ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ଘଟିଥିବା ଅଗ୍ନି ବିପନ୍ନ ପରିବାର ଲୋକଙ୍କ ସମସ୍ୟା ବିଷୟରେ ଖବର ପାଇ ବ୍ରହ୍ମପୁର ଅଗ୍ରଣୀ ସେବା ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତତକ୍ଷଣାତ୍ ସାହାଯ୍ୟର ହାତ ବଢ଼ାଇଛ। ଟ୍ରଷ୍ଟ ସଭାନେତ୍ରୀ ରଞ୍ଜନା ମିଶ୍ରଙ୍କ ନେତୃତ୍ୱରେ ଆଜି ଏହି ଅଗ୍ନି ବିପନ୍ନ ୪ଟି ପରିବାରକୁ ଏକ ମାସର ରାସନ୍ ସାମଗ୍ରୀ ସହ ଶୁଖିଲା ଖାଦ୍ୟ , ନୂତନ ବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସର୍ବହରା ଅଗ୍ନି ବିପନ୍ନ ପରିବାର ର ସଦସ୍ୟ ସଦସ୍ୟା ଙ୍କ ଦୈନିକ ଖର୍ଚ୍ଚ ପାଇଁ କିଛି ଆର୍ଥିକ ସହାୟତା କରାଯାଇଥିଲା। ଏଥି ସହ ସ୍ଥାନୀୟ ଗ୍ରାମ ବାସୀ ମାନଙ୍କ ଉପସ୍ଥିତି ରେ ଏବଂ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ଜରିଆ ରେ ଏହି ସର୍ବହରା ପରିବାର ମାନଙ୍କୁ ସରକାରୀ ଯୋଜନାରେ ଥଇଥାନ କରିବା ପାଇଁ ଅନୁରୋଧ କରାଯାଇଥିଲା। ଆଜିର ଉକ୍ତ କାର୍ଯ୍ୟକ୍ରମରେ…
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ସରକାରୀ ବିଭାଗ ଏବଂ ସଂଗଠନ ମାନଙ୍କରେ ନବନିଯୁକ୍ତ ଯୁବକ ଯୁବତୀମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଧନତେରାସର ପବିତ୍ର ଅବସରକୁ ଉଲ୍ଲେଖ କରିବା ସହ ଶୁଭେଚ୍ଛା ଜଣାଇ ଥିଲେ। ଚଳିତ ବର୍ଷର ଦୀପାବଳି ଏକ ସ୍ୱତନ୍ତ୍ର ଦୀପାବଳି ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫୦୦ ବର୍ଷ ପରେ ଭଗବାନ ଶ୍ରୀରାମ ଅଯୋଧ୍ୟାରେ ତାଙ୍କ ଭବ୍ୟ ମନ୍ଦିରରେ ସ୍ଥାପିତ ହେବା ପରେ ଏହା ହେଉଛି ପ୍ରଥମ ଦୀପାବଳି। ସେ କହିଛନ୍ତି ଯେ ଏହି ଦୀପାବଳି ପାଇଁ ଅନେକ ପିଢ଼ି ଅପେକ୍ଷା…
ଭୁବନେଶ୍ଵର: କାଳୀ ପୂଜା ଏବଂ ଛଟ ପୂଜା ସମୟରେ ଯାତ୍ରୀଙ୍କ ଚାହିଦାକୁ ପୂରଣ କରିବା ପାଇଁ ପୂଜା ସ୍ପେଶାଲ ଟ୍ରେନ୍ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଛି ଯାହା ନଭେମ୍ବର 2024 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ନିୟମିତ ଟ୍ରେନ ମାନଙ୍କରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ରେଳବାଇ ପକ୍ଷରୁ ଏହା ଏକ ବିକଳ୍ପ। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 27 ଟି ଯୋଡି ସ୍ୱତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳପ୍ରଣତାକୁ ଚଳାଚଳ କରୁଅଛି। ତନ୍ମଧ୍ୟରୁ ମଧ୍ୟରୁ 18 ଟି ଯୋଡି ସ୍ୱତନ୍ତ୍ର ଟ୍ରେନ ନଭେମ୍ବର 2024 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବାବେଳେ 2 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ନଭେମ୍ବର, 2024 ର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ ଏବଂ 7 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଡିସେମ୍ବର 2024 ପର୍ଯ୍ୟନ୍ତ ଚଳାଚଳ କରିବ ଚାଲିବ। ଏହା ବ୍ୟତୀତ ଦୁଇ ଯୋଡି ସ୍ୱତନ୍ତ୍ର ଟ୍ରେନ ବିହାରର…
ଭୁବନେଶ୍ୱର: ସାରା ବିଶ୍ୱରେ ହୃଦ୍ଘାତ ମଣିଷର ମୃତ୍ୟୁର ପ୍ରଥମ ବୃହତ କାରଣ ହୋଇଥିବା ବେଳେ ମସ୍ତିଷ୍କରେ ଆଘାତ ଅଥବା ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ହେଉଥିବା ମୃତ୍ୟୁ ଦ୍ୱିତୀୟ ବୃହତ କାରଣ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ମଙ୍ଗଳବାର ଆୟୋଜିତ ବିଶ୍ୱ ଷ୍ଟ୍ରୋକ୍ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ମସ୍ତିଷ୍କରେ ଆଘାତ ଘଟିଲେ ମଣିଷ ପକ୍ଷାଘାତ, ଦୃଷ୍ଟିହୀନ କିମ୍ବା ବାକ୍ଶକ୍ତିହୀନ ହେବା ସହ କୋମାକୁ ମଧ୍ୟ ଚାଲିଯାଇଥାଏ। ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ମେଦବହୁଳତା ବ୍ରେନ୍ ଷ୍ଟ୍ରୋକ୍ର ପ୍ରମୁଖ କାରଣ। ତେଣୁ ମଣିଷ ଏହି ରୋଗରୁ ନିଜକୁ ଦୂରେଇ ରଖିବା ପାଇଁ…
ଭୁବନେଶ୍ୱର: ସରକାର ସରକାରୀ କର୍ମଚାରୀ ତଥା ସରକାରୀ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ତଥା କୋରନା ଭଳି ମହାମାରୀର ପ୍ରତିରୋଧ ତଥା ପରିଚାଳନା କାର୍ଯ୍ୟରେ ନିୟାଜିତ କରୁଛନ୍ତି। ବିଗତ ଦିନ ମାନଙ୍କରେ ଏହା ବ୍ୟତୀତ ଜନଗଣନା ଠାରୁ ଆରମ୍ଭ କରି ଗାଁ ଗାଁ ବୁଲି ପୁସ୍ତକ ବାଣ୍ଟିବା ଭଳି ବିଭିନ୍ନ ପ୍ରକାର କାର୍ଯ୍ୟରେ ମଧ୍ୟ ସରକାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟୋଜିତ କରିଛନ୍ତି। କୋରନା ପରିଚାଳନା ସମୟରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରି ଅକାଳରେ ନିଜ ଜୀବନ ହାରିଛନ୍ତି। ଏବେବି ବହୁତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରିବାର ଅକାଳରେ ବିୟୋଗ ହୋଇଥିବା ନିଜ ଆତ୍ମୀୟ ମାନଙ୍କୁ ହରାଇ ସର୍ବହାର ହୋଇ ନିଜ ଜୀବନ କାଳାତିପାତ କରୁଛନ୍ତି। ସରକାରୀ କର୍ମଚାରୀଟିଏ ନିଜ ଜୀବନକୁ ବାଜି ଲଗାଇ ଜୀବନ ସାରା ସରକାରଙ୍କ ପାଇଁ କାର୍ଯ୍ୟ କରିଥାଏ। ଚାକିରି କରି…
ବାଣପୁର: ଆଜି ତାଲୁକ ଆଇନ ସେବା ସମିତି, ବାଣପୁର ପକ୍ଷରୁ ଗୋଦାବରୀଶ ବିଦ୍ୟାପୀଠ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର। ଅନ୍ୟମାନଙ୍କ ମଧ୍ୟରେ ବାଣପୁର କୋର୍ଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ ଏବଂ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନ ଆଦି ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆଇନ ସେବା ପ୍ରାଧିକରଣ ଏବଂ ତାହାର କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଆଇନସେବା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ, ବିଭିନ୍ନ ପ୍ରକାର ଆଇନସେବା ଯଥା ଆଇନ ପରାମର୍ଶ ମଧ୍ୟସ୍ଥତା ମାଧ୍ୟମରେ ମାମଲା ଫଇସଲା,…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଆଜି ଅପରାହ୍ନ ପାଖାପାଖି ୩ ଘଟିକା ସମୟରେ ବାଣପୁର କୁମାରାଙ୍ଗ ରୋଡରେ ବାସ କରୁଥିବା ଦମ୍ପତି ପବନଦୀପ ସ୍ୱାଇଁ ଓ ବିଷ୍ଣୁପ୍ରିୟା ବରଡ଼ ଏନଏସି ଆହାର କେନ୍ଦ୍ର ସ୍ଥିତ ଆଧାର କାର୍ଡ ସେଣ୍ଟରକୁ ଯାଇଥିଲେ। ଏହାପରେ ଉଭୟେ କଲେଜ ଛକରେ ପରିବା କିଣୁଥିବା ବେଳେ ହଠାତ ଜଣେ ମୁଖା ପିନ୍ଧା ଦୁର୍ବୁତ୍ତ ବାଇକରେ ଆସି ବିଷ୍ଣୁପ୍ରିୟାଙ୍କ ବେକରୁ ଦୁଇ ଗୋଟି ସୁନା ଚେନ ଓ ଗୋଟେ ହାର ଝାମ୍ପିନେଇ ଯାଇଥିଲେ। ବିଷ୍ଣୁପ୍ରିୟା ପ୍ରତିରୋଧ କରିବାରୁ ଏକ ବନ୍ଧୁକ ଦେଖାଇ ଜୀବନରେ ତାଙ୍କୁ ମାରିଦେବେ ବୋଲି ଦୁର୍ବୁତ୍ତ ଧମକ ଦେବା ସହ ଆଖି ପିଛୁଳାକେ ସେଠାରୁ ଫେରାର ହୋଇଯାଇଥିଲେ। ଦୁର୍ବୁତ୍ତଙ୍କ ସହ ଆଉ ଜଣେ ସହଯୋଗୀ ମଧ୍ୟ ଥିବା…
ଜୀବନ ଶୈଳୀ: ସୁସ୍ଥ ପନିପରିବାରେ ମଧ୍ୟରେ କଲରା ଅନ୍ତର୍ଭୁକ୍ତ। ଏହାର ପିତା ଗୁଣ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଯଦି ଆପଣ ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ କଲରା ଅନ୍ତର୍ଭୁକ୍ତ କରନ୍ତୁ। କିନ୍ତୁ କିଛି ଲୋକ କଲରା ପିତା ହେତୁ ଏହାକୁ ଖାଆନ୍ତି ନାହିଁ। ବିଶେଷକରି ପିଲାମାନେ କଲରା ଖାଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ତେଣୁ ବର୍ତ୍ତମାନ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ। ଆଜି ଆମେ ଆପଣଙ୍କୁ କଲରାର ପିତାକୁ ଦୂର କରିବା ପାଇଁ କିଛି ଟିପ୍ସ କହୁଛୁ। ସେଗୁଡିକୁ ଅନୁସରଣ କରିବା ପରେ, କଲରା ଆଦୌ ପିତା ଅନୁଭବ କରିବେ ନାହିଁ। ୧- ଏହାର ଚୋପାକୁ ଭଲଭାବେ ଚାଞ୍ଛି ଦିଅନ୍ତୁ: ସର୍ବପ୍ରଥମେ କଲରାକୁ ଭଲଭାବେ ଚାଞ୍ଚି ଦିଅନ୍ତୁ। କଲରାରୁ ପିତା ଦୂର କରିବା ପାଇଁ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ। କଲରାର ପୁରା ଚୋପାକୁ ବାହାର କରନ୍ତୁ। ଏହା…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ ସୋଳବନ୍ଧ ଗ୍ରାମରେ ମହିଳାଙ୍କୁ ଆକ୍ରମଣ କରି ଟଙ୍କା ଓ ଅଳଙ୍କାର ଲୁଟ ହୋଇଛି। ସୂଚନା ଅନୁଯାୟୀ ଆଦିକନ୍ଦ ତାରିଣୀ ନାମକ ଜଣେ ବ୍ୟକ୍ତିଙ୍କ ପଛପଟେ କବାଟ ଭାଙ୍ଗି ଲୁଟେରାମାନେ ଘରେ ପଶିଥିଲେ। ଘରେ ବୋହୁ ଶୋଇଥିବା ବେଳେ ବେକରୁ ମଙ୍ଗଳସୂତ୍ର ଛିଣ୍ଡାଇ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ପ୍ରତିବାଦ କରିବାରୁ ଲୁଟେରାମାନେ ଏକ ଧାରୁଆ ଅସ୍ତ୍ରରେ ତା ମୁଣ୍ଡକୁ ଶକ୍ତ ପ୍ରହାର ଦେବା ଫଳରେ ସେ ଗୁରୁତର ଆହତ ହୋଇ ତଳେ ପଡି ଯାଇଥିଲେ। ପରେ ଦୁର୍ବୃତ୍ତ ମାନେ ଘରେ ପଶି ଆଲମାରୀ ଭାଙ୍ଗି ୧୦ ତୋଳା ସ୍ବର୍ଣ୍ଣ ଅଳଙ୍କାର, ୧୦ ତୋଳା ରୁପା ଅଳଙ୍କାର ଓ ନଗଦ ୪୦ ହଜାର ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗୁରୁତର ଆହତ ମହିଳା ଜଣଙ୍କ ବର୍ତ୍ତମାନ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏତଦବ୍ୟତୀତ ଲୁଟେରାମାନେ ସେହି ଗ୍ରାମର ଅନ୍ୟ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ ୪୦ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ସିଏସଆଇଆର – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇ ପ୍ରାୟ ୩୩୦ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଥିଲେ। ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଆୟକର ବିଭାଗ, ଆଇଆଇଟି ଭୁବନେଶ୍ବର, ସିଆରପିଏଫରେ ଜଣେ ଲେଖାଏଁ, ସିଆଇଏସଏଫରୁ ତିନି ଜଣ, ପୂର୍ବତଟ ରେଳବାଇରେ ୧୩ ଜଣ, ଭାରତୀୟ ଷ୍ଟେଟବ୍ୟାଙ୍କରେ ୨୪ ଜଣ, ଏମ୍ସ ଭୁବନେଶ୍ୱରରୁ ୭୦ ଜଣ, ଡାକ ବିଭାଗରେ ୨୧୭ ଜଣଙ୍କୁ ନିଯୁକ୍ତି ମିଳିଛି। ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦପଦବୀ ପୂରଣ ଏବଂ ଯୁବବର୍ଗଙ୍କୁ ରୋଜଗାର ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଦେଶବ୍ୟାପୀ କ୍ରମାଗତ…
ହନୁମାନଙ୍କ ପୂଜା: ହନୁମାନଙ୍କର ଉପାସନା କଲେ ସମସ୍ୟା ଦୂର ହୋଇଥାଏ। ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ଦିନଟି ହନୁମାନଙ୍କୁ ଉତ୍ସର୍ଗ କରାଯାଇଛି। ହନୁମାନ ଜୀ ଏହି ଦିନ ପୂଜା କରି ଖୁସି ହୁଅନ୍ତି ଏବଂ ତାଙ୍କ ଭକ୍ତମାନଙ୍କୁ ବିଶେଷ ଆଶୀର୍ବାଦ ପ୍ରଦାନ କରନ୍ତି। ହନୁମାନଙ୍କ ପୂଜା: ମଙ୍ଗଳବାର ଦିନ ହନୁମାନ ଚାଳିସା ପଢିବା ଦ୍ଵାରା ପୂଣ୍ୟପ୍ରାପ୍ତ ହୁଏ। ଏହା ସହିତ ସୁନ୍ଦରକାଣ୍ଡର ପାଠ ମଧ୍ୟ ବହୁତ ଫଳପ୍ରଦ ବୋଲି ବିବେଚନା କରାଯାଏ। ହନୁମାନ ଚାଳିସା ପାଠ କଲେ ହନୁମାନ ଖୁବ୍ ଶୀଘ୍ର ଖୁସି ହୁଅନ୍ତି ଏବଂ ଅନୁଗ୍ରହ ପ୍ରଦାନ କରନ୍ତି। ଜୀବନର ଅସୁବିଧା ଦୂର କରିବାରେ ହନୁମାନ ଚାଳିସା ପାଠ କରିବା ଜରୁରୀ। ଏହି ଜିନିଷଗୁଡ଼ିକୁ ମନେରଖନ୍ତୁ: ହନୁମାନ ଚାଳିସା ପଢିବା ପୂର୍ବରୁ କିଛି ଜିନିଷ ଉପରେ ଯତ୍ନ ନେବା ଉଚିତ୍। ସ୍ନାନ କରିବା ପରେ ହନୁମାନ ଚାଳିସା ପାଠ ଆରମ୍ଭ ହେବା ଉଚିତ୍। ହନୁମାନଙ୍କର ପ୍ରତିମୂର୍ତ୍ତି କିମ୍ବା ଫଟୋ ସାମ୍ନାରେ ବସି ହନୁମାନ…
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଶେଷ ତାରିଖ। ଏହି ନିର୍ବାଚନରେ ମାନଖୁର୍ଦ ଶିବାଜୀ ଆସନ ଉପରେ ଅଧିକ ଚର୍ଚ୍ଚା ଚାଲିଛି। ବାସ୍ତବରେ, ଏହି ଆସନରୁ ଅଜିତ ପାୱାର ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଜେପିର ବିରୋଧ ସତ୍ତ୍ୱେ ଏହାର ନେତା ନବାବ ମଲିକଙ୍କୁ ପ୍ରାର୍ଥୀ କରିଛି। ବାସ୍ତବରେ ଅଜିତ ପାୱାରଙ୍କ ପାର୍ଟି ଏନସିପି ମହାୟୁତୀର ଏକ ଅଂଶ। ମହାରାଷ୍ଟ୍ର ବିଜେପି ନବାବ ମଲିକଙ୍କୁ ଟିକେଟ୍ ଦେବା ବିରୋଧରେ ଥିଲା। ବିଜେପି କହିଛି ଯେ, ସେମାନେ ନବାବ ମଲିକଙ୍କ ବିପକ୍ଷରେ ଅଛନ୍ତି। ଯଦି ତାଙ୍କୁ ପ୍ରାର୍ଥୀ କରାଯାଏ, ତେବେ ବିଜେପି କର୍ମୀମାନେ ନବାବ ମଲିକଙ୍କ ପାଇଁ କାମ କରିବେ ନାହିଁ। ବିଜେପିର ଏହି ଚାପ ସତ୍ତ୍ୱେ ଅଜିତ ପାୱାର ନବାବ ମଲିକଙ୍କୁ ପ୍ରାର୍ଥୀ କରିଛି। ବିଜେପି ମୁମ୍ବାଇ ୟୁନିଟ୍ ସଭାପତି ଶେଲାର୍ ଏକ ନ୍ୟୁଜ୍ ଚ୍ୟାନେଲ୍ କୁ କହିଥିଲେ ଯେ, ଆମେ ଅଣ୍ଡରୱାର୍ଲ୍ଡ ଡନ୍…
ଭୁବନେଶ୍ବର: ପୂର୍ବତଟ ରେଳପଥ (ECoR) ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳ ସଦନ, ଚନ୍ଦ୍ରଶେଖରପୁର ଠାରେ ରାଷ୍ଟ୍ରିୟ ଏକତା ଦିବସ ପାଳନ କରିଅଛି। ଏହି କାର୍ଯ୍ୟକ୍ରମରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ରକ୍ଷା କରିବାରେ ଏକତା ଏବଂ ଅଖଣ୍ଡତା ଉପରେ ଗୁରୁତ୍ୱାରୋପ କରାଯାଇ ଥିଲା। ରାଷ୍ଟ୍ରୀୟ ଏକତା ଦିବସକୁ ସ୍ମରଣୀୟ କରିବା ପାଇଁ ଆଜି ସକାଳେ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀ, କ୍ରୀଡା ବ୍ୟକ୍ତିତ୍ୱ, ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ ପୂର୍ବ ତଟ ରେଳ ମହିଳା କଲ୍ୟାଣ ସଂଗଠନର ସଦସ୍ୟ ମାନଙ୍କୁ ନେଇ ଆୟୋଜିତ “ରନ୍ ଫର୍ ୟୁନିଟି” ରାଲିକୁ ସବୁଜ ପତାକା ଦେଖାଇ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ଶୁଭାରମ୍ଭ କରିଥିଲେ। ଶ୍ରୀ ଫଙ୍କୱାଲ ତାଙ୍କ ଅଭିଭାଷଣରେ ପୂର୍ବତଟ ରେଳପଥର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଏକତା ଏବଂ ଅଖଣ୍ଡତାର ଆଦର୍ଶରେ ନିଜକୁ ସମର୍ପିତ କରିବାକୁ ଅନୁରୋଧ କରିଥିଲେ, ଯାହା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାରଣଦେଇପୁର ଗ୍ରାମରେ ଚାଲିଥିବା ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରି ଆଠ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସୂଚନା ମୁତାବକ ଉକ୍ତ ଗ୍ରାମରେ ଜୁଆ ଆଡ୍ଡା ଚାଲିଥିବାର ସୂଚନା ପାଇ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଉକ୍ତ ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୮ ଜୁଆଡ଼ି ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧୫ ହଜାର ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ବିଦ୍ୟୁତ୍ ସଟ୍ ରେ ଅଗ୍ନିକାଣ୍ଡ ଘଟି ୩ ଟି ପରିବାରର ୧୨ ବଖରା ଘର ଜଳି ପୋଡ଼ି ଧ୍ୱଂସ ହୋଇଯାଇଛି। ଉକ୍ତ ଅଗ୍ନିକାଣ୍ଡ ଘଟି କ୍ଷତିଗ୍ରସ୍ତ ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅଗ୍ନିକାଣ୍ଡ ସମୟରେ ଗୋଟିଏ ଘରୁ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ଘଟି ପ୍ରଚଣ୍ଡ ଶବ୍ଦରେ ଗ୍ରାମ ବାସିନ୍ଦା ଆତଙ୍କିତ ହୋଇ ପଡ଼ିଥିଲେ। କିନ୍ତୁ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡିନାହିଁ। ଏହି ଭଳି ପରିସ୍ଥିତିରେ ଗାଁ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ନୂଆଦିଲ୍ଲୀ: ଦୀପାବଳି ପର୍ବ ମଧ୍ୟରେ ମଧ୍ୟପ୍ରଦେଶର ଭୋପାଳରେ ଏକ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି। ଏହି ପୋଷ୍ଟରକୁ ବଜରଙ୍ଗ ଦଳ କର୍ମୀମାନେ ଲଗାଇଛନ୍ତି, ଯାହା ମାଧ୍ୟମରେ ଦିୱାଲୀ ସପିଂ କେବଳ ହିନ୍ଦୁ ଦୋକାନୀମାନଙ୍କଠାରୁ କରାଯିବା ଉଚିତ ବୋଲି ଅନୁରୋଧ କରାଯାଇଛି। ଏଥି ସହିତ ଅନ୍ୟ ଧର୍ମର ଲୋକଙ୍କ ଠାରୁ ସାମଗ୍ରୀ କ୍ରୟ ନକରିବାକୁ ଅନୁରୋଧ କରାଯାଇଛି। ଭୋପାଳ ସହରରେ ଲଗାଯାଇଥିବା ଏହି ପୋଷ୍ଟରଗୁଡ଼ିକରେ ଏହା ଲେଖାଯାଇଛି ଯେ, ‘ଆମର ପର୍ବ, ଆମ ପ୍ରିୟଜନଙ୍କ ସହିତ ବ୍ୟବହାର। ଯେଉଁମାନେ ଆପଣଙ୍କ କ୍ରୟରୁ ଦୀପାବଳି ପାଳନ କରିପାରନ୍ତି, ସେମାନଙ୍କଠାରୁ ଦିୱାଲୀ ସାମଗ୍ରୀ କ୍ରୟ କରନ୍ତୁ। ଏହାପୂର୍ବରୁ ଶ୍ରାବଣ ମାସରେ ଉତ୍ତରପ୍ରଦେଶରେ କାବାଡିଆଙ୍କ ଖାଦ୍ୟ ପାଇଁ ଦୋକାନରେ ସମ୍ପ୍ରଦାୟର ନିର୍ଦ୍ଦିଷ୍ଟ ନାମ ଲେଖିବାକୁ ଏକ ନିବେଦନ କରାଯାଇଥିଲା ଯେଉଁଥିରେ ଉତ୍ତେଜନା ଦେଖାଦେଇଥିଲା। ଏବେ ଭୋପାଳରେ ଲଗାଯାଇଥିବା ଏହି ପୋଷ୍ଟରଗୁଡ଼ିକ ପୁଣିଥରେ ବିବାଦକୁ ଆମନ୍ତ୍ରଣ କରୁଛନ୍ତି। ବାସ୍ତବରେ, ଦୀପାବଳି ମହୋତ୍ସବର ପ୍ରଥମ ଦିନରେ ଅର୍ଥାତ୍ ଧନତେରାସରେ ବିଶ୍ୱ…
ଭୁବନେଶ୍ୱର: ପବିତ୍ର ଦୀପାବଳୀ ପାଇଁ ଓମ୍ଫେଡ୍ ର ଅଭିନବ ପ୍ରୟାସ। ଦୀପାବଳୀ ଅବସରରେ ଭୁବନେଶ୍ୱରରେ ଓମ୍ଫେଡ ପକ୍ଷରୁ ଆଜିଠାରୁ ଖୋଲୁଛି ସ୍ୱତନ୍ତ୍ର ମିଷ୍ଠାନ୍ନ ଭଣ୍ଡାର। ଜନପଥର ୟୁନିଟ୍-୯ ଅନ୍ତର୍ଗତ କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ମୁଖରେ ଥିବା ଭେଣ୍ଡିଂ ଜୋନ୍ ରେ ଏହି ମିଠା ଦୋକାନ ଖୋଲାଯାଉଛି। ଦୀପାବଳୀ ଅବସରରେ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଓମ୍ଫେଡ୍ ର ମିଠା ଯଥା-ଛେନାପୋଡ, ରାବିଡି, ମିଠା ଦହି, ଘିଅ, ପନିର, ଆଇସ୍ କ୍ରିମ୍ ଆଦି ଯୋଗାଇ ଦେବାକୁ ଏହି ପ୍ରୟାସ କରାଯାଇଛି। ଲୋକମାନେ ଯେପରି ଉତ୍ତମ, ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ସୁଲଭ ମୂଲ୍ୟରେ ପାଇପାରିବେ, ସେଥିପାଇଁ ଓମ୍ଫେଡ୍ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ। କେବଳ ସେତିକି ନୁହେଁ, ହଜାର ହଜାର ଦୁଗ୍ଧ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଓମ୍ଫେଡ ଘିଅ ଏବେ ଜଗନ୍ନାଥଙ୍କ…
ସିଦ୍ଧାର୍ଥ ଶାଶ୍ଵତ ପଣ୍ଡା ସନାତନ ଧର୍ମ ଅନୁସାରେ ବେଦୋକ୍ତ ମତରେ ୩୩ କୋଟି ଦେବୀ ଦେବତା ଅଛନ୍ତି। ଏଠାରେ କୋଟି ଅର୍ଥାତ ସଂଖ୍ୟା ଗଣନା ର କୋଟି ନୁହେଁ। କୋଟି ଅର୍ଥାତ ପ୍ରକାର। ଏହି କ୍ରମରେ ସନାତନ ଧର୍ମ ଅନୁସାରେ ୩୩ ପ୍ରକାର ଦେବା ଦେବୀ ଅଛନ୍ତି। ଯଥା ଆଠ ବସୁ, ଏଗାର ରୁଦ୍ର, ବାର ଆଦିତ୍ୟ ଏବଂ ଦୁଇଟି ଅଶ୍ଵିନୀ କୁମାର ମିଶି ୩୩ ପ୍ରକାର ଦେବା ଦେବୀ ଙ୍କୁ ସନାତନି ମାନେ ଆରାଧନା କରିବାର ବିଧି ରହିଛି। ସେହି ଦେବୀ ଦେବତା ମାନଙ୍କ ମଧ୍ୟରୁ କେବଳ ପଂଚ ଦେବଙ୍କୁ ହିଁ ପୂଜା କରିବାର ପ୍ରାଧାନ୍ୟତା ଆବହମାନ କାଳରୁ ଚାଲି ଆସିଛି। କିଏ ସେହି ପାଞ୍ଚ ଦେବ? ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା, ଭିନ୍ନ ଭିନ୍ନ ନକର୍ତ୍ତବ୍ୟଙ୍ଗ ପଞ୍ଚ ଦେବ ନମସ୍ତୁତେ। ସେମାନେ ହେଲେ ଗଣପତି, ନାରାୟଣ, ରୁଦ୍ର, ଅମ୍ବିକା ଓ ଭାସ୍କର। ଏମାନଙ୍କୁ ପୂଜା ଆରାଧନା…
ମୁମ୍ବାଇ: ମହାରାଷ୍ଟ୍ରରେ ନିର୍ବାଚନ ଅଶାନ୍ତି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସମ୍ୱାଜିନଗର ମଧ୍ୟ ଆସନରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। କେବଳ ଏତିକି ନୁହେଁ, ନାମ ପ୍ରତ୍ୟାହାର କରିବା ପରେ ସିଏମ୍ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପାଇଁ ଏହା ଏକ ବଡ ଝଟକା। ସମ୍ୱାଜିନଗର ମଧ୍ୟ ଆସନରୁ କିଶନଚନ୍ଦ ତନୱାନୀ ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରିବା ପରେ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଏଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏମଭିଏ ଏକ ବଡ଼ ବ୍ୟବଧାନରେ ହାରିବ। ନାମାଙ୍କନପତ୍ର ଦାଖଲ ପାଇଁ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଏକ ସାମ୍ବାଦିକ ସମ୍ମିଳନୀରେ କିଶାନଚନ୍ଦ ତନୱାନି ତାଙ୍କ ନାମ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ନାମାଙ୍କନପତ୍ର ଦାଖଲ କରିବାର ଆଜି ଶେଷ ଦିନ। ରାଜନୈତିକ ମହଲରେ…
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକନାଥ ସିନ୍ଦେ ଦଳର ଶିବସେନା ସୋମବାର ଦିନ ତୃତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଶିବସେନାର ୧୩ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ବିଜେପି ନେତା ଶାଇନା ଏନସିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ସିନ୍ଦେ ଦଳ ମୁମ୍ବାଦେବୀ ବିଧାନସଭା ଆସନରୁ ସାଇନା ଏନସିଙ୍କୁ ପ୍ରାର୍ଥୀ କରିଛି। ଏକନାଥ ସିନ୍ଦେ ଦଳ ଦ୍ୱାରା ପ୍ରକାଶିତ ଏହି ତାଲିକାରେ ୧୩ ଜଣ ଶିବସେନା ପ୍ରାର୍ଥୀଙ୍କ ବ୍ୟତୀତ୨ ସହଯୋଗୀ ଦଳର ଆସନ ମଧ୍ୟ ଉଲ୍ଲେଖ କରାଯାଇଛି। ଜନସୁରାଜ୍ୟକୁ ଶିବସେନା କୋଟାରୁ ଗୋଟିଏ ଆସନ ମିଳିଛି। ହାତକଣଙ୍ଗଲେ ଆସନରୁ ଜନସୁରାଜ୍ୟ ପକ୍ଷର ପ୍ରାର୍ଥୀ ଅଶୋକରାଓ ମାନେ ହେବେ।
ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକସଭା ଆସନରୁ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ମୋଟ ୨୧ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସାଧାରଣତଃ ଲୋକମାନେ ନିର୍ବାଚନରେ ଛିଡା ହୁଅନ୍ତି ଯାହା ଦ୍ଵାରା ସେମାନେ ଜିତି ଅଞ୍ଚଳ ପାଇଁ ଉନ୍ନତ କାର୍ଯ୍ୟ କରିପାରିବେ। କିନ୍ତୁ ଏହି ୨୧ ଜଣଙ୍କ ମଧ୍ୟରେ ଜଣେ ଚେହେରା ଅଛନ୍ତି ଯିଏ ନିର୍ବାଚନ ରାଜା ନାମରେ ପ୍ରସିଦ୍ଧ ଏବଂ ସେ କେବଳ ଦୁଇଥର କିମ୍ବା ଚାରିଥର ନୁହେଁ ୨୪୫ ଥର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ଏହା କରିଥିବା ପ୍ରଥମ ବ୍ୟକ୍ତି ନୁହଁନ୍ତି। ତାଙ୍କ ପରି ଅନ୍ୟ ଲୋକ ଅଛନ୍ତି, ଯେଉଁମାନେ ୧୦୦-୨୦୦ ଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ତାମିଲନାଡୁର ୬୫ ବର୍ଷିୟ କେ.କେ ପଦ୍ମରାଜନ କହିଛନ୍ତି ଯେ, ସେ ବଞ୍ଚିଥିବା ପର୍ଯ୍ୟନ୍ତ ସେ ନିର୍ବାଚନ ନାମାଙ୍କନପତ୍ର ପୂରଣ କରିବେ ଏବଂ ତାଙ୍କୁ ଭୋଟ୍ ନଦେବାକୁ ଭୋଟରଙ୍କୁ କହିବେ। ପଦ୍ମରାଜନ ପଞ୍ଚାୟତ, ପୌରପାଳିକା, ବିଧାନସଭା ଏବଂ ଏପରିକି…

