ନୂଆଦିଲ୍ଲୀ: ଲାଇଭ ଚେସ୍ ରେଟିଙ୍ଗରେ ୨୮୦୦ ମାର୍କ ଅତିକ୍ରମ କରିଥିବାରୁ ଭାରତୀୟ ଚେସ୍ ଗ୍ରାଣ୍ଡ ମାଷ୍ଟର ଅର୍ଜୁନ ଏରିଗାଇସିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ ମଧ୍ୟ ତାଙ୍କର ଅସାଧାରଣ ଦକ୍ଷତା ଏବଂ ଦୃଢ଼ତା ଭାରତକୁ ଗର୍ବିତ କରିଥିବାରୁ ତାହାକୁ ପ୍ରଶଂସା କରିବା ସହ ଏହା ଅନେକ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ଲାଇଭ ଚେସ୍ ରେଟିଙ୍ଗରେ ୨୮୦୦ ମାର୍କ ଅତିକ୍ରମ କରିଥିବାରୁ ଅର୍ଜୁନ ଏରିଗାଇସିଙ୍କୁ ଶୁଭେଚ୍ଛା! ଏହା ଏକ ଅଭୂତପୂର୍ବ ସଫଳତା। ତାଙ୍କର ଅସାଧାରଣ ଦକ୍ଷତା ଏବଂ ଦୃଢ଼ତା ଆମର ସମଗ୍ର ରାଷ୍ଟ୍ରକୁ ଗର୍ବିତ କରିଛି। ଏହା ମଧ୍ୟ ବ୍ୟକ୍ତିଗତ ଭାବେ ଏକ ମାଇଲଖୁଣ୍ଟ। ଏହା ମଧ୍ୟ ଅନେକ ଯୁବ ପିଢ଼ିଙ୍କୁ ଚେସ୍ ଖେଳିବା ସହିତ ବିଶ୍ୱ ମଞ୍ଚରେ ସଫଳ ହେବାକୁ ପ୍ରେରଣା ଯୋଗାଇବ । ଭବିଷ୍ୟତର ସଫଳତା ପାଇଁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା।”
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୁଜରାଟ ଗସ୍ତରେ ଯିବେ। ପ୍ରାୟ ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ। ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ଭଦୋଦରାର ଲକ୍ଷ୍ମୀ ବିଳାସ ପ୍ୟାଲେସ ଯିବେ। ପ୍ରଧାନମନ୍ତ୍ରୀ ଭଦୋଦରାରୁ ଆମ୍ରେଲି ଯିବେ। ଅପରାହ୍ଣ ପ୍ରାୟ ୨ଟା ୪୫ ମିନିଟରେ ସେ ଆମ୍ରେଲିର ଦୁଧାଲା ଠାରେ ଭାରତମାତା ସରୋବରର ଉଦଘାଟନ କରିବେ । ଅପରାହ୍ଣ ପ୍ରାୟ ୩ଟା ବେଳେ ସେ ଆମ୍ରେଲିର ଲାଠିଠାରେ ୪,୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଭଦୋଦରାରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ। ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ…
ଭୁବନେଶ୍ୱର: ରବିବାର ଅପରାହ୍ଣରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ‘ଦାନା’ର ପ୍ରଭାବ ଏଥି ଜନିତ ଲଗାଣ ବର୍ଷାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ଚାଲିଥିବା ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଏସ୍ଆରସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ସଦ୍ୟତମ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ରାଜସ୍ୱ ମନ୍ତ୍ରୀ ଶ୍ରୀ ପୁଜାରୀ…
ନୂଆଦିଲ୍ଲୀ: କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ଶ୍ରୀମନୋହର ଲାଲ ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ତିନି ଦିନିଆ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବା ସହ ବିଭିନ୍ନ ବର୍ଗରେ ରାଜ୍ୟ ଓ ସହରାଞ୍ଚଳଗୁଡ଼ିକୁ ପୁରସ୍କୃତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି। ସେହିପରି ଶ୍ରୀନଗର ଅଣମୋଟର ପରିବହନ ବ୍ୟବସ୍ଥା ଥିବା ସହର ପୁରସ୍କାର ପାଇଛି। ସ୍ଥାୟୀ ସହରାଞ୍ଚଳ ଗତିଶୀଳତା ସମାଧାନର ଅଗ୍ରଗତି ପାଇଁ ଉତ୍ସର୍ଗୀକୃତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖାନ ସାହୁ, ଗୁଜରାଟ ସରକାରଙ୍କ ଅର୍ଥ ଏବଂ ଶକ୍ତି ମନ୍ତ୍ରୀ କନୁଭାଇ ଦେଶାଇ, ଓଡ଼ିଶା ସରକାରଙ୍କ ଆବାସ ଏବଂ ନଗର ଉନ୍ନୟନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଆବାସ ଏବଂ…
ମେଷ- କଠିନ ଅର୍ଥନୈତିକ ଅବସ୍ଥା ହେତୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଝିରେ ଅଟକି ଯାଇପାରେ। ଆପଣ ଚାହୁଁଥିବା ଲୋକଙ୍କ ସହିତ ଉପହାର ବିନିମୟ କରିବା ଏକ ଭଲ ଦିନ। ଏକପାଖିଆ ପ୍ରେମ ଆପଣଙ୍କୁ ନିରାଶ କରିପାରେ। ଆପଣଙ୍କ ସାଥୀଙ୍କୁ ଆପଣଙ୍କ ଯୋଜନା ସହିତ ସଂଯୁକ୍ତ ରହିବାକୁ ମନାଇବାରେ ଅସୁବିଧା ହେବ । ଯଦି ଆପଣ ଆଜି ପ୍ରକୃତରେ ଲାଭ ଚାହୁଁଛନ୍ତି ତେବେ ଅନ୍ୟମାନଙ୍କ ମତାମତକୁ ଭଲଭାବେ ଶୁଣନ୍ତୁ। ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ଭାବପ୍ରବଣତା ଦୁର୍ବଳ ହେବାକୁ ଲାଗିବ । କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ଭଲ ହେବ। ହନୁମାନ ଚଲିସା ପଢନ୍ତୁ। ସମସ୍ତେ ଆପଣଙ୍କ ସହିତ ଭଲରେ ରହିବେ । ଗାଡି ଚଳାଇବା ସମୟରେ ଆପଣ ସାବଧାନ ହେବା ଆବଶ୍ୟକ। ବୃଷ- ସାମାଜିକ ଭାବରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ମଜା ଏବଂ ମନୋରଞ୍ଜନ ପାଇଁ ଏକ ସୁଯୋଗ ରହିବ। ଆପଣଙ୍କ ସମ୍ପର୍କରେ ମଧୁରତା ବୃଦ୍ଧି…
ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ୱବିଦ୍ୟାଳୟ ଠାରେ ‘କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି’କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏପରି ଏକ ଶିକ୍ଷାନୁଷ୍ଠାନ ଖୋଲିଥିବାରୁ ସେ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ବିର୍ଲା କହିଛନ୍ତି, ଯେକୌଣସି ସମାଜର ଗଠନ ଏବଂ ନାଗରିକଙ୍କ ଜୀବନକୁ ପ୍ରଭାବିତ କରିବାରେ ‘ଲୋକ ନୀତି’ ବା ପବ୍ଲିକ୍ ପଲିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମାଜର ଅଧିକାଂଶ ନାଗରିକ ନୀତି ନିର୍ଦ୍ଧାରଣରେ ଯୋଗଦାନ କରିବା ଉଚିତ୍ ବୋଲି ସେ ମତପ୍ରକାଶ କରିଛନ୍ତି। ଜନପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ଆଲୋଚନାର ସେତୁ ସକ୍ରିୟ ଓ ଜୀବନ୍ତ ହେବା ଦରକାର, ଯାହାଦ୍ୱାରା ଲୋକାଭିମୁଖୀ ଆଇନ ଓ ନୀତି ପ୍ରଣୟନ ହୋଇପାରିବ ବୋଲି ବାଚସ୍ପତି କହିଛନ୍ତି। ଶ୍ରୀ ବିର୍ଲା ଆହୁରି କହିଛନ୍ତି, ଆଜିର ସମୟରେ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି)ର ବ୍ୟବହାର ଲୋକ ନୀତି…
ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହା ଲକ୍ଷ୍ୟ କରାଯାଇଛି କିଛି ଗଣମାଧ୍ୟମ କହିଛନ୍ତି ଯେ “ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ମନରେଗା ଅଧୀନରେ ଗ୍ରାମୀଣ ନିଯୁକ୍ତି ୧୬% ହ୍ରାସ ପାଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ୨୦୦୫ (ମହାତ୍ମା ଗାନ୍ଧୀ ନରେଗା)ର ଉଦ୍ଦେଶ୍ୟ ହେଉଛି ଦେଶର ଗ୍ରାମାଞ୍ଚଳରେ ଥିବା ପରିବାରଗୁଡ଼ିକର ଜୀବିକା ସୁରକ୍ଷା ବୃଦ୍ଧି କରିବା, ଯେଉଁ ପରିବାରର ବୟସ୍କ ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବେ ଅଣକୁଶଳୀ ମାନୁଆଲ କାମ କରିବାକୁ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରନ୍ତି ସେମାନଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ଅତି କମରେ ଶହେ ଦିନର ନିଶ୍ଚିତ ମଜୁରୀ ନିଯୁକ୍ତି ପ୍ରଦାନ କରିବା। ଉଲ୍ଲେଖଯୋଗ୍ୟ, ୨୦୦୬-୦୭ ଆର୍ଥିକ ବର୍ଷରୁ ୨୦୧୩-୧୪ ଆର୍ଥିକ ବର୍ଷ ମଧ୍ୟରେ ମୋଟ ବ୍ୟକ୍ତି ଦିବସ ୧୬୬୦ କୋଟି ଥିବା ବେଳେ ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ମୋଟ ବ୍ୟକ୍ତି ଦିବସ ୨୯୨୩ କୋଟି ରହିଛି। ଯେହେତୁ…
ନୂଆଦିଲ୍ଲୀ: ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲ୍ୟାଣ୍ଡ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ପରାଜୟ ପରେ ଟିମ୍ ଇଣ୍ଡିଆ ଅନେକ ସମାଲୋଚନାର ଶିକାର ହୋଇଛି। କ୍ୟାପଟେନ ରୋହିତ ଶର୍ମାଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଦଳର ପରାଜୟ ପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏକ ରିପୋର୍ଟ ଅନୁଯାୟୀ, ସମସ୍ତ ଖେଳାଳିଙ୍କୁ ତାଲିମ ଅଧିବେଶନରେ ଭାଗ ନେବାକୁ ବିସିସିଆଇ କହିଛି। ବର୍ତ୍ତମାନ ଖେଳାଳିମାନଙ୍କୁ ଦୀପାବଳିରେ ମଧ୍ୟ ତାଲିମ ନେବାକୁ ପଡ଼ିବ। ଟିମ୍ ଇଣ୍ଡିଆ ଖେଳାଳିମାନେ ମଧ୍ୟ ଦୀପାବଳି ଉପରେ ତାଲିମ ନେବେ: ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବିସିସିଆଇ ସମସ୍ତ ଖେଳାଳିଙ୍କୁ ତାଲିମ ଅଧିବେଶନରେ ଭାଗ ନେବାକୁ କହିଛି। ଏହି ପ୍ରଶିକ୍ଷଣ ଅଧିବେଶନ ୩୦ ଏବଂ ୩୧ ଅକ୍ଟୋବରରେ ଅନୁଷ୍ଠିତ ହେବ ଏବଂ ଏହା ସମସ୍ତ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ ହେବ। ବିରାଟ, ରୋହିତ ଏବଂ ଜସପ୍ରୀତ ବୁମ୍ରାଙ୍କୁ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୩ ବାଣ ବେପାରୀଙ୍କୁ ପୋଲିସ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରିଛି। ଦୀପାବଳି ପୁର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ବାଣ ବେପାରକୁ ଦୃଷ୍ଟିରେ ରଖି ଏସପି ଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନରେ ଏବଂ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ ବାଲୁଗାଁ ବଜାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ୱଜିତ ଗଜେନ୍ଦ୍ର, ଅନିକେତ ପରିଡା ଓ ରୋଶନ ନାୟକ। ଜବତ ବାଣର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।
ନୂଆଦିଲ୍ଲୀ: ଝାଡଖଣ୍ଡ ଏହାର ସମୃଦ୍ଧ ଆଦିବାସୀ କଳା ପାଇଁ ବେଶ୍ ଜଣାଶୁଣା। ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାର ସୋହରାଇ ଚିତ୍ର ଏହି ଅଞ୍ଚଳର ସ୍ୱଦେଶୀ କଳା ପରମ୍ପରାର ପ୍ରତିନିଧିତ୍ୱ କରିଥାଏ। ସୋହରାଇ ଚିତ୍ରକଳାକୁ ଓଡିଓପି (ଏକ ଜିଲ୍ଲା ଏକ ଉତ୍ପାଦ) ସାମଗ୍ରୀ ଭାବରେ ସ୍ୱୀକୃତି ଦିଆଯାଇଛି। ସୋହରାଇ ଚିତ୍ରକଳା ଏହାର ପ୍ରାକୃତିକ ରଂଗ ଏବଂ ସରଳ ଉପକରଣର ବ୍ୟବହାର ପାଇଁ ଜଣାଶୁଣା। ଚିତ୍ରକରମାନେ ଅନେକ ସମୟରେ ଡାଳ, ଚାଉଳ ନଡ଼ା କିମ୍ବା ଆଙ୍ଗୁଠିକୁ ବ୍ରସ୍ ଭାବେ ବ୍ୟବହାର କରି ଜଟିଳ ଡିଜାଇନ୍ ପ୍ରସ୍ତୁତ କରିଥାନ୍ତି। ସେମାନେ ସେମାନଙ୍କର ସରଳ ତଥା ଭାବପ୍ରବଣ କାହାଣୀ ପାଇଁ ଜଣାଶୁଣା। ପଶୁ, ପକ୍ଷୀ ଏବଂ ପ୍ରକୃତିର ଚିତ୍ରଣ ଆଦିବାସୀ ସଂସ୍କୃତିରେ କୃଷି ଜୀବନଶୈଳୀ ଏବଂ ବନ୍ୟଜନ୍ତୁଙ୍କ ପ୍ରତି ଶ୍ରଦ୍ଧାର ପ୍ରତିଫଳନ। ବିଶେଷକରି ପର୍ବପର୍ବାଣି ଓ ଅମଳ ଋତୁରେ ମହିଳାମାନଙ୍କ ଦ୍ୱାରା ସୋହରାଇ ଚିତ୍ର ତିଆରି କରାଯାଏ। ଏହି କଳା ଅମଳ ପାଇଁ କୃତଜ୍ଞତାର ଏକ ରୂପ ଏବଂ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଣପୁର ବାଲୁଗାଁ ରୋଟାରୀ କ୍ଳବ ତା’ର ପ୍ରତିଷ୍ଠା ଦିବସ ପାଳନ କରିଛି। ୧୯୮୮ ମସିହା ଅକ୍ଟୋବର ୨୭ ତାରିଖରେ ରୋଟାରୀ ଇଣ୍ଟରନ୍ୟାସନାଲର ସ୍ବୀକୃତି ଲାଭ କରିଥିଲା। ଉକ୍ତ ଦିବସଟିକୁ କ୍ଳବ ତା’ର ପ୍ରତିଷ୍ଠା ଦିବସ ଭାବେ ବିଗତ ୩୭ ବର୍ଷ ଧରି ପାଳନ କରିଆସୁଅଛି। ଏହି ଅବସରରେ ଟାଙ୍ଗୀ ସ୍ଥିତ ଏକ ଜରା ନିବାସରେ ଥିବା ଅନ୍ତେବାସିନୀ ମାନଙ୍କୁ କମ୍ବଳ, ଫଳ ଓ ବିସ୍କୁଟ ଇତ୍ୟାଦି ବଣ୍ଟନ କରିବା ସହିତ ସଦସ୍ଯ ମାନେ ସପରିବାର ରଣପୁରସ୍ଥିତ କୋଟଗଡ ପାର୍କରେ ସାରାଦିନ ପରିବାର ସଦସ୍ଯ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳ,ନାଚ ଓ ଗୀତ ଇତ୍ଯାଦି କରି ଉତ୍ସବକୁ ପାଳନ କରିଥିଲେ। ପ୍ରାକ୍ତନ ସଭାପତି ଧୀରେନ୍ଦ୍ରନାଥ ପାତ୍ର କବିତା ମାଧ୍ୟମରେ କ୍ଳବର ପ୍ରତିଷ୍ଠାତା ସଭାପତି ଏସ ଏସ ଶତୃଶଲ୍ୟ ଓ ସଂପାଦକ ଗୌରୀଶଂକର ରାମଙ୍କ ଠାରୁ ଆରମ୍ଭ କରି ଚଳିତ ବର୍ଷର ସଭାପତି ଶ୍ୟାମସୁନ୍ଦର ପୃଷ୍ଟି ଓ ସଂପାଦକ…
ବାଣପୁର (ସୀତାରାମ ଅଗ୍ରୱାଲ): ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଦୋଳମୁଣ୍ଡାଇ ଗ୍ରାମରେ ଗତ ରବିବାର ଠାରୁ ସାତଦିନ ବ୍ୟାପି ଚାଲିଥିବା ଭାଗବତ କଥା ମହୋତ୍ସବ ଶନିବାର ଉଦଯାପିତ ହୋଇଯାଇଛି। ଉକ୍ତ ମହୋତ୍ସବରେ ଭୁବନେଶ୍ୱର ଇସ୍କନ ପୀଠର ବ୍ରହ୍ମଚାରୀ ଶ୍ରୀପାଦ ଅକ୍ଷୟ ହରି ଦାଶ ପ୍ରତ୍ୟେହ ଯୋଗଦେଇ ଶ୍ରଦ୍ଧାଳୁ ମାନଙ୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ଏବଂ ଭାଗବତ ପ୍ରବଚନ ଦେଇଥିଲେ। ଭାଗବତ ପ୍ରବଚନ କାର୍ଯ୍ୟକ୍ରମରେ ହଜାର ହାଜର ଦୀକ୍ଷା ଗ୍ରହଣ କରିଥିବା ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁକୃପା ଲାଭ କରିଥିଲେ। ଉଦଯାପନୀ ଉତ୍ସବରେ ଶ୍ରୀପାଦ ଦାଶ ଶ୍ରଦ୍ଧାଳୁ ମାନଙ୍କୁ କଳି ଯୁଗରେ ମାନବ ଜାତି ମୋକ୍ଷ ପ୍ରାପ୍ତି ହେବା ନେଇ ମାର୍ଗ ଦର୍ଶନ କରିଥିଲେ। ପ୍ରତ୍ୟେହ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅଞ୍ଚଳର ବଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ୱାରା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଉକ୍ତ ଉତ୍ସବକୁ ଗ୍ରାମର ଦୀକ୍ଷାଦି ରବୀନ୍ଦ୍ର ପ୍ରଧାନ, ଉଲ୍ଲାସ ପ୍ରଧାନ, ଆଲୋକ ପ୍ରଧାନଙ୍କ ସହ ସମ୍ପୂର୍ଣ୍ଣ ଦୋଳମୁଣ୍ଡାଇ ଗ୍ରାମବାସୀ ସହଯୋଗ…
ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁରର ପ୍ରଗତି ଶୀଳ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ କନ୍ୟା କଳା ପରିଷଦ ପକ୍ଷରୁ ଚଳିତ ବର୍ଷର ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ -୨୦୨୪ ଭେଟେଶ୍ଵର ସ୍ଥିତ ଶ୍ରୀ ଶ୍ରୀ ଭେଟି ନାଥ ଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ମଞ୍ଚ ନାଟ୍ୟ ନିର୍ଦେଶକ ପ୍ରମୋଦ କୁମାର ସ୍ଵାଇଁ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ନାଟ୍ୟ ସଙ୍ଗଠିକା ରଞ୍ଜୁଵାଳା ଚମ୍ପତିରାୟଙ୍କ ସାମଗ୍ରିକ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସୁକାନ୍ତ କୁମାର ବିଶ୍ବାଳ ଯୋଗଦେଇ ଶିଳ୍ପୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ଵକ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ନିରବଚ୍ଛିନ୍ନ ସମାଜସେବା ପାଇଁ ସୁକାନ୍ତ କୁମାର ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ ବିଶ୍ଵ ନାଟ୍ୟ ମେଳା ୨୦୨୪ରେ ଜାତୀୟ ସ୍ତରରେ ପୁରସ୍କାର ଲାଭ କରିଥିବା କଳାକାର ଲକ୍ଷ୍ମୀ ସ୍ବାଇଁ, ଅନିତା ପ୍ରଧାନ, ପାପାଲି ସାଶମଲ, ରାଜଶ୍ରୀ…
ବାଣପୁର (ସୀତାରାମ ଅଗ୍ରୱାଲ): ସତ୍ୟବାଦୀ ପଞ୍ଚସଖା ଯୁଗର ଅନନ୍ୟ ସାରସ୍ବତ ସାଧକ, ନିସ୍ୱାର୍ଥପର ଜନ ସେବକ, ପ୍ରବୀଣ ରାଜନୀତିଜ୍ଞ, ଓଡିଆ ଭାଷା ସାହିତ୍ୟର ଏକୋନିଷ୍ଠ ପୂଜାରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ବାଣପୁରର ହେହେରୁ ସେବାସଂଘ କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବାଲୁଗାଁ -ବାଣପୁର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚ଼ିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ସଭା ପରିଚାଳନା କରିଥିବା ବେଳେ “ବିଶ୍ଵ ମୁକ୍ତି”ର ସଂପାଦକ ପ୍ରାଧ୍ୟାପକ ଶଶାଙ୍କ ଚୂଡ଼ାମଣି ମୁଖ୍ୟ ଅତିଥି, ନାଚୁଣି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଧ୍ୟାପକ ରାଜକିଶୋର ସାହୁ ସମ୍ମାନିତ ଅତିଥି, ବାଲୁଗାଁ ମହାବିଦ୍ୟାଳୟର ଦର୍ଶନ ବିଭାଗର ପ୍ରମୁଖ ଅଧ୍ୟାପକ ଡ଼ଃ କୌଳାସଚନ୍ଦ୍ର ମହାରଣା ମୁଖ୍ୟବକ୍ତା, ସୁସାହିତ୍ୟିକ ଡ଼ଃ ଦେବାଶିଷ ମହାପାତ୍ର ସମ୍ମାନୀତ ବକ୍ତା ଏବଂ ସାହିତ୍ୟଏକାଡ଼େମୀର ପ୍ରତିନିଧି ସହ ସଚିବ ସଂଜୟକୁମାର ଛୁଆଳସିଂ ବିଶିଷ୍ଟ…
ନୂଆଦିଲ୍ଲୀ: ଅକ୍ଟୋବର ୩୧ ତାରିଖରେ ଦୀପାବଳିକୁ ଧୁମଧାମରେ ପାଳନ କରିବାକୁ ପୁରା ଦେଶ ପ୍ରସ୍ତୁତ ହେଉଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତର ବିଭିନ୍ନ ରାଜ୍ୟ ସରକାର ଦିୱାଲୀରେ ନିଜ ନିଜ ରାଜ୍ୟର ନାଗରିକ ତଥା ସରକାରୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରିଛନ୍ତି। ଉତ୍ତରପ୍ରଦେଶର ଯୋଗୀ ସରକାର ଠାରୁ ଆରମ୍ଭ କରି ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ଅନେକ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ରରେ ଥିବା ମୋଦୀ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) କୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ମୂଳ ବେତନର ୫୦ ପ୍ରତିଶତ ଥିଲା। ବର୍ତ୍ତମାନ ଏହା ୫୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିରୁ ଏକ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ। ମାଗଣା ସିଲିଣ୍ଡର ବ୍ୟତୀତ ଯୋଗୀ ସରକାର ଏହି ଉପହାର ଦେଇଛନ୍ତି: ଦୀପାବଳି…
ନୂଆଦିଲ୍ଲୀ: ପଦାତିକ ବାହିନୀ ଦିବସରେ ପଦାତିକ ବାହିନୀର ସମସ୍ତରାଙ୍କ ଓ ଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ପଦାତିକ ବାହିନୀ ଦିବସରେ ଆମକୁ ନିରବଚ୍ଛିନ୍ନ ଭାବେସୁରକ୍ଷା ଦେଉଥିବା ପଦାତିକ ବାହିନୀର ସମସ୍ତ ରାଙ୍କ ଓଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁ ଆମେ ସାଲ୍ୟୁଟକରୁଛୁ। ସେମାନେ ସର୍ବଦା ବିପଦ ସମୟରେ ରାଷ୍ଟ୍ରରସୁରକ୍ଷାକୁ ନିଶ୍ଚିତ କରିବାକୁ ଦୃଢ଼ ଭାବେ ଛିଡ଼ା ହୋଇଥାନ୍ତି। ପଦାତିକ ବାହିନୀ ସାହସ, ବୀରତ୍ୱ ଓ କର୍ତ୍ତବ୍ୟ ଭାବନାରପ୍ରତୀକ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଉଛନ୍ତି।”
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଟେଷ୍ଟ ହାରିବା ପରେ ଟିମ୍ ଇଣ୍ଡିଆ ସିରିଜ୍ ହରାଇଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ସିରିଜରେ ଦୁଇଟି ମ୍ୟାଚ୍ ଜିତି ନ୍ୟୁଜିଲ୍ୟାଣ୍ଡ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ଟେଷ୍ଟ ପୂର୍ବରୁ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି କି ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବାକୁ ସକ୍ଷମ ହେବ ନାହିଁ କି? ଯଦି ଏହା ଘଟେ, ତେବେ କେଉଁ ଦୁଇଟି ଦଳ ଫାଇନାଲରେ ପ୍ରବେଶ କରିପାରିବେ? ଆସନ୍ତୁ ଜାଣିବା… ଅଷ୍ଟ୍ରେଲିଆ ହେଉଛି ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩-୨୫ ଚକ୍ରର ଫାଇନାଲ ପାଇଁ ଅଷ୍ଟ୍ରେଲିଆ ଦଳ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ। ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ କଙ୍ଗାରୁ ଦଳ ଅଛି। ଏହି ଚକ୍ରରେ ଦଳ ଏପର୍ଯ୍ୟନ୍ତ ୧୨ ଟି ମ୍ୟାଚ୍…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅଞ୍ଚଳରେ ଚୋରି, ରାହାଜାନୀ, ଲୁଟ୍ ଓ ଆକ୍ରମଣ ଘଟଣାରେ ଅଞ୍ଚଳ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ତଥାପି ଅପରାଧୀ ଯୁବକମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଭଳି ବୁଲେଟ୍ ମୋଟରସାଇକେଲ ଓ ଚାରି ଚକିଆ ଯାନରେ ଆସି ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ବୋମାମାଡ ଓ ଶତୃଘ୍ନ ସେଠୀ ନାମରେ ଜଣେ ଯୁବକକୁ ଆକ୍ରମଣ କରିଥିବା ବେଳେ ଦିଗପହଣ୍ଡି ଉପକଣ୍ଠ ପଦ୍ମନାଭ ପୁର ରାସ୍ତାରେ ବୋମାମାଡ କରିଥିଲେ। ଉକ୍ତ ବୋମାମାଡରେ ସୁନୀଲ କୁମାର ନାୟକ ନାମକ ଜଣେ ଯୁବକ ଆହତ ହୋଇ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଉକ୍ତ ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ବ୍ୟାଗ୍, ଫୁଟିଥିବା ବୋମାର ସୁତୁଲି ଇତ୍ୟାଦି କିଛି ଜିନିଷ ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ମନ କି ବାତ କାର୍ଯ୍ୟକ୍ରମର ୧୧୫ ତମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେ ସ୍ୱତନ୍ତ୍ର ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି। ସେ କହିଛନ୍ତି ଯେ, ଦୁଇ ମହାନ ବ୍ୟକ୍ତିଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଆସୁଛି। ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅକ୍ଟୋବର ୩୧ ତାରିଖରୁ ଆରମ୍ଭ ହେବ। ଏହା ପରେ ପ୍ରଭୁ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେବ।” ପିଏମ ମୋଦୀ ମୋଟୁ-ପତଲୁ ସିରିଏଲ ବିଷୟରେ ଉଲ୍ଲେଖ କରିଛନ୍ତି: ମେକ୍ ଇନ୍ ଇଣ୍ଡିଆ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆନିମେସନ୍ ଦୁନିଆରେ ଭାରତ ଏକ ନୂଆ ବିପ୍ଳବ ଆଣିବାକୁ ଯାଉଛି। ଆନିମେଟେଡ୍ ସିରିଏଲ ବିଷୟରେ ଉଲ୍ଲେଖ କରି ପିଏମ ମୋଦୀ କହିଛନ୍ତି ଯେ, “ଦେଶରେ ସୃଜନଶୀଳତାର…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ କମାପଲ୍ଲୀ ଅଞ୍ଚଳର ଏକ ଭଡାଘରେ ରହୁଥିବା ମହିଳା ଛାତ ଉପରେ ଅଚେତ୍ ଅବସ୍ଥାରେ ପଡିରହିଥିଲେ। ତାଙ୍କ ସମ୍ପର୍କୀୟ ଭଉଣୀ ତାଙ୍କ ସହ ମିଶିବାକୁ ଆସିଥିଲା ବେଳେ ମହିଳାଜଣଙ୍କ ଅଚେତ୍ ଅବସ୍ଥାରେ ପଡିରହିଥିବା ଦେଖିବାକୁ ପାଇଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ମହିଳା ଜଣଙ୍କ ୨୪ ବର୍ଷୀୟା ସସ୍ମିତା ପଣ୍ଡା ଓ ସେ ଏହି ଦୁଇ ବର୍ଷ ପୁର୍ବେ ସପିଂ ମଲରେ କାମ କରୁଥିବା ପ୍ରଶାନ୍ତ କୁମାର ସାବତ ନାମକ ଜଣେ ଯୁବକଙ୍କୁ ବାହା ଉକ୍ତ ଭଡ଼ା ଘରେ ଉଭୟ ରହୁଥିଲେ। ମହିଳାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନଥିବାରୁ ଏହା ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ପୋଲିସ ମୃତ ମହିଳାଙ୍କ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛି।
ନୂଆଦିଲ୍ଲୀ: ଶନିବାର ଦିନ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ମହାରାଷ୍ଟ୍ର କଂଗ୍ରେସ ସାଧାରଣ ସମ୍ପାଦକ ସଚିନ ସାୱନ୍ତଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଦଳ ସାୱନ୍ତଙ୍କୁ ଅନ୍ଧେରୀ ପଶ୍ଚିମରୁ ପ୍ରାର୍ଥୀ କରିଛି, କିନ୍ତୁ ଟିକେଟ ପାଇବା ପରେ ମଧ୍ୟ ସେ ଅସନ୍ତୁଷ୍ଟ ମନେ ହେଉଛନ୍ତି। ଅନ୍ଧେରି ପଶ୍ଚିମ ନିର୍ବାଚନମଣ୍ଡଳୀରୁ ଟିକେଟ୍ ଦିଆଯିବା ନେଇ କଂଗ୍ରେସ ନେତା ସଚିନ ସାୱନ୍ତ କହିଛନ୍ତି ଯେ, “ମୁଁ ବାନ୍ଦ୍ରା ପୂର୍ବରେ କାମ କରିଥିଲି ଏବଂ ସେଠାରୁ ଆସନ ପାଇବାକୁ ମୋର ଇଚ୍ଛା ଥିଲା। ମୁଁ ଅନ୍ଧେରି ପଶ୍ଚିମ ନିର୍ବାଚନମଣ୍ଡଳୀରୁ ଟିକେଟ ମାଗି ନଥିଲି। ମୁଁ ବିନମ୍ରତାର ସହ ଦଳର ହାଇ କମାଣ୍ଡକୁ ଅନୁରୋଧ କରିଛି ଯେ ମୁଁ ଅନ୍ଧେରି ପଶ୍ଚିମରୁ ନିର୍ବାଚନ ଲଢିବାକୁ ଚାହୁଁ ନାହିଁ। ସେ କହିଛନ୍ତି ଯେ, “ତଥାପି,…

