ନୂଆଦିଲ୍ଲୀ: ଆଜି ଛତିଶଗଡର କାଁକେର ଜିଲ୍ଲାରେ ସୈନିକ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ବଡ଼ ମୁକାବିଲା ହୋଇଥିଲା, ଯେଉଁଥିରେ ୧୮ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ସମସ୍ତ ନକ୍ସଲଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ତେବେ ଏହି ଏନକାଉଣ୍ଟରରେ ତିନିଜଣ ସୈନିକ ମଧ୍ୟ ଆହତ ହୋଇଛନ୍ତି, ଯେଉଁଥିରେ ଜଣେ ଇନ୍ସପେକ୍ଟରଙ୍କ ଗୋଡରେ ଗୁଳି ବାଜିଛି। ଘଟଣାସ୍ଥଳରୁ ନକ୍ସଲାଇଟ୍ ଏକେ-୪୭ ଏବଂ ୨ ଏଲଏମଜି ର ୪ ଟି ସ୍ୱୟଂଚାଳିତ ଅସ୍ତ୍ର ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
Author: SM Network
ଭୁବନେଶ୍ୱର: ଜୀବାଣୁ ସଂକ୍ରମଣ ଯୋଗୁଁ କିଡ୍ନୀରେ ପ୍ରବାହ ସହ ସେପ୍ଟିକ୍ ସକ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଡାକ୍ତରୀ ଭାଷାରେ ପାଇଲୋନେଫ୍ରାଇଟିସ୍ ବୋଲି କୁହାଯାଇଥାଏ ସେଭଳି ଜଟିଳ ରୋଗରେ ପୀଡ଼ିତ ଥିବା ଜଣେ ରୋଗୀଙ୍କର ସଫଳ ଚିକିତ୍ସା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଫୁଲନଖରା କ୍ୟାମ୍ପସ ଠାରେ ହୋଇଯାଇଛି। ୪୨ ବର୍ଷୀୟ ଏହି ପୁରୁଷ ରୋଗୀ ଗତ ଏପ୍ରିଲ ୩ ତାରିଖ ଦିନ ଜ୍ୱର, ଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନେଇ ହସ୍ପିଟାଲ୍କୁ ଆସିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍ର କ୍ରିଟିକାଲ୍ କେୟାର ମେଡିସିନ୍ ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ରାୟଙ୍କର ଅଧିନରେ ଭର୍ତି କରାଯାଇ ଆଇସିୟୁରେ ରଖାଯାଇଥିଲା। ନିଃଶ୍ୱାସ ନେବାରେ ସମସ୍ୟା ହେବାରୁ ହସ୍ପିଟାଲ୍ରେ ଭର୍ତି ହେବାର ପରଦିନ ତାଙ୍କୁ ଭେଂଟିଲେଟରରେ ରଖାଯିବା ସହ ୪ ଥର ଡାଏଲିସିସ୍ ମଧ୍ୟ କରାଯାଇଥିଲା। ସେହିପରି ୟୁରେଟେରେସ୍କୋପିକ୍ ଲିଥୋଟ୍ରିପ୍ସି (ୟୁଆର୍ଏସ୍ଏଲ୍) ପ୍ର୍ରକ୍ରିୟା ଦ୍ୱାରା ତାଙ୍କର କିଡ୍ନୀ୍ ଷ୍ଟୋନ୍ ବାହାର କରାଯାଇଥିଲା। ନେଫ୍ରୋଲୋଜିଷ୍ଟ…
ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଳକ ସୋରଣ ଗ୍ରାମ ପଂଚାୟତର ହଂସାରାଡିହ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୧୦ ବଖରା ଚାଳ ଘର ଏବଂ ୨ ବଖରା ଆଜବେଷ୍ଟେସ ଭଶ୍ମିଭୂତ ହୋଇଯାଇଅଛି। ଏଥିରେ ୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସମ୍ପତି ସହ ଆସବାବ ପତ୍ର ପୋଡି ପାଉଁଶ ହୋଇଥିବା ଜଣାପଡିଛି। ହଂସରାଡିହ ଗ୍ରାମର ସୁରେଶ ରାଉତଙ୍କ ୩ ବଖରା, କୈଳାସ ରାଉତଙ୍କ ୨ ବଖରା ଚାଳ ଓ ଗୋକୁଳ ରାଉତ ୫ ବଖରା ଚାଳ ବଖରା ଘର ଏବଂ ବଗୁଲି ରାଉତ, ବୁଦ୍ଧିବାମନ ରାଉତଙ୍କ ଗୋଟିଏ ଲେଖାଏଁ ଘର ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇ ଯାଇଛି। ଏତଦବ୍ୟତୀତ ଅନେକ ବ୍ୟକ୍ତିଙ୍କର ଘର ଆଂଶିକ ପୋଡିଥିବା ଜଣା ପଡିଛି। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ଅଗ୍ନିକାଣ୍ଡର କାରଣ ବିଦ୍ୟୁତ ସଟସର୍କିଟ ବୋଲି ଟାଙ୍ଗୀ ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ମୋହନ…
ବାଣପୁର (ସୀତାରାମ ଅଗ୍ରୱାଲ): ଉତ୍କଳୀୟ କଳା, ସଂସ୍କୃତି, ପରମ୍ପରା ଯେପରି ଭିନ୍ନ ଭିନ୍ନ, ଦେବା ଦେବୀଙ୍କ ପାଖରେ ପ୍ରଚଳିତ ପରମ୍ପରା, ନୀତିକାନ୍ତି ,ପର୍ବପର୍ବାଣୀ,ଜାନିଯାତ୍ରା ସେପରି ବିଚ଼ିତ୍ରମୟ |ବାଣପୁରର ଆରାଧ୍ୟା ଦେବୀ ଭଗବତୀ। କାହିଁ କେଉଁ ରାଜରାଜୁଡ଼ା ଅମଳରୁ ପ୍ରଚଳିତ ମା’ଙ୍କ ପୀଠର ପରମ୍ପରା, ଜାନିଯାତ୍ରା, ପର୍ବପର୍ବାଣୀ, ନୀତିକାନ୍ତି ଅତି ବିଚ଼ିତ୍ରମୟ। କେତେବେଳେ ସେ ପରିଚ୍ଛା ପରିବାରର ଝିଅ ହୋଇ କାଚ଼ରା ଠାରୁ କାଚ଼ପିନ୍ଧି ବାପାଙ୍କ ଘରେ ତୋରାଣି ପିଇ ମନ୍ଦିରକୁ ଫେରିଲେଣି ତ କେତେବେଳେ ଭଉଣୀ ଶିଦ୍ଧେଶ୍ଵରୀଙ୍କ ଘରେ ଚ଼ୁଡ଼ା ଗୁଡ଼ ଦହି ଖାଇ ଭଉଣୀଙ୍କୁ ବର୍ଷ ଆରମ୍ଭରୁ ଶାରଦୀୟ ପୂଜାକୁ ନିମନ୍ତ୍ରଣ କଲେଣି। ଅଶୋକାଷ୍ଟମୀରେ ଭଉଣୀ ନାରାୟଣୀଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ବାଟରେ ଗତୀଶ୍ଵର ଦେବଙ୍କ ପୀଠରେ ଅଶୋକ ଫୁଲ ଓ ପଇଡ ପାଣି ପିଇ ବୈଶାଖର ଶୋଷ ମେଣ୍ଟାଇଲେଣିତ, ଭାଦ୍ରବ ଶୁକ୍ଳ ସପ୍ତମୀରେ ଚିଲିକାରେ ନୌବିହାର ସାରିଭଉଣୀ କାଳିଜାଇଙ୍କ ଆଜ୍ଞାମାଳ ଧରି ସାଆନ୍ତରାଙ୍କ ଦୁଆରେ ମଣ୍ଡାକାକରା ସାଙ୍ଗକୁ ମାଛ…
ମୁମ୍ବାଇ: ଗ୍ଲୋବାଲ ଇଣ୍ଡିଆନ୍ ଆଇକନ୍ ଦୀପିକା ପାଦୁକୋନଙ୍କ ସେଲ୍ଫ କେୟାର ବ୍ରାଣ୍ଡ ୮୨° ଇ ସହିତ ରିଲାଏନ୍ସ ରିଟେଲର ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ଟିରା ସହଭାଗିତା ଘୋଷଣା କରିଛି। ଦୀପିକାଙ୍କ ବ୍ରାଣ୍ଡ ବର୍ତ୍ତମାନ ଟିରାର ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ। ସ୍କିନ୍ କେୟାର ଏବଂ ଶରୀରର ଯତ୍ନ ଉତ୍ପାଦ ସହିତ ପୁରୁଷମାନଙ୍କ ପାଇଁ ୮୨° ଇ ଏକ ସ୍ୱତନ୍ତ୍ର ରେଞ୍ଜ ମଧ୍ୟ ନେଇ ଆସିଛି। ଯେଉଁଥିରେ ଅଶ୍ୱଗନ୍ଧା ବାଉନ୍ସ, ଲୋଟସ୍ ସ୍ପ୍ଲାସ୍ ଏବଂ ହଳଦୀ ଶିଲ୍ଡ ପରି ଅଧିକ ଚାହିଦା ରହିଥିବା ସାମଗ୍ରୀ ଟିରାରେ ଉପଲବ୍ଧ ହେବ। ଏଗୁଡିକ ଟିରା ଆପ୍ ଏବଂ ୱେବସାଇଟ୍ ରୁ କିଣାଯାଇପାରିବ। ପ୍ରାରମ୍ଭିକ ଭାବରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ପୁଣେର ଟିରା ଅଫଲାଇନ୍ ଷ୍ଟୋର ଗୁଡିକରେ ୮୨° ଇ ଉତ୍ପାଦ ଉପଲବ୍ଧ ହେବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ସହରରେ ମଧ୍ୟ ଉପଲବ୍ଧ ହେବ। ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଶା…
ଭୁବନେଶ୍ଵର: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଓଡିଶା ବିଜେପି ୨୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦିଲ୍ଲୀପ ରାୟଙ୍କୁ ରାଉରକେଲାରୁ ବିଜେପି ପ୍ରାର୍ଥୀ କରିଛି। ତେବେ ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ୨୧ ଜଣିଆ ପ୍ରାର୍ଥୀ ତାଲିକା: ୧- ଡାବୁଗାଁ- ସୋମନାଥ ପୂଜାରୀ ୨- ରାଜନଗର- ଲଳିତ ବେହେରା ୩- ବାଲିକୁଦା-ଏରସମାରୁ- ସତ୍ୟସାରଥି ମହାନ୍ତି ୪- ଜଗତସିଂହପୁର- ଅମରେନ୍ଦ୍ର ଦାଶ ୫- କାକଟପୁର- ବାଇଧର ମଲ୍ଲିକ ୬- ରଣପୁର- ସୁରମା ପାଢ଼ୀ ୭- ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ ୮- କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ ୯- ଝରିଗାଁ- ନରସିଂହ ଭତ୍ରା ୧୦- ରାଉରକେଲାରୁ – ଦିଲ୍ଲୀପ ରାୟ ୧୧- ପାଟଣା- ଅଖିଲ ଚନ୍ଦ୍ର ନାୟକ ୧୨- ସାରସକଣା- ଭାଦବ ହାଁସଦା ୧୩- ରାଇରଙ୍ଗପୁର- ଜୋଲେନ…
ବାଲୁଗାଁ: ସୋମବାର ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ବର ଦେବଙ୍କ ପୀଠରେ ଷୋହଳତମ ଅଷ୍ଟଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ବ୍ୟାପି ମହାବିଷୁବ ସଂକ୍ରାନ୍ତି ଅବସରରେ ରବିବାର ଦିନ ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ବିଳମ୍ବିତ ରାତ୍ରରେ ବାଜା, ରୋଷଣୀ, ପାଟପଟୁଆରରେ ଆଖପାଖ ଅଞ୍ଚଳର ୧୬ ଦେବ ଦେବୀଙ୍କ ବିଜେ ପ୍ରତିମା ବିମାନରେ ଆଗମନ ହୋଇ ନିଜ ନିଜ ଆସ୍ଥାନରେ ବିରାଜମାନ ହୋଇଥିଲେ। ମାତ୍ର ମେଳଣ ପଡିଆକୁ ବିମାନ ଯିବା ସମୟରେ କୌଣସି ବିବାଦ ନେଇ ଉମାମହେଶ୍ବର ରାସ୍ତାରେ ବିଶୃଙ୍ଖଳା ଦେଖାଦେଇଥିଲା। ଯାହାଫଳରେ ସିଙ୍ଗେଶ୍ୱର ବିଜେ ସିଂହନାଥ ଦେବ ଅଧ ରାସ୍ତାରୁ ପ୍ରତ୍ୟାବର୍ତ୍ତନ କରିଥିବା ଦେଖିବାକୁ ମିଳିଥିଲା। ପ୍ରାତଃ କାଳରେ ସକାଳ ଭୋଗ, ମଧ୍ୟାହ୍ନରେ ଭୋଗ ଲାଗି କରାଯାଇ ଅପରାହ୍ନରେ ହୋମ ପୂର୍ଣ୍ଣାହୁତି ହୋଇଥିଲା। ପରେ ସମସ୍ତ ବିଜେ ପ୍ରତିମାଙ୍କ ନିକଟରେ ମେଳଣ ଭୋଗ ଲାଗି କରି…
ନୂଆଦିଲ୍ଲୀ: ଗଲ୍ଫ ଅଞ୍ଚଳରେ ଇରାନ ଜବତ କରିଥିବା ଏକ ଇସ୍ରାଏଲ୍ ମାଲବାହୀ ଜାହାଜରେ ୧୭ ଜଣ ଭାରତୀୟଙ୍କ ମଧ୍ୟରେ କେରଳର ଜଣେ ମହିଳା ଅଛନ୍ତି। ମହିଳା ଏଣ୍ଟେସା ଜୋସେଫଙ୍କ ପରିବାର ଟିଭି ଚ୍ୟାନେଲରେ ପ୍ରସାରିତ ଏକ ଭିଡିଓରେ କହିଛନ୍ତି ଯେ, ଜାହାଜର କର୍ମଚାରୀମାନଙ୍କ ମଧ୍ୟରେ ଏଣ୍ଟେସା ମଧ୍ୟ ଅଛନ୍ତି, କିନ୍ତୁ କେରଳ ମୁଖ୍ୟମନ୍ତ୍ରୀ ବୈଦେଶିକ ମନ୍ତ୍ରଣାଳୟକୁ ଲେଖିଥିବା ଚିଠିରେ ତାଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରଥମେ ମହିଳାଙ୍କ ଉପସ୍ଥିତି ସମ୍ପର୍କରେ କୌଣସି ସୂଚନା ନାହିଁ। ଅଧିକାରୀ କହିଛନ୍ତି ଯେ, ଯେତେବେଳେ ସେ ଏହା ବିଷୟରେ ଜାଣିଲେ ସେତେବେଳେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ, ଏନଓଆରକେଏ କୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିଡିଓରେ ମହିଳାଙ୍କ ବାପା କହିଛନ୍ତି ଯେ, ଚିଠିରେ ତାଙ୍କ ଝିଅର ନାମ ନଥିବା ଯୋଗୁଁ ତାଙ୍କୁ ଯନ୍ତ୍ରଣା ଦେଇଛି…
ନୂଆଦିଲ୍ଲୀ: ଆମୀର ସରଫରାଜଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ନେଇ ପାକିସ୍ତାନର ମନ୍ତ୍ରୀ ମୋହସିନ୍ ନକଭି ସନ୍ଦେହ ପ୍ରକଟ କରିଛନ୍ତି। ସୋମବାର ସେ କହିଛନ୍ତି ଯେ, ଏହା ସ୍ପଷ୍ଟ ଭାବରେ କୁହାଯାଇପାରିବ ନାହିଁ ଯେ ସରଫରାଜ ହତ୍ୟାରେ ଭାରତର କୌଣସି ଭୂମିକା ନାହିଁ। ମୋହସିନ୍ ନକଭି ଦାବି କରିଛନ୍ତି ଯେ, ‘ନିକଟ ଅତୀତରେ ପାକିସ୍ତାନରେ ହୋଇଥିବା ଅନେକ ହତ୍ୟାକାଣ୍ଡରେ ଭାରତ ସିଧାସଳଖ ଜଡିତ ଥିଲା। ପାକିସ୍ତାନୀ ମନ୍ତ୍ରୀ ମହୋସିନ୍ କହିଛନ୍ତି ଯେ, ପୋଲିସ ସରଫରାଜ ହତ୍ୟା ମାମଲାର ତଦନ୍ତ କରୁଛି, ଏଭଳି ପରିସ୍ଥିତିରେ ଏହି ହତ୍ୟାକାଣ୍ଡରେ ଭାରତର ହାତ ଅଛି ବୋଲି କହିବା ଶୀଘ୍ର ହେବ। ତେବେ ସେ ସନ୍ଦେହ ପ୍ରକଟ କରି କହିଛନ୍ତି ଯେ, ଏହି ହତ୍ୟାକାଣ୍ଡର ପୂର୍ବ ଘଟଣା ସହିତ ସମାନ, ତେଣୁ ଭାରତର ସମ୍ପୃକ୍ତିକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ପ୍ରକୃତରେ, ରବିବାର ଅପରାହ୍ନରେ ଦୁଇଜଣ ଅଜ୍ଞାତ ବାଇକ୍ ଆରୋହୀ ପୁରୁଣା ଲାହୋରର ଏକ ଜନବହୁଳ ଅଞ୍ଚଳ ସନନ୍ତ ନଗରସ୍ଥିତ…
ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ସନରାଇଜର୍ସ ହାଇଦ୍ରାବାଦ ଠାରୁ ଫାଫ୍ ଡୁ ପ୍ଲେସିସ୍ ଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୫ ରନରେ ପରାସ୍ତ ହୋଇଛି। ବାସ୍ତବରେ, ବର୍ତ୍ତମାନ ପର୍ଯ୍ୟନ୍ତ ୭ ଟି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ ଟି ପରାଜୟର ସମ୍ମୁଖୀନ ହୋଇଥିବାବେଳେ ଏହି ଦଳ କେବଳ ପଞ୍ଜାବ କିଙ୍ଗସ ବିପକ୍ଷରେ ଜିତିବାରେ ସଫଳ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସର୍ବନିମ୍ନ ସ୍ଥିତିରେ ଅଛି ଯଥା ୭ ଟି ମ୍ୟାଚରେ ୨ ପଏଣ୍ଟ ସହ ଦଶମ ସ୍ଥାନରେ ରହିଛି। କିନ୍ତୁ ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି? ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ଲେ ଅଫ୍ ଖେଳିବାର ଆଶା ଜୀବିତ ଅଛି କି? ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିପରି ପ୍ଲେ ଅଫରେ ପହଞ୍ଚିପାରିବ?: ବାସ୍ତବରେ, ଏଠାରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…
ପ୍ରଦୀପ ସେନାପତି ଭୁବନେଶ୍ବର: ଏ କଳକୀ ଯୁଗରେ କୋଟିକୋଟି ପାତାଳଫୁଟି ଗର୍ଭରୁ ଶିବଲିଙ୍ଗମାନଙ୍କର ପୀଠସ୍ଥଳୀ ଅବିର୍ଭାବ ହୋଇଥିବାବେଳେ, ସେମାନଙ୍କ ମଧ୍ୟରେ ରାଜା ସିଂହାସନରେ ଅଧିଷ୍ଠିତ, ପ୍ରତିଷ୍ଠିତ ଓ ବିଖ୍ୟାତ ହୋଇ ଥିବାରୁ ପ୍ରଭୁ ଶ୍ରୀଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ନାମିତ ହୋଇଛନ୍ତି। କେଶରୀ ବଂଶର ରାଜା ଯଯାତି କେଶରୀ ସ୍ୱର୍ଣ୍ଣିମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଦ୍ୱିତୀୟ “କାଶୀ” ବୋଲି ବର୍ଣ୍ଣନା କରିଛନ୍ତି। ସେ ଜଣେ ନିଷ୍ଠାପର ପରମ ଭକ୍ତ, ତପସ୍ୟାବଳୀ ସାଧକ ଏବଂ ମହାଦେବ ଶିବ ଆରଧନାରେ ତାଙ୍କର ସ୍ଥାନ ଥିଲା ସ୍ୱତନ୍ତ୍ର। ଏହି ମହାଶକ୍ତି ଶିବଲିଙ୍ଗର ଆର୍ଶିବାଦ ପାଇ ଯଯାତି କେଶରୀ ତାଙ୍କୁ ସ୍ୱପ୍ନରେ ଏକ ଶିବଲିଙ୍ଗ ପ୍ରତିମୂର୍ତ୍ତୀ ଭାବରେ ତାଙ୍କ ଚକ୍ଷୁ ସମ୍ମୁଖରେ ଆବିର୍ଭାବ ହୋଇ କେତେକ ଶୂନ୍ୟବାଣୀ ପ୍ରଦାନ କରିଥଲେ। ସର୍ବବିଦ୍ୟମାନ, ଦେବାଧିଦେବ ମହାଦେବ “ଶିବ” ଆରଧନାରେ ମଧ୍ୟ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର ଅଟେ। ଯଯାତି କେଶରୀ ତ୍ରିଭୁବନ ଭ୍ରମଣ କରି ସମସ୍ତ ପାତାଳଫୁଟି ଶିବଲିଙ୍ଗମାନଙ୍କୁ ଦର୍ଶନ…
ଭୁବନେଶ୍ଵର: ଓଡ଼ିଆରେ ଗୋଟେ କଥା ଅଛି; ଯୁଦ୍ଧ ବେଳେ ପୋଖରୀ ପାଣି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଟକାଇବାକୁ ବିରୋଧୀଙ୍କ ରଣନୀତି ଦେଖିଲେ ଏହାହିଁ କୁହାଯାଇପାରିବ। ନିର୍ବାଚନୀ ମଇଦାନରେ ସେନା ଠୁଳ ହୋଇସାରିଲେଣି। ଯୋଦ୍ଧାମାନେ ବି ଅସ୍ତ୍ରଶସ୍ତ୍ର ପଜାଇ ରେଡ୍ଡୀ ହୋଇ ବସିଲେଣି। ହେଲେ ମୋଦିଙ୍କୁ ଅଟକାଇବା ପାଇଁ ବିରୋଧୀ ମେଣ୍ଟ ଯେଉଁ ଅସ୍ତ୍ର ରଖିଥିଲେ ଧିରେଧିରେ ତାହା ଘୁଣ ଖାଇବାରେ ଲାଗିଛି। ମୁଣ୍ଡ ଖଟାଇବା ଅପେକ୍ଷା ସେମାନେ ଖଟ ମୁଣ୍ଡାଇବା ଭଳି ରଣନୀତି କରୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ରାଜ୍ୟର ରାଜନୀତିକ ସମୀକରଣକୁ ଲକ୍ଷ୍ୟ କଲେ ଆମେ ସହଜରେ ଏହି ଅଙ୍କ ବୁଝିପାରିବା। ୧. ବିରୋଧୀଙ୍କୁ ଇଡ଼ି ଓ ଆଇଟି ଡର: ଗଲା ମାର୍ଚ୍ଚ ୩୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡି ମେଣ୍ଟର ୨୭ ଦଳ ଏକାଠି ହୋଇଥିଲେ। ସେମାନେ ଭୋଟ ପାଇଁ ନୁହେଁ, ବରଂ ଇଡ଼ି ଓ ଆଇଟି ଡରରେ ଏକାଠି ହୋଇଥିଲେ ବୋଲି କୁହାଯାଇପାରିବ। ଝାଡ଼ଖଣ୍ଡର ପୂର୍ବତନ…
ଭୁବନେଶ୍ବର: ଚଳିତ ବର୍ଷ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଆଜି ଅନୁଷ୍ଠିତ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ଏହି ରଥଯାତ୍ରାର ମହତ୍ବ ବେଶ ଗୁରୁତ୍ବପୂର୍ଣ୍ଣ। ଆସନ୍ତୁ ଜାଣିବା ଏହି ରଥଯାତ୍ରା ପଛରେ କଣ ରହିଛି ରହସ୍ୟ। ସାଧାରଣତଃ ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥଯାତ୍ରାକୁ ରୁକୁଣା ରଥଯାତ୍ରା ବୋଲି କୁହାଯାଇଥାଏ। ସାଧାରଣତଃ ଅଶୋକାଷ୍ଟମୀ ପରେ ପଡିଥାଏ ରାମ ନବମୀ। ପରଦିନ ରାମ ନବମୀ ପଡୁଥିବାରୁ ସାଧାରଣତଃ ଅଶୋକାଷ୍ଟମୀ ଅଶୋକ ବନ ସହିତ ଯୋଡି ହୋଇଥାଏ। ଏହି ଦିନ ମା ସୀତା ଦେବୀ ଅଶୋକ ଜଳପାନ କରି ସବୁ ଦୁଃଖ ଭୁଲିଯାଇଥିଲେ ବୋଲି ଲୋକ କଥା ରହିଛି। ରୁକୁଣା ରଥ ଯାତ୍ରାର ମହତ୍ବ ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ। ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ…
ଭୁବନେଶ୍ଵର: ଚଳିତ ନିର୍ବାଚନରେ କ୍ଷମତା ନିଶା ଏତେ ବଢ଼ି ଯାଇଛି ଯେ, ମାଆ ପେଟର ଦୁଇ ଭାଇ କେହି କାହାକୁ ସହିବାକୁ ପ୍ରସ୍ତୁତ ନୁହଁନ୍ତି। କେବଳ ଭାଇ ଭାଇ ନୁହଁନ୍ତି ଗୋଟିଏ ପରିବାରର ସଦସ୍ୟ ଖୁଡ଼ୀ-ପୁତୁରା କ୍ଷମତା ହାସଲ କରିବା ପାଇଁ ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବାକୁ ପଛଘୁଞ୍ଚା ଦେଇନାହାନ୍ତି। ଏଭଳି ଘଟଣା ଦେଶର ବିଭିନ୍ନ ରାଜ୍ୟରେ ଘଟୁଥିବା ଘଟଣା ଆମେ ପଢ଼ିବାକୁ ପାଉଥିଲୁ। କିନ୍ତୁ ଏବେ ଆମ ରାଜ୍ୟରେ ଏହିପରି ଦୁଇଟି ଘଟଣା ଦେଖିବାକୁ ମିଳିଛି। ପ୍ରଥମଟି ହେଉଛି ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀରେ। ଚିକିଟିର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ଦୁଇ ପୁଅ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାୟ କଂଗ୍ରେସ ଦଳରୁ ଓ ମନୋରଞ୍ଜନ ଦ୍ୟାନସାମନ୍ତରାୟ ବିଜେପି ଟିକଟରେ ଚିକିଟି ବିଧାନସଭା ଆସନ ପାଇଁ ଲଢ଼ୁଛନ୍ତି। ଏହାକୁ ନେଇ ଚିକିଟି ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ସେହିପରି ନବରଙ୍ଗପୁର ବିଧାନସଭା ଆସନରେ ମଧ୍ୟ ପାରିବାରିକ ନିର୍ବାଚନୀ…
ମେଷ: – ଆଜି ଆପଣ ଆପଣଙ୍କର ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ । ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟରେ ବ୍ୟସ୍ତ ରହିବେ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ପରିବାରର ଚିନ୍ତା ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ପ୍ରଭାବଶାଳୀ ଲୋକଙ୍କୁ ପରିଚିତ କରାଇବା । ଲଜ୍ଜିତ ହୁଅନ୍ତୁ ନାହିଁ । ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ । ବୃଷ: – ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଶୋକ ଖବର ମିଳିପାରେ ।ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ । ଆୟ ରହିବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । କଠିନ ପରିଶ୍ରମ ଅଧିକ ହେବ । ମିଥୁନ: –…
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ଜାରି ରହିଥିବା ବେଳେ ଦେଶରେ ଲୋକସଭା ନିର୍ବାଚନର ୭୫ ବର୍ଷର ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କରାଯିବା ଦିଗରେ ନିର୍ବାଚନ ଆୟୋଗଙ୍କୁ ବ୍ୟାପକ ସଫଳତା ମିଳିଛି । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବା ପୂର୍ବରୁ ଅର୍ଥବଳ ବିରୋଧରେ ନିର୍ବାଚନ ଆୟୋଗଙ୍କ ନେତୃତ୍ୱରେ ପ୍ରବର୍ତ୍ତନ ଏଜେନ୍ସିମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରେକର୍ଡ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି। ୨୦୧୯ରେ ଲୋକସଭା ନିର୍ବାଚନର ସମଗ୍ର ପ୍ରକ୍ରିୟା ଅବଧିରେ ଜବତ ହୋଇଥିବା ୩୪୭୫ କୋଟି ଟଙ୍କା ତୁଳନାରେ ଏହା ଦ୍ରୁତ ବୃଦ୍ଧି ପାଇଛି। ଏହି ସମୟରେ ଓଡ଼ିଶାରୁ ୧ କୋଟି ୪୭ ଲକ୍ଷରୁ ଅଧିକ ଟଙ୍କା ଏବଂ ପ୍ରାୟ ୧୩ ଲକ୍ଷ ୨୪ ହଜାର ୧୧୧ ଲିଟର ମଦ ଜବତ ହୋଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୧୬ କୋଟିରୁ ଅଧିକ ଟଙ୍କା ହେବ ।…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସସେ୍ (ଆଇଏଏସ୍)ରେ ବାର୍ଷିକ ଉତ୍ସବ “ଅର୍ଣ୍ଣ-୨୦୨୪” ଆୟୋଜିତ ହୋଇଯାଇଛି। ଗତ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ବାର୍ଷିକ ଉତ୍ସବ ରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ମନୋରଂଜନ କର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡିଶାର କୃଷିଭିତିକ ଅର୍ଥନୀତି ଓ ଆଧୁନିକ କୃଷି ବିଜ୍ଞାନ ର ଅଗ୍ରଗତି ରେ ଛାତ୍ରଛାତ୍ରମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସୋଆରେ କୃଷି ଶିକ୍ଷା ବ୍ୟବସ୍ଥା ର ଅଭିନବ ପଦକ୍ଷେପ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସୋଆ ର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗଦେଇଥିଲେ। କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ…
ଚିଲିକା (ସୀତାରାମ ଅଗ୍ରୱାଲ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ ଅନୁଯାୟୀ ଶତାୟୁ ଭୋଟର, ୮୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୦ ଶତକଡାରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ ଭିନ୍ନକ୍ଷମ ଭୋଟର ମାନଙ୍କୁ ଘରେ ରହି ପୋଷ୍ଟାଲ ମତଦାନ ଦେବା ନିମନ୍ତେ ସମସ୍ତ ବ୍ଲକ ପ୍ରଶାସନ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ଓ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଅଭିଯାନର ଆରମ୍ଭ କରାଯାଇଛି। ଚିଲିକା ବିଡ଼ିଓ ହଳଧର ଶବର, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉକ୍ତ ପ୍ରକ୍ରିୟାର ତଦାରଖ କରିଥିଲେ। ୮୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଦିବ୍ୟାଙ୍ଗ ଭୋଟରଙ୍କୁ ଘରେ ରହି ମତଦାନ ଦେବାର ସୁବିଧା ନିମନ୍ତେ ସମ୍ପୃକ୍ତ ବୁଥ ଅଫିସର ଓ ସେକ୍ଟର ଅଫିସରଙ୍କ ଦ୍ୱାରା ଫର୍ମ ୧୨ ଡି ସେମାନଙ୍କ ଘରେ ପ୍ରଦାନ…
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ କହିଛନ୍ତି ଯେ, ମାର୍ଚ୍ଚ ୧ ତାରିଖରୁ ନିର୍ବାଚନ ଅଧିକାରୀମାନେ ପ୍ରତିଦିନ ୧୦୦ କୋଟି ଟଙ୍କା ଜବତ କରୁଛନ୍ତି। ଆୟୋଗ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ଭୋଟ୍ ଆରମ୍ଭ ହେବା ପୂର୍ବରୁ ପ୍ରବର୍ତ୍ତନ ଅଧିକାରୀମାନେ ୪,୬୫୦ କୋଟି ଟଙ୍କା ଜବତ କରିସାରିଛନ୍ତି, ଯାହା ୨୦୧୯ ଲୋକସଭା ନିର୍ବାଚନରେ ହୋଇଥିବା ମୋଟ ଜବତ ଟଙ୍କାଠାରୁ ଅଧିକ ଅଟେ। ଏକ ବିବୃତ୍ତି ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଦେଶରେ ଲୋକସଭା ନିର୍ବାଚନର ୭୫ ବର୍ଷ ଇତିହାସରେ ସର୍ବାଧିକ ଜବତ କରିବାକୁ ଆୟୋଗ କଡା ପଦକ୍ଷେପ ନେଉଛନ୍ତି। ଦେଶର ୧୨୩ ଟି ସଂସଦୀୟ ନିର୍ବାଚନମଣ୍ଡଳୀକୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଭାବରେ ଚିହ୍ନଟ କରାଯାଇଛି, ଯାହା ଉପରେ କଡା ନଜର ରଖାଯାଇଛି। ଏହି ନିର୍ବାଚନମଣ୍ଡଳୀରେ କିମ୍ବା ପୂର୍ବ ନିର୍ବାଚନରେ ଅର୍ଥ ବଳ ବ୍ୟବହାର କରିବାର ଇତିହାସ ଅଛି। ଏହି ସ୍ଥାନରେ ଡ୍ରଗ୍ସ, ନଗଦ…
ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଆଜି ତିହାର ଜେଲରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ବୈଠକ ପରେ ମାନ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି ଏବଂ ତାଙ୍କୁ ‘ଦୁର୍ଦ୍ଦାନ୍ତ ଅପରାଧୀ’ ଭଳି ସୁବିଧା ମଧ୍ୟ ଦିଆଯାଉ ନାହିଁ। ଆମ୍ ଆଦମୀ ପାର୍ଟିକୁ ମାନ ଧ୍ୱଂସ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଆସିବା ପରେ AAP ଏକ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହେବ। ଭଗବନ୍ତ ମାନ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ସାକ୍ଷାତ ଏକ କାଚ କାନ୍ଥ ଦ୍ୱାରା ବିଭକ୍ତ କୋଠରୀରେ ତିହାରରେ ହୋଇଥିଲା। ଉଭୟ ନେତା ପ୍ରାୟ ୩୦ ମିନିଟ୍ ପାଇଁ ଇଣ୍ଟରକମ୍ ମାଧ୍ୟମରେ କଥା ହୋଇଥିଲେ। ମାନ କହିଛନ୍ତି ଯେ, “ମୁଁ ତାଙ୍କୁ ଦେଖି ଭାବପ୍ରବଣ ହୋଇପଡିଥିଲି। ତାଙ୍କୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପରି…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ୨୧ ଜଣ ଅବସରପ୍ରାପ୍ତ ବିଚାରପତିଙ୍କ ଏକ ଦଳ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଙ୍କୁ ଏକ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ସୁଚିନ୍ତିତ ଚାପ, ଭୁଲ ତଥ୍ୟ ଏବଂ ସାର୍ବଜନୀନ ଅପମାନ ଦ୍ୱାରା ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା କୁହାଯାଇଛି। ସେମାନେ କହିଛନ୍ତି ଯେ, ଏହି ସମାଲୋଚକମାନେ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ଲାଭ ଦ୍ୱାରା ପ୍ରୋତ୍ସାହିତ ଏବଂ ନ୍ୟାୟିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଆତ୍ମବିଶ୍ୱାସକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଅବସରପ୍ରାପ୍ତ ବିଚାରପତିମାନେ କେଉଁ ଘଟଣା ବିଷୟରେ CJI କୁ ଲେଖିଛନ୍ତି ତାହା ଜଣାଇ ନାହାଁନ୍ତି। ଏଥିମଧ୍ୟରେ ସୁପ୍ରିମକୋର୍ଟର ଚାରିଜଣ ଅବସରପ୍ରାପ୍ତ ବିଚାରପତି ମଧ୍ୟ ଅଛନ୍ତି। ଦୁର୍ନୀତି ମାମଲାରେ ଶାସକ ଭାରତୀୟ ଜନତା ପାର୍ଟି (ବିରୋଧୀ ଦଳ) ଏବଂ ବିରୋଧୀ ଦଳ ମଧ୍ୟରେ ଶବ୍ଦ ଯୁଦ୍ଧ ମଧ୍ୟରେ ଏହି ଚିଠି ଲେଖାଯାଇଛି। ଜଷ୍ଟିସ୍ (ଅବସରପ୍ରାପ୍ତ) ଦୀପକ ବର୍ମା, କୃଷ୍ଣ ମୁରାରୀ, ଦୀନେଶ…

