ମେଷ ରାଶିଫଳ- ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର…
Author: SM Network
ନୂଆଦିଲ୍ଲୀ: ଗୁଜରାଟର ଆନନ୍ଦ ଠାରେ ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (ଏନଡିଡିବି)ର ହୀରକ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ୩୦୦ କୋଟି ଟଙ୍କାର ଅନେକ କୃଷକ କଲ୍ୟାଣକାରୀ ଯୋଜନାର ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ପଞ୍ଚାୟତିରାଜ, ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିକଟରେ ଆରମ୍ଭ ହୋଇଥିବା ଶ୍ୱେତ ବିପ୍ଳବ ୨.୦ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଜାରି କରାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦର୍ଶାଯାଇଥିବା ସମସ୍ତ ପ୍ରମୁଖ କୃଷକ ଅନୁକୂଳ ପଏଣ୍ଟକୁ ଅନ୍ତର୍ଭୁକ୍ତ କରାଯାଇଛି। ସେ ଉଲ୍ଲେଖ କରିଥିଲେ ଯେ ସମବାୟ କ୍ଷେତ୍ର ଏକ ଲକ୍ଷ ନୂତନ ଏବଂ ପୂର୍ବରୁ ରହିଥିବା ଡାଏରୀଗୁଡିକୁ ସଶକ୍ତ କରିବ ଏବଂ…
ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା “ଦାନା”ର ଉପଯୁକ୍ତ ମୁକାବିଲା ଓ ପରବର୍ତ୍ତୀ ପୁନଃରୁଦ୍ଧାର କାର୍ଯ୍ୟ ପନ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମ୍ଭାବ୍ୟ ବାତ୍ୟା “ଦାନା”ର ଦିଗ, ଏହାର ପ୍ରତିକାର ଏବଂ ଆନୁସଙ୍ଗିକ ବ୍ୟବସ୍ଥା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ” ଶୂନ୍ୟ ମୃତ୍ୟୁ ” ଲକ୍ଷ୍ୟ ରଖିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପୋଲିସ ବିଭାଗ ତରଫରୁ ସମସ୍ତ ଉଦ୍ୟମ କରିବାକୁ DGP ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଡିଜିପି ଶ୍ରୀ ଖୁରାନିଆ ବାତ୍ୟା ଆଶ୍ରୟ ସ୍ଥଳରେ ପୋଲିସ ଫୋର୍ସ ମୁତୟନ, ସମୁଦ୍ର କୂଳ ଅଞ୍ଚଳରେ ମେରାଇନ ପୋଲିସ ପକ୍ଷରୁ ସଚେତନତା, ଉପକୂଳ ଅଞ୍ଚଳରୁ ଜନ ସାଧାରଣଙ୍କୁ ଉଦ୍ଧାର, ଓଡ୍ରାଫ ବାହିନୀକୁ ଉପଯୁକ୍ତ ସ୍ଥାନରେ ମୁତୟନ…
ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି। ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନଙ୍କ ସହ ସେ ଆଲୋଚନା କରିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ବ୍ୟବସାୟୀ ସଂଘକୁ ପରାମର୍ଶ ଦେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ମନ୍ତ୍ରୀ ବ୍ୟବସାୟୀ ସଂଘକୁ ଅନୁରୋଧ କରିଛନ୍ତି। ଅନାବଶ୍ୟକ ଭାବେ ଆବଶ୍ୟକତାଠାରୁ ଅଧିକ ଦାମ୍ରେ ସାମଗ୍ରୀ ବିକ୍ରୟ କରୁଥିବା ଅସାଧୁ ବ୍ୟକ୍ତି ଏବଂ କଳାବଜାରୀ କରୁଥିବା ବେପାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ବୈଠକରେ ବ୍ୟବସାୟୀ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ…
ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (CL) ଓ ୫ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି ( Special CL) ସହିତ ପାଇ ପାରିବେ। ଏହି ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ସେମାନେ ମାସକୁ ଗୋଟିଏ ଦିନ ଲାଭ କରି ପାରିବେ। ମହିଳା ମାନଙ୍କ ମାସିକ ଧର୍ମ ଜନିତ କାରଣରୁ ଏହି ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଯେ ଏହି ଅତିରିକ୍ତ ସାମୟିକ ଛୁଟି ପୂର୍ବରୁ ୧୦ ଦିନ ପାଇଁ ମିଳୁଥିଲା।
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ରମଶଃ ବାତ୍ୟା ରୂପ ନେଇଛି। ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ପାଇଁ ଚିଲିକା ପଞ୍ଚାୟତ ସମିତି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ସମ୍ମିଳନୀ କକ୍ଷରେ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ଭାବ୍ୟ ବାତ୍ୟା’ ‘ଦାନା’ ପ୍ରଭାବରେ ଜନସାଧାରଣ,ଗୃହପାଳିତ ପ୍ରାଣୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ବ୍ଲକ ଅନ୍ତର୍ଗତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକୁ ଜନସାଧାରଣଙ୍କ ନିମନ୍ତେ ନିୟୋଜିତ କରିବାସହ ଉକ୍ତ କେନ୍ଦ୍ର ମାନଙ୍କରେ ବିଦ୍ୟୁତ ସଂଯୋଗ, ଆଲୋକୀକରଣ, ମହମବତୀ, ପାନୀୟଜଳ, ଶୁଖିଲା ଓ ରନ୍ଧା ଖାଦ୍ୟ ମହଜୁଦ ରଖିବା ସାଙ୍ଗକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଔଷଧ ଗଛିତ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ବାତ୍ୟାରେ ଗମନାଗମନ ବେଳେ ଉପୁଜୁଥିବା ଅସୁବିଧା ଦୂର କରିବାକୁ…
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା “ଦାନା” କୁ ମୁକାବିଲା କରିବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ରେଳ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ଅତୀତର ବାତ୍ୟା ବିଭୀଷିକାର ଅଭିଜ୍ଞତା ଉପରେ ଧ୍ୟାନ ଦେଇ ଟ୍ରେନ୍ ସେବା ଉପରେ ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବାକୁ ପୂର୍ବତଟ ରେଳପଥ ସକ୍ରିୟ ଭାବରେ ପ୍ରସ୍ତୁତ ହୋଇଛି। ବାତ୍ୟା ମୁକାବିଲାର ପ୍ରସ୍ତୁତତାକୁ ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳପଥ ଏହାର ମୁଖ୍ୟାଳୟ ରେଳ ସଦନ ସହିତ ଖୋର୍ଦ୍ଧା ରୋଡ, ବିଶାଖାପାଟନମ୍ ଏବଂ ସମ୍ବଲପୁରରେ ଥିବା ରେଳ ମଣ୍ଡଳ ମୁଖ୍ୟାଳୟରେ 24 ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିଛି। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁଥିବା ଟ୍ରେନ୍ ସେବା ଏବଂ ରେଳ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ପାଇଁ ଏହି ଦଳଗୁଡିକ ଉତ୍ସର୍ଗୀକୃତ ରହି ସେମାନଙ୍କର କାର୍ଯ୍ୟ ସମ୍ପାଦନ କରିବେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ବାତ୍ୟା ସମ୍ବନ୍ଧୀୟ ପ୍ରସ୍ତୁତି…
ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଘୂର୍ଣ୍ଣିଝଡ଼ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଉପକୂଳ କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲା ମଧ୍ୟରେ କୌଣସି ଏକ ସ୍ଥାନରେ ଘୂର୍ଣ୍ଣିଝଡ଼ ‘ଦାନା’ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ମଙ୍ଗଳବାର ସକାଳେ ଅବପାତର ରୂପ ନେଇଥିବା ବେଳେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ମଙ୍ଗଳବାର ସକାଳ ୮.୩୦ ସୁଦ୍ଧା ଏହା ପାରାଦ୍ୱୀପର ଦକ୍ଷିଣ ପୂର୍ବ ଦିଗରେ ୭୦୦ କିମି ଦୂରରେ ରହିଥିବା ସେ କହିଛନ୍ତି। ଏହା ଘନୀଭୂତ ହୋଇ ଅକ୍ଟୋବର ୨୩ ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର…
ସୁବାଷ କୁମାର ତାରଣିଆ ଭୁବନେଶ୍ଵର: ଗତ କିଛିମାସ ତଳେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗରେ ଖାଦ୍ୟ ଗ୍ରହଣକୁ ନେଇ ଯୁକ୍ତିତର୍କ, ଠେଲାପେଲା, ହାତାହାତି ହୋଇଥିଲା। ଏପରିକି ମାମଲା ଥାନାରେ ପହଞ୍ôଚଥିଲା ଓ ଉଭୟ ପକ୍ଷଙ୍କୁ ପୋଲିସ୍ ଗିରଫ କରିଥିଲା। ସେହି ଘଟଣାର ଦୃଶ୍ୟ ସମାଜିକ ଗଣମାଧ୍ୟମରେ ତୁହାକୁ ତୁହା ଦେଖିବାକୁ ମିଳିଥିଲା। ଚା ଖଟି ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ମଧ୍ୟରେ ସେହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିଛି ଲୋକ ବିଜ୍ଞାନ ଧର୍ମବିରୋଧୀ ଏହା ଓଡ଼ିଆ ଜାତି, ସଂସ୍କୃତି ଓ ପରମ୍ପରାକୁ କୁଠାରଘାତ କରୁଛି ବୋଲି କହୁଥିବା ବେଳେ ଆଉ କିଛି ଲୋକ କୁହନ୍ତି ବିଜ୍ଞାନ ଧର୍ମ ବିରୋଧୀ ନୁହେଁ, ବରଂ ଅନ୍ଧବିଶ୍ୱାସ ପଛରେ ଥିବା ବୈଜ୍ଞାନିକ କାରଣକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯଦି ବିଜ୍ଞାନ ଓ ଅନ୍ଧବିଶ୍ୱାସକୁ ତର୍ଜମା କରିବା, ତେବେ ଏହିିସବୁ ଚିନ୍ତାଧାରା ଅଯୌକ୍ତିକ ଓ କପୋଳକଳ୍ପିତ ବୋଲି ଲୋକ ଯୁକ୍ତି ବାଢିବେ।…
ଭୁବନେଶ୍ଵର: କ୍ରୋଧ ହେବାର ଅନେକ କାରଣ ଥାଇପାରେ। ଆର୍ଥିକ ପ୍ରତିବନ୍ଧକ, କାରବାରରେ ପ୍ରତାରଣା, ଟେନସନ ଏବଂ ଚାପ ଭଳି ଅନେକ କାରଣ ଅଛି। କିନ୍ତୁ ଆପଣ ଜାଣନ୍ତି କି କିଛି ଖାଦ୍ୟ ସାମଗ୍ରୀ ଅଛି ଯାହା ଖାଇବା ଦ୍ୱାରା ଆପଣଙ୍କୁ କ୍ରୋଧିତ କରିପାରେ। ଏପରି ପରିସ୍ଥିତିରେ, ଏଠାରେ ଆମେ ଆପଣଙ୍କୁ ସେହି ଖାଦ୍ୟ ବିଷୟରେ କହିବୁ ଯାହା ଖାଇବା ଦ୍ୱାରା ଆପଣଙ୍କୁ କ୍ରୋଧିତ କରିପାରେ। ଆସନ୍ତୁ ଜାଣିବା- ଟମାଟୋ: ଟମାଟୋ ଏକ ଭଲ ଖାଦ୍ୟ, କିନ୍ତୁ ଏହାକୁ ଖାଇବା ଦ୍ୱାରା ଉତ୍ତାପ ବଢିଥାଏ, ଯେଉଁ କାରଣରୁ ଆମେ କ୍ରୋଧିତ ହୋଇଥାଉ। ଆୟୁର୍ବେଦରେ ଗରମ ଖାଦ୍ୟ ପ୍ରାୟତଃ କ୍ରୋଧ ସହିତ ଜଡିତ ହୋଇଥାଏ। ତଥାପି, ଏହାର ଅର୍ଥ ନୁହେଁ ଯେ ଆପଣ ଟମାଟୋ ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ବାଇଗଣ: ବାଇଗଣ ଖାଇବା ମଧ୍ୟ ଆପଣଙ୍କୁ କ୍ରୋଧିତ କରେ। ଯେହେତୁ ବାଇଗଣରେ ଅମ୍ଳତା ଅଧିକ, ଏହା କ୍ରୋଧ କିମ୍ବା ନିରାଶାର ଭାବନା ସୃଷ୍ଟି କରିପାରେ। ଏପରି…
ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ସ୍କୁଲ ଉପରେ ବୋମା ମାଡ଼ ହେବାର ଧମକ ଆସିଛି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଦିଲ୍ଲୀର ୨ ଟି ବିଦ୍ୟାଳୟ ଏବଂ ହାଇଦ୍ରାବାଦର ୧ ଟି ସ୍କୁଲ ଉପରେ ବୋମା ଧମକ ହୋଇଛି। ଏହି ଧମକ ଇମେଲ ମାଧ୍ୟମରେ ପଠାଯାଇଛି। ଏହା ବ୍ୟତୀତ ମେଲର ପ୍ରେରକ ପୂର୍ବତନ ଡିଏମକେ ନେତା ଜଫର ସାଦିକଙ୍କ ଗିରଫଦାରୀ ବିଷୟରେ ଉଲ୍ଲେଖ କରିଛି। ନିକଟରେ ତାଙ୍କୁ ଏନସିବି ଏବଂ ପରେ ଇଡି ଗିରଫ କରିଥିଲା। ଏହା ବ୍ୟତୀତ ତାମିଲନାଡୁର କୋଏମ୍ବାଟୁର ଚିନ୍ନାଭେଦମ୍ପଟ୍ଟି ଏବଂ ସରଭନମ୍ପଟ୍ଟିର ଦୁଇଟି ଘରୋଇ ବିଦ୍ୟାଳୟକୁ ମଧ୍ୟ ବୋମା ଧମକ ଦିଆଯାଇଛି। ବିପଦ ବିଷୟରେ ସୂଚନା ପାଇବା ପରେ ବୋମା ନିରୋଧକ ଦଳ ଏହି ସମସ୍ତ ବିଦ୍ୟାଳୟରେ ପହଞ୍ଚିଛନ୍ତି। ଏହା ପରେ ବିଦ୍ୟାଳୟଗୁଡ଼ିକୁ ଖାଲି କରାଯାଇ ତଦନ୍ତ କରାଯାଇଛି। ତଥାପି କୌଣସି ସନ୍ଦେହଜନକ ସନ୍ଧାନ ମିଳି ନାହିଁ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଅକ୍ଟୋବର ୨୦…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଦୀର୍ଘ ଦିନ ଧରି ବାହାରେ ରହିଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ଏହି ଦଳକୁ ଫେରିଛନ୍ତି। ଋତୁରାଜ ଗାଇକ୍ଵାଡଙ୍କୁ ଦଳର ଅଧିନାୟକ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ତେବେ ଆସନ୍ତୁ ଜାଣିବା ଏହି ଟୁର୍ ରେ ଅନ୍ୟ କେଉଁ ଖେଳାଳି ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ବାସ୍ତବରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବୋର୍ଡ ଇଣ୍ଡିଆ-ଏ ଦଳ ଘୋଷଣା କରିଛି। ୩୧ ଅକ୍ଟୋବରରୁ ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଦୁଇଟି ପ୍ରଥମ ଶ୍ରେଣୀ (ଚାରି ଦିନିଆ) ମ୍ୟାଚ୍ ଖେଳାଯିବ। ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବା ପରେ ଭାରତ-ଏ ଦଳ ଭାରତୀୟ ସିନିୟର ପୁରୁଷ ଦଳ ବିପକ୍ଷରେ ତିନି ଦିନିଆ ଇଣ୍ଟ୍ରା- ସ୍କ୍ୱାର୍ଡ ମ୍ୟାଚରେ ଭାଗ ନେବ। ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ପ୍ରଥମ ପ୍ରଥମ ଶ୍ରେଣୀ ମ୍ୟାଚ୍ ମକାୟରେ ଖେଳାଯିବ। ଏହା ପରେ ମେଲବର୍ଣ୍ଣରେ ଦ୍ୱିତୀୟ ମ୍ୟାଚ୍…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ଝାଡ଼ାଙ୍କୁଲି ଗ୍ରାମର ମୁଖ୍ୟ ରାସ୍ତାରେ ବାବୁ ସାହୁ ନାମକ ଜଣେ ପେଷାଦାର ଅପରାଧୀ ଯୁବକକୁ ସଙ୍ଘବଦ୍ଧ ଆକ୍ରମଣ କରି ଦୁର୍ବୁତ୍ତମାନେ ଟଙ୍କା ଲୁଟ୍ କରିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ବାବୁଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁସାରେ ଗୁରୁତର ଆହତ ବାବୁ ସାହୁ ଜଣେ ପୁରୁଣା ଅପରାଧୀ ଓ ସେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ମକଦ୍ଦମାରେ ଅଭିଯୁକ୍ତ। ଏହି ଭଳି ପରିସ୍ଥିତିରେ ସେ ଗାଁରେ ନରହି ଅନ୍ୟତ୍ର ରହୁଥିଲେ। ଏହି ଗତ କିଛି ଦିନ ହେଲା ସେ ଗାଁ କୁ ଆସିଥିଲେ। ଖବର ପାଇ ତାଙ୍କର ପୁରୁଣା ଶତ୍ରୁତାକୁ ନେଇ ଅନ୍ୟ ଗାଁର କିଛି ଯୁବକ ସଙ୍ଘବଦ୍ଧ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପରିବାର ଲୋକଙ୍କଠାରୁ ପ୍ରକାଶ।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦଶହରରେ ସୋମବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଘରେ ରଖାଯାଇଥିବା ସିଲିଣ୍ଡରର ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦଶ ଜଣ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘର ମଧ୍ୟ ଭୁଶୁଡି ପଡିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ପାଇବା ମାତ୍ରେ ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁଃଖଦ ଦୁର୍ଘଟଣା ରାତି ପ୍ରାୟ ସାଢେ ୮ ଟାରୁ ୯ ଟା ମଧ୍ୟରେ ବୁଲନ୍ଦଶହର ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଘଟିଥିଲା। ତେବେ ବର୍ତ୍ତମାନ ଏହି ସିଲିଣ୍ଡର ଘରୋଇ ଏଲପିଜି ସିଲିଣ୍ଡର କିମ୍ବା ଅମ୍ଳଜାନ ସିଲିଣ୍ଡର ଥିଲା ତାହା ସ୍ପଷ୍ଟ ହୋଇନାହିଁ। କିଛି ଲୋକ କୁହନ୍ତି ଯେ ବିସ୍ଫୋରଣ ଏକ ଅମ୍ଳଜାନ ସିଲିଣ୍ଡରରେ ଘଟିଛି। ବିସ୍ଫୋରଣର ଶବ୍ଦ…
ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ଯାତ୍ରା କରିଛନ୍ତି। ଅନେକ ଦେଶର ନେତା ରୁଷର କଜାନରେ ଗୋଟିଏ ମଞ୍ଚରେ ଏକାଠି ହେବେ। ବ୍ରିକ୍ସ ଶିଖର ସମ୍ମିଳନୀରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନେକ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିବେ। ୧୬ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦୁଇ ଦିନିଆ ଗସ୍ତ। ବ୍ରିକ୍ସ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏଥର ବ୍ରିକ୍ସ ସମ୍ମିଳନୀରେ ଆର୍ଥିକ ସହଯୋଗ, ଜଳବାୟୁ ପରିବର୍ତ୍ତନ ଏବଂ ଆନ୍ତର୍ଜାତୀୟ ନିରାପତ୍ତା ଭଳି ବିଶ୍ୱସ୍ତରୀୟ ଆହ୍ଵାନର ମୁକାବିଲା ଉପରେ ଧ୍ୟାନ ଦିଆଯିବ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ସଦସ୍ୟ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ସୂଚନା ଅନୁଯାୟୀ ରୁଷର କଜାନ ସହରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଭାରତୀୟ ସମ୍ପ୍ରଦାୟର…
ନୂଆଦିଲ୍ଲୀ: ଗ୍ରୀନ୍ ହାଇଡ୍ରୋଜେନ୍ ଫୁଏଲ ସେଲ୍ ବସରେ ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେଙ୍କ ସହିତ ଯାତ୍ରାରେ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, ଗ୍ରୀନ୍ ହାଇଡ୍ରୋଜେନ୍ ଫୁଏଲ ସେଲ୍ ବସ୍ ସ୍ଥାୟୀତା ବୃଦ୍ଧି ଏବଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଭବିଷ୍ୟତରେ ଯୋଗଦାନ କରିବା ପାଇଁ ଭାରତର ପ୍ରୟାସର ଏକ ଅଂଶ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ର ଏକ୍ସ ପୋଷ୍ଟ ଉପରେ ଏକ ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି: ଗ୍ରୀନ୍ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ବସ୍ ରେ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ବସିବାରେ ସକ୍ଷମ ହୋଇଥିବାରୁ ମୁଁ ଆନନ୍ଦିତ। ଏଭଳି ବସ୍ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଭବିଷ୍ୟତରେ ଯୋଗଦାନ କରିବା ପାଇଁ ଆମର ପ୍ରୟାସର ଏକ ଅଂଶ। @tsheringtobgay”
ଖୋର୍ଦ୍ଧା: ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେହୁରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଉଦ୍ୟାନ, କୃଷି, ସଂସ୍କୃତି, ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲା ସୂଚନା ଅଧିକାରୀ ଉପସ୍ଥିତ ଥିଲେ। ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା କୁ ମତ୍ସ୍ୟ ଚାଷୀ ଓ ପ୍ରାଣୀ ପାଳନ କରୁଥିବା ଚାଷୀ ଙ୍କ ସଚେତନତା ନିମନ୍ତେ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗରୁ ଆଲୋଚନା ହୋଇଥିଲା।ଆସନ୍ତା ନଭେମ୍ବର ମାସ ୨୦ ଓ ୨୧ତାରିଖ ଦିନ ହାଭେଳି ପଡିଆ ଠାରେ ଏହି ମେଳା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଗଲା।
ଖୋର୍ଦ୍ଧା: ସୋମବାରଅପରାହ୍ନ ୦୩:୦୦ ଘଟିକା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଆଭାସୀ ଯୋଗେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଯନ୍ତ୍ରି, ତହସିଲଦାର, ବିଦ୍ୟୁତ ବିଭାଗ, ଟେଲିକମ ବିଭାଗ, କୃଷି ବିଭାଗ, ୱାଟ କୋ, ଆର ଡବ୍ଲ୍ୟୁ ଏସ ଏସ, ପୋଲିସ, ଫରେଷ୍ଟ, ଫେୟାର ଏବଂ ଯୋଗାଣ ବିଭାଗ ଅଧିକାରୀ ଡେପୁଟି କଲେକ୍ଟର (ଜରୁରୀକାଳୀନ), ସିଡିଏମ୍ଓ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ମେଡିଆ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସୋସିଆଲ୍ ମେଡିଆ ଇତ୍ୟାଦି ସମସ୍ତ ବିଭାଗ ଆଗୁଆ ତତ୍ପର ରହି ବାତ୍ୟାକୁ ମୁକାବିଲା କରିବାକୁ ଆହ୍ୱାନ କରିଥିଲେ। ପାଣି ଟ୍ୟାଙ୍କର ସହ ପାଣି ବୋତଲ ମହଜୁଦ ରଖିବାକୁ PHD ଏବଂ RWSSଙ୍କୁ ପରାମର୍ଶ ଦେଇଥିଲେ। ସିଡିଏମ୍ଓ ଙ୍କୁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ORS, Medicine, ଆମ୍ବୁଲାନ୍ସ ମହଜୁଦ ରଖିବାକୁ / ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମା ଏବଂ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା (ପିଏମ୍ବିଜେପି) ଅକ୍ଟୋବର ୨୦୨୪ରେ ୧୦୦୦ କୋଟି ଟଙ୍କାର ବିକ୍ରି ସହ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଗତ ବର୍ଷ ତୁଳନାରେ ଏହା ଏକ ମହତ୍ୱପୂର୍ଣ୍ଣ ଅଭିବୃଦ୍ଧି ଏବଂ ଏହି ଲକ୍ଷ୍ୟ ୨୦୨୩ ଡିସେମ୍ବରରେ ହାସଲ କରାଯାଇଥିଲା। ଏହି ସଫଳତା ସୁଲଭ ତଥା ଗୁଣାତ୍ମକ ଔଷଧ ପ୍ରତି ଲୋକମାନଙ୍କର ବୃଦ୍ଧି ପାଉଥିବା ବିଶ୍ୱାସ ଏବଂ ନିର୍ଭରଶୀଳତାକୁ ଦର୍ଶାଉଛି। ଏହା କେବଳ ନାଗରିକମାନଙ୍କର ସମର୍ଥନ ଯୋଗୁଁ ହିଁ ସମ୍ଭବ ହୋଇପାରିଛି, ଯେଉଁମାନେ ସମଗ୍ର ଦେଶରେ ୧୪,୦୦୦ରୁ ଅଧିକ ଜନଔଷଧି କେନ୍ଦ୍ରରୁ ଔଷଧ କ୍ରୟ କରି ଏହି ପଦକ୍ଷେପକୁ ଗ୍ରହଣ କରିଛନ୍ତି। ଏହି ଅଭିବଦ୍ଧୃି ହେଉଛି କମ ଖର୍ଚ୍ଚରେ ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଇଁ ସୁଲଭ ତଥା ଶସ୍ତା କରିବା ନିମନ୍ତେ ପିଏମ୍ବିଆଇର ପ୍ରତିବଦ୍ଧତାର ପ୍ରମାଣ। ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ପିଏମ୍ବିଆଇ ସେପ୍ଟେମ୍ବର ୨୦୨୪ରେ ଗୋଟିଏ ମାସରେ ୨୦୦ କୋଟି ଟଙ୍କାର ଔଷଧ ବିକ୍ରି କରିଥିଲା।…
ଉପେନ୍ଦ୍ର ବଳିୟାରସିଂହ ଜଣେ ଯୁବକ ମା’ ଆନନ୍ଦମୟୀଙ୍କୁ ପ୍ରଶ୍ନ କଲା, “ମା’, ତୁଳସୀ ଦାସ ତ ଜଣେ ମହାନ ଜ୍ଞାନୀ ଓ ଭକ୍ତ ଥିଲେ।” ମା’ ଉତ୍ତର ଦେଲେ, “ନିଃସନ୍ଦେହରେ ସେ ଥିଲେ।” ଯୁବକ ପଚାରିଲା “ଯେତେବେଳେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ବିଗ୍ରହ ରୂପରେ ଦର୍ଶନ ଦେଲେ, ସେତେବେଳେ ତୁଳସୀ ଦାସ କାହିଁକି କହିଲେ, ଆପଣଙ୍କର ଏହି ରୂପକୁ ମୁଁ ଦେଖିବାକୁ ଚାହେଁ ନାହିଁ। ମୋତେ ଧନୁର୍ଦ୍ଧାରୀ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅନ୍ତୁ।” ଏହା କ’ଣ ଜ୍ଞାନର କଥା ଥିଲା?” ଏପରି ଭାବରେ ତୁଳସୀ ଦାସଜୀ ତାଙ୍କୁ ଭିନ୍ନ ବୋଲି କେମିତି ବୁଝିଲେ?” ମା’ ଉତ୍ତର ଦେଲେ “ବତ୍ସ! ତୁମେ କହୁଛ ନା ତୁଳସୀ ଦାସ ଜ୍ଞାନୀ ଥିଲେ ଏବଂ ଭକ୍ତ ମଧ୍ୟ ଥିଲେ। ସେ ତ ଜ୍ଞାନର କଥା କହିଲେ, ତୁମେ ମୋତେ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅ। ମୁଁ ଆପଣଙ୍କର ଏହି (କୃଷ୍ଣ ରୂପ) ରୂପ ଦର୍ଶନ କରିବାକୁ…
ମେଷ: – ଆଜି ଏକ ଭଲ ଦିନ ହେବ । ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ । କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବନ୍ଦ ହୋଇଥିବା ଟଙ୍କା ମିଳିପାରିବ । କୌଣସି କାରବାରରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । ପରିବାରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିବାହିତ ଜୀବନ ସୁଖୀ ହେବ । ବୃଷ: – ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ ରହିବ ।…

