ଭୁବନେଶ୍ବର: ସଫ୍ଟୱେର ଓ ପ୍ରାଣୀଙ୍କ କିସମ ଉପରେ ଏକବିଂଶତମ ଆଞ୍ଚଳିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତାକାଲି ପୁରୀରେ ଆୟୋଜିତ ହେବ। ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରର ରାଜ୍ୟ ଓ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀମାନେ ଏଠାରେ ପ୍ରଶିକ୍ଷଣ ନେବେ। ସଫ୍ଟୱେର ବିଶେଷକରି ମୋବାଇଲ ଆପ୍ ଓ ଡ୍ୟାଶବୋର୍ଡ ଉପରେ ଏହି ତାଲିମ ଦିଆଯିବ। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ କେନ୍ଦ୍ର ମତ୍ସ୍ୟପାଳନ, ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ.ପି. ସିଂ ବାଘେଲ ଦୀକ୍ଷାନ୍ତ ଅଭିଭାଷଣ ରଖିବେ। ସେହିପରି ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବେ। ଭାରତ ସରକାରଙ୍କ ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ସଚିବ ଅଳକା ଉପାଧ୍ୟାୟ, ଉପଦେଷ୍ଟା (ପରିସଂଖ୍ୟାନ) ଜଗତ ହଜାରିକା, ଆଇସିଏଆର-ଏନବିଏଜିଆର ନିର୍ଦ୍ଦେଶକ ଡକ୍ଟର ବି.ପି ମିଶ୍ର, ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ, ପ୍ରାଣୀସମ୍ପଦ ଓ ଦୁଗ୍ଧ…
Author: SM Network
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଆଇନ କ୍ଷେତ୍ରରେ ତାଙ୍କ ଦୀର୍ଘ ଦିନର ଅଭିଜ୍ଞତା ରହିଛି। ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟପାଳ ରଘୁବର ଦାସ ରାଜ୍ୟର ଆଡଭୋକେଟ ଜେନେରାଲ ଭାବରେ ନିଯୁକ୍ତି କରିଛନ୍ତି।
ନୂଆଦିଲ୍ଲୀ: ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ୱାର୍ଲ୍ଡ’ର ଦୃଷ୍ଟିକୋଣକୁ ଅନୁଭବ କରିଥିବାରୁ ଏବଂ ଏହା ପ୍ରତି ପ୍ରତିବଦ୍ଧତା ରକ୍ଷା କରିଥିବାରୁ ପ୍ରତିରକ୍ଷା କ୍ଷେତ୍ରର ପ୍ରମୁଖ ସଂସ୍ଥା ଲକହିଡ ମାର୍ଟିନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଗୁରୁବାର ଦିନ ଲକହିଡ ମାର୍ଟିନର ସିଇଓ ଜିମ୍ ତାଇସଲେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି; “@LockheedMartin ର ସିଇଓ ଜିମ୍ ତାଇସଲେଟ୍ ପ୍ରଧାନମନ୍ତ୍ରୀ….ଙ୍କୁ ଭେଟିଛନ୍ତି। ଭାରତ-ଆମେରିକା ଏରୋସ୍ପେସ୍ ଓ ପ୍ରତିରକ୍ଷା ଔଦ୍ୟୋଗିକ ସହଯୋଗ କ୍ଷେତ୍ରରେ ଲକହିଡ ପାର୍ଟିନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ୱାର୍ଲ୍ଡ’ର ଦୃଷ୍ଟିକୋଣକୁ ଅନୁଭବ କରୁଥିବାରୁ ଓ ଏହା ପ୍ରତି ପ୍ରତିବଦ୍ଧତା ରଖିଥିବାରୁ ଆମେ ତାହାକୁ ସ୍ୱାଗତ କରୁଛୁ”।
ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁର ରଥ ଯାତ୍ରାରେ ଆଜି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ ହେବା ସହ ତିନି ଠାକୁର ନିଳାଦ୍ରୀ ବିଜେ କରାଯାଇଛି। ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ନିକଟରେ ପହଚିଂଥିବାବେଳେ ମା ସୁଭଦ୍ରାଙ୍କ ଦେବଦଳନ ରଥ ମଙ୍ଗଳବାର ଦିନ ସିଂହଦ୍ୱାର ନିକଟରେ ପହଂଚି ଥିଲା। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା। ଗତକାଲି କିଛି ବାଟ ଆସି ଚୈତନ୍ୟ ମଠ ନିକଟରେ ଅଟକି ରହିଥିଲା। ଆଜି ରଣପୁରରେ ତୁହାକୁ ତୁହା ବର୍ଷା ଲାଗି ରହିଥିଲେ ମଧ୍ୟ ମଧ୍ୟାହ୍ଣ ୨ ଟାରେ ନନ୍ଦିଘୋଷ ରଥକୁ ଅଣାଯାଇ ଦୋଳ ମଣ୍ଡପ ନିକଟରେ ପହଂଚି ଥିଲା। ଏହା ପରେ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ମହାଲକ୍ଷ୍ମୀ ଯାଇ ଜଗନ୍ନାଥଙ୍କ ରଥ ସମ୍ମୁଖରେ ପହଚିଂଥିଲେ। ରଥ ଚାରିପଟେ ପରିକ୍ରମା କଲା ପରେ ସେଠାରେ ଆଳତି ଅନୁଷ୍ଠିତ ହୋଇଥିଲା। ପରେ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ…
ଭୁବନେଶ୍ୱର: ଉତ୍ତର ପଶ୍ଚିମ ଏବଂ ତତ୍ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳରେ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଗତି ଉତର ପଶ୍ଚିମ ମୁହାଁ ହେବା ସମ୍ଭାବନା ଥିବା ବେଳେ ଶନିବାର ପୂର୍ବାହ୍ଣ ସୁଦ୍ଧା ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଦକ୍ଷିଣ ଏବଂ ପଶ୍ଚିମ ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆଜି ରାତିରୁ ଉପକୂଳ, ଉତର ଏବଂ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ…
ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମା ଏକଦିବସୀୟ ଦଳର ଅଧିନାୟକ। ସୂର୍ଯ୍ୟକୁମାର ଯାଦବ ଟି -୨୦ ଅଧିନାୟକ। ନିକଟରେ ଟିମ୍ ଇଣ୍ଡିଆ ଏକ ନୂତନ ମୁଖ୍ୟ ପ୍ରଶିକ୍ଷକ ପାଇଛି। ଗୌତମ ଗମ୍ଭୀର ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ପହଞ୍ଚିବା ମାତ୍ରେ ଭାରତୀୟ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ସମୟରେ କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ଶ୍ରେୟସ୍ ଆୟର ଏବଂ ହର୍ଷିତ ରାଣାଙ୍କୁ ସୁଯୋଗ ଦିଆଯାଇଛି। ଶ୍ରେୟସ୍ ଆୟର ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ODI ସିରିଜ୍ ଖେଳିବେ। ଏକଦିବସୀୟ ଦଳରେ ହର୍ଷିତ ରାଣା ମଧ୍ୟ ସ୍ଥାନ ପାଇଛନ୍ତି। ଏହି ଉଭୟ ଖେଳାଳି ଆଇପିଏଲ୍ ଦଳ KKR ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଶ୍ରେୟାସ୍ ଆୟରଙ୍କ ଅଧିନାୟକତ୍ୱରେ କେକେଆର୍ ଟାଇଟଲ୍ ଜିତିଥିଲା। ଗମ୍ଭୀର ମଧ୍ୟ କେ.କେ.ଆରର ମେଣ୍ଟର ଭାବରେ…
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ସର୍ଭରଗୁଡ଼ିକ ଶୁକ୍ରବାର ଦିନ ସାରା ବିଶ୍ୱରେ ଅଟକି ଯାଇଛି। ଏହି କାରଣରୁ ଅଫିସ୍, ବିମାନବନ୍ଦର, ସେୟାର ମାର୍କେଟ ସହିତ ଅନେକ ସେବା କଦର୍ଯ୍ୟ ଭାବେ ପ୍ରଭାବିତ ହୋଇଛି। ଏହି ସମସ୍ୟା ପାଇଁ CrowdStrike ଦାୟୀ। ଏହି କମ୍ପାନୀ ସାଇବର ସୁରକ୍ଷା ସେବା ଯୋଗାଏ। କମ୍ପାନୀ ଏହାର ଉତ୍ପାଦ ଫାଲକନ୍ (କ୍ରାଉଡ୍ ଷ୍ଟ୍ରାଇକ୍ ଫାଲକନ୍) ରେ ଦିଆଯାଇଥିବା ଅପଡେଟ୍ ଯୋଗୁଁ ଏହି ସମସ୍ୟା ଉପୁଜିଛି। କ୍ରାଉଡ୍ ଷ୍ଟ୍ରାଇକ୍ କହିଛି ଯେ, ଏହା ଏହି ଅପଡେଟ୍ କରିବା ଆରମ୍ଭ କରିଛି। ଏହାପୂର୍ବରୁ ମାଇକ୍ରୋସଫ୍ଟ ଦାବି କରିଥିଲା ଯେ, ଏହାର କ୍ଲାଉଡ୍ ସେବା ଉନ୍ନତ ହେଉଛି। ତେବେ କମ୍ପାନୀ କହିଛି ଯେ, ବର୍ତ୍ତମାନ ଏହି ସମସ୍ୟା ପାଇଁ କ୍ରାଉଡ୍ ଷ୍ଟ୍ରାଇକ୍ ଦାୟୀ ବୋଲି ଏହା ନିଶ୍ଚିତ ହୋଇପାରିବ ନାହିଁ। ସର୍ଭର ଡାଉନ୍ ଥିବାରୁ ସମଗ୍ର ବିଶ୍ୱର କମ୍ପ୍ୟୁଟରରେ ବ୍ଲୁ ସ୍କ୍ରିନ ଅଫ୍ ଡେଥ୍ ଦେଖାଗଲା। ଅନ୍ୟପକ୍ଷରେ, କ୍ରାଉଡ୍ ଷ୍ଟ୍ରାଇକ୍ ଏହାର ବାର୍ତ୍ତାରେ କହିଛି…
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପାଇଁ ଆଜି କଳା ଶୁକ୍ରବାର ହୋଇଛି। ସମଗ୍ର ବିଶ୍ୱରେ ମାଇକ୍ରୋସଫ୍ଟ ସର୍ଭର ଏବଂ କ୍ଲାଉଡ୍ ସେବା ବନ୍ଦ ହେତୁ ଭାରତୀୟ ବିମାନବନ୍ଦର ଏବଂ ବିମାନ ସେବା ମଧ୍ୟ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଏହି କାରଣରୁ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଆଜି କହିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ ଏବଂ ଏୟାରପୋର୍ଟ ଆଥୋରିଟୀ ଅଫ ଇଣ୍ଡିଆ (AAI) ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆମର ପ୍ରୟାସ ହେଉଛି ଯାତ୍ରୀମାନଙ୍କୁ ସର୍ବନିମ୍ନ ଅସୁବିଧାର ସମ୍ମୁଖୀନ ହେବା। ରାମମୋହନ ନାଇଡୁ କହିଛନ୍ତି ଯେ, ବିମାନ ବନ୍ଦର ଏବଂ ବିମାନ ସେବା ଲୋକଙ୍କୁ ଖାଦ୍ୟ, ଜଳ ଏବଂ ବସିବା ସ୍ଥାନ ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଛୁ। ଆମେ ଲୋକଙ୍କ ସମସ୍ୟା ବୁଝୁଛୁ ଏବଂ ଏହାର ସମାଧାନ ଖୋଜିବାକୁ ଚେଷ୍ଟା କରୁଛୁ। ଏହି କଷ୍ଟ ସମୟରେ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ବିମାନ ସେବା…
ନୂଆଦିଲ୍ଲୀ: ୟୁରୋପୀୟ କମିଶନର ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହୋଇଥିବାରୁ ଉର୍ସୁଲା ଭନ୍ ଡେର୍ ଲେୟେନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତୀୟ ଏବଂ ୟୁରୋପୀୟ ୟୁନିଅନ୍ର ରଣନୀତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ; “ୟୁରୋପୀୟ କମିଶନର ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହୋଇଥିବାରୁ ଭନ୍ ଡେର୍ ଲେୟେନ୍ ଆପଣଙ୍କୁ ଅଭିନନ୍ଦନ। ବିଶ୍ୱର ହିତ ପାଇଁ ରଣନୀତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ।”
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ପ୍ରଶଂସକମାନେ ସର୍ବଦା ପାଗଳଙ୍କ ପରି ଚାହିଁରହିଥାନ୍ତି। ଜୁନ୍ ମାସରେ ଖେଳାଯାଇଥିବା ୨୦୨୪ ଟି -୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲଢେଇ ହୋଇଥିଲା। ଏଥିରେ ଭାରତୀୟ ଦଳ ପାକିସ୍ଥାନକୁ ଧୁଳି ଚଟାଇଥିଲା। କିନ୍ତୁ ଏବେ ମହିଳା ଦଳର ପାଳି। ଆଜି ୨୦୨୪ ମହିଳା ଏସିଆ କପ୍ ରେ ପାକିସ୍ତାନକୁ ଭାରତୀୟ ମହିଳା ଦଳ ଭେଟିବ। ଏହା ଟି -୨୦ ଫର୍ମାଟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ନେପାଳ ଏବଂ ୟୁଏଇର ମହିଳା ଦଳ ମଧ୍ୟରେ ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ୍ ଭାରତ ଏବଂ ପାକିସ୍ତାନର ମହିଳା ଦଳ ମଧ୍ୟରେ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସନ୍ଧ୍ୟା ୭ ଟାରୁ ମ୍ୟାଚ୍ ଆରମ୍ଭ ହେବ। ଶ୍ରୀଲଙ୍କା ମହିଳା ଏସିଆ କପ୍ ଆୟୋଜନ କରୁଛି। ଉଲ୍ଲେଖ ଯୋଗ୍ୟ ଯେ, ଏସିଆ କପରେ ସମୁଦାୟ ଆଠଟି ଦଳ ଅଂଶଗ୍ରହଣ କରୁଛନ୍ତି, ଯାହା…
ଅସୀତ ମହାନ୍ତି ଓଡ଼ିଆ ସାହିତ୍ୟର ଇତିହାସରେ ୨୦୧୮ ବର୍ଷ ଥିଲା ଏକ ବିରଳ ସଂଯୋଗର ବର୍ଷ। କାରଣ ସେବର୍ଷଟି ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନଙ୍କ ଜନ୍ମର ୧୭୫ ବର୍ଷ ଓ ମୃତ୍ୟୁର ୧୦୦ ବର୍ଷ। ସେ ନେଇ ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଛୋଟବଡ଼ ଅନେକ ଅନୁଷ୍ଠାନ ପକ୍ଷରୁ କେତେକ ଛୋଟବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନ ସମେତ ରାଜ୍ୟ ଓ ଦେଶର କେତେକ ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସଭା, ସେମିନାର ଆଦି ଆୟୋଜନ ହୋଇଛି। ଏ ପ୍ରସଙ୍ଗରେ ଆଉ ଏକ ଭିନ୍ନ ଦୃଷ୍ଟିର ସଂଯୋଗ ହେଉଛି- ଯେଉଁ ଜାନୁଆରୀ ୧୪, ମକର ସଂକ୍ରାନ୍ତି ତିଥି ଫକୀରମୋହନ ସେନାପତିଙ୍କ ଆବିର୍ଭାବ ଦିବସ, ଠିକ୍ ଦୁଇମାସ ତଳେ, ନଭେମ୍ୱର ମାସର ସେହି ୧୪ ତାରିଖ ଦିନରେ ପଶ୍ଚିମବଙ୍ଗ “ବାଂଲାର ରସଗୋଲ୍ଲା’ ପାଇଁ ଭୌଗୋଳିକ ପରିଚିତି (ଜି.ଆଇ.) ମାନ୍ୟତା ପାଇଛି। ଏହି ପରିପ୍ରେକ୍ଷୀରେ “ଫକୀରମୋହନଙ୍କ ରସଗୋଲା’…
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଜିଓ ଗ୍ରାହକଙ୍କ ପାଇଁ 999 ଟଙ୍କା ମୂଲ୍ୟର ଏକ ନୂତନ ପ୍ରିପେଡ୍ ଯୋଜନା ଆରମ୍ଭ କରିଛି। ଶୁଳ୍କ ବୃଦ୍ଧି ପୂର୍ବରୁ ମଧ୍ୟ କମ୍ପାନୀ 999 ଟଙ୍କା ଯୋଜନା ପ୍ରଦାନ କରୁଥିଲା। କିନ୍ତୁ ବୃଦ୍ଧି ପରେ ଏହି ଯୋଜନା 1199 ଟଙ୍କା ହୋଇଯାଇଥିଲା। କିନ୍ତୁ ଜିଓ ବର୍ତ୍ତମାନ ଗ୍ରାହକଙ୍କ ପାଇଁ 999 ଟଙ୍କା ଯୋଜନା ଆଣିଛି। ଏହି 999 ଟଙ୍କା ଯୋଜନାରେ ଜିଓର ୱେବସାଇଟରେ ‘ହିରୋ 5 ଜି’ ଲେଖାଯାଇଛି। ଏହି ଯୋଜନା ଅଧୀନରେ, ଜିଓ ବ୍ୟବହାରକାରୀମାନେ ପ୍ରିପେଡ୍ ରିଚାର୍ଜ କରିପାରିବେ। ବଡ କଥା ହେଉଛି ପୁରୁଣା 999 ଟଙ୍କା ଯୋଜନାରେ ଜିଓ ବ୍ୟବହାରକାରୀମାନେ ପ୍ରତିଦିନ 3 ଜିବି ଡାଟା ପାଇଥା’ନ୍ତି, କିନ୍ତୁ ନୂଆ ଯୋଜନାରେ ଉପଭୋକ୍ତାମାନେ ପ୍ରତିଦିନ ମାତ୍ର 2 ଜିବି ଡାଟା ପାଇବେ। ନୂତନ ଯୋଜନାରେ କ’ଣ ବିଶେଷ?: ଜିଓ ର 999 ଟଙ୍କା ଯୋଜନାରେ 98 ଦିନର ବୈଧତା ଅଛି। ଏହି ଯୋଜନା ଅଧୀନରେ…
ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ୩ ଲକ୍ଷ କୋଟି ଛୁଇଁବ, ଯାହା ପୂର୍ବ ବିଜେଡି ସରକାର ଆକଳନ କରିଥିବା ବଜେଟ୍ଠାରୁ ପାଖାପାଖି ୫୦ ହଜାର କୋଟି ଟଙ୍କା ଅଧିକ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୫ ତାରିଖରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ। ପୂର୍ବ ସରକାର ଫେବ୍ରୁଆରି ୮ତାରିଖରେ ବଜେଟ୍ ୨.୫ ଲକ୍ଷ କୋଟି ଟଙ୍କା ରଖିବାକୁ ଘୋଷଣା କରିଥିଲେ। ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୧.୧୮ ଲକ୍ଷ କୋଟି ଟଙ୍କାର ଭୋଟ୍ ଅନ୍ ଆକାଉଣ୍ଟ ନିଆଯାଇଥିଲା। ରାଜ୍ୟର ପ୍ରଥମ ବିଜେପି ସରକାରକୁ ଦଳର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇଥିବା ଅନେକ ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ, ତେଣୁ ମନ୍ତ୍ରିମଣ୍ଡଳ ବଜେଟର ଆକାର ପ୍ରାୟ ୪୦ ହଜାର କୋଟି ଟଙ୍କା ବୃଦ୍ଧି କରି ୫୦ ହଜାର କୋଟି ଟଙ୍କା କରିବାକୁ ନିଷ୍ପତ୍ତି…
ଭୁବନେଶ୍ଵର: ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଘନିଭୂତ ହେଉଛି। ଏହାର ପ୍ରଭାବ ରାଜ୍ୟର ଅନେକ ସ୍ଥାନରେ ଦୃଶ୍ୟମାନ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହା ଯୋଗୁଁ ବର୍ଷା ଆରମ୍ଭ ହୋଇଛି। ତେବେ ଏହାକୁ ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆସନ୍ତା ୩ ଘଣ୍ଟା ପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ମଧ୍ୟମ ଧରଣ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାକୁ ସତର୍କ କରାଯାଇଛି। ତେବେ ଆସନ୍ତା ୧୨ ଘଣ୍ଟାରେ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଅବପାତରେ ରୂପ ନେଇପାରେ। ଏହାର ପ୍ରଭାବରେ ଆଜିଠୁ ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।
ଭୁବନେଶ୍ୱର: ପୁରୀରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରଏସଏସର ବରିଷ୍ଠ କର୍ମକର୍ତ୍ତାମାନଙ୍କ ସହ ଦଳର ସମନ୍ୱୟ ବୈଠକରେ ଯୋଗ ଦେଇଛନ୍ତି। ସଂଘ ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କ ପ୍ରଦର୍ଶନର ସମୀକ୍ଷା କରିଥିବାରୁ ଏହି ବୈଠକ ଗୁରୁତ୍ୱବହନ କରିଥିଲା। ନୂଆ ସରକାରର କାର୍ଯ୍ୟକାଳର ଏକ ମାସରୁ ଅଧିକ ସମୟ ପୂରିଥିବା ବେଳେ ଦଳ ନିଜର ପ୍ରଦର୍ଶନ ଏବଂ ସରକାରଙ୍କ ୧୦୦ ଦିନିଆ ଏଜେଣ୍ଡାର ରିପୋର୍ଟ କାର୍ଡ ସଂଘନିକଟରେ ଉପସ୍ଥାପନ କରିଛି। ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ କାର୍ଯ୍ୟଯୋଜନା ସମ୍ପର୍କରେ ମଧ୍ୟ ଦଳ ଆଲୋଚନା କରିଛି। ଦିନବ୍ୟାପୀ ଚାଲିଥିବା ଏହି ବୈଠକରେ ବିଧାନସଭା ଓ ଲୋକସଭାର ଏକକାଳୀନ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସଂଘ ନେତାମାନେ ଜାଣିବାକୁ ଚାହୁଁଥିଲେ ଯେ ବିଜେପି ୨୧ଟି ଆସନରୁ ୨୦ଟି ରେ ବିଜୟୀ ହୋଇ ସଂସଦୀୟ ନିର୍ବାଚନ ମଣ୍ଡଳୀକୁ ପାଖାପାଖି…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ହଲାଲ୍ ସାର୍ଟିଫିକେଟ୍ ରେ ଉତ୍ପାଦଗୁଡିକ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହା ସହିତ ସମଗ୍ର ୟୁପିରେ ଥିବା ବୋଲବମ ଯାତ୍ରା ମାର୍ଗରେ ଥିବା ସମସ୍ତ ଦୋକାନୀମାନଙ୍କୁ ସେମାନଙ୍କର ପରିଚୟ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୋଲବମ ଯାତ୍ରାର ମାର୍ଗରେ ଥିବା ଖାଦ୍ୟ ଦୋକାନରେ ମାଲିକ ଅପରେଟରଙ୍କ ନାମ ଏବଂ ପରିଚୟ ଲେଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ବୋଲବମ ଶ୍ରଦ୍ଧାଳୁଙ୍କ ଆସ୍ଥାର ଶୁଦ୍ଧତା ବଜାୟ ରଖିବା ପାଇଁ ୟୁପି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ହଲାଲ୍ ସାର୍ଟିଫିକେଟ୍ ସହିତ ଉତ୍ପାଦ ବିକ୍ରୟ କରୁଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ପରେ ଦୋକାନୀମାନଙ୍କୁ ସମଗ୍ର ଉତ୍ତରପ୍ରଦେଶର ବୋଲବମ ଯାତ୍ରା ମାର୍ଗରେ ସେମାନଙ୍କର ପରିଚୟ ଲେଖିବାକୁ ପଡ଼ିବ। ଏହାପୂର୍ବରୁ ମୁଜାଫରନଗର ପୋଲିସ ପ୍ରଶାସନ ଦ୍ଵାରା ଏପରି ନିର୍ଦ୍ଦେଶ ଜାରି…
ଭୁବନେଶ୍ଵର: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ବିଭାଗ ଅଧିନସ୍ଥ ବିଭିନ୍ନ ଗୃହ, ରାସ୍ତା ଓ ସେତୁ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିକଶିତ ଓଡ଼ିଶା ଗଠନରେ ଗ୍ରାମ୍ଯ ଉନ୍ନୟନ ବିଭାଗର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥିବା ଦର୍ଶାଇ ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ କାର୍ଯ୍ଯାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜ୍ୟୋତି ନନ୍ଦ ଏଇଠି ପ୍ରଶ୍ନଟି ପୁଣି ତର୍କ ଓ ଆବେଗ କୁ ନେଇ। ପ୍ରସଙ୍ଗଟି ରସଗୋଲା। ସାଧାରଣତଃ ଇତିହାସ ଆବେଗର ପରିଭାଷା ବୁଝେ ଆଉ ସେହି ଭାଷା ବୁଝେ ବୋଲିତ ଇତିହାସ ସାରା ମାଳମାଳ ଯୁଦ୍ଧ ହୁଏ। କିନ୍ତୁ ସବୁକଥାତ ଆଉ ଖଣ୍ଡା ତଲୁଆରର ଯୁଦ୍ଧରେ ନିର୍ଦ୍ଧାରିତ ହୋଇପାରିବ ନାହିଁ। ସେଇଠି ଆବଶ୍ୟକ ତର୍କସମ୍ମତ ବିଚାର ଯାହା ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ସହାୟକ ହେବ। ଆମେ ଆବେଗରେ ଯେ କୌଣସି ବସ୍ତୁ ଉପରେ ଆମର ଅଧିକାର ସାବ୍ୟସ୍ତ କରିପାରୁ ଆଉ ଯଦି ପ୍ରତିପକ୍ଷ କେହି ଆମର ଏହି ଅଧିକାର ଉପରେ ନିଜର ଦାବୀ ଉପସ୍ଥାପନ କରେ, ଆମେ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠୁ।କିନ୍ତୁ ଯଦି ଏହା ଆମର ତର୍କସମ୍ମତ ଉତ୍ତରାଧିକାର ହୋଇଥାଏ, ଯେପରି ଆମର ଘର ଦ୍ୱାର, ସ୍ଥାବର ଅସ୍ଥାବର ସଂପତ୍ତି ସେଇଠି ଆମେ ଅତ୍ୟନ୍ତ ଦୃଢ଼ତାର ସହ, ଯଦି କେହି ସେଥିରେ ନିଜର ଭାଗ ବସେଇଇବାକୁ ଆସେ ତାହାର ମୁକାବିଲା…
ପୁରୀ: ଆଜି ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ପ୍ରଦାନ କରିବେ। ଏହି ପରଂପରା କାହିଁ କେଉଁ କାଳରୁ ଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ହୋଇ ଆସୁଛି। ପ୍ରତି ବର୍ଷ ପ୍ରଭୁଙ୍କ ନୀଳାଦ୍ରୀବିଜେ ବେଳେ ଏହି ପର୍ବ ପାଳିତ ହୋଇଥାଏ। ପରଂପରା ଅନୁସାରେ ପ୍ରତିବର୍ଷ ରଥଯାତ୍ରାରେ ତିନିଠାକୁର ଶ୍ରୀମନ୍ଦିର ପରିତ୍ୟାଗ କରି ଗୁଣ୍ଡିଚା ମନ୍ଦିର ଆସିଥାନ୍ତି। ଏହି ସମୟରେ ମା ଲକ୍ଷ୍ମୀଙ୍କୁ ଜଗନ୍ନାଥ ସାଥୀରେ ଆଣନ୍ତି ନାହିଁ। ଫଳରେ ମା ଲକ୍ଷ୍ମୀ ରାଗିଯାଇ ପ୍ରଭୃଙ୍କ ରଥକୁ ଭାଙ୍ଗି ଦିଅନ୍ତି। ମା ଙ୍କ ଏପରି ରାଗ ଦେଖି ପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ରାଗକୁ ଶାନ୍ତ କରାନ୍ତି।
ନୂଆଦିଲ୍ଲୀ: ରାଜସ୍ଥାନର ବିକାନେରର ମହାଜନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଜଣେ ଶିଶୁ କନ୍ୟା ମଧ୍ୟ ଅନ୍ତର୍ଭୁକ୍ତ। ଭରତମାଲାର ଜୌତପୁର ଟୋଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ଯେଉଁଠାରେ ଟ୍ରେଲର ସହ କାର ଧକ୍କା ହୋଇଥିଲା। ସୂଚନା ଅନୁଯାୟୀ, କାରଟି ହନୁମାନଗଡରୁ ବିକାନେର ଅଭିମୁଖେ ଯାଉଥିଲା। ଏହି ସମୟରେ କାରଟି ଟ୍ରେଲର ସହ ଧକ୍କା ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମହାଜନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏସପି ଏବଂ ଡିଏମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ, କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଏଭଳି ଘଟଣା ପ୍ରଥମ ଥର ପାଇଁ ଏଠାରେ ଦେଖିବାକୁ ମିଳିଛି। କାରରେ ବସିଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିଲା।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟି ସାଂସଦଙ୍କ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନରେ ନିର୍ବାଚନ ବାତିଲ କରାଯିବାକୁ ଦାବି କରାଯାଇଛି। ଭଦୋହି ଲୋକସଭା ଆସନରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଲଲିତେଶ ପତି ତ୍ରିପାଠୀ ଏହି ଆବେଦନ କରିଛନ୍ତି। ବିଜେପି ସାଂସଦଙ୍କ ନିର୍ବାଚନକୁ ଅବୈଧ କରିବାକୁ ସେ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ସୋସିଆଲ ମିଡିଆ ସାଇଟ୍ X ରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଅନ୍ୟ କୌଣସି ଦଳର ସଦସ୍ୟ ଥିବାବେଳେ ବିଜେପି ନିର୍ବାଚନ ଚିହ୍ନରେ ୭୮-ଭଦୋହି ଲୋକସଭାରୁ ପ୍ରାର୍ଥୀ ହୋଇ ଡକ୍ଟର ବିନୋଦ କୁମାର ବିନ୍ଦ ସମ୍ବିଧାନର ଦଶମ ସୂଚୀ ଏବଂ ଲୋକ ପ୍ରତିନିଧୀତ୍ଵ ଅଧିନିୟମର ୧୯୫୧ ନିୟମ ଉଲ୍ଲଂଘନ କରିଛନ୍ତି। ତ୍ରିପାଠୀ ଲେଖିଛନ୍ତି ଯେ, ଏହି ଆଧାରରେ ଆଜି ମୁଁ ଆହ୍ଲାବାଦ ହାଇକୋର୍ଟଙ୍କ ନିୟମ ଅନୁଯାୟୀ ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ଏକ ନିର୍ବାଚନ ଆବେଦନ ଉପସ୍ଥାପନ କରି ୭୮-ଭଦୋହି…

