ନୂଆଦିଲ୍ଲୀ: ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖୁସି ଜାହିର କରିଛନ୍ତି। ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ ରଖୁଥିବା ଲୋକଙ୍କ ମନରେ ଏହା ଖୁସିର ଭାବନା ପ୍ରଜ୍ୱଳିତ କରିଛି ବୋଲି ସେ କହିଛନ୍ତି। କଲମ୍ବୋ ଠାରେ ଆଇସିସିଆର ଦ୍ୱାରା ଆୟୋଜିତ ‘ପାଲି ଏକ ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଦେଶର ବିଦ୍ୱାନ ଏବଂ ଭିକ୍ଷୁ ମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଧନ୍ୟବାଦ ଅର୍ପଣ କିଛନ୍ତି। ଶ୍ରୀଲଙ୍କା ହ୍ୟାଣ୍ଡଲରେ ଭାରତ ପକ୍ଷରୁ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି: “ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ କରୁଥିବା ଲୋକଙ୍କ ମନରେ ଖୁସିର ଭାବନା ପ୍ରଜ୍ୱଳିତ କରିଥିବା ଜାଣି ଖୁସି ହେଲି। କଲମ୍ବୋରେ ହୋଇଥିବା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଭିନ୍ନ ଦେଶର…
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇନ୍-ସ୍ପେସ୍ ଅଧୀନରେ ମହାକାଶ କ୍ଷେତ୍ର ପାଇଁ ୧ ହଜାର କୋଟି ଟଙ୍କାର ଭେଞ୍ଚର୍ କ୍ୟାପିଟାଲ ପାଣ୍ଠି ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଛି। ଆର୍ଥିକ ପ୍ରଭାବ: ପ୍ରସ୍ତାବିତ ୧ହଜାର କୋଟି ଟଙ୍କାର ଭେଞ୍ଚର୍ କ୍ୟାପିଟାଲ ପାଣ୍ଠି କାର୍ଯ୍ୟକାରୀ ହେବା ତାରିଖ ଠାରୁ ପାଞ୍ଚ ବର୍ଷ ମଧ୍ୟରେ ଏହାକୁ ବିନିଯୋଗ କରିବା ଲାଗି ଯୋଜନା କରାଯାଇଛି। ନିବେଶ ସୁଯୋଗ ଏବଂ ପାଣ୍ଠି ଆବଶ୍ୟକତାକୁ ଆଧାର କରି ପ୍ରତି ବର୍ଷ ହାରାହାରୀ ୧୫୦-୨୫୦ କୋଟି ଟଙ୍କା ବିନିଯୋଗ କରାଯିବ। କମ୍ପାନିର ସ୍ଥିତି, ଏହାର ଅଭିବୃଦ୍ଧି ପଥ ଏବଂ ଜାତୀୟ ମହାକାଶ ସାମର୍ଥ୍ୟ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ଉପରେ ନିର୍ଭର କରି ୧୦-୬୦ କୋଟି ଟଙ୍କାର ପୁଞ୍ଜିନିବେଶର ସୂଚକ ସୀମା ଧାର୍ଯ୍ୟ କରାଯାଇଛି। ସୂଚକ ଇକ୍ୱିଟି ନିବେଶ ସୀମା ନିମ୍ନମତେ ହୋଇପାରେ: ବିକାଶ ସ୍ଥିତି: ୧୦ କୋଟି ଟଙ୍କା-୩୦ କୋଟି ଟଙ୍କା ବିଳମ୍ବିତ ବିକାଶ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସ ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ନେଇ ବାଣପୁର ଆଇଆଇସି ରମେଶ କୁମାର ଦେବତା ସୂଚନା ଦେଇଛନ୍ତି। ସୂଚନା ମୁତାବକ ଚଳିତ ମାସ ୧୮ ତାରିଖରେ ବାଣପୁର ବ୍ଲକ ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ଗୋଦାମ ଗୃହରୁ ୫୮ ଗୋଟି ଚାଉଳ ବସ୍ତା ଏବଂ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବାର ବାଣପୁର ଥାନାରେ ସରପଞ୍ଚ ଏବଂ ପିଇଓ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ତ୍ୱରିତ ତଦନ୍ତ କରି ପୋଲିସ ଉକ୍ତ ଚୋରିରେ ସାମିଲ ଥିବା ପାଞ୍ଚ ଅଭିଯୁକ୍ତଙ୍କୁ ଚି଼ହ୍ନଟ କରିବା ସହ ବିଷ୍ଣୁଡିହ ଗ୍ରାମର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ୧୧ ଗୋଟି ଚାଉଳ ବସ୍ତା ଏବଂ ଏକ ଟାଟା ଏସି ଗାଡି ଜବତ କରିଛି। ତେବେ ଉକ୍ତ ଚୋରି ଘଟଣାରେ ସାମିଲ ଥିବା ଅନ୍ୟ ସମସ୍ତ ଫେରାର…
ନୂଆଦିଲ୍ଲୀ: ଆଇଟିବିପିର ପ୍ରତିଷ୍ଠା ଦିବସରେ ଆଇଟିବିପି ହିମବୀର ଏବଂ ସେମାନଙ୍କ ପରିବାରଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଟିବିପିକୁ ବୀରତା ଏବଂ ସମର୍ପଣର ପ୍ରତୀକ ଭାବେ ପ୍ରଶଂସା କରିଛନ୍ତି। ସେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ପ୍ରଚେଷ୍ଟା ଓ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଥିଲେ ଯାହାକି ଲୋକଙ୍କ ମନରେ ଅତ୍ୟନ୍ତ ଗର୍ବର ଭାବନା ପ୍ରେରିତ କରିଥାଏ। ଶ୍ରୀ ମୋଦୀ ଏକ୍ସ ରେ ଲେଖିଛନ୍ତି: “ଆଇଟିବିପି ହିମବୀର ଏବଂ ସେମାନଙ୍କ ପରିବାରଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା। ବୀରତ୍ୱ ଏବଂ ସମର୍ପଣ ଭାବନାର ପ୍ରତୀକ ଭାବେ ଏହା ଅଗ୍ରଣୀ ହୋଇ ରହିଛି। ବିପଦପୂର୍ଣ୍ଣ ଭୂଭାଗ ଏବଂ କଠିନ ପାଣିପାଗ ସ୍ଥିତି ସମେତ ବିଭିନ୍ନ ସମୟରେ ସେମାନେ ଆମକୁ ସୁରକ୍ଷା ଦେଇଥାନ୍ତି। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ପ୍ରଚେଷ୍ଟା ଓ ଉଦ୍ଧାର କାର୍ଯ୍ୟ ଲୋକଙ୍କ ମନରେ ଗର୍ବର ଭାବନା ଆଣିଥାଏ। @ITBP_official”
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ମଣ୍ଡଳର ପ୍ରଥମ ମହିଳା ତଥା ଭୀମପୁର ଗ୍ରାମର ଶିବାନୀ ରାଉତ ଓଡ଼ିଶା ପ୍ରସାଶନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ଲାଭ କରି ମଣ୍ଡଳର ପ୍ରଥମ ମହିଳା ଭାବରେ କୃତିତ୍ତ୍ଵ ଅର୍ଜନ କରିଥିବାରୁ ଜନ୍ମମାଟି ଭୀମପୁରର ବାନାମ୍ବର ଏକାଡ଼େମୀଠାରେ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ତରଫରୁ ଉଚ୍ଛ୍ଵସିତ ସମୂର୍ଦ୍ଧନା ଜ୍ଞାପନ କରାଯାଇଛି। ଗ୍ରାମର ପ୍ରମୁଖ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ଵରେ ଏବଂ ଏକାଡ଼େମୀର ପ୍ରଧାନ ଶିକ୍ଷକ ରାଧାକୃଷ୍ଣଗଡ଼ନାୟକଙ୍କ ସହଯୋଗରେ ଆୟୋଜିତ ଏହି ସମାରୋହରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ରସେନାପତି, ବାଳମୁକୁନ୍ଦ ଦାସ, ବୈରାଗୀଚରଣ ବେହେରା, ଲକ୍ଷ୍ମୀଧର ସାହୁ, ରାହାସ ବିହାରୀ ସାହୁ, ବିଭୂତି ଭୂଷଣ ନନ୍ଦ, ରମେଶ ଚନ୍ଦ୍ର ବେହେରା, ମଧୁସୂଦନ ନନ୍ଦ, ଗଣେଶ୍ଵର ମୁଦୁଲି, ବୈରାଗୀଚରଣବଳ, ଏବଂ ଶିବାନୀଙ୍କ ବାପା, ମା ନାରାୟଣ ରାଉତ ଓ କବିତା ରାଉତଙ୍କ ସମେତ ଗ୍ରାମବାସୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଶିବାନୀଙ୍କୁ ପୁଷ୍ପମାଲ୍ୟାର୍ପଣ…
ନୂଆଦିଲ୍ଲୀ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ଅର୍ଥାତ୍ SEBI ର ଅଧ୍ୟକ୍ଷ ମାଧବୀ ପୁରୀ ଆଜି ସଂସଦୀୟ କମିଟି (ପବ୍ଲିକ୍ ଆକାଉଣ୍ଟ୍ କମିଟି) ଅର୍ଥାତ୍ PAC ରେ ହାଜର ହେବାକୁ ଯାଉଥିଲେ କିନ୍ତୁ ସେ ଆସିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ସେବି ମୁଖ୍ୟ ସଂସଦୀୟ କମିଟି ନିକଟରେ ହାଜର ହୋଇନାହାଁନ୍ତି ଏବଂ ଆସିପାରିବେ ନାହିଁ ବୋଲି ଏକ ଚିଠି ଲେଖିଛନ୍ତି। ନିକଟରେ ସେବି ମୁଖ୍ୟଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପର୍କରେ ମାଧବୀ ପୁରୀ ପିଏସିରେ ହାଜର ହେବାକୁ ଯାଉଥିଲେ କିନ୍ତୁ ସେ ଆସିବାକୁ ମନା କରିଦେଇଥିଲେ। ଏହା ପରେ କଂଗ୍ରେସ ସାଂସଦ ତଥା ସଂସଦୀୟ କମିଟିର ମୁଖ୍ୟ କେ.ସି ଭେନୁଗୋପାଲ ପରାମର୍ଶ ଦେଇଛନ୍ତି ଯେ, ସେବି ମୁଖ୍ୟଙ୍କୁ ହାଜର ହେବାକୁ ପରବର୍ତ୍ତୀ ତାରିଖ ଦିଆଯାଉ ଏବଂ ଏହି ବୈଠକ ପରବର୍ତ୍ତୀ ସମୟ ପାଇଁ ସ୍ଥଗିତ ରଖାଯାଉ। ଏହି ପ୍ରସ୍ତାବକୁ PAC ରେ ଅନ୍ତର୍ଭୁକ୍ତ ଅନ୍ୟ ବିଜେପି ସଦସ୍ୟମାନେ ବିରୋଧ…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକଙ୍କ ହତ୍ୟା ପରେ ଗୁଜୁରାଟର ସାବରମତି ଜେଲରେ ଥିବା ଲରେନ୍ସ ବିଷ୍ନୋଇଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ଏଥି ସହିତ ବର୍ତ୍ତମାନ ଜଣେ ଜୈନ ମୁନିର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଲରେନ୍ସ ବିଷ୍ନୋଇଙ୍କୁ ସମର୍ଥନ କରୁଥିବା ଦେଖାଯାଉଛି। ତେବେ ଏହି ଭିଡିଓ କେବେ ଏବଂ କେଉଁ ପରିସ୍ଥିତିରେ ଜୈନ ମୁନି ଏହା କହୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସୋସିଆଲ ମିଡିଆରେ ଏକ ଆଠ ସେକେଣ୍ଡର ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜୈନ ମୁନି ସୂର୍ଯ୍ୟ ସାଗର କହିଛନ୍ତି ଯେ, ଯଦି ଆତଙ୍କବାଦୀ ଆଫଜଲ ତୁମର ହିରୋ ତେବେ ଲରେନ୍ସ ବିଷ୍ନୋଇ ଆମର ହିରୋ। ହିନ୍ଦୁସ୍ତାନ ଟାଇମ୍ସ ସୂର୍ଯ୍ୟ ସାଗରଙ୍କ ଏକ ପୁରୁଣା ଭିଡିଓ ବିଷୟରେ ଉଲ୍ଲେଖ କରିଛି, ଯେଉଁଥିରେ କହିଛନ୍ତି ଯେ, ”ଯେତେବେଳେ ମୁଁ ମୋର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲରେନ୍ସ ବିଷ୍ନୋଇଙ୍କ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉପ-ନିର୍ବାଚନରେ ସମାଜବାଦୀ ପାର୍ଟି ନଅଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବିଳମ୍ବିତ ରାତିରେ ଏସପି ସଭାପତି ଅଖିଳେଶ ଯାଦବ ପୁରା ଚିତ୍ର ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ମେଣ୍ଟରେ ଥିବା କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ। ଯେଉଁଥିରେ କଲ୍କି ଧାମର ପିଠାଧୀଶ୍ୱର ଏବଂ କଂଗ୍ରେସର ପୂର୍ବତନ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କଂଗ୍ରେସକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ମଧ୍ୟ ତାଙ୍କ କାର୍ଯ୍ୟାଳୟ ଏବଂ ପତାକାକୁ ସମାଜବାଦୀ ପାର୍ଟିକୁ ହସ୍ତାନ୍ତର କରିବା ଉଚିତ୍। ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ତାଙ୍କ ବିବୃତ୍ତି ପାଇଁ ଅନେକ ସମୟରେ ହେଡଲାଇନରେ ରହିଥା’ନ୍ତି। କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ବିଷୟରେ ତାଙ୍କର କଡା ମନ୍ତବ୍ୟ ପାଇଁ ସେ ପ୍ରାୟତଃ ଜଣାଶୁଣା। ପ୍ରକୃତରେ ବୁଧବାର ବିଳମ୍ବିତ ରାତିରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ X ରେ ଲେଖାଯାଇଥିବା ଏକ ପୋଷ୍ଟ ମାଧ୍ୟମରେ ୟୁପିରେ ଇଣ୍ଡିଆ ମେଣ୍ଟର ଚିତ୍ର ସ୍ପଷ୍ଟ କରିଛନ୍ତି। ସେ ଏହା…
ମୁମ୍ବାଇ: ପୁଣେ ଜିଲ୍ଲାର ମାୱଲ ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ସୁନୀଲ ଶେଲକେଙ୍କୁ ପ୍ରାର୍ଥୀ ଘୋଷଣା କରିବାର କିଛି କ୍ଷଣ ପରେ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ବାଲା ଭେଗଡେ ଦଳରୁ ଇସ୍ତଫା ଘୋଷଣା କରିଛନ୍ତି। ଏନସିପି ରାଜ୍ୟ ଉପାଧ୍ୟକ୍ଷ ବାପୁସାହେବ ଭେଗଡେ ମଧ୍ୟ ବିଦ୍ରୋହ କରି କହିଛନ୍ତି ଯେ, ନଭେମ୍ବର ୨୦ ତାରିଖରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବାଲା ଭେଗଡେ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ଏବଂ ତାଙ୍କ ସମର୍ଥକମାନେ ଇସ୍ତଫା ଘୋଷଣା କରିଛନ୍ତି। ସେମାନେ ସୁନୀଲ ଶେଲକେଙ୍କୁ ପରାସ୍ତ କରିବାକୁ କାର୍ଯ୍ୟ କରିବେ। ପ୍ରକାଶ ଯେ, ୨୦୧୯ ବିଧାନସଭା ନିର୍ବାଚନରେ ସୁନୀଲ ଶେଲକେ ପୂର୍ବତନ ବିଜେପି ବିଧାୟକ ବାଲା ଭେଗଡେଙ୍କୁ ପରାସ୍ତ କରିଛନ୍ତି। ବାପୁ ଭେଗଡେ କହିଛନ୍ତି ଯେ, ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରୁ ଟିକେଟ ପାଇବାକୁ ସେ ଆଶାବାଦୀ ଥିଲେ ମଧ୍ୟ ଏହି ପ୍ରତିଶ୍ରୁତି ପୂରଣ ହୋଇପାରି ନାହିଁ।…
ନୂଆଦିଲ୍ଲୀ: ଜିମ୍ବାୱେ ପ୍ରଥମେ ଟି -20 କ୍ରିକେଟ୍ ରେ ସର୍ବ ବୃହତ ସ୍କୋର କରିଥିଲା ଏବଂ ପରେ ଫର୍ମାଟରେ ସବୁଠାରୁ ବଡ ବିଜୟ ହାସଲ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା। ପୁରୁଷ ଟି -20 ବିଶ୍ୱକପ୍ ସବ୍ ରିଜନାଲ ଆଫ୍ରିକା କ୍ୱାଲିଫାୟର୍ ଗ୍ରୁପ୍ ବି 2024 ରେ ଗାମ୍ବିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଜିମ୍ବାୱେ ଏହି ଚମତ୍କାର କରିଛି। ମ୍ୟାଚକୁ ଜିମ୍ବାୱେ ଏତେ ବଡ଼ ବ୍ୟବଧାନରେ ଜିତି ନେଇଥିଲା ଯେ, ଟି -20 କ୍ରିକେଟ୍ ରେ ଏତେ ବଡ ବିଜୟ ଏପର୍ଯ୍ୟନ୍ତ ଦେଖାଯାଇନାହିଁ। ଗାମ୍ବିଆ ବିପକ୍ଷ ମ୍ୟାଚରେ ଜିମ୍ବାୱେ 290 ରନରେ ଜିତିଛି। କେବଳ ଟି -20 ଇଣ୍ଟରନ୍ୟାସନାଲରେ ନୁହେଁ ଟି -20 କ୍ରିକେଟ୍ ଇତିହାସରେ ଏହା ସବୁଠାରୁ ବଡ ବିଜୟ ଥିଲା। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ 20 ଓଭରରେ 344/4 ରନ୍ ସ୍କୋର କରିଥିଲା। ଟି -20 କ୍ରିକେଟ୍ ଇତିହାସରେ ଏହା ସର୍ବ ବୃହତ ଥିଲା।…
ନୂଆଦିଲ୍ଲୀ: ‘‘ଦେଶର ଯୁବବର୍ଗ’’ ଭାରତର ସମୃଦ୍ଧ ଭବିଷ୍ୟତ ନିର୍ମାଣ ପାଇଁ ନେତୃତ୍ୱ ନେଉଛନ୍ତି। ସେମାନେ ଅମୃତ କାଳର ଆକାଂକ୍ଷାକୁ ନିଜର ଶକ୍ତି ଏବଂ ଅଭିନବ ସାମର୍ଥ୍ୟ ସହିତ ଆଗକୁ ବଢ଼ାଉଛନ୍ତି। ଦେଶରେ ଡିଜିଟାଲ ରୂପାନ୍ତରଣ ଜାରି ରହିଥିବା ବେଳେ ଏହି ବିସ୍ତାର କେବଳ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ନୁହେଁ; ବରଂ ଏହା ଏକ ଦୁନିଆ ସୃଷ୍ଟି କରିବା ଉପରେ ମଧ୍ୟ ଆଧାରିତ ଯେଉଁଠାରେ ପ୍ରଯୁକ୍ତି ଲୋକମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ସଶକ୍ତ କରିଥାଏ। ଡିଜିଟାଲକରଣ କ୍ଷେତ୍ରରେ ପ୍ରଗତି ନୂତନ ସମ୍ଭାବନାର ଦ୍ୱାର ଖୋଲିଦେଇଛି, ଯାହା ଦ୍ୱାରା ଲକ୍ଷ ଲକ୍ଷ ଲୋକ ଏକଦା ଅପହଞ୍ଚ ଥିବା ସୁଯୋଗକୁ ଉପଯୋଗ କରିବାରେ ସକ୍ଷମ ହୋଇଛନ୍ତି। ବ୍ୟାପକ ବାର୍ଷିକ ମଡ୍ୟୁଲାର ସର୍ଭେ (ଜୁଲାଇ ୨୦୨୨ – ଜୁନ୍ ୨୦୨୩) ଏହି ପରିବର୍ତ୍ତନକୁ ଆକଳନ କରିଛି, ଯେଉଁଥିରେ ଗ୍ରାମୀଣ ଯୁବବର୍ଗ କିପରି ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରୁଛନ୍ତି, ଦୈନନ୍ଦିନ ଜୀବନରେ ଡିଜିଟାଲ ଉପକରଣଗୁଡ଼ିକୁ…
ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ସମସ୍ତ କ୍ଷେତ୍ର କାର୍ଯ୍ୟକର୍ତ୍ତା, କର୍ମଚାରୀ ବିଶେଷକରି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ବନଖଣ୍ଡ ଅଧିକାରୀ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ନିଜ ନିଜ ଆଞ୍ଚଳିକ କର୍ତ୍ତୃତ୍ବ ମଧ୍ୟରେ ବାତ୍ୟା ଦାନାର ପ୍ରାକ ଓ ପରବର୍ତ୍ତୀ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଜାରି ରଖି ସାଧାରଣ ଜନତାଙ୍କ ଜୀବନ, ପ୍ରାଣୀ ଉଦ୍ୟାନର ସମ୍ପତ୍ତି ଏବଂ ପ୍ରାଣୀମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ ଏବଂ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟ ପ୍ରାଣୀ) ଙ୍କୁ ଏ ସଂକ୍ରାନ୍ତରେ ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ପତ୍ର ଦ୍ୱାରା ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ଵର: ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ଘୂର୍ଣ୍ଣିବଳୟ/ବାତ୍ୟା ‘ଦାନା’ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସମ୍ପୃକ୍ତ ଜୋନାଲ ରେଳ ଯଥା ପୂର୍ବ ତଟ ରେଳବାଇ ଏବଂ ଦକ୍ଷିଣ ପୂର୍ବ ରେଳବାଇର ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ଉଚ୍ଚ ସ୍ତରୀୟ ବୈଠକରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଚେୟାରମ୍ୟାନ୍ ତଥା ସିଇଓ, ରେଳ ବୋର୍ଡ, ସମସ୍ତ ବୋର୍ଡ ସଦସ୍ୟ, ପୂର୍ବ ତଟ ରେଳବାଇ ଏବଂ ଦକ୍ଷିଣ ପୂର୍ବ ରେଳର ମହାପ୍ରବନ୍ଧକଙ୍କ ସହିତ ଖଡ଼ଗ୍ପୁର, ଚକ୍ରଧରପୁର, ଆଦ୍ରା ଏବଂ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଅଂଶଗ୍ରହଣ କରିଥିଲେ। ସର୍ବନିମ୍ନ ବ୍ୟାଘାତ ସହିତ ସର୍ବାଧିକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀମାନଙ୍କ ପାଇଁ ସର୍ବନିମ୍ନ ଅସୁବିଧା ସୁନିଶ୍ଚିତ କରିବା ପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଛତ୍ରପୁର ଥାନା ଅନ୍ତର୍ଗତ ପୋଟଲାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଶୋଭା ତରାଇ ନାମ୍ନୀ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଜଣକ ନିଜ ଜମିର ଧାନ ଫସଲ ଦେଖିବାକୁ ଯାଇଥିବାବେଳେ ବାରହା ଆକ୍ରମଣର ଶୀକାର ହୋଇଛନ୍ତି। ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘର ଲୋକ ବିଲ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧାକୁ ଉଦ୍ଧାର କରିଥିଲେ। ପରିବାର ଲୋକେ ଉକ୍ତ ବୃଦ୍ଧାଙ୍କୁ ଏକ ଗାଡ଼ି ଯୋଗେ ଛତ୍ରପୁର ଡାକ୍ତରଖାନାକୁ ନେଇଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ସମଗ୍ର ଦେଶରେ ଡିଏପିର ଅଭାବ ଏବଂ ରବି ଫସଲ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ନିକଟରେ ଗଣମାଧ୍ୟମରେ ପ୍ରକାଶିତ କିଛି ଖବର ବିଭ୍ରାନ୍ତିକର, ଭୁଲ ଏବଂ ତଥ୍ୟବିହୀନ ବୋଲି କେନ୍ଦ୍ର ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କୋଭିଡ୍ ସମୟରୁ ଡିଏପିର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ୫୦ କିଗ୍ରା ବସ୍ତା ପିଛା ୧୩୫୦/- ଟଙ୍କା ରଖାଯାଇଥିବା ସ୍ପଷ୍ଟ କରାଯାଇଛି। ଏହାବ୍ୟତୀତ ଡିଏପି ଉପରେ ସବସିଡି ଆଦୌ ହ୍ରାସ କରାଯାଇନାହିଁ। ବରଂ କୃଷକଙ୍କ ହିତ ପାଇଁ ଦୁଇଟି କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ରବି ଋତୁ ୨୦୨୪ ପାଇଁ ସବସିଡି ବୃଦ୍ଧି କରାଯାଇଛି। ପ୍ରଥମତଃ, ମେଟ୍ରିକ ଟନ୍ ପିଛା ୩,୫୦୦/- ଟଙ୍କା ଲେଖାଏଁ ସବସିଡି ଦେବା ଲାଗି ୨୬୨୫ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି ଯାହାଦ୍ୱାରା ଡିଏପିର କ୍ରୟ ପାଇଁ କମ୍ପାନୀଗୁଡ଼ିକ ଲାଗି ଦରକୁ ସ୍ଥିର ରଖାଯାଇପାରିବ ଏବଂ ମୂଲ୍ୟ ଅସ୍ଥିରତା କାରଣରୁ…
ଭୁବନେଶ୍ଵର: ଆଜି ସାମୁଦ୍ରିକ ଝଡ଼ ‘ଦାନା’ ପାଖେଇ ଆସୁଥିବା ବେଳେ ଏଥିରେ ପାରାଦୀପ ବନ୍ଦର ପ୍ରଭାବିତ ହେବ ବୋଲି ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସୁରକ୍ଷା ସୁନିଶ୍ଚିତ କରିବା ସହ ସମ୍ଭାବ୍ୟ ବାଧାବିଘ୍ନକୁ ହ୍ରାସ କରିବା ପାଇଁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ବାତ୍ୟାକୁ ନେଇ ସତର୍କ ସୂଚନା ଜାରି କରିବା ପରେ ବନ୍ଦର କର୍ତ୍ତୃପକ୍ଷ ଉଭୟ ସମ୍ପତ୍ତି ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ତ୍ୱରିତ ପଦକ୍ଷେପ ନେଇଛନ୍ତି। ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ସୃଷ୍ଟି ହେବାକୁ ଥିବା ଭୀଷଣ ଖରାପ ପାଗର ମୁକାବିଲା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମାଲ ପରିବହନକୁ ତ୍ୱରାନ୍ୱିତ କରିବା ଏବଂ ବନ୍ଦରରେ ଥିବା ଜାହାଜରୁ ସମସ୍ତ ଲୋଡିଂ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆସିବା ପୂର୍ବରୁ ଯେପରି ଏହି…
ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ । ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାଜାନଠାରେ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସାକ୍ଷାତ କରିଥିଲେ। ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳରେ ୨୦୨୦ରେ ଉପୁଜିଥିବା ସମସ୍ୟାଗୁଡ଼ିକର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଏବଂ ସମାଧାନ ପାଇଁ ହୋଇଥିବା ଚୁକ୍ତିକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ମୋଦୀ ମତଭେଦ ଓ ବିବାଦଗୁଡ଼ିକର ଉପଯୁକ୍ତ ମୁକାବିଲା କରିବା ଏବଂ ସେମାନଙ୍କୁ ଶାନ୍ତି ଭଙ୍ଗ କରିବାକୁ ନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଓ ଶାନ୍ତି ପରିଚାଳନାର ତଦାରଖ କରିବା ଏବଂ ସୀମା ବିବାଦର ଏକ ନିରପେକ୍ଷ, ଯୁକ୍ତିଯୁକ୍ତ ଏବଂ ପାରସ୍ପରିକ ଗ୍ରହଣୀୟ ସମାଧାନ ଖୋଜିବା ପାଇଁ ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ସ୍ୱତନ୍ତ୍ର ପ୍ରତିନିଧିମାନେ ଶୀଘ୍ର ବୈଠକ କରିବେ ବୋଲି ଦୁଇ ନେତା ରାଜି ହୋଇଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର ଏବଂ ପୁନଃନିର୍ମାଣ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସ୍ତରରେ ପ୍ରାସଙ୍ଗିକ ଆଲୋଚନା ପ୍ରଣାଳୀ ମଧ୍ୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାଜାନଠାରେ ଋଷ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ବ୍ରିକ୍ସ ନେତାମାନେ ବହୁପକ୍ଷବାଦକୁ ସୁଦୃଢ଼ କରିବା, ଆତଙ୍କବାଦର ମୁକାବିଲା, ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା, ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଦକ୍ଷିଣ ବିଶ୍ୱର ଚିନ୍ତା ଉପରେ ଆଲୋକପାତ କରିବା ଭଳି ଫଳପ୍ରଦ ଆଲୋଚନା କରିଥିଲେ। ୧୩ଟି ନୂଆ ବ୍ରିକ୍ସ ସହଯୋଗୀ ଦେଶକୁ ନେତାମାନେ ସ୍ୱାଗତ କରିଥିଲେ। ବ୍ରିକ୍ସ ଶିଖର ସମ୍ମିଳନୀର ଦୁଇଟି ଅଧିବେଶନକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ଶିଖର ସମ୍ମିଳନୀ ଏପରି ଏକ ସମୟରେ ହେଉଛି ଯେତେବେଳେ ବିଶ୍ୱ ସଂଘର୍ଷ, ପ୍ରତିକୂଳ ଜଳବାୟୁ ପ୍ରଭାବ ଏବଂ ସାଇବର ବିପଦ ସମେତ ଅନେକ ଅନିଶ୍ଚିତତା ଏବଂ ଆହ୍ୱାନର ସମ୍ମୁଖୀନ ହେଉଛି, ଯାହା ବ୍ରିକ୍ସ ଉପରେ ଅଧିକ ଆଶା ରଖିଛି। ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଗୋଷ୍ଠୀ ପକ୍ଷରୁ ଏକ ଜନ-କେନ୍ଦ୍ରୀତ…
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଖାରବେଳ ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିବାବେଳେ ବାତ୍ୟାଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଥିବା ବିଭିନ୍ନ ଜିଲ୍ଲା ତଥା ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଂଚଳର ଉଚ୍ଚପଦସ୍ତ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ବାତ୍ୟା ସମୟରେ ଏବଂ ପରବର୍ତ୍ତୀ ଅବସ୍ଥାରେ ତ୍ୱରିତ ସେବା ପ୍ରଦାନ ଉପରେ ମନ୍ତ୍ରୀ ଡ଼ା.ମହାପାତ୍ର ଗୁରୁତ୍ୱ ଦେଇଥିଲେ। ତଳିଆ ଅଞ୍ଚଳ ଓ କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କାଘର ଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ଆଜି ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ଅଧିକାରୀ ମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଆସନ୍ନ ପ୍ରସବା, ପ୍ରସୂତି ମା ଓ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମ ନିକଟରେ ନିଜର ବିବୃତ୍ତି ରଖି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ‘You are in Safe Hands’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିପଦ ଟଳିବା ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ଓ ସତର୍କ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ପରିସ୍ଥିତିକୁ ତଦାରଖ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ସମସ୍ତେ କ୍ୟାବିନେଟ ବୈଠକ ପରେ ଜିଲ୍ଲାଗସ୍ତରେ ଯାଇଛନ୍ତି। ଏହା ସହିତ ଅଭିଜ୍ଞତା ସମ୍ପନ୍ନ ଅଧିକାରୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯେଉଁ ସବୁ ଜିଲ୍ଲାରେ…

