ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୦:୩୦ ସମୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନବ ନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ। ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ରୋଜଗାର ମେଳାକୁ ସମ୍ବୋଧିତ କରିବେ। ରୋଜଗାର ମେଳା ରୋଜଗାର ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଯୁବପୀଢ଼ିଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବା ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବା ସହ ସେମାନଙ୍କୁ ସଶକ୍ତ କରିବ। ସମଗ୍ର ଦେଶରେ ୪୦ଟି ବିଭିନ୍ନ ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯିବ, ଯେଉଁଥିରେ ନୂଆ କର୍ମଚାରୀ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ, ଯେପରିକି ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ମନ୍ତ୍ରଣାଳୟ, ରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତ୍ୟାଦି ସହ ସାମିଲ ହେବେ। ନବ ନିଯୁକ୍ତମାନେ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଉପଲବ୍ଧ ଅନଲାଇନ୍ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’…
Author: SM Network
ଦିଲ୍ଲୀ: ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଆଜି ମଧ୍ୟାହ୍ନ ୧୨ଟା ୩୦ରେ ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବହୁମୁଖୀ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଫ୍ଲାଗସିପ୍ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା (ପିଏମ୍-ଜୟ)ରେ ଅତିରିକ୍ତ ଭାବେ ୭୦ ବର୍ଷ ଏବଂ ଏହାଠାରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନାର ସମ୍ପ୍ରସାରଣକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଆୟ ନିର୍ବିଶେଷରେ ସମସ୍ତ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ସହାୟକ ହେବ। ଦେଶରେ ସମସ୍ତଙ୍କୁ ଗୁଣମାନର ସ୍ୱାସ୍ଥ୍ୟଚିକିତ୍ସା ସେବା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଜାରି ରହିଛି। ସ୍ୱାସ୍ଥ୍ୟଚିକିତ୍ସା ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ବହୁମଖୀ ସ୍ୱାସ୍ଥ୍ୟସେବା ସଂସ୍ଥାନର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଭାରତର ପ୍ରଥମ ସର୍ବଭାରତୀୟ ଆୟୁର୍ବେଦ ସଂସ୍ଥାନ…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ…
ଭୁବନେଶ୍ଵର: ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ। ଚତୁର୍ଥ ଶିଳ୍ପ ବିପ୍ଳବ ସମୟରେ ଭାରତ ପାଖରେ ଦୁନିଆର ଲୋକକଲ୍ୟାଣର ନେତୃତ୍ୱ ନେବା ପାଇଁ ଏକ ଅଭୁତପୂର୍ବ ସୁଯୋଗ ରହିଛି। ଏ ଦିଗରେ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ବଡ଼ ଦାୟିତ୍ୱ ନିର୍ବାହ କରିବେ ବୋଲି ଏହି ଶିକ୍ଷାନୁଷ୍ଠାନର ୧୩ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାବର୍ତ୍ତନ ସମାରୋହ ଜୀବନର ଏକ ଅନନ୍ୟ ମୁହୂର୍ତ୍ତ। ବାରଣାସୀ ସ୍ଥିତ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ସାମିଲ ହେବା ସୌଭାଗ୍ୟର ବିଷୟ। ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ବିଦ୍ୟାର୍ଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ବହୁତ ଭାଗ୍ୟବାନ। ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଦ୍ୱାରା ଏହି ପବିତ୍ର ସ୍ଥାନରୁ ଆରମ୍ଭ ହୋଇଥିବା ଶିକ୍ଷା ଯଜ୍ଞରୁ ଉତ୍ପନ୍ନ ହୋଇଥିବା…
ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍ ଅମ୍ବାନୀ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଦଶମ ବାର୍ଷିକୀ ପାଳନ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ ନୂତନ ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ ଘୋଷଣା କରଛନ୍ତି। ଏହି ଯୋଜନାରେ ୫୦,୦୦୦ ପିଲାଙ୍କ ପାଇଁ ଜନ୍ମଗତ ହୃଦରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା, ୫୦,୦୦୦ ମହିଳାଙ୍କ ପାଇଁ ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା ଏବଂ ୧୦,୦୦୦ ବାଳିକାଙ୍କ ପାଇଁ ମାଗଣା ଗର୍ଭାଶୟ କର୍କଟ ଟୀକାକରଣ ଅନ୍ତର୍ଭୁକ୍ତ। ନୀତା ଅମ୍ବାନୀ କହିଛନ୍ତି, “ଆମର ଉଦ୍ୟମ ହେଉଛି ଯେ, ପ୍ରତ୍ୟେକ ଭାରତୀୟ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସୁବିଧାଜନକ ଏବଂ ସୁଲଭ ମୂଲ୍ୟରେ ପାଇପାରିବେ। ଏଥିସହିତ ଆମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଛୁ ଏବଂ ଅସଂଖ୍ୟ ପରିବାରକୁ ଆଶା ପ୍ରଦାନ କରିଛୁ। ଆମେ ଦଶମ ବାର୍ଷିକୀ ପାଳନ କରୁଥିବା ବେଳେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ-୧ରେ ଏମ୍ବିବିଏସ୍ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୋମବାର ଦିନ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨, ଫୁଲନଖରା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଶନିବାର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ-୧ରେ ଆୟୋଜିତ ହ୍ୱାଇଟ୍ କୋଟ ଉତ୍ସବରେ ୨୫୦ ଜଣ ଛାତ୍ରଛାତ୍ରୀ ହିପୋକ୍ରାଟିକ୍ ଶପଥ ନେବା ସହ ମୂଲ୍ୟବୋଧ ଭିତିକ ଚିକିତ୍ସା କରିବା ନିମନ୍ତେ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ…
ରେଢାଖୋଲ (କନ୍ଦର୍ପ ବେହେରା): ଶ୍ରୀ ଅନ୍ନ ଅଭିଯାନ ଅନୁସାରେ ଶିମିଳିପାଳ ଗ୍ରାମ ପଞ୍ଚାୟତ ପରିସରରେ ମାଣ୍ଡିଆ ଦିବସ ପାଳିତ ହେବାସହିତ ଖାଦ୍ୟ ମେଳା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଶିମିଳିପାଳ ପଞ୍ଚାୟତର ସରପଞ୍ଚ ସସ୍ମିତା ପ୍ରଧାନ, ଗ୍ରାମ ପଞ୍ଚାୟତ ଅଧିକାରୀ ବିନୋଦ ବିହାରୀ ସାହୁ ଓ ମାଣ୍ଡିଆ ପ୍ରଚାର ପ୍ରସାର ର ସଂଯୋଜକ କାମେଶ ରଞ୍ଜନ ବେହେରା ଏବଂ ସୁମନ୍ତ ଘଣ୍ଟିଆ ଙ୍କ ପରିଚାଳନା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ନାକଟିଦେଉଳ ବ୍ଲକ୍ କୃଷି ସମ୍ପ୍ରସାରଣ ଅଧିକାରୀ ମଧୁମିତା ମୁର୍ମୁ ଯୋଗଦେଇ ମାଣ୍ଡିଆର ଗୁରୁତ୍ବ ଓ ମହତ୍ତ୍ବ ବିଷୟରେ ଆଲୋକପାତ କରିବା ସହିତ ଶ୍ରୀ ଅନ୍ନ ଅଭିଯାନ ସମ୍ପର୍କରେ ବୁଝାଇଥିଲେ। ସରାପାଲି ମା ଦୁର୍ଗା ମାଣ୍ଡିଆ ଉତ୍ପାଦକ ଗୋଷ୍ଠ ର ମାନସୀ ପ୍ରଧାନ, ସରୋଜିନୀ ସାହୁ, ରଶ୍ମିତା ବାରିକ ଓ ଶ୍ରଦ୍ଧାଞଳି ପ୍ରଧାନ ସମେତ ଅନ୍ୟାନ ସଭ୍ୟାମାନେ ମାଣ୍ଡିଆରୁ ପ୍ରସ୍ତୁତ ଚକୁଳି,…
ରଣପୁର: ନୟାଗଡ ଜ଼ିଲ୍ଲା ରଣପୁର ରେଞ୍ଜରେ ହାତୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ହାତୀପଲଙ୍କ ଉପଦ୍ରଵରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ସନ୍ଧ୍ୟା ହେଲେ ଅଞ୍ଚଳରେ ଭୟରର ବାତାବଣ ସୃଷ୍ଟି ହୋଇଛି। ଭୟଭୀତ ଅବସ୍ଥାରେ ଅଛନ୍ତି ଅଂଚଳବାସି। ଗତ ଦୁଇରୁ ତିନିଦିନ ହେବ ସାନ ପଥୁରିଆ, ବଡ଼ ପଥୁରିଆ ଓ ଗୁଣ୍ଡୁରିଆ ଗାଁର ନିକଟସ୍ଥ ଜଙ୍ଗଲରେ ୧୮ ଟିକିଆ ହାତୀ ପଲ ରହି ଉତ୍ପାତ ଚଳାଇଥିବା ବେଳେ ଚାଷୀଙ୍କର ୧୦ ଏକରରୁ ଉର୍ଦ୍ଧ୍ଵ ଧାନଫସଲ ନଷ୍ଟ କରିଥିବା ଚାଷୀ କୂଳ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଆଖି ସାମ୍ନାରେ ବର୍ଷକର ଧାନ ଫସଲ ଉଜୁଡି ଯାଉଥିବା ବେଳେ ଉପାୟ ଶୂନ୍ୟହୋଇ ମୁଣ୍ଡରେ ହାତଦେଇ ବସିଛି ଚାଷୀ। ବର୍ଷତମାମ କେତେବେଳେ ହାତୀ ତ ଅଉ କେତେବେଳେ ବାରାହଙ୍କ ଉପଦ୍ରଵରେ ଚାଷୀଙ୍କ କଷ୍ଟ ଅର୍ଜିତ ଫସଲ ନଷ୍ଟ ହେଉଥିବା ବେଳେ ନିଦାବିଷ୍ଣୁ ସାଜିଛି ସ୍ଥାନୀୟ ବନବିଭାଗ। ଏହାର ସ୍ଥାୟୀ ସମାଧାନ କରିବା ସହ କ୍ଷତିପୂରଣ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଆଜି ଗୁଜରାଟର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଲିମିଟେଡ୍ (ଟିଏଏସଏଲ) କ୍ୟାମ୍ପସରେ ସି- ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ଉଭୟ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଙ୍କର ପ୍ରଥମ ଭାରତ ଗସ୍ତ ଏବଂ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ଆଜି ଏକ ନୂତନ ଦିଗ ଖୋଜୁଛି। ସି – ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କେବଳ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ନାହିଁ ବରଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ (ଭାରତରେ ତିଆରି, ବିଶ୍ଵ ପାଇଁ ତିଆରି)…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପତ୍ୟକା ଉପରେ ଅବସ୍ଥିତ ରାୟଗଡ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜତ୍ୱର ପ୍ରତିଫଳନ ଦେଖିବାକୁ ମିଳୁଛି। ଏକଦା ତାଙ୍କର ସମୃଦ୍ଧ ମରାଠା ସାମ୍ରାଜ୍ୟର ରାଜଧାନୀ ଥିବା ଏହି ପାହାଡ଼ିଆ ଗଡ଼ ସାହସିକତା, ଅଭିନବତା ଏବଂ ବୀରତ୍ୱର କାହାଣୀ ବହନ କରୁଛି। ରାୟଗଡର ପ୍ରତ୍ୟେକ ପଥର ଶିବାଜୀ ମହାରାଜଙ୍କ ଅଦ୍ଭୁତ ସାହସ, ଦୂରଦୃଷ୍ଟି ଓ କୌଶଳର ପ୍ରତିଫଳନ, ଯାହାଙ୍କ ନେତୃତ୍ୱ ଏହି ଦୁର୍ଗକୁ ଶକ୍ତିର ପ୍ରତୀକରେ ପରିଣତ କରିଥିଲା। ଆଜି ଏହା ଏକ ସାମ୍ରାଜ୍ୟର ଇତିହାସକୁ ଆକାର ଦେଇଥିବା ଅସାଧାରଣ କାର୍ଯ୍ୟଗୁଡ଼ିକୁ ପିଢ଼ି ପରେ ପିଢ଼ିକୁ ମନେ ପକାଇ ଦେଉଛି। ଛତ୍ରପତି ଶିବାଜୀ ମହାରାଜ କିପରି ମରାଠା ସାମ୍ରାଜ୍ୟର ରାଜଧାନୀ ଭାବରେ ରାୟଗଡ ଦୁର୍ଗକୁ ଚୟନ କରିଥିଲେ ତାହା “ସଭାସାଦ ବଖାର” (ପ୍ରାଚୀନ ଚିଠି) ପ୍ରତିଫଳିତ କରେ। ଏଥିରେ ଉଲ୍ଲେଖ ରହିଛି, “ଛତ୍ରପତି ଶିବାଜୀ ମହାରାଜ ଏହି ପାହାଡ଼ ବା ରାଇରିର ସାମର୍ଥ୍ୟକୁ ଦେଖିଥିଲେ, ଯେଉଁଠାରେ ତୀଖ ପାହାଡ଼ ରହିଛି…
ଭୁବନେଶ୍ଵର: ସତ୍ୟ ନିଷ୍ଠାର ସଂସ୍କୃତିରୁ ରାଷ୍ଟ୍ରର ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ପୂର୍ବାହ୍ନରେ ରେଳପଥର ମୁଖ୍ୟାଳୟରେ ରେଳ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସତ୍ୟନିଷ୍ଠ ଓ ଅଖଣ୍ଡତାର ଶପଥ ଗ୍ରହଣ କରାଇଛନ୍ତି କରିଥିଲେ। ଏହି ସଚେତନତା ସପ୍ତାହ ରେଳବାଇ କାର୍ଯ୍ୟର ସମସ୍ତ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ନୈତିକ ଆଚରଣକୁ ଲକ୍ଷ୍ୟ କରି ଭିଜିଲାନ୍ସ ସଚେତନତା ସପ୍ତାହ 2024 ର ପ୍ରାରମ୍ଭକୁ ସୂଚିତ କରୁଛି। ସତର୍କତା ସଚେତନତା ଶପଥ ଗ୍ରହଣ ସମାରୋହରେ ରେଳ କର୍ମଚାରୀମାନେ ସେମାନଙ୍କର ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମ୍ଭାବ୍ୟତା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ପ୍ରତିଶୃତି ଦେଇଥିଲେ। ଏହି ଶପଥଗ୍ରହଣ ଉତ୍ସବରେ ଲାଞ୍ଚ କାରବାର ନକରିବା, ସଚ୍ଚୋଟତା ସହିତ ସମସ୍ତ କାର୍ଯ୍ୟ କରିବା, ଜନସାଧାରଣଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବା ଏବଂ ଅଖଣ୍ଡତା ପ୍ରଦର୍ଶନ କରିବାରେ ଉଦାହରଣ ଦେଇ ଆଗେଇ ନେବା ଉପରେ ଗୁରୁତ୍ୱାରୋପ…
ନୂଆଦିଲ୍ଲୀ: ଅନେକ ଲୋକଙ୍କ ମୁହଁରେ କଳା ଦାଗର ସମସ୍ୟା ଥାଏ। ଚର୍ମର ପୃଷ୍ଠରେ ଦୃଶ୍ୟମାନ ହେଉଥିବା ଏହି କଳା ଦାଗଗୁଡ଼ିକ ରାସାୟନିକ ସମୃଦ୍ଧ ଚର୍ମ ଯତ୍ନ ଉତ୍ପାଦ ପ୍ରୟୋଗ କରି, ଅତ୍ୟଧିକ ସୂର୍ଯ୍ୟ କିରଣରେ ରହି କିମ୍ବା ଚର୍ମର ଉପଯୁକ୍ତ ଯତ୍ନ ନ ଦେଲେ ଦେଖାଯାଏ। ପରିବେଶ ଯୋଗୁଁ ମଧ୍ୟ ଏହି ଦାଗଗୁଡ଼ିକ ହୋଇପାରେ। ଏପରି ପରିସ୍ଥିତିରେ ବେଳେବେଳେ ଏହି କଳା ଦାଗରୁ କିପରି ମୁକ୍ତି ପାଇବେ ତାହା ବୁଝିବା କଷ୍ଟକର ହୋଇଯାଏ। ଯଦି ଆପଣ ମଧ୍ୟ ସମସ୍ତ ପ୍ରକାରର ଚେଷ୍ଟା କରିବାରେ ଥକି ଯାଇଛନ୍ତି, ତେବେ ନଡିଆ ତେଲର ଏହି ଉପାୟ ଆପଣଙ୍କ ପାଇଁ ଉପଯୋଗୀ ହେବ। ନଡ଼ିଆ ତେଲରେ ଲବଙ୍ଗ ମିଶାଇ ଲଗାଇଲେ ମୁହଁରେ ଥିବା କଳା ଦାଗରୁ ମୁକ୍ତି ମିଳିଥାଏ। ମୁହଁରୁ ଦାଗ ହଟାଇବା ପାଇଁ ନଡ଼ିଆ ତେଲରେ ଲବଙ୍ଗ ମିଶାଇ କିପରି ପ୍ରୟୋଗ କରାଯାଇପାରିବ ଏଠାରେ ଜାଣନ୍ତୁ… ଦାଗ ହଟାଇବା ପାଇଁ ଘରୋଇ ଉପଚାର: ଲବଙ୍ଗ ଏବଂ…
ଜୀବନଶୈଳୀ: ଏକ ଦମ୍ପତି ସେମାନଙ୍କ ପାରସ୍ପରିକ ଝଗଡା ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍ ନୁହେଁ। ତଥାପି, ପ୍ରତ୍ୟେକ ଥର ପରିସ୍ଥିତି ଅତ୍ୟନ୍ତ ସ୍ୱାଭାବିକ ନୁହେଁ। କିନ୍ତୁ ଆପଣଙ୍କ ମନରେ କୌଣସି ନକାରାତ୍ମକ ଚିନ୍ତାଧାରା ଆଣିବା ପୂର୍ବରୁ, ଆପଣଙ୍କୁ ମନେ ରଖିବାକୁ ହେବ ଯେ ଆପଣ ଦୁନିଆର ଯେକୌଣସି ବ୍ୟକ୍ତିଙ୍କ ସହିତ ପ୍ରେମ ଏବଂ ହସ ସହିତ କଥା ହୋଇପାରିବେ। କିନ୍ତୁ ସମସ୍ତଙ୍କ ସହ ଝଗଡା କରିପାରିବେ ନାହିଁ! କାରଣ ଜୀବନରେ ଆପଣ ସେହି ବ୍ୟକ୍ତିଙ୍କ ସହିତ ଝଗଡ଼ା କରନ୍ତି, ଯାହା ଉପରେ ଆପଣ ନିଜକୁ ଅଧିକ ଅଧିକାର ବୋଲି ବିବେଚନା କରନ୍ତି। ବେଳେବେଳେ ଛୋଟ ଏବଂ ବେଳେବେଳେ କିଛି ବଡ ପ୍ରସଙ୍ଗରେ ଦମ୍ପତିଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗିଥାଏ। ଏଠାରେ ଆମେ ଆପଣଙ୍କୁ ସେହି ତିନୋଟି ବିଷୟରେ କହୁଛୁ, ଯେଉଁପାଇଁ ଦମ୍ପତିମାନେ ଅଧିକ ଝଗଡା କରନ୍ତି… ୧- ଅର୍ଥ କିମ୍ବା ରୋଜଗାରକୁ ନେଇ ବିବାଦ: ଏହା ଅଜବ ଲାଗୁଥାଇପାରେ, କିନ୍ତୁ…
ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ୍ ସିଇଓ ଭବିଷ ଅଗ୍ରୱାଲ ଏବଂ ହାସ୍ୟ ଅଭିନେତା କୃଣାଲ କାମ୍ରାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଶବ୍ଦ ଯୁଦ୍ଧ ଏବେବି ଜାରି ରହିଛି। ସୋସିଆଲ ମିଡିଆରେ ଦୁହିଁଙ୍କ ମଧ୍ୟରେ ବିତର୍କ ଏକ ଭିନ୍ନ ସ୍ତରରେ ପହଞ୍ଚିଛି। ଏବେ କୃଣାଲ କାମ୍ରା ପୁଣି ଥରେ ଭବିଷ ଅଗ୍ରୱାଲ ଏବଂ ଓଲା ଇଲେକ୍ଟ୍ରିକକୁ ଟାର୍ଗେଟ କରିଛନ୍ତି। ଓଲା ସ୍କୁଟରର ଅବସ୍ଥା ଖରାପ ଏବଂ ଗ୍ରାହକଙ୍କ ସମସ୍ୟାକୁ ନେଇ ସେ ଏଥିନେଇ ପଦକ୍ଷେପ ନେବାକୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ନିବେଦନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କୃଣାଲ କାମ୍ରା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଓଲା ଇଲେକ୍ଟ୍ରିକ୍ ସ୍କୁଟର ଉପରେ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଓଲା ଦ୍ୱାରା କୌଣସି ସ୍ୱଚ୍ଛତା ରହୁନାହିଁ। ଯେଉଁମାନେ ଋଣ ନେଇ ଓଲା ସ୍କୁଟର କିଣିଛନ୍ତି ସେମାନେ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କମ୍ପାନୀ ଏହାର ଦାୟିତ୍ୱରୁ ଦୂରେଇ ଯାଉଛି ବୋଲି…
ନୂଆଦିଲ୍ଲୀ: ଭାରତରେ ବଡ ସ୍ୱିସ୍ କମ୍ପାନୀଗୁଡିକର ନିବେଶ ବୃଦ୍ଧି ପାଉଛି ଏବଂ ଆଗାମୀ ଦିନରେ ଏହି ବିନିଯୋଗ ସଂଖ୍ୟା 100 ବିଲିୟନ ଡଲାରକୁ ଛୁଇଁପାରେ। ଏହାପୂର୍ବରୁ ସ୍ୱିସ୍ କମ୍ପାନୀଗୁଡିକ ଚୀନ୍ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ମାର୍ଚ୍ଚ ମାସରେ, ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ବାଣିଜ୍ୟ ଏବଂ ଅର୍ଥନୈତିକ ଭାଗିଦାରୀ (TEPA) ସ୍ୱାକ୍ଷରିତ ହୋଇଥିଲା। ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘର ସବୁଠାରୁ ବଡ ସଦସ୍ୟ ଦେଶ ହେଉଛି ସ୍ୱିଜରଲ୍ୟାଣ୍ଡ। ଏହି ଚୁକ୍ତି ଅନୁମୋଦନ ହେବା ପରେ, ଭାରତରେ ସ୍ୱିସ୍ ନିବେଶର ବନ୍ୟା ହୋଇପାରେ। ଆଞ୍ଚଳିକ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ହେବା ପରେ ଇଞ୍ଜିନିୟରିଂ କମ୍ପାନୀ ଏବିବି ଏବଂ ପରିବହନ ସଂସ୍ଥା କୁଏନେ + ନାଗେଲ ପରି ସ୍ୱିସ୍ କମ୍ପାନୀଗୁଡିକ ଭାରତରେ 100 ବିଲିୟନ ଡଲାର ପର୍ଯ୍ୟନ୍ତ ବିନିଯୋଗ କରିପାରନ୍ତି। ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ଚୁକ୍ତି ଅନୁମୋଦନ ହେବା ପରେ ସ୍ୱିସ୍ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବ। ୟୁରୋପୀୟ…
ନୂଆଦିଲ୍ଲୀ: ଅଗଷ୍ଟ ୫ ତାରିଖ ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଭାରତ ସହ ସମସ୍ତ ବାଣିଜ୍ୟ ବନ୍ଦ କରି ଦେଇଥିଲା। ତେବେ ଗତ ପାଞ୍ଚ ବର୍ଷ ମଧ୍ୟରେ ପାକିସ୍ତାନର ଅର୍ଥନୀତି ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତିରେ ପହଞ୍ଚିଛି। ଏହି ବିଷୟରେ ପାକିସ୍ତାନରେ ଗତ କିଛି ମାସ ଧରି ଭାରତ ସହ ବାଣିଜ୍ୟ ପୁନଃ ଆରମ୍ଭ କରିବାକୁ ଆଲୋଚନା ଚାଲିଛି। ପାକିସ୍ତାନର ଅମ୍ବାନୀ ଭାବରେ ଜଣାଶୁଣା ମିଆଁ ମାଂସା ଠାରୁ ଆରମ୍ଭ କରି ପାକିସ୍ତାନର ଅନ୍ୟାନ୍ୟ ଅଗ୍ରଣୀ ଶିଳ୍ପପତି ପର୍ଯ୍ୟନ୍ତ ସେମାନେ ବାଣିଜ୍ୟ ଆରମ୍ଭ କରିବାକୁ ଭାରତକୁ ନିବେଦନ କରୁଛନ୍ତି। ପାକିସ୍ତାନର ଅହଂକାର ଭାଙ୍ଗୁଥିବା ଜଣାପଡିଛି: ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଅଂଶଗ୍ରହଣ ପରେ ବର୍ତ୍ତମାନ ପାକିସ୍ତାନ ସରକାର ଏହି ପ୍ରସଙ୍ଗରେ କଥାବାର୍ତ୍ତା କରୁଥିବା ଜଣାପଡିଛି। ରବିବାର ଦିନ ପାକିସ୍ତାନ ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ଆମେରିକାର ୱାଶିଂଟନରେ କହିଛନ୍ତି…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅଞ୍ଚଳରେ ବୋମାମାଡ ଓ ଆକ୍ରମଣ ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଣି ସେହି ଅଞ୍ଚଳ ନିକଟସ୍ଥ ପାଟପୁର ଥାନା ଅନ୍ତର୍ଗତ ମୌଳାଭଞ୍ଜା ଗ୍ରାମର ନାଏବ ସରପଞ୍ଚ ବିଟୁ ଗୌଡ଼ଙ୍କ ଘର ଉପରେ ବୋମାମାଡ଼ ହୋଇଛି। ଯଦ୍ବାରାକି ବୋମାମାଡର ପ୍ରଚଣ୍ଡ ଶବ୍ଦରେ ଅଞ୍ଚଳ ବାସିନ୍ଦା ଆତଙ୍କିତ ହୋଇ ପଡିଛନ୍ତି। ଖବର ପାଇ ପାଟପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଫୁଟିଥିବା ବୋମାର କିଛି ଅଂଶ ଜବତ କରିଛି। ଆକ୍ରମଣର ଶୀକାର ପରିବାର ଓ ସାହି ପଡିଶାଙ୍କ ବୟାନ ରେକର୍ଡ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଜୁନ୍ ମାସରେ ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତର ଜନୈକା ମହିଳାଙ୍କୁ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ମୁନା ଗୌଡ଼ ନାମକ ଜଣେ ଯୁବକ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ପୀଡ଼ିତା ମହିଳାଙ୍କ ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ନଂ ୨୮୫/୨୦୨୪ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଥିଲେ। ବର୍ତ୍ତମାନ ନବ ନିଯୁକ୍ତ ଥାନା ଅଧିକାରୀ ସମିର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଏସ୍ ଆଇ ଜଗଦୀଶ ପଣ୍ଡା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଗୁଜରାଟ ରାଜ୍ୟ ଶୀଳ୍ପ ନଗରୀ ସୁରାଟ୍ ସହର ରେ ଚଢାଉ କରିଥିଲେ। ସେଠାରୁ ଅଭିଯୁକ୍ତ ମୁନାକୁ କାବୁ କରି ଥାନାରେ ଅଟକ ରଖି ଜେରା କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସୋଲାପୁର ଜିଲ୍ଲାର ବାର୍ସିରୁ ସ୍ୱାଧୀନ ବିଧାୟକ ରାଜେନ୍ଦ୍ର ରାଉତ ଶିବସେନାରେ ଯୋଗ ଦେଇଛନ୍ତି। ସେ ରବିବାର ରାତିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାର ସଦସ୍ୟତା ଗ୍ରହଣ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତ ନିର୍ବାଚନରେ ରାଜେନ୍ଦ୍ର ରାଉତ ବିଜେପିରୁ ଟିକେଟ ଚାହୁଁଥିଲେ, କିନ୍ତୁ ଟିକେଟ ନ ମିଳିବାରୁ ସେ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସୋଲାପୁର ଜିଲ୍ଲାର ବାର୍ସି ଆସନରୁ ଶିବସେନା ପ୍ରାର୍ଥୀ ଦିଲୀପ ସୋପାଲଙ୍କୁ ପରାସ୍ତ କରିଥିଲେ। ଏହା ବ୍ୟତୀତ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଓସାହେବ ପାଟିଲ ଦାନଭେଙ୍କ ଝିଅ ସଞ୍ଜନା ଯାଦବ ମଧ୍ୟ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଛନ୍ତି। ଏହା ସହିତ ପୂର୍ବତନ ବିଜେପି ସାଂସଦ ରାଜେନ୍ଦ୍ର ଗାଭିତ ଏବଂ ପୂର୍ବତନ ବିଜେପି କାଉନସିଲର ମୁର୍ଜି ପଟେଲ ମଧ୍ୟ ଶିବସେନାରେ ଯୋଗ ଦେଇଛନ୍ତି।
ନୂଆଦିଲ୍ଲୀ: ତିରୁପତିସ୍ଥିତ ଇସ୍କନ୍ ମନ୍ଦିରକୁ ବୋମା ଧମକ ମିଳିଛି। ରବିବାର ଦିନ ଇମେଲ ମାଧ୍ୟମରେ ଏହି ଧମକ ମିଳିଛି। ମନ୍ଦିର ପ୍ରଶାସନ ପୋଲିସ ନିକଟରେ ଅଭିଯୋଗ କରିଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ଆଇଏସଆଇଏସ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ମିଳିଛି। ସୂଚନା ପାଇବା ମାତ୍ରେ ତିରୁପତି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ଦିରରେ ତଲାସୀ ନେଇଛି। ବିସ୍ଫୋରକ ସାମଗ୍ରୀର ତଦନ୍ତ ପାଇଁ ସ୍ଥାନୀୟ ପୋଲିସ ବୋମା ନିଷ୍କାସନ ସ୍କ୍ବାଡ଼ ଏବଂ କୁକୁର ସ୍କ୍ବାଡ଼କୁ ମଧ୍ୟ ଡାକିଛି। ତେବେ ମନ୍ଦିର ପରିସରରୁ କୌଣସି ବିସ୍ଫୋରକ କିମ୍ବା ଅନ୍ୟ କୌଣସି ଆପତ୍ତିଜନକ ଜିନିଷ ମିଳିନାହିଁ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ ମିଳିତ ଭାବେ ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ (TASL) କ୍ୟାମ୍ପସରେ C-295 ବିମାନ ଉତ୍ପାଦନ ପାଇଁ ଟାଟା ବିମାନ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି। ଉଦ୍ଘାଟନ ପରେ ଲୋକଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ କିଛି ସମୟ ପୂର୍ବରୁ ଦେଶ ନିଜର ମହାନ ପୁଅ ରତନ ଟାଟାଙ୍କୁ ହରାଇଥିଲା। ଯଦି ଆଜି ରତନ ଟାଟା ଆମ ମଧ୍ୟରେ ଥାଆନ୍ତେ, ସେ ବହୁତ ଖୁସି ହୋଇଥାନ୍ତେ। ଆଜି ଭାରତ ଏହି ଯୋଜନାକୁ ଦ୍ରୁତ ବେଗରେ କାମ କରୁଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ କୌଣସି ବିଳମ୍ବ ହେବା ଉଚିତ୍ ନୁହେଁ। ଏଠାରୁ ନିର୍ମିତ ବିମାନ ଅନ୍ୟ ଦେଶକୁ ମଧ୍ୟ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, “ଆଜି ଭାରତରେ ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ୍ ନୂତନ ଉଚ୍ଚତାକୁ ଛୁଇଁଛି। ଯଦି ଆମେ 10 ବର୍ଷ ପୂର୍ବେ ଠୋସ୍…

