Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିସୁଟ ବୁର୍ଲାର ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
ଆଜିର ଖବର

ଭିସୁଟ ବୁର୍ଲାର ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

December 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭିସୁଟ ବୁର୍ଲାର ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
ଭିସୁଟ ବୁର୍ଲାର ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ବୁର୍ଲା/ସମ୍ବଲପୁର: ବୁର୍ଲାର ବିଶେଷତ୍ୱ ହେଉଛି ଏହାର ଉଦ୍ୟୋଗୀ ମାନସିକତା। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ପୂର୍ବତନ ଛାତ୍ରଛାତ୍ରୀମାନେ ‘ସମ୍ବଲପୁରୀ ହବ୍’ ଭଳି ଷ୍ଟାର୍ଟଅପ୍ କରି ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି। ମନେରଖିବାକୁ ହେବ ଯେ, ବିଜ୍ଞାନ ଓ ଜ୍ଞାନକୌଶଳର ମୂଳ ଉଦ୍ଦେଶ୍ୟ କେବଳ ଭୌତିକ ଉପଲବ୍ଧି ନୁହେଁ, ବରଂ ମାନବ କଲ୍ୟାଣ ହେବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର ଭିସୁଟର ୧୭ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି  ବିଗତ ବର୍ଷର ଗୌରବମୟ ଯାତ୍ରା ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଅଗଣିତ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଗଠନ କରିଛି, ଯେଉଁମାନେ ଆଜି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜ ମାତୃଭୂମି ଓଡ଼ିଶା ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ଆଜିର ଶୁଭ ଅବସରରେ ଡିଗ୍ରୀ, ଉପାଧି ଓ ପଦକ ଲାଭ କରିଥିବା ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିକୁ ମନପ୍ରାଣ ଦେଇ କାର୍ଯ୍ୟକାରୀ କରିବାରେ ଭିସୁଟ ଦେଶର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଉଭା ହୋଇଛି। ଆଜିର ଅବସରରେ  ଭିସୁଟ୍ ପକ୍ଷରୁ ଓଡ଼ିଆ ଭାଷାରେ ‘ପ୍ରୟୋଗଶାଳା ନିର୍ଦ୍ଦେଶିକା’ ସମେତ ତିନୋଟି ହ୍ୟାଣ୍ଡବୁକ୍ ଉନ୍ମୋଚନ ଏହାର ଜ୍ୱଳନ୍ତ ପ୍ରତିଫଳନ।

ଆଇଆଇଟି ମାଡ୍ରାସର ପ୍ରଫେସରଙ୍କ ସହଯୋଗରେ ‘ଏଆଇ ଟୁଲ୍’ ମାଧ୍ୟମରେ ମାତୃଭାଷାରେ ବୈଷୟିକ ଶିକ୍ଷାଦାନ ସମ୍ଭବ ହୋଇପାରିଛି। ଆଜିର ଯୁଗରେ ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା କଣ? ମଣିଷ ଜୀବନକୁ ସରଳ କରିବା ପାଇଁ ନୂତନତା ବା ‘ନବାଚାର’ର ଆବଶ୍ୟକତା ରହିଛି। ସମ୍ବଲପୁରର ଇତିହାସ ଅତି ପ୍ରାଚୀନ ; ଭୀମମଣ୍ଡଳୀରେ ପ୍ରାୟ ୧୦ ହଜାର ବର୍ଷ ତଳେ ଏଠାକାର ‘ରକ୍ ଆର୍ଟ’ ବା ଶୈଳଚିତ୍ର ପ୍ରମାଣ ଦିଏ ଯେ, ସେତେବେଳେ ମଧ୍ୟ ମଣିଷ କୌଣସି ନା କୌଣସି ‘ଟୁଲ୍’ ବ୍ୟବହାର କରି ନିଜର ଅଭିବ୍ୟକ୍ତିକୁ ପ୍ରକାଶ କରୁଥିଲା। ସେହି ଐତିହ୍ୟକୁ ଆଧାର କରି ଆଜିର ଆଧୁନିକତା ଶିଖର ଛୁଇଁବା ଦରକାର।

‘ସମ୍ବେଦନଶୀଳତା’ ହିଁ ଭିସୁଟ୍‌ର ମୂଳ ଚରିତ୍ର ଏବଂ ଓଡ଼ିଶାକୁ ବିକଶିତ କରିବାର ଚାବିକାଠି ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଖରେ ଅଛି। ଆଜିର ଟେକ୍ନୋଲୋଜି ଯୁଗରେ ଆମେ ସମ୍ବଲପୁର ଠାରେ ଏକ ‘କ୍ୱାଣ୍ଟମ ସେଣ୍ଟର’ର ପରିକଳ୍ପନା କରିଛୁ। ଭିସୁଟ୍ ହିଁ ଓଡ଼ିଶାର ନବନିର୍ମାଣର ପ୍ରକୃତ ମଞ୍ଜି। ଯଦି ଭିସୁଟ୍ ନିଜର ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିବ, ତେବେ ଏହି ଅନୁଷ୍ଠାନ ବିଶ୍ୱର ଅନେକ ଜଟିଳ ସମସ୍ୟାର ସମାଧାନ କେନ୍ଦ୍ର ପାଲଟିବ, ଏଥିରେ କୌଣସି ସନ୍ଦେହ ନାହିଁ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଏହି ଶିକ୍ଷାନୁଷ୍ଠାନ ପରିସରରେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ,  ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏଆଇ ଟୁଲ୍ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ କ୍ୱାଣ୍ଟମ ସେଣ୍ଟର ଧର୍ମେନ୍ଦ୍ର ପ୍ରଧାନ ନବାଚାର ଭିସୁଟ ବୁର୍ଲା ସମାବର୍ତ୍ତନ ସମାରୋହ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.