ଖୋର୍ଦ୍ଧା: ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ “ସୁଭଦ୍ରା” ଯୋଜନା ନିମିତ୍ତ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ସୁଭଦ୍ରା କୁ କିପରି ସଫଳ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଟାଇମସ ଅଫ ଇଣ୍ଡିଆର ମୁଖ୍ୟ ରାଜରାମ ଶତପଥୀ, ଆଇ ଆଇ ଟି ଭୁବନେଶ୍ଵର ର ସହକାରୀ ପ୍ରଫେସର ଦୁଖବନ୍ଧୁ ସାହୁ, ଜିଲ୍ଲାର ବିଭିନ୍ନ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ତଥା ସରପଞ୍ଚ, ପ୍ରକଳ୍ପ ସ୍ତରୀୟ ସମସ୍ତ ସରକାରୀ ଅଧିକାରୀ, ବ୍ଲକ ର ସଭାପତି, ଜିଲ୍ଲା ପରିଷଦ ସଭାପତି, ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ତଥା ସମସ୍ତ…
Author: SM Network
ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ୫,୧୦୦ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି ଏବଂ ଏଥିପାଇଁ ଆବେଦନ ଆହ୍ୱାନ କରାଯାଇଛି। ସମଗ୍ର ଭାରତରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରୁ ପୂର୍ଣ୍ଣକାଳୀନ ନିୟମିତ ଡିଗ୍ରି ପାଠ୍ୟକ୍ରମରେ ନାମଲେଖାଉଥିବା ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ସ୍ନାତକ ପାଠ୍ୟକ୍ରମରେ ସମସ୍ତ ବିଷୟରେ ଛାତ୍ରବୃତ୍ତି ଦିଆଯାଉଛି ଏବଂ ଯୋଗ୍ୟ ବିବେଚିତ ୫୦୦୦ ସ୍ନାତକ ଛାତ୍ରଛାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ। ସ୍ନାତକ ପାଠ୍ୟକ୍ରମରେ ପ୍ରଥମ ବର୍ଷରେ ଯୋଗ ଦେଉଥିବା ସମସ୍ତ ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ଯୋଗ୍ୟତା ଏବଂ ପାରିବାରିକ ଆୟ ଆଧାରରେ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ, ଯାହା ଦ୍ୱାରା ବିନା ଆର୍ଥିକ ବୋଝରେ ସେମାନେ ନିଜ ପାଠପଢ଼ା ଜାରି ରଖିପାରିବେ। ସ୍ନାତକୋତ୍ତର ପାଠ୍ୟକ୍ରମରେ ଇଞ୍ଜିନିୟରିଙ୍ଗ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ ବିଷୟଗୁଡ଼ିକରେ ଛାତ୍ରବୃତ୍ତି ଦିଆଯାଉଛି ଏବଂ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ବେଆଇନ ଭାବେ ମଦ ଚୋରା ଚାଲାଣ ହେଉ ଥିବା ବେଳେ ରେଢ଼ାଖୋଲ ଅବକାରୀ ବିଭାଗ ମଙ୍ଗଳବାର ମଧୁପୁର ଗାଁ ନିକଟରୁ ମଙ୍ଗଳବାର ଚଢାଉ କରି ବାଇକ୍ ସହ ବିଅର୍ ଓ ମଦ ଜବତ କରିଛି। ଏହି ବେଆଇନ କାରବାରରେ ସଂପୃକ୍ତ ଅଭିଯୁକ୍ତକୁ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଝାରଖଣ୍ଡ ରାଜ୍ୟ ବୋକାରୋ ଜିଲ୍ଲା ଵୋକାରୋ ଷ୍ଟିଲ ସିଟିର ଅଭିଶେଖ ଗୁପ୍ତା (୪୦)। ଅବକାରୀ ବିଭାଗ ଅଭିଯୁକ୍ତଙ୍କ ପାଖରୁ ବିଅର ଓ ମଦ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଓଡ଼ି ୨୮ ଏ ୭୮୦୬ ନମ୍ବର ବିଶିଷ୍ଟ ବାଇକ୍ ଯୋଗେ ସୋନପୁର ଜିଲ୍ଲା ସୁବଳୟା ଅଞ୍ଚଳରୁ ଵିଅର ଓ ମଦ ଧରି ରେଢ଼ାଖୋଲ ଅଭିମୁଖେ ଆସୁଥିବା ବେଳେ ସୂଚନା ପାଇ ଅବକାରୀ ବିଭାଗ ଚଢାଉ କରି ଥିଲେ। ଚଢାଉ କରି ଅଭିଯୁକ୍ତ ପାଖରୁ ମଦ ଓ ବାଇକ୍ ଜବତ କରା ଯାଇଛି।
ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ଘରୋଇ ସିରିଜ ଦିଲ୍ଲୀପ ଟ୍ରଫି ପାଇଁ ସମସ୍ତ ଚାରୋଟି ଦଳ ଘୋଷଣା କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମା ଏହି ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ, ପୂର୍ବରୁ ଦିଲ୍ଲୀପ ଟ୍ରଫିରେ ଉଭୟଙ୍କୁ ଚୟନ କରାଯିବ ବୋଲି ପୂର୍ବରୁ ଖବର ଆସିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଶୁଭମାନ ଗିଲ, ରୁତୁରାଜ ଗାଇକ୍ଵାଡ, ଶ୍ରେୟସ ଆୟର ଏବଂ ଅଭିମନ୍ୟୁ ଈଶ୍ବରନଙ୍କୁ ଅଧିନାୟକ କରାଯାଇଛି। ପ୍ରକାଶ ଯେ, ବର୍ତ୍ତମାନ ଦଳଗୁଡିକ କେବଳ ପ୍ରଥମ ରାଉଣ୍ଡ ପାଇଁ ଘୋଷିତ ହୋଇଛି। ଏଥର ଟିମ୍ ଇଣ୍ଡିଆର ଅନେକ ତାରକା ଖେଳାଳିଙ୍କୁ ଦିଲ୍ଲୀପ ଟ୍ରଫିରେ ଦେଖିବାକୁ ମିଳିବ। ଏଥିରେ ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, କେ.ଏଲ୍ ରାହୁଲ, ମହମ୍ମଦ ସିରାଜ, ଇଶାନ କିଶାନ, ସରଫରାଜ ଖାନ, ରୁତୁରାଜ ଗାଇକ୍ଵାଡ, ଶ୍ରେୟସ ଆୟର, ମୟଙ୍କ ଅଗ୍ରୱାଲ, ରିଆନ ପରାଗ, ଧ୍ରୁଭ ଜୁରେଲ, ଶିବମ ଦୁବେ, ତିଲକ ବର୍ମା, ଆବେଶ ଖାନ,…
ଭୁବନେଶ୍ୱର: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତାର ଆନନ୍ଦ ଆଣିଦେଇଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୫ତମ ସ୍ଥାନ ମିଳିଛି। ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ ଏନଆଇଆରଏଫ ତାଲିକାରେ ୧୭ତମ ସ୍ଥାନରେ ଥିଲା। ତେବେ ୨୦୨୨ରେ ୨୬ତମ ସ୍ଥାନ ହାସଲ କରିଥିବା ଏହି ଅନୁଷ୍ଠାନ ମାତ୍ର ଦୁଇ ବର୍ଷ ମଧ୍ୟରେ ଏଗାର ସୋପାନ ଉପରକୁ ଉଠି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ଯାହାକି ଗୌରବର ବିଷୟ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଘୋଷଣା କରିଥିବା ୨୦୨୪ ବର୍ଷ ପାଇଁ ଏନଆଇଆରଏଫ ତାଲିକା ଅନୁସାରେ ଏମ୍ସ ଭୁବନେଶ୍ୱରକୁ ଓଡ଼ିଶାର ସର୍ବୋତ୍ତମ ମେଡିକାଲ୍ କଲେଜର ମାନ୍ୟତା ପ୍ରଦାନ କରିଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ବାସଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ…
ନୂଆଦିଲ୍ଲୀ: ବିହାରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ରାମ ଜତନ ସିହ୍ନା ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ସେ ରାଜ୍ୟସଭା ସାଂସଦ ସୟଦ ନାସିର ହୁସେନ୍, ବିହାର କଂଗ୍ରେସ ପ୍ରଭାରୀ ପୱନ ଖେଡା ଏବଂ ରାଜ୍ୟ ସଭାପତି ଅଖିଳେଶ ସିଂଙ୍କ ସମ୍ମୁଖରେ କଂଗ୍ରେସରେ ଯୋଗ ଦେଇଛନ୍ତି। ପ୍ରକାଶ ଯେ, ରାମ ଜତନ ସିହ୍ନା ପୂର୍ବରୁ କଂଗ୍ରେସରେ ଥିଲେ। ପରେ ସେ ଜେଡିୟୁରେ ଯୋଗ ଦେଇଥିଲେ। ତେବେ ପୁଣି ସେ ଜେଡିୟୁରୁ ମଧ୍ୟ ଇସ୍ତଫା ଦେଇଥିଲେ। ଆଜି ସେ କଂଗ୍ରେସକୁ ଫେରିଛନ୍ତି। ଏଥି ସହ କଂଗ୍ରେସରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ଉପରେ ଆକ୍ରମଣ କରି ନୀତୀଶ କୁମାର ଇସ୍ତଫା ଦେବା ଉଚିତ ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦଶଟି ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଏନଡିଏରେ ଆସନ ବଣ୍ଟନ ଉପରେ ସସପେନ୍ସ ଶେଷ ହେବାକୁ ଯାଉଛି। ରାଜ୍ୟର ଦଶଟି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି, ଯଦିଓ ଏପର୍ଯ୍ୟନ୍ତ ନିର୍ବାଚନ ଘୋଷଣା ହୋଇନାହିଁ। କିନ୍ତୁ ଏନଡିଏ ଦଳ ମଧ୍ୟରେ ଆସନ ବାଣ୍ଟିବା ପ୍ରସଙ୍ଗର ସମାଧାନ ହୋଇଛି। ନିଶାଦ ପାର୍ଟି ମୁଖ୍ୟ ତଥା ଯୋଗୀ ସରକାରୀ ମନ୍ତ୍ରୀ ଡାଃ ସଞ୍ଜୟ ନିଶାଦଙ୍କ ବିବୃତ୍ତି ଆଧାରରେ ଏହାର ସୂଚକ ଦେଖାଯାଉଛି। ବାସ୍ତବରେ, ବୁଧବାର ଉପ-ନିର୍ବାଚନ ସଂପର୍କରେ ଗଣମାଧ୍ୟମକୁ ଯୋଗୀ ସରକାରୀ ମନ୍ତ୍ରୀ ଡାଃ ସଞ୍ଜୟ ନିଶାଦ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ‘ମଜୱା ଏବଂ କଟେହରିରେ ନିଶାଦ ପାର୍ଟିର ଚିହ୍ନ ଉପରେ ଏନଡିଏ ଲଢେଇ କରିବ। ୧୦ ଟି ଆସନରେ ଏନଡିଏ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏହା ଏକ ଇତିହାସ ହୋଇଛି ଯେ, ସହଯୋଗୀ ସଦସ୍ୟମାନେ ଏନଡିଏର ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆମେ ଯଥାସମ୍ଭବ ସିଟ୍…
ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଞ୍ଚଳର ବିଶିଷ୍ଟ ଓକିଲ, ରାଜନେତା, ସମାଜସେବୀ ତଥା ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ଦ୍ଵାଦଶାହ ଅବସରରେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ବାବା ବୁଖାରି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ସମେତ ବହୁ ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ, ସମ୍ପର୍କୀୟ, ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ଏବଂ ସମସ୍ତ ଓକିଲମାନେ ଯୋଗଦେଇଥିଲେ। ଉପସ୍ଥିତ ବ୍ୟକ୍ତିବିଶେଷ ମାନେ ସ୍ବର୍ଗତ ମହାପାତ୍ରଙ୍କ ଫୋଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ତାଙ୍କର ସ୍ମୃତିଚାରଣ କରି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତିରେ ‘ସ୍ମୃତି ତର୍ପଣ’ ନାମରେ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା। ସୂଚନା ଥାଉକି ସ୍ବର୍ଗତ ଶ୍ରୀ ମହାପାତ୍ର ଦୀର୍ଘ ୨୫ ବର୍ଷ ଧରି ବାଣପୁର ଓକିଲ ସଂଘର…
ନୂଆଦିଲ୍ଲୀ: ଆଜି ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଭାରତୀୟ ସେନାର କ୍ୟାପଟେନ ସହିଦ ହୋଇଥିବାବେଳେ ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏହି ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହେବାର ସମ୍ଭାବନା ରହିଛି। ଡୋଡାରେ ସହିଦ ହୋଇଥିବା କ୍ୟାପଟେନ ୪୮ ରାଷ୍ଟ୍ରିୟ ରାଇଫଲରୁ ଆସିଥିଲେ। ହ୍ଵାଇଟ ନାଇଟ୍ କର୍ପସ କହିଛି ଯେ, ପ୍ରବଳ ଗୁଳି ବିନିମୟ ମଧ୍ୟରେ ଆତଙ୍କବାଦୀଙ୍କ ସନ୍ଧାନ ଚାଲିଛି। ଅପରେସନ୍ ସମୟରେ ଯୁଦ୍ଧ ପରି ଭଣ୍ଡାର ଜବତ କରାଯାଇଛି।
ନୂଆଦିଲ୍ଲୀ: ଆଇସିସି ODI ର଼୍ୟାଙ୍କିଙ୍ଗରେ ରୋହିତ ଶର୍ମା ଏକ ବଡ଼ ଲମ୍ଫ ନେଇ 2 ନମ୍ବର ସ୍ଥାନ ହାସଲ କରିଛନ୍ତି। ଆଇସିସି ର଼୍ୟାଙ୍କିଙ୍ଗରେ 37 ବର୍ଷୀୟ ରୋହିତ ଶର୍ମା ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ଭାରତୀୟ ଅଧିନାୟକ ବହୁତ ଭଲ ଫର୍ମରେ ଥିଲେ। ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଏକଦିବସୀୟ ସିରିଜରେ ରୋହିତ ମଧ୍ୟ ଚମତ୍କାର ଇନିଂସ ଖେଳିଥିଲେ, ଯେଉଁଠାରେ ବାକି ଭାରତୀୟ ବ୍ୟାଟ୍ସମ୍ୟାନ୍ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ପ୍ରକାଶ ଯେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚରେ ରୋହିତ ଶର୍ମା 58 ରନ୍ ର ଇନିଂସ ଖେଳିଥିଲେ। ତା’ପରେ ଦ୍ୱିତୀୟ ଦିନିକିଆରେ ସେ 64 ରନ୍ ସଂଗ୍ରହ କରିଥିଲେ। ଏହା ପରେ ସିରିଜର ତୃତୀୟ ତଥା ଶେଷ ODI ରେ ଭାରତୀୟ ଅଧିନାୟକ 35 ରନ୍ ସଂଗ୍ରହ କରିଥିଲେ। ଏହି ସିରିଜରେ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ଅନ୍ୟମାନଙ୍କ…
ନୂଆଦିଲ୍ଲୀ: 2024 ପ୍ୟାରିସ୍ ଅଲିମ୍ପିକ୍ସ ବର୍ତ୍ତମାନ ସମାପ୍ତ ହୋଇଛି। ସମସ୍ତ କ୍ରୀଡାପ୍ରେମୀଙ୍କ ଆଖି ବର୍ତ୍ତମାନ ପରବର୍ତ୍ତୀ ଅଲିମ୍ପିକ୍ସ ଆଡକୁ ରହିଛି। ବର୍ତ୍ତମାନ ଉତ୍ସବ ସହିତ ଆଥଲେଟ୍ ମାନେ ପରବର୍ତ୍ତୀ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ପରବର୍ତ୍ତୀ ଅଲିମ୍ପିକ୍ସ 2028 ରେ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ପାଞ୍ଚଟି ନୂତନ କ୍ରୀଡା ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ତିନୋଟି କ୍ରୀଡା ଫେରୁଛି ଏବଂ ଦୁଇଟି କ୍ରୀଡା ଡେବ୍ୟୁ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ପରବର୍ତ୍ତୀ ଅଲିମ୍ପିକ୍ସ କେଉଁଠାରେ ଏବଂ କେବେ ଆରମ୍ଭ ହେବ? ଏହା ସହିତ, ସେହି ପାଞ୍ଚଟି ନୂତନ ଖେଳ କ’ଣ? ପରବର୍ତ୍ତୀ ଅଲିମ୍ପିକ୍ସ କେବେ ଏବଂ କେଉଁଠାରେ ଖେଳାଯିବ?: ପ୍ୟାରିସ୍ ଅଲିମ୍ପିକ୍ସ ପରେ ପରବର୍ତ୍ତୀ ଗ୍ରୀଷ୍ମ ଅଲିମ୍ପିକ୍ସ ଆମେରିକାରେ ଖେଳାଯିବ। 2028 ମସିହାରେ ଆମେରିକାର ଲସ୍ ଆଞ୍ଜେଲସରେ ଏହା ଆୟୋଜିତ ହେବ। ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ 2028 ର ଉଦଘାଟନୀ ସମାରୋହ 14 ଜୁଲାଇ 2028 ରେ…
ନୂଆଦିଲ୍ଲୀ: ଦେଶର ବିଭାଜନ ସମୟରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଭାଜନର ଭୟାବହ ସ୍ମୃତି ଦିବସକୁ ଚିହ୍ନଟ କରି ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଅନେକ ଲୋକଙ୍କ ପାଇଁ ବିଭାଜନର ଭୟଙ୍କର ପ୍ରଭାବ ଏବଂ ଯନ୍ତ୍ରଣାକୁ ମନେ ପକାଇଛନ୍ତି। ମାନବିକ ସହନଶୀଳତାର ପ୍ରଶଂସା କରି ଶ୍ରୀ ମୋଦୀ ଦେଶରେ ଏକତା ଏବଂ ଭାଇଚାରା ବନ୍ଧନର ସୁରକ୍ଷା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ; “#PartitionHorrorsRemembranceDay ରେ, ଆମେ ଅଗଣିତ ଲୋକଙ୍କୁ ମନେ ପକାଉଛୁ, ଯେଉଁମାନେ ବିଭାଜନର ଭୟାବହତା ହେତୁ ପ୍ରଭାବିତ ହୋଇଥିଲେ ଏବଂ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହା ମଧ୍ୟ ସେମାନଙ୍କର ସାହସକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ ଅଟେ, ଯାହା ମାନବ ସହନଶୀଳତାର ଶକ୍ତି ବର୍ଣ୍ଣନା କରିଥାଏ। ବିଭାଜନରେ ପ୍ରଭାବିତ ବହୁ ଲୋକ ସେମାନଙ୍କ ଜୀବନକୁ ପୁନଃ ନିର୍ମାଣ କରିଛନ୍ତି ଏବଂ ଅପାର ସଫଳତା…
ନୂଆଦିଲ୍ଲୀ: ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ନୂତନ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ରେଳ ଟନେଲରେ ଉନ୍ନତ ବାଲାଷ୍ଟ ବିହୀନ ଟ୍ରାକ୍ ଟେକ୍ନୋଲୋଜି ଗ୍ରହଣ କରୁଛି। ଏହି ରଣନୀତିକ ପଦକ୍ଷେପ ରେଳ ପରିବହନର ନିରାପତ୍ତା, ଦକ୍ଷତା ଏବଂ ସ୍ଥିରତାକୁ ବୈପ୍ଲବିକ ପରିବର୍ତ୍ତନ ଆଣି ଟନେଲ ପରିବେଶରେ ପ୍ରତିକୂଳ ପରିସ୍ଥିତି ପାଇଁ ଆହ୍ୱାନ ଭାବରେ ଗ୍ରହଣ କରିଛି। ପ୍ରାରମ୍ଭିକ ଭାବେ ପୂର୍ବ ତଟ ରେଳପଥ ମଧ୍ୟରେ ଚାଲୁରହିଥିବା କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ବାଇଗୁଡା ଏବଂ କାକିରିଗୁମ୍ମା ଷ୍ଟେସନ୍ ମଧ୍ୟରେ 600 ମିଟର ଟନେଲ୍ ପାଇଁ ‘ରେଡା 2000 ବ୍ଲକ୍ ସିଷ୍ଟମ୍’ ସହିତ ବାଲାଷ୍ଟ ବିହୀନ ଟ୍ରାକ୍ କାର୍ଯ୍ୟ ହାତକୁ ନିଆଯାଇଅଛି ଯାହାର ନିର୍ମାଣ କାର୍ଯ୍ୟ ପାୟତଃ ଶେଷ ପର୍ଯ୍ୟାୟରେ ଅଛି। ଏହି ବାଲାଷ୍ଟ ବିହୀନ ଟ୍ରାକ୍ ପ୍ରଣାଳୀ ମଧ୍ୟ ପୂର୍ବତଟ ରେଳପଥ ମଧ୍ୟରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣାଧୀନ ଟନେଲରେ କାର୍ଯ୍ୟକାରୀ ହେବାକୁ ଯୋଜନା ରହିଛି। ଟନେଲଗୁଡିକରେ ବର୍ତ୍ତମାନ ପ୍ରଚଳନ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ମଙ୍ଗଳବାର ପୂର୍ବାହ୍ନରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଚିଲିକା ଗ୍ରସ୍ତ କରିଛନ୍ତି। ଭାରତୀୟ ନୌସେନା ଆଇଏନଏସ ଚିଲିକା ଭିତ୍ତିଭୂମି ପରିଦର୍ଶନ କରିବା ସହ ନୌସେନା ଅଧିକାରୀ ଏବଂ ଯବାନମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଆଇଏନଏସ ଚିଲିକା କମୋଡୋର ଏନପି ପ୍ରଦୀପଙ୍କ ସହ ବିଶେଷ ମୁହୂର୍ତ୍ତ ଅତିବାହିତ କରିଥିଲେ। ଏହାପରେ ଆଇଏନଏସ ଚିଲିକା ବୋଟରେ ମା’ କାଳିଜାଇ ଗସ୍ତ କରିଥିଲେ। ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଲାଞ୍ଜିପଲୀ ଓଭରବ୍ରିଜ୍ ତଳୁ ଜଣେ ଅଜଣା ଯୁବକର ଖଣ୍ଡ ବିଖଣ୍ଡିତ ମୃତଦେହ ପୋଲିସ ଉଦ୍ଧାର କରିଛି। ଯୁବକର ବୟସ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କୌଣସି ଏକ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ହେବାପରେ ଶବକୁ ବଡ ଡାକ୍ତରଖାନା ଶବ ସଂରକ୍ଷଣ ଗୃହରେ ରଖାଯାଇଛି ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ଆଜି ପାକିସ୍ତାନରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏଭଳି ପରିସ୍ଥିତିରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଏକ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଯଦି ତାଙ୍କ ଦେଶ ଉପରେ କୌଣସି ପ୍ରକାର ଆକ୍ରମଣ ହୁଏ, ତେବେ ପାକିସ୍ତାନ ଏହାର ପ୍ରତିଶୋଧ ନେବ ବୋଲି ସେ ଧମକ ଦେଇଛନ୍ତି। ଏହି ଧମକ ସିଧାସଳଖ ଭାରତ, ଆଫଗାନିସ୍ତାନ ଏବଂ ଇରାନ ପାଇଁ ବିଚାର କରାଯାଉଛି, କାରଣ ଏହି ଦେଶଗୁଡିକ ସହିତ ପାକିସ୍ତାନର ବିବାଦ ଲାଗି ରହିଛି। ଆମ ବିରୁଦ୍ଧରେ ଯୁଦ୍ଧ ଷଡଯନ୍ତ୍ର କରୁଥିବା ବ୍ୟକ୍ତିଙ୍କ ପାଇଁ ଆମର ପ୍ରତିଶୋଧ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହେବ ବୋଲି ସେନା ମୁଖ୍ୟ କହିଛନ୍ତି। ସ୍ୱାଧୀନତା ପରେଡକୁ ସମ୍ବୋଧିତ କରିବାବେଳେ ମୁନିର୍ ଏହି ବିବୃତ୍ତି ଦେଇଛନ୍ତି। ମୁନିର ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନର ଲୋକମାନେ ଏବଂ ଏହାର ସୁରକ୍ଷା ବାହିନୀ କେବେ ପଛକୁ ଫେରିବେ ନାହିଁ ଏବଂ କାହାକୁ ଦେଶ ଉପରେ ଅଶୁଭ ଦ୍ରୁଷ୍ଟି…
କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଜିଲ୍ଲାନାସୀ ପଂଚାୟତର ବାତ୍ୟା ଆଶ୍ରୟସ୍ଥଳୀଠାରେ ଆଜି ଏକ ଦୁଇଦିନିଆ ପଂଚାୟତ ସ୍ତରୀୟ ଲକ୍ଷପତି ଦିଦି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ସରପଂଚ ନିଳିନୀପ୍ରଭା ପରିଡ଼ା, ଜିବୀକା ମିଶନର ବିଏଲ୍ସି ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ବାର୍ଷିକ ପାରିବାରିକ ଆୟ ୬୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧିପାଇବ ସେ ବିଷୟରେ ନିଶ୍ଚିତ ଭାବରେ ଆଲୋଚନା କରିଥିଲେ। ମହିଳାମାନଙ୍କୁ ଅର୍ଥନୈତିକ ଅଭିବୃଦ୍ଧି ବିଭାଗ ସହାୟତା ଓ ଓଡ଼ିଶା ଜିବୀକା ମିଶନ ଜରିଆରେ ଆଂଚଳିକ ସ୍ତରରେ ଭିଆରପି ଋଣ ଏବଂ ମହାସଂଘ ଜରିଆରେ ସିଆଇଏଫ୍ ଋଣ ମହିଳାମାନଙ୍କୁ ଯୋଗାଇଦେଇ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବ। ସେହିପରି ମିଶନଶକ୍ତି ଜରିଆରେ କମ୍ ସୁଧ ହାରରେ ବ୍ୟାଙ୍କ୍ ମିତ୍ର ଋଣ ଯୋଗାଇ ଦିଆଯାଇ ଘରୋଇ ବ୍ୟାଙ୍କ୍ ମାନଙ୍କଠାରୁ ଋଣ ନ ଆଣିବାକୁ ମହିଳାମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଉକ୍ତ ତାଲିମ ଶିବିରରେ ସିଆରପି ଲକ୍ଷ୍ମୀପ୍ରିୟା…
ଭୁବନେଶ୍ୱର/ସୁନ୍ଦରଗଡ଼: ବଣ ପାହାଡ଼ଘେରା ତଥା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନେ ଧାନ ସହିତ ବିଭିନ୍ନ ପ୍ରକାରର ଋତୁକାଳୀନ ଫସଲ କରିଥାନ୍ତି। ତେଣୁ ଭଲ ଫସଲ ଅମଳ ପାଇଁ ଜଳସେଚନର ଆବଶ୍ୟକତା ରହିଥିବାରୁ ଚାଷୀଙ୍କ ଜମିରେ କ୍ଷେତ ପୋଖରୀ ଖୋଳାଯାଉଛି। ଏହି କାର୍ଯ୍ୟକ୍ରମ ଚାଷୀମାନଙ୍କ ଜୀବିକାରେ ଉନ୍ନତି ଆଣିବା ସହିତ ଭୂତଳ ଜଳସ୍ତର ହ୍ରାସକୁ ନିୟନ୍ତ୍ରଣ ଓ ମୃତ୍ତିକା ସଂରକ୍ଷଣ ଲାଗି ବିଶେଷ ସହାୟକ ହେଉଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲିଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍ସି) ଆର୍ଥିକ ସହାୟତା ଯୋଗାଇ ଦେଉଛି। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ ଏହି ପ୍ରକଳ୍ପ କରାଯାଉଛି। ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ କ୍ଷେତ ପୋଖରୀ ନିର୍ମାଣ ଲାଗି ହିତାଧିକାରୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୬୨ଟି…
ବାଣପୁର (ସୀତାରାମ ଅଗ୍ରୱାଲ): ଦେଶର ପ୍ରତି ନାଗରିକଙ୍କ ମଧ୍ୟରେ ଦେଶ ଭକ୍ତିକୁ ଜାଗ୍ରତ କରିବା ଏବଂ ରାଷ୍ଟ୍ରୀୟ ଗୌରବ ଓ ଏକତାର ଏକ ନୂଆ ଭାବନା ସୃଷ୍ଟି କରିବା ଲକ୍ଷ୍ୟରେ ୨୦୨୨ ମସିହା ଠାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ହୋଇ ଆସୁଅଛି। ପ୍ରତ୍ୟେକ ପରିବାର କିପରି ଦେଶର ଜାତୀୟ ପତାକାକୁ ସମ୍ମାନ ଦେବେ ଏବଂ ସଚେତନ ହେବେ ସେଥିପାଇଁ ଅଗଷ୍ଟ ୯ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ପାଳନ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ତତ୍ୱାବଧାନରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବ୍ଲକ ପରିସରରୁ ବାହାରି ପଲଟନ ପଡିଆ, କୋର୍ଟ ଦେଇ ପ୍ରତ୍ୟାବର୍ତ୍ତନ କରିଥିଲା। ଉକ୍ତ ଶୋଭାଯାତ୍ରାରେ ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି. ପଦ୍ମନାଭ ଦୋରା , ବ୍ଲକର…
ସ୍ୱାସ୍ଥ୍ୟ ଟିପ୍ସ: ଜଳଖିଆ ଠାରୁ ଆରମ୍ଭ କରି ସ୍ନାକ୍ସ ପର୍ଯ୍ୟନ୍ତ ବ୍ରେଡ ପ୍ରାୟତଃ ଅନ୍ତର୍ଭୁକ୍ତ ହୋଇଥାଏ।ବେଳେବେଳେ ଏହାକୁ ରୁଟି ସ୍ୟାଣ୍ଡୱିଚ୍ ଏବଂ ବେଳେବେଳେ ରୁଟି ଟୋଷ୍ଟ ଆକାରରେ ଏହାର ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଏ। କିନ୍ତୁ ଅନେକ ଲୋକ ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ବିଷୟରେ ଅବଗତ ନୁହଁନ୍ତି। ବିଶେଷକରି ଧଳା ବ୍ରେଡ ଖାଇବା ଉଚିତ ନୁହେଁ। ଯଦି ଆପଣ ପୁଷ୍ଟିକର ଖାଦ୍ୟର ଅଭାବକୁ ପୂରଣ କରିବାକୁ ଚାହାଁନ୍ତି, ତେବେ ଏହା ବଦଳରେ ଡାଲି ଜାତୀୟ ଶସ୍ୟରୁ ପ୍ରସ୍ତୁତ ବ୍ରେଡ ଖାଆନ୍ତୁ। ଆସନ୍ତୁ ଆପଣଙ୍କୁ ଏଠାରେ କହିବା, ଆପଣ କାହିଁକି ରୁଟି ଖାଇବା ଉଚିତ୍ ନୁହେଁ ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କିପରି କ୍ଷତିକାରକ ହୋଇପାରେ। ଲୁଣର ମାତ୍ରା- ଅଧିକାଂଶ ରୁଟିରେ ପ୍ରଚୁର ଲୁଣ ଥାଏ। ବିଶେଷକରି ବଜାର କିମ୍ବା ମଲରୁ କିଣାଯାଇଥିବା ବ୍ରେଡରେ ଅଧିକ ପରିମାଣର ଲୁଣ ଥାଏ। ତେଣୁ, ଯଦି ଆପଣ କମ୍ ରୁଟି ଖାଆନ୍ତି, ତେବେ ଆପଣଙ୍କ ଶରୀରରେ ସୋଡିୟମର…
ସ୍ୱାସ୍ଥ୍ୟ ଟିପ୍ସ: ଆପଣ କିପରି ନିଜ ଦିନ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହା ଆପଣଙ୍କ ଉପରେ ନିର୍ଭର କରେ। ଯଦି ଆପଣ ସ୍ୱାସ୍ଥ୍ୟ ପାଇଁ ଭଲ ଜିନିଷ ବାଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଏବଂ ଯଦି ଆପଣ ଅସ୍ୱାସ୍ଥ୍ୟକର ଜିନିଷ ଖାଆନ୍ତି, ତେବେ ଆପଣଙ୍କୁ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପଡିବ। ଆପଣ ନିଶ୍ଚୟ ସାମ୍ବରରେ ଏବଂ ତରକାରୀରେ ବୃଷଙ୍ଗ ପତ୍ର ଖାଇଥିବ, କିନ୍ତୁ ସକାଳେ ଏହାକୁ ଚୋବାଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି ହୋଇପାରିବ। ଅନେକ ପୋଷକ ତତ୍ତ୍ୱ ବୃଷଙ୍ଗ ପତ୍ରରେ ମଧ୍ୟ ମିଳିଥାଏ, ଯେତେବେଳେ କି ଏହା ସ୍ୱାଦରେ ମଧ୍ୟ ଭଲ। ଆସନ୍ତୁ ଜାଣିବା ଶରୀରରେ ବୃଷଙ୍ଗ ପତ୍ର ଖାଇବାର ପ୍ରଭାବ କ’ଣ? ବୃଷଙ୍ଗ ପତ୍ର ଖାଇବାର ଲାଭ: ୧- କେଶ ପାଇଁ: ବୃଷଙ୍ଗ ପତ୍ରରେ ଭିଟାମିନ୍ ସି, ଫସଫରସ୍, ଆଇରନ୍, କ୍ୟାଲସିୟମ୍ ଏବଂ ନିକୋଟିନ୍ ଭରପୂର ଅଟେ। ଏହାର ବ୍ୟବହାର ଦ୍ୱାରା, ଆଭ୍ୟନ୍ତରୀଣ ଏବଂ ବାହ୍ୟରେ କେଶ ଭଲ…

