ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥରେ ଯାତ୍ରା କଳାକାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଣାର୍କ ଗଣନାଟ୍ୟର ଉପସ୍ଥାପକ ଦ୍ଵିତିକୃଷ୍ଣ ଜେନାଙ୍କ ବାଲୁଗାଁ-ବାଣପୁର ନିକଟରେ ସଡକ ଦୁର୍ଘଟଣା ଘଟିଛି। ଉକ୍ତ ଦୁର୍ଘଟଣାରେ ଅଟୋ ଚାଳକ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି। ପୋଲିସ ସୂଚନା ମୁତାବକ ଦ୍ଵିତିକୃଷ୍ଣ କାର ଯୋଗେ ଭୁବନେଶ୍ୱରରୁ ଖଲ୍ଲିକୋଟ ଅଭିମୁଖେ ଯାଉଥିବାବେଳେ ବାଲୁଗାଁ ବାଇପାସ ନିକଟରେ ଏକ ମାଲବାହି ଅଟୋକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଉଭୟ ଅଟୋ ଚାଳକ ଏବଂ କାର ଚାଳକ ଗୁରୁତର ଆହତ ହୋଇଥିଲେ। ଏବଂ କାରର ସମ୍ମୁଖ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଆହତ ଅଟୋ ଚାଳକ ବାଣପୁର ଅଞ୍ଚଳର ରସିଦ ଖାନ ଏବଂ ଆହତ କୋଣାର୍କ ଗଣନାଟ୍ୟର ଉପସ୍ଥାପକ ଦ୍ଵିତିକୃଷ୍ଣଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବୋଲି ଜଣାପଡିଛି। ରସିଦଙ୍କୁ ବାଲୁଗାଁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ…
Author: SM Network
ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଏଏପି ନେତା ଆତିଶି କହିଛନ୍ତି ଯେ, ଦିଲ୍ଲୀର ସରକାରୀ କର୍ମଚାରୀମାନେ ବୈଠକରେ ଯୋଗଦେବା ବନ୍ଦ କରି ଦେଇଛନ୍ତି। ଏହି ସବୁ ଜିନିଷ ଦର୍ଶାଉଛି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ସରକାରକୁ ହଟାଇବା ଏବଂ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦିଲ୍ଲୀରେ ଏକ ଷଡଯନ୍ତ୍ର ଚାଲିଛି। ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲ ବର୍ତ୍ତମାନ ଜେଲରେ ଅଛନ୍ତି। ଆତିଶି କହିଛନ୍ତି ଯେ, “ଅରବିନ୍ଦ କେଜ୍ରିୱାଲଙ୍କ ସରକାର ବିରୋଧରେ ଏକ ବିରାଟ ରାଜନୈତିକ ଷଡଯନ୍ତ୍ର ପ୍ରସ୍ତୁତ କରାଯାଉଛି। ଆସନ୍ତା କିଛି ଦିନ ମଧ୍ୟରେ ବିଜେପି ଶାସିତ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ଦିଲ୍ଲୀରେ କୌଣସି ଅଧିକାରୀଙ୍କ ନିଯୁକ୍ତି ହୋଇନାହିଁ। ଦିଲ୍ଲୀରେ ଅନେକ ବିଭାଗ ଖାଲି ଅଛି। ଗତ ଏକ ସପ୍ତାହ ଧରି ଏଲଜି ସାହେବ ବିନା କାରଣରେ ଦିଲ୍ଲୀ ସରକାରଙ୍କ ବିରୋଧରେ…
ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଦୁଇ ଫେରାର ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗର କୋଲକାତା ନିକଟରୁ ଗିରଫ କରିଛି। ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁର ଏକ କାଫେରେ ବିସ୍ଫୋରଣରେ ୯ ଜଣ ଆହତ ହୋଇଥିଲେ। ଏହି ଆତଙ୍କବାଦୀମାନଙ୍କ ପରିଚୟ ମୁସାବୀର ହୁସେନ୍ ଶାଜିବ ଏବଂ ଅବଦୁଲ ମଦିନ ତାହା ବୋଲି ଜଣାପଡିଛି। ଏନଆଇଏ ମୁଖପାତ୍ର କହିଛନ୍ତି ଜେଆର, “ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଅବଦୁଲ ମଦିନ ତାହା ଏବଂ ମୁସାବୀର ହୁସେନ୍ ଶାଜିବଙ୍କୁ କୋଲକାତା ନିକଟସ୍ଥ ଲୁଚି ରହିଥିବା ସ୍ଥାନର ସନ୍ଧାନ କରାଯାଇଥିଲାଏବଂ ଏନଆଇଏ ଟିମ୍ ଦୁହିଁଙ୍କୁ ଗିରଫ କରିଥିଲା। ଯେଉଁଠାରେ ସେମାନେ ମିଥ୍ୟା ପରିଚୟ ଦେଇ ଲୁଚି ରହିଥିଲେ। ” ଗତ ମାସରେ, ଏନଆଇଏ ୩୦ ବର୍ଷିୟ ତାହା ଏବଂ ଶାଜିବଙ୍କ ଫଟୋ ସହିତ ସେମାନଙ୍କ ସହ ଜଡିତ ସୂଚନା ସେୟାର କରିଥିଲା। ଏହି ଆତଙ୍କବାଦୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ…
ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧାରେ ନୂତନ ଏସପି ଭାବେ ଗତ ଦୁଇ ଦିନ ତଳେ ଅବିନାଶ କୁମାର ଯୋଗଦେବା ପରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ଗସ୍ତକରି ସେଠାକାର ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ସ୍ଥିତି ତଦାରଖ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ନୂତନ ଏସପି ଗତକାଲି ବାଲୁଗାଁ ଓ ବାଣପୁର ଥାନା ପରିଦର୍ଶନ କରିଥିଲେ। ଅପରାହ୍ନରେ ବାଲୁଗାଁ ଥାନା ପହଞ୍ଚିବା ପରେ ଏସପିଙ୍କୁ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ଅନ୍ୟ ସମସ୍ତ ପୋଲିସ କର୍ମଚାରୀ ମାନେ ଗାର୍ଡ ଅଫ ଅନର ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଏସପି ଶ୍ରୀ କୁମାର ବାଲୁଗାଁ ଥାନା ଏବଂ ଏହାର ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଥିବା ନାଭାଲ ଫାଣ୍ଡି ଅଞ୍ଚଳ ପରିଦର୍ଶନ କରିଥିଲେ। ସଂନ୍ଧ୍ୟାରେ ନୂତନ ଏସପି ବାଣପୁର ଥାନାରେ ପହଞ୍ଚି…
ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ୨୦୨୪ ପାଇଁ ନାମାଙ୍କନପତ୍ର ଦାଖଲ ଆଜି ଠାରୁ ଆରମ୍ଭ ହେବ। ଲୋକସଭା ନିର୍ବାଚନ ୨୦୨୪ରେ ହେବାକୁ ଥିବା ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସଂସଦୀୟ କ୍ଷେତ୍ର (ପିସି) ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମତଦାନ ସ୍ଥଗିତ ରହିଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ପିସି ନିର୍ବାଚନ ପାଇଁ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ସ୍ଥଗିତ ନିର୍ବାଚନ ସହ ଏହି ୯୪ଟି ସଂସଦୀୟ କ୍ଷେତ୍ରରେ ମତଦାନ ୦୭.୦୫.୨୦୨୪ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ନିର୍ବାଚନ ବହୁଜନ ସମାଜ ପାର୍ଟିର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ସ୍ଥଗିତ ରଖାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ହେଲା ଆସାମ, ବିହାର, ଛତିଶଗଡ଼, ଦାଦରା ଓ ନଗର ହାଭେଲି ଏବଂ ଦାମନ ଓ…
ନୂଆଦିଲ୍ଲୀ: ଆଗାମୀ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଗରମ ପାଣିପାଗ ଋତୁ (ଏପ୍ରିଲରୁ ଜୁନ୍) ପାଇଁ ପୂର୍ବାନୁମାନ ତଥ୍ୟ, ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରାର ସମ୍ଭାବନା, ବିଶେଷକରି ମଧ୍ୟ ଭାରତ ଓ ପଶ୍ଚିମ ଭାରତରେ ଅଧିକ ଗ୍ରୀଷ୍ମ ପ୍ରବାହ ଆଶଙ୍କା ସହିତ ଏପ୍ରିଲରୁ ଜୁନ୍, ୨୦୨୪ ପର୍ଯ୍ୟନ୍ତ ତାପମାତ୍ରାର ସମ୍ଭାବ୍ୟ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଅତ୍ୟାବଶ୍ୟକ ଔଷଧ, ସାଲାଇନ୍, ଆଇସ୍ ପ୍ୟାକ୍, ଓଆରଏସ୍ ଏବଂ ପାନୀୟ ଜଳ ଆଦିକୁ ନେଇ ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ବିଶେଷ କରି ଆଞ୍ଚଳିକ ଭାଷାରେ ଟେଲିଭିଜନ, ରେଡିଓ ଏବଂ ସୋସିଆଲ ମିଡିଆ ଭଳି ସମସ୍ତ ପ୍ଲାଟଫର୍ମ ମାଧ୍ୟମରେ ଅତ୍ୟାବଶ୍ୟକ ସୂଚନା ଶିକ୍ଷା ଯୋଗାଯୋଗ (ଆଇଇସି)/ସଚେତନତା ସାମଗ୍ରୀର ଠିକ୍ ସମୟରେ ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଯେହେତୁ…
ନୂଆଦିଲ୍ଲୀ: ନିଜ ପଡ଼ିଆରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟ୍ ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆରସିବି ୧୯୬ ରନ୍ ସ୍କୋର କରିଥିଲା। ଜବାବରେ ରୋହିତ ଶର୍ମା ଏବଂ ଇଶାନ କିଶନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ। ରୋହିତ ଏବଂ କିଶନଙ୍କ ମଧ୍ୟରେ ୧୦୧ ରନ୍ ର ଏକ ବିସ୍ଫୋରକ ଭାଗିଦାରୀ ଥିଲା। ୨୩ ଟି ବଲରେ ଇଶାନ କିଶନ ନିଜର ପଚାଶ ପୂରଣ କରିଥିଲେ ଏବଂ ସେ ୩୪ ବଲରେ ୬୯ ରନ କରି ଆଉଟ ହୋଇଥିଲେ। ମୁମ୍ବାଇ ପ୍ରଥମ ୬ ଓଭରରେ ୭୨ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ରୋହିତ ୩ ଚୌକା ଓ ୩ ଛକା ସହାୟତାରେ ୨୪ ବଲରେ ୩୮ ରନ କରିଥିଲେ। ମାତ୍ର ୧୭ ଟି ବଲରେ ଅର୍ଦ୍ଧଶତକ ପୂରଣ କରି ସୂର୍ଯ୍ୟକୁମାର ପ୍ୟାଭିଲିଅନ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ ତାଙ୍କ ଇନିଂସରେ ୫୨…
ବାଣପୁର (ସୀତାରାମ ଅଗ୍ରୱାଲ): କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଅଘଟଣ ଘଟିଯାଇଛି। ଖେଳ ଶେଷ ହେବା ପରେ ବାଲୁଗାଁରୁ ଆସିଥିବା ଖେଳାଳିଙ୍କୁ ଅତର୍କିତ ଆକ୍ରମଣ କରାଯାଇଛି। ଯାହାଫଳରେ ଦୁଇଜଣ ଖେଳାଳି ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ବାଣପୁର କପିଳେଶ୍ଵର ସାହିରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଦିନ ବାଲୁଗାଁ ସହ ବିଂଝଳା ଗ୍ରାମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳ ସରିବା ପରେ ବାଲୁଗାଁ ଖେଳାଳି ମାନେ ପଡିଆ ଭିତରୁ ବାହାରକୁ ଯାଉଥିଲେ। ତେବେ ପୂର୍ବରୁ ଅଟୋରେ ଆସି ଲୁଚି ରହିଥିବା ଘନ ନାୟକ, ରାକ ନାୟକ, ଏବଂ ୱାର୍ଲଡ ନାୟକ ସମେତ ୭ରୁ ୮ଜଣ ଯୁବକ ସେମାନଙ୍କ ଉପରେ ଲୁହା ରଡ଼ରେ ଅତର୍କିତ ଆକ୍ରମଣ କରିଥିଲେ ବୋଲି ଆହତ ମାନେ ପ୍ରକାଶ କରିଛନ୍ତି। ଯାହାଫଳରେ ବାଲୁଗାଁ ଟିମର ଦୁଇଜଣ ଖେଳାଳି ଗୁରତର ଆହତ ହେବା ସହ ତାଙ୍କ ମୁଣ୍ଡରେ ଗଭୀର…
ମେଷ- ବିବାହ କରିବାକୁ ଯୋଗ ଫିଟିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଲାଭ ହେବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ହୁଏତ କିଛି ସୁନ୍ଦର ସ୍ଥାନରେ ରହିବାକୁ ପଡିପାରେ । ସାଙ୍ଗମାନେ ମଧ୍ୟ ଉପକୃତ ହେବେ । ମଧ୍ୟାହ୍ନ ଭୋଜନ ପରେ, ଆପଣ କୈଣସି କାରଣରୁ ମାନସିକ ସ୍ତରରେ ଚିନ୍ତିତ ହେବେ । ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ଅଧିକ ରହିବ। ଖର୍ଚ୍ଚ ପରିମାଣ ଆୟଠାରୁ ଅଧିକ ହେବ । ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ବୃଷ- କୋର୍ଟ କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବ। ଭଗବାନଙ୍କୁ ଉପାସନା କରିବା ଆପଣଙ୍କ ମନରେ ଶାନ୍ତି ଆଣିବ । ମଧ୍ୟାହ୍ନ ପରେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ ହେବ । ପାରିବାରିକ ଜୀବନରେ ସମନ୍ୱୟ ରହିବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ ପଦାଧିକାରୀମାନେ ମଧ୍ୟ…
ନୂଆଦିଲ୍ଲୀ: ପୁର୍ନିଆର ସ୍ଵାଧୀନ ପ୍ରାର୍ଥୀ ପପୁ ଯାଦବଙ୍କ କାର୍ଯ୍ୟାଳୟରେ ପୋଲିସ ଚଢାଉ କରିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପପୁ ଯାଦବ ଅଫିସରେ ପହଞ୍ଚିଛନ୍ତି। ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ସେ କହିଛନ୍ତି ଯେ, ପୋଲିସ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେ ପ୍ରଚାର ଗାଡିକୁ ସଜାଉଥିଲେ। ସେ କହିଛନ୍ତି ଯେ, କଂଗ୍ରେସରେ ଯୋଗଦେବା ଦିନ ତାଙ୍କ ସୁରକ୍ଷା ହଟାଯାଉଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ପ୍ରସଙ୍ଗରେ ପପୁ ଯାଦବ X ରେ ଲେଖିଛନ୍ତି ଯେ, ‘ସରକାର କେତେ ତଳକୁ ଖସିବ? ପୁର୍ନିଆର ପୁଅକୁ ଆଉ କେତେ ହଇରାଣ କରିବେ? ଜନସାଧାରଣ ଉତ୍ତର ଦେବେ! ବିଜେପି-ଜେଡିୟୁ ସରକାରଙ୍କ ପରାଜୟର ଭୟ ଭଲ ଲାଗିଲା! ମୋତେ Y ବର୍ଗର ସୁରକ୍ଷା ଦେବା ପାଇଁ ସେମାନଙ୍କ ପାଖରେ ପୋଲିସ୍ ଫୋର୍ସ ନାହିଁ। ଏହି ଚଢାଉ ପାଇଁ ଶହ ଶହ ପୋଲିସ ପଠାଯାଇଥିଲା। ଏସଡିପିଓଙ୍କ ବିବୃତ୍ତି ଏହି ପ୍ରସଙ୍ଗରେ ଆସିଛି: ଏହି ପ୍ରସଙ୍ଗରେ…
ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ସାପ୍ତାହିକ ପତ୍ରିକା NEWSWEEK ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହାର କଭର ପେଜରେ ସ୍ଥାନ ଦେଇଛି। ଇନ୍ଦିରା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ, ଯାହାକୁ NEWSWEEK ଏହାର କଭର ପେଜରେ ସ୍ଥାନ ଦେଇଛି। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ଏବଂ ପାକିସ୍ତାନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଭାରତର ଭବିଷ୍ୟତର ରୋଡ୍ ମ୍ୟାପ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ପାଇଁ ଚୀନ୍ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ମୁଁ ବିଶ୍ୱାସ କରେ ଯେ, ଆମ ସୀମାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ପରିସ୍ଥିତିକୁ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ, ଯାହା ଦ୍ଵାରା ଆମର ଦ୍ୱିପାକ୍ଷିକ ଆଲୋଚନାରେ ଅସ୍ୱାଭାବିକ ପରିସ୍ଥିତି ଶେଷ ହୋଇପାରିବ। କେବଳ ଆମର ଦୁଇ ଦେଶ ପାଇଁ ନୁହେଁ ସମଗ୍ର ଅଞ୍ଚଳ ଏବଂ ବିଶ୍ଵ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ସ୍ଥିର ଏବଂ…
ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ୨୦୨୪ ପାଇଁ ନାମାଙ୍କନପତ୍ର ଦାଖଲ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଲୋକସଭା ନିର୍ବାଚନ ୨୦୨୪ରେ ହେବାକୁ ଥିବା ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସଂସଦୀୟ କ୍ଷେତ୍ର (ପିସି) ପାଇଁ ଆସନ୍ତାକାଲି ଅର୍ଥାତ୍ ୧୨.୦୪.୨୦୨୪ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମତଦାନ ସ୍ଥଗିତ ରହିଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ପିସି ନିର୍ବାଚନ ପାଇଁ ମଧ୍ୟ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ସ୍ଥଗିତ ନିର୍ବାଚନ ସହ ଏହି ୯୪ଟି ସଂସଦୀୟ କ୍ଷେତ୍ରରେ ମତଦାନ ୦୭.୦୫.୨୦୨୪ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ନିର୍ବାଚନ ବହୁଜନ ସମାଜ ପାର୍ଟିର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ସ୍ଥଗିତ ରଖାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ହେଲା ଆସାମ, ବିହାର, ଛତିଶଗଡ଼, ଦାଦରା ଓ ନଗର ହାଭେଲି…
ଭୁବନେଶ୍ୱର: ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଲିମିଟେଡ୍ ବା ଓମ୍ଫେଡ୍ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ ହୋଇଯାଇଛି। ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ ଜିଲ୍ଲା ଦଶପଲ୍ଲାର ସୁଦର୍ଶନ ସାହୁ ନାମକ ଜଣେ ଛୋଟ ଦୋକାନୀ ୧୯୪୭ ମସିହା ପୂର୍ବରୁ ଛେନାପୋଡ ପ୍ରସ୍ତୁତ କରୁଥିବାର ପ୍ରମାଣ ରହିଛି। ତାଙ୍କରି ଜନ୍ମ ଦିନକୁ ମନେ ପକାଇବା ପାଇଁ କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଏପ୍ରିଲ ୧୧ ତାରିଖ ଦିନ ପାଳିତ ହେଉଛି ବିଶ୍ୱ ଛେନାପୋଡ ଦିବସ। ଏହି ଦିବସକୁ ଧୁମ୍ଧାମରେ ପାଳନ କରିବା ସହିତ ଓଡିଶାର ପାରମ୍ପାରିକ ଖାଦ୍ୟ ଛେନାପୋଡକୁ ସମଗ୍ର ବିଶ୍ୱରେ ଆଦୃତ କରାଇବା ପାଇଁ ଓମ୍ଫେଡ୍ ପକ୍ଷରୁ ପାଳିତ ହେଉଛି ଛେନାପୋଡ ଦିବସ। ଏହା ଯେ କେବଳ ଜନସାଧାରଣଙ୍କର ପ୍ରିୟ ଖାଦ୍ୟ, ତାହା ନୁହେଁ,…
ଭୁବନେଶ୍ଵର: ଦଳ ଅଦଳବଦଳ ଯୋଗୁଁ ଦୁଇ ଜଣ ବିଧାୟକଙ୍କ ଉପରେ ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଜି ଦୁଇଜଣ ବିଜେଡ଼ି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି। ସତ୍ୟବାଦୀ ବିଧାୟକ ଅରବିନ୍ଦ ଢାଲି ଓ ତେଲେକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରବ୍ଦ ହୋଇଛି। ତେବେ ଏହି ଦୁଇ ବିଧାୟକ ବିଜେଡ଼ି ଛାଡି ନିକଟରେ ବିଜେପିରେ ସାମିଲ ହୋଇଥିଲେ। ଦଳବଦଳ କାରଣରୁ ଦୁଇ ବିଧାୟକଙ୍କ ବିଧାୟକ ପଦ ରଦ୍ଦ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ଏହା ପୂର୍ବରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳ ବଦଳ କରିଥିଲେ ମଧ୍ୟ ଉଭୟଙ୍କ ଉପରେ ସେହି ନିୟମ ଲାଗୁ ହୋଇନାହିଁ। କାରଣ ସେମାନେ ଦଳ ବଦଳ ପୂର୍ବରୁ ବିଜେଡ଼ି ଦଳରୁ ବହିସ୍କୃତ ହୋଇଥିଲେ।
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ଉତ୍ତରପ୍ରଦେଶର ବିଜନୋର ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ମଲୁକ ନାଗର ବିଏସପି ଛାଡିଛନ୍ତି। ଏ ବାବଦରେ ସେ ଏକ ଚିଠି ମଧ୍ୟ ଜାରି କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ବାଧ୍ୟତାମୂଳକ ଭାବେ ଦଳ ଛାଡିବାକୁ ପଡିଛି। ଭବିଷ୍ୟତର ରଣନୀତି ସେ କହିବେ ବୋଲି ନାଗର କହିଛନ୍ତି। ରାଜନୀତି ହେଉଛି ସମ୍ଭାବ୍ୟତାର ଖେଳ। ଦଳ ଛାଡିବାବେଳେ ମଲୁକ ନାଗର ଦୁଇ ପୃଷ୍ଠାର ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଆମ ପରିବାରରେ ଗତ ୩୯ ବର୍ଷ ଧରି କଂଗ୍ରେସ ଏବଂ ବିଏସପି ଅନେକ ଥର ବ୍ଲକ ମୁଖ୍ୟ ଭାବରେ, ଅନେକ ଥର ଜିଲ୍ଲା ପରିଷଦର ସଭାପତି, ଜିଲ୍ଲା ପଞ୍ଚାୟତର ସଭାପତି ତଥା ଅନେକ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଏବଂ ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ତଥା ଦେଶରେ ସାଂସଦ ରହିଛନ୍ତି। ୩୯ ବର୍ଷ…
ନୂଆଦିଲ୍ଲୀ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର (ଆଇଜିଏନସିଏ), ନୂଆଦିଲ୍ଲୀ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ପାରସ୍ପରିକ ଏକାଡେମିକ ସହଯୋଗ ପାଇଁ ଯୋଜନା ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସିୟୁଓ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଆଇଜିଏନସିଏ ମଧ୍ୟରେ ହେବାକୁ ଥିବା ବୁଝାମଣାପତ୍ର (ଏମଓୟୁ) ଘୋଷଣା କରିବା ଏହି ସମାବେଶର ଉଦ୍ଦେଶ୍ୟ ଥିଲା। ପାରମ୍ପରିକ ଜ୍ଞାନକୁ ସୁରକ୍ଷିତ ରଖିବା ଏବଂ ପ୍ରୋତ୍ସାହିତ କରିବା ଏହି ବୁଝାମଣାର ଲକ୍ଷ୍ୟ। ଦୁଇ ଅନୁଷ୍ଠାନର ମିଳିତ ଉଦ୍ୟମରେ ବର୍ତ୍ତମାନ ଆଇଜିଏନସିଏର ୫୫ ଜଣ ପ୍ରତିନିଧି ଏବଂ ସିୟୁଓର ଛାତ୍ର ଛାତ୍ରୀ ଓ ଅଧ୍ୟାପକ କୋରାପୁଟ ଅଞ୍ଚଳର କ୍ଷେତ୍ର ଗବେଷଣା ନିମନ୍ତେ ପରିଦର୍ଶନ କରୁଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସିୟୁଓର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଶିକ୍ଷା ଓ ଗବେଷଣାର ଦ୍ବିତୀୟ ସ୍ତମ୍ଭ ପ୍ରତି ଅନୁଷ୍ଠାନର…
ବ୍ରହ୍ମପୁର: ହସ୍ପିଟାଲରେ ସଂକ୍ରମଣ ନିବାରଣ ନିମନ୍ତେ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ଉପରେ ଏଠାରେ ସିତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲରେ ନିକଟରେ ଏକ କଂଟିନ୍ୟୁୟିଂ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲ୍ ପରିବେଶରେ ହାତ ପରିଷ୍କାର ରଖିବା, ନିଜର ସୁରକ୍ଷା ଉପକରଣର ବ୍ୟବହାର, ବାୟୋମେଡିକାଲ୍ ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣରୁ ପୃଥକ ରହିବା ଓ ବ୍ୟବହୃତ ହେଉଥିବା ଉପକରଣ ଗୁଡ଼ିକୁ ଜୀବାଣୁ ରହିତ କରିବା ଆଦି ପଦକ୍ଷେପ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଅତ୍ୟନ୍ତ ଆବଶ୍ୟକୀୟ ଅଟେ। ଏହି ଆଲୋଚନାଚକ୍ରରେ ପୁଡୁଚେରୀ ସ୍ଥିତ ଜବାହର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ର କ୍ଲିନିକାଲ୍ ମାଇକ୍ରୋବାୟୋଲଜିଷ୍ଟ ଡ଼.ଅପୂର୍ବ ଏସ୍. ଶାସ୍ତ୍ରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଡ଼. ଶାସ୍ତ୍ରୀ ହସ୍ପିଟାଲ୍ରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉପରେ ବିଶେଷ ଗବେଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ହସ୍ପିଟାଲ୍ ର ଡାଇରେକ୍ଟର ଦେବ ପ୍ରସାଦ ଦାଶ ଆୟୋଜନ କରିଥିବା ବେଳେ ଏହାର ମେଡିକାଲ୍ ସୁପରିଟେଣ୍ଡେଂଟ…
ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଜୟଯାତ୍ରା ଜାରି ରଖିଥିବା ରିଲାଏନ୍ସ ଜିଓ ରାଜ୍ୟରେ ସଫଳତାର ଆଉ ଏକ ମାଇଲ୍ଖୁଣ୍ଟ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଜିଓର ମୋବାଇଲ୍ ଗ୍ରାହକ ସଂଖ୍ୟା ଫେବୃୟାରୀ ଶେଷ ସୁଦ୍ଧା ୧.୫ କୋଟି ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ, ଫେବୃୟାରୀ ମାସରେ ଓଡ଼ିଶାରେ ଜିଓ ସର୍ବାଧିକ ୮୭,୦୦୦ରୁ ଅଧିକ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡ଼ିବା ସହ ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତା ସଂଖ୍ୟା ଦେଢ଼ କୋଟିରୁ ଅଧିକ ହୋଇଛି। ଫେବୃୟାରୀ ଶେଷ ସୁଦ୍ଧା ଓଡ଼ିଶାରେ ଏୟାରଟେଲର ୧.୧୫ କୋଟି ମୋବାଇଲ ଉପଭୋକ୍ତା ରହିଥିବା ବେଳେ ବିଏସଏନଏଲର ୫୪.୪୭ ଲକ୍ଷ ଏବଂ ୱି (ଭୋଡାଫୋନ୍ ଆଇଡିଆ) ର ୧୪.୫୩ ଲକ୍ଷ ମୋବାଇଲ ଉପଭୋକ୍ତା ରହିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ…
ନୂଆଦିଲ୍ଲୀ: ଡାଲିର ସାପ୍ତାହିକ ଷ୍ଟକ୍ ପରିପ୍ରକାଶକୁ ସମସ୍ତ ଷ୍ଟକହୋଲ୍ଡିଂ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରିବା ଏବଂ ସେମାନଙ୍କ ଦ୍ୱାରା ଘୋଷିତ ଷ୍ଟକ୍ ଯାଞ୍ଚ କରିବାକୁ କେନ୍ଦ୍ର ସରକାର ବୁଧବାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରମୁଖ ବନ୍ଦର ଓ ଡାଲି ଶିଳ୍ପ କେନ୍ଦ୍ରରେ ଥିବା ଗୋଦାମଗୁଡ଼ିକରେ ଷ୍ଟକ୍ ସମୟ ସମୟରେ ଯାଞ୍ଚ କରାଯିବ ଏବଂ ଷ୍ଟକ୍ ସୂଚନା ପୋର୍ଟାଲରେ ମିଥ୍ୟା ସୂଚନା ପ୍ରଦାନ କରୁଥିବା ଷ୍ଟକ୍ ହୋଲ୍ଡିଂ ସଂସ୍ଥାଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଷ୍ଟକ୍ ହୋଲ୍ଡିଂ ସଂସ୍ଥାଗୁଡ଼ିକ ଦ୍ୱାରା ଡାଲି ଷ୍ଟକ୍ ଷ୍ଟକ୍ ପ୍ରକାଶନକୁ ଲାଗୁ କରିବା ପାଇଁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ୨୦୨୪ ଏପ୍ରିଲ ୫ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶ ପରେ ଖାଉଟି ବ୍ୟାପାର ବିଭାଗ ସଚିବ ଶ୍ରୀମତୀ ନିଧି ଖାରେ ଆଜି ସବୁ ରାଜ୍ୟ ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଓ ସଚିବମାନଙ୍କ ସହ ଏକ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ଲୋକମାନେ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି। ଏବିପି ନ୍ୟୁଜ୍ ଏବଂ ସି ଭୋଟରର ସର୍ଭେ ମାଧ୍ୟମରେ ଏହା ସାମ୍ନାକୁ ଆସିଛି। ନିର୍ବାଚନ ପରିବେଶ ମଧ୍ୟରେ ମହାରାଷ୍ଟ୍ରର ମୁଡ ଜାଣିବାକୁ ଚେଷ୍ଟା କରୁଥିବା ଏହି ସର୍ଭେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପସନ୍ଦ ଉପରେ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଇଛି। ପ୍ରଶ୍ନ ଉପରେ, କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଆପଣ କେତେ ସନ୍ତୁଷ୍ଟ? ଏହି ସର୍ଭେ ସମୟରେ ମହାରାଷ୍ଟ୍ରର ୩୫ ପ୍ରତିଶତ ଲୋକ ନିଜକୁ ଅସନ୍ତୁଷ୍ଟ ଘୋଷଣା କରିଛନ୍ତି। ୩୩ ପ୍ରତିଶତ ଲୋକ କହିଛନ୍ତି ,ଯେ ସେମାନେ ବହୁତ ସନ୍ତୁଷ୍ଟ। ୨୭ ପ୍ରତିଶତ ମତ ଦେଇଛନ୍ତି ଯେ ସେମାନେ କମ୍ ସନ୍ତୁଷ୍ଟ ଏବଂ ପାଞ୍ଚ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ଏ ବିଷୟରେ ଜାଣି ନାହାଁନ୍ତି। ସର୍ଭେରେ ମଧ୍ୟ ପ୍ରଶ୍ନ ଉଠିଥିଲା ଯେ, ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ସେମାନେ କେତେ ସନ୍ତୁଷ୍ଟ? ଏହାର ଉତ୍ତରରେ ୪୬ ପ୍ରତିଶତ…
ନୂଆଦିଲ୍ଲୀ: ସୱାଇ ମାନ୍ ସିଂ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଗୁଜୁରାଟ ଟାଇଟାନ୍ସ ୩ ୱିକେଟରେ ପରାସ୍ତ କରିଛି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୧୯୬ ରନ୍ ସଂଗ୍ରହ କରିଥିଲା। ଜବାବରେ ଗୁଜୁରାଟର ଭଲ ଆରମ୍ଭ ହୋଇଥିଲା, ଯେଉଁଠାରେ ଶୁଭମାନ ଗିଲ ଏବଂ ସାଇ ସୁଦର୍ଶନଙ୍କ ମଧ୍ୟରେ ୬୪ ରନର ଭାଗିଦାରୀ ହୋଇଥିଲା। କିନ୍ତୁ ଏହା ପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଲାଗିଲା। ଶେଷରେ ମ୍ୟାଚ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିଲା। ଅନ୍ତିମ ଓଭରରେ ୧୧ ଟି ବଲରେ ୨୪ ରନର ବିସ୍ଫୋରକ ଇନିଂସ ଖେଳି ଗୁଜୁରାଟର ବିଜୟରେ ରସିଦ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଗୁଜୁରାଟ ପାଇଁ ସୁଦର୍ଶନ ୩୫ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ କୁଲଦୀପ ସେନଙ୍କ ଘାତକ ବୋଲିଂ ଗୁଜୁରାଟର ମଧ୍ୟମ କ୍ରମକୁ ଦୋହଲାଇ ଦେଇଥିଲା। ସେ ୩ ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ଗୁଜୁରାଟକୁ ବ୍ୟାକ ଫୁଟକୁ…

