Author: SM Network

ନୂଆଦିଲ୍ଲୀ: ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଛି। ଏହା ସମଗ୍ର ବିଶ୍ୱରେ ଟେନସନ ସୃଷ୍ଟି କରିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ଏବେ ଏକ ଭିନ୍ନ ଦିଗକୁ ଯାଇଛି। ଏହି ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଇସ୍ରାଏଲ ଶକ୍ତିଶାଳୀ, ଆମର ସେନା ଶକ୍ତିଶାଳୀ ଏବଂ ଆମ ଦେଶର ଲୋକମାନେ ମଧ୍ୟ ଶକ୍ତିଶାଳୀ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭିଡିଓ ମାଧ୍ୟମରେ ସମ୍ବୋଧିତ କରିବାବେଳେ ସେ ଏହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଆମେ ଏକାଠି ମିଶି ଏହାର ସାମ୍ନା କରିବୁ। ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ କହିଛି ଯେ, ଏହା ଶନିବାର ଦିନ ଇସ୍ରାଏଲ ଉପରେ ଡଜନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଆଇଡିଏଫ ନିଶ୍ଚିତ କରିଛି ଯେ, ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ବର୍ତ୍ତମାନ…

Read More

ମୁମ୍ବାଇ: ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ଘଟଣା ଆଜି ସକାଳେ ସାମ୍ନାକୁ ଆସିଛି। ପୋଲିସ ମଧ୍ୟ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସଲମାନ ଖାନଙ୍କ ପ୍ରତି ବିପଦକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ ପୁଣି ଥରେ ପ୍ରଶ୍ନ ଉଠିଛି ଯେ ସଲମାନ ଖାନଙ୍କ ପାଇଁ କିଏ ଅଧିକ ବିପଦ? ପ୍ରକାଶ ଯେ, ସଲମାନ ଖାନଙ୍କୁ ବିଷ୍ନୋଇ ଗ୍ୟାଙ୍ଗ ବହୁତ ବିପଦ। ଲରେନ୍ସ ବିଷ୍ନୋଇ ଏବଂ ଭାରତ-କାନାଡାର ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର ସଲମାନ ଖାନଙ୍କୁ ଅନେକ ଥର ହତ୍ୟା କରିବାକୁ ଧମକ ଦେଇଛନ୍ତି। ସଲମାନଙ୍କୁ ହତ୍ୟା କରିବା ପାଇଁ ବିଷ୍ନୋଇ ଏବଂ ଗୋଲଡି ଅନେକ ଥର ମୁମ୍ବାଇ ପଠାଇଛନ୍ତି। ଲରେନ୍ସଙ୍କର ଏକ ସ୍ୱତନ୍ତ୍ର ଗ୍ୟାଙ୍ଗଷ୍ଟର ସମ୍ପତ ନେହେରା ମଧ୍ୟ ୨୦୧୮ରେ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ନଜର ରଖିଥିଲା। ତେବେ ଆକ୍ରମଣ କରିବା ପୂର୍ବରୁ…

Read More

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ସଂକଳ୍ପ ପତ୍ର ପ୍ରକାଶ କରିଛି। କେନ୍ଦ୍ରରେ ସରକାର ଗଠନ କରିବା ପରେ ଏହା ସମଗ୍ର ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବ ବୋଲି ବିଜେପି ପ୍ରତିଶୃତି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଦଳର ‘ସଂକଳ୍ପ ପତ୍ର’ ବିକଶିତ ଭାରତର ଚାରୋଟି ମଜବୁତ ସ୍ତମ୍ଭ – ଯୁବକ, ମହିଳା, ଗରିବ ଏବଂ କୃଷକଙ୍କୁ ସଶକ୍ତ କରିବ। ସଙ୍କଳ୍ପ ପତ୍ରରେ ମୋଦୀ ଗରିବ, ମହିଳା ଓ କୃଷକଙ୍କ ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଇସ୍ତାହାର ମୁତାବକ, ଗରିବଙ୍କ ପାଇଁ ଅଧିକ ୩ କୋଟି ଘର ନିର୍ମାଣ ହେବ। ସେମାନଙ୍କ ସହ ଯୁବ ଗୋଷ୍ଠୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଗରୀବଙ୍କୁ ଆୟୁଷ୍ମାନ ଯୋଜନା ଅଧିନରେ ଶସ୍ତାରେ ଔଷଧ ମିଳିବ। ମାଗଣାରେ ବିଜୁଳି ମିଳିବ। ଏହାସହ ବିଜୁଳି ଦ୍ୱାରା କର୍ମ ମଧ୍ୟ ଯୋଗାଇ ଦିଆଯିବ। ମୋଦୀ…

Read More

ଭୁବନେଶ୍ଵର: ଓଡ଼ିଶାର ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପୁଣିଥରେ ନେଇଆସିଛି ଆପଣଙ୍କ ପାଇଁ ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ। ଜୀ ସାର୍ଥକରେ ପୁଣି ଥରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି” ଯାହା ପୂର୍ବ ଅପେକ୍ଷା ନିଆରା ହୋଇଛି । ଏହି ପ୍ରତିଯୋଗିତା ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ପ୍ରତିଦିନ ସନ୍ଧ୍ୟା ୬:୩୦ରୁ ରାତି ୯:୩୦ ମଧ୍ୟରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଆପଣ ହୋଇପାରିବେ ଲକ୍ଷପତି। କାର୍ଯ୍ୟକ୍ରମର ନାଁ ରହିଛି “ଦେଖିବା ନିତି ହେବା ଲକ୍ଷପତି”। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଛି। ପ୍ରତିଯୋଗିତାରେ ଭାଗ ନେବା ପାଇଁ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୬ ଜଣ…

Read More

ରଣପୁର: ଆଜି ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। ଏହି ଦିନ ହନୁମା ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ। ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ତେଣୁ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ବର୍ଷ ଆରମ୍ଭ ହେଉଥିବାରୁ ପ୍ରତି ଓଡ଼ିଆ ଘରେ ଦେବୀଦେବତାଙ୍କଠାରେ ସ୍ୱତନ୍ତ୍ର ପୂଜା, ହୋମ ଆଦି ଯଥାବିଧି ପାଳନ କରାଯାଏ। ଏହି ଦିନଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଆରମ୍ଭ ହୁଏ। ଏହି ସମୟରେ ସୂର୍ଯ୍ୟ କିରଣର ପ୍ରଖରତା ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧିପାଏ ବୋଲି କୁହାଯାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଇଥାଏ। ତେଣୁ ଆଜି ଦିନରେ ଠାକୁରଙ୍କ ପାଖରେ ପଣା ଭୋଗର ବିଧି ରହିଛି । ସେଥିପାଇଁ…

Read More

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ଦେଶରେ ଅଧିକ ବିଦ୍ୟୁତ ଚାହିଦା ପୂରଣ କରିବା ପାଇଁ ଭାରତ ସରକାର ଗ୍ୟାସ ଭିତ୍ତିକ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗ୍ୟାସ ଭିତ୍ତିକ ଉତ୍ପାଦନ କେନ୍ଦ୍ରରୁ ସର୍ବାଧିକ ବିଦ୍ୟୁତ ଉତ୍ପାଦନ ସୁନିଶ୍ଚିତ କରିବା ପାଇଁ ସରକାର ବିଦ୍ୟୁତ ଆଇନ, ୨୦୦୩ ର ଧାରା ୧୧ ଅଧୀନରେ ସମସ୍ତ ଗ୍ୟାସ ଭିତ୍ତିକ ଉତ୍ପାଦନ କେନ୍ଦ୍ରଗୁଡିକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି (ଯାହା ଅଧୀନରେ ଉପଯୁକ୍ତ ସରକାର ନିର୍ଦ୍ଦିଷ୍ଟ କରିପାରିବେ ଯେ ଏକ ଉତ୍ପାଦନ କମ୍ପାନୀ ଅସାଧାରଣ ପରିସ୍ଥିତିରେ ସେହି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ଉତ୍ପାଦନ ଷ୍ଟେସନ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରିବ)। ମୁଖ୍ୟତଃ ବାଣିଜ୍ୟିକ କାରଣରୁ ଗ୍ୟାସ ଭିତ୍ତିକ ଉତ୍ପାଦନ କେନ୍ଦ୍ର (ଜିବିଏସ)ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବର୍ତ୍ତମାନ ଅବ୍ୟବହୃତ। ଆମଦାନୀ-କୋଇଲା ଭିତ୍ତିକ ପାୱାର ପ୍ଲାଣ୍ଟଗୁଡ଼ିକ ପାଇଁ ସମାନ ଢଙ୍ଗରେ ଥିବା ଧାରା ୧୧ ଅଧୀନରେ ଏହି ଆଦେଶର ଉଦ୍ଦେଶ୍ୟ ଆଗାମୀ ଉଚ୍ଚ ଚାହିଦା…

Read More

ନୂଆଦିଲ୍ଲୀ: ଖାଉଟି ବ୍ୟାପାର ବିଭାଗ ସଚିବ ନିଧି ଖାରେ ୨୦୨୪ ଏପ୍ରିଲ ୧୫ ତାରିଖରୁ ଅନଲାଇନ୍ ଷ୍ଟକ୍ ମନିଟରିଂ କାର୍ଯ୍ୟକ୍ଷମ କରିବା ପୂର୍ବରୁ ଡାଲି ଶିଳ୍ପର ପ୍ରତିନିଧିଙ୍କ ସହ ଏକାଧିକ ଆଲୋଚନାରେ ଗୁରୁତ୍ୱାରୋପ କରିଥିଲେ ଯେ ଯଦି କେହି ଡାଲିର ଆଗୁଆ କାରବାରରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ବିଭିନ୍ନ ବ୍ୟବସ୍ଥା ଅନୁଯାୟୀ ଦୃଢ଼ ଭାବେ ମୁକାବିଲା କରାଯିବ। ଅଧିକ ଯାଞ୍ଚ ପାଇଁ ଶିଳ୍ପର ମତାମତ ଏବଂ ବିଭିନ୍ନ ମାର୍କେଟ କମ୍ପାନୀମାନଙ୍କ ସହିତ ଷ୍ଟକ ସ୍ଥିତି ସମ୍ବନ୍ଧୀୟ ମାର୍କେଟ୍ ଇଣ୍ଟେଲିଜେନ୍‌ସ ସୂତ୍ରରୁ ମିଳିଥିବା ସୂଚନା ସଂଗ୍ରହ କରାଯାଇଛି। ସଂଶୋଧିତ ବିନିମୟ ହାର ଏବଂ ମିଆଁମାରରେ ଆମଦାନୀକାରୀଙ୍କ ପାଖରେ ଥିବା ଷ୍ଟକ୍ ପରିପ୍ରେକ୍ଷୀରେ ମିଆଁମାରରୁ ଡାଲି ଆମଦାନୀ ସମ୍ପର୍କିତ ପ୍ରସଙ୍ଗରେ ସେ ୟାଙ୍ଗୁନ୍ ସ୍ଥିତ ଭାରତୀୟ ଦୂତାବାସ ସହିତ ଆଲୋଚନା କରିଥିଲେ। ବାଣିଜ୍ୟ କାରବାରକୁ ସରଳ କରିବା ଏବଂ ଏହାକୁ ଅଧିକ ଦକ୍ଷ କରିବା ପାଇଁ ୨୦୨୪ ଜାନୁଆରି ୨୫…

Read More

ଭୁବନେଶ୍ବର, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ଆଜିଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି। ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୧୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଭୁବନେଶ୍ୱର ମଧ୍ୟରେ ଗୋଟିଏ, ଭୁବନେଶ୍ୱର ଉତ୍ତରରେ ୫ଟି, ଏକାମ୍ର ଭୁବନେଶ୍ୱରରେ ୯ଟି ଏବଂ ଖୋର୍ଦ୍ଧା ବିଧାନସଭା ଅଧିନରେ ଗୋଟିଏ ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଏହି ଚାରୋଟି ବିଧାନସଭା କ୍ଷେତ୍ରରେ ମୋଟି ୯୩୨ଟି ମତଦାନ କେନ୍ଦ୍ର ଥିବାବେଳେ ଆଉ ୧୬ଟି ଅତିରିକ୍ତ ବୁଥ୍‌ ବୃଦ୍ଧି ହେବା ଦ୍ୱାରା ମୋଟ ବୁଥ୍‌ ସଂଖ୍ୟା ୯୪୮ରେ ପହଞ୍ଚିଛି। ସହରାଞ୍ଚଳରେ ୧୬ ଶହରୁ ଅଧିକ ମତଦାତା ଏବଂ ଗ୍ରାମାଞ୍ଚଳରେ ୧୫ ଶହରୁ ଅଧିକ ଭୋଟର ଥିବା ପୂର୍ବ ମତଦାନ କେନ୍ଦ୍ରରୁ ପୃଥକ କରି ଏହି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ଏ ସଂକ୍ରାନ୍ତରେ ବିିଭିନ୍ନ ରାଜନୈତିକ ଦଳ ଏବଂ ଅଂଶୀଦାରମାନଙ୍କ ସହ ହୋଇଥିବା ବିଚାରବିମର୍ଶକୁ ଆଧାର କରି ପଠାଯାଇଥିବା ପ୍ରସ୍ତାବକୁ ନିର୍ବାଚନ କମିଶନ ଅନୁମୋଦନ କରିବା ପରେ ଏହି ୧୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଏହି ମତଦାନ…

Read More

ରଣପୁର: ଆଜି ପବିତ୍ର ମେରୁ ଉପବାସ ରଣପୁରରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଶାର ଧର୍ମ ସଂସ୍କୃତି କହିଲେ ବିଷ୍ନୁ ଏବଂ ଶିବଙ୍କୁ ନେଇ ଆଧାରିତ ହୋଇଥାଏ। କିଛି ବ୍ୟକ୍ତି ବିଷ୍ଣୁଙ୍କୁ ଉପାସନା କରୁଥିଲା ବେଳେ ଆଉ କିଛି ବ୍ୟକ୍ତି ଶିବଙ୍କୁ ଉପାସନା କରିଥାନ୍ତି। ଗାଁ ଗହଳି ପୁରପଲ୍ଲୀରେ ସବୁଆଡେ ଆଜି ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି। ଆଜି ଶୈବ ଉପାସକମାନେ ରଣପୁର ଅଚଂଳରେ ଏକ ଗଣ ପର୍ବ ଭାବରେ ମେରୁ ପର୍ବକୁ ପାଳନ କରିଥାନ୍ତି। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ନିର୍ଜଳ ଉପବାସ କରି ଅପରାହ୍ନରେ ଦଣ୍ଡ ଠାକୁରଙ୍କ ସ୍ନାନ ପରେ ସମସ୍ତେ ସ୍ନାନ କରି ପ୍ରଭୁଙ୍କ ଅଧରପଣା ସେବନ କରିଥାନ୍ତି। ସନ୍ଧ୍ୟାରେ ସମସ୍ତ ଦଣ୍ଡ ପାଟବେତ କୋଠୀ ସାମ୍ନାରେ ଭକ୍ତା ମାନେ ନିଷ୍ଠା ପରାକାଷ୍ଠାର ସହ ଓହଳତପ କରିଥାନ୍ତି। ଗୋଡ ଦୁଇଟିକୁ ଉପରେ ବାନ୍ଧି ରଖି ଅଗ୍ନି କୁଣ୍ଡରେ ଓହଳି ଦଣ୍ଡ ପାଟବେତଙ୍କୁ ଆରାଧନା କରିଥିବାର ଦେଖିବାକୁ ମିଳିଥିଲା। ରଣପୁର…

Read More

ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ।  ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ ।  ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ।  କାମ ଆପଣଙ୍କ ମନ ଅନୁସାରେ ହେବ।  ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ।  ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ।  ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ…

Read More

ନୂଆଦିଲ୍ଲୀ: ଶନିବାର ରାତିରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSRCP ମୁଖ୍ୟ ଜଗନ୍ ମୋହନ ରେଡ୍ଡୀଙ୍କୁ ପଥର ମାଡରେ ଆହତ ହୋଇଛନ୍ତି। ଜଗନ୍ ମୋହନ ରେଡ୍ଡୀଙ୍କ ଉପରେ ଏହି ଆକ୍ରମଣ ଅଜିତ ସିଂ ନଗରରେ ଘଟିଛି। ରୋଡ୍ ସୋ ସମୟରେ ପଥର ମାଡରେ ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ କପାଳରେ ଆଘାତ ଲାଗିଥିଲା। ବିଜୟୱାଡାର ସିଂହ ନଗରରେ ଏକ ବସ୍ ଯାତ୍ରା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଉପରକୁ ପଥର ଫିଙ୍ଗିଥିଲା। ଜଗନ୍ ଙ୍କ ବାମ ଆଖି ଉପରେ କପାଳରେ ସାମାନ୍ୟ ଆଘାତ ଲାଗିଥିଲା। ଯାହାଫଳରେ ତାଙ୍କର କ୍ଷତ ସ୍ଥାନରେ ଦୁଇଟି ସିଲାଇ ପଡିଥିବା ସୂଚନା ମିଳିଥିଲା। ଏହି ସମୟ ମଧ୍ୟରେ ଡାକ୍ତରମାନେ ତାଙ୍କୁ ବସ୍ ଭିତରେ ଚିକିତ୍ସା କରିଥିଲେ ଏବଂ ଏହା ପରେ ଅଭିଯାନ ପୁନଃ ଆରମ୍ଭ ହୋଇଥିଲା।

Read More

ଭୁବନେଶ୍ବର: ଆଜି ରାଜ୍ୟର ୯ ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ବରରୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ୟାସିର ନଓ୍ବାଜଙ୍କୁ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ବାଲେଶ୍ବର ଆସନରୁ ପ୍ରାର୍ଥୀ କରାଯାଇଛି। ସେହିଭଳି କେନ୍ଦୁଝରରୁ ମୋହନ ହେମ୍ବ୍ରମ, ଭଦ୍ରକରୁ ଅନନ୍ତ କୁମାର ସେଠୀ, ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସଶ୍ମିତା ବେହେରା, କେନ୍ଦ୍ରାପଡାରୁ ସିଦ୍ଧାର୍ଥ ସ୍ବରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର କୁମାର ସେଠୀ, ପୁରୀରୁ ସୁଚରିତା ମହାନ୍ତିଙ୍କୁ ଦପ୍ରାର୍ଥୀ କରାଯାଇଛି। ପ୍ରାର୍ଥୀ ତାଲିକା ଭୁବନେଶ୍ୱର- ୟାସିର ନଓ୍ବାଜ ପୁରୀ- ସୁଚରିତା ମହାନ୍ତି ଭଦ୍ରକ (ଏସସି) – ଅନନ୍ତ କୁମାର ସେଠୀ କେନ୍ଦୁଝର (ଏସଟି) – ମୋହନ ହେମ୍ବ୍ରମ ବାଲେଶ୍ବର- ଶ୍ରୀକାନ୍ତ କୁମାର ଜେନା ଯାଜପୁର (ଏସସି)- ଅଞ୍ଚଳ ଦାସ ଢେଙ୍କାନାଳ- ସଶ୍ମିତା ବେହେରା କେନ୍ଦ୍ରାପଡା- ସିଦ୍ଧାର୍ଥ ସ୍ବରୂପ ଦାସ ଜଗତସିଂହପୁର – ରବୀନ୍ଦ୍ର କୁମାର ସେଠୀ

Read More

ପୁରୀ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଦଳଗୁଡିକର ପ୍ରଚାର ପ୍ରସାର ସେତେ ବୃଦ୍ଧି ପାଉଛି। କିନ୍ତୁ ପୁରୀ ଲୋକସଭାର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ରଙ୍କ ପ୍ରଚାର ବହୁ ମାତ୍ରାରେ ବୃଦ୍ଧି ପାଇଛି। ନିଜ ଲୋକସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଘରକୁ ଘର ବୁଲି ଲୋକଙ୍କ ସହ ସିଧା ସଳଖ କଥା ହେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସେ ଆଜି ପିପିଲ ନିର୍ବାଚନମଣ୍ଡଳୀର ସୁଜନପୁର ଗାଁରେ ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି। ଏହି ଦୁଃଖଦ ପରିସ୍ଥିତିରେ ସେମାନଙ୍କ ସାଥୀରେ ଛିଡ଼ା ହେବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ମଧ୍ୟ କରିଛନ୍ତି। ଏହା ସହିତ ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ର ଅଧୀନ ସିରେଇ ପଞ୍ଚାୟତର ସୁଦଘର ଗାଁ ଏବଂ ଟିପୁରି ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସୁଦାଘର ଗାଁଠାରେ ମା’ ଚଣ୍ଡୀଙ୍କର ଏବଂ ଟିପୁରି ଗାଁର ହନୁମାନ ମନ୍ଦିର ଦର୍ଶନ କରି ସ୍ଥାନୀୟ ଲୋକଙ୍କର ମଙ୍ଗଳ କାମନା କରିଛନ୍ତି। ଏହି…

Read More

ଭୁବନେଶ୍ୱର: ଗୋଟିଏ ମା’ର ଗର୍ଭରୁ ଏକା ସାଙ୍ଗେ ଜନ୍ମଲାଭ କରିଥିବା ତିନୋଟି ଅପରିପକ୍ୱ ଶିଶୁଙ୍କୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍। ଏହି ସନ୍ତାନଙ୍କର ପରିବାର ବାଲୁଗାଁ ଅଂଚଳର ହୋଇଥିବା ବେଳେ ତିନି ସନ୍ତାନ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଥିବା ଇନ୍ – ଭିଟ୍ରୋଫର୍ଟିଲାଇଜେସନ୍ (ଆଇଭିଏଫ୍‌) ପ୍ରକ୍ରିୟାରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଜନ୍ମ ଗ୍ରହଣ କରିବାର ନିର୍ଦ୍ଧାରିତ ପ୍ରସବ ସମୟ ପୂର୍ବରୁ ମାତ୍ର ୨୮ ସପ୍ତାହ ପରେ ଏକ ସଂଗେ ୩ଟି ସନ୍ତାନ ଅପରିପକ୍ୱ ଭାବେ ଜନ୍ମ ହୋଇଥିଲେ। ଜନ୍ମ ସମୟରେ ଏହି ଶିଶୁମାନଙ୍କ ମଧ୍ୟରୁ ଦୁଇ ଶିଶୁଙ୍କର ଓଜନ ୧ କେଜି ଅନ୍ୟ ଶିଶୁର ଓଜନ ୮୦୦ ଗ୍ରାମ ଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ…

Read More

ଭୁବନେଶ୍ୱର: ଅପହଂଚ ଇଲାକା ଯେଉଁଠାରେ ସ୍ୱାସ୍ଥ୍ୟ ସେବା ଠିକ୍ ଭାବେ ପହଂଚିପାରୁନି ସେଠାରେ ଟେଲିମେଡିସିନ୍ ହିଁ ଜନସାଧାରଣଙ୍କର ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ। ଏଥି ନିମନ୍ତେ ଚିକିତ୍ସା ବିଜ୍ଞାନ (ମେଡିସିନ୍‌) ଓ ଇଞ୍ଜିନିୟରିଂ ଏକତ୍ର ହୋଇ ସମାଜର ହିତ ନିମନ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି ଚିକିତ୍ସା ବିଶେଷଜ୍ଞ ତଥା ଟେଲିମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଡାକ୍ତର ରାମାସାମୀ କିମ୍ କହିଛନ୍ତି। ଟେଲିମେଡିସିନ ସୋସାଇଟି ଅଫ୍ ଇଣ୍ଡିଆ (ଓଡ଼ିଶା ଚାପ୍‌ଟର) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଟିଏସ୍‌ଆଇ ଓଡ଼ିଶା ଶାଖାର ୧୨ ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର କିମ୍ କହିଛନ୍ତି ଯେ କୋଭିଡ ମହାମାରୀର ପରିସ୍ଥିତି ଟେଲିମେଡିସିନ୍‌କୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଯୋଡିଛି। ଯଦିଓ ଏ କ୍ଷେତ୍ରରେ ଅନେକ ଆହ୍ୱାନ ରହିଛି ତଥାପି ଏହାର ସମାଧାନ କିପରି…

Read More

ନୂଆଦିଲ୍ଲୀ: ନିର୍ବାଚନୀ ଚାନ୍ଦା ଯୋଜନାରେ ସର୍ବାଧିକ ଦାନ କରିଥିବା ବ୍ୟକ୍ତିଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡର ଅଧିକାରୀମାନଙ୍କ ଉପରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ଅଧିକାରୀଙ୍କ ବିରୋଧରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ଦ୍ୱାରା ଏକ ଦୁର୍ନୀତି ମାମଲା ରୁଜୁ ହୋଇଛି। ନିର୍ବାଚନୀ ଚାନ୍ଦା ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ଏହି କମ୍ପାନୀ ଦ୍ଵାରା ୧୨୦୦ କୋଟି ଟଙ୍କା ଦାନ କରାଯାଇଥିଲା। NISP ପାଇଁ ୩୧୫ କୋଟି ମୂଲ୍ୟର ଏକ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଅଭିଯୋଗରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ବିରୋଧରେ ଇସ୍ପାତ ମନ୍ତ୍ରଣାଳୟର NMDC ଆଇରନ୍ ଏବଂ ଷ୍ଟିଲ୍ ପ୍ଲାଣ୍ଟର ୮ ଜଣ ଅଧିକାରୀଙ୍କ ସହ ସିବିଆଇ ଏହି ମାମଲା ପଞ୍ଜିକରଣ କରିଛି। ଏହି ସମୟରେ, ମେଘା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ନିର୍ବାଚନୀ ଚାନ୍ଦା ସହ ଜଡିତ ତଥ୍ୟ ବାହାରିବା ପରେ ଚର୍ଚ୍ଚା…

Read More

ଚିଲିକା (ସୀତାରାମ ଅଗ୍ରୱାଲ): କାଳୁପଡା ଘାଟ ଜେଟି ନିକଟରେ ନଳ ବଣରେ ଅଗ୍ନିକାଣ୍ଡ ଘଟିଥିବା ଏକ ବଡ ସୂଚନା ମିଳିଛି। ନଳ ବଣରେ ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ଜଳଜୀବଙ୍କ ଜୀବନ ପଡିଛି। ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ କାଳୁପଡାଘାଟ ଜେଟିରେ ବାଲୁଗାଁ ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ପହଞ୍ଚିଛନ୍ତି। ଏବଂ ସେଠାରୁ ଡ଼ଙ୍ଗାରେ ଚିଲିକା ଭିତରକୁ ଯାଇ ଡ଼ିଏଫଓ ଅମ୍ଲାନ ଅନୁଧ୍ୟାନ କରୁଛନ୍ତି। ବର୍ତ୍ତମାନ ସିଡିଏ ପକ୍ଷରୁ ମୋଟର ପମ୍ପ ଦ୍ଵାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ଡିଏଫଓ କହିଛନ୍ତି। ନଳବଣରେ ନିଆଁ ଲାଗିବ ଦ୍ୱାରା ବିରଳ ଫିସିଂ କ୍ୟାଟ ସହ ବହୁ ଜଳଜୀବ ବିପଦରେ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅମ୍ଲାନ ନାୟକ କହିଛନ୍ତି।

Read More

ଜୟପୁର: ରାଜସ୍ଥାନ କଂଗ୍ରେସ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି ଏବଂ ନାଗୌର ଜିଲ୍ଲାର କ୍ଷିଂବସର ବିଧାନସଭାର ପଦାଧିକାରୀଙ୍କ ସମେତ ୧୩୦୦ କର୍ମୀ ଦଳ ଛାଡିଛନ୍ତି। କଂଗ୍ରେସ ପାର୍ଟିରୁ ନିଲମ୍ବିତ ହୋଇଥିବା କୁଚେରା ମ୍ୟୁନିସିପାଲିଟି ଅଧ୍ୟକ୍ଷ ତେଜପାଲ ମିର୍ଧା ଏହି ସୂଚନା ଦେଇଛନ୍ତି। ବାସ୍ତବରେ ନାଗୌର ଲୋକସଭା ଆସନରେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) ସହିତ କଂଗ୍ରେସ ମେଣ୍ଟ ଗଠନ କରି ଏହାକୁ ଆରଏଲପି ପାଇଁ ଖାଲି ରଖିଛି। ନାଗୌର ସାଂସଦ ତଥା ଆରଏଲପି ମୁଖ୍ୟ ହନୁମାନ ବେନିୱାଲଙ୍କୁ କଂଗ୍ରେସ ଏଠାରେ ପ୍ରାର୍ଥୀ କରିଛି। ଏହି ସମୟରେ ବେନିୱାଲଙ୍କ ଅଭିଯୋଗକୁ ଭିତ୍ତି କରି ନାଗୌରରୁ ବିଜେପି ପ୍ରାର୍ଥୀ ଜ୍ୟୋତି ମିର୍ଧାଙ୍କ ସପକ୍ଷରେ ପ୍ରଚାର କରିଥିବାରୁ ତିନିଜଣ କଂଗ୍ରେସ କର୍ମୀଙ୍କୁ ସୋମବାର ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। କଂଗ୍ରେସ ନେତା- ପୂର୍ବତନ ବିଧାୟକ ଭରାରାମ, କୁଚେରା ପୌରପାଳିକାର ଅଧ୍ୟକ୍ଷ ତେଜପାଲ ମିର୍ଧା ଏବଂ ସୁଖରାମ ଡୋଡୱାଡିଆଙ୍କ ନିଲମ୍ବନ ପରେ ତୁରନ୍ତ…

Read More

ଭୁବନେଶ୍ଵର: ଭାରତୀୟ ରେଳର ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ ପ୍ରତିବଦ୍ଧ। ଗ୍ରୀଷ୍ମ ସମୟରେ ଏବଂ ସମ୍ଭାବ୍ୟ ଉତ୍ତାପ ତରଙ୍ଗକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଷ୍ଟେସନ ମାନଙ୍କରେ ପାନୀୟ ଜଳର ଉପଲବ୍ଧତା ସମୀକ୍ଷା କରିଛି ଏବଂ ପର୍ଯ୍ୟାପ୍ତ ଯୋଗାଣ ନିଶ୍ଚିତ କରିବାକୁ ଜୋନାଲ ରେଳବାଇ ଓ ରେଳ ମଣ୍ଡଳ ଗୁଡିକୁ ନିର୍ଦ୍ଦେଶ ଜାରି କରିଛି। ଏହି ଅନୁଯାୟୀ, ସମସ୍ତ ଷ୍ଟେସନ ମାନଙ୍କରେ ସମ୍ବନ୍ଧିତ ନିୟମ ଅନୁଯାୟୀ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଚେଷ୍ଟା କରାଯାଉଅଛି। ସମ୍ଭାବ୍ୟ ଗ୍ରୀଷ୍ମ ମାସରେ ଏହି ପ୍ରୟାସକୁ ଆହୁରି ଦୃଢ଼ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇଅଛି: ଉପଲବ୍ଧତା ଏବଂ କାର୍ଯ୍ୟକାରିତା: ସମସ୍ତ ବିଦ୍ୟମାନ ୱାଟର କୁଲରଗୁଡିକ କାର୍ଯ୍ୟକ୍ଷମ ଏବଂ ଯାତ୍ରୀଙ୍କ ଚାହିଦା ପୂରଣ କରିବାକୁ ସୁନିଶ୍ଚିତ କରିବା। ଟ୍ୟାଙ୍କର୍ ନିୟୋଜନ: ସମ୍ବେଦନଶୀଳ ଷ୍ଟେସନ ମାନଙ୍କରେ ଜଳ ଯୋଗାଣ ପାଇଁ ଆବଶ୍ୟକ ଅନୁଯାୟୀ ୱାଟର…

Read More

ନୂଆଦିଲ୍ଲୀ: ଦିଲ୍ଲୀର AAP ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଆଜି ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ଅନେକ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲ ଭିତରେ ନିର୍ଯାତନା ଦିଆଯାଉଛି। ତାଙ୍କ ମନୋବଳ ଭାଙ୍ଗିବା ପାଇଁ ପଦକ୍ଷେପ ନିଆଯାଉଛି। ସଞ୍ଜୟ ସିଂ କହିଛନ୍ତି ଯେ, ‘ନିୟମ ଅନୁଯାୟୀ ଏବଂ ଜେଲ ମାନୁଆଲରେ ଉଲ୍ଲେଖ କରାଯାଇଛି ଯେ ଜେଲ ପ୍ରଶାସନକୁ ଜେଲରେ ଥିବା ଲୋକଙ୍କୁ ମୁହାଁମୁହିଁ ଭେଟିବା ଲାଗି ପରିଦର୍ଶକଙ୍କୁ ଅନୁମତି ଦିଆଯାଇଛି। ତେବେ ତାଙ୍କ ପତ୍ନୀଙ୍କୁ ମୁହାଁମୁହିଁ ସାକ୍ଷାତ କରିବାକୁ ଅନୁମତି ନାହିଁ। ସଞ୍ଜୟ ସିଂ ଆହୁରି କହିଛନ୍ତି ଯେ, ‘ଜେଲ୍ ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଉନାହାଁନ୍ତି। ମୁଁ ଦାୟିତ୍ଵର ସହିତ ଏହା କହୁଛି ଯେ କୁଖ୍ୟାତ ଅପରାଧୀମାନେ ମଧ୍ୟ ବ୍ୟାରେଜରେ ଭେଟନ୍ତି, କିନ୍ତୁ ତିନିଥର ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ମିଳୁନାହିଁ, ଏହା…

Read More