। ଏହି ଅବସରରେ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲର ଫର୍ମାସୀ ବିଭାଗର କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଆଇଏମ୍ ଏସ ଆଣ୍ଡ ସମ୍ ହସ୍ପିଟାଲ ଫାର୍ମାସୀ କର୍ମଚାରୀ ଓ ଛାତ୍ରାଛାତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆଲୋଚନା କରିବାବେଳେ ଫାର୍ମାସୀ ଟେଷ୍ଟିଙ୍ଗ ବିଷୟରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ। ଏହି ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟାରୀ ସେଣ୍ଟର ସେମାନଙ୍କୁ…

Read More

ମେଷ:– ଆଜି ଗଣ୍ଡଗୋଳଠାରୁ ଦୂରରେ ରହିବା ଉଚିତ୍। ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ। ତୃତୀୟ ବ୍ୟକ୍ତିଙ୍କ ଆଗମନ ପୂର୍ବରୁ ପ୍ରେମ ସମ୍ପର୍କ ନଷ୍ଟ ହୋଇଯିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି। ବୃଷ:– ଆଜି ବେଶୀ ଧର୍ଯ୍ୟର ସହିତ କାମ କରିବା ଉଚିତ୍। ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ଅଜାଣତରେ, କିଛି ବଡ ଭୁଲ ହେତୁ ଆପଣ ବିଚଳିତ ହେବେ। ବର୍ତ୍ତମାନ ଚାକିରିରେ ଉତ୍ସର୍ଗୀକୃତ ଅନୁଭବ ଆପଣଙ୍କ ପାଇଁ ଲାଭଦାୟକ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ। ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି। ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ମିଥୁନ: – ଆଜି ଆପଣ ଏକ ଯାତ୍ରା କରିବାକୁ ଯୋଜନା କରିବେ। ଏହା ପରିବାରରେ ସୁଖର ଆଣି ଦେବ । ଅଫିସରେ ଆପଣଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। କିନ୍ତୁ ବ୍ୟବସାୟରେ ପ୍ରତାରିତ ହେବେ।…

Read More

ବାଣପୁର: ଆଜି ଅପରାହ୍ନରେ ବରିଷ୍ଠ ନାଗରିକ ସଂଘ, ବାଣପୁର ଆନୁକୁଲ୍ୟରେ ସ୍ଥାନୀୟ ଶ୍ରୀ ଶ୍ରୀ ରଙ୍କନାଥଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଡ.ଚିନ୍ତାମଣି ମିଶ୍ର ସଭାପତିତ୍ୱ କରିବା ସହ ସଂଘର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ପାଦକ ବସନ୍ତ କୁମାର ନାୟକ ସଂଘର ପଞ୍ଜିକରଣ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ନଳିନୀକାନ୍ତ ପଟ୍ଟନାୟକ, ଡ଼. ସୁଧାଂଶୁ ଶେଖର ମିଶ୍ର,ଡ.ସୁରେନ୍ଦ୍ରନାଥ ପାତ୍ର ଓ ମଧୁସୂଦନ ପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ବାଣପୁର ଓ ଚିଲିକା ଅଞ୍ଚଳର ପାଞ୍ଚ ଜଣ ଯୁବ ପ୍ରତିଭାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଦୀର୍ଘ ବର୍ଷର ଉଦ୍ୟମ ଫଳରେ ବାଣପୁର ଅଞ୍ଚଳରେ ବରିଷ୍ଠ ନାଗରିକ ସଂଘର ପଞ୍ଜିକରଣ ହୋଇଥିବାରୁ ସମସ୍ତ ସଭ୍ୟମାନେ ଖୁସିବ୍ୟକ୍ତ କରିଥିଲେ।…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ବିପର୍ଯ୍ୟୟ ହ୍ରାସ ପାଇଁ ଜାତୀୟ ଦିବସକୁ “ପ୍ରାରମ୍ଭିକ କାର୍ଯ୍ୟ ପାଇଁ ପ୍ରାରମ୍ଭିକ ଚେତାବନୀ” ବିଷୟବସ୍ତୁକୁ ନେଇ ପାଳନ କରଯାଇଥିଲା। ଉପ – ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ଦ୍ଵାରା ସକାଳ ୮:୦୦ ଟାରେ ପତାକା ଦେଖାଯାଇ ଏକ ରାଲି ଏବଂ ମିନି-ମାରାଥନ୍ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯାହା ବି. ଜେ. ବି. ହାଇସ୍କୁଲ, ଖୋର୍ଦ୍ଧାରୁ ଆରମ୍ଭ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶେଷ ହୋଇଥିଲା। ରାଲି ପରେ ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀଙ୍କ ଦଳ ଦ୍ୱାରା ପ୍ରସ୍ତୁତି ମୂଳଲିପି ପ୍ରଦର୍ଶନ ପାଇଁ ଏକ କୃତ୍ରିମ ଅଭ୍ୟାସ  କରାଯାଇଥିଲା। ଜିଲ୍ଲା ପରିଷଦର ଉପସଭାପତି ତଥା ଖୋର୍ଦ୍ଧା ନଗର ପାଳିକା ଅଧ୍ୟକ୍ଷଙ୍କ ସମେତ ପ୍ରମୁଖ ଅଂଶଗ୍ରହଣକାରୀଙ୍କ ସହ ଜିଲ୍ଲା ପରିଷଦର ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଶପଥ ଗ୍ରହଣ ସମାରୋହ ଏବଂ ମୂଳ…

Read More

ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଧନା ସଭାରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ତିନିଜଣ ରେଳ କର୍ମଚାରୀଙ୍କ ଅତୁଳନୀୟ ପ୍ରଦର୍ଶନକୁ ସ୍ୱୀକୃତି ଦେଇ ପୁରସ୍କୃତ କରିଛନ୍ତି। ସେମାନଙ୍କର ତୀବ୍ର କାର୍ଯ୍ୟକଳାପ ପ୍ରମୁଖ ଦୁର୍ଘଟଣାକୁ ରୋକିବାରେ, ଉଭୟ ମାନବ ଜୀବନ ରକ୍ଷା କରିବା ଏବଂ ଟ୍ରେନ୍ ଚଳାଚଳର ଧାରାକୁ ଅକ୍ଷ୍ୟୁର୍ଣ୍ଣ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ଉତ୍ସବରେ ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ରେଳପଥ ମଧ୍ୟରେ ସୁରକ୍ଷା ପ୍ରତି ସାମୂହିକ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ବିଶାଖାପାଟଣାର ମୁଖ୍ୟ ଟ୍ରାଫିକ୍ ଇନ୍ସପେକ୍ଟର ଜି. ଶ୍ରୀଧର; ସମ୍ବଲପୁର ନିକଟ ସରଲା ଆରଓଏଚ (ROH) ର ଟେକ୍ନିସିଆନ-I ସୁଶାନ୍ତ କୁମାର ଗିରି ଏବଂ ବିଜୟନଗରମ ଷ୍ଟେସନର ଟେକ୍ନିସିଆନ-II ଭି…

Read More

ଭୁବନେଶ୍ୱର: ବ୍ରେନ୍‌ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି। ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ସର୍ବାଧିକ ମୃତ୍ୟୁର କାରଣ ପାଲଟିଛି। ସେହିପରି ଷ୍ଟ୍ରୋକ ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ଅକ୍ଷମତା ରୋଗୀଙ୍କ ବାକି ଜୀବନକୁ ଜଟିଳ କରିଦେଉଛି। ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ବ୍ୟାପକ ସଚେତନତା ଲାଗି ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକରେ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ଏହା ଅକ୍ଟୋବର ୨୯ରୁ ନଭେମ୍ବର ୭ ତାରିଖ ଯାଏଁ, ୧୦ ଦିନ ଧରି ଚାଲିବ। ଏହି କାର୍ଯ୍ୟକ୍ରମରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ବିଷୟରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ବିଭିନ୍ନ ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ଓଡ଼ିଶାର ବିଶିଷ୍ଟ ଡାକ୍ତରମାନଙ୍କ ସାକ୍ଷାତକାରକୁ ଆଧାରକରି ଏହି ଭିଡିଓ ପ୍ରସ୍ତୁତ କରାଯାଉଛି ବୋଲି ଅଭିଯାନର ନିର୍ଦ୍ଦେଶକ ତଥା ସ୍ୱାସ୍ଥ୍ୟପ୍ଲସର ସିଇଓ…

Read More