Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର: ଲକ୍ଷ୍ମୀ ନାରାୟଣ ଭେଟ ପରେ ବାହୁଡିଲେ ମହାବାହୁ
ଆଜିର ଖବର

ରଣପୁର: ଲକ୍ଷ୍ମୀ ନାରାୟଣ ଭେଟ ପରେ ବାହୁଡିଲେ ମହାବାହୁ

July 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁର ରଥ ଯାତ୍ରାରେ ଆଜି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ ହେବା ସହ ତିନି ଠାକୁର ନିଳାଦ୍ରୀ ବିଜେ କରାଯାଇଛି। ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ନିକଟରେ ପହଚିଂଥିବାବେଳେ ମା ସୁଭଦ୍ରାଙ୍କ ଦେବଦଳନ ରଥ ମଙ୍ଗଳବାର ଦିନ ସିଂହଦ୍ୱାର ନିକଟରେ ପହଂଚି ଥିଲା। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା। ଗତକାଲି କିଛି ବାଟ ଆସି ଚୈତନ୍ୟ ମଠ ନିକଟରେ ଅଟକି ରହିଥିଲା।

ଆଜି ରଣପୁରରେ ତୁହାକୁ ତୁହା ବର୍ଷା ଲାଗି ରହିଥିଲେ ମଧ୍ୟ ମଧ୍ୟାହ୍ଣ ୨ ଟାରେ ନନ୍ଦିଘୋଷ ରଥକୁ ଅଣାଯାଇ ଦୋଳ ମଣ୍ଡପ ନିକଟରେ ପହଂଚି ଥିଲା। ଏହା ପରେ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ମହାଲକ୍ଷ୍ମୀ ଯାଇ ଜଗନ୍ନାଥଙ୍କ ରଥ ସମ୍ମୁଖରେ ପହଚିଂଥିଲେ। ରଥ ଚାରିପଟେ ପରିକ୍ରମା କଲା ପରେ ସେଠାରେ ଆଳତି ଅନୁଷ୍ଠିତ ହୋଇଥିଲା। ପରେ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ମନ୍ଦିରକୁ ଗମନ କରିଥିଲେ।

ଲକ୍ଷ୍ମୀ ନାରାୟଣଙ୍କର ଏହି ଭେଟ ନୀତି ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବା ସହ ହରିବୋଲ ହୁଳହୁଳିରେ ଏକ ଭକ୍ତି ମୟ ପରିବେଷ ସୃଷ୍ଟି ହୋଇଥିଲା। ମହାଲକ୍ଷ୍ମୀ ମନ୍ଦିର ଆସି ଚାହାଣୀ ମଣ୍ଡପରେ ଉପସ୍ଥିତ ହୋଇଥିଲେ। ସେଠାରେ ଆଲତି ସମାପନ ପରେ ନନ୍ଦିଘୋଷ ସିଂହଦ୍ୱାର ନିକଟରେ ଲାଗିଥିଲା।

ସନ୍ଧ୍ୟାରେ ତିନି ଠାକୁରଙ୍କର ଅଧର ପଣା ନୀତି ସମ୍ପନ୍ନ ହୋଇଥିଲା। ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ନୀଳାଦ୍ରୀ ବୀଜେ କରାଯାଇଥିଲା। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କଲା ପରେ ବଳଭଦ୍ର ଓ ସୁଭଦ୍ରା ଶ୍ରୀମନ୍ଦିରକୁ ଯାଇଥିଲେ। ଶେଷରେ ଜଗନ୍ନାଥ ପହଣ୍ଡି ହୋଇ ଗଲା ବେଳେ ମହାଲକ୍ଷ୍ମୀ ରାଗ ଜର୍ଜରିତ ହୋଇ କବାଟ କିଳି ଦେଇଥିଲେ। ସେଠାରେ ଏହି କବାଟ କିଳା ନୀତି ସମ୍ପନ୍ନ ହୋଇଥିଲା। ମହାଲକ୍ଷ୍ମୀଙ୍କ ପଟରେ କିଛି ସେବାୟତ ଓ ଜଗନ୍ନାଥଙ୍କ ପଟରେ କିଛି ସେବାୟତ ବିଭିନ୍ନ ଶ୍ଳୋକ ଗାନ କରିଥିଲେ।

ଶେଷରେ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଏକ ପାଟ ଲୁଗା ଓ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମନ ମୋହିଥିଲେ। ତିନି ଠାକୁର ରତ୍ନ ସିଂହାସନରେ ବୀଜେ ହେବା ପରେ ମାଘ ସ୍ନାନ କରାଯାଇଥିଲା। ପରେ ଅନ୍ୟାନ୍ୟ ସେବା ପୂଜା ସହ ନୀତିକାନ୍ତି କରାଯାଇଥିଲା।

ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁର ରଥ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଓ ଖୋର୍ଦ୍ଧାର ପିଆଜ ଗୋଦାମ ଉପରେ ଯୋଗାଣ ବିଭାଗ ତରଫରୁ ଚଢାଉ

August 21, 2026

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ରାଶିଫଳ: ଅଗଷ୍ଟ ୨୧ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2026
Latest News

ଭୁବନେଶ୍ୱର ଓ ଖୋର୍ଦ୍ଧାର ପିଆଜ ଗୋଦାମ ଉପରେ ଯୋଗାଣ ବିଭାଗ ତରଫରୁ ଚଢାଉ

August 21, 2026

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026

ରାଶିଫଳ: ଅଗଷ୍ଟ ୨୧ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.