Author: SM Network

କୁଜଙ୍ଗ: ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଅଧିକାରୀ ଭୂତଚାଷୀଙ୍କୁ ଅଦା ବିହନ ବଂଟାଯିବା ଘଟଣାର ତଦନ୍ତ ଧର୍ମକୁ ଆଖିଠାର ସଦୃଶ ହୋଇଛି। ଅଦା ଚାଷ ଜମିରେ ଚାଷୀଙ୍କୁ ଠିଆ କରି ଫଟୋ ଉଠାଇବା ପରିବର୍ତ୍ତେ କଦଳୀ ବୁଦା ମୂଳେ ଫଟୋ ଉଠାଇ ହରଡ଼ ଘଣାରେ ପଡ଼ିଛନ୍ତି ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ। ତତ୍‌ସହିତ ଜଣେ ଚାଷୀକୁ ଗରେଇ ପଂଚାୟତରେ ଠିଆ କରି ଫଟୋ ଉଠାଇବା ସହ ସେହି ଚାଷୀ ଗୋରଡ଼ ପଂଚାୟତରେ ଫଟୋ ଉଠାଯାଇଛି। ସେହିପରି ଜିଓଟେକ୍‌ରେ ରହିଥିବା ସମୟ ମଧ୍ୟ ଦୁଇ ପଂଚାୟତରେ ଏକ ପ୍ରକାର ଅଛି। ତେବେ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏନେଇ ଆଜି ଜିଲ୍ଲା କୃଷି ଅଧିକାରୀ ତଥା ଅଦା ବିହନ ବଂଟନ ଘଟଣାର ତଦନ୍ତକାରୀ ଅଫିସର ଅନିଲ୍ କୁମାର ସେଠିଙ୍କ ବିରୁଦ୍ଧରେ କୃଷି ସଚିବଙ୍କୁ ନବ ନିର୍ମାଣ କୃଷକ ସଂଗଠନ ନେତା ବିଷ୍ଣୁ ଚରଣ ସ୍ୱାଇଁ ସାକ୍ଷାତ କରି ଲିଖିତ…

Read More

କଟକ: ଆଜି କଟକ ଏସସିବି ମେଡିକାଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚିକିତ୍ସା ସମୟରେ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ମହିଳାଜଣଙ୍କ କାର୍ଡିଓଲୋଜି ବିଭାଗରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ଅଭିଯୁକ୍ତ ଡାକ୍ତର ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହା ଜାଣିବା ପରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଯାଇଥିଲା। ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ ମାରିବା ସହିତ ମଙ୍ଗଳବାଗ ଥାନାରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଅଭିଯୁକ୍ତ ଡାକ୍ତର ଗୁରୁତର ଅବସ୍ଥାରେ ଏସସିବି ରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସେପଟେ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗରେ ମଧ୍ୟ ଥାନାରେ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣାରେ କେତେ ସତ୍ୟତା ରହିଛି, ତାହା ଜଣାପଡିନାହିଁ। ଏନେଇ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ। ପୋଲିସ ତଦନ୍ତ ପରେ ଏହାର ସତ୍ୟତା ଜଣାପଡିବ ବୋଲି କୁହାଯାଇଛି।

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାବିତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବା, ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତତାକୁ ସୁରକ୍ଷିତ ରଖିବା ଏବଂ ଆମ ରାଜ୍ୟ ଯେପରି ଶିକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବ ତାହା ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ତତ୍କାଳୀନ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ପ୍ରଣୟନ କରିଥିଲେ, ଯାହା ମୂଳ ଆଇନ ୧୯୮୯ ଅନେକ ବ୍ୟାପକ ପରିବର୍ତ୍ତନ ଆଣିଥିଲା। ଏହି ଆଇନରେ ପରିବର୍ତ୍ତନ କେବଳ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ୟୁଜିସି ଆଇନର ବ୍ୟବସ୍ଥା ଏବଂ ନିୟମରେ ଦ୍ୱନ୍ଦ…

Read More

ନୂଆଦିଲ୍ଲୀ: ରକ୍ଷାବନ୍ଧନ ବିଷୟରେ ୟୁପି ପରିବହନ ବିଭାଗ ଲୋକଙ୍କ ପରିବହନକୁ ସହଜ କରିବା ପାଇଁ 3000 ଅତିରିକ୍ତ ବସ୍ ଚଲାଇବାକୁ ନିଷ୍ପତ୍ତି ନେଇଛି। ଉତ୍ତରପ୍ରଦେଶ ପରିବହନ ବିଭାଗ ଅଗଷ୍ଟ 17 ରୁ ଅଗଷ୍ଟ 22 ପର୍ଯ୍ୟନ୍ତ 3000 ଅତିରିକ୍ତ ବସ୍ ଚଳାଚଳ କରିବାକୁ ଯାଉଛି। ଏହି ଅବଧି ମଧ୍ୟରେ, 19 ଏବଂ 20 ଅଗଷ୍ଟରେ, ମହିଳା ଯାତ୍ରୀମାନେ ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ସମସ୍ତ ବସ୍ ମରାମତି କରିବା ଏବଂ ସେମାନଙ୍କର ଆବଶ୍ୟକୀୟ ସ୍ପେୟାର୍ ପାର୍ଟସ୍ ମରାମତି କରିବା ପାଇଁ ପରିବହନ ବିଭାଗରେ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଯାତ୍ରୀମାନଙ୍କୁ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏହି ଅବଧି ମଧ୍ୟରେ କର୍ମଚାରୀଙ୍କ ଉପରେ ଡ୍ୟୁଟି ଲାଗୁ କରିବାକୁ ଅଧିକାରୀମାନେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏବଂ କୌଣସି ଅଧିକାରୀ ବିନା ସୂଚନାରେ କର୍ମକ୍ଷେତ୍ରରୁ ନିଖୋଜ ନହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବଧି ମଧ୍ୟରେ ଅତିରିକ୍ତ ସେବା କରୁଥିବା ଲୋକମାନେ ମଧ୍ୟ…

Read More

ଭୁବନେଶ୍ଵର: ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସୁଭଦ୍ରା ଯୋଜନା ପାଇଁ ଅଗଷ୍ଟ ୧୫ ତାରିଖରେ ଏସଓପି ଜାରି ହେବ। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସୁଭଦ୍ରା ଯୋଜନା ପାଇଁ ଏସଓପି ପ୍ରସ୍ତୁତ ହୋଇଅଛି। ବର୍ତ୍ତମାନ ସାଧାରଣ ଜନତା, ବୁଦ୍ଧିଜୀବୀମାନଙ୍କ ଠାରୁ ମତାମତ ନିଆଯାଉଛି। ରାଜ୍ୟରେ ମହିଳାମାନଙ୍କୁ ଶସକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରୁଛନ୍ତି। ଆସନ୍ତା ୧୫ ତାରିଖରେ ଏହା ଉପରେ ଏସଓପି ଜାରି କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ।

Read More

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ ପତଞ୍ଜଳି ଉତ୍ପାଦ ସମ୍ପର୍କରେ ଚାଲିଥିବା ଅବମାନନା ମାମଲା ଆଜି ବନ୍ଦ କରାଯାଇଛି। ପତଞ୍ଜଳି ଉତ୍ପାଦରେ ଚାଲିଥିବା ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଔଷଧ ସମ୍ବନ୍ଧୀୟ ଦାବି ସମ୍ବନ୍ଧରେ ଉଭୟ ପକ୍ଷରୁ ଅଣ୍ଡରଟେକିଂ ଦିଆଯାଇଥିଲା, ଯାହା କୋର୍ଟ ଗ୍ରହଣ କରିଥିଲେ। ଏହିପରି ଭାବରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଦେଶର ସର୍ବୋଚ୍ଚ ନ୍ୟାୟାଳୟରୁ ଏକ ବଡ଼ ଆଶ୍ଵସ୍ତି ପାଇଛନ୍ତି।

Read More

ନୂଆଦିଲ୍ଲୀ: ଦିଲ୍ଲୀରେ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନକୁ ନେଇ ବିବାଦ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ସରକାରୀ ବିଭାଗ ମନା କରିଦେଇଛି। ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (GAD) ଏ ସମ୍ପର୍କରେ ମନ୍ତ୍ରୀ ଗୋପାଳ ରାୟଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ମନ୍ତ୍ରୀ ଗୋପାଳ ରାୟଙ୍କୁ ଲେଖିଥିବା ଚିଠିରେ କହିଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଅଛନ୍ତି ଏବଂ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ପାଇଁ ଉପଲବ୍ଧ ହେବେ ନାହିଁ। ଏହି ମାମଲା ସର୍ବୋଚ୍ଚ ସ୍ତରରେ ଅବଗତ କରାଯାଇଛି ଏବଂ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଦିଲ୍ଲୀ ଜେଲ ନିୟମ ଅନୁଯାୟୀ ଗୋପାଳ ରାୟଙ୍କ ଦ୍ୱାରା ଦିଆଯାଇଥିବା ଯୋଗାଯୋଗ ଉପଯୁକ୍ତ ନୁହେଁ। ସାଧାରଣ ପ୍ରଶାସନ ବିଭାଗର ଏହି ଆଭିମୁଖ୍ୟ ଉପରେ AAP ନେତା ମନୀଷ ସିସୋଦିଆ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ…

Read More

ଭୁବନେଶ୍ଵର: ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ସସ୍‌ପେଣ୍ଡ ହୋଇଛନ୍ତି। ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ ତାଙ୍କୁ ସସ୍‌ପେଣ୍ଡ କରିଥିବା ଜଣାପଡିଛି। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସେ ସସ୍‌ପେଣ୍ଡ ହୋଇଛନ୍ତି। ଯାହାଫଳରେ ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭାଗ ନେଇପାରିବେନି।

Read More

ନୂଆଦିଲ୍ଲୀ: ବିଭିନ୍ନ ସମ୍ପ୍ରଦାୟରେ ହାତୀମାନଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ବିଶ୍ୱ ହସ୍ତୀ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ହାତୀମାନେ ଚଳପ୍ରଚଳ କରିବା ପାଇଁ ଏକ ଅନୁକୂଳ ଆବାସସ୍ଥଳୀ ଯୋଗାଇ ଦେବା ଦିଗରେ ଯଥାସମ୍ଭବ ପ୍ରଚେଷ୍ଟା ପାଇଁ ପ୍ରତିବଦ୍ଧତାକୁ ଶ୍ରୀ ମୋଦୀ ପୁଣି ଦୋହରାଇଛନ୍ତି। ଆମ ସଂସ୍କୃତି ଓ ଇତିହାସରେ ହାତୀମାନେ କେତେ ମୂଲ୍ୟବାନ ଏବଂ ସେମାନଙ୍କର ଗୁରୁତ୍ୱ କେତେ ତାହା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ବିଗତ ବର୍ଷ ମାନଙ୍କରେ ହାତୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି; “ହାତୀମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ସମ୍ପ୍ରଦାୟରେ କରାଯାଉଥିବା ପ୍ରଚେଷ୍ଟାକୁ ପ୍ରଶଂସା କରିବା ପାଇଁ ବିଶ୍ୱ ହସ୍ତୀ ଦିବସ ଏକ ଅବସର। ଏଥିସହ ହାତମାନେ ଯେପରି ସୁରୁଖୁରୁରେ ଚଳପ୍ରଚଳ କରିପାରିବେ ସେଥିପାଇଁ ଏକ ଅନୁକୂଳ ଆବାସ ବାତାବରଣ ସୃଷ୍ଟି କରିବା ଦିଗରେ ଆମେ ପୁଣି ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ। ଆମ ଭାରତରେ ମଧ୍ୟ ହାତୀ…

Read More

ଭୁବନେଶ୍ୱର: ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଛି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ। ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ର ନବମ ସଂସ୍କରଣରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୪ ତମ ସ୍ଥାନ ହାସଲ କରି ସୋଆ ଗୋଟିଏ ପାହାଚ ଉପରକୁ ଉଠିଛି। ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ର‌୍ୟାଙ୍କିଙ୍ଗ ଘୋଷଣା କରାଯାଇଛି। ଗତବର୍ଷ ସୋଆ ଦେଶରେ ୧୫ ତମ ର‌୍ୟାଙ୍କ ହାସଲ କରିଥିଲା। ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସ୍‌ର ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରାଜ୍ୟ ଶିକ୍ଷାମନ୍ତ୍ରୀ ସୁକାନ୍ତ ମଜୁମ୍‌ଦାର ଉପସ୍ଥିତ ଥିଲେ। ସେହିପରି ସାମଗ୍ରିକ ଶିକ୍ଷାନୁଷ୍ଠାନ ତାଲିକାରେ ଗତବର୍ଷର ର‌୍ୟାଙ୍କିଙ୍ଗ ଠାରୁ ଦୁଇଟି ସ୍ଥାନ ଉପରକୁ ଯାଇ ସୋଆ ଏଥର ୨୪ ତମ ସ୍ଥାନ ହାସଲ କରିଛି। ୨୦୧୬ ମସିହାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ…

Read More

ରଣପୁର: ରଣପୁର ବ୍ଳକ ପରିସର ସମନ୍ବିତ ଶିଶୁ ମଙ୍ଗଳ ଅଧିକାରୀଣୀ (CDPO) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣପୁର ବ୍ଳକ ଅଙ୍ଗନବାଡି କର୍ମୀଙ୍କ ତରଫରୁ ଏକ ଧାରଣା ଓ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଏହି କି, ସରକାର ଅଙ୍ଗନବାଡି ବା ପ୍ରାକ ବିଦ୍ୟାଳୟରର ଶିଶୁ ମାନଙ୍କୁ ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ ଜରୀଆରେ ପୋଷାକ ବିତରଣ କାର୍ଯ୍ୟ ଶୃଙ୍ଖଳାର ସହ କରୁଥିଲାବେଳେ ଗତବର୍ଷ ଏକ ମହିଳା ଗୋଷ୍ଠୀ ଜରୀଆରେ ବେପାରୁଆ ଧାରାରେ ମାପ ବିହୀନ, ଚିରା ଫଟା ଓ ବଜାରରୁ ମିଳୁଥିବା ନିମ୍ନ ମାନର ରେଡିମେଡି ପୋଷାକ ଯୋଗୁଁ ପୋଷାକ ବିତରଣ ବିଶୃଙ୍ଖଳା ହେବା ସହ ନାନାଦି ସମସ୍ୟା ସୃଷ୍ଟି ହେବାରୁ ଏହା ବିଫଳ ହୋଇ ଥିଲା। ଫଳରେ ଉକ୍ତ ନିଷ୍ପତ୍ତି ପ୍ରତ୍ୟାହାର ହେବା ସହ ପୂର୍ବଭଳି ଅଙ୍ଗନବାଡି କର୍ମୀମାନେ ଶୃଙ୍ଖଳାର ସହ ପୋଷାକ ବିତରଣ କରି ଆସୁ ଥିଲେ। ଏହା ସତ୍ତ୍ୱେ ପ୍ରଶାସନ ଅଙ୍ଗନବାଡି କର୍ମୀଙ୍କ ଅଜ୍ଞାତରେ ଚଳିତ ବର୍ଷ…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ସୋମବାର ଅପରାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବାଲୁଗାଁର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଖୁଚୁରା ବଜାରରେ ଦିନକୁଦିନ ଚଢା ଦରରେ ଆଳୁ ବିକ୍ରୟ କରାଯାଉଥିବା ବେଳେ ଗୋଦାମରେ ଆଳୁ ରଖି ବଜାରରେ ପର୍ଯ୍ୟାପ୍ତ ପରିମାଣର ଆଳୁ ନମିଳିବା ଯୋଗୁଁ ଖୁଚୁରା ବ୍ୟବସାୟୀଙ୍କ ସମେତ ଖାଉଟି ହନ୍ତସନ୍ତ ହେଉଥିବା ବାରମ୍ବାର ଅଭିଯୋଗ ହେଇ ଆସୁଥିଲା। ଏନେଇ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ଆଳୁ ଗୋଦାମ ଓ ଦୋକାନରେ ଚଢ଼ାଉ କରାଯାଇଛି। ଅଧିକ ଦାମରେ ଆଳୁ ବିକୁଥିବା ଅସାଧୁ ବ୍ୟବସାୟୀଙ୍କୁ ସଚେତନତା କରାଯିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୁହାଯାଇଛି। ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁଚୁରା ବିକ୍ରୟ କେନ୍ଦ୍ର ମାନଙ୍କରେ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ କରାଯାଉଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହିଅବସରରେ କିଛି ଖୁଚୁରା ବ୍ୟବସାୟୀ ଅଧିକ ମୂଲ୍ୟରେ ଆଳୁ କିଣୁଥିବାରୁ ଦର ଉଚ୍ଚା…

Read More

ଖୋର୍ଦ୍ଧା: ବେଗୁନିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୨୨୩ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨୦୩ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୧୩ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୬ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜଣେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିବାବେଳେ / ଆରକ୍ଷୀ ଅଧିକ୍ଷକ, ଅବିନାଶ କୁମାର /ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା/ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ବାଦଲମହାନ୍ତି /ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନସେଠୀ /ସି ଡ଼ି ଏମ୍ଓ, ଡଃ ରାଜଲକ୍ଷ୍ମୀ ପଟ୍ଟନାୟକ / ଡେପୁଟି କଲେକ୍ଟର ଦେବଦତ୍ତ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଭିନ୍ନ ହୋଟେଲ ଓ ମିଠା ଦୋକାନ ଗୁଡିକରେ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲେ। ଏହି ସମୟରେ ହୋଟେଲ ଓ ମିଠା ଦୋକାନ ଗୁଡିକରେ ଖାଦ୍ୟର ମାନ, ସ୍ବଚ୍ଛତା, ଫୁଡ ଲାଇସେନ୍ସ ଆଦି ତନଖି କରାଯାଇଥିଲା। ତେବେ ବାଣପୁର ଅଞ୍ଚଳର ବିଭିନ୍ନ ଦୋକନ ଠାରୁ ସମୁଦାୟ ୭୮୫୦ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି। ତତସହିତ ପାଖାପାଖି ୨୦ କେଜି ମିଠା ନଷ୍ଟ କରାଯାଇଛି। ଅନୁରୂପ ଭାବେ ବାଣପୁର ବାଇପାସ ସ୍ଥିତ ଏକ ମିଠା ଦୋକାନର ଲାଇସେନ୍ସ ବାତିଲ କରାଯାଇଥିବା କହିଛନ୍ତି ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଶ୍ରୀ ବଳ। ତେବେ ପୂର୍ବସୂଚନା ପାଇ ଚଢ଼ାଉ ବେଳେ ବାଣପୁର ଅଞ୍ଚଳରେ ଏକାଧିକ ହୋଟେଲ ମାଲିକ ନିଜ ନିଜ ଅନୁଷ୍ଠାନ ବନ୍ଦ ରଖିଥିବାର ଦେଖିବାକୁ ମିଳିଥିଲା।

Read More

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ବ୍ଲକର ଅଧାରୁ ପାଠ ଛାଡ଼ିଥିବା କିଶୋରୀ ବାଳିକା ମାନଙ୍କର ନିଯୁକ୍ତି ପାଇଁ ଏକ କାଉନସେଲିଂ କର୍ମଶାଳା ଶିଶୁ ମଙ୍ଗଳ ଅଧିକାରିଣୀ ନର୍ମଦା ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସାହି ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ଼, ଭାରତ ସରକାର ଗ୍ରାମୀଣ ମନ୍ତ୍ରଣାଳୟଙ୍କ ତରଫରୁ ଅଜିତ କୁମାର ପରିଡା ଏବଂ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ତରଫରୁ ଶିଶିର କୁମାର ବେହେରା, କାଉନସେଲର ଭାବେ ଉପସ୍ଥିତ ରହି ବାଳିକାମାନଙ୍କୁ ନିଯୁକ୍ତି ସମ୍ପର୍କେ ଅବଗତ କରିଥିଲେ। ବାଣପୁର ସ୍ୱାସ୍ଥ୍ୟକେନ୍ଦ୍ରର କାଉନସେଲର ଅଶୋକ କୁମାର ବେହେରା ଯୋଗଦେଇ କମ ବୟସରେ ବିବାହ କରିବା ଦ୍ୱାରା କ୍ଷତି ସମ୍ପର୍କରେ ବାଳିକା ମାନଙ୍କୁ ସଚେତନ କରିଥିଲେ। ଶିଶୁ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବେହେରା ଶିକ୍ଷାଦ୍ୱାରା କିପରି ଜଣେ ମହିଳା ଆତ୍ମନିର୍ଭର ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବ ସେ ବିଷୟରେ ବାଳିକା ମାନଙ୍କୁ ବୁଝାଇଥିଲେ।  ପ୍ରକାଶ ଥାଉକି…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ସୋମବାର ସକାଳ ୧୦.୦୦ ଘଟିକା ସମୟରେ ଗୋଦାବରୀଶ ମହାବିଦ୍ୟାଳୟ ରେ ହର୍ ଘର୍ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦଯାତ୍ରା ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ପ୍ରଶାସନିକ ଅଧିକାରୀ ଡଃ.ଏସ୍.ପି.ଏନ୍.ଏସ୍ ବର୍ମା, ରୋଭର ଲିଡର ଆଦିତ୍ୟ ସାରଥୀ ବେଦମତ୍ତା, ଏନ୍.ସି.ସି ଅଫିସର୍ କ୍ୟାପ୍ଟେନ୍ ଗୁରୁ କିଶୋର ନାୟକ ଓ ମୁଖ୍ୟ କିରାଣୀ ଦୁର୍ଯ୍ୟୋଧନ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ମହାବିଦ୍ୟାଳୟର ମୁଖ୍ୟ ଫାଟକରୁ ବାହାରି ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀଦେଇପୁର ଇତ୍ୟାଦି ଗ୍ରାମ ଦେଇ ଫେରିଥିଲା। ଏଥିରେ ଏନ୍.ସି.ସି ଏବଂ ରୋଭର ଓ ରେଞ୍ଜର ଛାତ୍ରଛାତ୍ରୀ ଭାଗ ନେଇ ବିଭିନ୍ନ ସ୍ଳୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ…

Read More

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ ୨୦୨୪ ଟି -୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ବିଶ୍ୱକପ୍ ଶେଷ ହେବା ସହିତ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା। ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ ପ୍ରଶିକ୍ଷକ କରାଯାଇଥିଲା। ବର୍ତ୍ତମାନ ପ୍ରଶିକ୍ଷକ ପଦ ଛାଡିବା ପରେ ଦ୍ରାବିଡ଼ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ଅନେକ ବଡ଼ ଖେଳାଳିଙ୍କ ବିଷୟରେ କହିଥିଲେ। ଏହି ସମୟରେ ଦ୍ରାବିଡ ଦଳର ବଡ ତଥା ସୁପରଷ୍ଟାର ଖେଳାଳିଙ୍କ ରହସ୍ୟ ପ୍ରକାଶ କରିଥିଲେ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ଦଳର ଅନ୍ୟ ଖେଳାଳିଙ୍କ ଅହଂକାର ବିଷୟରେ କିପରି ଆଲୋଚନା ହେଉଛି ବୋଲି ଦ୍ରାବିଡ କହିଛନ୍ତି। କୁହାଯାଏ ସୁପରଷ୍ଟାର ଖେଳାଳିଙ୍କୁ ପରିଚାଳନା କରିବା ବହୁତ କଷ୍ଟକର। ଷ୍ଟାର୍ ସ୍ପୋର୍ଟସରେ ଦ୍ରାବିଡ୍ ଏହିସବୁ ବିଷୟରେ କହିଥିଲେ। ସେ କହିଛନ୍ତି ଯେ, “ଦଳର ସଫଳତା ପାଇଁ ମୁଁ ସମ୍ପୂର୍ଣ୍ଣ ଶ୍ରେୟ ନେଇ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ପୋଲିସ୍ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ କନିଷି ହାଟ ସ୍ଥିତ ଲକ୍ଷ୍ମୀ ନୃସିଂହ ନଗର ଠାରେ ଅଚାନକ ଚଢାଉ କରିଛି। ଯେଉଁଠି ୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ଏବଂ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଘଟଣାସ୍ଥଳରୁ ନଗଦ ୩୬,୮୦୦ ଟଙ୍କା, ୭ଟି ମୋଟରସାଇକେଲ ଓ ୮ ଟି ମୋବାଇଲ ଫୋନ ପୋଲିସ ଜବତ କରିଛି।

Read More

ନୂଆଦିଲ୍ଲୀ: ଜଣେ ଓକିଲଙ୍କ ଅନୁରୋଧ କ୍ରମେ ଅଗଷ୍ଟ ୬ ତାରିଖରେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ବାସଭବନ ନିକଟରେ ଆତ୍ମହତ୍ୟା କରିଥିବା ମହିଳାଙ୍କ ରବିବାର ଦିନ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ମହିଳା ଉନ୍ନାଓର ବାସିନ୍ଦା ଥିଲେ। ମହିଳା ଜଣକ ମୁଖ୍ୟମନ୍ତ୍ରୀ ବାସଭବନ ନିକଟରେ ନିଜ ଉପରେ ଜ୍ୱଳନ୍ତ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ପରେ ମହିଳାଙ୍କୁ ତୁରନ୍ତ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରୁ ଡାକ୍ତରମାନେ ତାଙ୍କୁ କେଜିଏମୟୁକୁ ପଠାଇଥିଲେ ଏବଂ ମହିଳା ସେଠାରେ ଚିକିତ୍ସିତ ହେଉଥିଲେ। ଏହି ଘଟଣାର ଅନୁସନ୍ଧାନ କରୁଥିବା ପୋଲିସ ମହିଳାଙ୍କ ମୋବାଇଲରୁ ଅନେକ ଫୋନ ରେକର୍ଡିଂ ଜବତ କରିଛି। ଯେଉଁଥିରେ ମହିଳା ଏବଂ ଓକିଲଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରେ ଓକିଲଙ୍କ ଦ୍ୱାରା ମହିଳାଙ୍କୁ ପ୍ରବର୍ତ୍ତାଇବା ମାମଲା ସାମ୍ନାକୁ ଆସିଛି। ଏହା ପରେ ପୋଲିସ ମହିଳାଙ୍କ ଓକିଲ ସୁନୀଲ କୁମାରଙ୍କୁ ଗିରଫ କରି ଜେଲକୁ ପଠାଇଛି। ଯେତେବେଳେ ମହିଳା ଆତ୍ମହତ୍ୟା କରିବାକୁ ମୁଖ୍ୟମନ୍ତ୍ରୀ ବାସଭବନ ନିକଟରେ…

Read More

ନୂଆଦିଲ୍ଲୀ: ସରକାର ଦେଶର କୃଷକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ୧୦୯ କିସମର ନୂଆ ଫସଲ ଜାରି କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରିବେଶ ଅନୁକୂଳ ଏବଂ ଉଚ୍ଚ ଅମଳକ୍ଷମ କିସମର ଫସଲ ଚାଷୀମାନଙ୍କର ଆୟ ବୃଦ୍ଧି କରିବ। ପ୍ରାକୃତିକ ଚାଷ ପ୍ରତି କୃଷକମାନଙ୍କର ଆଗ୍ରହ ବୃଦ୍ଧି ପାଉଥିବାରୁ ଶ୍ରୀ ମୋଦୀ ଖୁସି ପ୍ରକାଶ କରିଛନ୍ତି। ଏହି ଅବସରରେ ଚାଷୀମାନଙ୍କର ଅନୁଭୂତି ଶୁଣିବା ସହ ପ୍ରାକୃତିକ ଚାଷର ଉପକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି; “ଆମେ କୃଷକ ଭାଇ ଓ ଭଉଣୀମାନଙ୍କୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏ ଦିଗରେ ଆଜି ଆମେ ଦିଲ୍ଲୀରେ ୧୦୯ଟି ନୂତନ କିସମର ଫସଲ ଜାରି କରିବାର ସୁଯୋଗ ପାଇଲୁ। ଏହି ଜଳବାୟୁ ଅନୁକୂଳ ଏବଂ ଅଧିକ ଅମଳକ୍ଷମ କିସମରୁ ଉତ୍ପାଦନରେ ବୃଦ୍ଧି ସହିତ ଆମର କୃଷକମାନଙ୍କର ଆୟ ମଧ୍ୟ ବୃଦ୍ଧି…

Read More