Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି
ଆଜିର ଖବର

ଚିଲିକାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି

October 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ରମଶଃ ବାତ୍ୟା ରୂପ ନେଇଛି। ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ପାଇଁ ଚିଲିକା ପଞ୍ଚାୟତ ସମିତି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ସମ୍ମିଳନୀ କକ୍ଷରେ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ଭାବ୍ୟ ବାତ୍ୟା’ ‘ଦାନା’ ପ୍ରଭାବରେ ଜନସାଧାରଣ,ଗୃହପାଳିତ ପ୍ରାଣୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା।

ବ୍ଲକ ଅନ୍ତର୍ଗତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକୁ ଜନସାଧାରଣଙ୍କ ନିମନ୍ତେ ନିୟୋଜିତ କରିବାସହ ଉକ୍ତ କେନ୍ଦ୍ର ମାନଙ୍କରେ ବିଦ୍ୟୁତ ସଂଯୋଗ, ଆଲୋକୀକରଣ, ମହମବତୀ, ପାନୀୟଜଳ, ଶୁଖିଲା ଓ ରନ୍ଧା ଖାଦ୍ୟ ମହଜୁଦ ରଖିବା ସାଙ୍ଗକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଔଷଧ ଗଛିତ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ବାତ୍ୟାରେ ଗମନାଗମନ ବେଳେ ଉପୁଜୁଥିବା ଅସୁବିଧା ଦୂର କରିବାକୁ ଆବଶ୍ୟକୀୟ ସରଞ୍ଜାମ ଯଥା ଜେସିବି, ପାଣି ପମ୍ପ, କଟର ଆଦି ଗଛିତ ରଖିବା ଏବଂ ବାତ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣ,ଗୃହପାଳିତ ପ୍ରାଣୀଙ୍କ ସୁବିଧା ନିମିତ୍ତ ସମସ୍ତ କାର୍ଯ୍ୟ ତୁରନ୍ତ ସମ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବାତ୍ୟା ନଟଳିବା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା କରାଯିବା ଉପରେ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ ଚିଲିକା ତଟବର୍ତୀ ଅଞ୍ଚଳ ହୋଇଥିବାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଯାତ୍ରୀବାହୀ ଏବଂ ମସ୍ୟଜୀବୀ ଡଙ୍ଗା ଚଳାଚଳ ବାରଣ କରାଯିବା ସହ ଏଦିଗରେ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର ସାଙ୍ଗକୁ ପ୍ରଶାସନ ପକ୍ଷରୁ ତୀକ୍ଷ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବ୍ଲକ ଏଇଇ, ଅତିରିକ୍ତ ତହସିଲଦାର ବିଷ୍ଣୁପ୍ରିୟା ବେହେରା, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡା, ନାଚୁଣି ଆଇଆଇସି ଚନ୍ଦ୍ରଶେଖର ଜେନା, ସମସ୍ତ ବିଭାଗୀୟ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ।

"ଦାନା" ଚିଲିକା ବଙ୍ଗୋପସାଗର ବାତ୍ୟା ମୁକାବିଲା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026

ରିଆଲିଟି ଶୋ’ରୁ ବାହାରିବା ପରେ ଅଭିନେତ୍ରୀଙ୍କୁ ରେପ୍ ଓ ହତ୍ୟା ଧମକ

October 25, 2026

ସୁନାବେଡ଼ା ବନଖଣ୍ଡରେ ୨.୬୦ କୋଟି ହଡ଼ପ: ଫେରାର ବରିଷ୍ଠ ସହାୟକ ଗିରଫ

October 25, 2026

Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା

October 25, 2026
Latest News

‘ବସୁଧୈବ କୁଟୁମ୍ବକମ୍’ କେବଳ କଥାରେ ନୁହେଁ, କାର୍ଯ୍ୟରେ ପରିପ୍ରକାଶ ପାଉଛି: କେନ୍ଦ୍ର ବୈଦେଶିକ ମନ୍ତ୍ରୀ

October 25, 2026

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026

ଫାରୁକ ଅବଦୁଲ୍ଲାଙ୍କ ବୟାନରେ ବିବାଦ: ଆଜାଦଙ୍କ ଜବାବ – ‘ପାକିସ୍ତାନ ହିଁ ଶତ୍ରୁ’

October 25, 2026

ରିଆଲିଟି ଶୋ’ରୁ ବାହାରିବା ପରେ ଅଭିନେତ୍ରୀଙ୍କୁ ରେପ୍ ଓ ହତ୍ୟା ଧମକ

October 25, 2026

ସୁନାବେଡ଼ା ବନଖଣ୍ଡରେ ୨.୬୦ କୋଟି ହଡ଼ପ: ଫେରାର ବରିଷ୍ଠ ସହାୟକ ଗିରଫ

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.