ନୂଆଦିଲ୍ଲୀ: ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପରେ ଭାରତୀୟ ପ୍ରଶଂସକମାନେ ଏକ ବଡ଼ ଝଟକା ପାଇଛନ୍ତି। ଅଯୋଗ୍ୟତା ପରେ ରେସଲର ବିନେଶ ଫୋଗାଟ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟସ (CAS) ରେ ଆବେଦନ କରିଥିଲେ। ବିନେଶଙ୍କ ଆବେଦନ ଖାରଜ କରାଯାଇଛି। ଏହି ଆବେଦନ ଖାରଜ ହେବା ମାତ୍ରେ ରୌପ୍ୟ ପଦକ ଆଶା ମଧ୍ୟ ମଉଳିଯାଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ବିନେଶ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଅନେକ ପ୍ରକାରର ମନ୍ତବ୍ୟ ମଧ୍ୟ ଆସିଛି। ପ୍ରକୃତରେ ବିନେଶ ଇନଷ୍ଟାଗ୍ରାମରେ ନିଜର ଏକ ଚିତ୍ର ସେୟାର କରିଛନ୍ତି। ସେ ଏଥିରେ ଭାବପ୍ରବଣ ଦେଖାଯାଉଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଫଟୋ କ୍ୟାପସନରେ ବିନେଶ କିଛି ଲେଖି ନାହାଁନ୍ତି। କିନ୍ତୁ ବିନେଶଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି। ଭାରତୀୟ ଟେବୁଲ ଟେନିସ ଖେଳାଳି ମଣିକା ବତ୍ରା ନିଜ ମନ୍ତବ୍ୟରେ…
Author: SM Network
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଳରାମଦେବ ବିଦ୍ୟାପୀଠରେ ସ୍ଵାଧୀନତା ଦିବସ ପ୍ୟାରେଡ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟର ପୁରାତନ (୧୯୯୭ ବ୍ୟାଚ) ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ଉକ୍ତ ଉତ୍ସବରେ ୨୦୨୩-୨୪ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ତେବେ ଷଷ୍ଠ ଶ୍ରେଣୀର ସ୍ଵୟମ ବେହେରା, ସପ୍ତମ ଶ୍ରେଣୀର ଜସ୍ମିନ ପ୍ରଧାନ, ଅଷ୍ଟମ ଶ୍ରେଣୀର ଅଂଶୁମାନ ବେହେରା, ନବମ ଶ୍ରେଣୀର ଶୁଭଲକ୍ଷ୍ମୀ ସାମନ୍ତରାୟ ଏବଂ ଦଶମ ଶ୍ରେଣୀରେ ୫୫୨ ନମ୍ବର ସହ ଏ-୧ ଗ୍ରେଡ ହାସଲ କରି ବିଦ୍ୟାଳୟର ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଦେବାଶିଷ ବେହେରାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୬୩ ନମ୍ବର ସହ ଏ-୧ ଗ୍ରେଡ ହାସଲ କରି ସମଗ୍ର ଟାଙ୍ଗୀ ବ୍ଲକରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ମହାନ ଦାର୍ଶନିକ, ଚିନ୍ତକ ତଥା ଆଧ୍ୟାତ୍ମିକ ନେତା ଶ୍ରୀ ଅରବିନ୍ଦୋଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରେ ଶ୍ରୀ ଅରବିନ୍ଦୋଙ୍କ ଚିରନ୍ତନ ପରମ୍ପରା ଏବଂ ଭାରତର ଜାତୀୟ ଜାଗୃତି ଉପରେ ତାଙ୍କର ଗଭୀର ପ୍ରଭାବ ଉପରେ ଆଲୋକପାତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ତାଙ୍କ ଶ୍ରଦ୍ଧାଞ୍ଜଳିରେ କହିଛନ୍ତି, “ଶ୍ରୀ ଅରବିନ୍ଦୋଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ତାଙ୍କୁ ଜଣେ ଉଲ୍ଲେଖନୀୟ ଦାର୍ଶନିକ, ଚିନ୍ତକ ତଥା ଆଧ୍ୟାତ୍ମିକ ନେତା ଭାବରେ ସ୍ମରଣ କରାଯାଇଥାଏ। ଜାତୀୟ ଜାଗୃତି ଉପରେ ତାଙ୍କର ଗୁରୁତ୍ୱ ସମସ୍ତ ପିଢ଼ୀଙ୍କୁ ପ୍ରେରଣା ଯୋଗାଇଆସୁଛି। ସେ ଯେଉଁ ଭାରତର ପରିକଳ୍ପନା କରିଥିଲେ, ଆମେ ତାହାକୁ ସାକାର କରିବାକୁ ପ୍ରତିବଦ୍ଧ।”
ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟ ତା’ର ସଫଳତା ପାଇଁ ସମଗ୍ର ଦେଶରେ ସୁନାମ ଅର୍ଜନ କରିଛି। ଦେଶପ୍ରେମୀଙ୍କ ଆତ୍ମ ବଳିଦାନ ଆମ ପାଇଁ ସ୍ମରଣୀୟ। ଦେଶପ୍ରେମ ଭାବନାରେ ଉଦ୍.ବୁଦ୍ଧ ହେବା ସହ ଜାତୀୟ ସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଭିନ୍ନତା ମଧ୍ୟରେ ଏକତା ଆମର ଆଦର୍ଶ, ନିଜ ସାମର୍ଥ୍ୟ ଭିତରେ ମାତୃଭୂମିର ସେବା କରିବାର ଦାୟିତ୍ୱ ବିଦ୍ୟାର୍ଥୀମାନେ ନିଷ୍ଠାର ସହ ନିର୍ବାହ କରିବା ଉଚିତ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ। ଏହି ଅବସରରେ ସ୍ତୁତି ଓ ଭକ୍ତି ସଦନର ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ନୃତ୍ୟ, ମନ୍ତ୍ର ଓ ଭକ୍ତି…
ସୁବାସ କୁମାର ତାରଣିଆଁ ଗତ ଦୁଇବର୍ଷ ଧରି ସାରା ଦେଶରେ ଖୁବ୍ ଧୂମଧାମରେ ପାଳିତ ହୋଇଯାଇଛି ଆମ କଷ୍ଟଲବ୍ଧ ସ୍ୱାଧୀନତା ପ୍ରାପ୍ତିର ୭୭ବର୍ଷ ପୂର୍ତ୍ତି ସମାରୋହ ‘ଆଜାଦୀ କି ଅମୃତ ମହୋତ୍ସବ।’ ଏହି ଐତିହାସିକ ଦିବସ ଅବସରରେ ଦେଶର ପ୍ରତ୍ୟେକଟି ନାଗରିକ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ୍ ହୋଇ, ଘରେ ଘରେ ଜାତୀୟ ପତାକା ଉଡ଼ାଇ ଦେଶ ପାଇଁ ପ୍ରାଣବଳୀ ଦେଇ ବ୍ରିଟିଶ ଶାସନ କବଳରୁ ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣୀୟ କରାଇବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ମହୋତ୍ସବ ଦେଶବିଦେଶରେ ଭାରତୀୟ ନାଗରିକମାନେ ବିଭିନ୍ନ ପ୍ରକାର ଉତ୍ସବ ମନାଇ ସ୍ୱାଧୀନତା ପ୍ରାପ୍ତିର ଜୟଗାନ କରିଛନ୍ତି। ଆଜିକୁ ଠିକ୍ ୭୭ ବର୍ଷ ପୂର୍ବେ ୧୯୪୭ ଅଗଷ୍ଟ ୧୪ ତାରିଖ ମଧ୍ୟରାତ୍ରିରେ ପ୍ରଥମ ଥର ପାଇଁ ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲା ଦୁର୍ଗରେ ସ୍ୱାଧୀନ ଭାରତର ତ୍ରିରଙ୍ଗା ଜାତୀୟ ପତାକା ଉତ୍ତୋଳନ ହେବା ସହ ସମଗ୍ର ଦେଶ…
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ଦୁଃଖଦ ଖବର ଆସିଛି। ଆଜି ଏକ ବିମାନ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବାସ୍ତବରେ ବାରାଣାସୀରୁ ମୁମ୍ବାଇ ଯାଉଥିବା ଆକାସା ଏୟାରଲାଇନ୍ସର ବିମାନ ହଠାତ୍ ଭୋପାଳରେ ଜରୁରୀକାଳୀନ ଅବତରଣ କରିଥିଲା। ବିମାନ ସମୟରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଯେଉଁଥିପାଇଁ ବିମାନଟି ଜରୁରୀ ଅବତରଣ କରିବାକୁ ପଡିଲା। ଯାତ୍ରୀଙ୍କୁ ହମିଦିୟା ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜାଭୋଜ ବିମାନବନ୍ଦର ନିର୍ଦ୍ଦେଶକ ରାମଜୀ ଅୱସ୍ତିଙ୍କ ଅନୁଯାୟୀ, ଆକାସା ଏୟାରଲାଇନ୍ସର ବିମାନର ଜରୁରୀ ଅବତରଣ ସକାଳ ୧୧.୩୦ ସମୟରେ ହୋଇଥିଲା। ବିମାନରେ ଥିବା ଯାତ୍ରୀଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ହେତୁ ଏହି ଅବତରଣ କରାଯାଇଥିଲା। ମୃତକ ଯାତ୍ରୀଜଣଙ୍କ ଦଶରଥ ଗିରି (୮୨) ବୋଲି ଜଣାପଡିଛି। ଏହି ବିମାନ ବାରାଣାସୀରୁ ମୁମ୍ବାଇ ଯାଉଥିଲା। ବାରାଣାସୀରୁ ବିମାନ ସକାଳ ୯.୫୦ ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। କାର୍ଯ୍ୟସୂଚୀ ଅନୁଯାୟୀ ଏହା ମୁମ୍ବାଇ ବିମାନବନ୍ଦରରେ ଅପରାହ୍ନ…
କଟକ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି କଟକ ଏସସିବି ଡାକ୍ତରଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। କଟକ ଏସ୍ସିବିରେ ଜୁନିଅର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ସମୟରେ ଜୁନିଅର ଡାକ୍ତରମାନେ ଜରୁରୀକାଳିନ ସେବାକୁ ଛାଡି ବାକି ସବୁ ସେବା ବନ୍ଦ କରିଛନ୍ତି। ଓପିଡି, ଓଟି ସେବା ସହ ଲ୍ୟାବ ମଧ୍ୟ ବନ୍ଦ ହୋଇଛି। ଯାହାଫଳରେ ରୋଗୀ ହନ୍ତସନ୍ତ ହେଉଥିବା ଦେଖାଯାଇଛି।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ୭୮ ତମ ଜିଲା ସ୍ବାଧିନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ଖୋର୍ଦ୍ଧା ପୋଲିସ, ଆଇଆରବି ସମେତ ପୌରାଞ୍ଚଳ ର ୪୯ଟି ସ୍କୁଲ, ହାଇସ୍କୁଲ, କଲେଜ ର ଏନସିସି, ସ୍କାଉଟ ଆଣ୍ଡ ଗାଇଡ୍ସ, ଜୁନିଅର, ସିନିୟର ରେଡକ୍ରସ, ସିଭିଲିଆନ ପ୍ରମୁଖ ପରେଡରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସ୍ବାସ୍ଥ୍ଯ, କୃଷି ବିଭାଗ, ପୌର ପରିଷଦ ଏବଂ ରାଜ୍ୟ ସଡ଼କ ପରିବହନ ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା। ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଅରୁଣା ମହାନ୍ତି, ପ୍ରଭାକର ମହାରଣା ଓ ବିନୋଦ ମହାରଣା ଏବଂ…
ଭୁବନେଶ୍ଵର: ଆଜି ସ୍ଵାଧୀନତା ଦିବସରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ ଘୋଷଣା କରିଛନ୍ତି। କର୍ମଜୀବି ମହିଳାମାନଙ୍କ ପାଇଁ ଉପ-ମୁଖ୍ୟମନ୍ତ୍ରୀ ଛୁଟି ଘୋଷଣା କରିଛନ୍ତି। ଋତୁସ୍ରାବ ପାଇଁ କର୍ମଜୀବି ମହିଳାମାନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦିନେ ଛୁଟି ଘୋଷଣା କରିଛନ୍ତି। କଟକଠାରେ ସ୍ବାଧୀନତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ବଡ଼ ଘୋଷଣା କରିଛନ୍ତି। ଏଣିକି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଗୋଟିଏ ଦିନ ଛୁଟି ମିଳିବ। ରାଜ୍ୟ ସରକାର ଖୁବଶୀଘ୍ର ଋତୁସ୍ରାବ ସ୍ୱାସ୍ଥ୍ୟ ନୀତି ଆଣିବାକୁ ଯାଉଛନ୍ତି।
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲାର ପ୍ରାଚୀରରୁ ସମ୍ବୋଧନ କରିଛନ୍ତି। ତାଙ୍କ ଅଭିଭାଷଣରେ ଏକ ବିକଶିତ ଭାରତର ସଂକଳ୍ପ, ଅନ୍ୟପକ୍ଷରେ ବିଜେପି ସରକାରଙ୍କ କାର୍ଯ୍ୟ ତଥା ଅନ୍ୟାନ୍ୟ ବିଷୟରେ ସମ୍ବୋଧନ କରି ମହିଳାମାନଙ୍କ ସୁରକ୍ଷା ଏବଂ ଝିଅମାନଙ୍କ ବିଷୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଆମେ ଗମ୍ଭୀର ଭାବରେ ଚିନ୍ତା କରିବା ଉଚିତ୍। ମହିଳା ଓ ଝିଅଙ୍କ ପ୍ରତି ଅତ୍ୟାଚାର କରାଯାଉଛି। ସମାଜରେ ଏହା ଉପରେ ଆକ୍ରୋଶ ବଢୁଛି। ଆମ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହିତ ନେବାକୁ ପଡ଼ିବ। ଯେଉଁମାନେ ରାକ୍ଷସ କାର୍ଯ୍ୟ କରନ୍ତି ସେମାନଙ୍କୁ ଶୀଘ୍ର ଦଣ୍ଡ ଦିଆଯାଉ। ଯାହା ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଆବଶ୍ୟକ, ଏହା ଉପରେ ଏକ ବ୍ୟାପକ ଚର୍ଚ୍ଚା ହେବା ଉଚିତ୍। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କିଛି ଚିନ୍ତାର ବିଷୟ ମଧ୍ୟ ରହିଛି। ମୁଁ ଏଠାରୁ ମୋର ଯନ୍ତ୍ରଣା ପ୍ରକାଶ କରିବାକୁ ଚାହୁଁଛି। ସମାଜରେ…
ଭୁବନେଶ୍ୱର: ଆଜି ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପତାକା ଉତ୍ତୋଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସେ ପ୍ରଥମ ଥର ପାଇଁ ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି। ସମାରୋହରେ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ସହ ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ପାଇକ ବିଦ୍ରୋହ ଥିଲା ଦେଶର ଇତିହାସର ଏକ ଅନନ୍ୟ ଅଧ୍ୟାୟ। ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ଓଡିଶାରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହା ଆମ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ପରି ମହାନ ଦେଶପ୍ରେମୀ ଓ ବୀର ଯୋଦ୍ଧାଙ୍କ ପ୍ରତି ମୋର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ଶାନ୍ତି ଓ ସୁରକ୍ଷା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହନ୍ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍)ର ଅଧ୍ୟକ୍ଷ ୟଙ୍ଗ ଲିୟୁଙ୍କୁ ଭେଟିଛନ୍ତି। ବିଭିନ୍ନ ଭବିଷ୍ୟ କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ଚମତ୍କାର ସୁଯୋଗକୁ ଆଲୋକିତ କରିବା ସହ ଶ୍ରୀ ମୋଦୀ ଭାରତରେ ଫକ୍ସକନ୍ର ବିନିଯୋଗ ଯୋଜନା ଉପେରେ ମଧ୍ୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି; “ହନ୍ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍)ର ଅଧ୍ୟକ୍ଷ ୟଙ୍ଗ୍ ଲିୟୁଙ୍କୁ ଭେଟି ଖୁବ୍ ଆନନ୍ଦିତ। ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ ଭାରତର ପ୍ରଦାନ କରିବାକୁ ଥିବା ଚମତ୍କାର ସୁଯୋଗା ଉପରେ ମୁଁ ଆଲୋକପାତ କଲି। କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ସେମାନଙ୍କର ନିବେଶ ଯୋଜନା ଉପରେ ମଧ୍ୟ ଆମର ଭଲ ଆଲୋଚନା ହୋଇଥିଲା।”
ଡକ୍ଟର ସତ୍ୟ ଷଡ଼ଙ୍ଗୀ ହିନ୍ଦୁସ୍ଥାନର ମୁକ୍ତି ସଂଗ୍ରାମ ପାଇଁ ନିଜ ରକ୍ତରେ କାବ୍ୟ ଲେଖିଥିଲେ ଇଂଲଣ୍ଡର ଜଣେ କାରାବନ୍ଦୀ ଇଂରେଜ କବି। ଏପରି ଗମ୍ଭୀର ଐତିହାସିକ ତଥ୍ୟର ସନ୍ଧାନ ଦେଇଛନ୍ତି ବିଶିଷ୍ଟ ସାହିତ୍ୟ ଗବେଷକ ପ୍ରଫେସର ଦେବେନ୍ଦ୍ର କୁମାର ଦାଶ। ସେହି ବିସ୍ମୃତ ଇଂରେଜ କବି ହେଉଛନ୍ତି ଆର୍ଣ୍ଣଷ୍ଟ ଚାର୍ଲ୍ସ ଜୋନ୍ସ (୧୮୧୯-୧୮୬୯) ଆଉ ତାଙ୍କ କାବ୍ୟର ନାମ ‘ଦି ରିଭୋଲ୍ଡ ଅଫ୍ ଦି ହିନ୍ଦୁସ୍ଥାନ’। ଏହାର ବିଷୟବସ୍ତୁ ଭାରତୀୟ ସ୍ଵାଧୀନତା ସଂଗ୍ରାମ ଉପରେ ଆଧାରିତ। ଆର୍ଣ୍ଣଷ୍ଟ ଚାର୍ଲ୍ସ ଜୋନ୍ସ ସାଧାରଣ ବର୍ଗଙ୍କ ହକ୍ ପାଇଁ ସଂଗ୍ରାମ କରି କାରରୁଦ୍ଧ ଥିଲାବେଳେ ଲିଖନ ସାମଗ୍ରୀର ବାରଣ ସତ୍ତ୍ଵେ ବାଇବେଲର ଟୁକୁରା ପୃଷ୍ଠା ଉପରେ ଆପଣା ରକ୍ତରେ ରଚନା କରିଥିଲେ ‘ଦି ଭିଭୋଲ୍ଡ ଅଫ୍ ଦି ହିନ୍ଦୁସ୍ତାନ’ କାବ୍ୟ – ଠିକ୍ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ‘ସିପାହୀ ବିଦ୍ରୋହ’ର (୧୮୫୭) ଅବ୍ୟବହିତ ପୂର୍ବରୁ। ତେଣୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରନାୟକ ଭାବରେ…
ନୂଆଦିଲ୍ଲୀ: ଆମେ ଜାଣିଛୁ ଯେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଠିକ୍ ମଧ୍ୟରାତ୍ରିରେ ଭାରତ ସ୍ୱାଧୀନତା ପାଇଥିଲା। ଘଡ଼ିରେ ରାତି ୧୨ଟା ବାଜିବାମାତ୍ରେ ଭାରତର ସ୍ୱାଧୀନତା ଘୋଷଣା ହୋଇଥିଲା। ତେବେ ଆମେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରିଥାଉ। ପ୍ରଶ୍ନ ଉଠୁଛି ଯଦି ଅଗଷ୍ଟ ୧୪ ରାତି ୧୨ଟାରେ ସ୍ୱାଧୀନତା ଘୋଷଣା କରାଯାଏ, ତେବେ ଆମେ ପ୍ରତିବର୍ଷ ଏହି ଦିନରେ ସ୍ୱାଧୀନତା ପାଳନ କରୁନାହୁଁ କାହିଁକି? ପ୍ରଶ୍ନ ଉଠୁଛି, ଯେତେବେଳେ କୌଣସି ଦେଶର ନୂଆ ଭାଗ୍ୟ ଲେଖିବା ଭଳି ବଡ଼ କାମ ହୋଇଛି, ତେବେ ଦିନରେ ନୁହେଁ ବରଂ ମଧ୍ୟରାତ୍ରିରେ କାହିଁକି? ରାତି ୧୨ଟାରେ ବ୍ରିଟିଶରାଜ ହାତରୁ ଭାରତୀୟଙ୍କୁ ଶାସନର ଦାୟିତ୍ୱ ହସ୍ତାନ୍ତର କରାଯିବାର ବାଧ୍ୟତାମୂଳକତା କ’ଣ ଥିଲା? ଡୋମିନିକ୍ ଲାପିଏର୍ ଏବଂ ଲାରି କଲିନ୍ସଙ୍କ ଦ୍ୱାରା ଲିଖିତ ‘ଫ୍ରିଡମ୍ ଆଟ୍ ମିଡ଼୍ ନାଇଟ୍’ ପୁସ୍ତକଟି ହିନ୍ଦୀରେ ଫ୍ରିଡ୍ମ ଆଟ୍ ମିଡ଼୍ ନାଇଟ୍ ନାମରେ ପ୍ରକାଶିତ ହୋଇଥିଲା। ଅଗଷ୍ଟ ୧୪…
ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ। ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ। ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ। ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ । ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। କର୍କଟ- ଯଦି ଆପଣ ସକାରାତ୍ମକ ରୁହନ୍ତି ତେବେ ଏହି ଦିନ ଆପଣଙ୍କୁ…
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମା’ଭଗବତୀଙ୍କ ଭିତର ହୁଣ୍ଡି ଖୋଲାଯାଇଛି। ମାତ୍ର ଛଅ ମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ଭିତର କାଠହୁଣ୍ଡି ଖୋଲା ଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ତହସିଲଦାର, ଟି. ପଦ୍ମନାଭ ଦୋରା, ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ଶୀତଲ ଅଗ୍ରୱାଲ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ସ୍ଥାନୀୟ ଥାନା ଅଧିକାରୀ, ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ସମେତ, ଅକ୍ଷୟ ମିଶ୍ର, ଅଶ୍ଵିନୀ ମିଶ୍ର, ସେବାୟତ ସଞ୍ଜୟ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା। ସମୁଦାୟ ଟ ୧,୪୭,୪୨୪/_(ଏକ ଲକ୍ଷ ଶତଚାଳିଶି ହଜାର ଚାରିଶହ ଚବିଶ) ଟଙ୍କା ମାତ୍ର ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋବ୍ୟାଙ୍କରେ ଜମା ରଖାଯାଇଥିଲା। ଶ୍ରଦ୍ଧାଳୁମାନଙ୍କର ମଙ୍ଗଳ କାମନା କରି ଏହି ଦାନ ଅର୍ଥ ମା’ ଙ୍କ ନୀତିକାନ୍ତି ସେବାରେ ଲାଗିବ ବୋଲି ନିର୍ବାହୀ ଅଧିକାରୀଙ୍କଠାରୁ ପ୍ରକାଶ।
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଠାରେ ଆୟୋଜିତ ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ପଦଯାତ୍ରାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅଭିଯାନ ଆମ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହେଉଛି। ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ ଯେ, ଜାତୀୟ ପତାକା ଆମ ଦେଶ ତଥା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ବହୁ ସମ୍ମାନ ଓ ଗୌରବ ବହନ କରିଥାଏ। ଏହା ହେଉଛି ଆମ ଦେଶର ପ୍ରତୀକ। ଆମ ଜାତୀୟ ପତାକା ତ୍ରିରଙ୍ଗା। ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣୀତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ…
ଭୁବନେଶ୍ୱର: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭୁବନେଶ୍ବର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବୋଲଗଡଠାରେ ବିଭାଜନ ବିଭିଷୀକା ସ୍ମୃତି ଦିବସ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢୀ କାର୍ଯ୍ୟକ୍ରମକୁ ଉଦଘାଟନ କରି ଦେଶ ବିଭାଜନରେ କଷ୍ଟଯନ୍ତ୍ରଣା ସହିଥିବା ଅଗଣିତ ଲୋକଙ୍କ ବଳିଦାନକୁ ମନେ ପକାଇଥିଲେ । ବାଚସ୍ପତି କହିଥିଲେ, ଭବିଷ୍ୟତରେ ଆଗକୁ ବଢ଼ିବାକୁ ହେଲେ ଅତୀତର ଦୁଃଖଦାୟକ ଓ ପ୍ରେରଣାଦାୟୀ ସ୍ମୃତିକୁ ସାଥୀରେ ନେଇ ଚାଲିବାକୁ ହେବ। ଆଜିର ଯୁବପିଢ଼ି ଅଖଣ୍ଡ ଭାରତର ବିଭାଜନ କାହାଣୀକୁ ମନେ ପକାଇ ଆଗକୁ ବଢ଼ିବ। ବିଭାଜନ ପାଇଁ କେଉଁମାନେ ଦାୟୀ ତାହା ବର୍ତ୍ତମାନର ପିଢ଼ି ଜାଣିବା ଆବଶ୍ୟକ ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ। ଅନ୍ୟ ଅତିଥିମାନେ ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ତ୍ରିରଙ୍ଗା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ବହୁସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫, ୨୦୨୪ରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବାରେ ଦେଶବାସୀଙ୍କ ନେତୃତ୍ୱ ନେବେ। ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଏହି ସ୍ମାରକୀର ପ୍ରାଚୀରରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଅଭିଭାଷଣ ଦେବେ। ଚଳିତ ବର୍ଷର ସ୍ୱାଧୀନତା ଦିବସର ବିଷୟବସ୍ତୁ ହେଉଛି ‘ବିକଶିତ ଭାରତ @ ୨୦୪୭’ । ଏହି ଉତ୍ସବ ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ସରକାରଙ୍କ ପ୍ରୟାସକୁ ଏକ ନୂତନ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ସ୍ବତନ୍ତ୍ର ଅତିଥି ଜାତୀୟ ଉତ୍ସାହର ଏହି ପର୍ବରେ ଜନଭାଗିଦାରୀକୁ ବଢ଼ାଇବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଲାଲକିଲ୍ଲାରେ ଉତ୍ସବ ଦେଖିବା ପାଇଁ ପ୍ରାୟ ୬ ହଜାର ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଯୁବକ, ଆଦିବାସୀ ସମ୍ପ୍ରଦାୟ, କୃଷକ, ମହିଳା ଓ ଅନ୍ୟାନ୍ୟ ସ୍ବତନ୍ତ୍ର ଅତିଥି ଭାବେ ପରିଚିତ ଏହି ବ୍ୟକ୍ତିମାନେ ବିଭିନ୍ନ ସରକାରୀ ଯୋଜନା/ପ୍ରୋତ୍ସାହନ ସହାୟତାରେ…
ଖୋର୍ଦ୍ଧା: ଦେଶ ପାଳୁଛି ସ୍ବାଧିନତାର 78 ବର୍ଷ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଚାଲିଛି ଅଗଷ୍ଟ 9 ରୁ 15 ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନ। ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା, ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରୁ ବିଜେବି ହାଇସ୍କୁଲ ପର୍ଯ୍ଯନ୍ତ ବାହାରିଥିଲା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ସାସଂଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲାପାଳ ଚଞ୍ଚଳ ରାଣା, ଜିଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ଙ୍କ ସମେତ ସମସ୍ତ ଜିଲା ସ୍ତରୀୟ ଅଧିକାରୀ, ଶତାଧିକ ମହିଳା, ସ୍କୁଲ କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜିବୀ, ଶିକ୍ଷାବିତ, ସ୍ବେଚ୍ଛାସେବୀ ପ୍ରମୁଖ ଯୋଗଥିଲେ । ଭାରତମାତା କୀ ଜୟ, ବନ୍ଦେ ମାତରଂ, ଜୟଘୋଷରେ କମ୍ପିଥିଲା ପରିବେଶ । ଖୋର୍ଦ୍ଧା…
ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ରେଢ଼ାଖୋଲ ବନଖଣ୍ଡ ଖୋଲଗଡ ସଂରକ୍ଷିତ ଜଙ୍ଗଲର ଗୋଗୁଆ ଗ୍ରାମ ନିକଟରୁ ୧.୨ କେଜି ବାରହା ମାଂସ ଜବତ ସହ ଜଣଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନନ୍ତ ବାଘ। ଘର ଗୋଗୁଆ। ବନ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଗୋଗୁଆ ଖେଳ ପଡିଆ ନିକଟରୁ ବାରହା ମାଂସଧରି ଆସୁ ଥିବା ବେଳେ ବନବିଭାଗ ଧରି ଥିଲା। ବନ ବିଭାଗର ଫରେଷ୍ଟର ଲବ ମେହେର, ଫରେଷ୍ଟ ଗାର୍ଡ ପୁଷ୍ପାଞ୍ଜଳି ବେହେରା ତଥା ବନ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ।

